Air Pollution Essay in Odia

Air Pollution Essay in Odia 350 Word | Free PDF

Facebook
Telegram
WhatsApp
LinkedIn

Air pollution is one of the most pressing environmental issues of our time. In this Air Pollution Essay in Odia, we will explore the causes and effects of air pollution, as well as discuss strategies for reducing its impacts on our planet. Join us to learn more about air pollution Essay in Odia

ବାୟୁ ପ୍ରଦୂଷଣ

ଉପକ୍ରମ : Introduction

ଜୀବଜଗତ ବଞ୍ଚିରହିବା ପାଇଁ ବାୟୁର ଭୂମିକା ନିତ୍ୟାନ୍ତ ଆବଶ୍ୟକ | ଛୋଟରୁ ବଡ ପର୍ଯ୍ୟନ୍ତ ସମସ୍ତ ଜୀବଜଗତ ବାୟୁ ବିନା ବଞ୍ଚିବା ଅସମ୍ଭବ ଏଣୁ ଜୀବଜଗତ ତିଷ୍ଠି ରହିବା ପାଇଁ ବାୟୁ ନିତ୍ୟାନ୍ତ  ଜରୁରୀ | କିନ୍ତୁ ଦୁଃଖର ବିଷୟ ଏହିକି ଯେ ଦିନକୁ ଦିନ ଜନବସତି ବୃଦ୍ଧି ହେବା ସହ ଯାନବାହାନ ,କଳକାରଖାନା  ଆଦିର ବୃଦ୍ଧି ଘଟୁଛି ଯାହାଫଳରେ ବାୟୁପ୍ରଦୂଷଣ ର ମାତ୍ରା ଦିନକୁ ଦିନ ବୃଦ୍ଧି ହେଉଛି | ଏଣୁ ଏହି ବାୟୁପ୍ରଦୂଷଣକୁ କିପରି ରୋକାଯାଇପାରିବ ଏଥପ୍ରତି ଆମ୍ଭମାନଙ୍କୁ ଦୃଷ୍ଟିରେ ରଖିବାକୁ ପଡିବ ଏବଂ ଜନସାଧାରଣଙ୍କୁ ସଚେତନ କରାଇବାକୁ ପଡିବ |

ବାୟୁପ୍ରଦୂଷଣ ବର୍ଣ୍ଣନା : Description of Air Pollution

ବାୟୁରେ ସାଧାରଣତଃ ଅମ୍ଳଜାନ , ଯବକ୍ଷାରଜାନ , ଅଙ୍ଗାରକାମ୍ଳ  ଆଦି ଗ୍ୟାସିୟ ପଦାର୍ଥ ମିଶି ରହିଛି ସେଥିମଧ୍ୟରୁ  ବାୟୁରେ ଅଙ୍ଗାରକାମ୍ଳର ପରିମାଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଯାହାକି ଅହିତକର | ବାୟୁମଣ୍ଡଳରେ ଏହି ଅଙ୍ଗାରକାମ୍ଳର ପରିମାଣ ବୃଦ୍ଧିକୁ ବାୟୁପ୍ରଦୂଷଣ କୁହାଯାଇଥାଏ । ଅନ୍ୟ ଅର୍ଥରେ ବାୟୁମଣ୍ଡଳରେ ଅନାବଶ୍ୟକ  ପଦାର୍ଥ ଓ ରାସାୟନିକ ପଦାର୍ଥ ଆଦିର ବୃଦ୍ଧି ମଧ୍ୟ ଵାୟୁପ୍ରଦୂଷଣର କାରଣ ହୋଇଥାଏ |

ବାୟୁପ୍ରଦୂଷଣର କାରଣ: Causes of Air Pollution

ବାୟୁପ୍ରଦୂଷଣ ହେବାର ଅନେକ କାରଣ ରହିଛି ସେମାନଙ୍କ ମଧ୍ୟରୁ ଶିଳ୍ପ ସଂସ୍ଥାର ବ୍ୟାପକ ବୃଦ୍ଧି ହେଉଛି ବାୟୁପ୍ରଦୂଷଣର ମୁଖ୍ୟ କାରଣ | ରାସ୍ତ୍ରାଘାଟରେ ଦିନକୁ ଦିନ ଯାନବାହାନ ବୃଦ୍ଧି ହେଉଛି ଯାହାଦ୍ୱାରା ସେମାନଙ୍କ ଯାନରୁ  ନିର୍ଗତ ଧୂଆଁ ମଧ୍ୟ ବାୟୂପ୍ରଦୂଷଣର ଅନ୍ୟ ଏକ କାରଣ । ଏଥିସହିତ ବହୁଳ କଳକାରଖାନାର ବୃଦ୍ଧି ହେଵା ଦ୍ୱାରା ସେଥୁରୁ ନିର୍ଗତ ରାସାୟନିକ ପଦାର୍ଥ ଓ ଧୂଆଁ ଦ୍ୱାରା ମଧ୍ୟ ବାୟୁପ୍ରଦୂଷିତ ହୋଇଥାଏ |

