Motivational Stories In Odia

The motivational story in Odia:- If you’re searching for motivational stories in Odia then you are at the right place. Here I’m sharing with you the top 10 motivational stories in Odia which is really amazing and mind-blowing, these Hindi motivational Stories help you to grow in your life and whatever currier you choose. these motivational stories are for everyone.

Motivational Stories In Odia 1

ମନ କଥା 1

—————-

ପାଖାପାଖି ଗୋଟିଏ ମାସର ବ୍ୟବଧାନରେ ପୁଣି ମନ କଥା ଆରମ୍ଭ କରୁଛି। ଅନେକ ସମୟରେ ଅନେକ ମନ କଥା ମନକୁ ଆସେ। ହେଲେ ସବୁ ମନ କଥା ମଧ୍ୟ ସାର୍ବଜନୀନ କରି ହୁଏନା। ସବୁ ମନ କଥା ମଧ୍ୟ ମନେ ରଖି ହୁଏନା। ଏଇ ହେଉଛି ମନ କଥା ଅଧ୍ୟାୟ ପଛେଇ ଯିବାର ବଡ଼ କାରଣ । ତେବେ ଆସନ୍ତୁ ଆଜି ଗୋଟିଏ ଭଲ କଥା ଆଲୋଚନା କରିବା।

ଆମେ ସମସ୍ତେ ଭଗବାନଙ୍କୁ ବିଶ୍ୱାସ କରୁ। ବିଶ୍ୱାସ ପଛରେ କାହାର ସ୍ୱାର୍ଥ ଥାଏ ତ କାହାର ବିଲକୁଲ ନଥାଏ। ମୁଁ ଭାବୁଛି ଯେଉଁମାନଙ୍କ ସ୍ୱାର୍ଥ ଥାଏ , ସେମାନେ ନିଶ୍ଚିତ ଭଗବାନଙ୍କ ସହିତ ଚାଲାକି କରୁଛନ୍ତି। ମାତ୍ର ସେମାନେ ଜାଣିବା ଉଚିତ୍ ଯେ ଭଗବାନ କେବେ ଚାଲାକିକୁ ପସନ୍ଦ କରନ୍ତି ନାହିଁ।

ଏମିତି ଏକ ଘଟଣା ଘଟିଥିଲା ମହାଭାରତ ଯୁଦ୍ଧ ପୂର୍ବରୁ। ମହାଭାରତ କୁ ଯଦି ସଂକ୍ଷେପରେ କହିବାକୁ ଯିବା ଯେଉଁ ଜିନିଷ ଉପରେ ଆମର ଅଧିକାର ନାହିଁ,ତା ଉପରେ ଆମେ ଅଧିକାର ସାବ୍ୟସ୍ତ କଲେ ମହାଭାରତ ସୃଷ୍ଟି ହୁଏ। ଦୁର୍ଯ୍ୟୋଧନ ର ପାଣ୍ଡବଙ୍କ ସମ୍ପତ୍ତି ଉପରେ ଯେଉଁ ଦିନ ଆଖି ପଡ଼ିଲା ସେହିଦିନଠାରୁ ମହାଭାରତର ଅୟମାରମ୍ଭ ହୋଇ ଯାଇଥିଲା।*** ଦୁର୍ଯ୍ୟୋଧନ ଏବଂ ଅର୍ଜୁନ ଉଭୟ ଭଗବାନଙ୍କ ସହାୟତା ଲୋଡ଼ିଥିଲେ। ମାତ୍ର ଦୁଇ ଜଣଙ୍କର ଭଗବାନଙ୍କ ପାଖରେ ପ୍ରାର୍ଥନା ଅଲଗା ଥିଲା। ଦୁର୍ଯ୍ୟୋଧନ ଯୁକ୍ତି ପୂର୍ବକ ଆଗେ ଭଗବାନଙ୍କ ସହାୟତା ପାଇଁ ଆସିଛି ବୋଲି ଚାଲାକି କରି ଭଗବାନଙ୍କ ସମସ୍ତ ସେନା ମାଗିନେଲା । ଯଦିଓ ବଡ଼ ଭାଇ ଭାବରେ ତା’ର ଅର୍ଜୁନଙ୍କୁ ପ୍ରଥମେ ଭଗବାନଙ୍କ ସହାୟତା ମାଗିବା ପାଇଁ ପରାମର୍ଶ ଦେବାର ଥିଲା।ତାହା ସେ କରି ନଥିଲା।ଅର୍ଜୁନ ତ ନିଃସ୍ୱାର୍ଥପର ଭାବରେ କେବଳ ପାଣ୍ଡବ ମାନଙ୍କୁ ସାହାଯ୍ୟ କରିବାର ଅନୁରୋଧ ନେଇ ଆସିଥିଲେ ଓ ପାଣ୍ଡବ ମାନଙ୍କୁ କେବଳ ଭଗବାନ ହିଁ ଆବଶ୍ୟକ ବୋଲି ଭଗବାନଙ୍କୁ ହାତ ଯୋଡ଼ି ପ୍ରାର୍ଥନା କରିଥିଲେ।

ଶେଷରେ ମହାଭାରତର ଫଳ ସେହିଆ ହୋଇଥିଲା ଯାହା ଭଗବାନ ଚାହିଁଲେ।ଚରଣ ସମସ୍ତଙ୍କର ରହିଛି। ଚରଣ ଆମକୁ କେବଳ ମନ୍ଦିର ପର୍ଯ୍ୟନ୍ତ ନେଇ ଯାଇ ପାରେ । ମାତ୍ର ଆଚରଣ ଆମକୁ ଭଗବାନଙ୍କ ପର୍ଯ୍ୟନ୍ତ ନେଇଯିବ।

ଅର୍ଜୁନ ତଥା ଦୁର୍ଯୋଧନ ଭଗବାନଙ୍କୁ ସହାୟତାର ପ୍ରାର୍ଥନା ନେଇ ଆସିଥିଲେ। ମାତ୍ର ଦୁହିଁଙ୍କ ପ୍ରାର୍ଥନାର ଦୁଇଟି ଭିନ୍ନ ଦିଗ ଥିଲା। ଜଣେ ଚାଲାକି କରିଥିଲା ବେଳେ ଆଉ ଜଣେ ସମର୍ପିତ ଥିଲେ ।

* ଜୟ ଜଗନ୍ନାଥ *

ରମାନାଥ କର

ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର

ବାଲେଶ୍ଵର

Motivational Stories In Odia 2

ମନ କଥା 2

——————

ଆଜି ଶ୍ରାବଣ ପ୍ରଥମ ରବିବାର। ଗତକାଲି ପବିତ୍ର ଗୁରୁ ପୂର୍ଣ୍ଣିମା ଥିଲା ଗୁରୁ ଶିଷ୍ୟର ପରମ୍ପରା ହଜାର ହଜାର ବର୍ଷ ପୂର୍ବରୁ ଚଳି ଆସିଛି। ଆଜି ମଧ୍ୟ ଏହି ପରମ୍ପରା ଅତୁଟ ରହିଛି ଅଳ୍ପ କିଛି ଘଟଣା ଏହି ଗୁରୁ ଶିଷ୍ୟର ପରମ୍ପରାର ରଙ୍ଗକୁ  ଟିକିଏ ଫିକା କରିଦେଇଛି। ଛାଡ଼ନ୍ତୁ । ନକରାତ୍ମକ ବିଷୟ ଦିଗରେ ଆମେ ଯିବୁ ନାହିଁ।

ଆମେ ଆଜି ରାମାୟଣର ସୁନ୍ଦର କଥା ଟିଏ ଆଲୋଚନା କରିବା। ଯେମିତି ଅନ୍ୟର ଅଧିକାର ଉପରେ ଆଉ କେହି ଅଧିକାର ସାବ୍ୟସ୍ତ କରିବାରୁ ମହାଭାରତର ସୃଷ୍ଟି, ସେମିତି କର୍ତ୍ତବ୍ୟ ପାଳନ କୁ ମୁଖ୍ୟ ବୋଲି ଗ୍ରହଣ କରି ନିଜର ଅଧିକାରକୁ ଅନ୍ୟକୁ ତ୍ୟାଗ କରିବା ଫଳରେ ରାମାୟଣର ସୃଷ୍ଟି।ଆମେ ରାମାୟଣରୁ ଯାହା ଶିକ୍ଷା ଲାଭ କରିଛୁ , ଯେଉଁ ସବୁ ଚରିତ୍ର ଆମକୁ ସୁନ୍ଦର ଉପାଦେୟ ଶିକ୍ଷା ଦେଇଛନ୍ତି ସେମାନେ ଆମର ଗୁରୁ। ସେମାନେ ଆମର ଚିର ନମସ୍ୟ । ତାଙ୍କର ପ୍ରତିଟି କଥାକୁ ଯଦି ଆମେ ନିଜ ଜୀବନରେ ଉପଯୋଗ କରିବା ,ଆମ ଜୀବନ ସାର୍ଥକ ହୋଇଯିବ।

ରାମାୟଣରେ ପ୍ରଭୁ ଶ୍ରୀ ରାମଚନ୍ଦ୍ର ଙ୍କ ସାନ ଭାଇ ଲକ୍ଷ୍ମଣଙ୍କ ଚରିତ୍ର ଏକ ସୁନ୍ଦର ଚରିତ୍ର। ତ୍ୟାଗ , ନିଷ୍ଠାର ଏକ ଜ୍ୱଳନ୍ତ ଦୃଷ୍ଟାନ୍ତ। ରାମଚନ୍ଦ୍ର ଭରତଙ୍କୁ ବହୁତ ଭଲ ପାଆନ୍ତି ବୋଲି ତୁଳସୀ ଦାସ ମହାରାଜ ତାଙ୍କର ହନୁମାନ ଚାଳିଶାର ଦ୍ୱାଦଶ ପଦରେ ଉଲ୍ଲେଖ କରିଛନ୍ତି।

” ରଘୁପତି କିହ୍ନି ବହୁତ ବଡ଼ାଇ

ତୁମ ମମ ପ୍ରିୟ ଭରତ ସମ ଭାଇ”

ଅର୍ଥାତ୍ ରଘୁପତି ରାମଚନ୍ଦ୍ର ହନୁମାନଙ୍କ ପ୍ରଶଂସା କରିବା ସହିତ ତାଙ୍କୁ ନିଜର ଭାଇ ଭରତଙ୍କ ସହିତ ତୁଳନା କରିଥିଲେ। ଏଥିରୁ ଅନୁମେୟ କି ପ୍ରଭୁ ଶ୍ରୀ ରାମଚନ୍ଦ୍ର ଭରତଙ୍କୁ କେତେ ଭଲ ପାଉଥିଲେ। (Sriram lustily extolled Hanuman’s excellence and remarked” you are as dear to me as my own brother Bharat )

