Samrat Ashoka Biography in Odia

Samrat Ashoka Biography in Odia | ସମ୍ରାଟ ଅଶୋକ | Free PDF

Facebook
Telegram
WhatsApp
LinkedIn

Samrat Ashoka Biography in Odia : Ashoka, also known as Ashoka the Great, was an Indian emperor of the Maurya Empire, son of Bindusara, who ruled almost all of the Indian subcontinent from c. 268 to 232 BCE. Ashoka promoted the spread of Buddhism across ancient Asia.

Ashoka was an Indian emperor who ruled from 270 BC–240 BC. He was one of the most powerful rulers in Indian history and was responsible for spreading Buddhism throughout Asia. He was a great military leader and conquered many kingdoms. He was also a wise and just ruler, and his policies helped improve the lives of his people. Ashoka is remembered as one of the most important figures in Indian history.

Samrat Ashoka Biography in Odia

ସମ୍ରାଟ ଅଶୋକ

ଜନ୍ମ ଓ କିମ୍ବଦନ୍ତୀ:-
ଏମିତି ଏକ ସମୟ ଥିଲା ଯେତେବେଳେ ଆମ ଭାରତରେ ” ମଗଧ” ରାଜ୍ୟର ବହୁତ ଖ୍ୟାତି ଥିଲା l ମଗଧର ରାଜଧାନୀର ନାମ ” ପାଟଳୀପୁତ୍ର ” ଆଜିକାଲି ” ପାଟଳୀ ” ନାମ ବଦଳି ଯାଇଛି l ଆଧୁନିକ ” ବିହାର” ପ୍ରଦେଶର ରାଜଧାନୀ ” ପାଟଣା ” ସହର ହିଁ ପୂର୍ବକାଳର ପାଟଳୀପୁତ୍ର l ବିନ୍ଦୁସାର ନାମକ ଜଣେ ପ୍ରସିଦ୍ଧ ରାଜା ସେ ସମୟରେ ମଗଧର ଶାସକ l ତାଙ୍କର ଅନେକ ରାଣୀ ଥାନ୍ତି l କିନ୍ତୁ କିମ୍ବଦନ୍ତୀ ଅନୁସାରେ ” ସୁଭଦ୍ରାଙ୍ଗୀ ” ନାମକ ଜଣେ ଅନିନ୍ଦ୍ୟ ସୁନ୍ଦରୀ ବ୍ରାହ୍ମଣ କନ୍ୟାକୁ ମଧ୍ୟ ବିବାହ କରିଥିଲେ l ପୂର୍ବରୁ ରାଜ ପ୍ରାସାଦରେ ଥିବା ରାଣୀମାନେ ” ସୁଭଦ୍ରାଙ୍ଗୀ ” ଙ୍କୁ ଈର୍ଷ୍ୟା କରିବା ସ୍ବାଭାବିକ ଥିଲା l ମନ୍ତ୍ରୀ ଓ କିଛି ଖଳ ଲୋକଙ୍କ ଚକ୍ରାନ୍ତ ଓ କୁମନ୍ତ୍ରଣା ଯୋଗୁଁ ରାଜା ବିନ୍ଦୁସାର ରାଜ୍ୟ ଛାଡି ହିମାଳୟ ଚାଲିଯାଇଥିଲେ l କିନ୍ତୁ ଗୁରୁଙ୍କ ପରାମର୍ଶରେ ସେ ପାଟଳିପୁତ୍ର ଫେରି ଆସିଥିଲେ l ରାଜାଙ୍କ ଅନୁପସ୍ଥିତିରେ ” ସୁଭଦ୍ରାଙ୍ଗୀ “ଙ୍କୁ ଅନ୍ୟ ରାଣୀମାନେ ବହୁ ନିର୍ଯ୍ୟାତନା ଦେଉଥିଲେ l ସମୟ କ୍ରମେ ସୁଭଦ୍ରାଙ୍ଗୀ ଏକ ପୁତ୍ର ସନ୍ତାନର ଜନନୀ ହେଲେ l ପୁଅକୁ ଦେଖି ସୁଭଦ୍ରାଙ୍ଗୀଙ୍କ ସବୁ ଦୁଃଖ ଶୋକ ଦୂରୀଭୂତ ହୋଇଗଲା l ଯାହା ଲାଗି ତାଙ୍କର ସମସ୍ତ ‘ ଶୋକ ‘ ଦୂର ହୋଇପାରିଲା ଶ୍ରଦ୍ଧା ଓ ଆନନ୍ଦର ସହ ତାର ନାମ ସେ ” ଅଶୋକ ” ରଖିଲେ l

