Womens day speech in Odia

Womens day speech in Odia | ମହିଳା ଦିବସ | Free PDF Downlaod

Facebook
Telegram
WhatsApp
LinkedIn

Womens day speech in Odia : On this day, we honor all women everywhere for their courage, resilience and strength. We pay tribute to the women who have played a pivotal role in shaping the course of history, and we salute women who continue to fight for their rights and equality.

We recognize that every woman is unique and has her own strengths and weaknesses. But through unity and collaboration, we can achieve great things. We can make a difference not just for ourselves, but also for our loved ones, our communities and society as a whole.

May the seeds of peace and understanding that we plant today blossom into lasting fruit in the years to come.

In this article, we discussed about the importance of women in today’s world and why it is important to celebrate their achievements. In case you have any other question or suggestion, leave a comment and we will get back to you as soon.

ମହିଳା ଦିବସ

ମାନନୀୟ ସଭାପତି ମହୋଦୟ, ପୂଜ୍ୟ ଗୁରୁଜୀବୃନ୍ଦ , ଉପସ୍ଥିତ ଅତିଥିଗଣ ଓ ସ୍ନେହର ପ୍ରତିଯୋଗିଗଣ ଏବଂ ଏଠାରେ ବସିଥିବା ମୋର ଛୋଟବଡ଼ ଭାଇଭଉଣୀ ମାନେ l ଆଜି ପବିତ୍ର ମହିଳା ଦିବସରେ କିଛି କହିବାର ସୁଯୋଗ ମିଳିଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି l
ଆଜି ମାର୍ଚ୍ଚ ମାସର ୮ ତାରିଖ ଯାହାକୁ ଆମେ ଆନ୍ତର୍ଜାତିକ ମହିଳା ଦିବସ ରୂପେ ପାଳନ କରୁଛୁ l ସଂସ୍କୃତରେ କୁହାଯାଇଛି-
” ଯତ୍ର ନାର୍ଯ୍ୟସ୍ତୁ ପୁଜ୍ୟନ୍ତେ ତତ୍ର ରମ୍ୟନ୍ତେ ଦେବତା l”

ସମାଜରେ ନାରୀର ସ୍ଥାନ ଗୁରୁତ୍ୱପୂର୍ଣ୍ଣ l ସେ ବିଦ୍ୟା, ଧନ ଓ ଶକ୍ତିର ଦେବୀ ଭାବରେ ପୂଜିତ l ପୁରୁଷ ପରି ନାରୀ ମଧ୍ୟ ସମାଜରେ ଏକ ବିଶେଷ ଅଙ୍ଗ l କିନ୍ତୁ ବର୍ତ୍ତମାନ ଆମ ଦେଶ ତଥା ପାଶ୍ଚାତ୍ୟ ଦେଶରେ ନାରୀମାନେ ନିର୍ଯ୍ୟାତିତ, ଅନ୍ଧକାରରେ ପଡ଼ି ସେମାନେ ସନ୍ତୁଳିତ l ନାରୀକୁ ଅବଳା ଭାବରେ, ଦୁର୍ବଳା ଭାବରେ ଗଣନା କରାଯାଉଛି l ସେମାନଙ୍କର ସ୍ବାଧୀନତାର ପକ୍ଷ ଛେଦନ କରାଯାଉଛି l କିନ୍ତୁ ନାରୀ ହିଁ ନାରାୟଣୀ l ନାରୀ ହିଁ ସର୍ବସଂହା l

ସମାଜରେ ନାରୀମାନଙ୍କୁ ଗୁରୁତ୍ଵ ଦେବାକୁ, ସେମାନଙ୍କର ସର୍ବବିଧ ଉନ୍ନତି ତଥା ସୁରକ୍ଷା ଦେବାକୁ ୧୯୭୫ ମସିହା ମାର୍ଚ୍ଚ ୮ ତାରିଖକୁ ଆନ୍ତର୍ଜାତିକ ମହିଳା ଦିବସ ରୂପେ ପାଳନ କରାଯାଉଛି l

ବୈଦିକ ଯୁଗରେ ନାରୀମାନେ ଉଚ୍ଚାସନ ଲାଭ କରିଥିଲେ l ବିଶ୍ୱବାରା, ଲୋପାମୁଦ୍ରା, ମୈତ୍ରେୟୀ , ଲୀଳାବତୀ, ସଂଘମିତ୍ରା ପ୍ରଭୃତି ପରମ ବିଦୂଷୀଗଣ ନିଜ ନିଜର ଗୁଣାବଳୀରେ ପ୍ରସିଦ୍ଧି ଲାଭ କରିଥିଲେ l ମଧ୍ୟ ଯୁଗରେ ଦୂର୍ଗାବତୀ, ପଦ୍ମିନୀ , ମୀରାବାଈ ପ୍ରଭୃତି ମହିୟସୀ ନାରୀଙ୍କର ଅବଦାନ ଅବିସ୍ମରଣୀୟ l ଭାରତର ସ୍ୱାଧୀନତା ସଂଗ୍ରାମରେ ଝନସୀ ରାଣୀ ଲକ୍ଷ୍ମୀବାଈ, ଅହଲ୍ୟାବାଈ ପ୍ରଭୃତିଙ୍କ କାର୍ଯ୍ୟ ବେଶ୍ ରକ୍ତ ରଞ୍ଜିତ ସେମାନଙ୍କ ଦ୍ଵାରା ଆମ ଦେଶ ଗୌରବଶାଳୀ ହୋଇପାରିଛି l ସେମାନଙ୍କ କାର୍ଯ୍ୟ କୌଣସି ପୁରୁଷଠାରୁ କମ୍ ନୁହେଁ l ଏହି ନାରୀମାନେ ହିଁ ସୃଷ୍ଟି କରିଛନ୍ତି ମହାପୁରୁଷମାନଙ୍କୁ l