 ବାୟୁପ୍ରଦୂଷଣର ପ୍ରତିକାର : Remedies for Air Pollution

ବାୟୁପ୍ରଦୂଷଣରୁ ରକ୍ଷା ପାଇବା ପାଇଁ ଅନେକ ଉପାୟ ରହିଛି । ଜନସାଧାରଣମାନଙ୍କୁ ଏହା ପ୍ରତି ସଚେତନତା କରିବା ଦ୍ୱାରା ବାୟୁପ୍ରଦୂଷଣ ରୋକାଯାଇପାରିବ | ୬ ପ୍ରଥମତଃ ଜଙ୍ଗଂଲ ସଂରକ୍ଷଣ ଓ ବୃକ୍ଷରୋପଣ ଦ୍ରାରା ବାୟୁ ପ୍ରଦୂଷଣକୁ ରୋକାଯାଇପାରିବ |

 * ଆଜିକାଲି ବିଦ୍ୟୁତ ଚାଳିତ ଯାନ ର ଉଭାବନ ହୋଇଛି ଏହି ବିଦ୍ୟୁତ ଚାଳିତ ଯାନ ର ବ୍ୟବହାର କରିବା ଦ୍ୱାରା ମଧ୍ୟ ବାୟୁପ୍ରଦୂଷଣକୁ ରୋକାଯାଇପାରିବ |

* ପାରୁ ପର୍ଯ୍ୟନ୍ତ ସାର୍ବଜନୀନ ଯାନବାହାନ ବ୍ୟବହାର କରିବା ଉଚିତ |

* ବହୁଳ ମାତ୍ରାରେ ଶୀତପୋକରଣ ଯନ୍ଧର ବ୍ୟବହାରକୁ ସଂଯତ କରିବା |

* ଶିଳ୍ପ କାରଖାନାଗୁଡିକର ଯାନ୍ତ୍ରିକ ତ୍ରୁଟି ସହ ଵାୟୁପ୍ରଦୂଷଣର କାରଣମାନ ପ୍ରତି ଧ୍ୟାନ ମଧ୍ୟ ଦେବା ଉଚିତ |

ବାୟୁପ୍ରଦୂଷଣର ଅପକାର : Effects of Air Pollution

ବାୟୁପ୍ରଦୂଷଣ ହେବା ଦ୍ୱାରା ଆମ୍ଭେମାନେ ଅନେକ ପ୍ରକାରର ଅସୁବିଧାର ସମ୍ମୁଖୀନ ହୋଇଥାଉ | ଲୋକମାନେ ବହୁଳ ଭାବରେ ଶ୍ୱାସ ଜନିତ ରୋଗର ଶିକାର ହେଉଛନ୍ତି । ଏତଦ୍ବ୍ୟତୀତ କେତେକ ବୃଦ୍ଧ ଓ ବୃଦ୍ଧା ଲୋକମାନେ ବାୟୂପ୍ରଦୂଷଣର ଶିକାର ହୋଇ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ ମଧ୍ୟ କରୁଛନ୍ତି । ବାୟୁପ୍ରଦୂଷଣ ଦ୍ବାରା ଜୀବଜଗତରେ ବାସ କରୁଥୁବା ମନୁଷ୍ୟ ସମେତ ଜୀବଜନ୍ତୁମାନେ ମଧ୍ୟ ନିଶ୍ୱାଶ ଓ ପ୍ରଶ୍ଵାସ ନେବାରେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି କାରଣ ବାୟୁପ୍ରଦୂଷଣ ଦ୍ରାରା ବାୟୁମଣ୍ତଳରେ ଅମ୍ଳଜାନର ପରିମାଣ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି | ଏହିପରି ଭାବେ ବାୟୁପ୍ରଦୂଷଣର ଅନେକ ପ୍ରକାରର ଅପକାର ରହିଛି ଏଣୁ ଆମକୁ ଏହା ପ୍ରତି ନିଶ୍ଚିତ  ଧ୍ୟାନ ଦେବା ଉଚିତ |

ଉପସଂହାର : Summary

କଥା ଗୋରା – ଜଳ ହିଁ ଜୀବନ | ଠିକ ସେହିପରି ବାୟୁ ମଧ୍ୟ ଜୀବଜଗତର ନିତ୍ୟାନ୍ତ ଆବଶ୍ୟକ ଏହା ବିନା ମଣିଷ  ବଞ୍ଜିପାରିବ ନାହିଁ । ଏଣୁ ବାୟୁପ୍ରଦୂଷଣର ପ୍ରତିକାର ନିମନ୍ତେ ଜନସାଧାରଣଙ୍କୁ ସର୍ବଦା ସଚେତନ କରିବା ସହ ଏଥୁପ୍ରତି ଧାନ ଦେବା ଉଚିତ ଯାହା ଫଳରେ ସମସ୍ତ ଜୀବଜଗତ ବାୟୁପ୍ରଦୂଷଣରୁ ରକ୍ଷା ପାଇପାରିବ |

Air Pollution Essay in Odia Download Link

Air Pollution Essay Download LinkClick Here
Plantation Odia EssayClick Here

Thanks for Read our blog Air Pollution Essay in Odia

Leave a Comment

error: Content is protected !!