Subhash Chandra Bose Biography in Odia

Subhash Chandra Bose Biography in Odia | ନେତାଜୀ ସୁଭାଷ ଚନ୍ଦ୍ର ବୋଷ | PDF Download free

Facebook
Telegram
WhatsApp
LinkedIn

Subhash Chandra Bose Biography in Odia : Subhas Chandra Bose was an Indian revolutionary who was one of the most important figures in the Indian independence movement. He is best known for his work in forming an independent country called India, and for his role in the World War II Allies campaign against the Axis powers. Bose was also a prolific writer and thinker, whose ideas have had a significant impact on contemporary India.

Hello! If you are looking for Odia biography in PDF format, you can download it from our website. Our Biography section has a wide variety of topics such as education, jobs, Awards and Achievements, and much more. So, if you are looking for information on a particular person, or if you just want to read interesting and informative biographies, be sure to check out our Biography section. We hope you enjoy it!

Welcome to our online biography section! Here, you can download your full biography in Odia Language. You can also add photographs and videos of yourself to make your biography even more personalized and appealing. We hope you enjoy using our website and find it useful. If you have any questions or feedback, don’t hesitate to contact us.

Subhash Chandra Bose Biography in Odia

ନେତାଜୀ ସୁଭାଷ ଚନ୍ଦ୍ର ବୋଷ

ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଭାରତୀୟ ସ୍ୱାଧୀନତା ସଂଗ୍ରାମର ଜଣେ ଅବିସ୍ମରଣୀୟ ଦୁର୍ଦଶ ନାୟକ l ଭାରତର ସ୍ୱାଧୀନତା ହାସଲରେ ତାଙ୍କର ଅବଦାନ ମହାତ୍ମା ଗାନ୍ଧୀଙ୍କଠୁ କିଛି କମ୍ ନୁହେଁ l ସେ ଥିଲେ ଆଜୀବନ ଯୋଦ୍ଧା l ଭାରତମାତାକୁ ଏତେ ମାତ୍ରାରେ ଶ୍ରଦ୍ଧା କରୁଥିଲେ ଯେ ଦେଶ ଦାସତ୍ୱର ଶୃଙ୍ଖଳରେ ବନ୍ଧା ଥିବା ଯାଏ ସେ ଶାନ୍ତ ପଡ଼ିବାକୁ ପ୍ରସ୍ତୁତ ନ ଥିଲେ l ତାଙ୍କର ପ୍ରସିଦ୍ଧି ଓ ଲୋକପ୍ରିୟତା ଭାରତର ସୀମା ଅତିକ୍ରମ କରିଯାଇଥିଲା l

ଜନ୍ମ ଓ ପରିବାର:-
ତାଙ୍କର ଜନ୍ମ ଆମ ଓଡିଶାର ଐତିହାସିକ ” କଟକ ” ସହରର ” ଓଡ଼ିଆ ବଜାର ” ଠାରେ ୧୮୯୭ ଜାନୁଆରୀ ୨୩ ତାରିଖରେ ହୋଇଥିଲା l ତାଙ୍କର ପିତା ଜାନକୀନାଥ ବୋଷ ଜଣେ ଓକିଲ ଥିଲେ ଏବଂ ମାତା ପ୍ରଭାବତୀ ଦତ୍ତ ଜଣେ ଧର୍ମ ପରାୟଣ ମହିଳା ଥିଲେ l ସର୍ବମୋଟ ୧୪ ଜଣ ସନ୍ତାନଙ୍କ ମଧ୍ୟରେ ସୁଭାଷ ଚନ୍ଦ୍ର ବୋଷ ନିଜ ମାତାପିତାଙ୍କର ନବମ ସନ୍ତାନ ଥିଲେ l