ଠିକ୍ ସେହିପରି ଈଶ୍ୱରମ୍ମାଙ୍କ ଗର୍ଭରୁ ଭଗବାନ ଶ୍ରୀ ସତ୍ୟସାଇ ଜନ୍ମ ନେଇ ଅଭୟ ପ୍ରଦାନ କରି କହିଛନ୍ତି- Why fear, While I am here? ଜୀଜାବାଇଙ୍କ ଗର୍ଭରୁ ଛତ୍ରପତି ଶିବାଜି ସଚ୍ଚିଦେବଙ୍କ ଗର୍ଭରୁ ଶ୍ରୀଚୈତନ୍ୟ ଭୂମିଷ୍ଠ ହୋଇ ବିଶ୍ୱବାସୀଙ୍କୁ ଚମତ୍କୃତ କରିଥିଲେ l ସେମାନଙ୍କ ମହାନ ବାଣୀ ଏବେ ବି ଉଜ୍ଜୀବିତ l ଶ୍ରୀକୃଷ୍ଣଙ୍କ ମାତା ଯଶୋଦା, ଯୀଶୁଙ୍କ ମାତା ମେରୀ, ଗୌତମଙ୍କ ମାତା ତ୍ରିଶଲା , ମହମ୍ମଦଙ୍କ ମାତା ଅମିନା ଆମ ପାଇଁ ଜଣେ ଜଣେ ନାରାୟଣୀ l ଅବଳା ନୁହନ୍ତି, ଦୁର୍ବଳା ନୁହଁନ୍ତି, ସତୀ ସାଧ୍ୱୀ ଦେବୀ ସୀତାଙ୍କ ତ୍ୟାଗକୁ କିଏ ଅସ୍ୱୀକାର କରିପାରିବ?

ଦ୍ବାଦଶ ଶତାବ୍ଦୀ ବେଳକୁ ନାରୀକୁ ଭୋଗବିଳାସର ସାମଗ୍ରୀ ରୂପେ ଗ୍ରହଣ କରାଗଲା l ବାଲ୍ୟ ବିବାହ, ସତୀଦାହ ପ୍ରଥା, ପରଦା ପ୍ରଥା, ନାରୀ ନିର୍ଯାତନା, ଯୌତୁକ ଆଦି ନିଆଁରେ ନାରୀମାନେ ବଳି ପଡିଲେ l କିନ୍ତୁ ଇଂରେଜ ମାନଙ୍କ ଆଗମନ ପରେ ସଂସ୍କାରର ମାଧ୍ୟମ ସୁଗମ ହେଲା l ରାଜା ରାମମୋହନ ରାୟ ସ୍ବାମୀ ଦୟାନନ୍ଦ ସରସ୍ବତୀ, ଈଶ୍ୱରଚନ୍ଦ୍ର ବିଦ୍ୟାସାଗରଙ୍କ ପରି ମହାପୁରୁଷଙ୍କ ଆବିର୍ଭାବ ଫଳରେ ନାରୀ ଜାଗରଣର ନୂଆ ଅଧ୍ୟାୟ ସୃଷ୍ଟି ହେଲା l ସେମାନଙ୍କର ଉଦ୍ୟମ ଓ ପ୍ରଚେଷ୍ଟାରେ ନାରୀମାନେ ସମାଜରେ ଶାନ୍ତିରେ ନିଃଶ୍ୱାସ ମାରିଲେ l ସେମାନଙ୍କୁ ଉପଯୁକ୍ତ ନ୍ୟାୟ ମିଳିଲା l

ତଥାପି ଆମକୁ ସତର୍କ ହେବାକୁ ହେବ l ଆଜି ମଧ୍ୟ ଆମ ଆଖି ଚାରିପଟେ ଅଗୋଚରରେ ସଂଖ୍ୟାଧିକ ନାରୀ ନିର୍ଯ୍ୟାତିତ ହେଉଛନ୍ତି l ସେମାନଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ କରିବା ଲାଗି ଅନେକ ସଂସ୍ଥା ରହିଥିଲେ ମଧ୍ୟ ଲୋକଲଜ୍ଜା ଭୟରେ ସେମାନେ ନୀରବ ରହିଯାଉଛନ୍ତି l ଛାତ୍ର ଭାବରେ ଆମେ ସେମାନଙ୍କୁ ସହାୟତା କରିବା ଉଚିତ l ଆମ୍ଭେମାନେ ଆଜି ବଜ୍ର ଶପଥ କରିବା ଉଚିତ ଯେ ନାରୀ ନିର୍ଯାତନା ଶୁଣିଲେ କିମ୍ବା ଦେଖିଲେ ଏହାର ଦୃଢ଼ ପ୍ରତିବାଦ କରିବା l ସର୍ବଶେଷରେ ମାତୃଜାତି ପ୍ରତି ମୁଁ ମୋର ଆନ୍ତରିକ ଶ୍ରଦ୍ଧା ସମ୍ମାନ କରି ବକ୍ତବ୍ୟ ଶେଷ କରୁଛି l

Womens day speech in Odia

Download PDF Click Here
Odia Mock Test Click Here

Leave a Comment

error: Content is protected !!