Get a comprehensive understanding of Odia Grammar for Competitive Exams with our online course. We cover all the topics needed to ace competitive exams, including nouns, pronouns, verbs and more. Learn Odia grammar in an easy-to-follow and engaging way with our
1. ମାସ ଶେଷରେ ସବୁ କର୍ମଚାରୀଙ୍କୁ ସେମାନଙ୍କ ଦରମା ଠିକ ସମୟରେ ଦବା ଦରକାର |ରେଖାଙ୍କିତ ପଦଟିରେ କେଉଁ କାରକ ହୋଇଛି
- A. କର୍ମ କାରକ
- B. ସଂପ୍ରଦାନ କାରକ
- C. କର୍ତ୍ତା କାରକ
- D. ଅପାଦାନ କାରକ
କର୍ମ କାରକ
2. ସ୍ୱାଧୀନତା ସଂଗ୍ରାମୀ ମାନେ ଆନ୍ଦୋଳନ ପାଇଁ ଡାକରା ଦେଲେ | ରେଖାଙ୍କିତ ପଦଟି କେଉଁ ପ୍ରକାର ବିଶେଷ୍ୟ ?
- A.ଜାତିବାଚକ
- B. ଗୁଣବାଚକ
- C. ବସ୍ତୁବାଚକ
- D. କ୍ରିୟାବାଚକ
କ୍ରିୟାବାଚକ
3. ଅମାପ ସମ୍ପତି ହେତୁ ସେ ଆଉ ଇନ୍ଦ୍ରଚନ୍ଦ୍ର ମାନୁନି | ରେଖାଙ୍କିତ ପଦଟି କେଉଁ ବିଶେଷଣ ?
- A. ଅବସାବାଚକ
- B. ସଂଖ୍ୟାବାଚକ
- C. ପରିମାଣବାଚକ
- D. ପୂରଣବାଚକ
ପରିମାଣବାଚକ
4. ସଙ୍ଗାତ – ର ସ୍ତ୍ରୀ ଲିଙ୍ଗ କଣ ?
- A. ସଙ୍ଗାତେ
- B. ସଙ୍ଗାତୁଣୀ
- C. ସଙ୍ଗାତି
- D. ଉଭୟ a ଓ b
ସଙ୍ଗାତୁଣୀ
5. ଶିକ୍ଷୟିତ୍ରୀ ଛାତ୍ରମାନଙ୍କ ଦ୍ୱାରା ବିଦ୍ୟାଳୟ ସଫା କରାଇଲେ | ବାକ୍ୟରେ କେଉଁଟି ପ୍ରଯୋଜ୍ୟ କର୍ତ୍ତା ?
- A. ଶିକ୍ଷୟିତ୍ରୀ
- B. ଛାତ୍ରମାନଙ୍କଦ୍ୱାରା
- C. ବିଦ୍ୟାଳୟ
- D. ସଫା କରାଇଲେ
ଛାତ୍ରମାନଙ୍କଦ୍ୱାରା
6. ଆଶ୍ରିତ ବର୍ଣ୍ଣ କାହାକୁ କୁହାଯାଏ ?
- A. ଅନ୍ତଃସ୍ଥ ବର୍ଣ୍ଣ
- B. ଉଷ୍ମବର୍ଣ୍ଣ
- C. ଅଯୋଗବାହ ବର୍ଣ୍ଣ
- D. ଅନୁନାସିକ ବର୍ଣ୍ଣ
ଅଯୋଗବାହ ବର୍ଣ୍ଣ
7. ସେମାନେ ସିନେମା ଦେଖି ଫେରୁଛନ୍ତି | ରେଖାଙ୍କିତ ପଦଟି କେଉଁ କ୍ରିୟା ?
- A. ଅସମ୍ପନ୍ନ ସୂଚକ ଅସମାପିକା କ୍ରିୟା
- B. ସମ୍ପନ୍ନ ସୂଚକ ଅସମାପିକା କ୍ରିୟା
- C. ଅସମ୍ପନ୍ନ ସୂଚକ ସମାପିକା କ୍ରିୟା
- D. ସମ୍ପନ୍ନ ସୂଚକ ସମାପିକା କ୍ରିୟା
ସମ୍ପନ୍ନ ସୂଚକ ଅସମାପିକା କ୍ରିୟା
8. ସେହି ଗାଁ ର ସବୁ ମହିଳା ସାକ୍ଷର | ରେଖାଙ୍କିତ ପଦଟି କେଉଁ ବିଶେଷଣ ?
- A. କ୍ରିୟାବାଚକ
- B. ସମ୍ବନ୍ଧବାଚକ
- C. ସାର୍ବନାମିକ
- D. କ୍ରିୟାଜ
ସାର୍ବନାମିକ
9 . ଲଟେଇବା କେଉଁ କ୍ରିୟା ?
- A. ଅକର୍ମକ
- B. ପ୍ରେରଣାର୍ଥକ
- C. ନାମଧାତୁ
- D. ଅମିଶ୍ର
ନାମଧାତୁ
10. ଗାଉଥିବେ କେଉଁ କାଳରେ ଅଛି ?
