Odia Grammar Book Class 9 PDF

Odia Grammar Book Class 9 PDF | Free Download

Facebook
Telegram
WhatsApp
LinkedIn

Odia Grammar Book Class 9 PDF is a very good book for those who want to learn English grammar.

The blog is written in a very simple and easy to understand way. It covers all the important points of grammar in a concise manner. The explanations are given in an easy-to-understand language and with illustrations.

This blog is not only for students but also for teachers and parents as well. if you get full PDF then you scroll Down to last section and get Full PDF Book. Now discuses some Important Points.

ବାକ୍ୟ ବିଚାର

“ କହି ଜାଣିଲେ କଥା ସୁନ୍ଦର
ବାନ୍ଧି ଜାଣିଲେ ମଥା ସୁନ୍ଦର ।”

ଏକ ବା ଏକାଧ୍ଵକ ପଦ ମିଳିତ ହୋଇ ମନର ଭାବକୁ ସଂପୂର୍ଣ୍ଣ ରୂପେ ପ୍ରକାଶ କଲେ ବାକ୍ୟ ହୁଏ ।
ବାକ୍ୟରେ ବ୍ୟବହାର କରାଯାଇଥିବା ପଦଗୁଡ଼ିକର ପାରସ୍ପରିକ ସମ୍ବନ୍ଧକୁ ଯୋଗ୍ୟତା କୁହାଯାଏ ।
ବାକ୍ୟରେ ଥୁବା ଗୋଟିଏ ପଦ ଅନ୍ୟ ପଦଗୁଡ଼ିକର ଅର୍ଥବୋଧକତା ପାଇଁ ଅପେକ୍ଷା କଲେ, ତାହାକୁ ଆକାଂକ୍ଷା କୁହାଯାଏ ।
ବାକ୍ୟରେ ଥୁବା ପଦଯୋଜନା ବା ସୌନ୍ଦର୍ଯ୍ୟ ହେଉଛି ଆସଉ୍ତି । ଏହା ଦ୍ଵାରା କାହା ପରେ କେଉଁପଦ ରହିଲେ, ତାହା ବାକ୍ୟର ଭାବକୁ ସ୍ପଷ୍ଟ ଭାବରେ ପ୍ରକାଶ କରିବ ତାହା ବୁଝାଯାଏ । ଆସଭିକୁ ମଧ୍ଯ ପଦବିନ୍ଯାସ କୁହାଯାଏ ।
ବାକ୍ୟର ବୁଝାପଡୁଥୁବା ନିର୍ଦ୍ଦିଷ୍ଟ ଅଂଶକୁ ବା ନିର୍ଦ୍ଦିଷ୍ଟ କେତୋଟି ପଦସଂହତିକୁ ବାକ୍ୟାଂଶ କୁହାଯାଏ ।
ସମସ୍ତ ବାକ୍ୟର ସମାପିକା କ୍ରିୟାଯୁକ୍ତ ଅଂଶଟିକୁ ଖଣ୍ଡବାକ୍ୟ କୁହାଯାଏ ।
ଗୋଟିଏ ମାତ୍ର ସମାପିକା କ୍ରିୟା ଥୁବା ବାକ୍ୟକୁ ସରଳ ବାକ୍ୟ କୁହାଯାଏ ।
ପରସ୍ପର ନିର୍ଭରଶୀଳ ଦୁଇ ବା ତତୋଃଧ୍ବକ ସରଳ ବାକ୍ୟର ସମାହାର ଯୋଗେ ଗଠିତ ବାକ୍ୟକୁ ଯୌଗିକ ବାକ୍ୟ କ୍ରହାଯାଏ।
ଦୁଇ ବା ତତୋଃଧ୍ରକ ପରସ୍ପର ସାପେକ୍ଷ ଖଣ୍ଡ ବାକ୍ୟର ସମନ୍ଵୟରେ ଜଟିଳ ବାକ୍ୟ ଗଠିତ ହୁଏ।
ଯେ କୌଣସି ପ୍ରକାର ବାକ୍ୟର ସମନ୍ଵିତ ରୂପକୁ ମିଶ୍ରବାକ୍ୟ କୁହାଯାଏ ।
ନିର୍ଦ୍ଦିଷ୍ଟ ବିଷୟକ ବିବୃତି ବା ବକ୍ତବ୍ୟ ପ୍ରକାଶ କରୁଥୁବା ବାକ୍ୟକୁ ବିବୃତିସୂଚକ ବାକ୍ୟ କୁହାଯାଏ ।
ଅନୁରୋଧ ବା ଆଦେଶ ଭାବ ପ୍ରକାଶ କରୁଥୁବା ବାକ୍ୟକୁ ଅନୁରୋଧ/ ଆଦେଶ ସୂଚକ ବାକ୍ୟ କୁହାଯାଏ ।
କୌଣସି ପ୍ରଶ୍ନର ସୂଚନା ପ୍ରଦାନ କରୁଥୁବା ବାକ୍ୟକୁ ପ୍ରଶ୍ନସୂଚକ ବାକ୍ୟ କୁହାଯାଏ ।
ବିସ୍ମୟ ଭାବ ପ୍ରକାଶ କରୁଥୁବା ବାକ୍ୟକୁ ବିସ୍ମୟସୂଚକ ବାକ୍ୟ କୁହାଯାଏ ।
ନାସ୍ତିର ସୂଚନା ପ୍ରଦାନ କରୁଥୁବା ବାକ୍ୟକୁ ନାସ୍ତିସୂଚକ ବାକ୍ୟ କୁହାଯାଏ |
ଗୋଟିଏ ପ୍ରକାରର ବାକ୍ୟକୁ ଅର୍ଥ ପରିବର୍ତନ ନ କରି ଅନ୍ୟ ପ୍ରକାରର ବାକ୍ୟରେ ପରିଣତ କରିବାକୁ ବାକ୍ୟର ରୂପାନ୍ତର କୁହାଯାଏ ।