ଶିକ୍ଷା:-
୧୯୦୨ ମସିହାରେ ୫ ବର୍ଷ ବୟସରେ ସୁଭାଷ ଚନ୍ଦ୍ର ବୋଷଙ୍କ ଶିକ୍ଷା ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଅାରମ୍ଭ ହୋଇଥିଲା l ସେ କଟକର Stwert School ନାମରେ ବର୍ତ୍ତମାନ ପରିଚିତ ଏକ ଅଂଗ୍ଲୋ ସ୍କୁଲରେ ଷଷ୍ଠ ପର୍ଯ୍ୟନ୍ତ ପଢିବା ପରେ ସମଗ୍ର ଓଡ଼ିଶାର ” ଶିକ୍ଷା ପ୍ରାଣ କେନ୍ଦ୍ର ” ରୂପେ ପରିଚିତ ରେଭେନ୍ସା କଲେଜିଏଟ୍ ସ୍କୁଲରେ ଅଧ୍ୟୟନ କରିଥିଲେ l ୧୯୧୭ ରେ ମେଟ୍ରିକ୍ୟୁଲେସନ୍ ଦ୍ଵିତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେବାପରେ କଲେଜ୍ ଶିକ୍ଷା ପାଇଁ ସେ କଲିକତା ଯାଇ ” ସ୍କଟିସ୍ ଚର୍ଚ୍ଚ କଲେଜ୍ ” ରେ ଯୋଗଦେଲେ l ୧୯୧୮ ରେ କଲିକତା ବିଶ୍ଵବିଦ୍ୟାଳୟରୁ ଦର୍ଶନ ଶାସ୍ତ୍ରରେ ସମ୍ମାନର ସହ ପ୍ରଥମ ଶ୍ରେଣୀରେ ବିଏ ପାସ କଲେ l ପିତାଙ୍କ ନିର୍ଦ୍ଦେଶରେ ସେ ଇଣ୍ଡିଆନ ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପାଇଁ ଲଣ୍ଡନ ଯାତ୍ରା କଲେ l
ଉଚ୍ଚତ୍ତର ଶିକ୍ଷା ପାଇଁ ସେ ଇଂଲଣ୍ଡ ଯାଇ ଫିଜ୍ ୱିଲିୟମ୍ ହଲ୍ ଅଫଦି ୟୁନେଭରସିଟିରେ ଯୋଗଦେଲେ l ସେତେବେଳେ ସର୍ବୋଚ୍ଚ ପ୍ରଶାସନିକ ପରୀକ୍ଷା ଆଇ.ସି.ଏସ୍ ରେ ଚତୁର୍ଥ ସ୍ଥାନ ଅଧିକାର କରିଥିଲେ l ଇଂଲଣ୍ଡରୁ ପ୍ରତ୍ୟାବର୍ତ୍ତନ କରିବା ପରେ ସେ ନିଜ ସ୍ୱାର୍ଥ କୁ ଜଳାଞ୍ଜଳି ଦେଇ ଦେଶ ମାତୃକାର ସେବା କରିବା ପାଇଁ ଗାନ୍ଧିଜୀଙ୍କ ନେତୃତ୍ଵରେ ପରିଚାଳିତ ଅସହଯୋଗ ଆନ୍ଦୋଳନରେ ଯୋଗ ଦେଲେ l ସୁଭାଷ ପିଲାଟି