Summer Season Essay In Odia

ଗ୍ରୀଷ୍ମଋତୁ Summer Season Essay In Odia Free Downoad

Facebook
Telegram
WhatsApp
LinkedIn

Summer Season Essay In Odia: Summer is one of the most cherished seasons in Odia. The weather is hot and humid, the skies are blue and the sun is shining. This season is a time to relax and enjoy the company of family and friends. Odia has a lot to offer in terms of outdoor activities such as swimming, fishing, and camping. There are also plenty of places to enjoy indoor activities such as going to the movies, dining out, or spending time with friends at home. There’s something for everyone to do during this sunny season.

A summer season is the best time to enjoy the company of loved ones, relax after a hectic work schedule, and recharge your batteries. But what are the best ways to spend your summer? Here are writing in Odia to help you have the best summer ever for junior student.

ଶିଶୁ ରଚନାବଳୀ

ଗ୍ରୀଷ୍ମଋତୁ

ଉପକ୍ରମ:-
ବର୍ଷକ ବାର ମାସ ଛଅ ଋତୁ l ସବୁଠାରୁ ଆଦ୍ୟ ଋତୁ ହେଲା ଗ୍ରୀଷ୍ମଋତୁ l ସାଧାରଣ ଭାବେ ବୈଶାଖ ଓ ଜ୍ୟେଷ୍ଠ ମାସରେ ଗ୍ରୀଷ୍ମଋତୁ ଅନୁଭବ ହୋଇଥାଏ l ଧରିତ୍ରୀର ରଙ୍ଗୀନ ରଙ୍ଗମଞ୍ଚରୁ ଶାନ୍ତ, କାନ୍ତ, ସ୍ନିଗ୍ଧ ଓ ଛବିଳ ବାସନ୍ତୀ ଦୃଶ୍ୟରାଜି ଅନ୍ତହିତ ହେବା ପରେ ରୁକ୍ଷ, ଶୁଷ୍କ ଓ ନିରସ ନିଦାଘ ପୁନର୍ବାର ସେଇ ମଞ୍ଚରେ ପଦାର୍ପଣ କରେ l ନିଦାଘର ଆଗମନରେ ଜନସମାଜ ଅତିଷ୍ଠ ହୁଅନ୍ତି l ବସନ୍ତର ରମଣୀୟ ଦୃଶ୍ୟ ପରିବର୍ତ୍ତେ ଅବନୀର ଦୃଶ୍ୟ ଅତ୍ୟନ୍ତ ରୁକ୍ଷ, ଧୂସର ଦେଖାଯାଏ l