କ୍ରିୟାହୀନ ରୂଢ଼ି : Odia Grammar Book Class 9 PDF

ଅନ୍ଧର ଲଉଡ଼ି – (ଅସହାୟର ସହାୟ)
ଶ୍ରବଣ କୁମାର ବୃଦ୍ଧ ପିତାମାତାଙ୍କର ଅନ୍ଧର ଲଉଡ଼ି ଥୁଲେ ।

ଅନ୍ଧବୁଝାମଣା – ( ଅନ୍ୟାୟ ବିଚାର)
ଏ ତ ଅନ୍ଧବୁଝାମଣା ରୀତି, ମଣିଷକୁ ଯେବେ ମଣିଷ ଛୁଇଁଲା, କେଉଁବାଟେ ଯିବ ଜାତି |

ଅରଣ୍ୟରୋଦନ – ( ନିଷ୍ଫଳ ପ୍ରାର୍ଥନା / ବୃଥା ପ୍ରାର୍ଥନା)
ରାବଣ ନିକଟରେ ସୀତାଙ୍କର ଆକୁଳତା ଅରଣ୍ୟରୋଦନରେ ପରିଣତ ହୋଇଥିଲା |

ଅହିନକୁଳ ସମ୍ପର୍କ – (ଘୋର ଶତ୍ରୁତା)
ଭାଇ ଭାଇ ମଧ୍ୟରେ ଅହିନକୁଳ ସମ୍ପର୍କ ସୃଷ୍ଟିହେବା ଆଦୌ ଉଚିତ ନୁହେଁ ।

ଅଲଣା କଥା – (ମୂଲ୍ୟହୀନ କଥା)
ତାଙ୍କର ସେ ଅଲଣା କଥା ଶୁଣିବାକୁ ମୋର ବେଳ ନାହିଁ।

ଅକଲ ଗୁଡୁମ ( ବୁଦ୍ଧି ବଣାହେବା)
ଓକିଲବାବୁ ମିଛ କହୁଥିବା ସାକ୍ଷୀକୁ ପ୍ରଶ୍ନ ପଚାରି ତା’ର ଅକଲ ଗୁଡୁମ କରିଦେଲେ |

Odia Grammar Book Class 9 More Read କ୍ରିୟାହୀନ ରୂଢ଼ି Click Here

କ୍ରିୟାଯୁକ୍ତ ରୂଢ଼ି : Odia Grammar Book Class 9 PDF

ଅହନ୍ତା ରଖୁବା / ଅକସ ରଖୁବା – ( ପ୍ରତିହିଂସା ମନୋଭାବ ପୋଷଣ କରିବା)
ସାଧୁଲୋକଙ୍କ ପ୍ରତି ଅହନ୍ତା ରଖୁୂଲେ କିଛି ଫଳହୁଏ ନାହିଁ |