ଦିନରୁ ସ୍ୱାଭିମାନୀ ଥିଲେ l ଅମୃତସର ନିକଟସ୍ଥ ଜାଲିୱାନାବାଗ ଗଣ ହତ୍ୟା ଏବଂ ଅପମାନ ଜନକ ‘ ରାୱାଲଟ ଆଇନ ‘ ତାଙ୍କ ଗଭୀର ଭାବେ ମର୍ମାହତ କରିଥିଲା l ସେ ଗାନ୍ଧିଜୀଙ୍କ ପରାମର୍ଶ କ୍ରମେ ୧୯୨୧ ମସିହାରେ ” ସ୍ବରାଜ ” ପତ୍ରିକାର ସମ୍ପାଦନା କରିବା ସହ ବଙ୍ଗ ପ୍ରଦେଶ କଂଗ୍ରେସର ସମସ୍ତ ଦାୟିତ୍ଵ ବହନ କରିଥିଲେ l ପ୍ରସିଦ୍ଧ ଦେଶଭକ୍ତି ସ୍ୱାଧୀନତା ସଂଗ୍ରାମୀ ଚିତ୍ତରଞ୍ଜନ ଦାସଙ୍କ ସହାଚର୍ଯ୍ୟ ଏବଂ ନିଜର ପ୍ରଭାବଶାଳୀ ବ୍ୟକ୍ତିତ୍ଵ ଦ୍ଵାରା ସେ କେବଳ ବଙ୍ଗ ପ୍ରଦେଶ କାହିଁକି ସମଗ୍ର ଭାରତର ଲୋକଙ୍କ ପାଖରେ ‘ ନେତାଜୀ ‘ ରୂପେ ପରିଚିତ ହୋଇଗଲେ l ହିନ୍ଦୁ ମୁସଲିମ ସମ୍ପ୍ରଦାୟର ମଧ୍ୟରେ ବିଭେଦର ବୀଜ ବପନ କରି ସ୍ୱାଧୀନତା ଆନ୍ଦୋଳନକୁ ଦୁର୍ବଳ କରିବା ଚେଷ୍ଟା ବ୍ରିଟିଶ ସରକାର କରୁଥାନ୍ତି l ସୁଭାଷ ଉଭୟ ସମ୍ପ୍ରଦାୟର ମଧ୍ୟରେ ସଦଭାବର ପୁନଃ ପ୍ରତିଷ୍ଠା ପାଇଁ ଇଂରେଜମାନଙ୍କ ହୀମ ଚକ୍ରାନ୍ତ ସମ୍ପର୍କରେ ଲୋକଙ୍କୁ ବୁଝାଇବା ପାଇଁ ରାତି ଦିନ କାମ କଲେ l ସୁଭାଷ ଥିଲେ ନିର୍ଭୀକ ଏବଂ ବୀର l ସେ ଅସହଯୋଗ ଆନ୍ଦୋଳନରେ ଯୋଗଦାନ କରିବାରୁ ତାଙ୍କୁ ୧୯୨୫ ରେ ବନ୍ଦୀ କରାଗଲା l କାରାଗାରରେ ଥିବା ବେଳେ ତାଙ୍କ ସ୍ଵାସ୍ଥ୍ୟ ହାନୀ ଘଟିବାରୁ ୧୯୨୭ ରେ ତାଙ୍କୁ ମୁକ୍ତ କରି ଦିଆଗଲା l ୧୯୨୮ ରେ ସେ ‘ କଂଗ୍ରେସ ‘ ର ସାଧାରଣ ସମ୍ପାଦକ ହୋଇ ଭାରତରେ ଏକ ସମାଜବାଦୀ ଆଭିମୁଖ୍ୟ ସମ୍ପନ୍ନ କାର୍ଯ୍ୟକ୍ରମ ପାଇଁ କଂଗ୍ରେସର ନେତାମାନଙ୍କୁ ବୁଝାଇଥିଲେ l କିନ୍ତୁ ଏଥିରେ ସେ ବିଶେଷ ସଫଳତା ପାଇ ନ ଥିଲେ l