ଶିକ୍ଷା ଓ ମେଧା:-
ଅଶୋକ ଶୈଶବରେ ଭାରି ଦୁଷ୍ଟ ଓ ଚଗଲା ଥିଲେ lମାଙ୍କ ସମସ୍ତ ବାରଣ ସତ୍ତ୍ୱେ କାହାକୁ ମାରୁଥିଲେ ତ କାହାକୁ କାମୁଡି ଦେଉଥିଲେ l ଭଙ୍ଗାରୁଜା ଫିଙ୍ଗା ଫୋପଡା କରି ବହୁ ମୂଲ୍ୟବାନ ଜିନିଷ ନଷ୍ଟ କରୁଥିଲେ l ପାଞ୍ଚବର୍ଷ ବୟସରେ ପିତା ବିନ୍ଦୁସାରଙ୍କ ଗୁରୁ ପିଙ୍ଗଳବତ୍ସଙ୍କ ନିକଟରେ ଅଶୋକଙ୍କ ବିଦ୍ୟାରମ୍ଭ ହେଲା l ସେ ଏବଂ ତାଙ୍କର ବିମାତା ପୁତ୍ର ଭାଇମାନେ ମିଳିମିଶି ବିଦ୍ୟା ଶିକ୍ଷା କରୁଥିଲେ l ସବୁ ଭାଇଙ୍କ ଠାରୁ ସେ ଥିଲେ କନିଷ୍ଠ l ଜ୍ଞାନ ଗ୍ରହଣ କରିବାରେ ସେ ଥିଲେ ଅଗ୍ରଜ l ଶିକ୍ଷାର ସମସ୍ତ ବିଭାଗରେ ସେ ଥିଲେ ଅଗ୍ରଜ l ମାତ୍ର ଆଠ ବର୍ଷ ବୟସରେ ତର୍କ ଓ ତଥ୍ୟ ସଂପନ୍ନ ଓଜସ୍ୱିନୀ ବକ୍ତୃତା ଦେଇ ସମସ୍ତଙ୍କୁ ଚମତ୍କୃତ କରି ଦେଇଥିଲେ l

ଯୁବରାଜ ଅଶୋକ:-
ଗୁରୁଙ୍କ ନିକଟରେ ପାଠ ପଢୁଥିବା ବେଳେ ଅଶୋକ ଅନ୍ୟ ଭାଇମାନଙ୍କ ପାଇଁ ଈର୍ଷାର ପାତ୍ର ହୋଇ ପଡୁଥିଲେ, ସମସ୍ତ ପ୍ରକାର ପରୀକ୍ଷାରେ ସେ ଅନ୍ୟ ଭାଇମାନଙ୍କୁ ପଛରେ ପକାଇ ଦେଉଥିଲେ l ତେଣୁ ଅନ୍ୟ ଭାଇମାନଙ୍କ ସହ ତାଙ୍କର ସର୍ବଦା କିଛି ନା କିଛି କଳି କଜିଆ ହେଉଥିଲା l ରାଜ୍ୟର ଉତ୍ତରାଧିକାରୀ ଓ ଯୁବରାଜ ଭାବେ ତାଙ୍କୁ ଗୁରୁଙ୍କ ପରାମର୍ଶ କ୍ରମେ ବଛା ଯିବା ଯୋଗୁଁ ଅନ୍ୟମାନଙ୍କ ମନରେ ଆକ୍ରୋଶ ଓ କ୍ରୋଧ ପ୍ରକାଶ ହେଲା l ରାଜା ବିନ୍ଦୁସାର ଏହା ଲକ୍ଷ୍ୟ କରି ନିଜର ପୁତ୍ରମାନଙ୍କୁ ତାଙ୍କ ରାଜ୍ୟର ବିଭିନ୍ନ ପ୍ରଦେଶରେ ଶାସନ କାର୍ଯ୍ୟରେ ନିଯୁକ୍ତି କରି ସଭିଙ୍କୁ ଅଲଗା ଅଲଗା କରିଦେଲେ l ସେହି କ୍ରମରେ ଅଶୋକ ଅବନ୍ତୀ ନଗରୀର ଶାସକ ଭାବେ ରହିଲେ l

ବିବାହ:-
ଅବନ୍ତୀ ରାଜ୍ୟର ରାଜଧାନୀ ଉଜ୍ଜୟିନୀ l ଅଶୋକ ଉଜ୍ଜୟିନୀରେ ଦୀର୍ଘ ଏଗାର ବର୍ଷ ରହିଥିଲେ l ସେଠାରେ ରହଣୀ କାଳରେ ” ବିଦିଶା ମହାଦେଶ ଶାକ୍ୟ କୁମାରୀ ” ନାମକ ଜଣେ ପରମା ବିଦୁଷୀ ରମଣୀଙ୍କୁ ବିବାହ କରିଥିଲେ l ସେଠାରେ ତାଙ୍କର ପୁତ୍ର ମହେନ୍ଦ୍ର ଓ କନ୍ୟା ସଂଘମିତ୍ରା ଜନ୍ମ ହୋଇଥିଲେ l

