Swami Vivekananda in odia

Swami Vivekananda in odia : ବିଶ୍ୱବିଜୟୀ ବିବେକାନନ୍ଦ : Free Downlaod

Facebook
Telegram
WhatsApp
LinkedIn

Swami Vivekananda in odia : Swami Vivekananda, born Narendranath Datta, was an Indian Hindu monk, philosopher and author. He was a chief disciple of the 19th-century Indian mystic Ramakrishna.

Swami Vivekananda in odia

ଅମ୍ଳାନ ପ୍ରତିଭାଙ୍କ ଚିତ୍ର ଚରିତ୍ର

ବିଶ୍ୱବିଜୟୀ ବିବେକାନନ୍ଦ

ଜନ୍ମ:-
ବିବେକାନନ୍ଦ ନାମ ଏକଦା ସମଗ୍ର ବିଶ୍ଵରେ ଆଲୋଡନ ସୃଷ୍ଟି କରିଥିଲା l ଏହି ଯୁବ ସନ୍ନ୍ୟାସୀ ଜଣକ ୟୁରୋପ ଓ ଆମେରିକାରେ ଭାରତୀୟ ଦର୍ଶନ, ବିଶ୍ୱାସ, ଆଚାର, ବ୍ୟବହାରକୁ ଏପରି ଭାବେ ପ୍ରମାଣିତ କରୁଥିଲେ ଯେ, ତାଙ୍କ ବକ୍ତୃତା ଶୁଣିବା ପାଇଁ ହଜାର ହଜାର ଲୋକ ଉତ୍କଣ୍ଠାର ସହ ଅପେକ୍ଷା କରିଥିଲେ l ତତ୍କାଳୀନ କଲିକତାର ସିମୁଳିଆ ପଲ୍ଲୀ ନାମକ ଏକ ପ୍ରଖ୍ୟାତ ସ୍ଥାନରେ ସେ ୧୮୬୩ ଖ୍ରୀ: ଜାନୁଆରୀ ୧୨ ତାରିଖରେ ଜନ୍ମ ହୋଇଥିଲେ l ତାଙ୍କ ପିତା ବିଶ୍ଵନାଥ ଦତ୍ତ କଲିକତା ହାଇକୋର୍ଟରେ ଜଣେ ଓକିଲ ଥାନ୍ତି l ସେ ଜଣେ ଦୟା ପରବଶ ବ୍ୟକ୍ତି l ମା’ ଙ୍କ ନାମ ଭୁବନେଶ୍ଵରୀ ଦେବୀ l ସେ ଜଣେ ଧର୍ମ ପରାୟଣ ମହିଳା ଥାନ୍ତି l ସେ ରହୁଥିବା ପଡାରେ ଏକ ପରୋପକାରୀ ଦଂପତି ଭାବେ ତାଙ୍କର ସୁଖ୍ୟାତି ଥାଏ l

ବାଲ୍ୟ ଜୀବନ:-
ସେ ଶିଶୁ ଅବସ୍ଥାରେ ଥିଲା ବେଳେ ଖେଳ ଖେଳିବାକୁ ଭଲ ପାଉଥିଲେ l ଜିଦଖୋର ହେବା ସହ ଚଗଲାମି ଓ ଦୁଷ୍ଟାମୀ ମଧ୍ୟ କରୁଥିଲେ l କିନ୍ତୁ ଏହାର ବିପରୀତ କିଛି କାମ ମଧ୍ୟ କରୁଥିଲେ l ବେଳେ ବେଳେ ଏତେ ଛୋଟ ବୟସରେ ମଧ୍ୟ ସେ ଚୁପଚାପ୍ ବସି ରହୁଥିଲେ ଯେପରି ସେ ଧ୍ୟାନ ମଗ୍ନ ଅଛନ୍ତି l ଛୋଟ ଥିଲାବେଳେ ସେ ଅମାନିଆ ଓ ଜିଦଖୋର୍ ଥାନ୍ତି ସତ କିନ୍ତୁ ମାଙ୍କୁ ଭାରି ଭକ୍ତି ମଧ୍ୟ କରୁଥାନ୍ତି l ମାଙ୍କ ଠାରୁ କାହାଣୀ ଶୁଣିବା ଓ ଗୀତା ଶୁଣିବା ପାଇଁ ଜିଦ୍ କରନ୍ତି କିନ୍ତୁ ଆଶ୍ଚର୍ଯ୍ୟର କଥା ହେଲା ସେ ଯାହା ଥରେ ଶୁଣନ୍ତି ମନେରଖନ୍ତି ଏବଂ ଅନ୍ୟମାନଙ୍କୁ ଶୁଣାନ୍ତି ମଧ୍ୟ l ପ୍ରାଥମିକ ଶିକ୍ଷା କଲାବେଳେ ଶିକ୍ଷକଙ୍କ କଥାକୁ ମନ ଦେଇ ଶୁଣନ୍ତି, ଏବଂ ବିଭିନ୍ନ ପ୍ରଶ୍ନର ଯଥାଯଥ ଉତ୍ତର ଦେଇ ଶିକ୍ଷକମାନଙ୍କୁ ଚମତ୍କୃତ କରନ୍ତି l ଭବିଷ୍ୟତରେ ଜଣେ ଉଚ୍ଚଧୀ- ସଂପନ୍ନ ବ୍ୟକ୍ତି ହେବେ ବୋଲି ପିଲାଦିନରୁ ହିଁ ଜଣାପଡ଼ୁଥିଲା l ପଢ଼ିବା ପ୍ରକୃତି ମଧ୍ୟ ବଡ଼ ବିଚିତ୍ର ଥିଲା l ସେ ଘରେ ବସି ଦୀର୍ଘ ସମୟ ଧରି ପଢୁ ନ ଥିଲେ l ଘରେ ଥିଲାବେଳେ ସେ ହୁଏତ ଅକାରଣ ଦୁଷ୍ଟାମୀ କରୁଥିଲେ ନତୁବା ଧ୍ୟାନ ମଗ୍ନ ହୋଇ ରହୁଥିଲେ l ସାଙ୍ଗମାନଙ୍କ ସହ କୁସ୍ତି କସରତ କରିବାକୁ ମଧ୍ୟ ସେ ଭଲପାଉଥିଲେ l

