Newspaper Essay in Odia Language

Newspaper Essay in Odia Language PDF Download free

Facebook
Telegram
WhatsApp
LinkedIn

Newspaper Essay in Odia Language : Looking for a professional essay writing service that will help you reach your academic goals? Look no further than Newspaper Essay. Our team of experienced and qualified writers will take on any essay or paper with ease, and deliver top-quality work that will help you achieve your goals. We understand the importance of completing your assignments on time, and will always make sure that your work is delivered on time and error-free. Contact us today to learn more about our services, or visit our website to get started.

Newspaper Essay in Odia Language

ସମ୍ବାଦପତ୍ର

ଉପକ୍ରମ:-
ମାନବ ଜାତିର ଇତିହାସ ଅଧ୍ୟୟନ କଲେ ଜାଣି ହୁଏ ଯେ ପ୍ରାକ୍ ଐତିହାସିକ ଯୁଗରେ ମଣିଷର ଚିନ୍ତା, ଚେତନା ଓ ବୌଦ୍ଧିକ ବିକାଶ ଆଶାନୁରୂପ ହୋଇ ପାରିନଥିଲା l ତା’ର ଜ୍ଞାନର ପରିସର ଅତ୍ୟନ୍ତ ସୀମିତ ଓ ସଙ୍କୁଚିତ ଥିଲା l ପୂର୍ବେ ମଣିଷ ନିଜ ଚାରିପାଖରେ ଘଟୁଥିବା ବହୁ ବିଷୟରେ ସଂପୂର୍ଣ୍ଣ ଅଜ୍ଞ ଥିଲା l କାଳକ୍ରମେ ତା’ର ଜ୍ଞାନର ପରିସୀମା ବ୍ୟାପ୍ତ ହେଲା l ଆସ୍ତେ ଆସ୍ତେ ସେ ଅନ୍ୟ ବ୍ୟକ୍ତି ସମ୍ପର୍କରେ ଓ ଅନ୍ୟ ସ୍ଥାନରେ ଘଟୁଥିବା ଘଟଣା ବିଷୟରେ ଜାଣିବା ନିମନ୍ତେ ଇଚ୍ଛା ପ୍ରକାଶ କଲା l ଅନ୍ୟ ସ୍ଥାନକୁ ସମ୍ବାଦ ପ୍ରେରଣ କରିବା ନିମନ୍ତେ ସେ ଆଗ୍ରହୀ ହେଲା l ସମୟକ୍ରମେ ସେ ଅନ୍ୟ ବ୍ୟକ୍ତି ଓ ସ୍ଥାନମାନଙ୍କ ସହ ଯୋଗାଯୋଗ ରକ୍ଷା କରିବା ନିମନ୍ତେ ସକ୍ଷମ ହୋଇପାରିଲା l
ବିଜ୍ଞାନ ଯୋଗୁଁ ବିରାଟ ପୃଥିବୀ ଆଜି ଛୋଟ ହୋଇଯାଇଛି l ବର୍ତ୍ତମାନର ଯୁଗକୁ ସମ୍ବାଦପତ୍ର ଯୁଗ କହିଲେ ଅତ୍ୟୁକ୍ତି ହେବନାହିଁ l ଯେକୌଣସି ସ୍ଥାନ ଓ ପରିବେଶରେ ସମ୍ବାଦପତ୍ରର ଉପସ୍ଥିତି ଆମେ ଦେଖିବାକୁ ପାଇଥାଉ l ଅଜ୍ଞାନ ରୂପକ ଅନ୍ଧକାରରୁ ନିଜକୁ ମୁକ୍ତ କରି ଆଜିର ମାନବ ନିଜର ଜ୍ଞାନର ପରିସୀମା ବଢାଇଛି l ନିଜ ଜଗତ ସହିତ ଅନ୍ୟ ସମସ୍ତ ବିଷୟରେ ଖବର ପାଇବା ପାଇଁ ସେ ଆଗ୍ରହିତ ହୋଇଛି l ଏହାଦ୍ବାରା ଜନ୍ମ ନେଇଛି ଆଜିର ସର୍ବଶ୍ରେଷ୍ଠ ଆବଶ୍ୟକତା ସମ୍ବାଦପତ୍ର l ସମ୍ବାଦପତ୍ର ସବୁ ବର୍ଗର ମନୁଷ୍ୟମାନଙ୍କ ପାଇଁ ସୁଖ ଦୁଃଖର ସାଥି ପାଲଟି ଯାଇଛି l

