Raja Parba Odia Essay in Odia Free PDF

Raja Parba Odia Essay in Odia Free PDF Download

Facebook
Telegram
WhatsApp
LinkedIn

Raja Parba Odia Essay in Odia : Welcome to Odisha Festival Essay, your one-stop destination for all things related to the upcoming Odisha Festival! Here you will find all the information you need to know about Raja Parba Odia Essay, as well as insights and opinion pieces from our expert writers. We hope you enjoy reading our content and are inspired by the Raja Parba festivities that await us in Odisha this July. Thank you for choosing us. click here for check in wiki.

Raja Parba Odia Essay in Odia Free PDF

Odisha Festival Essay is a special festival that takes place in the state of Odisha in India every year. The festival celebrates the culture and heritage of the state. It is also a time to give thanks to the gods for all the blessings that they have bestowed on the state. The festival is held in both tribal and urban areas. It is also an opportunity to interact with people from different parts of the state and share ideas and thoughts. In addition, the festival is a platform for exchanging knowledge and experiences.

ରଜ ପର୍ବ

ଉପକ୍ରମ:-
ଜୀବନ ସହିତ ପର୍ବପର୍ବାଣୀର ଘନିଷ୍ଠ ସମ୍ବନ୍ଧ ରହିଛି l ଓଡ଼ିଶାର ଜନଜୀବନ, ସମାଜ ଓ ସଂସ୍କୃତି ଅତି ମହାନ l ଧର୍ମ, ନୀତି ଓ ଚଳଣିର ବିଭେଦ ରହିଥିଲେ ମଧ୍ୟ ଓଡିଶାବାସୀ ବିଭିନ୍ନ ପର୍ବପର୍ବାଣୀ ଗୁଡ଼ିକୁ ଆନନ୍ଦରେ ପାଳନ କରନ୍ତି l ଓଡ଼ିଶାର ପ୍ରତ୍ୟେକ ବ୍ୟକ୍ତି ଧର୍ମ ସଚେତନ l ଜୀବନରେ ଆଧ୍ୟାତ୍ମିକ ଜ୍ଞାନର ଉପଲବ୍ଧି ହିଁ ପର୍ବପାଳନର ମୁଖ୍ୟ ଉଦ୍ଦେଶ୍ୟ l କର୍ମକ୍ଲାନ୍ତ ଜୀବନକୁ ହାଲୁକା ଓ ଉଲ୍ଲସିତ କରିବା ପାଇଁ ବୋଧହୁଏ ପର୍ବପର୍ବାଣୀର ସୃଷ୍ଟି l ଓଡ଼ିଶାରେ ବାର ମାସରେ ତେର ପର୍ବ ପାଳନ କରାଯାଏ l ରଜ ପର୍ବ ତନ୍ମଧ୍ୟରୁ ଅନ୍ୟତମ l ଓଡ଼ିଶାର ସର୍ବତ୍ର ରଜ ପାଳିତ ହୁଏ l ଏହା ଓଡ଼ିଶାର ଏକ ବିଶେଷ ପର୍ବ l ପ୍ରତ୍ୟେକ ଓଡ଼ିଆ ଏ ପର୍ବଟିକୁ ମହାଆନନ୍ଦରେ ପାଳନ କରିଥାନ୍ତି l ବିଶେଷତ ଏହା ଝିଅମାନଙ୍କ ପାଇଁ ମୁଖ୍ୟ ଅଟେ l ଓଡ଼ିଆ ମାସ ଆଷାଢ଼ରେ ରଜ ସଂକ୍ରାନ୍ତି ପଡ଼େ ଯାହାକୁ ମିଥୁନ ସଂକ୍ରାନ୍ତି ମଧ୍ୟ କହନ୍ତି l ଇଂରାଜୀ ମାସ ଅନୁଯାୟୀ ପ୍ରାୟତଃ ଜୁନ ମାସ ଅଧାବେଳକୁ ରଜ ସଂକ୍ରାନ୍ତି ପଡ଼େ l

ରଜର ଆୟୋଜନ:-
ରଜ ଲୋକମାନଙ୍କ ମନରେ ଅପୂର୍ବ ଉତ୍ସାହ ଉଦ୍ଦୀପନା ଭରିଦିଏ l ରଜରେ ସମସ୍ତେ ସମସ୍ତ କାମଗୁଡିକ ବନ୍ଦ କରିଦିଅନ୍ତି l କୃଷକମାନେ ମଧ୍ୟ କୃଷିକାର୍ଯ୍ୟ ଛାଡ଼ି ରଜପର୍ବର ଆନନ୍ଦ ନେଇଥାନ୍ତି l ଖାଇବା ପିଇବା, ମଉଜ ମଜଲିସ୍ କରିବା ରଜର ମୁଖ୍ୟ କଥା l ଏଣୁ ରଜ ପାଇଁ ଖାଦ୍ୟପେୟ ଆଦି ଅନେକ ଜିନିଷ ପୂର୍ବଦିନରୁ ପ୍ରସ୍ତୁତ କରାଯାଇଥାଏ l ରଜରେ ଅନେକେ ନୂଆ ପୋଷାକ ପରିଧାନ କରିଥାନ୍ତି l

