Odia Teachers day Speech

Odia Teachers day Speech | Free PDF

Facebook
Telegram
WhatsApp
LinkedIn

Odia Teachers day Speech : Teachers are the most important people in our life. Without their efforts, we can’t become what we want to be today. We must express our gratitude for their efforts by making them a special day this year.

Hope you enjoyed reading about Odia Language Teachers day Speech? Let us know your thoughts in the comments section bellow! By then, you will also have found out how much impact a good Teacher has on your life and career till date!

It is the great honor for us to share the Odia language teachers speech. While congratulating them, we also express our respect to all those who have been contributing in spreading knowledge about this ancient and beautiful language to many people across the globe.

We wish all of you a wonderful day ahead. May every effort that you put into teaching be fruitful and may your dreams come true!

Odia Teachers day Speech

” ଗୁରୁ ଦିବସ” ଅର୍ଥାତ୍ Teacher’s Day ।ଯିଏ ଆମ ଜୀବନରୁ ଅନ୍ଧାରକୁ ଦୂର କରି ଆଲୋକ ଦେଖାଇଥାନ୍ତି ସିଏ ହିଁ ଆମର ପ୍ରକୃତ ଗୁରୁ । ଗୋଟିଏ ଶିଷ୍ୟ ପାଇଁ ତା ଗୁରୁ ହେଉଛନ୍ତି ସାକ୍ଷାତ ଭଗବାନ। ସାରାଭାରତ ବର୍ଷ ର ଛାତ୍ରଛାତ୍ରୀଙ୍କ ପାଇଁ ତାଙ୍କ ଗୁରୁଙ୍କ ଆର୍ଶିବାଦ୍ ଅମୂଲ୍ୟ ସମ୍ପଦ ସଦୃଶ। ଏବଂ ଏହି ଆର୍ଶିବାଦ୍ ଦ୍ଵାରା ଜଣେ ଶିଷ୍ୟ,ଶିଷ୍ୟା ଅଶେଷ ଜ୍ଞାନ ଓ ସମ୍ମାନର ପାତ୍ର ହୋଇପାରନ୍ତି ଏବଂ ସେମାନେ ଅସମ୍ଭବ କାର୍ଯ୍ୟ କୁ ବି ସମ୍ଭବ କରି ଦେଇପାରନ୍ତି।

ସାଧାରଣତଃ ଦେଖିବାକୁ ଗଲେ ଆମ ପିତା ମାତା ହେଉଛନ୍ତି ଆମର ପ୍ରଥମ ଗୁରୁ କିନ୍ତୁ ପିତା ମାତା ଙ୍କ ପରେ ,ଆମ ଜୀବନରେ ଆସିଥାଆନ୍ତି , ଶିକ୍ଷକ ବା “ଗୁରୁ” ଏହି ଗୁରୁ ମାନେ ଆମର ପ୍ରତ୍ୟେକ ଛୋଟ ବଡ଼ ଭୁଲ୍ କୁ କ୍ଷମା କରି , ଆମକୁ ଉଚିତ ନ୍ୟାୟ ଦେଇ ଭଲ ବାଟ ରେ ଯିବା ପାଇଁ ଉପଦେଶ ଦେଇ ଆମ ଭବିଷ୍ୟତ ଅନ୍ଧାର ଜୀବନ ରୁ ଆଲୋକ ଦେଖାଇଥାନ୍ତି। ସେହ ଗୁରୁ ମାନଙ୍କୁ ସମ୍ମାନ ଜଣାଇବା ସହିତ , ତାଙ୍କ ସାନ୍ନିଧ୍ୟ ଲାଭ ପାଇଁ ଆମେ ପ୍ରତି ବର୍ଷ ଏଇ ଗୁରୁ ଦିବସ ପାଳନ କରିଥାଉ।

ପ୍ରାଚୀନ କାଳରେ ଆମ ଦେଶ ଭାରତ ବର୍ଷରେ ଗୁରୁ ପରମ୍ପରାର ଏକ ସ୍ବତନ୍ତ୍ର ଓ ସୁଦୃଢ ଭିତ୍ତିଭୂମି ରହିଥିଲା ବୈଦିକ କାଳରେ ଆର୍ଯ୍ୟ ମାନଙ୍କ ଏକ ଧାରଣା ଥିଲା ଯେ ଗୁରୁରେ ବିଦ୍ୟା ଶିକ୍ଷା ଅସମ୍ଭବ ଗୁରୁ ଏବଂ ଶିଷ୍ୟ ଉଭୟ ଙ୍କ ସହଯୋଗରେ ବିଦ୍ୟା ଅର୍ଜନ କରାଯାଇଥାଏ ସେ ସମୟରେ ଗୁରୁ ଶିଷ୍ୟର ଛାତି ସ୍ପର୍ଶ କରି କହନ୍ତି – ଆଜି ଠାରୁ ଆମ ଦୁହିଁଙ୍କ ମଧ୍ୟରେ ଚିରନ୍ତନ ସ୍ନେହ ଓ ବିଶ୍ଵାସ ବିରାଜମାନ କରୁ ‘ ଉପନୟନ’ କର୍ମରେ ‘ଅଶ୍ଚାରୋହଣ’ ନାମକ ଏକ କର୍ମ ରହିଛି ଏହି କର୍ମରେ ଶିଷ୍ୟ କୁ ଗୋଟିଏ ଶିଳ ଉପରେ ଚଢ଼ିବାକୁ ହୁଏ ଏହାର ଅର୍ଥ ହେଉଛି ଗୁରୁ ସେତେବେଳେ ଶିଷ୍ୟକୁ ପଥର ପରି ମନକୁ ସୁଦୃଢ କରିବା ପାଇଁ ଉପଦେଶ ପ୍ରଦାନ କରନ୍ତି ।