ସମ୍ବାଦ:-
ସମ୍ବାଦକୁ ଇଂରାଜୀରେ ” News” ବୋଲି କୁହାଯାଏ l ଏହି ” News ” ଶବ୍ଦର ଅକ୍ଷରଗୁଡିକୁ ଲକ୍ଷ୍ୟକଲେ ଜାଣିପାରିବା ଯେ ସେମାନେ ଚାରି ଦିଗର ସଂକେତ ବହନ କରୁଛନ୍ତି l ‘ N ‘ ଅକ୍ଷରଟି ” NORTH” ବା ଉତ୍ତର ଦିଗକୁ ସୂଚାଇଲା ବେଳେ ‘E’ ଅକ୍ଷର ” EAST ” ବା ପୂର୍ବଦିଗର ପ୍ରତୀକ l ସେହିପରି ‘ W ‘ ” WEST ” ବା ପଶ୍ଚିମ ଦିଗକୁ ସୂଚାଉଥିବା ବେଳେ ‘ S ‘ ଅକ୍ଷରଟି ” SOUTH ” ବା ଦକ୍ଷିଣ ଦିଗକୁ ସୂଚାଉଛି l ଏଥିରୁ ଆମେ ଜାଣିବାକୁ ପାଇଲୁ ଯେ ସବୁଆଡର କଥା ‘ ଖବର ‘ ଜରିଆରେ ପ୍ରକାଶିତ ହୁଏ l

ସମ୍ବାଦପତ୍ରର ଇତିହାସ:-
ସମ୍ବାଦପତ୍ରର ଇତିହାସ ଅଧ୍ୟୟନ କଲେ ଆମେ ଜାଣିଥାଉ ଯେ ପ୍ରଥମେ ଶତାବ୍ଦୀରେ ଇଟାଲୀର ଭେନିସ୍ ନଗରରେ ଏହାର ପ୍ରଚଳନ ହୋଇଥିଲା l ମାତ୍ର ଅନ୍ୟ କେତେକଙ୍କ ମତରେ ଚୀନ ଏହାର ଜନ୍ମଦାତା l ପରବର୍ତ୍ତୀ ସମୟରେ ୟୁରୋପ ଓ ଆମେରିକାରେ ମୁଦ୍ରଣ ଯନ୍ତ୍ରର ଉନ୍ନତି ଘଟିବା ଫଳରେ ଦୈନିକ ସମ୍ବାଦପତ୍ରର ପ୍ରକାଶନ ସମ୍ଭବ ହେଲା l ଭାରତରେ ସର୍ବପ୍ରଥମେ ସମ୍ବାଦପତ୍ର ଇଂରେଜମାନଙ୍କ ଶାସନକାଳରେ ୧୭୮୦ ମସିହାରେ “ବେଙ୍ଗଲ ଗେଜେଟ୍” ନାମକ ସମ୍ବାଦପତ୍ର ପ୍ରକାଶିତ ହୋଇଥିଲା l ସେହିପରି ଓଡିଶାରେ ପ୍ରଥମେ ସମ୍ବାଦପତ୍ର ବା ଖବରକାଗଜ ୧୮୬୬ ଖ୍ରୀଷ୍ଟାବ୍ଦରେ କର୍ମବୀର ଗୌରୀଶଙ୍କର ରାୟଙ୍କ ଦ୍ଵାରା ” ଉତ୍କଳ ଦୀପିକା ” ସମ୍ବାଦପତ୍ର ପ୍ରକାଶ ପାଇଥିଲା l ପରେ ଓଡ଼ିଶାରେ ସମାଜ, ପ୍ରଜାତନ୍ତ୍ର, ମାତୃଭୂମି, ଧରିତ୍ରୀ, ସମ୍ବାଦ ଓ ପ୍ରଗତିବାଦୀ ପ୍ରଭୃତି ସମ୍ବାଦପତ୍ର ପାଠକମାନଙ୍କୁ ଖବର ପରିବେଷଣର ସେବା ଯୋଗାଇ ଦେଉଛି l