ରଜର ପାଳନ ବିଧି:-
ରଜ ପର୍ବରେ ଅନ୍ୟ ସବୁ ପର୍ବପର୍ବାଣୀଠାରୁ କିଛି ନିଆରା ଓ ଅଲଗା ବିଶେଷତ୍ଵ ରହିଛି l ଏହା ତିନି ଦିନ ଧରି ପାଳନ କରାଯାଏ l ପ୍ରଥମ ଦିବସଟି ପହିଲି ରଜ, ଦ୍ଵିତୀୟ ଦିବସଟି ରଜ ସଂକ୍ରାନ୍ତି ଓ ତୃତୀୟ ଦିବସଟି ଭୂମିଦାହ ନାମରେ ବିଦିତ ଅଟେ l ଏହି ପର୍ବଟି ଝିଅମାନଙ୍କର ମୁଖ୍ୟ ପର୍ବ ହୋଇଥିଲେ ହେଁ ଉତ୍କଳର ଆବାଳ ବୃଦ୍ଧ ବନିତା ରଜପର୍ବକୁ ଶ୍ରଦ୍ଧା ସହକାରେ ପାଳନ କରିଥାନ୍ତି l ଏହି ତିନିଦିନ ଲୋକମାନେ ଆମୋଦ ପ୍ରମୋଦ ଓ ଖେଳ କୌତୁକରେ ସମୟ ବିତାଇ ଦିଅନ୍ତି l ରଜର ପୂର୍ବଦିନ ରଜ ପାଇଁ ଯାହା ସବୁ ଆବଶ୍ୟକତା ତାହା ଯୋଗାଡ଼ କରାଯାଏ l ଦାନ୍ତକାଠି ଭାଙ୍ଗି କରି ତିନିଦିନ ପାଇଁ ରଖିଦିଆଯାଏ l ପିଠା ପ୍ରସ୍ତୁତି ପାଇଁ ସମସ୍ତ ସରଞ୍ଜାମ ସାଇତି ରଖାଯାଏ l ନୂଆ ଲୁଗା ସହିତ ଯାହା ସବୁ ଆନୁଷଙ୍ଗିକ ପଦାର୍ଥ ଦରକାର ତା ମଧ୍ୟ କିଣାଯାଏ l ସଜବାଜ ପରଦିନକୁ ପହିଲି ରଜ କୁହାଯାଏ l ଚାକିରିଆମାନେ ଘରକୁ ଛୁଟିରେ ଆସନ୍ତି l ଗ୍ରୀଷ୍ମ ଛୁଟି ହେତୁ ଛାତ୍ରଛାତ୍ରୀଗଣ ରଜ ପାଲିବାରେ ତତ୍ପର ହୋଇଥାନ୍ତି l
ରଜରେ ପିଠାପଣାର ସୁଅ ଛୁଟେ l ଯେତେ ପ୍ରକାର ପିଠା ହେଉନା କାହିଁକି ପୋଡ଼ପିଠା ଘରେ ଘରେ ହୁଏ l ପିଠାପଣା ନେଇ ବନ୍ଧୁବାନ୍ଧବଙ୍କ ଘରକୁ ଯାଇଥାନ୍ତି l ପାଚିଲା ଆମ୍ବ, ପଣସ, ସପୁରି, କଦଳୀ ଆଦି ଫଳର ବ୍ୟବହାର କରାଯାଏ l
ଦୋଳିଖେଳ ରଜର ଅନ୍ୟତମ ଆକର୍ଷଣ l ଘରେ ବାହାରେ ରଜଦୋଳି ବନ୍ଧାଯାଏ l ଝିଅମାନେ ରଜଦୋଳିରେ ବସି ଗୀତର ଲହରୀ ଛୁଟାଇ ଦେଇଥାନ୍ତି l ଗୀତଟି ହେଉଛି:-

” ବନସ୍ତେ ଡାକିଲା ଗଜ
ବରଷକେ ଥରେ ଆସିଛି ରଜ ଲୋ
ଘେନି ନୂଆ ସଜବାଜ l”

