Swachh Bharat Essay in Odia

Swachh Bharat Essay in Odia PDF Download

Facebook
Telegram
WhatsApp
LinkedIn

Swachh Bharat Essay in Odia: Swachh Bharat is the campaign launched by the Indian Prime Minister, Narendra Modi, with the goal of making India free of open defecation by 2019. This ambitious goal has been met with some criticism – many believe it is unrealistic and that India will not be able to meet it. However, there is no doubt that Swachh Bharat is an important campaign and one that deserves our attention. In this essay, we will explore why open defecation is such a problem and why it deserves to be ranked alongside violence and poverty as one of the nation’s main problems.

Swachh Bharat Essay in Odia

ଶିଶୁ ରଚନାବଳୀ

ସ୍ୱଚ୍ଛ ଭାରତ ଅଭିଯାନ

ଉପକ୍ରମ:-
ସ୍ଵଚ୍ଛତା ଏକ ପବିତ୍ର ଗୁଣ l ଏହା ମଣିଷକୁ ଶୁଭ୍ର, ଶାନ୍ତ ଓ କର୍ମ ତତ୍ପର କରାଏ l ସ୍ଵଚ୍ଛତା ଆମ ପରମ୍ପରା ଓ ଜୀବନର ଏକ ଧାରା l ଭଗବାନଙ୍କ ସୃଷ୍ଟିରେ ମନୁଷ୍ୟ ହେଉଛି ଅଧିକ ଚତୁର l ମନୁଷ୍ୟ ତା’ର ବୁଦ୍ଧି ଓ କୌଶଳ ଦ୍ଵାରା ସାରା ଜଗତକୁ ଜିଣି ପାରିଛି l ଏ ସବୁ ସତ୍ତ୍ୱେ ମନୁଷ୍ୟ ଏକ ସାମାଜିକ ପ୍ରାଣୀ l ମନୁଷ୍ୟ ବଞ୍ଚିବାକୁ ହେଲେ ତାର ମୌଳିକ ଆବଶ୍ୟକତା ସହିତ ସ୍ୱଚ୍ଛ ପରିବେଶ ଲୋଡା l ସ୍ୱଚ୍ଛ ପରିବେଶ ମଣିଷକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ l କିନ୍ତୁ ଏ ସବୁ ସତ୍ତ୍ୱେ ଯଦି ପରିବେଶ ସ୍ୱଚ୍ଛ ନ ରହିବ , ତେବେ ମଣିଷ ରୋଗ ଗ୍ରସ୍ତ ହୋଇଥାଏ l ସ୍ୱଚ୍ଛ ପରିବେଶ ଓ ସ୍ୱଚ୍ଛ ବାୟୁମଣ୍ଡଳ, ମଣିଷର ଆୟୁ ବୃଦ୍ଧି କରିଥାଏ l
ଆମ ଜାତିର ପିତା ମହାତ୍ମା ଗାନ୍ଧୀ ସ୍ଵଚ୍ଛତାକୁ ବହୁତ ମହତ୍ତ୍ୱ ଦେଉଥିଲେ l ତାଙ୍କ ସମୟରେ ଗ୍ରାମ ସଫେଇ କାର୍ଯ୍ୟକ୍ରମ କରି ଗାଁକୁ ସଫା କରୁଥିଲେ ଏବଂ ସ୍ୱଚ୍ଛ ଭାରତ ଗଠନ ପାଇଁ ଆହ୍ବାନ ଦେଉଥିଲେ l ଗାନ୍ଧିଜୀଙ୍କ ମତରେ ” sanitation is more important than independence”.
ଗାନ୍ଧିଜୀ ସ୍ଵଚ୍ଛତା ପ୍ରେମୀ ଥିଲେ, ତାଙ୍କର ଏହି ମହତ ଉଦ୍ଦେଶ୍ୟକୁ ଆଗେଇ ନେବା ପାଇଁ, ଆମର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ,୨୦୧୪ ମସିହା ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ଦିନ” ସ୍ୱଚ୍ଛ ଭାରତ ଅଭିଯାନ” ର ଆରମ୍ଭ କରିଥିଲେ l ଏହି କାର୍ଯ୍ୟକ୍ରମକୁ ପ୍ରତ୍ୟେକ ସ୍କୁଲ, କଲେଜ, ଗାଁ ଏବଂ ସହରରେ ପାଳନ କରିବା ପାଇଁ ଦେଶବାସୀଙ୍କୁ ଅନୁରୋଧ କରିଥିଲେ l

