School Inauguration Speech in Odia

School Inauguration Speech in Odia | ବିଦ୍ୟାଳୟ ପ୍ରତିଷ୍ଠା ଦିବସ | Free PDF

Facebook
Telegram
WhatsApp
LinkedIn

School Inauguration Speech in Odia : Not many people have the courage to give a speech in front of thousands. But if you think that you can do it, make sure you prepare well by reading some successful speeches and preparing your own speech as per the template given above.
By remembering all these tips while making your speech, you will surely manage to get everyone’s attention and present yourself in a confident manner.

Hello, everyone,

I am really happy and excited to be here today. I am very proud to be part of this great occasion – the inauguration of our new school. I wish the new school all the best in its journey ahead.

Schools are important not only because they provide an education for our children, but also because they play a vital role in socializing and nurturing young minds. They teach us about values such as teamwork, respect for others, and how to think critically. These skills are vital not just for our children’s future, but also for society as a whole.

I am confident that our new school will provide excellent education and lifelong opportunities for all its students. I hope that you will join me in supporting it throughout its journey. Thank you!

ବିଦ୍ୟାଳୟ ପ୍ରତିଷ୍ଠା ଦିବସ

ବରେଣ୍ୟ ସଭାପତି ମହୋଦୟ, ବିଜ୍ଞ ବିଚାରକମଣ୍ଡଳୀ , ଉପସ୍ଥିତ ଶ୍ରୋତାମଣ୍ଡଳ, ମୋର ପ୍ରତିଯୋଗୀ ବନ୍ଧୁଗଣ ଏବଂ ସାନବଡ ଭାଇ ଓ ଭଉଣୀମାନେ l

ଆଜି ହେଉଛି ଆମ୍ଭମାନଙ୍କ ଏକ ଖୁସିର ମୁହୂର୍ତ୍ତ l ବିଦ୍ୟାଳୟ ହେଉଛି ଶିକ୍ଷା ବା ଜ୍ଞାନର ଗନ୍ତାଘର l ବିଦ୍ୟାଳୟ ଜୀବନ ହେଉଛି ମଧୁମେହ ଜୀବନ l ଏହି ବିଦ୍ୟାଳୟରୁ ଅନେକ ଛାତ୍ରଛାତ୍ରୀ ଶିକ୍ଷା ସମାପ୍ତ କରି ମହାନ୍ ହୋଇଛନ୍ତି l ତେଣୁ ଏହି ଅନୁଷ୍ଠାନକୁ ମୁଁ କୋଟି ଦଣ୍ଡବତ ଜଣାଉଛି l

ଆଜି ଆମ ବିଦ୍ୟାଳୟର/ ମହାବିଦ୍ୟାଳୟର ———– ତମ ପ୍ରତିଷ୍ଠା ଦିବସ ଉତ୍ସବ ପାଳନ କରାଯାଉଛି l ଆଜକୁ————– ବର୍ଷ ତଳେ ଏହି ଅଞ୍ଚଳର ସୁଧିଗୁଣୀଜନଙ୍କ ପ୍ରଚେଷ୍ଟାରେ ଆମର ଏହି ବିଦ୍ୟାନୁଷ୍ଠାନଟି ଜନ୍ମ ନେଇଥିଲା l ଆମେ ଆମର ଜନ୍ମ ଦିନକୁ ଯେପରି ଧୁମ୍ ଧାମରେ ପାଳନ କରିଥାଉ ଆଜି ଆମେ ସେହିପରି ଆମ ପ୍ରିୟ ଅନୁଷ୍ଠାନର ଜନ୍ମଦିନ ପାଳନ କରୁଛୁ l

ଆମ ବିଦ୍ୟାଳୟ ଆମ ପାଇଁ କର୍ମ ମନ୍ଦିର l ଆମ ଘର ଜନ୍ମ ମନ୍ଦିର ତାର ଜନ୍ମ ଦିନ ଆମପାଇଁ ପବିତ୍ର l ଏ ବିଦ୍ୟାଳୟ ଗୋଟିଏ ମଣିଷ ତିଆରି କାରଖାନା l ବିଦ୍ୟାଳୟ ଜୀବନ ପରି ମଧୁମେୟ ଜୀବନ କେଉଁଠି ମିଳିବ ନାହିଁ l