ଆଜିର ଦିନ ହୋଇଥିଲେ ହୁଏତ ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କର ଜଣେ ଭାଇ ସମ୍ମୁଖରେ ଆଉ ଜଣେ ଭାଇର  ପ୍ରଶଂସା ବହୁତ ମହଙ୍ଗା ପଡି ଥାଆନ୍ତା। ଚଉଦ ବର୍ଷ ଧରି ପାଣି ଟୋପାଏ ନପିଇ ଯିଏ ଭାଇ ଭାଉଜଙ୍କ ସେବା କରି ଆସିଛନ୍ତି , ତାଙ୍କ ଆଗରେ ଭରତ ଭାଇଙ୍କ ପ୍ରଶଂସା ହୁଏତ ଲକ୍ଷ୍ମଣ ଙ୍କୁ କଷ୍ଟ ଦେଇଥାଇ ପାରେ , ମାତ୍ର ସେ କେବେ ପ୍ରକାଶ କରି ନାହାଁନ୍ତି।ବଡ଼ ଭାଇ ତାଙ୍କ ପାଇଁ ଭଗବାନ ଥିଲେ। ସେ ତାଙ୍କର ପ୍ରତିଟି କଥାକୁ ମାନିଥିଲେ। ଏମିତି ବି ଲକ୍ଷ୍ମଣ ଜାଣିଥିଲେ ସଂସାର ଆରମ୍ଭରୁ ଗୋଟିଏ କଥା ସମସ୍ତେ କହନ୍ତି, ଯାହା ଅକ୍ଷରେ ଅକ୍ଷରେ ସତ ଅଟେ।

” ଘିଅ ଜଳୁଥାଏ ।ସଳିତା ମଧ୍ୟ ଜଳୁ ଥାଏ। କିନ୍ତୁ ଲୋକ କହନ୍ତି ଦୀପ ଜଳୁଛି”

ଅର୍ଥାତ୍ ଆମ ଦୈନନ୍ଦିନ ଜୀବନରେ ଆମର କାର୍ଯ୍ୟକୁ କେହି ପ୍ରଶଂସା କରୁ କି ନକରୁ ଚିନ୍ତା କରିବା ଅନୁଚିତ। ଆମ କର୍ମର ପ୍ରଶଂସାକୁ ଆଉ କେହି ନେଇ ଗଲେ ବି ଜଣେ ତ ସିଏ ଯିଏ ସବୁ ଦେଖୁଛନ୍ତି। ତେଣୁ ପ୍ରତି କ୍ଷଣରେ ଆମେ ଲକ୍ଷ୍ମଣଙ୍କ ପରି ସହନଶୀଳ ହେବା ଉଚିତ। ପ୍ରକୃତରେ ଲକ୍ଷ୍ମଣ ଆମ ପାଇଁ ଜଣେ ଅନ୍ୟତମ ଶ୍ରେଷ୍ଠ ଗୁରୁ ।

* ଜୟ ଜଗନ୍ନାଥ *

ରମାନାଥ କର

ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର

ବାଲେଶ୍ଵର

Motivational Stories In Odia 3

ମନ କଥା 3

——————

ବାଲିଆପାଳ ବ୍ଲକ ଛକ – ଇଡକୋ ହସ୍ପିଟାଲ ରାସ୍ତାରେ ଆସୁଥିଲି । ଗୁରୁକୁଳ ଭବନ ଆଗରେ ସାକ୍ଷାତ ହେଲା ପିତୃ ପ୍ରତିମ ଗୁରୁ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ରବିନ୍ଦ୍ରନାଥ ପାଣିଗ୍ରାହୀଙ୍କ ସହିତ। ଅଳ୍ପ ସମୟରେ ମୋର କବିତା, ଅନ୍ୟାନ୍ୟ ଲେଖା କୁ ନେଇ ସାର୍ ବହୁତ କଥା କହିଗଲେ। ମୋର ହୃଦୟକୁ ଛୁଇଁ ଯାଇଥିଲା। ମୁଁ ତାଙ୍କ କଥାରେ ଅନୁପ୍ରାଣିତ ହୋଇଗଲି। ମୁଁ ତରବରରେ ଥିଲି । ଝିଅକୁ ନେଇ ବାରିପଦାରେ ଛାଡିବାର ଅଛି। ସେଥିପାଇଁ ସାର୍ ଙ୍କ ଅନୁମତି ନେଇ ଶୀଘ୍ର ଚାଲି ଆସିଲି। ମୁଁ ଏବେ କ୍ୱାର୍ଟର ରେ ପହଞ୍ଚିଲି । ମୋତେ କାହିଁକି ଏମିତି ଲାଗୁଛି ମୁଁ ସାର୍ ଙ୍କୁ ସେତିକି ସମ୍ମାନ ଦେଇ ପାରି ନାହିଁ, ଯେତିକି ସମ୍ମାନ ମୁଁ ତାଙ୍କୁ ଦେବା କଥା। ଜଣେ ଭଲ ମଣିଷ ହେବା ପାଇଁ ମୋତେ ଆହୁରି ଅନେକ ଅନେକ ବାଟ ଯିବାର ଅଛି ବୋଲି ଆଜି ମୋର ଅନୁଭବ ହେଉଛି ***

ଛୋଟ କାହାଣୀ ଟିଏ। ପଢ଼ିବା ପାଇଁ ଅନୁରୋଧ। ଅନେକ ବର୍ଷ ତଳର କଥା। ଜଣେ ରାଜାଙ୍କର କୋୖଣସି ପୁତ୍ର କନ୍ୟା ନଥିଲେ। ତାଙ୍କର ପରବର୍ତ୍ତୀ ଉତ୍ତରାଧିକାରୀ ଚୟନ ପାଇଁ ସେ ରାଜ୍ୟ ବାସୀଙ୍କ ଠାରୁ ଦରଖାସ୍ତ ଆହ୍ଵାନ କଲେ, ଯେଉଁଠି କିଛିcatagory mention ହୋଇ ନଥିଲା। କେବଳ through interview the next king of the kingdom will be selected.

ଦୀର୍ଘ ଦିନ ଧରି interview ଚାଲିଲା। ହେଲେ ରାଜା ତାଙ୍କର ଉତ୍ତରାଧିକାରୀ ପାଇବା ପାଇଁ ସଫଳ ହେଲେ ନାହିଁ।  ଦିନେ ଜଣେ ଗରିବ ଶିକ୍ଷିତ ଯୁବକ interview ଦେବା ପାଇଁ ଆସିଲେ। ଶୀତ ଦିନ। ପଡୋଶୀ ନିକଟରୁ ଟଙ୍କା ଉଧାର ଆଣି ଜାକେଟ୍ ଗୋଟିଏ କିଣି ସେଇଟି ପିନ୍ଧିକି ଆସିଥିଲେ। ପାଦକୁ ହଳେ ବୁଟ୍ କିଣିବା ପାଇଁ ଅର୍ଥ ହେଲା ନାହିଁ ବୋଲି ଫଟା ଚପଲ ପିନ୍ଧି ଆସିଥିଲେ। ରାଜାଙ୍କ palace ର main gate ନିକଟରେ ତାଙ୍କର ଜଣେ ଫକୀର ଙ୍କ ସହିତ ସାକ୍ଷାତ ହେଲା। ଫକୀର ଜଣକ ଶୀତରେ ଥରୁଥିଲେ । ଫକୀର ଙ୍କ ଏହି ଅବସ୍ଥା ଦେଖି ଯୁବକ ମନରେ ଦୟା ଆସିଲା।ସେ ନିଜର ଜାକେଟ୍ ଖୋଲି ସେହି ଫକୀର ଙ୍କୁ ପିନ୍ଧାଇ ଦେଲା। ଫକୀର ପଚାରିଲେ ପୁଅ କୁଆଡେ ଯାଉଛ। ଏତେ ଦାମୀ ଜାକେଟ୍ ମୋତେ ଦେଇ ତୁମେ ଶୀତରେ ଥରୁଛ।ତୁମର ବେଶଭୂଷା ଦେଖିଲେ ମନେ ହେଉଛି ତୁମେ ଏହାକୁ କରଜ ଅର୍ଥରେ କିଣିଛ। କାରଣ ତୁମେ ଜୋତା କିଣିବାକୁ ସକ୍ଷମ ହୋଇ ନାହଁ ବୋଲି ଫଟା ଜୋତା ପିନ୍ଧିକି ଆସିଛ। ତୁମେ ଏହି ଜାକେଟ ନେଇ ଯାଅ।ଯୁବକ ହସି ଦେଇ ମନା କଲେ । ଫକୀର କହିଲେ ଠିକ୍ ଅଛି। ତୁମେ ମୋ ଠାରୁ କ’ଣ ଚାହୁଁଛ। ଯୁବକ କହିଲେ ବାବା ମୋର କିଛି ଦରକାର ନାହିଁ। ଏତିକି ଆଶୀର୍ବାଦ କରନ୍ତୁ । ଆଜିର interview ରେ ଯେମିତି ମୁଁ success ହୁଏ। ଫକୀର ତାଙ୍କ ମୁଣ୍ଡକୁ ଆଉଁସି ଦେଉ ଦେଉ କହିଲେ don’t worry my dear child you will be successful. You are the next king of this kingdom. ଯୁବକ ଜଣକ ତରବରରେ ଯାଉ ଯାଉ ଫକୀର ଙ୍କ ମୁହଁରୁ ଇଂରାଜୀ ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ ଓ ହସିହସି ଭିତରକୁ ଚାଲିଗଲେ।

ଯୁବକଙ୍କ ପାଳି ଆସିଲା। ସେ ରାଜାଙ୍କ ପାଖକୁ interview ପାଇଁ ଆସିଲେ। ଯାହା ଦେଖିବାକୁ ପାଇଲେ ତାଙ୍କ ପାଦ ତଳୁ ମାଟି ଦୋହଲି ଗଲା। ଆଖିକୁ ବିଶ୍ବାସ କରି ପାରୁ ନଥିଲେ। ଟିକିଏ ଆଗରୁ ଯେଉଁ ଫକୀର ଙ୍କ ସହିତ କଥା ହୋଇ ଆସିଲେ ସେ ରାଜ ସିଂହାସନରେ ବସିଛନ୍ତି। ରାଜା ହସୁଥିଲେ। ଯୁବକ ତାଙ୍କୁ ନମସ୍କାର କଲେ ଏବଂ  ଇଣ୍ଟରଭିୟୁ ପାଇଁ ପ୍ରଶ୍ନ ପଚାରନ୍ତୁ ବୋଲି ଅନୁରୋଧ କଲେ।

ରାଜା କହିଲେ ମୋର ତୁମକୁ କିଛି ପ୍ରଶ୍ନ ପଚାରିବାର ନାହିଁ। ଯିଏ ନିଜେ ଶୀତରେ ଥରୁ ଥିବା ବେଳେ ଅନ୍ୟକୁ ଜାକେଟ୍ ଦାନ କରି ଦିଏ ତାପରି ଭଲ ମଣିଷ କୁ ମୁଁ କି ପ୍ରଶ୍ନ ପଚାରିବି। ନିଜେ ଯିଏ ଦୁଃଖରେ ରହି ଅନ୍ୟକୁ ସୁଖ ପ୍ରଦାନ କରେ ସେ ହେଉଛି ଭଲ ମଣିଷ। ତେଣୁ ତୁମ ପରି ଜଣେ ପରୋପକାରୀ ଯୁବକଙ୍କୁ ମୋ ରାଜ୍ୟର ପରବର୍ତ୍ତୀ ରାଜା ଭାବରେ ଦେଖିଲେ ମୁଁ ସବୁଠାରୁ ଖୁସି ହେବି । ମୋର ଅନୁରୋଧ ତୁମେ ଆସନ୍ତାକାଲି ଏଇ ରାଜ୍ୟର ରାଜ ସିଂହାସନ ଆରୋହଣ କର 😀😀😀