ଅନ୍ଧାରକୁ ଟେକାପକାଇବା / ଅନ୍ଧାରଘରେ ବାଡ଼ିବୁଲାଇବା – (ଅନୁମାନ କରିବା)
ପ୍ରକୃତ ପାଠ ନ ଜାଣି ଅନ୍ଧାରକୁ ଟେକା ପକାଇବା ଭଳି ଉତ୍ତର ଦେବାରୁ ଶିକ୍ଷକ ଧୀରେନ୍ଦ୍ର ଉପରେ ରାଗିଲେ ।

ଆଖି ରଖିବା – ( ଲକ୍ଷ୍ୟ ରଖିବା / ଯତ୍ନନେବା )
ଜାତୀୟ ସ୍ବାର୍ଥକୁ ଆଖି ଆଗରେ ରଖି ଆମକୁ କର୍ତବ୍ୟ ସମ୍ପାଦନ କରିବାକୁ ହେବ ।

ଆଖିଦେବା / ଦୃଷ୍ଟିପକାଇବା – ( ବିଷ ଦୃଷ୍ଟିରେ ଦେଖିବା / ଲୋଭ କରିବା)
ପରଦ୍ରବ୍ୟ ପ୍ରତି ଆଖିଦେବା / ଦୃଷ୍ଟି ପକାଇବା ଠିକ୍‌ ନୁହେଁ।

ଆଖିପକାଇବା – ( ଲୋଲୁପ ଦୃଷ୍ଟି ପକାଇବା)
ଚୋର ସେ ଘରଟି ଉପରେ ଆଖି ପକାଇଲାଣି।

Odia Grammar Book Class 9 More Read କ୍ରିୟାଯୁକ୍ତ ରୂଢ଼ି Click Here

ତୁଳନାତ୍ମକ ରୂଢ଼ି : Odia Grammar Book Class 9 PDF

  • ଏଣ୍ଡୁଅ ପରି ମୁଣ୍ଡ ଟୁଙ୍ଗାରିବା – ସେ କିଛି ବୁଝୁ ନ ବୁଝୁ ସବୁବେଳେ ଏଣୁଅ ପରି ମୁଣ୍ତ ଟୁଙ୍ଗାରୁଥାଏ ।
  • କୁକୁର ପରି ଧାଇଁବା – ଟଙ୍କା କେଇଟା ଲୋଭରେ ସେ କୁକୁର ପରି ଧାଉଁଛି |
  • ଖୁଣ୍ଟଟା ପରି ଠିଆହେବା – ବସିବାକୁ କହିଲି, ନ ବସି ଖୁଣ୍ଟଟା ପରି ଠିଆହୋଇ ରହିଲୁ କାହିଁକି ?
  • ଗଡ଼ ପରି ପଡ଼ିବା / ଢିଙ୍କି ପରି ପଡ଼ିବା – ଲୋକଟା ଗଡ଼ ପରି ପଡ଼ିଛି, ପଦେ ବି ଜବାବ ନାହିଁ |
  • ଛୁଞ୍ଚି ପରି ମୁହଁ କରିବା – ସବୁବେଳେ ଛୁଞ୍ଚି ପରି ମୁହଁକଲେ କିଏ ତୋତେ ଭଲପାଇବ ?
  • ଜୋକ ପରି ଲାଗିବା – ଯେଉଁମାନେ କର୍ମଠ, ସେମାନେ କାମରେ ସର୍ବଦା ଜୋକ ପରି ଲାଗିଥାନ୍ତି |
  • ପେଡ଼ି ପରି ମୁହଁ କରିବା / ଫୁଲାଇବା – ସତକଥା କହିଦେବାରୁ ସେ ପେଡ଼ି ପରି ମୁହଁ ଫୁଲାଇ ବସିଛି |
  • ପବନ ପରି ଧାଇଁବା – କିଏ ବିପଦରେ ପଡ଼ିଛି ଶୁଣିଲେ, ତାକୁ ସାହାଯ୍ୟ କରିବାପାଇଁ ସେ ପବନ ପରି ଧାଇଁଯାନ୍ତି |
  • ପ୍ରସାଦ ପରି ପାଇଦେବା – ପଡୋଶୀ ଘରୁ ଆସିଥିବା ତରକାରୀକୁ ସେ ପ୍ରସାଦ ପରି ପାଇଦେଲା |
  • ବରଡ଼ା ପତ୍ର ପରି ଥରିବା – ପିଲାଟାର ମିଛକଥା ଜଣା ପଡ଼ିଯିବାରୁ ବାପାଙ୍କ ଆଗରେ ସେ ବରଡ଼ାପତ୍ର ପରି ଥରୁଛି |
  • ସାପ ପରି ଫଁ ଫଁ ହେବା – ସାମାନ୍ୟ କଥାରେ ରାଗିଯାଇ ସେ ସାପ ପରି ଫ ଫଁ ହୁଅନ୍ତି |
  • ସିଂହପରି ଯୁଝିବା – ବାଳକ ଅଭିମନ୍ୟୁ ସପ୍ତରଥୀଙ୍କ ସହିତ ସିଂହପରି ଯୁଝିଥୁଲେ |
  • ଶୁଆ ପରି ଘୋଷିବା – ଗୀତଟି ତା ମନକୁ ଏମିତି ପାଇଛି ଯେ ଦିନରାତି ଶୁଆପରି ଘୋଷିହେଉଛି ।