ଉଚ୍ଚ ଶିକ୍ଷା:-
୧୮୭୯ ଖ୍ରୀ. ରେ ସେ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାପରେ ସେ ସମୟର ପ୍ରସିଦ୍ଧ ‘ ପ୍ରେସିଡେନ୍ସି କଲେଜ ‘ ରେ ନାମ ଲେଖାଇଥିଲେ l କିନ୍ତୁ ଶାରିରୀକ ଅସୁସ୍ଥତା କାରଣରୁ ପାଠ ଛାଡ଼ି ଦେଇ ପୁଣି ‘ ଆସେମ୍ଳି ଇନଷ୍ଟିଚ୍ୟୁସନ ‘ ରେ ନାମ ଲେଖାଇଥିଲେ l ସେ ଏତେ ମେଧାବୀ ଓ ପ୍ରତ୍ୟୁତ୍ପନମତି ଥିଲେ ଯେ ଅଧ୍ୟାପକମାନଙ୍କ ଅତି ପ୍ରିୟ ହୋଇପାରିଥିଲେ l ସେ ଜଣେ ଚମତ୍କାର ବକ୍ତା ଥିଲେ l ଯେକୌଣସି ବିଷୟରେ ସେ ଅନର୍ଗଳ ତଥ୍ୟ ସଂପନ୍ନ ବକ୍ତୃତା ଆକର୍ଷଣୀୟ ଢଙ୍ଗରେ ଦେଇପାରୁଥିଲେ l

Swami Vivekananda in odia

ବିଲେ, ନରେନ୍ଦ୍ର ଓ ବିବେକାନନ୍ଦ:-
ଘରେ ତାଙ୍କୁ ପରିବାର ଲୋକେ ” ବିଲେ ” ବୋଲି ଡାକନ୍ତି l ପାଠ ପଢିବା ସମୟରେ ତାଙ୍କ ନାମ ଥିଲା “ନରେନ୍ଦ୍ର ଦତ୍ତ” l କିନ୍ତୁ ସହପାଠୀ ଓ ଅଧ୍ୟାପକମାନେ ତାଙ୍କୁ ” ନରେନ ” ବୋଲି ଡାକନ୍ତି l ‘ ବିଲେ ‘ ରୁ”ନରେନ୍ଦ୍ର” ହେବା ଭିତରେ ତାଙ୍କୁ ଏକ ଅଦ୍ଭୁତ ପ୍ରଶ୍ନ ସର୍ବଦା ବ୍ୟତିବ୍ୟସ୍ତ କରୁଥିଲା l ମାଙ୍କ ଠାରୁ ” ଭଗବାନ” ଙ୍କ ସମ୍ପର୍କରେ ଅନେକ କଥା ଶୁଣି ସେ ଭାବିବାକୁ ଲାଗିଲେ ଯେ ପ୍ରକୃତରେ ଭଗବାନ ଅଛନ୍ତି କି? ଯଦି ଅଛନ୍ତି ତେବେ ସେ କେଉଁଠି ରହନ୍ତି? ତାଙ୍କୁ କିଏ ଦେଖିଛି କି? ‘ ନରେନ ‘ ଙ୍କ ମନରେ ଏଇ ପ୍ରଶ୍ନରେ ଉତ୍ତର ତାଙ୍କ ସହପାଠୀମାନେ ଦେଇପାରନ୍ତି ନାହିଁ l ସମୟ କ୍ରମେ ସେ କଲିକତାର ପ୍ରସିଦ୍ଧ ଦକ୍ଷିଣକାଳୀ ପୀଠରେ ରାମକୃଷ୍ଣ ପରମହଂସଙ୍କ ସଂସ୍ପର୍ଶରେ ଆସିବାପରେ ତାଙ୍କ ଜୀବନ ସମ୍ପୂର୍ଣ୍ଣ ବଦଳିଗଲା l