* ଜୟ ଜଗନ୍ନାଥ *

ରମାନାଥ କର

ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର

ବାଲେଶ୍ଵର

Motivational Stories In Odia 4

ମନ କଥା 4

——————

ଆଜି ସକାଳୁ ଯେତେବେଳେ ଫୁଲ ତୋଳିବା ପାଇଁ ମୁଁ ବାଡିକୁ ଯାଇଥିଲି , ଏତେ ସଂଖ୍ୟାରେ ମାଙ୍କଡ ଦେଖି ଆଶ୍ଚର୍ଯ୍ୟ ହୋଇଗଲି। ବାଡିରେ ପାଖାପାଖି ଶହେ ଆକାଶିଆ ଗଛ ରହିଛି। ସେମାନେ ଏଡାଳ ସେଡାଳ ହୋଇ ଡିଆଁ ମାରୁ ଥାଆନ୍ତି। ମୁଁ କିଛି ସମୟ ସେଠାରେ ଅଟକି ରହିଲି। ବାଡିରେ ଦୁଇଟି ବାରମାସି ଆମ୍ବ ଗଛରେ ଆମ୍ବ ଧରିଛି,କାଳେ ଖାଇଦେବେ । ତେବେ ସେହି ରହିବା ଭିତରେ ମୁଁ ଗୋଟିଏ ସବୁଠାରୁ ଛୋଟ ମାଙ୍କଡ ଛୁଆଟି ତା ମାଆ କୋଳରୁ ଯାଇ ଡାଳରେ ଡେଇଁବାର ଯେଉଁ ଅଭ୍ୟାସ କରୁଥିଲା ,ଆଉ ଅନ୍ୟ ମାଙ୍କଡ଼ ମାନେ ତାକୁ ଗୋଡାଇବା ଏବଂ ପୁଣି ସିଏ ମାଆ କୋଳକୁ ଫେରି ଆସିବାର ଦୃଶ୍ୟ ଖୁବ୍ ସୁନ୍ଦର ଥିଲା।

ମାଙ୍କଡ ମାନେ ଅନ୍ୟ ବାଡିକୁ ଚାଲିଗଲେ। ମୁଁ ଫେରି ଆସିଲି। ଆସୁ ଆସୁ ମୋ ମନକୁ କଥାଟିଏ ଆସିଲା।

ହୁଏତ ମାଆ ମାଙ୍କଡଟି ତା ଛୁଆକୁ ପଚାରି ଥିବା “How was your first flight today ବେଟା , ତୁମର ପ୍ରଥମ ଉଡାଣ ଆଜି କେମିତି ଥିଲା।”

‌        ମୋ ମତରେ ମାଙ୍କଡ଼ ଛୁଆଟି ନିଶ୍ଚୟ positive answer ଦେଇଥିବା l Yes mom it was excellent. It was super. My other seniors were clapping while I was jumping. ମୁଁ ଯେତେବେଳେ ଡେଉଁ ଥିଲି ଅନ୍ୟ ମାନେ ତାଳି ମାରୁଥିଲେ । ବାସ୍ତବରେ ପରିସ୍ଥିତି କିନ୍ତୁ ଭିନ୍ନ ଥିଲା। ସେମାନେ ତାକୁ ମାରିବା ପାଇଁ ଗୋଡାଉ ଥିଲେ।ତାଳି ମାରୁ ନଥିଲେ।

This is the real attitude of life. ଆମେ ସେହି ବେବି ମାଙ୍କଡ ଠାରୁ ଅନେକ କିଛି ଶିଖିବା କଥା।Whatever the situation is we should be positive. No question of negativity.Adjust yourself according to the situation. ପରିସ୍ଥିତି ସହିତ ଖାପ ଖୁଆଇ ଚଳିବା ହିଁ ସବୁଠାରୁ ସକରାତ୍ମକ କଥା। ଯଦି ମାଙ୍କଡ ଛୁଆଟି ପରିସ୍ଥିତି କୁ ଦେଖି ଡରି ଯାଇଥାଆନ୍ତା ଆଉ ସେ କେବେ ଡିଆଁ ମାରି ପାରନ୍ତା ନାହିଁ।

We should be like water. ଆମେ ପାଣି ଭଳି ହେବା ଉଚିତ।ଯେଉଁ ପାତ୍ରରେ ରଖ ସେହି ପାତ୍ରର shape  ହୋଇ ଯିବ। So life is fully adjustment.

* ଜୟ ଜଗନ୍ନାଥ *

ରମାନାଥ କର

ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର

ବାଲେଶ୍ଵର

ମନ କଥା (୧୩)

——————

ଆଜି ତୁହାକୁ ତୁହା ବର୍ଷା ହେଉଛି। ମଝିରେ ମଝିରେ ଖରା ପଡୁଛି। ମୁଁ ଏବେ ବାଲିଆପାଳ ବ୍ଲକ ଜାମକୁଣ୍ଡା ଗ୍ରାମ ପଞ୍ଚାୟତ ଅଧୀନରେ ଥିବା ପାଳ ଜାମକୁଣ୍ଡା ନୋଡାଲ ବିଦ୍ୟାଳୟ ଟୀକାକରଣ କେନ୍ଦ୍ରରେ ଉପସ୍ଥିତ ଅଛି। ମୋ ସହିତ ଅନ୍ୟ ସହଯୋଗୀ ମାନେ ମଧ୍ୟ ଅଛନ୍ତି। ଟୀକାକରଣ ପ୍ରାୟ ଶେଷ ହୋଇ ଆସିଲାଣି।

ଖରା ବର୍ଷା ର ଛାଇ ଖେଳକୁ ମୁଁ ଖୁବ୍ ଉପଭୋଗ କରୁଛି। କାହାଣୀ ଟିଏ ମନକୁ ଆସୁଛି। ଏକ ଲୋକପ୍ରିୟ ଗୁରୁକୁଳ। ଅନେକ ଛାତ୍ରଛାତ୍ରୀ ସେଠାରେ ପଢନ୍ତି। ସକାଳ ସମୟ। ଛାତ୍ରଛାତ୍ରୀମାନେ ମାନେ ପଢା ଘରେ ଗୁରୁଙ୍କୁ ନପାଇ ଏଣେ ତେଣେ ଖୋଜିବାକୁ ଲାଗିଲେ। ଶେଷରେ ଗୁରୁକୁଳ ସମ୍ମୁଖରେ ପ୍ରବାହିତ ଏକ ଝରଣା କୂଳରେ ବସିଥିବାର ଦେଖିଲେ। ଗୁରୁଜୀ ଏକ ଧ୍ୟାନରେ ଝରଣା କୁ ଚାହିଁ ଥାଆନ୍ତି।ସକାଳ ଠାରୁ ଗୁରୁ ସ୍ନାନ କରି ନଥାନ୍ତି। ପିଲାମାନଙ୍କ ଡାକରେ ତାଙ୍କ ଧ୍ୟାନ ଭାଙ୍ଗିଲା।

ଛାତ୍ରଛାତ୍ରୀମାନେ ପଚାରିଲେ ଗୁରୁଜୀ ଆପଣ ସକାଳ ଠାରୁ ଏକ ଧ୍ୟାନରେ ଝରଣା କୁ ଚାହିଁଛନ୍ତି। ତାଛଡା ଗାଧୋଇ ନାହାଁନ୍ତି। ଏହାର କାରଣ ଦୟା ପୂର୍ବକ କହିବେ କି।

‌    ଗୁରୁଜୀ କହିଲେ ଏହି ଝରଣାର ପ୍ରବାହ ବନ୍ଦ ହୋଇଗଲେ ସେ ଗାଧୋଇବେ । ଛାତ୍ରଛାତ୍ରୀମାନେ ଆଶ୍ଚର୍ଯ୍ୟ ପ୍ରକଟ କରି ଗୁରୁଜୀଙ୍କୁ କହିଲେ ” ଗୁରୁଜୀ ଅସମ୍ଭବ।ଏହା ପ୍ରକୃତି । ପ୍ରକୃତିକୁ କେହି ଆଜି ପର୍ଯ୍ୟନ୍ତ ବଦଳି ପାରିନାହିଁ।”

ଗୁରୁଜୀ ହସିଲେ। ହସିହସି କହିଲେ ଏହାହିଁ ଆଜିର ଶିକ୍ଷା। ଯେମିତି ଝରଣାର ପ୍ରବାହ ବନ୍ଦ ହେଉ ନାହିଁ, ସେମିତି ଜୀବନରେ ସୁଖଦୁଃଖ ଆସିବାରୁ ବନ୍ଦ ହୁଏ ନାହିଁ। ମଣିଷ ଜୀବନ ଏକ ପ୍ରବାହମାନ ଝରଣା ପରି।ଖରା ପରେ ଯେମିତି ବର୍ଷା ଆସେ। ସେମିତି ବର୍ଷା ପରେ ନିଶ୍ଚୟ ଖରା ଆସେ । ମଣିଷକୁ ଏହି ପ୍ରବାହମାନ ଝରଣା ସହିତ ନିଜକୁ ସାମିଲ କରିବାକୁ ପଡ଼ିବ। ସୁଖଦୁଃଖ ନିଶ୍ଚୟ ଆସିବ। କିନ୍ତୁ ଡରିଗଲେ ହେବ ନାହିଁ। ସୁଖଦୁଃଖ କୁ ଡରି ଝରଣା କୂଳରେ ବସି ରହିବା ଭଳି ଚୁପଚାପ୍ ବସିଲେ ମଣିଷ ଜୀବନରେ ହାରିଯିବ। ଜୀବନରେ ପ୍ରତିଟି ମୁହୂର୍ତ୍ତ ଏକ ଆହ୍ୱାନ। ତାକୁ ଗ୍ରହଣ କରିବାକୁ ପଡ଼ିବ। ଜୋ ଜିତା ୱହି ସିକନ୍ଦର। ଜୋ ଡରଗେୟା ସମଝୋ ୱ ମରଗେୟା ।

* ଜୟ ଜଗନ୍ନାଥ *

ରମାନାଥ କର

ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର

ବାଲେଶ୍ଵର

ମନ କଥା (୧୪)

——————

ଆଜି ଫେସବୁକ ରେ ଜଣେ ପିଲାର ଡଗରା ବେଳାଭୂମି ଉପରେ ଏକ ପୋଷ୍ଟ ଦେଖିଲି। ପିଲାଟି ଦେଖିବାକୁ no doubt very handsome. Nice getup. ପୋଷ୍ଟ କୁ ଦେଖି ତାର details ଜାଣିବାକୁ ଭାରି ଇଚ୍ଛା ହେଲା। କ’ଣ କହନ୍ତି exactly I don’t know, may be Facebook ID ସେଥିରେ ଲେଖା ହୋଇଛି I am lover bay . Please notice again. I think that boy has written bay instead of boy . ହଁ ଆଜ୍ଞା। ପିଲାଟିboy ମଧ୍ୟ ଠିକରେ ଲେଖି ଶିଖି ନାହିଁ। କିନ୍ତୁ ତା ତଳେ ନିଜର ମୋବାଇଲ ନମ୍ବର ଲେଖିବା ପାଇଁ ଭୁଲି ନାହିଁ। ପୋଷ୍ଟ ରେ ଲେଖିଛି Dagara balavhumi Fhull anjay .