ବିଭିନ୍ନ ସମ୍ବାଦପତ୍ର:-
ପ୍ରକାଶିତ ସମୟର ବ୍ୟବଧାନକୁ ଆଧାର କରି ସମ୍ବାଦପତ୍ରଗୁଡ଼ିକୁ ବିଭିନ୍ନ ଶ୍ରେଣୀରେ ବିଭକ୍ତ l ପ୍ରତ୍ୟେକ ଦିନ ପ୍ରକାଶିତ ସମ୍ବାଦପତ୍ରଗୁଡିକ ଦୈନିକ ସମ୍ବାଦପତ୍ର ନାମରେ ନାମିତ l ପାଶ୍ଚାତ୍ୟ ଦେଶରେ କେତେକ ପ୍ରମୁଖ ସମ୍ବାଦପତ୍ର ଦିନରେ ଦୁଇଥର ପ୍ରକାଶିତ ହୁଏ l ସେଗୁଡିକୁ ଦ୍ଵିଦୈନିକ ସମ୍ବାଦପତ୍ର କୁହାଯାଏ l ସେହିପରି ସମ୍ବାଦପତ୍ରଟିଏ ସପ୍ତାହରେ ଥରେ ପ୍ରକାଶିତ ହେଲେ ତାହାକୁ ସାପ୍ତାହିକ କୁହାଯାଏ l ୧୫ ଦିନରେ ଥରେ ପ୍ରକାଶିତ ହେଲେ ତାହାକୁ ପାକ୍ଷିକ ଏବଂ ଏକମାସରେ ଥରେ ପ୍ରକାଶିତ ହେଲେ ମାସିକ ସମ୍ବାଦପତ୍ର ବୋଲି କୁହାଯାଇଥାଏ l
ସମ୍ପ୍ରତି ଭାରତରେ ୯୨ ଟି ଭାଷାରେ ପ୍ରାୟ ୩୦ ହଜାରରୁ ଉର୍ଦ୍ଧ୍ବ ସମ୍ବାଦପତ୍ର ପ୍ରକାଶିତ ହେଉଛି l ଅଧିକାଂଶ ସମ୍ବାଦପତ୍ର ଦୈନିକ ବାହାରେ l ବିଦେଶରେ ସମ୍ବାଦପତ୍ରମାନଙ୍କ ମଧ୍ୟରେ ନିଉୟର୍କ ଡେଲି, ପ୍ରଭଦା ଓ ଡେଲି ହେରାଲ୍ଡ ପ୍ରଭୃତି ବହୁସଂଖ୍ୟାରେ ମୁଦ୍ରିତ ହେଉଛି l ଭାରତରେ ପ୍ରକାଶିତ ଖବରକାଗଜମାନଙ୍କ ମଧ୍ୟରେ ଦି ଷ୍ଟେଟମ୍ୟାନ୍ , ଦି ହିନ୍ଦୁସ୍ଥାନ ଟାଇମସ୍, ଦି ଅମୃତବଜାର ପତ୍ରିକା, ଦି ଟେଲିଗ୍ରାଫ , ଦି ଟାଇମ୍ସ ଅଫ୍ ଇଣ୍ଡିଆ ଇତ୍ୟାଦି ପ୍ରଧାନ l ଓଡ଼ିଶାରେ ସମାଜ, ସମ୍ବାଦ, ପ୍ରଜାତନ୍ତ୍ର, ଧରିତ୍ରୀ, ପ୍ରଗତିବାଦୀ, ଦୈନିକ ଆଶା, ହୀରାଖଣ୍ଡ ଓ ଦୀନଲିପି ଆଦି ପ୍ରକାଶିତ ହେଉଛି l ଏଥିମଧ୍ୟରୁ ଅନେକ ଖବରକାଗଜ ଭୁବନେଶ୍ୱର, ବ୍ରହ୍ମପୁର, ସମ୍ବଲପୁର ଓ ରାଉଲକେଲା ଇତ୍ୟାଦି ସଂସ୍କରଣ ରୂପେ ପ୍ରକାଶିତ ହେଉଛି l