ଦୋଳିଖେଳ ବ୍ୟତୀତ ତାସ, ଲୁଡୁ, କଉଡ଼ି, ଚେସ୍, କ୍ୟାରମ ଓ ପଣା ପ୍ରଭୃତିରେ ରଜ ହୋଇଥାଏ l ଘରର ସ୍ତ୍ରୀଲୋକମାନେ କିଛି କାମଧନ୍ଦା ନ କରି କ୍ରୀଡା କଉତୁକରେ ତିନିଦିନ ସମୟ ବିତାଇଥାନ୍ତି l ଏହି ସମୟରେ ପାଗ ମେଘୁଆ ରହେ l ସମସ୍ତେ ଏହାକୁ ରଜପାଗ କହନ୍ତି l ତୃତୀୟ ଦିବସଟି ଭୂମିଦାହ ଦିବସ ରୂପେ ପରିଗଣିତ ହୋଇଥାଏ l ଏହିଦିନ ବସୁମତୀଙ୍କର ବିଶ୍ରାମର ଦିନ ଅଟେ l ସେଦିନ ମୂଲିଆମାନେ କାର୍ଯ୍ୟକୁ ନ ଯାଇ ଘରେ ବିଶ୍ରାମ କରନ୍ତି l ଚତୁର୍ଥ ଦିବସଟି ଠାକୁରାଣୀଙ୍କ ସ୍ନାନ ଦିବସ ରୂପେ ପାଳନ କରାଯାଏ l ଧରାସ୍ନାନ ଦିବସର ବସୁମତୀଙ୍କୁ ସ୍ନାନ କରାଯାଇ ଭୋଗ ଅର୍ପଣ କରାଯାଏ l ଘରେ ଅଗଣାରେ ହଳ, ଲଙ୍ଗଳ, ଶିଳପୁଆ ଇତ୍ୟାଦିକୁ କୃଷକ ଘରଣୀ ହଳଦିରେ ସ୍ନାନ କରାଇ ପୂଜା ଅର୍ଚ୍ଚନା କରନ୍ତି l ଏହିଠାରେ ରଜପର୍ବର ପରିସମାପ୍ତି ଘଟିଥାଏ l

ସାମାଜିକ ଉପାଦେୟତା:-
ରଜଦିନ ଘରର ସମସ୍ତେ ନୂତନ ପୋଷାକ ପରିଧାନ ପୂର୍ବକ ସଜ୍ଜିତ ହୋଇଥାନ୍ତି l କ୍ରୀଡା କଉତୁକ, ପିଠାପଣା କରିବାରେ ସମୟ ଅତିବାହିତ କରନ୍ତି l ଏହାଦ୍ବାରା ସମସ୍ତଙ୍କ ମଧ୍ୟରେ ସ୍ନେହଶ୍ରଦ୍ଧା ବୃଦ୍ଧିପାଏ l ପର୍ବପାଳନ ପରେ କୃଷକ ମାଟି ମାଆକୁ ପୂଜା କରି ପୁନର୍ବାର କୃଷି କର୍ମରେ ନିୟୋଜିତ ହୁଅନ୍ତି l କର୍ଯ୍ୟକରିବାକୁ ଆଗ୍ରହ ଜନ୍ମେ l ନବବିବାହିତା କନ୍ୟା ପିତ୍ରାଳୟକୁ ଆସି ଆନନ୍ଦ ଅନୁଭବ କରିଥାନ୍ତି l ଗ୍ରାମ୍ୟ ବାଳିକାମାନଙ୍କର ଏକତ୍ର ପଂକ୍ତିଭୋଜନରେ ସ୍ନେହଭାବ ପ୍ରକଟିତ କରିଥାଏ l

ଉପସଂହାର:-
ରଜ ଓଡ଼ିଶାର ଏକ ପ୍ରଧାନ ପର୍ବ l ଏହା କେବଳ ଆମୋଦ ପ୍ରମୋଦର ପର୍ବ ନୁହେଁ, ଏଥିରେ ଓଡ଼ିଶାର ସାମାଜିକ ଚଳଣି ନିହିତ l ସମାଜର ପ୍ରତ୍ୟେକ ସ୍ତରର ଲୋକ ଏହି ଉତ୍ସବ ପାଳନ କରିଥାନ୍ତି l ରଜ ଓଡ଼ିଶାର ପର୍ବପର୍ବାଣୀ ମଧ୍ୟରେ ଏକ ସ୍ଵତନ୍ତ୍ର ସ୍ଥାନର ଅଧିକାରୀ l

Written by:-
Jyotirmayee Sahu
M.A, M.Ed

Odia MCQ Test Click Here
Women Empowerment Essay in Odia Click Here
Swachh Bharat Essay in Odia Click Here
Corona Essay in Odia Click Here
Raja Parba Odia Essay in Odia Free PDF Click Here

Raja Parba Odia Essay in Odia Free PDF, Raja Parba Odia Essay in Odia Free PDF, Raja Parba Odia Essay in Odia Free PDF

Leave a Comment

error: Content is protected !!