ଏହିଠାରେ ବ୍ୟକ୍ତି ପାଠ ପଢି ମହାପୁରୁଷ, ମହାମନିଷୀ, କବି ଇତ୍ୟାଦି ହୋଇପାରିଛନ୍ତି l ବିଦ୍ୟାଳୟ ଆମ ଶରୀରର ଅଜ୍ଞାନ ରୂପକ ଅନ୍ଧକାର ଦୂର କରିଥାଏ, ବଞ୍ଚିବାର ରାହା ଯୋଗାଇଥାଏ l ବିଦ୍ୟାଳୟର ପ୍ରତିଟି ଇଞ୍ଚ ସ୍ଥାନ ଆମ ପାଇଁ ମହାନ୍ ଅଟେ l ବିଦ୍ୟାଳୟର ଗୁରୁଜୀ ଓ ଗୁରୁମାତାମାନେ ଆମ୍ଭମାନଙ୍କୁ କେତେ ନୀତିଶିକ୍ଷା ପ୍ରଦାନ କରିଥାନ୍ତି l

ପୁରୀ- ଭୁବନେଶ୍ୱର- କୋଣାର୍କ ପବିତ୍ର ତୀର୍ଥ ସ୍ଥାନ l ତୀର୍ଥସ୍ଥାନର ମାହାତ୍ମ୍ୟ ଯେଉଁଠାରେ ମଣିଷ ଦୁର୍ଗୁଣ ତ୍ୟାଗ କରେ ସୁଗୁଣ ଆହରଣ କରେ l ସେହିପରି ଆମ ବିଦ୍ୟାଳୟ ଜୀବନରୁ ଖାଣ୍ଟି ମଣିଷ ହୋଇ ଗଢା ହୋଇଥିଲେ l ରାମ-କୃଷ୍ଣ ଅବତାର ପୁରୁଷ ହୋଇଥିଲେ ମଧ୍ୟ ଗୁରୁଙ୍କ ନିକଟରେ ଶିକ୍ଷା ଲାଭକରିଥିଲେ l

ବିଦ୍ୟାଳୟର ପରିସର ମହାନ୍ ଅଟେ l ଜନନୀ ଜନ୍ମଭୂମି ପରି ବିଦ୍ୟାଳୟ ଆମ୍ଭମାନଙ୍କ ପାଇଁ ମହାନ୍ ଅଟେ l ସେଥିପାଇଁ ବିଦ୍ୟାଳୟର ପ୍ରତିଷ୍ଠା ଦିବସରେ ଆମେ ତାର ଯଶଗାନ କରୁଛୁl ବିଦ୍ୟାଳୟର ଟିପେ ମାଟି ଆମ ପାଇଁ ଟୋପିଏ ଚନ୍ଦନ l ପବିତ୍ର ଅନ୍ତୁଡିଶାଳ l ଏହାର ଶ୍ରେଣୀକକ୍ଷ , ଖେଳପଡିଆ , ବିଜ୍ଞାନ କକ୍ଷ ଆମପାଇଁ ଚିରସ୍ମରଣୀୟ l ଆଜି ଆମେ ଆମ ବିଦ୍ୟାଳୟ ପ୍ରତିଷ୍ଠା ଦିବସ ପାଳନ କରୁଛୁ, କାଲି ଆମେ ସ୍କୁଲରେ ନ ଥିବୁ l ଯେଉଁ ଛାତ୍ର ଛାତ୍ରୀମାନେ ସେତେବେଳେ ଏଠାରେ ଥିବେ ସେମାନେ ତାର ଉପଯୁକ୍ତ ସମ୍ମାନ ରଖିବେ ଶ୍ରଦ୍ଧା କରିବେ ତାହେଲେ ଭଲ ଛାତ୍ରଟିଏ ହୋଇ ଭଲ ମଣିଷଟିଏ ହେବେ l

ଆମରି ଭିତରେ ଅନେକ ଅଛନ୍ତି ବିଦ୍ୟାଳୟରୁ ବିଦାୟ ନେବା ପରେ ସେମାନଙ୍କ ମନ ଆଇନାରେ ବିଦ୍ୟାଳୟକୁ ସବୁଦିନ ପାଇଁ ମନେ ରଖିବା l ସାଂସାରିକ ଜୀବନରେ ପ୍ରବେଶ କଲା ପରେ ମଧ୍ୟ ଏ ତୀର୍ଥ କ୍ଷେତ୍ରକୁ ଅନ୍ତତଃ ଥରେ ଦି ଥର ଆସି ପାପ ପ୍ରକ୍ଷାଳନ କରିବା l ପୂଜ୍ୟ ଶିକ୍ଷକମାନଙ୍କଠୁ ଆଶୀର୍ବାଦ ଭିକ୍ଷା କରିବା l ମୁଁ ପୁଣି ସେହି ପବିତ୍ର ମାଟିକୁ ବାରମ୍ବାର ନମ୍ର ପ୍ରଣିପାତ କରି ମୋର ବକ୍ତବ୍ୟ ଶେଷ କରୁଛି l

School Inauguration Speech in Odia

Download PDF Click Here
Odia Mock Test Click Here

School Inauguration Speech in Odia, School Inauguration Speech in Odia,

Leave a Comment

error: Content is protected !!