Rani Laxmi Bai in Odia

Rani Laxmi Bai in Odia | ରାଣୀ ଲକ୍ଷ୍ମୀବାଈ | Free PDF

Facebook
Telegram
WhatsApp
LinkedIn

Rani Laxmi Bai in Odia : Lakshmibai, the Rani of Jhansi, was an Indian queen, the Maharani consort of the Maratha princely state of Jhansi from 1843 to 1853 as the wife of Maharaja Gangadhar Rao. She was one of the leading figures of the Indian Rebellion of 1857 and became a symbol of resistance to the British Raj for Indian nationalists.

Rani Laxmi Bai in Odia

ରାଣୀ ଲକ୍ଷ୍ମୀବାଈ

ଭାରତମାତା ବୀର ପ୍ରସବିନୀ, କେତେ କେତେ ବୀର ପୁରୁଷ ଓ ବିଚାରମଣିଙ୍କ ଜନ୍ମ ଏଇ ପବିତ୍ର ଭୂମିରେ ହୋଇଛି ତାର କଳନା ନାହିଁ l ସେହିପରି ଜଣେ ବୀର ପ୍ରସବିନୀ ହେଉଛନ୍ତି ରାଣୀ ଲକ୍ଷ୍ମୀବାଈ l

ଜନ୍ମ:-
୧୮୩୫ ମସିହା ନଭେମ୍ବର ୧୯ ତାରିଖ ଦିନ କାଶିଠାରେ ଗୋଟିଏ ବାଳିକାର ଜନ୍ମ ହୋଇଥିଲା l ସେହି ବାଳିକାଟିର ନାମ ” ମଣିକର୍ଣ୍ଣିକା ” ଥିଲା, ଯାହାକୁ ଅତି ଆଦରରେ ସମସ୍ତେ ମନୁ ବୋଲି ଡାକୁଥିଲେ l ତାଙ୍କର ପିତାଙ୍କ ନାମ ମୋରୋପନ୍ତତାମ୍ବେ ଏବଂ ମାତାଙ୍କ ନାମ ଭାଗିରଥୀ ବାଈ ଥିଲା l ପରେ ଏହି ବାଳିକାକୁ ଝାନସୀର ରାଣୀ ଲକ୍ଷ୍ମୀବାଈ ବୋଲି କୁହାଗଲା; ଯିଏ ଭାରତକୁ ସ୍ଵତନ୍ତ୍ର କରିବା ପାଇଁ ନିଜର ପ୍ରାଣବଳି ଦେଇଥିଲେ l

ଶୈଶବରେ ଯୁଦ୍ଧ ଉନ୍ମତ୍ତଣ :-
ମନୁଙ୍କୁ ଯେତେବେଳେ ୪ ବର୍ଷ ବୟସ ହୋଇଥିଲା ସେତେବେଳେ ତାଙ୍କ ମାତା ଭାଗିରଥୀ ବାଈଙ୍କର ଦେହାନ୍ତ ହୋଇଯାଇଥିଲା l ପିତା ମୋରୋପନ୍ତତାମ୍ବେଙ୍କୁ ମନୁଙ୍କ ଲାଳନପାଳନ କରିବା ପାଇଁ ବହୁତ କଠିନ ହୋଇପଡ଼ିଥିଲା l ଲକ୍ଷ୍ମୀବାଈ ପିଲାମାନଙ୍କୁ ଦିଆଯାଉଥିବା ବିଭିନ୍ନ ଯୁଦ୍ଧ କୌଶଳଗୁଡ଼ିକୁ ଦେଖି ଦେଖି ସେଥିପ୍ରତି ଆକୃଷ୍ଟ ହୋଇପଡ଼ିଥିଲେ l ପାଠ ପଢିବା ଅପେକ୍ଷା ଯୁଦ୍ଧ କୌଶଳ ଶିକ୍ଷା ପାଇଁ ସେ ବ୍ୟାକୁଳ ହୋଇପଡୁଥିଲେ l ମାତ୍ର ୮ ବର୍ଷ ବୟସରେ ସେ ତାଙ୍କ ପିତାଙ୍କୁ ଖଣ୍ଡା ଯୁଦ୍ଧରେ ପରାସ୍ତ କରି ଦେଇଥିଲେ l ଏହାପରେ ସେ ପିତାଙ୍କ ନିକଟରୁ ତୀର ଚାଳନା, ବର୍ଚ୍ଛା ଚାଳନା, ଅଶ୍ଵ ଚାଳନା ଶିକ୍ଷା ଲାଭ କଲେ l ତାଙ୍କ ପିତାଙ୍କ ” ଆଖଡ଼ା ” ରେ ତାଲିମ ନେଉଥିବା ଏବଂ ଦେଉଥିବା ସମସ୍ତ ବ୍ୟକ୍ତିଙ୍କୁ ସହଜରେ ପରାସ୍ତ କରିଦେଉଥିଲେ l

