Rainy season essay In Odia/ବର୍ଷା ଋତୁର ଦୃଶ୍ୟ

Facebook
Telegram
WhatsApp
LinkedIn

short essay on rainy season in Odia

Rainy season brings relief from hot summer days. With the touch of the first rain, the trees turn green. The atmosphere cools down all over.

Rainy season essay In Odia

ବର୍ଷା ଋତୁର ଦୃଶ୍ୟ:-

ବର୍ଷର ବାର ମାସ ଓ ଛଅ ଋତୁ | ଗ୍ରୀଷ୍ମ ଋତୁ ପରେ ବର୍ଷା ଋତୁ ଆସେ | ବର୍ଷ ମଧ୍ୟରେ ଆଷାଢ଼ ଓ ଶ୍ରାବଣ ମାସରେ ପ୍ରଚୁର ପରିମାଣରେ ବର୍ଷା ହୁଏ | ତେଣୁ ଏହି ଦୁଇ ମାସକୁ ବର୍ଷା ଋତୁ କହନ୍ତି |ଏଥିପାଇଁ ଭକ୍ତକବି କହିଛନ୍ତି:-          ”ବର୍ଷାରେ ଆଷାଢ଼ ଶ୍ରାବଣ     ମେଘ ବରଷେ ଘନ ଘନ” |

ବର୍ଷାଋତୁର ବର୍ଣ୍ଣନା:-

ପ୍ରଚଣ୍ଡ ନିଦାଘ ପରେ ପୃଥିବୀ ପୃଷ୍ଠରେ ଆସେ ବର୍ଷାର ବାରିଧାରା | ଆକାଶରେ ମେଘମାଳା ଦେଖି ମୟୁର ନାଚିଉଠେ ଏବଂ କବି ଓ ଭାବୁକ ପ୍ରାଣରେ ଖେଳିଯାଏ ଅସୁମାରୀ ଭାବନା | ଦୂର ପାହାଡ଼ରେ ମେଘଖଣ୍ଡ ସବୁ ଲାଖିରହି ଅପୂର୍ବ ସୌନ୍ଦର୍ଯ୍ୟ ସୃଷ୍ଟି କରେ | ଶୁଖିଲା ଗଛଲତାରେ ନୂଆ ପତ୍ର କଅଁଳି ଉଠେ | ଟାଙ୍ଗରା ଭୂଇଁ ସବୁଜ ହୁଏ |ନାନାପ୍ରକାର ଫସଲରେ ଧରଣୀ ରାଣୀ ହସି ଉଠେ | ଆକାଶରେ ଇନ୍ଦ୍ରଧନୁର ଦୃଶ୍ୟ ସମସ୍ତଙ୍କ ପ୍ରାଣରେ ଆନନ୍ଦ ଭାରି ଦିଏ | ଏହି ଋତୁରେ ଆକାଶ ମେଘାଛନ୍ନ ରହେ | ପ୍ରାୟ ଅଧିକାଂଶ ସମୟରେ ବର୍ଷା ହୁଏ | ବର୍ଷା ପାଇଁ ନଈ ,ନାଳ ,ଗାଡ଼ିଆ ,ପୋଖରୀ ଓ କୂଅ ଇତ୍ୟାଦି ଜଳପୂର୍ଣ୍ଣ ହୁଏ | ବେଙ୍ଗ ମାନେ କେଁ କଟର ରଡି କରନ୍ତି | କୃଷକ କୃଷିକର୍ମରେ ବ୍ୟସ୍ତ ରହେ | ଛୋଟ ପିଲାମାନେ ବର୍ଷାବେଳେ ଗାଁ ଦାଣ୍ଡରେ କାଗଜ ଦଙ୍ଗା ଭସାନ୍ତି |

ପର୍ବପର୍ବାଣି:-

ବର୍ଷା ଋତୁରେ ରଥଯାତ୍ରା,ଜନ୍ମାଷ୍ଟମୀ,ରଖି ପୁର୍ଣିମା,ଚିତାଲାଗି ଅମାବାସ୍ୟା,ଝୁଲଣ ଯାତ୍ରା ଆଦି ଅନେକ ପର୍ବ ପାଳିତ ହୋଇଥାଏ |