You know he doesn’t know to write ବେଳାଭୂମି ,he doesn’t know the spelling of full and finally he doesn’t know the spelling of enjoy. So this is the fact. Now he is reading in  a renowned college.

ଦୁଃଖ ଲାଗୁଛି ,ଏଇ ହେଉଛି ଆଜିର ତାରିଖରେ କିଛି ପିଲା ମାନଙ୍କର ଇଂରାଜୀ ଜ୍ଞାନ। ଏବେ ଏବେ ମାଟ୍ରିକ ରେଜଲ୍ଟ ବାହାରିଲା। ମୁଁ ଗୋଟାଏ ପିଲାକୁ ପଚାରିଲି କେତେ ଶତକଡା ନମ୍ବର ରଖି ପାସ୍ କଲ ପୁଅ। ପିଲାଟି ଉତ୍ତର ଦେଲା ଶତକଡା ୯୦ ନମ୍ବର ରଖିଛି। ମୁଁ ପୁଣି ପଚାରିଲି କଣ ପଢିବ ଇଚ୍ଛା କରିଛ । ପିଲାଟି କହିଲା ଆଇ ଟି ଆଇ ପଢିବି । ମୋତେ ଭାରି ଆଶ୍ଚର୍ଯ୍ୟ ଲାଗିଲା। ଏତେ ଶତକଡା ନମ୍ବର ରଖି ପିଲା ବିଜ୍ଞାନ କଳା କି ବାଣିଜ୍ୟ ନପଢି ଆଇ ଟି ଆଇ ପଢିବ। ମୁଁ ବିଶ୍ୱାସ କରି ପାରୁ ନଥିଲି। ଏହାର ଅର୍ଥ ଏହା ନୁହେଁ କି ମୁଁ ଆଇ ଟି ଆଇ କୁ ଖରାପ କହୁଛି।

ଆପଣ ମୁଁ ସମସ୍ତେ ଜାଣିଛୁ ,ଏଥରକ କୋଭିଡ୍ କଟକଣା ସକାଶେ ମାଟ୍ରିକ ପରୀକ୍ଷା ଫଳ ନବମ ଶ୍ରେଣୀ ପରୀକ୍ଷା ଫଳ ଆଧାରରେ ପ୍ରସ୍ତୁତ କରା ଯାଇଛି। ତାଛଡା ଭିତିରି କଥା ଆଉ କିଛି ଶୁଣିବାକୁ ମିଳେ, କେତେ ସତ କେତେ ମିଛ ମୋତେ ଜଣା ନାହିଁ। ମାତ୍ର ଏକଥା ମଧ୍ୟ ସତ ନିଆଁ ନଥିଲେ ଧୂଆଁ ଆସିବ ନାହିଁ। ସତ୍ୟତା ନଥିଲେ ଶୃତି ନଥାଏ। ଆମେ ଯେତେବେଳେ ପାଠ ପଢୁଥିଲୁ ଅନୁଭବ କୁ ନେଇ କହିବି ପିଲାମାନଙ୍କର ରେଜଲ୍ଟ ସେମାନଙ୍କର ପରିଶ୍ରମ ଉପରେ ନିର୍ଭରଶୀଳ। ଯେବେ ପିଲା ପରିଶ୍ରମ କରି ନାହିଁ,ସେ ରେଜଲ୍ଟ ଭଲ ପାଇ ନାହିଁ। ଅନେକ ଉଦାହରଣ ରହିଛି, ପିଲା ନବମ ଶ୍ରେଣୀରେ ଖରାପ ନମ୍ବର ରଖି ଦଶମ ଶ୍ରେଣୀରେ ଅବିଶ୍ୱସନୀୟ ନମ୍ବର ରଖିଛି। ପୁଣି ନବମ ରେ ସବୁଠୁ ଭଲ ନମ୍ବର ରଖିଥିବା ପିଲା ମଧ୍ୟ ଦଶମ ରେ ଖରାପ ନମ୍ବର ରଖିଛି । ସୁତରାଂ ମୋ ମତରେ ପରୀକ୍ଷା ନହୋଇ ପୂର୍ବ ଫଳାଫଳ ଆଧାରରେ ନମ୍ବର ପାଇବା ପ୍ରସଙ୍ଗ ବାହାରେ କଥା କହିବା ସହିତ ସମାନ ଅଟେ।

ଜୀବନରେ ତିନୋଟି ଆବଶ୍ୟକତା ଖାଦ୍ୟ ବସ୍ତ୍ର ଓ ବାସଗୃହ। ମୁଁ ଚତୁର୍ଥ ଆବଶ୍ୟକତା ଯୋଡିବା ପାଇଁ ଚାହୁଁଚି, ସେଇଟା ହେଉଛି ଶିକ୍ଷା। ତାହା ମଧ୍ୟ ଉପଯୁକ୍ତ ଶିକ୍ଷା ହେବା ଆବଶ୍ୟକ। ଜୀବନରେ ଦୁଇଟି ଅଭ୍ୟାସ, ଗୋଟିଏ ସାଇକେଲ ଚଲାଇବା ଓ ଅନ୍ୟଟି ପହଁରିବା ଶିଖିଥିଲେ ବୟସ ଯାହା ବି ହେଇଥାଉ ନା କାହିଁକି ସେ ଯେତେବେଳେ ଆବଶ୍ୟକ ପଡିବ ପହଁରି ପାରିବ ତଥା ସାଇକେଲ ଚଲାଇ ପାରିବ। ଅର୍ଥାତ୍ ଶିକ୍ଷା ସେମିତି ଗ୍ରହଣ କରିବା କଥା ଜୀବନର ଶେଷ ପର୍ଯ୍ୟନ୍ତ ଅନ୍ୟକୁ ଶିକ୍ଷିତ କରି ପାରିବେ।

You have money. You may convert it to gold . Thief can steal your gold . If you convert your money to knowledge ,then no one can steal it.

ତେଣୁ ଆଜିର ଦିନରେ ଅର୍ଥ ପାଇଁ ପଢନ୍ତୁ ନାହିଁ।ଅର୍ଥ ପାଇଁ ପଢିଲେ ଦିନେ ଆପଣଙ୍କ ପଢା ସରିଯିବ । ମାତ୍ର ଜଣେ ଶିକ୍ଷିତ ହେବା ପାଇଁ ଆପଣଙ୍କୁ ସବୁଦିନ ପଢିବାକୁ ହେବ। Learning has no limit. Learning never stops.

‌ * ଜୟ ଜଗନ୍ନାଥ *

ରମାନାଥ କର

ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର

ବାଲେଶ୍ଵର

ମନ କଥା (୧୫)

——————

ଆପଣ ମାନେ ଏବେ ଓଡ଼ିଶାର ପ୍ରତ୍ୟେକnews channel  ରେ Odisha staff selection commission member personal secretary ବିରଞ୍ଚି ସାହୁଙ୍କ ଘରୁ ପୁଳାପୁଳା ଟଙ୍କା, ଲକ୍ଷ ଲକ୍ଷ ଟଙ୍କାର ସୁନା ଗହଣା , ବ୍ୟାଙ୍କ ବାଲାନ୍ସ, କୋଠା,ପ୍ଲଟ୍ ର କାଗଜପତ୍ର ଆହୁରି କେତେ କଣ  vigilance raid ରୁ ଧରା ପଡୁଥିବାର ଦୃଶ୍ୟ ଦେଖିବାକୁ ପାଉଥିବେ।। ଅଫିସର ଟଙ୍କା ଗଣିଗଣି ହାଲିଆ ହୋଇ ଯାଉଛନ୍ତି। ଯେତେ ଉଭା ସେତେ ପୋତା । କେତେ କେତେ ପିଲାମାନଙ୍କ ବାପାମାଆଙ୍କ ଠାରୁ ସେ ମୋଟା ଅଙ୍କର ଶୋଷଣ କରିଛି। କ’ଣ ତାର ମୁଣ୍ଡରେ ଅଛି। ଲୋକଙ୍କୁ ଶୋଷଣ କରିବାର କଳା ମୋତେ ଲାଗୁଛି he had learned from his mother’s womb . ମାନି ଗଲି । What a talented man. ଓଡ଼ିଶା ସରକାରଙ୍କ ଅଧିନରେ ୨୬ ବର୍ଷ ଚାକିରି କରିବା ପରେ ମଧ୍ୟ ମୋ ପରି ଅନେକ ଭାଇଭଉଣୀ ଆଜି ଯାଏଁ ଘର ଖଣ୍ଡେ ଭଲକି କରି ପାରିଲୁ ନାହିଁ।ସେ କେତେ ଥର ବିଦେଶ ଭ୍ରମଣ କରି ସାରିଲାଣି। ଆମେ ତ ପରିବାର କୁ ନେଇ ରାଜ୍ୟ ବାହାରକୁ ବୁଲି ଯିବାକୁ ମନ ବଳେଇଲେ ଦଶ ଥର ଚିନ୍ତା କରୁଛୁ।ପୂରା କଳା ସାମ୍ରାଜ୍ୟ ର ବାଦଶାହା । ହେଲେ କ’ଣ ହେଲା। ସାମ୍ରାଜ୍ୟ ଆଜି ଗୋଟିଏ ଘଣ୍ଟାରେ ଭୁଷୁଡି ପଡିଲା। ରାଜ୍ୟ ସାରା ନିନ୍ଦା ହେଲା। ଜବତ ସମ୍ପତ୍ତି ନିଶ୍ଚୟ ହାତରୁ ଗଲା । ଶେଷରେ ପୁଅ ଜେଲରେ ଚକି ପେଷିବ ।

ଯଦି ତା’ ପାଖରେ ଟାଲେଣ୍ଟ ଥିଲା ଚାହିଁଥିଲେ ଭଲ କାର୍ଯ୍ୟରେ ଲଗାଇ ପାରି ଥାଆନ୍ତା। ଈଶ୍ବରଙ୍କ ବିଚାରରେ କେହି ଖସି ଯାଇ ପାରିବେ ନାହିଁ। ଆଜି ନହେଲେ କାଲି ଯେଉଁ ବିଭାଗୀୟ କର୍ମଚାରୀ ମାନେ ଦୁର୍ନୀତି କରୁଛନ୍ତି, ତଥା ମୋଟା ଅଙ୍କର ଟଙ୍କା ଲୋକଙ୍କ ଠାରୁ ତଥା ସହଯୋଗୀ କର୍ମଚାରୀଙ୍କ ପାଖରୁ ଲୁଟ୍ କରୁଛନ୍ତି , ସେଥିରେ ଆରାମ ଅୟସ କରୁଛନ୍ତି , ସମସ୍ତେ ସଜାଗ ହୋଇ ଯାଆନ୍ତୁ। ନହେଲେ ସେମାନଙ୍କୁ ମଧ୍ୟ ଜେଲ୍ ଅପେକ୍ଷା କରିଛି।

ସୁନ୍ଦର କାହାଣୀ ଟିଏ। କେମିତି ଆମେ ଟେଲେଣ୍ଟ୍ ର ଭଲ ଉପଯୋଗ କରିବା। ଜଣେ ମେଧାବୀ ଯୁବକ।ବିଏ ପାସ୍ କରି ସାରିବା ପରେ ଚାକିରୀ ଖୋଜିବାକୁ ଲାଗିଲେ। ଦିନେ କୋୖଣସି ଏକ ଖବରକାଗଜ ରେ ଏକ ଅଫିସରେ  ପିଅନ୍ ପଦବୀ ପାଇଁ ଏକ ନିର୍ଦ୍ଦିଷ୍ଟ ଦିନରେ  interview attend କରିବାକୁ ବିଜ୍ଞାପନ ଟିଏ ଦେଖିଲେ।ଯୁବକ ଜଣକ interview date ରେ particular time ରେ ପହଞ୍ଚିଲେ। ଇଣ୍ଟରଭିୟୁ ସମୟରେ ତାଙ୍କୁ ପଚରା ଗଲା। Have you your e mail address. The young man replied” no sir ”  ସମସ୍ତେ ହସିଲେ। କହିଲେ  ଇ ମେଲ୍ ଠିକଣା ନାହିଁ,ପୁଅ ଚାକିରି କରିବାପାଇଁ ଆସିଛି। You are rejected. Thank you.

