Rabindranath Tagore Biography in Odia

Rabindranath Tagore Biography in Odia | ରବୀନ୍ଦ୍ରନାଥ ଟାଗୋର | Free Download

Facebook
Telegram
WhatsApp
LinkedIn

Rabindranath Tagore Biography in Odia : Thank you for reading our Rabindranath Tagore Biography blog post in Odia language! By reading through this post, you’ve learned about Rabindranath Tagore’s life and work. We hope you’ve enjoyed it and that it has provided you with a better understanding of one of the greatest poets and thinkers of our time. If you have any questions or suggestions, please feel free to leave them in the comments section below!

ଭାରତର ପ୍ରଥମ ନୋବେଲ ପୁରସ୍କାର ବିଜେତା ରବୀନ୍ଦ୍ରନାଥ ଟାଗୋର
(୧୮୬୧- ୧୯୪୧)

ରବୀନ୍ଦ୍ରନାଥ ଟାଗୋରଙ୍କୁ ରବୀନ୍ଦ୍ରନାଥ ଠାକୁର ନାମରେ ମଧ୍ୟ ସମସ୍ତେ ଜାଣିଥିଲେ ଆଉମଧ୍ୟ ଗୁରୁଦେବ ନାମରେ ସେ ଅଧିକ ପ୍ରସିଦ୍ଧ ଥିଲେ l ସେ ଏକ ମହାନ୍ ଭାରତୀୟ କବି ଥିଲେ ଯିଏକି ଦେଶକୁ କେତେଗୁଡ଼ିଏ ପ୍ରସିଦ୍ଧ କବିତା ରଚନା କରି ଦେଇଛନ୍ତି l କାଳିଦାସଙ୍କ ପରେ ରବୀନ୍ଦ୍ରନାଥ ଟାଗୋର ଏକ ମହାନତମ କବି ଥିଲେ l ଆଜି ସମଗ୍ର ଦୁନିଆରେ ସେ ଏକ ମହାନତମ କବି ରୂପେ ପ୍ରସିଦ୍ଧି ଲାଭ କରିଛନ୍ତି l
ରବୀନ୍ଦ୍ରନାଥ ଟାଗୋର ଦେବେନ୍ଦ୍ର ନାଥ ଟାଗୋରଙ୍କ କନିଷ୍ଠ ପୁତ୍ର ଥିଲେ l ସେ ବ୍ରହ୍ମ ସମାଜର ଜଣେ ନେତୃ ସ୍ଥାନୀୟ ବ୍ୟକ୍ତି ଥିଲେ l ସେ ଉପନିଷଦ ମାନଙ୍କରେ ପ୍ରାଚୀନ ଭାରତୀୟ ତତ୍ତ୍ଵ ଆଧାରିତ ସଂସ୍କାର ଆଣିବା ପାଇଁ ଊନବିଂଶ ଶତାବ୍ଦୀରେ ଗଠିତ ବ୍ରାହ୍ମ ସମାଜର