ଉପକାରିତା:-

ବର୍ଷାଋତୁରେ ପିଇବାକୁ ପାଣିର ଅଭାବ ରହେ ନାହିଁ | ବାଡ଼ିବଗିଚାରେ ନାନାପ୍ରକାର ପନିପରିବା ଲଗାଯାଏ | ମରୁଡି ଓ ଦୁର୍ଭିକ୍ଷରୁ ଲୋକ ରକ୍ଷା ପାଆନ୍ତି | ଭେଣ୍ଡି,ବାଇଗଣ,କାକୁଡି,କଖାରୁ,ଲାଉ,କଲରା ଆଦି ପନିପରିବା ପ୍ରଚୁର ପରିମାଣରେ ଚାଷ କରାଯାଏ | ବର୍ଷା ଋତୁ ନଥିଲେ ପ୍ରାଣୀଜଗତର ଧାରଣ ସମ୍ଭବ ହୁଅନ୍ତା ନାହିଁ | ତେଣୁ ଭକ୍ତକବି ମଧୁସୂଦନ କହିଛନ୍ତି:-

       “ବରଷା କାଳ ଅଟେ ମଙ୍ଗଳକାରୀ

                ପାଳଇ ପରାଜଙ୍କୁ ବରଷି ବାରି |”

ଅପକାରିତା:-

ବର୍ଷା ଅଧିକ ହେଲେ ନଈବଢି ହୁଏ | ନଈସୁଅରେ ଗାଁ-ଗଣ୍ଡା,ମଣିଷ ଓ ଗୃହପାଳିତ ପଶୁ ଭାସିଯାଆନ୍ତି | ମାଟିକାନ୍ଥ ଭୁଶୁଡି ଯାଏ | କ୍ଷେତ ବାଡ଼ିରେ ପାଣି ପଶି ଫସଲ ନଷ୍ଟ ହୋଇଯାଏ | ରାସ୍ତାଘଟ କାଦୁଅରେ ପୂର୍ଣ ହୋଇ ଯିବାଆସିବାରେ ବାଧା ସୃଷ୍ଟି କରେ | ଖାଲ ସ୍ଥାନରେ ପାଣି ଜମି ମଶା,ମାଛି ବୃଦ୍ଧି ପାଆନ୍ତି | ଏଥିପାଇଁ ମ୍ୟାଲେରିଆ ହଇଜା ଆଦି ରୋଗ ବ୍ୟାପେ | ଏହି ଋତୁରେ ଗରିବ ଲୋକମାନଙ୍କୁ ଚଳିବାରେ ବହୁତ ଅସୁବିଧା ହୁଏ |

ଉପସଂହାର:-

ଜଳ ହିଁ ଜୀବନ | ଏହା ବିନା ଜୀବନଧାରଣ ଅସମ୍ଭବ | ତେବେ ଜଳ ଅଧିକ ହେଲେ ଅଥବା କମ ହେଲେ ଲୋକେ ମୃତ୍ୟୁ ବାରଣ କରନ୍ତି | କବିବର ରାଧାନାଥ ରାୟଙ୍କ ଭାଷାରେ:-

  “ଜଳ ବିହୁନେ ସୃଷ୍ଟିନାଶ

                                            ଜଳ ବହୁଳେ ସୃଷ୍ଟିନାଶ |”

ଏହି ଋତୁରେ ହିଁ ସାରା ବର୍ଷ ପାଇଁ ଜଳ ସଂଚିତ ହୁଏ | ଅନେକ ଅସୁବିଧା ସତ୍ୱେ ବର୍ଷା ଋତୁ ମଙ୍ଗଳକାରୀ |

ଏହି ରଚନା ଟି କେମିତି ଲାଗିଲା ନିଶ୍ଚିତ ଜଣାଇବେ | ବଳରାମ ପ୍ରଧାନ jobalert360.com

Rainy season essay In Odia in this article I’m explaining 10 Lines On Rainy Season in Odia|| some Lines Odia Essay Barsa.

Rainy season essay In Odia

Among the six seasons of India – Basant, Summer, Varsha, Sharad, Hemant and Shishir, autumn is the fourth place. After the end of the rainy season.

Rainy season essay In Odia

 

Leave a Comment

error: Content is protected !!