ବ୍ରାହ୍ମଣ କନ୍ୟାରୁ ଝାନସିର ମହାରାଣୀ:-
ମୋରୋପନ୍ତତାମ୍ବେଙ୍କୁ ପେଶୱା ବାଜିରାଓ ଦ୍ଵିତୀୟ ବହୁତ ଭଲ ପାଉଥିଲେ l ତେଣୁ ବାଜିରାଓ ତାଙ୍କୁ କାଶିରୁ ବିଠୁର ନେଇଆସିଥିଲେ l ଛୋଟବେଳୁ ମନୁ ବହୁତ ଦୁଷ୍ଟ ଥିଲେ l ସମସ୍ତଙ୍କୁ ନିଜର ଦୁଷ୍ଟାମିଦ୍ଵାରା ଖୁସି ରଖୁଥିଲେ l ଏଥିପାଇଁ ସମସ୍ତେ ତାଙ୍କୁ ବହୁତ ଭଲ ପାଉଥିଲେ l ସେଥିପାଇଁ ବାଜିରାଓ ତାଙ୍କୁ ଆଦରରେ ‘ ଛବିଲି ‘ ବୋଲି ଡାକୁଥିଲେ l ବାଜିରାଓଙ୍କର କୌଣସି ସନ୍ତାନ ନ ଥିବାରୁ ସେ ନାନା ସାହେବଙ୍କୁ ପୋଷ୍ୟପୁତ୍ର ଭାବେ ଗ୍ରହଣ କରିଥିଲେ l ପେଶୱା ବାଜିରାଓଙ୍କ ବ୍ରହ୍ମାବର୍ତ୍ତ ରାଜପ୍ରାସାଦରେ ନାନା ସାହେବଙ୍କ ପାଖରେ ପିଲାଦିନୁ ମନୁ ଅଶ୍ୱାରୋହଣ , ଖଡ଼ଗଚାଳନା , ବିଭିନ୍ନ ପ୍ରକାରର ଶାରୀରିକ ବ୍ୟାୟାମ ଆଦି କଳାରେ ସେ ପାରଙ୍ଗମ ଥିଲେ l
ଧୀରେ ଧୀରେ ମନୁ ଏକ ସୁନ୍ଦରୀ ରୂପସୀ ତରୁଣୀରେ ପରିଣତ ହେଲେ l ତାଙ୍କ ରୂପ, ଗୁଣ ଚାରିଆଡ଼େ ବ୍ୟାପିବାରେ ଲାଗିଲା l ବ୍ରାହ୍ମଣ ଘର କନ୍ୟା ବୁଦ୍ଧିମାନ ବୀରାଙ୍ଗନା ହେବା ସେ ସମୟରେ ଯେତିକି ଆଶ୍ଚର୍ଯ୍ୟ ଜନକ ଥିଲା ତାଙ୍କ ଅନିନ୍ଦ୍ୟ ରୂପ ସେତିକି ଲୋକଙ୍କୁ ତାଙ୍କ ପ୍ରତି ଆକୃଷ୍ଟ କରାଇଲା l ସେ ସମୟରେ ” ଝାନସୀ ” ର ରାଜା ଗଙ୍ଗାଧର ରାଓ ଜଣେ ବିଚକ୍ଷଣ ଯୋଦ୍ଧା ଭାବେ ପରିଚିତ ଥାନ୍ତି l ସେ ଯେତେବେଳେ ” ମନୁବାଈ “ଙ୍କ ସମ୍ପର୍କରେ ଶୁଣିଲେ ସେ ଛଦ୍ମବେଶରେ ଆସି ମନୁବାଈଙ୍କୁ ଦେଖିବା ପରେ ତାଙ୍କ ପ୍ରତି ଆକୃଷ୍ଟ ହୋଇପଡିଲେ l କ୍ରମେ ବ୍ରାହ୍ମଣ ଲଳନା ” ମନୁବାଈ ” ଝାନସୀର ମହାରାଣୀ ” ଲକ୍ଷ୍ମୀବାଈ ” ରେ ପରିଚିତ ହେଲେ l