ଜଣେ ସକ୍ରିୟ ସଭ୍ୟ ଥିଲେ l ରବୀନ୍ଦ୍ରନାଥ ଟାଗୋରଙ୍କର ବାଲ୍ୟ ଶିକ୍ଷା ତାଙ୍କ ଘରୁ ହିଁ ଆରମ୍ଭ ହୋଇଥିଲା l ୧୮୭୫ ରେ ଯେତେବେଳେ ଟାଗୋରଙ୍କୁ ୧୪ ବର୍ଷ ବୟସ ହୋଇଥିଲା ସେତେବେଳେ ତାଙ୍କ ମାତାଙ୍କ ଦେହାନ୍ତ ହୋଇଗଲା l ସେ ୧୭ ବର୍ଷ ବୟସରେ ଇଂଲଣ୍ଡ ଯାଇ ଆନୁଷ୍ଠାନିକ ଶିକ୍ଷା ଆରମ୍ଭ କରିଥିଲେ l କିନ୍ତୁ ଶିକ୍ଷା ସମାପ୍ତ ହେବା ପୂର୍ବରୁ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଥିଲେ l କିନ୍ତୁ ସେତିକି ବେଳକୁ ତାଙ୍କର ସାହିତ୍ୟିକ ଦକ୍ଷତା ଏବଂ ସୃଜନଶୀଳତା ପରିପ୍ରକାଶ ହୋଇ ସାରିଥିଲା l ସ୍ବଦେଶ ପ୍ରତ୍ୟାବର୍ତ୍ତନ ପରେ ପାରିବାରିକ ବ୍ୟବସାୟ ରକ୍ଷଣା ବେକ୍ଷଣ ସହିତ ଗଳ୍ପ, କବିତା, ପ୍ରବନ୍ଧ ଏବଂ ଚିତ୍ରକଳା ପ୍ରଭୃତି କଳାକ୍ଷେତ୍ରରେ ଅନବରତ ସାଧନାରତ ଥିଲେ l ଅତି ଅଳ୍ପ ବୟସରୁ ସେ ମାନବିକ ମୂଲ୍ୟବୋଧ ସମ୍ପୂର୍ଣ୍ଣ ସାମାଜିକ ସଂସ୍କାର ପାଇଁ ବିଭିନ୍ନ ସଂଗଠନରେ ଯୋଗଦେଇ କାମ କରୁଥିଲେ l ଉପନ୍ୟାସ ଓ ଲଘୁକଥା ରୂପରେ ମାନବ ଚରିତ୍ରର ଲେଖନ୍ତି ତାଙ୍କର ବୁଦ୍ଧିମତା, ଅନୁଭବ ଓ ଚିନ୍ତାଧାରା ବିଷୟରେ ଜଣାପଡିଥାଏ l ସେ ଏପରି ଏକ କବି ଥିଲେ ଯିଏକି ଦେଶକୁ ବହୁତ ସୁନ୍ଦର ରାଷ୍ଟ୍ରଗାନ ” ଜନ ଗଣ ମନ ” ଦେଇଛନ୍ତି l ଉପନିଷଦର ଆଦର୍ଶକୁ ଭିତ୍ତି କରି ଏକ ନିଆରା ଶୈଳୀରେ ପରୀକ୍ଷା ମୂଳକ ଭାବେ ଶାନ୍ତି ନିକେତନ ଠାରେ ଏକ ବିଦ୍ୟାଳୟ ସ୍ଥାପନ କରିଥିଲେ l ପରବର୍ତ୍ତୀ ସମୟରେ ଏହି ବିଦ୍ୟାଳୟ ବିଶ୍ଵ ପ୍ରସିଦ୍ଧ ଶାନ୍ତିନିକେତନ ବିଶ୍ଵ ବିଦ୍ୟାଳୟରେ ପରିଣତ ହୋଇଥିଲା l ସେ ଭାରତ ମୁକ୍ତି ଆନ୍ଦୋଳନ ଓ ସ୍ୱାଧୀନତା ଆନ୍ଦୋଳନରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ l ତତ୍କାଳୀନ ଭାରତର ଆଦର୍ଶ ପୁରୁଷ ମହାତ୍ମାଗାନ୍ଧି ତାଙ୍କର ଘନିଷ୍ଠ ବନ୍ଧୁ ଥିଲେ l