ରାଜା ଅଶୋକ:-
ଉଜ୍ଜୟିନୀ ପାଟଳୀପୁତ୍ରର ନିକଟରେ ଥିଲା ଅନ୍ୟ ଭାଇମାନେ ଦୂର ଦୂରାନ୍ତରେ ଥିଲେ l ପିତାଙ୍କ ମୃତ୍ୟୁପରେ ଅଶୋକ ପାଟଳୀପୁତ୍ରର ସିଂହାସନ ଆରୋହଣ କଲେ l କିନ୍ତୁ ନିଷ୍କଣ୍ଟକ ରାଜ୍ୟ ଭୋଗ କରିବା ପାଇଁ ସେ ତାଙ୍କର ଆତ୍ମୀୟ ତଥା ସମସ୍ତ ଆଠାନବେ ଜଣ ବୈମାତ୍ରେୟ ଭାଇମାନଙ୍କୁ ହତ୍ୟା କରିଥିଲେ ବୋଲି କୁହାଯାଏ l ଖ୍ରୀ:ପୂ: ୨୬୯ ରେ ରଜ୍ୟାଭିଷେକ ତାଙ୍କର ହୋଇଥିବା ଜଣାଯାଏ l

ସମ୍ରାଟ ହେବା ଲାଳସା:-
ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ଶାସନର ଶୁଭାରମ୍ଭ ହୋଇଥିଲା l ଖଣ୍ଡ ବିଖଣ୍ଡିତ ଭାରତ ବର୍ଷକୁ ଏକକୃତ କରିବା ପାଇଁ ଚାଣକ୍ୟ ନେତୃତ୍ୱରେ ହୋଇଥିବା ” ଉତ୍ତିଷ୍ଟ ଭାରତ ” ଆନ୍ଦୋଳନକୁ ଚନ୍ଦ୍ରଗୁପ୍ତ ସାକାର କରିବା ଚେଷ୍ଟା କରିଥିଲେ l ଚନ୍ଦ୍ରଗୁପ୍ତଙ୍କ ପୁତ୍ର ବିନ୍ଦୁସାର କାଶ୍ମୀର ଠାରୁ ଆଫଗାନିସ୍ତାନ , ହିନ୍ଦୁକୁଶ ଅଞ୍ଚଳକୁ ନିଜ ଶାସନାଧୀନ କରିଥିଲେ l ବିନ୍ଦୁସାରଙ୍କ ମିତ୍ର ଭାବେ ଜଣାଶୁଣା କେତେକ ତାମିଲ ରାଜା ଦାକ୍ଷିଣାତ୍ୟରେ ଶାସନ କରୁଥିଲେ l କିନ୍ତୁ ଉତ୍ତର ଓ ଦକ୍ଷିଣ ଭାରତର ଠିକ୍ କେନ୍ଦ୍ର ସ୍ଥଳରେ ଏକ ସାହାସୀ, ସ୍ୱାଭିମାନୀ ତଥା ବୀର ଜାତିର ରାଜ୍ୟ ସ୍ୱାଧୀନ ଭାବେ ଥିଲା l ସେହି ରାଜ୍ୟକୁ ଚନ୍ଦ୍ରଗୁପ୍ତ କିମ୍ବା ବିନ୍ଦୁସାର ନିଜର ଶାସନାଧୀନ କରିପାରିନଥିଲେ l କିନ୍ତୁ ରାଜା ଅଶୋକଙ୍କ ପ୍ରବୀଣ ତଥା କୂଟନୀତି ବିଶାରଦ ” ରାଧାଗୁପ୍ତ ” ଙ୍କ ପରାମର୍ଶରେ ସେହି ରାଜ୍ୟକୁ ଅଧିକାର କରି ନିଜକୁ ସମ୍ରାଟ ଅଶୋକ ରୂପେ ଘୋଷଣା କରିବା ପାଇଁ ଯୁଦ୍ଧ ଅଭିଯାନ ଆରମ୍ଭ କରିଥିଲେ l