ଯୁବକ ଜଣକ ଭାଙ୍ଗି ପଡି ନଥିଲେ। ରୋଜଗାର ନକରି ସହରରୁ ଘରକୁ ଆଉ ନଫେରିବା ପାଇଁ ନିଷ୍ପତ୍ତି ନେଲେ। ପାଖରେ ଦୁଇ ଶହ ଟଙ୍କା ଥିଲା । ଚଳିବା ପାଇଁ ଶହେ ଟଙ୍କା ରଖି ବାକି ଶହେ ଟଙ୍କାରେ ଭଲ ସେଓ କିଣି ତାକୁ ସେ ଦେଢ଼ ଶହ ଟଙ୍କାରେ ବିକ୍ରୀ କଲେ । ପୁଣି ଦେଢ଼ ଶହ ଟଙ୍କାର ସେଓ କିଣି ତାକୁ ଦୁଇ ଶହ ପଚିଶ ଟଙ୍କାରେ ବିକ୍ରି କଲେ। ଏହିପରି ଭାବରେ ସେଦିନ ସନ୍ଧ୍ୟା ସୁଦ୍ଧା ସେ ଏକ ହଜାର ଟଙ୍କା ଲାଭ କଲେ।ତା ପରଦିନ ପୁଣି ଠିକ୍ ସେହିଭଳି ଭାବରେ ଫଳ ବ୍ୟବସାୟ ଆରମ୍ଭ ହେଲା। ବିଭିନ୍ନ ପ୍ରକାରର ଆକର୍ଷଣୀୟ ଫଳ ରଖିଲେ। ବଢ଼ିଆ ବ୍ୟବସାୟ ମଧ୍ୟ ହେଲା। ମୋଟାମୋଟି ଭାବରେ ସେ ଧୀରେ ଧୀରେ ସହରରେ ଗୋଟିଏ ମାସ ମଧ୍ୟରେ ଏକ ସଫଳ ଫଳ ବ୍ୟବସାୟୀ ବନିଗଲେ।ଆଉ ସେ ପଛକୁ ଫେରି ଚାହିଁ ନଥିଲେ।ଏହା ପଛରେ ଥିଲା ତାଙ୍କର ନିଷ୍ଠା, ସୁନ୍ଦର ହସ ହସ ସରଳ ବ୍ୟବହାର ଓ କିଛି କରିବାର ଏକ ଆହ୍ୱାନ। ତାପରେ ସେ ଗାଆଁକୁ ଆସିଲେ। ଯେଉଁ ପିଲାମାନେ କିଛି ରୋଜଗାର କରୁ ନଥିଲେ ସେହିଭଳି କିଛି ପିଲାଙ୍କୁ ଏକାଠି କରି ନିଜର ସଫଳତାର ରହସ୍ୟ କଥା କହିଲେ। ସେମାନଙ୍କୁ ନେଇ ସେ ସାରା ରାଜ୍ୟରେ ପ୍ରତିଟି ସହରରେ ଗୋଟିଏ ଗୋଟିଏ ଫଳଦୋକାନ ସ୍ଥାପନ କଲେ। ଟ୍ରକରେ ଫଳ ସବୁ ରାଜ୍ୟ ବାହାରୁ ନିଜେ ମଗାଇଲେ । ମାତ୍ର ଗୋଟିଏ ବର୍ଷରେ ସେ ରାଜ୍ୟର ସବୁଠାରୁ  ସଫଳ ଫଳ ବ୍ୟବସାୟୀ ହୋଇ ପାରିଲେ।

Media persons came to take his interview for their channel actually what is the story behind his huge success. ବିନମ୍ରତାର ସହିତ ସବୁ ପ୍ରଶ୍ନର ଉତ୍ତର ସେ ଦେଇଥିଲେ। One media person requested him to give his e mail address. The young man smiled and replied very politely ” ମୋ ପାଖରେ ଇ ମେଲ୍ ଠିକଣା ନାହିଁ। ଯଦି ମୋ ପାଖରେ ଇ ମେଲ୍ ଠିକଣା ଥାଆନ୍ତା ମୁଁ କେବେ ବି ଜଣେ ସଫଳ ବ୍ୟବସାୟୀ ହୋଇ ପାରି ନଥାନ୍ତି। Thank you.”

So my dear friends, don’t misuse your talent. Use your talent in such a way that everybody will praise you.

Ramanath Kar

Baliapal CHC, Balasore

ମନ କଥା (୧୬)

——————

ଅନ୍ୟକୁ ସମାଲୋଚନା କରିବା ଆମର ଏକ ସହଜାତ ପ୍ରବୃତ୍ତି। ଯଦି ଆମେ କାହାକୁ ସହି ପାରୁ ନାହୁଁ, ତାହେଲେ ସମାଲୋଚନା ଆରମ୍ଭ କରି ଦେଉଛୁ । ଯଦି ଆମେ କାହାଠାରୁ କିଛି ଆଶା ରଖିଲୁ ଏବଂ ଆଶା ଅନୁରୂପ ଆମକୁ ସେତିକି  ମିଳିଲା ନାହିଁ,ତାହେଲେ  ମଧ୍ୟ ଆମେ ସମାଲୋଚନା କରୁଛୁ।ଆଉ ଆମ ଭିତରେ କିଛି ଅଛୁ , ଯେଉଁ ମାନେ ବିନା କାରଣରେ ଅନ୍ୟର ସମାଲୋଚନା କରନ୍ତି, ସେମାନେ ମୋ ଭାବନାରେ ମାନସିକ ରୋଗୀ ଅଟନ୍ତି, ଯେଉଁ ମାନଙ୍କର ଆବଶ୍ୟକୀୟ ଚିକିତ୍ସା ଦରକାର।

Blaming others is very common now in the society. It happens when we expect from other and we don’t get according to our expectation. ଆଶା କହନ୍ତୁ କିମ୍ବା କାମନା ଏହା ହେଉଛି ଦୁଃଖ ର ପ୍ରମୁଖ କାରଣ। Root cause of disappointment is expectation. ଯେଉଁଠି ଆଶା ସେଇଠି ନିରାଶା।ଏ ଆଜିର କଥା ନୁହେଁ।ଯୁଗ ଯୁଗରୁ ଏହା ସତ ହୋଇ ଆସିଛି।

ଛୋଟ କାହାଣୀ ଟିଏ। ଗାଆଁ ରେ ଆଶାରାମ ନାମକ ଜଣେ ବ୍ୟକ୍ତି ଗୋଟିଏ ଲୁଗା ଦୋକାନ କରି ଥାଆନ୍ତି। ନାମ ଯେମିତି କାମ ସେମିତି। ପ୍ରତିଦିନ ତାଙ୍କର ନୂଆ ନୂଆ ଆଶା। ଦୋକାନର କଳେବର ବଢ଼ାଇବା, ସହରରେ ନୂଆ ଦୋକାନ ଖୋଲିବା,ଲୁଗାର wholesale business କରିବା ଇତ୍ୟାଦି କେତେ କ’ଣ। ଏତେ ସବୁ ଆଶାକୁ ଚରିତାର୍ଥ କରିବା ପାଇଁ ଅର୍ଥର ଆବଶ୍ୟକତା ରହିଛି। ସେଥିପାଇଁ ସେ ଗ୍ରାହକ ମାନଙ୍କ ଠାରୁ ମୋଟା ଅଙ୍କର ଲାଭ ଉଠାନ୍ତି।ଘରେ ତାଙ୍କର ଧର୍ମପରାୟଣା ସ୍ତ୍ରୀ ଧରିତ୍ରୀ ଏବଂ ପୁଅ ବିବେକ । ଏମାନେ ଆଶାରାମଙ୍କୁ ଅନେକ ସମୟରେ ଗ୍ରାହକ ମାନଙ୍କ ଠାରୁ ଅତିରିକ୍ତ ଲାଭ ନେବାକୁ ବିରୋଧ କରନ୍ତି। ଯେବେ ଯେବେ ସେମାନେ ଆଶାରାମ ଙ୍କୁ ବିରୋଧ କରିଛନ୍ତି ସବୁବେଳେ ତାଙ୍କ ଠାରୁ  ଗାଳି ଶୁଣିଛନ୍ତି। ଧୀରେ ଧୀରେ ପରିବାରରେ ବାପା ପୁଅ ତଥା ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ ଦୂରତା ବଢିଲା। ଆଶାରାମ ଙ୍କ ଇଚ୍ଛା ପୁଅ ତାଙ୍କୁ ବ୍ୟବସାୟରେ ସହଯୋଗ କରୁ, ଯାହାଦ୍ଵାରା ସେ ଜଣେ ଶ୍ରେଷ୍ଠ ଲୁଗା ବ୍ୟବସାୟୀ ହୋଇ ପାରିବେ। ମାତ୍ର ପୁଅ ବିବେକର ଇଚ୍ଛା ସେ ଡାକ୍ତର ହେବ।ମାଆ ମଧ୍ୟ ପୁଅକୁ ସମର୍ଥନ କରନ୍ତି। ଏମିତି ଏକ ବିରୋଧ ସମ୍ପର୍କ ଭିତରେ ଆଶାରାମ ଗାଆଁ ଛାଡ଼ି ସହରକୁ ବ୍ୟବସାୟ କରିବାକୁ ଯାଇଛନ୍ତି।ଘର କଥା କିଛି ବୁଝନ୍ତି ନାହିଁ। ଗାଆଁରୁ ଚିହ୍ନା ଗ୍ରାହକ ଆସିଲେ ସ୍ତ୍ରୀ ଓ ପୁଅର ସମାଲୋଚନା କରନ୍ତି କି ସେମାନେ ଆଶାରାମ ଙ୍କ କଥାକୁ ସମ୍ମାନ ଦିଅନ୍ତି ନାହିଁ ଇତ୍ୟାଦି ଇତ୍ୟାଦି।