ଗାନ୍ଧିଜୀ ଶିକ୍ଷା, ସାଂସ୍କୃତିକ ସଂସ୍କାର ମୂଳକ ସମସ୍ୟା ସମ୍ପର୍କରେ ଟାଗୋରଙ୍କ ସହ ବିଚାର ବିମର୍ଷ କରୁଥିଲେ l ଏହି ଦୁଇ ମହାପୁରୁଷଙ୍କୁ ଆଧୁନିକ ଭାରତ ବର୍ଷର ଦୁଇ ପ୍ରମୁଖ ସ୍ତମ୍ଭ କୁହାଗଲେ ଅତ୍ୟୁକ୍ତି ହେବନାହିଁ l ତାଙ୍କର ନିଜସ୍ୱ ଶୈଳୀରେ ରଚିତ ସାହିତ୍ୟ ଓ ଚିତ୍ରକଳା ପାଇଁ ଏବଂ ଗୁଣାତ୍ମକ ମାନ ସମ୍ପୂର୍ଣ୍ଣ ମୂଲ୍ୟବୋଧ ଭିତ୍ତିକ ଶିକ୍ଷା ବ୍ୟବସ୍ଥାର ପ୍ରଚଳନ ତଥା ସାମାଜିକ ସଂସ୍କାର ପାଇଁ ୧୯୧୩ ଖ୍ରୀଷ୍ଟାବ୍ଦରେ ପୃଥିବୀର ସର୍ବଶ୍ରେଷ୍ଠ ପୁରସ୍କାର ରୂପେ ବିବେଚିତ ନୋବେଲ ପୁରସ୍କାରରେ ସମ୍ମାନିତ କରାଯାଇଥିଲା l ସେ ହେଉଛନ୍ତି, ପ୍ରଥମ ଭାରତୀୟ ଏହି ସମ୍ମାନର ଅଧିକାରୀ ହେବାପାଇଁ l

ଏକ ପ୍ରସିଦ୍ଧ କବି ସହିତ ସେ ଏକ ପ୍ରତିଭାଶାଳୀ ଲେଖକ, ଉପନ୍ୟାସକାର , ସଙ୍ଗୀତକାର , ନାଟକ ଲେଖକ, ଚିତ୍ରକାର ଏବଂ ଦର୍ଶନଶାସ୍ତ୍ରୀ ଥିଲେ l କବିତା ଓ କାହାଣୀ ଲେଖିବା ସମୟରେ କିପରି ଭାଷା ଉପରେ ନିୟନ୍ତ୍ରଣ ରଖିବାକୁ ପଡେ ସେ ବିଷୟରେ ସେ ଭଲଭାବରେ ଜାଣିଥିଲେ l ସେ ଭଲ ଦର୍ଶନଶାସ୍ତ୍ରୀ ଥିଲେ ଯାହା ମାଧ୍ୟମରେ ସ୍ୱତନ୍ତ୍ରତା ସଂଘର୍ଷ ସମୟରେ ସେ ଭାରତୀୟମାନଙ୍କୁ ବହୁ ସଂଖ୍ୟାରେ ପ୍ରଭାବିତ କରିପାରିଥିଲେ l ୧୯୧୫ ଖ୍ରୀଷ୍ଟାବ୍ଦରେ ତାଙ୍କୁ ବ୍ରିଟିଶ୍ ସାମ୍ରାଜ୍ୟର ସର୍ବୋଚ୍ଚ ଉପାଧି’ ନାଇଟ ‘ ଘୋଷିତ କରାଯାଇଥିଲା l କିନ୍ତୁ ଏହି ସ୍ଵାଭିମାନୀ ମହାପୁରୁଷ ଜଣକ ଅତି ଅଳ୍ପଦିନ ମଧ୍ୟରେ ବ୍ରିଟିଶ୍ ସରକାରଙ୍କୁ ତାହା ଫେରସ୍ତ କରିଦେଇଥିଲେ l