ଆନନ୍ଦ ଓ ଦୁଃଖର ଜୀବନ:-
ରାଣୀ ଲକ୍ଷ୍ମୀବାଈଙ୍କ ବିବାହ ୧୮୪୨ ରେ ଗଙ୍ଗାଧର ରାଓଙ୍କ ସହିତ ହୋଇଥିଲା l ସେତେବେଳେ ଗଙ୍ଗାଧର ରାଓ ଝାନସୀର ରାଜା ଥିଲେ l ଝାନସୀ ରାଜ ପ୍ରାସାଦରେ ଲକ୍ଷ୍ମୀବାଈ ନିଜର ଆଚରଣ, ବ୍ୟବହାର ଓ ଉଦାରଣ ଯୋଗୁଁ ସମସ୍ତଙ୍କର ପ୍ରିୟଭାଜନ ହୋଇଗଲେ l ସେ ରାଜକାର୍ଯ୍ୟରେ ରାଜା ଗଙ୍ଗାଧରଙ୍କୁ ଆବଶ୍ୟକୀୟ ପରାମର୍ଶ ମଧ୍ୟ ଦେଉଥିଲେ l ତାଙ୍କରି ପରାମର୍ଶରେ ” ଝାନସୀ ” ରାଜ୍ୟରେ ନାରୀଶିକ୍ଷା ପାଇଁ ସ୍ଵତନ୍ତ୍ର ପାଠଶାଳା ମାନ ସ୍ଥାପନ କରାଇଥିଲେ l ୧୮୫୧ ରେ ସେ ପୁତ୍ରରତ୍ନ ପ୍ରାପ୍ତି କଲେ l କିନ୍ତୁ ବିଧିର ବିଧାନ ବଡ଼ ବିଚିତ୍ର l ତାଙ୍କର ଏକମାତ୍ର ପୁତ୍ର ମାତ୍ର ୩ ମାସର ଥିଲାବେଳେ ମୃତ୍ୟୁ ବରଣ କଲା l ପୁତ୍ରଶୋକରେ ପିତା ଗଙ୍ଗାଧର ମଧ୍ୟ କୌଣସି ଏକ ରୋଗରେ ଅସୁସ୍ଥ ହୋଇଗଲେ l ୨୧ ନଭେମ୍ବର ୧୮୫୩ ରେ ଗଙ୍ଗାଧର ରାଓଙ୍କ ନିଧନ ହୋଇଥିଲା l ମୃତ୍ୟୁ ପୂର୍ବରୁ ସେ ତାଙ୍କର ପୋଷ୍ୟପୁତ୍ରକୁ ଉତ୍ତରାଧିକାରୀ ରୂପେ ଘୋଷଣା କରିବା ସହ ସେ ସାବାଳକ ଥିଲା ପର୍ଯ୍ୟନ୍ତ ଲକ୍ଷ୍ମୀବାଈଙ୍କୁ ଝାନସିର ଉତ୍ତରାଧିକାରିଣୀ ଘୋଷଣା କଲେ l ପ୍ରଥମ ସନ୍ତାନ ପରେ ପତିଙ୍କ ମୃତ୍ୟୁ ଲକ୍ଷ୍ମୀବାଈ ପାଇଁ ଦୁଃଖର ପାହାଡ଼ ଅଜାଡ଼ି ହୋଇପଡ଼ିଲା l କିନ୍ତୁ ଏସବୁ ସତ୍ତ୍ୱେ ସେ ସବୁକିଛି ସହି ରାଜ୍ୟର ସମସ୍ତ ଗୁରୁ ଦାୟିତ୍ଵ ବହନ କରିପାରିଥିଲେ l

