Plantation Odia Essay

Plantation Odia Essay (ବୃକ୍ଷରୋପଣ) in 400 words | Free PDF

Facebook
Telegram
WhatsApp
LinkedIn

Get help writing an essay on plantation Odia essay with this comprehensive guide. Learn more about the history and effects of plantation, as well as useful tips to create a compelling 300-word essay. Let our experts provide you with the resources and knowledge needed to craft an

ବୃକ୍ଷରୋପଣ

ଉପକ୍ରମ : Introduction

ମାନବ ଜୀବନରେ ବୃକ୍ଷର ଭୂମିକା ଅତ୍ୟଂତ  ଗୁରୁତୃପୂର୍ଣ୍ଣ । ବୃକ୍ଷ ହିଁ ଜୀବନ ବୃକ୍ଷ ବିନା ଏ ସୃଷ୍ଟି  ତିଷ୍ଠି ରହିବା ଏକାନ୍ତ  ଅସମ୍ଭବ । ଆଦିମ ସଭ୍ୟତାରୁ ଆରମ୍ଭ କରି ଆଜିଯାଏ ବୃକ୍ଷ ହିଁ ମନୁଷ୍ୟର ପରମ ହିତୈଷୀ ବନ୍ଧୁ ଭାବରେ ଆପଣାର ଭୂମିକା ତୁଲାଇ ଆସିଛି । ବୈଦିକ ସଂସ୍କୃତିରେ ବୃକ୍ଷକୁ ପ୍ରମୁଖ ସ୍ଥାନ  ପ୍ରଦାନ କରାଯାଇଥିଲା  । ବୃକ୍ଷର ଅଭାବ ହେତୁ ଆଜି ସମଗ୍ର ବିଶ୍ୱର  ପରିବେଶ ବିଷମୟ ହୋଇଉଠିଛି । ଯାନ୍ଦରିକ ସଭ୍ୟତାର ଉତ୍ପନ ହିଁ  ବୃକ୍ଷଲୋପର ପ୍ରଧାନ ଭୂମିକା ସାଜିଛି । ତେଣୁ ପ୍ରତ୍ୟେକ ମନୁଷ୍ୟ  ବୃକ୍ଷରୋପଣ ନିମିତ୍ତ ସଚେତନ ହେବା ସହିତ ଏଥୁପାଇଁ ଯତ୍ନଶୀଳ  ହେବା ଉଚିତ |

ଆବଶ୍ୟକତା : Necessity

ଆଜି ବୃକ୍ଷରୋପଣର ଆବଶ୍ୟକତା ପ୍ରତ୍ୟେକ ବ୍ୟକ୍ତି ମର୍ମେ ମର୍ମେ ଅନୁଭବ କରୁଛନ୍ତି । ଜନସଂଖ୍ୟାର ଅହେତୁକ ବୃଦ୍ଧି ବୃକ୍ଷ ମାରଣର ମୁଖ୍ୟ କାରଣ ସାଜିଛି । ବାସଗୃହ, ଚାଷଜମି, ଜାଳେଣି, ଗୃହୋପକରଣ ସାମଗ୍ରୀ ପ୍ରସ୍ତୁତ ନିମିତ୍ତ ଲକ୍ଷାଧୁକ ବୃକ୍ଷ ଅବେଳରେ ଭୂଲୁଣ୍ଡିତ ହେଉଛନ୍ତି । ରାଜପଥ ପ୍ରଶସ୍ତିକରଣ, ଭୂତଳ ରେଳପଥ ନିର୍ମାଣ, ସହରୀ ସଭ୍ୟତାର ଚାକଚକ୍ୟ ହିଁ ବୃକ୍ଷଜଗତକୁ ଧ୍ବଂସାଭିମୁଖୀ କରିଛି । ଏହା ଫଳରେ ମରୁଭୂମିର କାୟାବିସ୍ତରାର, ମୃଭିକାକ୍ଷୟ, ଜମିର ଉର୍ବରତା ହାସ, ଜଳବାୟୁର ଅନିୟମିତତା, ସର୍ବୋପରି ପରିବେଶ ପ୍ରଦୂଷଣ ବୃଵି ପାଇ ଚାଲିଛି । ଏସବୁ ସମସ୍ୟାର ଆଶୁ ସମାଧାନ ନିମିତ୍ତ ବୃକ୍ଷରୋପଣ ଆମ ସାମାଜିକ ଜୀବନରେ ଏକ ଗୁରୁତ୍ବପୂର୍ଣ୍ଣ ଅଙ୍ଗ ପାଲଟି ଯାଇଛି । ବୃକ୍ଷ ଯେ ଆମର ପରମହିତୈଷୀ ବନ୍ଧୁ, ଏହା ସମସ୍ତେ ଅନୁଭବ  ଉଚିତ । ବୃକ୍ଷ ସଂପଦ ମାନବ ଜାତିର ଏକ ଅଭୟ କବଚ ଏହା ପ୍ରତ୍ୟେକ ବ୍ୟକ୍ତି ଅନୁଭବ କରିବା ସହିତ ଏଣୁ  ନିମିତ୍ତ ବିହିତ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ।

