Odia Grammar Lokabani

Odia Grammar Lokabani | Free PDF Download

Facebook
Telegram
WhatsApp
LinkedIn

In this article we collect some Odia grammar Lokabani which freequently comes in the different exams such as competitive exam

ଲୋକବାଣୀ

  • ଅକାଳେ ନିୟମ ନାସ୍ତି- ଅସୁବିଧା ସମୟରେ ନିୟମମାନି ଚଳିବା ସମ୍ଭବ ହୋଇ ନ ପାରେ |
  • ଅତିଭକ୍ତି ଚୋରର ଲକ୍ଷଣ- କାର୍ଯ୍ୟହାସଲ ଉଦ୍ଦେଶ୍ୟ ରଖି ଉପରକୁ ବିନମ୍ରଭାବ ଦେଖାଇବା |
  • ଅଣ୍ଟିଛୁରୀ ତଣ୍ଢିକାଟେ- ଆତ୍ମୀୟଲୋକ ଶତ୍ରୁତା ଆଚରଣ କରିବା |
  • ଅଠାକାଠିରେ ପଡ଼ିବା- ଅସୁବିଧା ପରିସ୍ଥିତିର ସମ୍ମୁଖୀନ ହେବା |
  • ଅନ୍ଧଦେଶକୁ ଗଲି ଦର୍ପଣ ବିକି- ମୂର୍ଖଙ୍କ ଆଗରେ ତତ୍ୱକଥା କହିବା |
  • ଅଳସୁଆର ବାରବାଟୀ ଚାଷ- ନିକମା ବା ଅଳସୁଆ ଲୋକର ବୃଥା ଆସ୍ଫାଳନ।
  • ଅଧର୍ମ ବିତ୍ତ ବଢ଼େ ବହୁତ ଗଲାବେଳେ ଯାଏ ମୂଳ ସହିତ – ପାପ ଅର୍ଜିତ ଧନ ସମୂଳ ନଷ୍ଟ ହୁଏ |
  • ଅଦାବେପାରୀର ଜାହାଜ ମୂଲ- ଅନଧିକାର ଚର୍ଚ୍ଚା |
  • ଅତିପରିଚୟେ ଗୌରବ ନଷ୍ଟ- ଅଧିକ ସମ୍ପର୍କ ବା ମିଳାମିଶାରେ ସମ୍ମାନ ହ୍ରାସପାଏ।
  • ଅନ୍ଧ ଥରେ ବାଡ଼ିହଜାଏ- ଅଭିଜ୍ଞତାରୁ ସତର୍କହେବା ବା ଶିକ୍ଷାଲାଭ କରିବା |
  • ଅମୃତ ହାଣ୍ଡିରେ ବିଷ କଣିକାଏ- ସାମାନ୍ୟ ଖରାପ ଅନେକ ଭଲକୁ ନଷ୍ଟକରେ |
  • ଆଲୋସଖି, ଆପଣା ମହତ ଆପେ ରଖି- ନିଜ ସମ୍ମାନ ନିଜ ହାତରେ |
  • ଆଗତ ଚଢ଼େଇକି ବେସରବଟା- ହାତକୁ ଜିନିଷ ଆସିବା ପୂର୍ବରୁ ଉପଯୋଗ ପାଇଁ ପ୍ରସ୍ତୁତି।
  • ଆଲ୍ଲା ଦିଅନ୍ତି ତ ଛଫରଫାଡ଼ି ଦିଅନ୍ତି- ଭଶ୍ଵର ଦୟାକଲେ ଆଶାତୀତ ଫଳମିଳେ।
  • ଆକାଶ କଇଁଆ ଚିଲିକାମାଛ- ଅସମ୍ଭବ କଥା କଲ୍ପନା କରିବା |
  • ଆପଣା ଶିଙ୍ଗରେ ଭୂଇଁ ତାଡ଼ିବା- ନିଜେ ସମର୍ଥ ହେବା |
  • ଆଖୁ କିଆରିରେ ପଶିବା- କୌଣସି କାର୍ଯ୍ୟ ଉତ୍ତମ ରୂପେ ନିର୍ଣ୍ଣୟ କରି ନ ପାରିବା |