ବର୍ଣ୍ଣନା:-
ସ୍ୱଚ୍ଛ ଭାରତ ଅଭିଯାନ ହେଉଛି ଭାରତ ସରକାରଙ୍କ ଦ୍ୱାରା ଚାଳିତ ଏକ ରାଷ୍ଟ୍ରବ୍ୟାପି ଅଭିଯାନ l ଯାହାଦ୍ଵାରା ଆମେ ନିଜ ପରିବେଶ ସ୍ୱଚ୍ଛ ଓ ସୁନ୍ଦର ରଖିବା ସହିତ ଆମ ଦେଶକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା l ବୈଦିକ ଯୁଗରେ ମୁନିଋଷିମାନେ ସରଳ ଜୀବନ ଯାପନ ସହିତ ପରିବେଶକୁ ସ୍ୱଚ୍ଛ ରଖିବା ପାଇଁ ଯତ୍ନଶୀଳ ଥିଲେ l ଅତୀତ କାଳରେ ଏତେ ଲୋକସଂଖ୍ୟା ନ ଥିଲା, ଶିଳ୍ପ କାରଖାନା ନ ଥିଲା, ସହର ବଜାରର ଏତେ ବ୍ୟାପ୍ତି ନ ଥିଲା l ତେଣୁ ସେ ସମୟରେ ପରିବେଶ ଥିଲା ଅପେକ୍ଷାକୃତ ସ୍ୱଚ୍ଛ l ଯେତେବେଳେ ଜନସଂଖ୍ୟା ବଢ଼ିଲା, ଲୋକେ ନାନା ଶିଳ୍ପ କାରଖାନା ଗଢ଼ି ଉଠିଲେ ଏବଂ ବିଭିନ୍ନ ସ୍ଥାନରେ ବସବାସ କଲେ l କେହିବି ସ୍ଵଚ୍ଛତା ଉପରେ ଗୁରୁତ୍ଵ ଦେଲେ ନାହିଁ l ସ୍ଥାନେ ସ୍ଥାନେ ସ୍କୁଲ, କଲେଜ ସବୁ ପ୍ରସାର ଲାଭ କଲା l ମାତ୍ର କୌଣସି ସ୍ଥାନରେ ସ୍ଵଚ୍ଛତା ରକ୍ଷା କରାଗଲା ନାହିଁ l ଶିଳ୍ପ କାରଖାନାରୁ ନିର୍ଗତ ଦୂଷିତ ଜଳ ଓ ଆବର୍ଜନାକୁ ନଦୀମାନଙ୍କରେ ଛାଡ଼ି ଦିଆଗଲା l ଯାହାଦ୍ଵାରା ନଦୀଜଳ ମଧ୍ୟ ଦୂଷିତ ହେଲା l ଲୋକମାନେ ରାସ୍ତାଘାଟ ପାର୍ଶ୍ଵରେ, ପଡ଼ିଆରେ ମଳତ୍ୟାଗ କଲେ l ଆବର୍ଜନୀୟ ଗାଁ ଓ ନଗରକୁ ଦେଖିଲେ ମନେହେବ ସତେଯେପରି କୁଷ୍ଠରୋଗଗ୍ରସ୍ତ ହୋଇ ସ୍ଥାନଗୁଡିକୁ ସବୁ ବିକୃତ ଦେଖାଯାଉଛି l