ତାଙ୍କର କିଛି ଅନୁଗତ କର୍ମୀ ବଙ୍ଗ ପ୍ରଦେଶରେ ଏକ ଉଗ୍ରବାଦୀ ସଂଗଠନ ଗଠନ କରିଥିଲେ l କଂଗ୍ରେସ ବିଶେଷତ ଗାନ୍ଧିଜୀ ଅହିଂସାରେ ବିଶ୍ୱାସ କରୁଥିଲେ l ଉଗ୍ରବାଦୀ କାର୍ଯ୍ୟରେ ସୁଭାଷଙ୍କ ସଂପୃକ୍ତି କଂଗ୍ରେସ ନେତୃବୃନ୍ଦଙ୍କୁ ଯେତିକି ଅଡ଼ୁଆ ଆଣିଦେଲା ତା’ ଠାରୁ ଅଧିକ ବ୍ରିଟିଶ ସରକାରଙ୍କୁ ଭୟଭୀତ କରାଇଥିଲା l ଏଣୁ ତାଙ୍କୁ ପୁନର୍ବାର ବନ୍ଦୀ କରାଗଲା l ୧୯୩୦ ରୁ ୧୯୩୩ ମଧ୍ୟରେ ତାଙ୍କୁ ଅନେକଥର ବନ୍ଦୀ କରାଯାଇଥିଲା l ଜେଲରେ ଥିବା ଅବସ୍ଥାରେ ସେ ୧୯୩୦ ରେ କଲିକତାର ମେୟର ହୋଇଥିଲେ l ୧୯୩୩ ରେ ତାଙ୍କୁ ଦେଶାନ୍ତର କରି ଦିଆଗଲା l ୧୯୩୭ ଯାଏଁ ସେ ୟୁରୋପର ବିଭିନ୍ନ ଦେଶ ଭ୍ରମଣ କରି ଭାରତର ସ୍ଵାଧୀନତା ଆନ୍ଦୋଳନର ଆଭିମୁଖ୍ୟ ଓ ” ବ୍ରିଟିଶ ରାଜ ” ର ବର୍ବରତା ସମ୍ପର୍କରେ ୟୁରୋପୀୟମାନଙ୍କୁ ଜଣାଇଥିଲେ l
୧୯୩୭ ମସିହାରେ ନେତାଜୀ ଭାରତ ପ୍ରତ୍ୟାବର୍ତ୍ତନ କଲେ l ୧୯୩୮ ମସିହାରେ ଅନୁଷ୍ଠିତ କଂଗ୍ରେସ ଅଧିବେଶନରେ ସଭାପତି ରୂପେ ସେ ନିର୍ବାଚିତ ହେଲେ l ନେତାଜୀ ୧୯୩୯ ମସିହାରେ ଦ୍ଵିତୀୟ ଥର ପାଇଁ କଂଗ୍ରେସ ସଭାପତି ଆସନ ଅଳଙ୍କୃତ କରିଥିଲେ l ସେତେବେଳେ ମହାତ୍ମା ଗାନ୍ଧୀଙ୍କ ସହିତ ତାଙ୍କର ଗଭୀର ମତ ଭେଦ ହେଲା l ସେ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ l କଂଗ୍ରେସରୁ ଇସ୍ତଫା ଦେଲାପରେ ନେତାଜୀ ଫରୱାଡ ବ୍ଲକ ନାମରେ ଏକ ଦଳ ଗଠନ କରିଥିଲେ l