  • ଉଡ଼ିଗଲା ଚଢ଼େଇର ପରଗଣିବା- ଅତିବୁଦ୍ଧିଆ |
  • ଉପର ଚିକ୍କଣ ଭିତର ଫମ୍ପା- ବାହାର ସୌନ୍ଦର୍ଯ୍ୟ ଥାଇ ଭିତରେ ଶୂନ୍ୟତା |
  • ରଷି ଜଟା ଛିଣ୍ଡାଇବା- ଧର୍ଯ୍ୟବାନ ବ୍ୟକ୍ତି ଅତ୍ୟନ୍ତ କ୍ରୋଧ ପ୍ରକାଶ କରିବା।
  • ଏକା ମାଘକେ ଶୀତ ଯାଏନାହିଁ- ଦୁର୍ଯୋଗ କେବଳ ଥରେ ଆସେ ନାହିଁ|
  • ଏ ମନ ଖୋଜୁଯାଏ ଯାହା କାଳେ ପ୍ରାପତ ହୁଏ ତାହା- ସମୟ ଅନୁଯାୟୀ ମନ ଅନୁସାରେ ଫଳ ମିଳିବା |
  • ଓଟ ମୁହଁରେ ଜିରା- ଅଧିକ ଆଶା କରୁଥୁବା ବ୍ୟକ୍ତିକୁ ଅଳ୍ପ ମିଳିବା।
  • ଓଷଧ ରାଗରେ ତାଟିଆ କାମୁଡ଼ିବା- ପ୍ରକୃତ ଲୋକ ବିରୋଧରେ କିଛି କରି ନ ପାରି ଅନ୍ୟ ଉପରେ ରାଗିବା |
  • କଷ୍ଟକଲେ କୃଷ୍ଣ ମିଳେ- ସବୁ ସିଦ୍ଧିର ମୂଳହିଁ କଠିନ ପରିଶ୍ରମ।ସାଧନା ହିଁ ସିଦ୍ଧିର ଜନକ।
  • କବିତୁଣ୍ଡ, ମେଣ୍ଢାମୁଣ୍ଡ- ଦୃଢ଼ବଚନ ବା ଆର୍ଷବଚନ |
  • କଂସାରି ଘର ପାରାକୁ କୁଲା ଢାଉଁ ଢାଉଁ- ପ୍ରତିକୂଳତାରେ ଅଭ୍ୟସ୍ତ ବ୍ୟକ୍ତିକୁ ସାମାନ୍ୟ ଭୟ ଦେଖାଇବା |
  • କଙ୍କଡ଼ାକୁ ଗୋଳିପାଣି ସୁହାଏ- ଅସାଧୁଲୋକପାଇଁ ଗୋଳିମାଳିଆ ପରିସ୍ଥିତି ସହାୟକ ହୁଏ।
  • କାହାର ପୁଷମାସ, କାହାର ସର୍ବନାଶ- ଜଣକର ଲାଭ ବେଳେ ଅନ୍ୟ ଜଣଙ୍କର କ୍ଷତି |
  • କୂପ ମଣ୍ଡୁକ– ସଙ୍କୁଚିତ ପରିବେଶରେ ବଢ଼ିଥିବା ବ୍ୟକ୍ତି |
  • କେଉଁ ଗାଈର ଗୋବର – ଅତିସାମାନ୍ୟ / ତୁଛ |
  • କୋପେ ବର ନ ହେଲେ ତପେ ବର-– ଯେ କୌଣସି ଉପାୟରେ କାର୍ଯ୍ୟହାସଲ କରିବା |
  • କୌରବଙ୍କର ଖାଇ, ପାଣ୍ଡବଙ୍କର ଗାଇ- ଜଣଙ୍କଠାରୁ ସାହାଯ୍ୟ ପାଇବା ଓ କୃତଘ୍ନଭାବେ ଅନ୍ୟର କାମ କରିବା।
  • ଖଜୁରି ଗଛର କି ଗୁଣ ଗାଇବି- କୌଣସି ଖରାପ ଲୋକର ପ୍ରତିଟି କର୍ମ ମୂଳରୁ ଖରାପ ?
  • ଖଣ୍ଡାଧାରରେ ଚାଲିବା- ଖୁବ ସତର୍କତାର ସହିତ ନିୟମ ମାନି କାମ କରିବା |
  • ଖୋଳ ପର୍ବତ ମାର ମୂଷା- ସାମାନ୍ୟ କାମ ପାଇଁ ବହୁଶ୍ରମ ଓ ଚେଷ୍ଟା।
  • ଗାଁ କନିଆଁ ସିଙ୍ଘାଣି ନାକୀ- ଯେ କୌଣସି ଲୋକ ନିଜ ଅଞ୍ଚଳରେ ସମ୍ମାନ ନ ପାଇବା।