ବ୍ରହ୍ମଚର୍ଯ୍ୟାଶ୍ରମ ପରେ ଗୁରୁ ଙ୍କ ଆଶ୍ରମରେ ଶେଷ ସ୍ନାନ କରି ଶିଷ୍ୟ ସ୍ବଗୃହକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି ବ୍ରହ୍ମଚର୍ଯ୍ୟା ବ୍ରତ ପାଳନ ସମୟରେ ଶିଷ୍ୟ ମୁଣ୍ଡରେ ତେଲ ଲଗାଇ ନାହିଁ ସ୍ନାନ ପରେ ବା ସ୍ନାତକ ହେବା ପରେ ଗୁରୁ ଙ୍କ ପତ୍ନୀ ବାସନା ତେଲ ମୁଣ୍ଡ କୁଣ୍ଡାଇ ଭଲ ଲୁଗା ପିନ୍ଧାଇ ଦିଅନ୍ତି। ଏହାହିଁ ଥିଲା ପ୍ରାଚୀନ କାଳରେ ଗୁରୁ ଶିଷ୍ୟର ସମ୍ପର୍କ ଓ ପରମ୍ପରା।

ପ୍ରାଚୀନ କାଳର ଏତାଦୃଶ ପରମ୍ପରା କିନ୍ତୁ ବର୍ତ୍ତମାନ ଆଉ ଦେଖିବାକୁ ମିଳୁନାହିଁ ଗୁରୁ ଶିଷ୍ୟ ଶିକ୍ଷାନୁଷ୍ଠାନ ମଧ୍ୟରେ ଆବଦ୍ଧ ଆମ ଦେଶରେ ଶିକ୍ଷାନୁଷ୍ଠାନରେ ସେପ୍ଟେମ୍ବର ମାସ ୫ ତାରିଖକୁ ଗୁରୁ ଦିବସ ପାଳନ କରାଯାଇଥାଏ ଏହି ଭଳି ଛାତ୍ର ଛାତ୍ରୀ ମାନେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ପୂଜା କରି ମହାନ୍ ଐତିହ୍ୟ ଓ ପରମ୍ପରା କୁ ପୁନଃ ଜୀବିତ କରିବାର ପ୍ରୟାସ କରିଥାଉ ଏହି ଦିନ ପ୍ରାଚୀନ ସମୟରେ ଗୁରୁ ଶିଷ୍ୟ ପରମ୍ପରା, ଗୁରୁ ମାନଙ୍କ ସହ ଶିଷ୍ୟର ସମ୍ପର୍କ । ପ୍ରାଚୀନ ଶିକ୍ଷା ପ୍ରଣାଳୀ ଇତ୍ୟାଦି ସମ୍ପର୍କରେ ଆଲୋଚନା କରାଯାଏ।

ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ଗଠନର ଗୁରୁ ଦାୟିତ୍ବ ଗୁରୁ ମାନଙ୍କ ହସ୍ତରେ ନ୍ୟସ୍ତ ଶତପଥ ବ୍ରାହ୍ମ ଣ୍ଡ ରେ ଛାତ୍ର ଛାତ୍ରୀ ଜ୍ଞାନୀ ହେବାକୁ ହେଲେ ଭଲ ବାପା, ଜଣେ ଭଲ ମା,ଆଉ ସବୁଠୁ ବଡ଼ ଜଣେ ଭଲ ଗୁରୁ ମିଳିବା ଆବଶ୍ୟକ କୁହାଯାଏ। ଗୁରୁ ମାନେ ଶିଷ୍ୟ ଙ୍କୁ କହିଥାନ୍ତି ବିଦ୍ୟା ଅଧ୍ୟୟନ ବେଳେ ଯେ ଆମ୍ଭେ ମାନେ ଏବେ ବାପା ମା ଆଉ ଗୁରୁ ଯେଉଁ ଯେଉଁ ‌ସୁକାର୍ଯ୍ୟ କରୁଛୁ ତୁମେ ମାନେ ଅନୁସରଣ କର ତେଣୁ ଗୁରୁ ଙ୍କ ଆର୍ଶିବାଦ ଶିଷ୍ୟ କୁ ସବୋର୍ଚ୍ଚ ସ୍ଥାନରେ ପହଞ୍ଚାଇ ଦେଇଥାଏ। ଗୁରୁ କୃପା ଲାଭ କରି ଶିଷ୍ୟ ଯଶ୍ଵସୀ ହୁଏ।

Download PDF Click Here
Odia MCQ Test Click Here
Importance Of Guru In Odia
Click Here
Teachers Day Essay In Odia
Click Here

Odia Teachers day Speech, Odia Teachers day Speech, Odia Teachers day Speech, Odia Teachers day Speech

Leave a Comment

error: Content is protected !!