ବେପାରୀଙ୍କ ରାଜ୍ୟ ଲିପ୍ସା :-
ସେ ସମୟରେ ଇଂରେଜମାନେ ଭାରତକୁ ବେପାର ବଣିଜ କରିବାକୁ ଆସି ସମଗ୍ର ଭାରତବର୍ଷକୁ ନିଜ ଶାସନାଧୀନ କରିବା ସହିତ ସାଧାରଣ ଅଶିକ୍ଷିତ ସାମାଜିକ ବିଶୃଙ୍ଖଳ ବା ବୈଷମ୍ୟ ପ୍ରପୀଡ଼ିତ ଲୋକମାନଙ୍କୁ ପ୍ରଲୋଭନ ଦ୍ଵାରା ଧର୍ମାନ୍ତରୀତ କରି ଖ୍ରୀଷ୍ଟ ଧର୍ମର ପ୍ରସାର କରୁଥିଲେ l ଏହା ଛଡା ସେମାନେ ବଳପୂର୍ବକ ଦେଶୀୟ ରାଜ୍ୟମାନଙ୍କୁ ଅଧିକାର କରୁଥିଲେ l ଝାନସୀର ରାଜା ଗଙ୍ଗାଧରଙ୍କ ମୃତ୍ୟୁ ପରେ ଇଂରେଜ ସେନାପତି ହ୍ୟୁରୋଜଙ୍କ ଲୋଲୁପ ଦୃଷ୍ଟି ଏହି ରାଜ୍ୟ ଉପରେ ପଡ଼ିଲା l କିନ୍ତୁ ଝାନସୀ ଅଧିକାର କରିବା ଏତେ ସହଜ ନ ଥିଲା l ଦୁର୍ଗ ରକ୍ଷା ପାଇଁ ଲକ୍ଷ୍ମୀବାଈ ନିଜେ ସୈନ୍ୟମାନଙ୍କ ସହ ମିଶି ଇଂରେମାନଙ୍କୁ ନିପାତ କରୁଥାନ୍ତି l

ସ୍ୱାଧୀନତା ଆନ୍ଦୋଳନର ପ୍ରଥମ ଭିତ୍ତି ପ୍ରସ୍ତର:-
ଇଂରେଜମାନଙ୍କ ଏହି ଘୃଣ୍ୟ ଅଭିଯାନକୁ ପ୍ରତିହତ କରିବାପାଇଁ ଏକ ସଶସ୍ତ୍ର ବିଦ୍ରୋହର ସୂତ୍ରପାତ ହୋଇଥିଲା l ୧୮୫୭ ବିଦ୍ରୋହର ଝାନସୀ ପ୍ରମୁଖ କେନ୍ଦ୍ରସ୍ଥଳ ଥିଲା l ରାଣୀ ଲକ୍ଷ୍ମୀବାଈ ଝାନସୀର ସୁରକ୍ଷାକୁ ସୁଦୃଢ କରିବାର ଆରମ୍ଭ କରିଦେଇଥିଲେ ଏବଂ ଏକ ସ୍ଵୟଂସେବକ ସେନାର ଗଠନର ପ୍ରାରମ୍ଭ କରିଦେଇଥିଲେ l ଏହି ସେନାରେ ସେ ମହିଳାମାନଙ୍କୁ ମଧ୍ୟ ଭର୍ତ୍ତି କରିଥିଲେ l ସେମାନଙ୍କୁ ଯୁଦ୍ଧର ପ୍ରଶିକ୍ଷଣ ସବୁ ଦିଆଯାଉଥିଲା l ସାଧାରଣ ଜନତାମାନେ ମଧ୍ୟ ଏହି ବିଦ୍ରୋହରେ ସହଯୋଗ କରିଲେ l