ସମୟ ଗଡି ଚାଲିଲା। ଧରିତ୍ରୀ ଙ୍କ ବାପା ଏହି ସମୟରେ ଝିଅକୁ ସାନ୍ତ୍ୱନା ଦେଇଛନ୍ତି। ସମସ୍ତ ଆର୍ଥିକ ବୋଝ ବହନ କରିଛନ୍ତି, ତଥା ନାତି ବିବେକ କୁ ଡାକ୍ତରୀ ପଢାଇଛନ୍ତି ।ବିବେକ ସେହି ସହରରେ ଡାକ୍ତର ହୋଇଛନ୍ତି, ବାପା ଆଶାରାମ ଯେଉଁ ସହରରେ ଜଣେ ବିଶିଷ୍ଟ ଲୁଗା ବ୍ୟବସାୟୀ। କୋୖଣସି ପାରିବାରିକ ସମ୍ପର୍କ ନଥିଲା । ଆଶାରାମ ଙ୍କ ବ୍ୟବସାୟ ବହୁତ ବଢ଼ି ଯାଇଥିଲା। ଅନେକ କର୍ମଚାରୀ କାମ କରୁଥିଲେ। ହେଲେ ବୟସ ବଢିବା ସହିତ ତାଙ୍କର କର୍ମଚାରୀ ମାନଙ୍କ ଉପରେ ଆଉ ନିୟନ୍ତ୍ରଣ ରହିଲା ନାହିଁ। ସେମାନଙ୍କୁ ଅଧିକ ସମୟ ଖଟିବାକୁ ବାଧ୍ୟ କରିବାରୁ ପରସ୍ପର ମଧ୍ୟରେ ବିଭେଦ ସୃଷ୍ଟି ହେଲା।ଅନ୍ୟ ବ୍ୟବସାୟୀଙ୍କ ସହିତ ପ୍ରତିଯୋଗିତା କରିବା ପାଇଁ ସେ ବ୍ୟାଙ୍କରୁ ଲକ୍ଷ ଲକ୍ଷ ଟଙ୍କା loan ଆଣିଥିଲେ। ବ୍ୟାଙ୍କର କିସ୍ତି ଖିଲାପ କରିବାରୁ ବ୍ୟାଙ୍କରୁ ବାରମ୍ବାର ନୋଟିସ ଆସିଲା। ତେଣୁ ବିଭିନ୍ନ ଚାପ ମଧ୍ୟରେ ଥାଇ ସେ ନିଜକୁ ନିୟନ୍ତ୍ରଣରେ ରଖି ପାରିଲେ ନାହିଁ। ନିଜର ଆଶା ମୁତାବକ ସଫଳତା ନପାଇବାରୁ ସେ ଭାଙ୍ଗି ପଡ଼ିଲେ। ଏତିକି ବେଳେ ତାଙ୍କର ପରିବାର କଥା ମନେ ପଡ଼ିଲା। ନିଜର ଭୁଲ୍ ବୁଝି ପାରିଛନ୍ତି ବୋଲି ନିଜ ସ୍ତ୍ରୀଙ୍କୁ ଦୀର୍ଘ ବର୍ଷର ବ୍ୟବଧାନ ପରେ ଫୋନ୍ କରି କହିଲେ ଏବଂ ସେ ଏବେ ଏବେ ଧରିତ୍ରୀ ଓ ବିବେକ ନିକଟକୁ ଫେରୁଛନ୍ତି ବୋଲି ଜଣାଇଲେ।

ବିଧିର ବିଧାନ କିନ୍ତୁ ଆଉ କିଛି। ଆଶାରାମ ଙ୍କ ଗାଡ଼ି ରାସ୍ତାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ସଂଯୋଗ କ୍ରମେ ଆଶାରାମ ଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ବିବେକ ଉଦ୍ଧାର କରିଛନ୍ତି ଓ ନିଜେ ଚିକିତ୍ସାର ସମସ୍ତ ବନ୍ଦୋବସ୍ତ କରିଛନ୍ତି। କିନ୍ତୁ ଦୁଃଖର ବିଷୟ ଆଶାରାମ ଙ୍କୁ ଦୁଇଟି ଗୋଡ଼ ହରାଇବାକୁ ପଡ଼ିଛି। ସ୍ତ୍ରୀ ଓ ପୁଅ ତାଙ୍କର ସେବା କରି ଦୀର୍ଘ ଦୁଇ ମାସ ପରେ  ଆଶାରାମ ଙ୍କୁ ସୁସ୍ଥ କରି ଘରକୁ ନେଇ ଆସିଛନ୍ତି।

ଆଶାରାମ ଧରିତ୍ରୀ ଓ ବିବେକ କୁ ନିଜର କୃତଜ୍ଞତା ଜଣାଇଛନ୍ତି। ଏହା ଭିତରେ ବିବେକ ନିଜର ପିଲା ଦିନର ଅନୁଭବ ତଥା business management degree କରି ଥିବାରୁ ନିଜ ଟେକନିକ୍ ରେ ବୁଡି ଯାଇଥିବା ବାପାଙ୍କ ବ୍ୟବସାୟ କୁ ସମ୍ଭାଳି ନେଲେ। କର୍ମଚାରୀଙ୍କ ପ୍ରତି ସୁନ୍ଦର ବ୍ୟବହାର ଓ କର୍ମଚାରୀଙ୍କ ବିବେକଙ୍କ ପ୍ରତି ଅକୁଣ୍ଠିତ ସହଯୋଗ ତଥା କର୍ମଚାରୀଙ୍କ ପ୍ରତିଟି ଅସୁବିଧା ସମୟରେ ବିବେକ ଛିଡ଼ା ହେବାରୁ ସେ ବାପାଙ୍କ ବ୍ୟବସାୟ ମଧ୍ୟ ଠିକରେ ଚଳାଇ ପାରିଲେ।

ଏସବୁ ଦେଖି ଆଶାରାମ ନିଜର ସୁପୁତ୍ର ବିବେକ କୁ ମନ ଆନନ୍ଦରେ କୁଣ୍ଢାଇ ପକାଇ ଆଶୀର୍ବାଦ ପ୍ରଦାନ କଲେ ଓ ଏକ ସୁନ୍ଦର ସଂସ୍କାର ବିବେକ ଭିତରେ ଦେଇ ଥିବାରୁ ସ୍ତ୍ରୀ ଧରିତ୍ରୀ ଙ୍କୁ ଧନ୍ୟବାଦ ଜ୍ଞାପନ କଲେ।

So my dear friends where there expectation there is break up in relation. Where there is expectation there is disappointment. So don’t blame others for your disappointment. Blame yourself for expecting too much from others.

* ଜୟ ଜଗନ୍ନାଥ *

ରମାନାଥ କର

ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର

ବାଲେଶ୍ଵର

ମନ କଥା (୧୭)

——————

ଗତ ତିନି ଦିନ ତଳେ କୋଭିଡ୍ ଟୀକାକରଣ ଶେଷ ପରେ ମୁଁ ଜଣେ ବରିଷ୍ଠ ସାର୍ ଙ୍କ ସହିତ କିଛି ସମୟ ଆଲୋଚନା କରୁଥିଲି । ଏତେ ସୁନ୍ଦର ଭାବରେ ଆମେ ନିଜର ଭାବନାକୁ ପରସ୍ପର ସେୟାର କରୁଥିଲୁ । କିଛିଦିନ ପୂର୍ବରୁ ମାଟ୍ରିକ ପରୀକ୍ଷା ଫଳକୁ ନେଇ ସାରା ରାଜ୍ୟରେ କିଛି ପିଲାଙ୍କ ମନରେ ନୈରାଶ୍ୟ ଭରି ଯାଇଥିଲା। ସରକାରୀ ବିଦ୍ୟାଳୟ, ବେସରକାରୀ ବିଦ୍ୟାଳୟ ମଧ୍ୟରେ ଏକ ଅଘୋଷିତ ଦ୍ୱନ୍ଦ ଆରମ୍ଭ ହୋଇ ଯାଇଥିଲା।

ମୋ ଭାବନାରେ ପିଲା ସବୁଠି ସମାନ। ସରକାରୀ ହେଉ କି ବେସରକାରୀ ହେଉ ସବୁଠି ସାର୍ ମାନେ ପିଲା ମାନଙ୍କୁ ସମାନ ଭାବରେ ପଢାନ୍ତି।ସବୁ ପିଲାଙ୍କ ଭିତରେ ପାରିବା ପଣିଆ ରହିଛି। ସମସ୍ତଙ୍କ ଭିତରେ ମେଧା ଶକ୍ତି ରହିଛି। କିନ୍ତୁ ପିଲାଙ୍କ ଭିତରେ ବିଶ୍ୱାସର ଅଭାବ। ସବୁ ପିଲା ନୁହଁନ୍ତି। We experience lack of confidence within the students. They have talent but no confidence. Teachers build their confidence.

ପିଲାମାନେ ବିଶ୍ୱାସ ହରାଇବା ପଛର ବଡ଼ କାରଣ ହେଉଛି ଭୟ । Each time students face fear . Fear can be controlled through action.ଯେତେବେଳେ ପିଲାମାନେ ଭୟ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ , ସେତେବେଳେ ସେମାନଙ୍କ ଭିତରେ ବିଶ୍ୱାସ ପୁନଃ ସୃଷ୍ଟି ହେବ । ବେଳେ ବେଳେ ପିଲାମାନେ ଅତୀତର ଭୁଲ୍ କୁ ଭୁଲି ପାରନ୍ତି ନାହିଁ। Students should forget the past mistakes and forget failure. They should forget everything except what they are going to do now and should do it.ତେଣୁ ପଛ କଥା ପଛକୁ ରଖି ବର୍ତ୍ତମାନ ଉପରେ ଗୁରୁତ୍ବ ଦେବା ଉଚିତ୍।

ଛୋଟ କାହାଣୀ ଟିଏ। ଆମେ ସମସ୍ତେ Thomas Alva Edison, American scientist business man  ଙ୍କୁ ଜାଣିଛୁ। ତାଙ୍କର ବହୁତ ବଡ଼  Laboratory  ଥିଲା। ଦିନେ ସକାଳୁ ତାଙ୍କ ପାଖକୁ ଖବର ଆସିଲା। ଲାବୋରାଟୋରୀ ଜଳି ପାଉଁଶ ହୋଇ ଯାଇଛି। Thomas came . He had no reaction. No tension . ଏତେ ବଡ଼ ବିପଦରେ ତାଙ୍କୁ ଭୟ ସ୍ପର୍ଶ କରି ପାରି ନଥିଲା।ସେ ବିଲକୁଲ ସ୍ଥିର ଥିଲେ।ହସହସ ମୁହଁରେ ସେ ତାଙ୍କର ପୁଅକୁ କହିଲେ   please call your mother. She must have not seen such a heap of ash ତୁମ ମାଆ ଏମିତି ପାଉଁଶ ଗଦା ଜୀବନରେ କେବେ ଦେଖି ନ ଥିବେ । ଥମାସ୍ ଙ୍କ ପତ୍ନୀ ଆସିଲେ। ଏସବୁ ଦେଖୁଦେଖୁ ସେ ନିଜର ହୋସ୍ ହରାଇଲେ। ଉପସ୍ଥିତ ସମସ୍ତ ଲାବୋରାଟୋରୀ କର୍ମଚାରୀଙ୍କୁ କହିଲେ  Ladies and gentlemen, don’t take pain. Take a lesson from this incident. Our mistakes burned off.ଆମର ସମସ୍ତ ଭୁଲ୍ ସବୁ ଜଳିଗଲା । ଚାଲ ଏଇଠୁ ଆରମ୍ଭ କରିବା। ଆଉ ତାପରେ ସେ ଇଲେକ୍ଟ୍ରିକ ବଲବ୍ ବାହାର କରିଥିଲେ।

So my dear friends . Don’t hide yourself.Stand up. Keep your head high and show the people what you are doing and what you got.