କଳିଙ୍ଗ ଯୁଦ୍ଧ:-
ଚଣ୍ଡାଶୋକରୁ ଧର୍ମାଶୋକ : ଏତିକି ବେଳକୁ ଅଶୋକ ଜଣେ ନିର୍ଦ୍ଦୟ ନିଷ୍ଠୁର କ୍ରୂର ଦୟାମାୟାହୀନ ରାଜା ଭାବେ ସାରା ଭାରତରେ କୁଖ୍ୟାତିି ଅର୍ଜନ କରିଥାନ୍ତି କୁହାଯାଏ l ଖ୍ରୀଷ୍ଟପୂର୍ବ ୨୭୧ ରେ ସେ କଳିଙ୍ଗ ଆକ୍ରମଣ କଲେ l ଏହାର ମୁଖ୍ୟତଃ ୩ ଟି ଉଦ୍ଦେଶ୍ୟ ତାଙ୍କର ଥିଲା l ପ୍ରଥମଟି ହେଉଛି ଦୁର୍ଦ୍ଦଶ କଳିଙ୍ଗ ବୀରଙ୍କୁ ପରାସ୍ତ କରି ନିଜକୁ ନିରଙ୍କୁଶ କରାଇବା l ଦ୍ୱିତୀୟଟି ହେଲା କଳିଙ୍ଗର ବିପୁଳ ବନ୍ୟ ସମ୍ପଦ ଓ ଖଣିଜ ସମ୍ପଦ l ତୃତୀୟଟି କଳିଙ୍ଗର ଉପକୂଳରେ ଥିବା ସାମୁଦ୍ରିକ ବନ୍ଦର ମାଧ୍ୟମରେ ମଗଧ ସାମ୍ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି କରାଇବା l ଦୟାନଦୀ କୂଳରେ ମଗଧ ଓ କଳିଙ୍ଗ ସେନା ମଧ୍ୟରେ ଘମାଘୋଟ ଯୁଦ୍ଧ ହୋଇ ଉଭୟ ପକ୍ଷରୁ ଲକ୍ଷାଧିକ ସୈନ୍ୟ ମୃତ୍ୟୁବରଣ କଲେ l କଳିଙ୍ଗ ବାସୀଙ୍କ ଦେଶପ୍ରୀତି ଏବଂ ମୃତବ୍ୟକ୍ତିମାନଙ୍କ ସମ୍ପର୍କୀୟମାନଙ୍କ ହୃଦୟ ବିଦାରକ କାରୁଣ୍ୟ ଦେଖି କୁହାଯାଏ ଅଶୋକଙ୍କ ମନରେ ବିରାଟ ପରିବର୍ତ୍ତନ ଘଟିଲା l ସେ ” ଯୁଦ୍ଧ ନୁହେଁ ଶାନ୍ତି ” ଏବଂ ” ହିଂସା ନୁହେଁ ଅହିଂସା ” ହିଁ ସର୍ବୋକୃଷ୍ଟ ବୋଲି ଘୋଷଣା କଲେ l ସେଦିନର କଳିଙ୍ଗ ହିଁ ଆଜିର ଓଡ଼ିଶା, ଦୟା ନଦୀ କୂଳର ସେହି ରକ୍ତ ରଞ୍ଜିତ ଯୁଦ୍ଧ ଭୂମି ଉପରେ ଆଜି ସଦର୍ପେ ଦଣ୍ଡାୟମାନ ଧଉଳି ଗିରି ଚୂଡ଼ାରେ ଶାନ୍ତି ସ୍ତୁପ l ଏହିଠାରେ ଚଣ୍ଡାଶୋକ ଧର୍ମାଶୋକରେ ପରିଣତ ହେଲେ l

ଶାନ୍ତି ଓ ଅହିଂସାର ପ୍ରଚାରକ ଅଶୋକ:-
ସେ ବୌଦ୍ଧଗୁରୁ ଉପଗୁପ୍ତଙ୍କ ଶିଷ୍ୟତ୍ୱ ଗ୍ରହଣ କଲେ l ବୌଦ୍ଧ ଧର୍ମ ଗ୍ରହଣ କରିବା ସହ ଶାନ୍ତି ଓ ଅହିଂସାର ପ୍ରଚାର ପାଇଁ ଆଫଗାନିସ୍ଥାନ ଠାରୁ କର୍ଣ୍ଣାଟକ ପର୍ଯ୍ୟନ୍ତ ” ଧର୍ମଯାତ୍ରା ” କରିଥିଲେ l ସେ ଯେଉଁଠାକୁ ଯାଉଥିଲେ ସେଠାରେ ମଠ, ସ୍ତମ୍ଭ ଓ ସ୍ତୁପ ନିର୍ମାଣ କରାଇଥିଲେ l ପାହାଡ଼, ଗୁମ୍ଫା ଓ ସ୍ତମ୍ଭ ମାନଙ୍କରେ ପାଲିଭାଷାରେ ବୁଦ୍ଧଙ୍କ ଦ୍ଵାରା ପ୍ରତିଷ୍ଠିତ ବାଣୀଗୁଡ଼ିକୁ ଖୋଦନ କରାଇଥିଲେ l ଖ୍ରୀ. ଅ. ୩୦୦ ରେ ତାଙ୍କର ଦେହାନ୍ତ ହୋଇଥିବା କୁହାଯାଏ l

Download PDF Click Here
Odia MCQ Test Click Here

Samrat Ashoka Biography in Odia, Samrat Ashoka Biography in Odia, Samrat Ashoka Biography in Odia

Leave a Comment

error: Content is protected !!