ଇଂରେଜମାନଙ୍କ ଉପନିବେଶବାଦର ପ୍ରତିବାଦରେ ସେ ଏହି ଉପାଧିକୁ ଫେରସ୍ତ କରିଦେଇଥିଲେ l ସେ ସମସ୍ତ ସାହିତ୍ୟିକ ରଚନା ମାତୃଭାଷା ବଙ୍ଗଳାରେ ହିଁ ରଚନା କରିଥିଲେ l କିଛି କବିତା ଗୁଚ୍ଛକୁ ନେଇ ପ୍ରକାଶିତ ହୋଇଥିବା ସାହିତ୍ୟ ପ୍ରେମୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲା l କିନ୍ତୁ ଗୁଣଗ୍ରାହୀ ଉଭୟ ଭାଷା ପ୍ରବୀଣ ବ୍ୟକ୍ତି ‘ ଗୀତାଞ୍ଜଳି ‘ ର କିଛି କବିତାକୁ ଦେଶ ବିଦେଶର ବିଭିନ୍ନ ପତ୍ର ପତ୍ରିକାରେ ଇଂରାଜୀ ଭାଷାରେ ଅନୁବାଦ କରି ପ୍ରକାଶ କଲେ l ସେଗୁଡିକ ବିଦେଶର ସାହିତ୍ୟ ଅନୁରାଗୀ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଖୁବ୍ ଆକର୍ଷଣ କରିଲା l ଏହାପରେ ତାଙ୍କୁ ଦେଶ ବିଦେଶରୁ ବିଶେଷ କରି ବିଭିନ୍ନ ବିଶ୍ଵବିଦ୍ୟାଳୟ ଦ୍ଵାରା ତାଙ୍କୁ ଆଲୋଚନା ଚକ୍ର ଓ ପାଠଚକ୍ରରେ ଭାଗ ନେବା ପାଇଁ ନିମନ୍ତ୍ରଣ କରାଯାଇଥିଲା l ଧୀରେ ଧୀରେ ସେ ଭାରତର ଆଧ୍ୟାତ୍ମିକ ଐତିହ୍ୟର ପ୍ରବକ୍ତା ଭାବେ ସାରା ବିଶ୍ୱରେ ନିଜପାଇଁ ଏକ ପରିଚୟ ସୃଷ୍ଟି କରିଥିଲେ l କୋଟି କୋଟି ଭାରତୀୟଙ୍କ ପାଇଁ ସେ ଥିଲେ ଶିକ୍ଷା, ସଂସ୍କୃତି ଓ ମାନବିକ ମୂଲ୍ୟବୋଧର ଏକ ଜୀବନ୍ତ ଅନୁଷ୍ଠାନ l
ଭାରତୀୟ ସାହିତ୍ୟକୁ ତାଙ୍କର ଯୋଗଦାନ ବହୁତ ବଡ଼ ଏବଂ ଅବିସ୍ମରଣୀୟ l ତାଙ୍କର ରବୀନ୍ଦ୍ର ସଙ୍ଗୀତ ମଧ୍ୟରୁ ଦୁଇଟି ଗୀତ ବହୁତ ପ୍ରସିଦ୍ଧ ହୋଇଥିଲା କାରଣ ସେ ଦୁଇଟି ଦେଶର ରାଷ୍ଟ୍ରଗାନ ଅଟେ l ” ଜନ ଗଣ ମନ” ଭାରତର ରାଷ୍ଟ୍ରଗାନ ଏବଂ” ଆମାର ସୋନାର ବାଙ୍ଗଲା ” ବାଂଲାଦେଶର ରାଷ୍ଟ୍ରଗାନ l

