Odia Prathana

Odia Prathana | ଭବ ସାଗର | Download PDF

Facebook
Telegram
WhatsApp
LinkedIn

Odia Prathana : We at Pray in Odia Language believe that prayer is the most important thing in one’s life. No matter what your religion may be, or what you may believe, we urge you to make time each day to pray. Prayer is the bridge that links us with our creator, and it is through prayer that we can connect with our loved ones and seek guidance from higher power. We offer a variety of services that allow you to pray in your own language, and we also offer online resources so you can continue learning and growing in your faith. Visit our website today and start strengthening your spiritual connection!

Bhaba Sagara Odia Prathana : Our website is dedicated to providing users with authentic, prayer-centered content in the Odia language. We offer a variety of articles and resources that can help you connect with God, strengthen your relationship with Him, and live a more fulfilling life. Whether you’re a beginner or an experienced believer, we have everything you need to grow in your faith. Thanks for visiting our website!

Odia Prathana | ଭବ ସାଗର………

ଭବ ସାଗର ତାରଣ କାରଣ ହେ
ରବିନନ୍ଦନ ବନ୍ଦନ ଖଣ୍ଡନ ହେ,
ଶରଣାଗତ କିଙ୍କର ଭୀତ ମନେ
ଗୁରୁଦେବ ଦୟାକର ଦୀନଜନେ l

ହୃଦ କନ୍ଦର ତାମସ ଭାସ୍କର ହେ
ତୁମେ ବିଷ୍ଣୁ ପ୍ରଜାପତି ଶଙ୍କର ହେ,
ପରମ୍ ବ୍ରହ୍ମ ପରାତ୍ପର ବେଦ ଭଣେ
ଗୁରୁଦେବ ଦୟାକର ଦୀନଜନେ l

ମନ ବରଣ ଶାସନ ଅଙ୍କୁଶ ହେ
ନରତ୍ରାଣ ତରେ ହର ଚାକ୍ଷୁଷ ହେ,
ଗୁଣଗାନ ପରାୟଣ ଦେବଗଣେ
ଗୁରୁଦେବ ଦୟାକର ଦୀନଜନେ l

କୁଳ କୁଣ୍ଡଳିନୀ ତୁମ ଭଞ୍ଜଇ ହେ
ହୃଦିଗନ୍ଥି ବିଦାରଣ କାରଣ ହେ,
ମମ ମାନସ ଚଞ୍ଚଳ ରାତ୍ର ଦିନେ
ଗୁରୁଦେବ ଦୟାକର ଦୀନଜନେ l

ଅଭିନ ପ୍ରଭାବ ବିମର୍ଦ୍ଦକ ହେ
ଗତିହୀନ ଜନେ ସଦା ରକ୍ଷକ ହେ,
ଚିତ୍ତ ଶଙ୍କିତ ବଂଚିତ ଭକ୍ତି ଧନେ
ଗୁରୁଦେବ ଦୟାକର ଦୀନଜନେ l

ତବନାମ ସଦା ଶୁଭ ସାଧକ ହେ
ପତୀତାଧମ ମାନବ ପାବକ ହେ,
ମହିମା ତବ ଗୋଚର ଶୁଦ୍ଧମନେ
ଗୁରୁଦେବ ଦୟାକର ଦୀନଜନେ l

ରିପୁ ସୂଦନ ମଙ୍ଗଳ ଦାୟକ ହେ
ସୁଖ ଶାନ୍ତି ବରା ଭୟ ଦାୟକ ହେ,
ତ୍ରୟ ତାପହରେ ତବ ନାମଗୁଣେ
ଗୁରୁଦେବ ଦୟାକର ଦୀନଜନେ l

ଜୟ ସଦଗୁରୁ ଈଶ୍ୱର ପ୍ରାପକ ହେ
ଭବରୋଗ ବିକାର ବିନାଶକ ହେ,
ମନ ଯେ ନ ରହେ ତବ ଶ୍ରୀଚରଣେ
ଗୁରୁଦେବ ଦୟାକର ଦୀନଜନେ l

Download PDF Click Here
ଆହେ ଦୟାମୟ  Click Here
Odia MCQ Test Click Here

Leave a Comment

error: Content is protected !!