ଲାଲ ଇଗଲ ଓ ଧୂସର କାଉ:-
୧୮୫୮ ମାର୍ଚ୍ଚ ମାସ ଇଂରେଜ ସେନା ଝାନସିକୁ ଘେରିଥିଲେ l ଦୁଇ ସପ୍ତାହ ପର୍ଯ୍ୟନ୍ତ ଯୁଦ୍ଧ ଚାଲିଥିଲା l ପରେ ବ୍ରିଟେନମାନେ ଝାନସୀକୁ ନିଜ ଅଧିକାରରେ ନେଇଯାଇଥିଲେ l ଯୁଦ୍ଧ କଲାବେଳେ ତାଙ୍କର ମଥାରେ ଲାଲ ପଗଡ଼ି, ଲାଲ କୁର୍ତ୍ତା ଓ ପାଇଜାମା, ହାତରେ ଲାଲ ତରବାରୀ, ଅଣ୍ଟାରେ ପିସ୍ତଲ ଥାଏ l ଗୋଟିଏ ଲାଲ ଘୋଡାରେ ବସି ସେ ରଣ କର୍କଶ ଲାଲ ଇଗଲ ଭଳି ଦେଖାଯାଉଥିଲେ l ସତେ ଯେପରି ସେହି ଲାଲ ଇଗଲକୁ କାବୁ କରିବାପାଇଁ ଧଳା କାଉ, ଆପ୍ରାଣ ଉଦ୍ୟମ କରୁଥିଲେ l କେତେକ ଦେଶଦ୍ରୋହୀ ” ଘରଢ଼ିଙ୍କି କୁମ୍ଭୀର ” ମାନଙ୍କ ସହାୟତାରେ ଝାନସୀ ଦୁର୍ଗର ପତନ ହେଲା ସତ କିନ୍ତୁ ଲକ୍ଷ୍ମୀବାଈ ପଳାୟନ କରିବାରେ ସଫଳ ହେଲେ l

ଅଣ୍ଟିଛୁରୀ ତଣ୍ଟିକାଟେ :-
ତାନ୍ତିଅା ତୋପେ ଓ ରାଓ ସାହେବଙ୍କ ସଙ୍ଗେ ମିଶି ଇଂରେଜ ସ୍ତାବକ ଦେଶଦ୍ରୋହୀ ଗୋଆଲିୟର ରାଜା ଦୟାଜି ରାଓଙ୍କୁ ପରାସ୍ତ କରି ଗୋଆଲିୟର ଦୁର୍ଗ ଅଧିକାର କରି ନେଲେ l କିନ୍ତୁ ଲକ୍ଷ୍ମୀବାଈଙ୍କ ନିମନ୍ତେ ସେହି ଦୁର୍ଗ ସମ୍ପୂର୍ଣ୍ଣ ନୂତନ ଥିଲା l ଦୟରାଜା ଓ ଇଂରେଜମାନଙ୍କ ସାହାଯ୍ୟରେ ଗୋଆଲିୟର ଦୁର୍ଗ ପୁନଃ ଅଧିକାର କରିନେଲେ l ଲକ୍ଷ୍ମୀବାଈ କେବଳ ଦୁଇ ଜଣ ସହାୟିକାଙ୍କ ସହ ପଳାୟନ କଲେ ସତ କିନ୍ତୁ ବ୍ରିଟେନମାନେ ତାଙ୍କ ପଛରେ ଧାବନ କରି ତାଙ୍କୁ ହତ୍ୟା କରିଥିଲେ l

Download PDF Click Here
Odia MCQ Test Click Here

Leave a Comment

error: Content is protected !!