ସ୍ବାଧୀନତାର ପରେ ଦେଶର ଅସ୍ୱଚ୍ଛ ବାତାବରଣ:-
ପ୍ରଶ୍ନ ଆସିଲେ କିଏ ଏହି ସ୍ଵଚ୍ଛତା ସୃଷ୍ଟି କରିବ ? ଏହାର ଉତ୍ତରରେ ମଣିଷ ହିଁ ଏହି କାର୍ଯ୍ୟ କରିପାରିବ, ପଶୁ ନୁହେଁ l ଥରେ ମହାତ୍ମା ଗାନ୍ଧୀ ଟ୍ରେନରେ ଯାଉଥିବା ବେଳେ ତାଙ୍କ ବଗିରେ ଦେଖିଲେ ବଗିସାରା ଛେପଖଙ୍କାର ପଡ଼ିଛି l ବଗି ଆବର୍ଜନାରେ ଭର୍ତ୍ତି ହୋଇଯାଇଛି l ଗାନ୍ଧିଜୀ କାହାରିକୁ କିଛି ନ କହି ପକେଟରୁ ରୁମାଲ ବାହାର କରି ବଗିଟିକୁ ସଫା କରିବାକୁ ଲାଗିଲେ l ଲୋକେ ଗାନ୍ଧିଜୀଙ୍କ ଏପରି କାର୍ଯ୍ୟ ଦେଖି ସ୍ତବ୍ଧ ହୋଇଗଲେ l ଗାନ୍ଧିଜୀଙ୍କ କାର୍ଯ୍ୟକଳାପ ଦେଖି ଲୋକେ ମଧ୍ୟ ସଫେଇ କଲେ l ଏଥିରୁ ଜଣାପଡିଲା ଯେ ଅନ୍ୟକୁ ଆଦେଶ ଦେଇ ବା ହୁକୁମ ଦେଇ ସ୍ଵଚ୍ଛତା ରକ୍ଷା କରାଯାଇପାରେ ନାହିଁ l ନିଜେ ଆଦର୍ଶ ଦେଖାଇଲେ ଅନ୍ୟମାନେ କ୍ରମେ ସେହି ଆଦର୍ଶରେ ଅନୁପ୍ରାଣିତ ହେବେ l ତେଣୁ ଗାନ୍ଧିଜୀ ନିଜେ ସ୍ଵଚ୍ଛତା ନିୟମ ପାଳନ କରିବା ସହିତ ଅନ୍ୟମାନଙ୍କୁ ମଧ୍ୟ ପ୍ରେରିତ କରାଇଥିଲେ l