ପ୍ରଥମତଃ ଏବଂ ମୁଖ୍ୟତଃ ସେ ଥିଲେ ଏକ ଦରଦୀ କବି l ସାଧାରଣ ମନୁଷ୍ୟ ଜୀବନ ଯନ୍ତ୍ରଣା, ମାନସିକ ଦ୍ଵନ୍ଦ ଓ ହୃଦୟର ନିଶବ୍ଦ ଭାଷାକୁ ପଚାଶରୁ ଉର୍ଦ୍ଧ୍ବ, କବିତା ସଂକଳନ ଶବ୍ଦାୟିତ କରିଥିଲେ l ତାଙ୍କ ଦ୍ଵାରା ରଚିତ’ ମାନସୀ’ , ‘ ସୋନାର୍ ତରୀ’ , ଗୀତାଞ୍ଜଳି, ଗିତାମାଲ୍ୟ ଯଥାକ୍ରମେ ୧୮୯୦,୧୮୯୪,୧୯୧୦,୧୯୧୪ ରେ ପ୍ରକାଶିତ ହୋଇଥିଲା l ତାଙ୍କଦ୍ୱାରା ରଚିତ ନାଟକ ରାଜା, ଡାକଘର, ଅଚଲାୟତନ , ଯଥାକ୍ରମେ ୧୯୧୦, ୧୯୧୨, ୧୯୧୨ ରେ ପ୍ରକାଶିତ ହୋଇଥିଲା l ୧୯୧୦ ରେ’ ଗୋରା’ ନାମକ କ୍ଷୁଦ୍ରଗଳ୍ପ ସଂକଳନ ପ୍ରକାଶିତ ହୋଇଥିଲା l ଉପରୋକ୍ତ ସାହିତ୍ୟ କୃତିମାନଙ୍କୁ ପର୍ଯ୍ୟାଲୋଚନା କରି ୧୯୧୩ ରେ ତାଙ୍କୁ’ ନୋବେଲ ‘ ପୁରସ୍କାର ମିଳିଥିଲା l ଅବଶ୍ୟ’ ନୋବେଲ’ ପୁରସ୍କାର ପାଇବା ପରେ ମଧ୍ୟ ସେ ୧୯୪୧ ମସିହା ପର୍ଯ୍ୟନ୍ତ ଅଚଲାୟତନ , ଘରେ ବାଇରେ ଭଳି କାଳଜୟୀ ସାହିତ୍ୟିକ କୃତି, ଅନେକ ଗୀତିନାଟ୍ୟ, କିଛି ନୃତ୍ୟନାଟିକା , ପର୍ଯ୍ୟଟନ କାହାଣୀ ଭଳି ସାହିତ୍ୟ କୃତି ରଚନା କରିଯାଇଛନ୍ତି l ସେ ନିଜର ଦୁଇଟି ଆତ୍ମକାହାଣୀ ରଚନା କରିଥିଲେ l ଏହିଭଳି ଜଣେ ମହାନ୍ ବ୍ୟକ୍ତିତ୍ଵଙ୍କର ୧୯୪୧ ମସିହାରେ ଦେହାନ୍ତ ହୋଇଥିଲା l ସେତେବେଳେ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା l

ରବୀନ୍ଦ୍ରନାଥ ଟାଗୋରଙ୍କର ଅଧିକନ୍ତୁ ଲେଖନି ବଙ୍ଗାଳୀ ଲୋକଙ୍କ ଜୀବନ ଉପରେ ଆଧାରିତ l ସେ ଅସଂଖ୍ୟ ଚିତ୍ରକଳାର ଜନକ ଥିଲେ l ସେହି କଳାକୃତି ଗୁଡିକରେ ଗରିବ, ନିଷ୍ପେଷୀତ , ନିର୍ଯ୍ୟାତିତ ତଥା ଅସଂଖ୍ୟ ସାମାଜିକ କୁସଂସ୍କାର ଗୁଡ଼ିକର ସଫଳ ପରିପ୍ରକାଶ ଘଟିଥିଲା l

Rabindranath Tagore Biography in Odia PDF Download

Download in PDF Click Here
Odia MCQ Test Click Here

Rabindranath Tagore Biography in Odia, Rabindranath Tagore Biography in Odia, Rabindranath Tagore Biography in Odia, Rabindranath Tagore Biography in Odia, Rabindranath Tagore Biography in Odia, Rabindranath Tagore Biography in Odia, Rabindranath Tagore Biography in Odia, Rabindranath Tagore Biography in bOdia

Leave a Comment

error: Content is protected !!