  • ଗୁଣଚିହ୍ନେ ଗୁଣିଆ, ସୁନାଚିହ୍ନେ ବଣିଆ- ଗୁଣୀ ଗୁଣର ଆଦର କରେ |
  • ଘରଦିଅଁ ନ ପୂଜି ପରଦିଅଁ ପୂଜିବା- ନିଜ ସଂସ୍କୃତିକୁ ଅବହେଳା କରି ଅନ୍ୟ ସଂସ୍କୃତିକୁ ଅନୁସରଣ କରିବା |
  • ଘୁଷୁରିକି ପାଚିଲା କଦଳୀ- ଇତର ବା ଅଯୋଗ୍ୟ ବ୍ୟକ୍ତି ପାଇଁ ଉନ୍ନତ ପରିଚର୍ଯ୍ୟା |
  • ଘୋଡ଼ା ଛ’ଟଙ୍କାକୁ ଦାନା ନ’ ଟଙ୍କା- କୌଣସି ଜିନିଷର ରକ୍ଷଣାବେକ୍ଷଣ ଖର୍ଚ୍ଚ ଜିନିଷର ମୂଲ୍ୟଠାରୁ ଅଧ୍ଵକ ହେବା।
  • ଚାଷ ତରତର ବଣିଜ ମଠ– ନିର୍ଦିଷ୍ଟ କାର୍ଯ୍ୟକୁ ନିର୍ଦିଷ୍ଟ ସମୟରେ ସଂପାଦନା କରିବା |
  • ଚୋର ମନ ଚୋର ଗଣ୍ଠିଲିରେ– ଚୋର ସର୍ବଦା ଚୋରି କରିଥିବା ଦ୍ରବ୍ୟ ଧରାପଡ଼ିଯିବା ଭୟରେ ଶଙ୍କିତ ଥାଏ |
  • ଛୋଟ ସାପର ବିଷ ଟାଣ- ଛୋଟ ବୋଲି ହେୟ ମନେ ନ କରିବା |
  • ଛୋଟ ସାପର ବଡ଼ ବିଷ– କ୍ଷୁଦ୍ର ମଧ୍ୟରେ ଭୟଙ୍କରତା |
  • ଯାନ ଯାଉ ମାନ ଥାଉ – ସମ୍ମାନ ବା ଇଜ୍ଜତ ଜୀବନଠାରୁ ଅଧିକ ।
  • ଜୋର ଯା’ର ମୁଲକ ତାର- ଶକ୍ତିଶାଳୀ ହିଁ ପ୍ରଭୁତ୍ୱ ବିସ୍ତାର କରେ।
  • ଟେକା ହାତରୁ ଖସିଲେ ଅଣବାହୁଡ଼ା– ଥରେ ଭୁଲ ହେଲେ ତାକୁ ସୁଧାରି ହୁଏ ନାହିଁ।
  • ଡେଙ୍ଗା ମୁଣ୍ଡରେ ଠେଙ୍ଗା- ଆଗୁଆ ଲୋକ ଉପରେ ଦାୟିତ୍ୱ ଓ ବିପଦ ଥାଏ।
  • ଢିଙ୍କିଶାଳ କଥା ନ ଜାଣି ଢ଼େଙ୍କାନାଳ କଥା କହିବା – ଘରକଥା ନ ଜାଣି ଦୂରଦେଶର କଥା କହିବା |
  • ଢ଼ୋକେ ପି’ ଦଣ୍ଡେ ଜି- କଷ୍ଟେମଷ୍ଟେ ବଞ୍ଚିରହିବା |
  • ତିନି ତୁଣ୍ଡରେ ଛେଳି କୁକୁର– ମିଛକଥା ଅନେକଙ୍କଦ୍ଵାରା ବାରମ୍ବାର ପ୍ରକାଶିତ ହେଲେ ସତ୍ୟ ପରି ପ୍ରତୀତ ହୁଏ |
  • ତୁଣ୍ଡ ବାଇଦ ସହସ୍ର କୋଶ- ଲୋକ ମୁଖରେ କଥା ବହୁଦୂର ପ୍ରସରି ଯାଏ।
  • ତୂ ଯେତେ ମାଠିବୁ ମାଠ, ମୁଁ ସେହି ଦରପୋଡ଼ା କାଠ- ସ୍ଵଭାବ ସହଜରେ ବଦଳେ ନାହିଁ|
  • ତୁଳସୀ ଦୁଇ ପତ୍ରରୁ ବାସେ, ବିଛୁଆତି ଦୁଇ ପତ୍ରରୁ କୁଣ୍ଡାଇ ହୁଏ- ପ୍ରକୃତ ଗୁଣ ପ୍ରାଥମିକ ସ୍ତରରୁ ହିଁ ଜଣା ପଡ଼ିଥାଏ।