ସ୍ୱଚ୍ଛ ଭାରତ ଗଠନର ଆହ୍ବାନ:-
ସ୍ୱଚ୍ଛ ଭାରତ ଅଭିଯାନ ଏକ ସ୍ୱଚ୍ଛତା ଅଭିଯାନ ଅଟେ l ଗୋଟେ ପଟେ ନୋଟବନ୍ଦୀ ଜରିଆରେ ମୋଦୀ ଯେମିତି ଭ୍ରଷ୍ଟ ଲୋକଙ୍କୁ ସଫା କରିଛନ୍ତି ସେମିତି ଅଲଗା ପଟେ ସ୍ଵଚ୍ଛତା ଅଭିଯାନ ଜରିଆରେ ଦେଶରେ ବ୍ୟାପିଯାଇଥିବା ଅଳିଆକୁ ସଫା କରିବାରେ ଲାଗିଛନ୍ତି l ଯାହାର ଆରମ୍ଭ ୨ ଅକ୍ଟୋବର ୨୦୧୪ ରେ ଗାନ୍ଧିଜୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ଏହାର ଆରମ୍ଭ କରାଯାଇଥିଲା l ଗାନ୍ଧିଜୀଙ୍କ ସ୍ବପ୍ନ ଥିଲା କି ଭାରତ କେମିତି ଏକ ସ୍ୱଚ୍ଛ ରାଷ୍ଟ୍ରରେ ପରିଣତ ହୋଇପାରିବ l ଏଥିପାଇଁ ତାଙ୍କ ଜନ୍ମଦିନକୁ ଏହି ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ କରିବାର ଶୁଭ ଦିନ ଭାବରେ ଗ୍ରହଣ କରାଯାଇଥିଲା l
ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ବନାରସରେ ଘୋଷଣା କଲେ ପବିତ୍ର ଗଙ୍ଗା ନଦୀକୁ ସଫା କରି ତାହାର ସ୍ଵଚ୍ଛତା ରକ୍ଷା କରିବା ପାଇଁ l ତାଙ୍କର ଏହି ଆହ୍ୱାନରେ, ଲୋକେ ସ୍ଵତଃ ପ୍ରବୃତ୍ତ ହୋଇ ଗଙ୍ଗା ନଦୀକୁ ସଫା କରିବାକୁ ଉଦ୍ୟମ କଲେ l ଭାରତବର୍ଷର ଉଚ୍ଚ ନ୍ୟାୟାଳୟ ମଧ୍ୟ ନିର୍ଦ୍ଦେଶ ଦେଲେ ଗଙ୍ଗାନଦୀକୁ ଯଥାଶୀଘ୍ର ସ୍ୱଚ୍ଛ କରିବା ପାଇଁ l ସେହିବର୍ଷ ଅକ୍ଟୋବର ମାସ ୨ ତାରିଖ ଦିନ ଗାନ୍ଧୀ ଜୟନ୍ତୀ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱଚ୍ଛ ଭାରତ ଅଭିଯାନ ପାଇଁ ଆହ୍ବାନ ଦେଇଥିଲେ l ଏହି ଆହ୍ବାନ କ୍ରମେ ପ୍ରଧାନମନ୍ତ୍ରୀ ଓ ଅନ୍ୟାନ୍ୟ ମନ୍ତ୍ରୀମାନେ , ସରକାରୀ ଅଫିସର ଓ କର୍ମଚାରୀମାନେ ସଫେଇ କାର୍ଯ୍ୟ କଲେ l ଭାରତର ପ୍ରତ୍ୟେକ ରାଜ୍ୟ ସରକାର ମଧ୍ୟ ସଫେଇ କାର୍ଯ୍ୟ କଲେ l ଭାରତର ପ୍ରତ୍ୟେକ ରାଜ୍ୟ ସରକାର ମଧ୍ୟ ସ୍ୱଚ୍ଛ ରାଜ୍ୟ ନିର୍ମାଣ ପାଇଁ ପ୍ରତିଜ୍ଞା ନେଲେ l