ପ୍ରାକୃତିକ ଅବସ୍ଥା:-
ଛଅଟି ଋତୁ ମଧ୍ୟରୁ ପ୍ରାୟତଃ ଚାରିଟି ଋତୁ ବିଶେଷ ଭାବରେ ଅନୁଭୂତି ହୋଇଥାଏ l ସେଥିରୁ ଗ୍ରୀଷ୍ମଋତୁ ପ୍ରଧାନ l ଏହି ଋତୁରେ ପ୍ରାକୃତିକ ପରିବେଶର ଘୋର ପରିବର୍ତ୍ତନ ହୁଏ l ସୂର୍ଯ୍ୟଙ୍କ କିରଣ ବହୁତ ପ୍ରଖର ହୁଏ l ଝାଞ୍ଜି ପବନ ବହେ l ନଈବାଲି , ଗାଁ ଦାଣ୍ଡ ଧୂଳି ତାତିରେ ଖଇ ଫୁଟେ l ମାଟି ଫାଟିଯାଏ l ଗଛପତ୍ର ଘାସ ଶୁଖିଯାଏ l ଜଳଚର ଜୀବମାନେ ଛଟପଟ ହୁଅନ୍ତି l ଦିନ ବଡ଼ ରାତି ସାନ ହୁଏ l ବେଳେବେଳେ ଖଣ୍ଡିଆଭୂତ, ଝଡତୋଫାନ ସୃଷ୍ଟି ହୁଏ l ଦେହରୁ ଗମ୍ ଗମ୍ ଝାଳ ବହେ l ଘରୁ ପଦାକୁ ବାହାରି ହୁଏ ନାହିଁ l ଥଣ୍ଡା ପାଣି, ସରବତ, ପଖାଳ ଖାଇବାକୁ ଭଲଲାଗେ l ଗ୍ରୀଷ୍ମଋତୁ ଶେଷ ହୋଇ ଆସିଲାବେଳକୁ ଆକାଶରେ ଭେଳା ଭେଳା ହୋଇ ମେଘସବୁ ଭାସେ l ଉପରବେଳା କାଳବୈଶାଖୀ ହୁଏ l ବର୍ଷା ହୁଏ l ଘଡ଼ଘଡ଼ି ମାରେ l ବଜ୍ରପାତ ହୁଏ l ପଶୁପକ୍ଷୀମାନେ ଗଛ ଛାଇରେ ରହିବାକୁ ଭଲପାଆନ୍ତି l ପାଣିର ଅଭାବ ହେତୁ ପକ୍ଷୀ ଓ ପଶୁମାନେ ବହୁତ କଷ୍ଟ ଅନୁଭବ କରନ୍ତି l ଥଣ୍ଡା ପାନୀୟ ଓ ପଇଡ଼ ପାଣିର ଆଦର ବଢେ l ହାଟବଜାରରେ ଏ ସବୁ ଦ୍ରବ୍ୟ ଅତି ଚଢା ମୂଲ୍ୟରେ ବିକ୍ରୟ ହୁଏ l ତୃଷାର୍ତ୍ତ ଲୋକ ଥଣ୍ଡାପାଣି , ସର୍ବତ ଓ ପଇଡ଼ ପାଣି ପାନ କରି ତୃପ୍ତି ଲାଭକରେ l ସୁତରାଂ ଥଣ୍ଡା ପାନୀୟ, ସର୍ବତ, ପଇଡ଼ ଓ ଆଖୁରସ ଦୋକାନମାନଙ୍କରେ ପ୍ରବଳ ଭିଡ଼ ହୁଏ l ଅସହ୍ୟ ଗରମରୁ ରକ୍ଷା ପାଇବା ପାଇଁ ଲୋକମାନେ ନିଜ କଳେବରରେ ଚନ୍ଦନ ଲେପନ କରନ୍ତି l କେହି କେହି ଆଦ୍ର ବସ୍ତ୍ର ପରିଧାନ କରନ୍ତି l ବୃଦ୍ଧ ଲୋକମାନେ ଆଦ୍ର ପ୍ରୋଛଣି ବ୍ୟବହାର କରନ୍ତି l

ଉପକାରିତା:-
ଗ୍ରୀଷ୍ମଋତୁରେ ଯେତେ ପ୍ରବଳ ଖରା ହୁଏ ସେତେ ନଈ, ନାଳ, ସମୁଦ୍ର ତଥା ପୋଖରୀର ପାଣି ବାଷ୍ପୀଭୂତ ହୋଇ ଉପରକୁ ଉଠେ l ବାୟୁ ଦେହରେ ଏହି ଜଳୀୟ କଣା ଥାଏ l ଏଗୁଡ଼ିକ ମେଘ ଖଣ୍ଡ ହୋଇ ବର୍ଷା କରାଏ l ଅସରାଏ ଅସରାଏ ବର୍ଷା ହେଲେ ଚାଷୀମାନେ ବିଲକୁ ହଳ କରିଥାଆନ୍ତି l ଖରାର ପ୍ରଚଣ୍ଡରେ ଘାସ ଗ୍ରନ୍ଥ ସବୁ ମରିଯାଏ l ବର୍ଷା ହେଲେ ଜମିରେ ବିହନ ବୁଣାଯାଏ l ଜ୍ୟେଷ୍ଠ ମାସରେ କଦଳୀ ଗଛ ସବୁ ମଧ୍ୟ ରୋପଣ କରାଯାଏ l