ଆଜାଦ ହିନ୍ଦ୍ ଫୌଜ ଗଠନ:-
ସୁଭାଷଙ୍କୁ ଫରୱାଡ ବ୍ଲକର ସମ୍ବାଦପତ୍ରରେ ଏକ ଲେଖା ପାଇଁ ଜେରା ଚାଲିଥିଲା ବେଳେ ଜାମିନରେ ଥାଇ ସେ ତାଙ୍କ କଲିକତାଠାରେ ଥିବା ବାସଭବନରୁ ଲୁଚି ପଲେଇଯାଇ କାବୁଲରେ ପହଞ୍ଚିଲେ l ଏହାପରେ ସେ ମଧ୍ୟ ଏସିଆ ଓ ମସ୍କୋ ଦେଇ ଜର୍ମାନୀରେ ପହଞ୍ଚିଲେ l ସେଠାରେ ସୁଭାଷ ଜର୍ମାନୀଠାରୁ ସହାୟତା ହାସଲ କଲେ l ୧୯୪୩ ରେ ସୁଭାଷ ଏକ ଜର୍ମାନୀ ବୋଟରେ ବିପଦପୂର୍ଣ୍ଣ ଯାତ୍ରା କରିଥିଲେ l ସେଠାରୁ ସେ ନିରାପଦରେ ସିଙ୍ଗାପୁରରେ ପହଞ୍ଚିଲେ l ସେଠାରେ ସେ ଜାପାନ ସହାୟତାରେ ” ଆଜାଦ ହିନ୍ଦ୍ ଫୌଜ ” ନାମକ ଏକ ଶକ୍ତିଶାଳୀ ସୈନ୍ୟ ବାହିନୀ ଗଠନ କଲେ l ଏଥିରେ ପ୍ରାୟ ୪୩, ୦୦୦ ସୈନ୍ୟ ଥିଲେ l ସେହିବର୍ଷ ଜାପାନୀମାନଙ୍କ ସହାୟତାରେ ‘ ଆଣ୍ଡାମାନ ନିକୋବର ‘ ଦୀପପୁଞ୍ଜକୁ ବ୍ରିଟିଶମାନଙ୍କ ଠାରୁ ମୁକ୍ତ କରିଥିଲେ l ଏହା ପରେ ସେ ବର୍ମା ଦେଇ ସୁଭାଷ ” ଦିଲ୍ଲୀ ଚଲୋ ” ସ୍ଲୋଗାନ ସହ ଭାରତର ଉତ୍ତର ପୂର୍ବାଞ୍ଚଳ ଦିଗରୁ ସୈନ୍ୟ ବାହିନୀ ସହ ଆକ୍ରମଣ କରିଲେ l କିନ୍ତୁ ଦୁର୍ଗମ ପଥ, ଦୂଷିତ ପରିବେଶ ଓ ଜଳ, ପ୍ରାକୃତିକ ବିପର୍ଯ୍ୟୟ ଓ ଖାଦ୍ୟାଭାବ କାରଣରୁ ସେ ସଫଳ ହୋଇପାରିଲେ ନାହିଁ l ଦ୍ଵିତୀୟ ବିଶ୍ଵଯୁଦ୍ଧରେ ଜାପାନର ପତନ ପରେ ୧୯୪୫ ମସିହା ଅଗଷ୍ଟ ୧୮ ତାରିଖ ଦିନ ନେତାଜୀଙ୍କର ଏକ ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା ବୋଲି କୁହାଯାଏ l କିନ୍ତୁ ଏବେ ବି ସେ ଜୀବିତ ଅଛନ୍ତି ବୋଲି କୋଟି କୋଟି ଭାରତୀୟ ବିଶ୍ୱାସ କରନ୍ତି l ସେ ଜୀବିତ ଥାଆନ୍ତୁ କିମ୍ବା ନ ଥାଆନ୍ତୁ ତାଙ୍କର କର୍ମମୟ ଜୀବନ, ଦେଶପାଇଁ ଉତ୍ସର୍ଗୀକୃତ ମନୋଭାବ ତାଙ୍କୁ କାଳଜୟୀ କରି ରଖିଛି l
ସୁଭାଷ ଚନ୍ଦ୍ର ବୋଷ ଜଣେ ଅସାଧାରଣ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ l ତାଙ୍କର ବୀରତ୍ୱର ଜୟଗାଥା ଭାରତର ଇତିହାସରେ ସ୍ଵର୍ଣ୍ଣ ଅକ୍ଷରରେ ଲିପିବଦ୍ଧ ହୋଇ ରହିଛି l” ମୋତେ ରକ୍ତ ଦିଅ, ମୁଁ ସ୍ୱାଧୀନତା ଆଣିବି ” ର ଗୁରୁ ଗମ୍ଭୀର ଆହ୍ବାନ ଦେଇ କୋଟି କୋଟି ଭାରତୀୟଙ୍କ ମନରେ ସ୍ବାଧୀନ ଭାରତର ‘ ସ୍ବପ୍ନ- ସାକାର ‘ ର ଆଶା ଆଣିବା ସହ ପ୍ରବଳ ପ୍ରତାପୀ ଇଂରେଜ ସରକାରର ହୃତ କଂପନ ବଢାଇ ଦେଇଥିଲେ l

Subhash Chandra Bose Biography in Odia

Download PDF Click Here
ରାଣୀ ଲକ୍ଷ୍ମୀବାଈ  Click Here
ସମ୍ରାଟ ଅଶୋକ Click Here
Odia MCQ Click Here

Subhash Chandra Bose Biography in Odia, Subhash Chandra Bose Biography in Odia,Subhash Chandra Bose Biography in Odia, Subhash Chandra Bose Biography in 

Leave a Comment

error: Content is protected !!