INHALE CONFIDENCE

EXHALE FEARFULNESS

* ଜୟ ଜଗନ୍ନାଥ *

ରମାନାଥ କର

ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର

ବାଲେଶ୍ଵର

ମନ କଥା (୧୮)

——————

ଆଜିର ସକାଳ ଟିକିଏ ଭିନ୍ନ ଲାଗୁଛି। କେତେ ଦିନ ହେଲାଣି ମୁଁ ଆପଣ ମାନଙ୍କ ସହିତ ମନ କଥା ହୋଇ ନାହିଁ। ସେଥିପାଇଁ ମୋତେ ବିଲକୁଲ ଭଲ ଲାଗୁ ନଥିଲା। ଆଜି ରବିବାର।  ଅଫିସ ର ଚାପ ନାହିଁ। ତେଣୁ ଆପଣ ମାନଙ୍କ ସହିତ ମନ କଥା ସେୟାର କରିବା ପାଇଁ ଆଜି ମୋ ପାଖରେ ଯଥେଷ୍ଟ ସମୟ ରହିଛି।

My dear friends. From quality and quantity, which one you will choice. I hope quality will be your answer. ଆଜ୍ଞା ହଁ। ନିଶ୍ଚିତ ଭାବରେ ଆପଣ ମାନେ quantity ଅପେକ୍ଷା quality କୁ ନିଶ୍ଚୟ ପସନ୍ଦ କରିବେ ବୋଲି ମୋର ବିଶ୍ବାସ। ଏକଶ୍ଚନ୍ଦ୍ର ତମୋ ହନ୍ତି। ସହସ୍ର ତାରାର ଆବଶ୍ୟକତା କ’ଣ ଅଛି , ଯେତେବେଳେ ଗୋଟିଏ ଚନ୍ଦ୍ର ଅନ୍ଧକାରକୁ ବିନାଶ କରିବାପାଇଁ ସକ୍ଷମ।

ଛୋଟ କାହାଣୀ ଟିଏ। ମହାଭାରତ ଯୁଦ୍ଧ ପୂର୍ବରୁ ପାଣ୍ଡବ ମାନଙ୍କ ପକ୍ଷରୁ ଅର୍ଜୁନ ଏବଂ କୈାରବ ମାନଙ୍କ ପକ୍ଷରୁ ଦୁର୍ଯ୍ୟୋଧନ ଦ୍ୱାରିକା ଆସିଲେ ଭଗବାନ ଶ୍ରୀକୃଷ୍ଣଙ୍କ ସହାୟତା ପାଇଁ। ଶ୍ରୀକୃଷ୍ଣ ପ୍ରକୃତରେ ଉଭୟ ପାଣ୍ଡବ ଏବଂ କୋୖରବ ମାନଙ୍କୁ ଭଲ ପାଉଥିଲେ। ସେଥିପାଇଁ ସେ ଯଥାସମ୍ଭବ ଚେଷ୍ଟା କରିଛନ୍ତି ମହାଭାରତ ଯୁଦ୍ଧକୁ ରୋକିବା ପାଇଁ। ଭଗବାନ ଶ୍ରୀକୃଷ୍ଣ ଉଭୟ ଅର୍ଜୁନ ଏବଂ ଦୁର୍ଯ୍ୟୋଧନ ଙ୍କ ଉଦ୍ଦେଶ୍ୟରେ କହିଲେ କି ସେମାନେ କାହାକୁ ଚାହାଁନ୍ତି। ଏକ ପକ୍ଷରେ ସେ ନିଜେ ଯିଏକି ମହାଭାରତ ଯୁଦ୍ଧରେ ସୁଦର୍ଶନ ଚକ୍ର ଧରିବେ ନାହିଁ ବୋଲି ଶପଥ କରିଛନ୍ତି। ଅନ୍ୟ ପକ୍ଷରେ ତାଙ୍କର ଏକ ଅକ୍ଷଉଣୀ ସେନା , ଯେଉଁଥିରେ ଅଛନ୍ତି ୨୧୮୭୦ ରଥ,୨୧୮୭୦ ହାତୀ,୬୫୬୧୦ ଘୋଡ଼ା ଏବଂ ସାରଥୀ ମାନଙ୍କୁ ଛାଡ଼ି ୧୦୯୩୫୦ ସୈନ୍ୟ।

‌      Duryodhan was very claver and stupid also. ସେ ମନେ ମନେ ଚାହୁଁ ଥିଲା ଶ୍ରୀକୃଷ୍ଣ ଙ୍କ ସମ୍ପୂର୍ଣ୍ଣ ସେନା। ସେ ଭାବୁଥିଲା ଶ୍ରୀକୃଷ୍ଣ ଏକୁଟିଆ କ’ଣ କରିବେ , ପୁଣି ଯିଏ ତାଙ୍କର ଅସ୍ତ୍ର ଧରିବେ ନାହିଁ ବୋଲି ଶପଥ ନେଇଛନ୍ତି। Arjuna was thinking just reverse. ସେ ମନେ ମନେ ପ୍ରାର୍ଥନା କରୁଥିଲେ ପ୍ରଭୁ ମୋତେ ତୁମର ସେନା ଦରକାର ନାହିଁ। ମୁଁ ତୁମକୁ ହିଁ ଚାହେଁ। କାରଣ ତୁମେ ଯେଉଁଠି ଧର୍ମ ସେଇଠି। ଆଉ ଧର୍ମ ଯେଉଁଠି ବିଜୟ ସେଇଠି। Finally the time came. Duryodhan requested Srikrishna for one akhauni military instead of Srikrishna with a huge smile. He thought that his victory undoubtedly final. Anyway ଅର୍ଜୁନ ଯାହା ଖୋଜୁଥିଲେ ତାଙ୍କୁ ଭଗବାନ ଶ୍ରୀକୃଷ୍ଣ ମିଳିଗଲେ। ଯାହାକୁ ରଖିବେ ଅନନ୍ତ କି କରି ପାରେ ବଳବନ୍ତ । ତୁମେ ହୋଇବ ସାହା ଯାରେ ନିଶ୍ଚେ ବିଜୟ ତାହା ଠାରେ। ପାଣ୍ଡବ ମାନଙ୍କ ପକ୍ଷରୁ ଅର୍ଜୁନ କୋଟି କୋଟି ଧନ୍ୟବାଦ ଜ୍ଞାପନ କଲେ ମହାପ୍ରଭୁ ଶ୍ରୀକୃଷ୍ଣଙ୍କୁ।

Mahabharata battle started and you know the end result. Entire Kaurab family died.So my dear friends ,we should believe in quality instead of quantity.

Thank you 🙏

🙏🙏 ଜୟ ଜଗନ୍ନାଥ 🙏🙏

ରମାନାଥ କର

ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର

ବାଲେଶ୍ଵର

ମନ କଥା (୧୯)

———————

୧୯୯୩ ମସିହା। ମୁଁ କଟକରେ ପାଠ ପଢୁଥାଏ ।ସେହି ବର୍ଷ ଗୋଟିଏ ହିନ୍ଦୀ ଫିଲ୍ମ Hum Hai Rahi Pyar Ke , ଯେଉଁଥିରେ ଅଭିନୟ କରିଥିଲେ ଚକୋଲେଟ୍ ହିରୋ ଅମୀର ଖାଁ ଓ ଚୁଲବୁଲି ହିରୋଇନ୍ ଜୁହି ଚାୱଲା ,ବୃନ୍ଦାବନ ଟକିଜ୍ ରେ ମୁକ୍ତିଲାଭ କଲା। ଆମେ ଚାରିଜଣ ସାଙ୍ଗ ମିଶି ବୃନ୍ଦାବନ ଟକିଜ୍ ରେ ଫିଲ୍ମଟି ଦେଖିଥିଲୁ।

‌   ସେଥିରେ ଗୋଟିଏ ଗୀତ ଥିଲା ,. Ihuin kat Jayega Safar sath chalne se ,ki manjil ayegi najar sath chalne se . It is one of my favourite song. It is so meaningful for me. It inspires me a lot. ପ୍ରକୃତରେ ସାଥୀ ହୋଇ ଚାଲୁଥିଲେ ରାସ୍ତା କେତେବେଳେ ସରିଯାଏ ଓ ଆମେ ଲକ୍ଷ୍ୟରେ ପହଞ୍ଚି ଯାଉ ଜଣା ପଡେନା ।

‌‌              ଛୋଟ କାହାଣୀ ଟିଏ। ଗୈାତମ ବୁଦ୍ଧ ଓ ତାଙ୍କ ଶିଷ୍ୟ ଆନନ୍ଦ ଏକ ଗାଆଁ ଅଭିମୂଖେ ଚାଲି ଚାଲି ଯାଉଥାନ୍ତି। ଅନେକ ଦୂର ଗଲା ପରେ ଆନନ୍ଦଙ୍କୁ ଟିକିଏ ହାଲିଆ ଲାଗିଲା।ସେ ସେହି ରାସ୍ତାରେ ଆସୁଥିବା ଜଣେ ଲୋକକୁ ପଚାରିଲେ ଆଚ୍ଛା ଭାଇ ଆମେ ଆନନ୍ଦପୁରରେ ପହଞ୍ଚିବାକୁ ଆଉ କେତେ ରାସ୍ତା ବାକି ଅଛି। ଲୋକଟି ହସିଦେଇ କହିଲା ଆଉ ଦୁଇ କିଲୋମିଟର। ଗୈାତମ ବୁଦ୍ଧ ମଧ୍ୟ ହସିଲେ ।ଦୁଇ କିଲୋମିଟର ବାକି ଅଛି ଜାଣି ଆନନ୍ଦ ବିଶ୍ରାମ ନନେଇ ପୁଣି ଚାଲିଲେ । ବୁଦ୍ଧଙ୍କ ଠାରୁ ମଧ୍ୟ ରାସ୍ତାରେ ସୁନ୍ଦର କାହାଣୀ ଶୁଣୁଥିଲେ।

ଦୁଇ କିଲୋମିଟର ରୁ ଅଧିକ ବାଟ ଗଲା ପରେ ବି ଯେତେବେଳ ଗାଆଁ ଆସିଲା ନାହିଁ , ଆନନ୍ଦ ଆଉ ଜଣକୁ ପଚାରିଲେ ଆନନ୍ଦପୁର ଗାଆଁ ଆଉ କେତେ ଦୂର।ସେ ମଧ୍ୟ ବୁଦ୍ଧଙ୍କୁ ଚାହିଁ ହସିଦେଇ ଆଉ ଦୁଇ କିଲୋମିଟର ରହିଲା ବୋଲି କହିଲେ। ବୁଦ୍ଧ ମଧ୍ୟ ତାଙ୍କୁ ଚାହିଁ ହସିଲେ। ଆନନ୍ଦ କିଛି ବୁଝି ପାରୁ ନଥାନ୍ତି। ସଞ୍ଜ ହୋଇ ଆସୁଥିଲା। ପୁଣି ଦୁଇ କିଲୋମିଟର ରୁ ଅଧିକ ଗଲା ପରେ ଯେତେବେଳେ ଗାଆଁଟି ଆସିଲା ନାହିଁ , ଆନନ୍ଦ ଆଉ ଜଣକୁ ପଚାରିଲେ କି ଆନନ୍ଦପୁର ଯିବାକୁ ଆଉ କେତେ ବାକି ରହିଲା।ସେ ମଧ୍ୟ ହସି ଦେଇ ଆଉ ଦୁଇ କିଲୋମିଟର ରହିଲା ବୋଲି କହିଲା। ଆନନ୍ଦ ଆଶ୍ଚର୍ଯ୍ୟ ହୋଇ ଭାବୁ ଥାଆନ୍ତି, ଏମିତି କଣ ସବୁ ହେଉଛି , ସମସ୍ତେ କହୁଛନ୍ତି ଆଉ ଦୁଇ କିଲୋମିଟର ଆଉ ଦୁଇ କିଲୋମିଟର ରହିଲା ବୋଲି। ସେ ବୁଦ୍ଧଙ୍କ ଠାରୁ ଏହାର ରହସ୍ୟ ଜାଣିବାକୁ ଚାହିଁଲେ।