ଅପକରିତା:-
ପ୍ରଚଣ୍ଡ ଖରା ହେତୁ ମଣିଷ, ପଶୁପକ୍ଷୀ, ବୃକ୍ଷଲତା ଡହଳ ବିକଳ ହୁଅନ୍ତି ଟୋପାଏ ପାଣି ପାଇଁ l ଗରମରେ ବଥ ହୁଏ l ଅଂଶୁଘାତରେ ଲୋକେ, ପଶୁପକ୍ଷୀ ମରିଯାଆନ୍ତି l

ଫୁଲ ଫଳ:-
ଗ୍ରୀଷ୍ମଋତୁରେ ମଲ୍ଲୀ, ଚମ୍ପା ଓ ବଉଳଫୁଲ ଫୁଟେ l ଏ ସବୁ ଫୁଲର ସୁରଭିରେ ବାୟୁମଣ୍ଡଳ ସୁରଭିତ ହୁଏ l ପ୍ରସ୍ଫୁଟିତ ପୁଷ୍ପର ବାସରେ ପଲ୍ଲୀପ୍ରାଣ ଆଲ୍ହାଦିତ ହୁଏ l ଆମ୍ବ, ପଣସ, ଖଜୁରୀ ପାଚେ l ସବୁସ୍ଥାନରେ ପ୍ରଚୁର ତାଳ ମିଳେ l ସ୍ଵାଦିଷ୍ଟ ପକ୍ବ ଆମ୍ବ, ପଣସ ନିରସ ପଲ୍ଲୀ ଜୀବନରେ ମାଦକତା ସୃଷ୍ଟି କରେ l

ପର୍ବପର୍ବାଣୀ:-
ଗ୍ରୀଷ୍ମଋତୁରେ ବିଭିନ୍ନ ପର୍ବପର୍ବାଣୀ ପାଳିତ ହୋଇଥାଏ l ପଣା ସଂକ୍ରାନ୍ତି, ଅକ୍ଷୟ ତୃତୀୟା, ସାବିତ୍ରୀ ବ୍ରତ, ରଜ ସଂକ୍ରାନ୍ତି, ଚନ୍ଦନ ଯାତ୍ରା, ସ୍ନାନ ପୂର୍ଣ୍ଣିମା ଆଦି ପର୍ବପର୍ବାଣୀ ଏହି ସମୟରେ ଲୋକେ ପାଳନ କରିଥାଆନ୍ତି l

ଶେଷ କଥା:-
ଗ୍ରୀଷ୍ମଋତୁ ପୃଥିବୀ ପକ୍ଷରେ ଦୁଃଖଦ ହେଲେ ମଧ୍ୟ ଅପରପକ୍ଷେ ପ୍ରୀତିପଦ ହୋଇଥାଏ l ଏହା ମଙ୍ଗଳକାରୀ ବର୍ଷାଋତୁର ମେଘ ସୃଷ୍ଟିରେ ସହାୟକ ହୋଇଥାଏ l କାରଣ ପୃଥିବୀ ପୃଷ୍ଠରୁ ଜଳକଣା ବାଷ୍ପୀଭୂତ ହୋଇ ଆକାଶରେ ମେଘ ସୃଷ୍ଟି କରିଥାଏ l ଯେତେବେଳେ ପ୍ରାଣୀଜଗତ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହୁଅନ୍ତି, ସେତେବେଳେ ଲାସ୍ୟମୟୀ ବର୍ଷା ପୃଥିବୀ ବକ୍ଷରେ ପଦାର୍ପଣ କରେ l

Download in Single Page PDF Click Here
Junior Class Odia MCQ Click Here

2 thoughts on “ଗ୍ରୀଷ୍ମଋତୁ Summer Season Essay In Odia Free Downoad”

Leave a Comment

error: Content is protected !!