ଜନସଚେତନତା : Public awareness

ବୃକ୍ଷରୋପଣ ନିମିତ୍ତ ଜନସଚେତନତା ବୃଦ୍ଧି ପାଇବା ଆବଶ୍ୟକ । ଅରଣ୍ୟ ରହିଲେ ଠିକ୍‌ ସମୟରେ ବର୍ଷା ହେବ, ବାତ୍ୟାର ଗତି ଯଥାରୀତି ନିୟନ୍ତ୍ରିତ ହେବ; ଏହା ସମସ୍ତେ ଜାଣିବା ଦରକାର । ପ୍ରତି ବର୍ଷ ସରକାରୀ ସ୍ତରରେ ଜନସଚେତନତା ବୃଧିନିମିତ୍ତ ବନମହୋତ୍ସବ  ପରି କାର୍ଯ୍ୟକ୍ରମ କରାଯାଉଛି । ସଭାସମିତି ମାଧ୍ୟମରେ  ବୃକ୍ଷରୋପଣର ଆବଶ୍ୟକତା ଜନସାଧାରଣଙ୍କୁ ଜଣାଇ ଦିଆଯାଉଛି । ବୃକ୍ଷରୋପଣ ନିମିତ୍ତ ମାଗଣାରେ ଚାରା ପ୍ରଦାନ କରାଯାଉଛି । ସାମାଜିକ ବନୀକରଣ କାର୍ଯ୍ୟକ୍ରମ  ଗ୍ରାମାଞ୍ଚଳରେ ବୃକ୍ଷରୋପଣ ସହିତ ବୃକ୍ଷର ସୁରକ୍ଷା ପାଇଁ ନାନାବିଧ ପଦକ୍ଷେପ ନିଆଯାଉଛି । ପରିତ୍ୟକ୍ତ ତଥା ଖାଲିସ୍ଥାନ  ବୃକ୍ଷରୋପଣ କରାଇବାକୁ ଜନସାଧାରଣଙ୍କୁ ନିବେଦନ କରାଯାଉଛି । ଅବାଧ ବୃକ୍ଷଛେଦନକୁ ଦଣ୍ତନୀୟ ଅପରାଧ ରୁପେ ଗଣନା କରାଯାଇ ଲୋକଙ୍କ ମଧ୍ୟରେ  ବୃକ୍ଷରୋପଣ ପ୍ରତି ସଚେତନତା ବୃଦ୍ଧି କରାଯାଉଛି । ବିଦ୍ୟାଳୟସ୍ତରରେ ଛାତ୍ରଛାତ୍ରୀଙ୍କୁ ସଚେତନ କରିବା ନିମିତ୍ତ ବୃକ୍ଷରୋପଣ ସଂପର୍କରେ ନାନାବିଧ ପ୍ରତିଯୋଗିତା କରାଯାଉଛି | ଛାତ୍ରଛାତ୍ରୀମାନେ ଆଗାମୀ ଦିନର ଭାବୀ ନାଗରିକ | ସେମାନେ ସଚେତନ ହେଲେ ବୃକ୍ଷରୋପଣ କାର୍ଯ୍ୟଟି ସଫଳ ହେବ |

ଉପସଂହାର : Summary

ବୃକ୍ଷରୋପଣକୁ ପ୍ରତ୍ୟେକ ସମୟରେ ପ୍ରାଧାନ୍ୟ ଦିଆଯାଇଛି । କାରଣ ବୃକ୍ଷ ରହିଲେ ହିଁ ସଭ୍ୟତା ରହିବ । ଖାଲି ସରକାରୀ ଆଇନ କରି ବସିଗଲେ ଚଳିବ ନାହିଁ । ଅନ୍ୟପକ୍ଷରେ ଜନଜାଗରଣ ଦ୍ବାରା ଏହି ମହନୀୟ କାର୍ଯ୍ୟ ସଫଳ ହେବ । ;ଛୁଆଟିଏକୁ ଗଛଟିଏ’ ଏହି ନୀତିକୁ ଜୀବନର ମନୁ ରୁପେ ଗ୍ରହଣ କରି ପ୍ରତ୍ୟେକ ବ୍ୟକ୍ତି ବୃକ୍ଷରୋପଣ ନିମିତ୍ତ ଆଗେଇ ଆସିବା ଉଚିତ । କାରଣ ବିଶ୍ଵର ସୁରକ୍ଷା ଆଜି ବୃକ୍ଷର ସ୍ଥାୟୀତ୍ୱ  ଉପରେ ନିର୍ଭର କରେ | ଅତଏବ ବୃକ୍ଷରୋପଣ ଏକ ଜାତୀୟ କର୍ତବ୍ୟ: ଏହି ମନୋଭାବ ପୋଷଣ କରି ପ୍ରତ୍ୟେକ ବ୍ୟକ୍ତି ତା’ର ଗୃହ ଚତୁଃପାର୍ଶ୍ଵରେ ବୃକ୍ଷରୋପଣ କରିବା ଉଚିତ । ଏହାଦ୍ୱାରା  ଏହି କାର୍ଯ୍ୟ ସଫଳତାର ଶୀର୍ଷରେ ପହଞ୍ଚି ପାରିବ ।

Plantation Odia Essay Download Link

Plantation Odia Essay PDFClick Here
Poets Are Unacknowledged Legislators of The World in OdiaClick Here

Plantation Odia Essay

Leave a Comment

error: Content is protected !!