- A. ଅସମ୍ପନ୍ନ ଅତୀତ
- B. ଆନୁମାନିକ ଅତୀତ
- C. ସମ୍ପନ୍ନ ଭବିଷ୍ୟତ
- D. ଆନୁମାନିକ ବର୍ତ୍ତମାନ
ଆନୁମାନିକ ବର୍ତ୍ତମାନ
11. ଡ଼ କେଉଁ ବର୍ଣ୍ଣ ର ଅନ୍ତର୍ଭୁକ୍ତ ?
- A. ଓଷ୍ଠ୍ୟ ବର୍ଣ୍ଣ
- B. ତାଳବ୍ୟ ବର୍ଣ୍ଣ
- C. ମୁର୍ଦ୍ଧନ୍ୟ ବର୍ଣ୍ଣ
- D. ଦନ୍ତ୍ୟ ବର୍ଣ୍ଣ
ମୁର୍ଦ୍ଧନ୍ୟ ବର୍ଣ୍ଣ
12. ମାଆ ମୋ ଦ୍ୱାରା ରୋଷେଇ କରାଇଲେ | ବାକ୍ୟରେ ରେଖାଙ୍କିତ ପଦଟି କେଉଁ କର୍ତ୍ତା ?
- A. ପ୍ରଯୋଜକ କର୍ତ୍ତା
- B. ପ୍ରଯୋଜ୍ୟ କର୍ତ୍ତା
- C. ମୁଖ୍ୟ କର୍ତ୍ତା
- D. କେଉଁଟି ନୁହେଁ
ପ୍ରଯୋଜକ କର୍ତ୍ତା
13. ବାପା ଦିପୁକୁ ମେଳା ଦେଖାଇଲେ | ବାକ୍ୟରେ କେଉଁ ପଦଟି ମୁଖ୍ୟ କର୍ମ ?
- A. ଦେଖାଇଲେ
- B. ବାପା
- C. ଦିପୁକୁ
- D. ମେଳା
ମେଳା
14. ଖରାଦିନେ ପଣସ ପାଚେ | ରେଖାଙ୍କିତ ପଦଟି କେଉଁ କାରକ ?
- A. କର୍ମ କାରକ
- B. କରଣ କାରକ
- C. ଅପାଦାନ କାରକ
- D. କର୍ତ୍ତା କାରକ
କର୍ତ୍ତା କାରକ
15. କେଉଁଟି ଗୁଣବାଚକ ବିଶେଷ୍ୟ ?
- A. ପାନ
- B. ବୀରତ୍ଵ
- C. କ୍ରନ୍ଦନ
- D. ଗୋଲାପ
ବୀରତ୍ଵ
16. ସେ ମତେ ସବୁ କହୁଛନ୍ତି ‘ – ରେଖାଙ୍କିତ ପଦଟି କେଉଁ ସର୍ବନାମ ?
- A. ନିର୍ଣ୍ଣାୟକ
- B. ଆତ୍ମବା ଚକ
- C. ଗୁରୁତ୍ୱଆରୋପକ
- D. ନିର୍ଦ୍ଦେଶକ
ନିର୍ଣ୍ଣାୟକ
17. କର୍ତ୍ତାପଦର ପୁରୁଷ ଓ ବଚନ ଅନୁସାରେ କ୍ରିୟାର_____ ପରିବର୍ତ୍ତନ ହୁଏ |
- A. ପୁରୁଷ
- B. ବଚନ
- C. ବିଭକ୍ତି
- D. ପୁରୁଷ ଓ ବଚନ
ପୁରୁଷ ଓ ବଚନ
18. ସେମାନେ ଖେଳିଥିବେ – ଏହା କେଉଁ କାଳସୂଚକ ?
- A. ସମ୍ପନ୍ନ ଅତୀତ
- B. ସମ୍ପନ୍ନ ଭବିଷ୍ୟତ
- C. ଅସମ୍ପନ୍ନ ଭବିଷ୍ୟତ
- D. ଅସମ୍ପନ୍ନ ବର୍ତ୍ତମାନ
ସମ୍ପନ୍ନ ଭବିଷ୍ୟତ
19. ମେଘରେ ଆକାଶ ଢାଙ୍କି ହୋଇଛି | ରେଖାଙ୍କିତ ପଦଟି କେଉଁ କାରକ ?
- A. କରଣ କାରକ
- B. କର୍ତ୍ତା କାରକ
- C. କର୍ମ କାରକ
- D. ଅଧିକରଣ କାରକ
କରଣ କାରକ
20. ଆଦିତ୍ୟ ଭାରି ଚତୁର | ରେଖାଙ୍କିତ ପଦଟି କେଉଁ ବିଶେଷଣ ?
- A. ବିଶେଷ୍ୟର ବିଶେଷଣ
- B. ବିଶେଷଣ ର ବିଶେଷଣ
- C. କ୍ରିୟା ବିଶେଷଣ
- D. କ୍ରିୟା ବିଶେଷଣର ବିଶେଷଣ
ବିଶେଷଣ ର ବିଶେଷଣ
21. ଏଇଟା ଭଲ, ୟାକୁ କିଏ | ରେଖାଙ୍କିତ ପଦଟି କେଉଁ ସର୍ବନାମ ?