ଆବଶ୍ୟକତା:-
ସମ୍ବାଦପତ୍ରର ମୁଖ୍ୟ ଉଦ୍ଦେଶ୍ୟ ସମ୍ବାଦ ପରିବେଷଣ l ସମ୍ବାଦପତ୍ରକୁ ଗଣତନ୍ତ୍ର ଶାସନର ପ୍ରମୁଖ ଅଙ୍ଗ l ପୃଥିବୀର ଚିନ୍ତାଶୀଳ ବ୍ୟକ୍ତିମାନଙ୍କର ଦୃଷ୍ଟିକୋଣକୁ ସାଧାରଣ ନାଗରିକ ନିକଟରେ ଉପସ୍ଥାପନ କରି ତାର ଚିନ୍ତାଚେତନାକୁ ମାର୍ଜିତ ଓ ବିକଶିତ କରିବା ଖବରକାଗଜର ଦାୟିତ୍ଵ l ଜନସାଧାରଣ ସରକାରଙ୍କ ନୀତିନିୟମ, ଦୋଷ ଦୁର୍ବଳତା ଓ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସମ୍ବାଦପତ୍ର ରୁ ସମ୍ୟକ୍ ଧାରଣା ପାଇଥାନ୍ତି l ଅନ୍ୟପକ୍ଷରେ ସରକାର ମଧ୍ୟ ଲୋକଙ୍କ ଅଭାବ, ଅସୁବିଧା ଓ ଇଚ୍ଛା ସମ୍ପର୍କରେ ସମ୍ବାଦପତ୍ର ରୁ ଜାଣିଥାନ୍ତି l ବ୍ୟବସାୟୀ ତଥା ନେତାମାନେ ବିଭିନ୍ନ ଜିନିଷର ଦରଦାମ୍ ଖବରକାଗଜ ମାଧ୍ୟମରେ ଜାଣିପାରନ୍ତି l ଜନସାଧାରଣ ପାଣିପାଗ ସମ୍ବନ୍ଧରେ ସୂଚନା ପାଆନ୍ତି l ଚାଷୀମାନେ କୃଷି ବିଷୟରେ ଆବଶ୍ୟକ ବିବରଣୀ ଜାଣିପାରନ୍ତି l କ୍ରୀଡ଼ାପ୍ରେମୀ ବ୍ୟକ୍ତିମାନେ ବିଭିନ୍ନ କ୍ରୀଡାବିତ୍ ଓ କ୍ରୀଡା ସମ୍ବନ୍ଧରେ ନାନା ତଥ୍ୟ ପାଇଥାନ୍ତି l ଛାତ୍ରଛାତ୍ରୀମାନେ ସାଧାରଣ ଜ୍ଞାନ ଆହରଣ କରିବା ସଂଗେସଂଗେ ପରୀକ୍ଷା ସମ୍ପର୍କରେ ବିଭିନ୍ନ ତଥ୍ୟ ଅବଗତ ହୁଅନ୍ତି l ସାହିତ୍ୟପ୍ରେମୀ ବିବିଧ ପ୍ରବନ୍ଧ, କବିତା, ଗଳ୍ପ ଆଦି ପାଠ କରିବାର ସୁଯୋଗ ଲାଭ କରନ୍ତି l” ସଂପାଦକଙ୍କ ନିକଟକୁ ପତ୍ର ” ସ୍ତମ୍ଭରେ ଲୋକମାନେ ବିଭିନ୍ନ ଅଭିଯୋଗ ଉପସ୍ଥାପନ କରନ୍ତି l