ନରେନରୁ ବିବେକାନନ୍ଦ:-
ସେ ଲୋକମୁଖରୁ ରାମକୃଷ୍ଣ ପରମହଂସଙ୍କ ସମ୍ପର୍କରେ ଶୁଣି ନିଜ ମନର ପ୍ରଶ୍ନର ଉତ୍ତର ପାଇବା ପାଇଁ ତାଙ୍କୁ ସାକ୍ଷାତ କରିଥିଲେ l କିନ୍ତୁ ପ୍ରଥମ ସାକ୍ଷାତରେ ହିଁ ଉଭୟେ ଉଭୟଙ୍କ ପ୍ରତି ଆକୃଷ୍ଟ ହୋଇଗଲେ l ଧୀରେ ଧୀରେ ଉଭୟଙ୍କ ମଧ୍ୟରେ ଏକ ଅଲୌକିକ ସଂପର୍କ ବଢ଼ିବାରେ ଲାଗିଲା l ଜଣେ ଅନୁଭବ କଲେ ଯେ ଅନ୍ୟ ଜଣକ କେବଳ ଏକ ସାଧାରଣ ଶିଷ୍ୟ ବା ଜ୍ଞାନ ପିପାସୁ ଛାତ୍ର ନୁହେଁ l ତା’ ଭିତରେ ଐଶ୍ୱରୀୟ ଶକ୍ତି ବିଦ୍ୟମାନ ନିଶ୍ଚୟ ରହିଛି l ଅପର ବ୍ୟକ୍ତି ଜଣକ ମଧ୍ୟ ଅନୁଭବ କଲେ ଯେ ଏହି ସରଳ ଅମାୟିକ ବ୍ୟକ୍ତି ଜଣକ ” କେବଳ ଜଣେ ବ୍ୟକ୍ତି ” ନୁହନ୍ତି ବରଂ ଭଗବାନଙ୍କ ପ୍ରତ୍ୟକ୍ଷ ସାନିଧ୍ୟ ଲାଭ କରିଥିବା ମହାତ୍ମା ମହାପୁରୁଷ l ପରସ୍ପର ପରସ୍ପରକୁ ଏତେ ଭଲ ପାଉଥିଲେ ଯେ, କ୍ଷଣିକ ପାଇଁ ଦୂରେଇ ରହିବାକୁ ଚାହୁଁନଥିଲେ l ‘ ନରେନ ‘ ରାମକୃଷ୍ଣଙ୍କୁ ସାକ୍ଷାତ ଈଶ୍ୱର ମନେ କରୁଥିଲା ବେଳେ ‘ ନରେନ ‘ ଭିତରେ ରାମକୃଷ୍ଣ ନିଜକୁ ଦେଖୁଥିଲେ l

Swami Vivekananda in odia

ଏହାହିଁ ଦୁଇଟି ଆତ୍ମା ମଧ୍ୟରେ ଘଟୁଥିବା ଏକ ଆତ୍ମାବୋଧତା l ତେଣୁ ଦିବ୍ୟଦ୍ରଷ୍ଟା ରାମକୃଷ୍ଣ ପରମହଂସ ଦିନେ ଘୋଷଣା କରିଥିଲେ ଯେ ” ଆଜିର ଏହି କିଶୋର ଆଗାମୀ ଦିନରେ ଭାରତର ଗୌରବକୁ ଧରପୃଷ୍ଠରେ ଚନ୍ଦ୍ର ଜ୍ୟୋତ୍ସ୍ନା ଭଳି ସିଂଚନ କରିବ , ” ” ମର୍ତ୍ତ୍ୟ ମଣ୍ଡଳେ ଦେହ ବହି, ଦେବତା ହୋଇଲେ ମରଇ ” l ଠାକୁର ପରମହଂସ ଇହଲୀଳା ସମ୍ବରଣ କରିବା ପରେ ରାମକୃଷ୍ଣ ମଠର ସମସ୍ତ ଗୁରୁ ଦାୟିତ୍ଵ ନରେନ ବହନ କଲେ l ୧୮୮୮ ରେ ସେ ଭାରତ ଭ୍ରମଣରେ ଯାଇ ଶେଷରେ କନ୍ୟାକୁମାରୀ ଠାରେ ପହଞ୍ଚିଲେ l ସମୁଦ୍ର ମଧ୍ୟସ୍ଥ ଏକ ସୁନ୍ଦର ମନୋରମ ପଥର ଉପରେ ବସି ସେ ସମାଧିସ୍ଥ ଅବସ୍ଥାରେ ଭଗବତ୍ ଦର୍ଶନ ଲାଭ କରିଥିଲେ l ସେବେଠାରୁ ସେ ” ନରେନ ” ରୁ ” ସ୍ବାମୀ ବିବେକାନନ୍ଦ ” ରୂପେ ସମଗ୍ର ବିଶ୍ୱରେ ପରିଚିତ ହୋଇଥିଲେ l