  • ତେଲିଆ ମୁଣ୍ଡରେ ତେଲ- ଦରିଦ୍ରକୁ ସାହାଯ୍ୟ ନକରି ସ୍ଵଚ୍ଛଳ ବ୍ୟକ୍ତିକୁ ସାହାଯ୍ୟ କରିବା |
  • ଦଇବ ଦଉଡ଼ି ମଣିଷ ଗାଈ, ଯେଣିକି ଟାଣଇ ତେଣିକି ଯାଇ-– ବିଧି ନିର୍ଦ୍ଦେଶରେ ମଣିଷ ପରିଚାଳିତ |
  • ଦେଶକେ ଫାଙ୍କ ନଈକେ ବାଙ୍କ- ଭିନ୍ନ ସ୍ଥାନରେ ଭିନ୍ନ ଚଳଣି ବା ପ୍ରଥା।
  • ଧରାକୁ ସରା ମଣିବା- ଅତି ଗର୍ବଭାବ ପ୍ରଦର୍ଶନ କରିବା |
  • ଧାନ ପେଟରୁ ବାଳୁଙ୍ଗା ଜାତ- ଗୁଣବତୀ ମାଆ ଠାରୁ କୁପୁତ୍ର ଜନ୍ମ।
  • ଧୀରପାଣି ପଥରକାଟେ- ଧୀର ସ୍ଥିର ଭାବେ କାର୍ଯ୍ୟ କଲେ ସଫଳତା ମିଳେ |
  • ଧୀର କଥାରେ ବଇରି ବଶ- ନମ୍ର ବ୍ୟବହାର ଦ୍ଵାରା ସମସ୍ତଙ୍କୁ ବଶୀଭୂତ ବା ନିଜର କରିହୁଏ।
  • ନଈ ସୁଅକୁ ( ବଢ଼ିକୁ) ବାଲିବନ୍ଧ– ବୃଥା ପରିଶ୍ରମ / ବୃଥା ଚେଷ୍ଟା |
  • ନ ଦେଖିଲା ଓଉ ଛ’ ଫଡ଼ା- ଅସମ୍ଭବ କଥା କହିବା |
  • ନଈରେ ଘର କରି କୁମ୍ଭୀର ସଙ୍ଗରେ କଳି – ଅଧୀନ ହୋଇ ମୁନିବଙ୍କ ସଙ୍ଗେ କଳି |
  • ନାହିଁ ମାମୁଠାରୁ କଣା ମାମୁ ଭଲ- କିଛି ନ ଥିବା ଅପେକ୍ଷା ସାମାନ୍ୟ ଥିବା ଭଲ।
  • ପେଟ ପୋଷ, ନାହିଁଦୋଷ- ବଞ୍ଚିବା ପାଇଁ କୌଣସି ବୃତ୍ତି ଗ୍ରହଣ କରାଯାଇପାରେ।
  • ପାପଧନ ପ୍ରାୟଶ୍ଚିତ୍ତରେ ଯାଏ- ଅନ୍ୟାୟ ଉପାୟରେ ଅର୍ଜିତଧନ ଅଯଥାରେ ନଷ୍ଟ ହୁଏ |
  • ପୋଥିଗତ ବିଦ୍ୟା ପରହସ୍ତ ଧନ- ନିଜେ ନ ଜାଣିଥିବା ବିଦ୍ୟା ବା ନିଜ ପାଖରେ ନ ଥାଇ ଅନ୍ୟ ପାଖରେ ଥବା ଧନ ଆବଶ୍ୟକ ବେଳେ କାର୍ଯ୍ୟରେ ଆସି ନ ଥାଏ।
  • ଫୁଲ ଯୋଗୁଁ ଗଭା, ପଣ୍ଡିତ ଯୋଗୁଁ ସଭା- ଉଭୟ ଶୋଭା ବର୍ଦ୍ଧକ |
  • ବସିବା ଠାରୁ କାଶିବା ଭଲ- ସବୁବେଳେ କିଛି ନା କିଛି କାର୍ଯ୍ୟରେ ଲାଗିରହିବା ଉଚିତ |
  • ବସି ଖାଇଲେ ନଈବାଲି ସରେ – ଆଳସ୍ୟ ସର୍ବନାଶ କରେ |
  • ବତେଇଦେଲା ବୁଦ୍ଧି, ମାଗି ଆଣିଲା ତିଅଣ- ଉଭୟ କ୍ଷଣସ୍ଥାୟୀ
  • ବକର ବେକ ବଢ଼ିଲେ ମୀନର ବିପତ୍ତି- ଶତ୍ରୁର ସୁବିଧା ବିପଦର କାରଣ |
  • ବ୍ରହ୍ମା ବିଳିବିଳେଇଲେ ବେଦ- ପଣ୍ଡିତ ଲୋକର ଯେ କୌଣସି କାର୍ଯ୍ୟକୁ ମହତ୍ତ୍ଵପୂର୍ଣ୍ଣ ବୋଲି ଧରିନେବା |