ସମ୍ବାଦପତ୍ର କାର୍ଯ୍ୟାଳୟର କାର୍ଯ୍ୟ:-
ପ୍ରତ୍ୟେକ ସମ୍ବାଦପତ୍ରର ସମ୍ପାଦକ, ସହସଂପାଦକ , ପରିଚାଳନା ସମ୍ପାଦକ ଓ ଅନେକ କର୍ମଚାରୀ ନିଯୁକ୍ତି ପାଇଥାନ୍ତି l ସମ୍ବାଦ ସଂଗ୍ରହ ପାଇଁ ଦେଶ ବିଦେଶରେ ଅନେକ ସାମ୍ବାଦିକ ଅଛନ୍ତି l ସେମାନେ ଖବର ପଠାଇଲେ ଖବରକାଗଜ ଛପା ହୁଏ l ସମ୍ବାଦପତ୍ର ବିତରଣ କାର୍ଯ୍ୟ ସମ୍ପାଦନ କରିବା ପାଇଁ ପରିଚାଳକଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ନିଯୁକ୍ତି ହୋଇଥାନ୍ତି l

ଉପସଂହାର:-
ସର୍ବୋପରି ସମ୍ବାଦପତ୍ର ସାମ୍ବାଦିକଙ୍କ ନିରପେକ୍ଷତା, ସମ୍ବାଦ ପରିବେଷଣରେ ସାଧୁତା, ପାଠକମାନଙ୍କର ସମ୍ବାଦପତ୍ର ପାଠ କରିବାପାଇଁ ପ୍ରବଳ ଜିଜ୍ଞାସା ରହିଲେ ସମ୍ବାଦପତ୍ରଗୁଡିକ ଆଦର ଲାଭ କରି ସୁପ୍ରତିଷ୍ଠିତ ହୋଇପାରିବ ସମ୍ବାଦପତ୍ରର ଦୃଢ଼ ପ୍ରସାରଣ ପାଇଁ ସରକାରଙ୍କ ସତର୍କ ଦୃଷ୍ଟି ତଥା ଜନସାଧାରଣଙ୍କ ପୂର୍ଣ୍ଣ ସହଯୋଗ ରହିଲେ ଏହା ଜନଜୀବନର ହିତ ଭାବରେ ତଥା ଏକ ସମୃଦ୍ଧ ରାଷ୍ଟ୍ର ଗଠନରେ ସହାୟକ ହେବ l ଏହା ହେଉଛି ଛାତ୍ର ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ l ଏହା ଛାତ୍ର ଜୀବନକୁ ଠିକ୍ ସଂସ୍କାର, ବ୍ୟବହାର ଓ ଆଚରଣ ଅନୁସାରେ ଗଢିବାରେ ସାହାଯ୍ୟ କରେ l

Written by:-
Jyotirmayee Sahu
M.A, M.Ed

Odia MCQ Test Click Here
Women Empowerment Essay in Odia Click Here
Swachh Bharat Essay in Odia Click Here
Corona Essay in Odia Click Here
News Paper Odia Essay in Odia Free PDF Click Here
Raja Parba Essay Click Here

Newspaper Essay in Odia Language, Newspaper Essay in Odia LanguageNewspaper Essay in Odia Language

Leave a Comment

error: Content is protected !!