 

ବିଶ୍ଵ ବିଜୟ:-
୧୮୯୩ ରେ ଆମେରିକାର ଚିକାଗୋ ସହର ଠାରେ ” ବିଶ୍ଵଧର୍ମ ସମ୍ମିଳନୀ ” ଅନୁଷ୍ଠିତ ହେଇଥାଏ l ଭକ୍ତମାନଙ୍କ ଆଗ୍ରହ ଯୋଗୁଁ ସେ ସେହି ସମ୍ମିଳନୀରେ ଯୋଗଦେବା ପାଇଁ ବହୁ ବାଧାବିଘ୍ନ ସତ୍ତ୍ୱେ ଆମେରିକା ଯାତ୍ରା କଲେ l ନଭେମ୍ବର ୧୧ ତାରିଖ ଦିନ ବିଶ୍ଵ ଭାତୃତ୍ୱର ଆହ୍ବାନ ଦେଇ ସେହି ତରୁଣ ଭାରତୀୟ ସନ୍ୟାସୀ ଯେଉଁ ଭାରତୀୟ ଆଧ୍ୟାତ୍ମିକ ଦର୍ଶନର ସହଜ ସରଳ ଉପସ୍ଥାପନ କଲେ ତାହା ସମଗ୍ର ବିଶ୍ବକୁ ଚମତ୍କୃତ କରିଥିଲା l ମଥାରେ ଗୌରିକ ପଗଡ଼ି, ଦେହରେ ଲମ୍ବା ଗୌରୀକ ବସ୍ତ୍ର ପରିହିତ ଜ୍ଞାନ ଉଦଭାସିତ ଯୁବ ସନ୍ୟାସୀ ଜଣକ ଅତି ଅଳ୍ପ ଦିନ ମଧ୍ୟରେ ବିଶ୍ଵ ପଣ୍ଡିତ ମଧ୍ୟରେ ଯେପରି ଆଦରଣୀୟ ହୋଇପାରିଥିଲେ, ସେପରି କୋଟି କୋଟି ଯୁବକଙ୍କ ପାଇଁ ଆଦର୍ଶରେ ପରିଣତ ହୋଇଗଲେ, ଦେଶ ବିଦେଶରେ ତାଙ୍କର ସହସ୍ରାଧିକ ଭକ୍ତ ହୋଇଥିଲେ l

ମହାପ୍ରୟାଣ:-
ଜୁଲାଇ ୪ ତାରିଖ ୧୯୦୨ ରେ ମାତ୍ର ୩୯ ( ୩୮ ବର୍ଷ ୫ ମାସ ୨୨ ଦିନ) ବର୍ଷ ବୟସରେ ସେ ଇହଧାମ ତ୍ୟାଗ କରିବା ପୂର୍ବରୁ ସେ ଦୁଇଥର ଆମେରିକା ଓ ୟୁରୋପ ଯାତ୍ରା କରି ଭାରତୀୟ ସଂସ୍କୃତିର ଉତ୍କର୍ଷତା ପ୍ରତିପାଦନ କରିଥିଲେ l ରାମକୃଷ୍ଣ ମିଶନ ପ୍ରତିଷ୍ଠା କରି ଶିକ୍ଷା, ସ୍ଵାସ୍ଥ୍ୟ ପ୍ରଭୃତିର ସେବା କରି ନିଜକୁ ଉତ୍ସର୍ଗ କରିଥିଲେ l

Jyotirmayee Sahu:
M.A., MEd

Collected from:-
କୋଣାର୍କ ପ୍ରକାଶନୀ (ପ୍ରକାଶକ)
ରାମନାଥ ସାହୁ ( ସଂଗ୍ରାହକ)

Swami Vivekananda in odia Free PDF 

Download PDF Click Here
Odia MCQ Test Click Here

Swami Vivekananda in odia, Swami Vivekananda in odia, Swami Vivekananda in odia, Swami Vivekananda in odia, Swami Vivekananda in odia, Swami Vivekananda in odia, 

More Read Swami Vivekananda Biography in OdiaClick Here

Leave a Comment

error: Content is protected !!