ସରକାରୀ ଓ ବେସରକାରୀ ସ୍ତରରେ କର୍ତ୍ତବ୍ୟ:-
ସମ୍ପ୍ରତି ସ୍ୱଚ୍ଛ ଭାରତ ଅଭିଯାନ ହୋଇଯାଇଛି ଏକ ବେଦମନ୍ତ୍ର l ଏହି କାର୍ଯ୍ୟ କେନ୍ଦ୍ର ସରକାରଙ୍କ ସହ ରାଜ୍ୟର ସମସ୍ତ ରାଜ୍ୟ ସରକାରଙ୍କର ମଧ୍ୟ l ଯେଉଁମାନେ ନିର୍ବିଚାରରେ ପରିବେଶକୁ ନଷ୍ଟ କରୁଛନ୍ତି, ରାସ୍ତାଘାଟକୁ ଆବର୍ଜନାମୟ କରୁଛନ୍ତି, ସେମାନଙ୍କୁ କେବଳ ସରକାର ହିଁ ଦଣ୍ଡ ଦେଇପାରିବେ l ଯେଉଁ ଶିଳ୍ପ ଅନୁଷ୍ଠାନଗୁଡ଼ିକ ନିଜ ଇଚ୍ଛା ମୁତାବକ ନଦୀକୁ ଦୂଷିତ ଜଳ ଛାଡୁଛନ୍ତି , କାରଖାନାରୁ ବାହାରୁଥିବା ଧୂଆଁକୁ ନିୟନ୍ତ୍ରଣ କରୁନାହାନ୍ତି, ସେମାନଙ୍କୁ କେବଳ ସରକାର ହିଁ ନିୟନ୍ତ୍ରଣ କରିପାରିବେ l ଏଥିପାଇଁ ସମସ୍ତ ସ୍ବେଚ୍ଛାସେବୀ ଅନୁଷ୍ଠାନ ମଧ୍ୟ ସରକାରଙ୍କୁ ଏହିଭଳି ମହତ୍ କାର୍ଯ୍ୟରେ ସାହାଯ୍ୟ କରିପାରିବେ l ତେଣୁ ଯଥାର୍ଥରେ କହିବାକୁ ଗଲେ ଆମେ ସମସ୍ତେ ଯଦି ସ୍ଵଚ୍ଛତା ପ୍ରତି ସଜାଗ ରହିବା ତେବେ ଆମ ପରିବେଶ ସ୍ୱଚ୍ଛ ସୁନ୍ଦର ରହିବା ସହିତ ମନ ନିର୍ମଳ ରହିବ l କର୍ମ ପ୍ରେରଣା ସୃଷ୍ଟି ହେବ l ଲୋକେ ଯଦି ଉଦାସୀନ ରହି କେବଳ ସରକାରଙ୍କ ଉପରେ ଛାଡ଼ିଦେବେ, ତେବେ କେବେ ସ୍ଵଚ୍ଛତା ସୃଷ୍ଟି ହେବ ନାହିଁ l

ଉପସଂହାର:-
କେବଳ ଲୋକ ଦେଖାଣିଆ ଢଙ୍ଗରେ ହାତରେ ଝାଡୁ ଧରି କିଛି ସମୟ ସଫାକରିବା , ଫୋଟ ଉଠାଇ ଗଣ ମାଧ୍ୟମରେ ପ୍ରକାଶ କଲେ ସ୍ୱଚ୍ଛ ଭାରତ ଅଭିଯାନ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବ ନାହିଁ l ସ୍ୱଚ୍ଛ ଭାରତ ନିର୍ମାଣର ବିଭିନ୍ନ କାର୍ଯ୍ୟକ୍ରମକୁ ସର୍ବବିଧ ସ୍ଵଚ୍ଛତା ମଧ୍ୟରେ କିପରି ଆଗେଇ ନେବାକୁ ହେବ, ତାହାର ଧାରଣା ଜନସାଧାରଣଙ୍କ ମନରେ ଜାଗ୍ରତ କରିପାରିଲେ ନିଶ୍ଚିତ ଲକ୍ଷ୍ୟ ସାଧିତ ହେବ l ଏହି ପରିପ୍ରେକ୍ଷୀରେ ଗାନ୍ଧିଜୀଙ୍କ ଉକ୍ତି ସ୍ମରଣୀୟ-” ପ୍ରତ୍ୟେକ ବ୍ୟକ୍ତି ନିଜକୁ ଜଣେ ସଫେଇ କର୍ମୀ ମନେକରିବା ଉଚିତ l ସ୍ବାଧୀନତାଠାରୁ ସ୍ଵଚ୍ଛତା ଆହୁରି ମହତ୍ତ୍ୱପୂର୍ଣ୍ଣ l” ଏହି ଚିନ୍ତନ ଦ୍ଵାରା ହିଁ ” ସ୍ୱଚ୍ଛ ଭାରତ ସହ ସୁସ୍ଥ ଭାରତର ଛବି ଉଦ୍ ଭାସିତ ହେବ l”

Written By 
Jyotirmayee Sahu
M.A, MEd 

Odia MCQ Test Click Here
Swachh Bharat Essay in Odia PDF Download Click Here

Swachh Bharat Essay in Odia, Swachh Bharat Essay in Odia Swachh Bharat Essay in Odia Swachh Bharat Essay in Odia Swachh Bharat Essay in OdiaSwachh Bharat Essay

Leave a Comment

error: Content is protected !!