- A. ନିର୍ଣ୍ଣାୟକ
- B. ନିର୍ଦ୍ଦେଶକ
- C. ସମ୍ବନ୍ଧବାଚକ
- D. ଗୁରୁତ୍ୱ ଆରୋପକ
ନିର୍ଦ୍ଦେଶକ
22. ସେ ସବୁ କଥା ଫେଣେଇ ଫେଣେଇ କହିଲା | ରେଖାଙ୍କିତ ପଦଟି କେଉଁ କ୍ରିୟା ?
- A. ସମାପିକା
- B. ଅସମାପିକା
- C. ନାମଧାତୁ
- D. ପ୍ରେରଣାର୍ଥକ
ଅସମାପିକା
23. ରଷିକୂଲ୍ୟା ନଦୀର ପାଣି ନିର୍ମଳ | ରେଖାଙ୍କିତ ପଦଟି କେଉଁ ବିଶେଷଣ ?
- A. ବିଶେଷଣ ର ବିଶେଷଣ
- B. କ୍ରିୟା ବିଶେଷଣ
- C. ବିଶେଷ୍ୟ ର ବିଶେଷଣ
- D. ବିଧେୟ ବିଶେଷଣ
ବିଧେୟ ବିଶେଷଣ
24. ସମ୍ମାନ ଅର୍ଥରେ କେଉଁ ଵିଭକ୍ତି ହୁଏ ?
- A. ପ୍ରଥମା
- B. ଦିତୀୟା
- C. ତୃତୀୟା
- D. ଚତୁର୍ଥୀ
ଚତୁର୍ଥୀ
25. ପ୍ରୟୋଜକ କର୍ତ୍ତାଠାରେ କେଉଁ ଵିଭକ୍ତି ହୁଏ ?
- A. ପ୍ରଥମା
- B. ଦ୍ଵିତୀୟ
- C. ତୃତୀୟା
- D. ଚତୁର୍ଥୀ
ପ୍ରଥମା
26. କ୍ରିୟା ସାଧନ ପାଇଁ କର୍ତ୍ତାର ଯେ ପ୍ରଧାନ ସହାୟକ, ତାହାକୁ ବୁଝାଉଥିବା ପଦକୁ କଣ କୁହାଯାଏ ?
- A. ଅଧିକରଣ କାରକ
- B. କରଣ କାରକ
- C. ସମ୍ପ୍ରଦାନ କାରକ
- D. ଅପାଦାନ କାରକ
କରଣ କାରକ
27. କେଉଁଟି ତୃତୀୟା ଵିଭକ୍ତି ଯୋଗେ କିୟା ବିଶେଷଣ
- A. ଖୁସିରେ ନାଚୁଛି
- B. ଶୁଖିଲାକୁ କାନ୍ଦୁଛି
- C. ଶୀଘ୍ର ଖାଅ
- D. କେଉଁଟି ନୁହଁ
ଖୁସିରେ ନାଚୁଛି
28. ଦିନକୁ ଦିନ ତୁମ ସ୍ୱାସ୍ଥ୍ୟ ବିଗିଡି ଯାଉଛି କେମିତି ? ରେଖାଙ୍କିତ ପଦଟି କେଉଁ ଵିଭକ୍ତି ?
- A. କର୍ମକାରକରେ ଦ୍ଵିତୀୟା
- B. ଅକର୍ତୃବାଚ୍ୟରେ ଦ୍ଵିତୀୟା
- C. ବ୍ୟାପ୍ତି ଅର୍ଥରେ ଦ୍ଵିତୀୟା
- D. ବିପସା ଅର୍ଥରେ ଦ୍ଵିତୀୟା
ବିପସା ଅର୍ଥରେ ଦ୍ଵିତୀୟା
29. କେଉଁଟି କୁରଙ୍ଗ ର ପ୍ରତିଶବ୍ଦ ଅଟେ ?
- A. ଘୋଡା
- B. ହରିଣ
- C. ସାପ
- D. କୁମ୍ଭୀର
ହରିଣ
30. କେଉଁଟି ଶୁଦ୍ଧ ଶବ୍ଦ ଅଟେ ?
- A. ଦ୍ରୁତଗାମୀ
- B. ଦୃତଗାମୀ
- C. ଦୃତାଗାମୀ
- D. ଦୃତଗାମି
ଦ୍ରୁତଗାମୀ
31._____ ଏକ ଏକକ କ୍ରିୟାର ଉଦାହରଣ
- A. ଉଠେ
- B. ଉଠିଥାନ୍ତି
- C. ଉଠିଥାଉ
- D. ଉଠୁଥାଉ
ଉଠେ
32. କେଉଁଟି ଭୀରୁ ର ବିପରୀତ ଶବ୍ଦ ଅଟେ ?
- A. ସାହସୀ
- B. ନିର୍ଭୟ
- C. ନିର୍ଭୀକ
- D. Both a and c
Both a and c
Odia Grammar for Competitive Exams
rivers and drainage system of Odisha – Click Here