  • ବାହା ସରିଲେ ବେଦୀମୁହଁ ପୋଡ଼ା –ସ୍ଵାର୍ଥ ସାଧନ ପରେ ଆଗ୍ରହ କମିଯିବା |
  • ମାନିଲେ ଠାକୁର, ନ ମାନିଲେ ପଥର- ନିଜର ଦୃଷିକୋଣ ଅନୁସାରେ ମାନ୍ୟତା ଦେବା ଅଥବା ନ ଦେବା |
  • ଯତ୍ନ କଲେ ରତ୍ନ ମିଳେ- ଅଧ୍ୟବସାୟ ସଫଳତାର ଚାବିକାଠି।
  • ଯେମିତି ଠାକୁର ସେମିତି ପୂଜା, ବାଲି ଗରଡ଼ାକୁ ଚାଉଳ ଭଜା– ଗୁଣ ଘେନି ଆଦର |
  • ଯେସାକୁ ତେସା- ଯେ ଯେପରି ବ୍ୟବହାର ଦେଖାଇବ ତା ପାଇଁ ଅନୁରୂପ ବ୍ୟବହାର |
  • ଯେ ଦେଶେ ଯାଇ ସେ ଫଳ ଖାଇ- ସବୁସ୍ଥାନରେ ପରିସ୍ପିତି ସହିତ ଖାପ ଖୁଆଇ ଚଳିବା।
  • ଲୁଚିଛି ନା ଗୋଡ଼ ଦିଇଟା ଦିଶୁଛି- ଯେତେ ଘୋଡ଼ାଇଲେ ବି ଦୋଷ ଧରାପଡ଼େ।
  • ଶୋଇଲା ପୁଅର ଭାଗନାହିଁ- କର୍ମକୁଣ୍ତ ଲୋକ ଜୀବନରେ ହାରିଯାଏ |
  • ସଭାରେ ହାଣ୍ଡି ଭାଙ୍ଗିବା- ଗୁପ୍ତକଥା ପ୍ରଘଟ କରିବା |
  • ସ୍ୱର୍ଗକୁ ନିଶୁଣି ନାହିଁକି ବଡ଼ ଲୋକଙ୍କୁ ଉତ୍ତର ନାହିଁ- ଧନୀ ଓ ପ୍ରଭାବଶାଳୀ ଲୋକଙ୍କୁ ଅନେକ କଥା କହିହୁଏ ନାହିଁ।
  • ସିଧା ଆଙ୍ଗୁଠିରେ ଘିଅ ବାହାରେ ନାହିଁ – ସବୁକାମ ସହଜରେ ହୁଏ ନାହିଁ |
  • ହାତେ ମାପି ଚାଖଣ୍ଡେ ଚାଲ- ସାବଧାନ ହୋଇ କାମ କରିବା।
  • ହଲିଲା ପାଣିରେ ଗୋଡ଼ ନ ଦେବା- ଗଣ୍ଡଗୋଳରେ ନ ପଶିବା |
  • ହାତ ଅଳସେ ନିଶ ବଙ୍କା- ଅଳସୁଆ ଦୁଃଖ ପାଏ |

Odia Grammar Lokabani PDF Download

Odia Grammar Lokabani PDF DownloadClick Here
Odia Grammar Class 9 PDF Click Here
Odia Grammar MCQ TestClick Here

Odia Grammar Lokabani , Odia Grammar Lokabani , Odia Grammar Lokabani, Odia Grammar Lokabani , Odia Grammar Lokabani , Odia Grammar Lokabani , Odia Grammar Lokabani , Odia Grammar Lokabani

Leave a Comment

error: Content is protected !!