ଲୋକବାଣୀ : Odia Grammar Book Class 9 PDF

  • ଅଠାକାଠିରେ ପଡ଼ିବା- ଅସୁବିଧା ପରିସ୍ଥିତିର ସମ୍ମୁଖୀନ ହେବା |
  • ଅନ୍ଧ ଦେଶକୁ ଗଲି ଦର୍ପଣ ବିକି – ମୂର୍ଖଙ୍କ ଆଗରେ ତତ୍ତ୍ଵକଥା କହିବା |
  • ଅଳସୁଆର ବାରବାଟୀ ଚାଷ- ନିକମା ବା ଅଳସୁଆ ଲୋକର ବୃଥା ଆସ୍ଫାଳନ ।
  • ଅଧର୍ମ ବିତ୍ତ ବଢ଼େ ବହୁତ ଗଲାବେଳେ ଯାଏ ମୂଳ ସହିତ- ପାପ ଅର୍ଜିତ ଧନ ସମୂଳ ନଷ୍ଟ ହୁଏ।
  • ଅଦାବେପାରୀର ଜାହାଜ ମୂଲ- ଅନଧୂକାର ଚର୍ଚ୍ଚା |
  • ଅତିପରିଚୟେ ଗୌରବ ନଷ୍ଟ- ଅଧକ ସମ୍ପର୍କ ବା ମିଳାମିଶାରେ ସମ୍ମାନ ହ୍ରାସ ପାଏ |
  • ଅନ୍ଧ ଥରେ ବାଡ଼ିହଜାଏ- ଅଭିଜ୍ଞତାରୁ ସତର୍କହେବା ବା ଶିକ୍ଷାଲାଭ କରିବା ।
  • ଅମୂତ ହାଣ୍ଡିରେ ବିଷ କଣିକାଏ- ସାମାନ୍ୟ ଖରାପ ଅନେକ ଭଲକୁ ନଷ୍ଟକରେ |
  • ଆଲୋସଖି , ଆପଣା ମହତ ଆପେ ରଖି- ନିଜ ସମ୍ମାନ ନିଜ ହାତରେ |
  • ଆଗତ ଚଢ଼େଇକି ବେସରବଟା- ହାତକୁ ଜିନିଷ ଆସିବା ପୂର୍ବରୁ ଉପଯୋଗ ପାଇଁ ପ୍ରସ୍ତୁତି ।
  • ଆଲ୍ଲା ଦିଅନ୍ତି ତ ଛଫରଫାଡ଼ି ଦିଅନ୍ତିକ – ଭଶ୍ଵର ଦୟାକଲେ ଆଶାତୀତ ଫଳମିଳେ ।
  • ଆକାଶ କଇଁଆ ଚିଲିକାମାଛ- ଅସମ୍ଭବ କଥା କଳ୍ପନା କରିବା

Odia Grammar Book Class 9 More Read ଲୋକବାଣୀ : Click Here

Download Full PDF Book Class 9Click Here
Odia Gramar MCQ TestClick Here

Odia Grammar Book Class 9 PDF, Odia Grammar Book Class 9 PDF, Odia Grammar Book Class 9 PDF, Odia Grammar Book Class 9 PDF, Odia Grammar Book Class 9 PDF

Leave a Comment

error: Content is protected !!