ବୁଦ୍ଧ କହିଲେ, ଆନନ୍ଦ ମୁଁ ଏହି ରାସ୍ତାରେ ଅନେକ ଥର ଆନନ୍ଦପୁର ଆସିଛି। ପ୍ରକୃତରେ ଆମେ ଯେତିକି ରାସ୍ତା ଆସିଲୁ ଆନନ୍ଦପୁର ଆଉ ସେତିକି ଦୂର ରହିଲା। ତୁମେ ଜାଣିଛ ଆମକୁ ଆନନ୍ଦପୁର ରେ ପହଞ୍ଚିବାକୁ ହେବ। ଅର୍ଥାତ୍ ଆନନ୍ଦପୁର ହେଉଛି ଆମର ଲକ୍ଷ୍ୟ। ଯଦି ତୁମର ଲକ୍ଷ୍ୟ ବିଷୟରେ ତୁମକୁ ଜଣା ଅଛି ,ଆଉ କାହାକୁ ପଚାର ନାହିଁ କି ଲକ୍ଷ୍ୟ ଆଉ କେତେ ଦୂର ରହିଲା। ଲକ୍ଷ୍ୟ ଦୂରରେ ବୋଲି ଯଦି ତୁମକୁ ଉତ୍ତର ମିଳେ ତୁମେ ଭାଙ୍ଗି ପଡ଼ିବ, ଦୁର୍ବଳ ହୋଇଯିବ। ଲକ୍ଷ୍ୟରେ ପହଞ୍ଚିବା ପୂର୍ବରୁ ତୁମେ ଯଦି ଦୁର୍ବଳ ହୋଇ ଯାଅ ତୁମକୁ ଲକ୍ଷ୍ୟ ଗୋଟିଏ ସ୍ୱପ୍ନ ବୋଲି ଲାଗିବ। ଦ୍ୱିତୀୟରେ ମୁଁ ତୁମ ସହିତ ରହିଛି। ଆମେ ସାଥେ ସାଥେ ଚାଲିଛୁ। କାହିଁ ମୁଁ ତ କାହାକୁ ପଚାରି ନାହିଁ ଏ ବିଷୟରେ। ତୃତୀୟ କଥା ହେଉଛି ସମସ୍ତେ ତୁମକୁ ଆଉ ଦୁଇ କିଲୋମିଟର ଆଉ ଦୁଇ କିଲୋମିଟର କହି ହସି ଦେଉଥିଲେ ଅର୍ଥାତ୍ ସେମାନେ ତୁମକୁ ପ୍ରକୃତ ସତ୍ୟ ଲୁଚାଇ ତୁମର ମନୋବଳ ବଢାଇଥିଲେ କି ରାସ୍ତା ଆଉ ଅଳ୍ପ ବାକି ରହିଲା। ତେଣୁ ଆମକୁ ଆମ ଲକ୍ଷ୍ୟରେ ପହଞ୍ଚିବା ପାଇଁ ମନୋବଳକୁ ଦୃଢ଼ କରିବାକୁ ପଡ଼ିବ।

So my dear friends. Keep motivated yourself always when your destination is fixed.

* Jay Jagannath *

Ramanath Kar

Baliapal CHC, Balasore

ମନ କଥା (୨୦)

——————

‌ମୋର ଆକାଶରେ କେବେ ଉଡାଜାହାଜରେ ଉଡିବାର ଅନୁଭୂତି ନାହିଁ। But what I am going to explain you It is based on videos I see in different channels like Discovery etc. I hope you must’ve experience of flying in aeroplane. When you look down through the window, you see nicely structured buildings, beautiful rivers and seas and amazing zigzag roads. ରାତ୍ କି ତୋ ବାତ୍ କ୍ୟା କେହେନା ।

ସତରେ ବନ୍ଧୁଗଣ, ଉଡାଜାହାଜ ରୁ ତଳକୁ ଦେଖିଲେ ବହୁତ ବହୁତ ସୁନ୍ଦର ଦେଖାଯାଏ ବୋଲି ମୁଁ ଅନେକ ଲୋକଙ୍କ ଠାରୁ ଶୁଣିଛି।ତା ଛଡା ଡିସକଭରି ଚାନେଲ ମାଧ୍ୟମରେ  ମୋ ପାଇଁ ଦୁର୍ଲଭ ସେହି ଦୃଶ୍ୟ ଦେଖିଛି। କିନ୍ତୁ ଥରେ ଚିନ୍ତା କଲେ ଯେତେବେଳେ ଆପଣ ଆକାଶରୁ ଆସି ଭୂପୃଷ୍ଠରେ ପହଞ୍ଚି ଯାଆନ୍ତି ଆପଣଙ୍କୁ ସେତେବେଳେ ସେହି ଦୃଶ୍ୟ ସବୁ ଖରାପ ଲାଗେ। ସବୁ ଅସୁନ୍ଦର ଲାଗେ। ଯେମିତି ଘର ଗୁଡ଼ିକ ଯୋଜନା ମୁତାବକ ହେଇନି।ସବୁଠି ଅପରିଷ୍କାର,ମଇଳା ,ନଳା ରେ ଭର୍ତ୍ତି।ନଦୀ କୂଳ, ସମୁଦ୍ର କୂଳରେ ଗଦା ଗଦା ମଇଳାରେ ନାକ ଫାଟି ପଡୁଛି।ଉପରୁ ରାତିରେ ଆଲୋକମାଳା ଯେଉଁଠି ଏତେ ସୁନ୍ଦର ଲାଗୁଥିଲା ,ତଳେ ଦେଖିବା ବେଳକୁ କେଉଁଠି ଆଲୋକ ତ କେଉଁଠି ଅନ୍ଧାର, କେଉଁଠି ଆଲୁଅ ଭଲ ଜଳୁଛି ତ କେଉଁଠି ମିଞ୍ଜି ମିଞ୍ଜି।

ଏଥିରୁ ଗୋଟିଏ କଥା ତ ସ୍ପଷ୍ଟ। ପାଖରୁ ଦେଖିଲେ ଯାହା ଅସୁନ୍ଦର ଲାଗୁଛି , ସେହି ଦୃଶ୍ୟ ଆକାଶରୁ ସୁନ୍ଦର ଦେଖା ଯାଉଛି।କେବଳ ଦୃଷ୍ଟିଭଙ୍ଗୀ ବଦଳି ଯିବାରୁ ଅସୁନ୍ଦର ମଧ୍ୟ ସୁନ୍ଦର ଦେଖା ଗଲା।

So my dear friends change your attitude. ମୋ ମତରେ ସବୁକୁ aerial view ରେ ଦେଖନ୍ତୁ , ସବୁ ଭଲ ଲାଗିବ। ଆପଣଙ୍କୁ ଯାହାର ଦୋଷ ଗୁଡ଼ିକ ଖାଲି ଦେଖାଯାଏ , ଥରେ ଆପଣଙ୍କର ଦୃଷ୍ଟିଭଙ୍ଗୀ ବଦଳାଇ ଦିଅନ୍ତୁ,ଦେଖିବେ‌ ଆପଣଙ୍କୁ ତାର ଭଲ ଗୁଣ ଗୁଡ଼ିକ ହିଁ ଦେଖାଯିବ ।

ମୁଁ ଠିକ୍ କହିଲି କି ଆଜ୍ଞା 🙏

* ଜୟ ଜଗନ୍ନାଥ *

ରମାନାଥ କର

ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର

ବାଲେଶ୍ଵର

ମନ କଥା (୨୧)

——————

୧୯୮୩ ମସିହା ଶେଷ ବୁଧବାର ରାତି ଆଠଟା। ମୁଁ ଖୁବ୍ ଆଗ୍ରହ ସହକାରେ ଅପେକ୍ଷା କରିଥାଏ ରେଡ଼ିଓରୁ ଶୁଣିବି ବାର୍ଷିକBinaca Geetmala top 15 song. My favourite radio and stage anchor Amin Sayani was anchoring the program.ସେତେବେଳେ ତ television ନଥାଏ । କିନ୍ତୁ ଅମିନ୍ ସାୟାନି ପରିଚାଳିତ ବିନାକା ଗୀତମାଲା ,ଯାହା ଆମେ Srilanka Broadcasting Corporation , Ceylon SW 1 ରେ ଶୁଣୁଥାଉ  ସେତେବେଳେ ତାହା ରେଡ଼ିଓ ରେ ଏକ ଲୋକପ୍ରିୟ କାର୍ଯ୍ୟକ୍ରମ ଥିଲା। ରେକର୍ଡ ଓ କ୍ୟାସେଟ୍ ବିକ୍ରିକୁ ନେଇ ଗୀତର rating ହୁଏ ଓ ତାହା Binaca Geetmala  ରେ ବାଜେ।

ସେହି ବର୍ଷରେ ମୁକ୍ତିଲାଭ କରିଥିଲା ଚଳଚ୍ଚିତ୍ର SAUTEN starring Rajesh Khanna, Padmini Kohlapure Tina Munim, Dr Sriram Lago. ଏହି ହିନ୍ଦୀ ଚଳଚ୍ଚିତ୍ରର ସବୁ ଗୀତ ଗୁଡ଼ିକ ମୋର ପସନ୍ଦ ହେଲେ ବି ଦୁଇଟି ଗୀତ ସବୁଠାରୁ ବେଶୀ ପସନ୍ଦ । ଗୋଟିଏ Jindegi Pyar Ka geet hai ise har Dil ko gana padega, jindegi gam Ka Sagar Bhi hai haske uspar Jana padega ଆଉ ଗୋଟିଏ ହେଉଛି sayad Meri sadika khayal Dil main Aya hai ,isiliye mami ne Meri tujhe chayepe bolaya hai . But my most favourite song is jindegi Pyar Ka geet hai . ମୁଁ ଭାବୁଥିଲି ମୋର ପ୍ରିୟ ଗୀତଟି ଏକ ନମ୍ବର ହେବ। କିନ୍ତୁ ହୋଇଥିଲା ୧୩ ନମ୍ବର, ମାତ୍ର ଏହି ଚଳଚ୍ଚିତ୍ରର ଆର ଗୀତଟି ଏକ ନମ୍ବର ହୋଇଥିଲା। କିନ୍ତୁ ଆପଣ ମାନଙ୍କୁ ଅନୁରୋଧ କରିବି କେବେ ସମୟ ହେଲେ ମୋର ପ୍ରିୟ ଗୀତଟି ଶୁଣିବେ ନିଶ୍ଚୟ।

ଛୋଟ କାହାଣୀ ଟିଏ। କୋୖଣସି ଏକ ଘରୋଇ ମହାବିଦ୍ୟାଳୟରେ ପିଲା ଦିନରୁ ଦୁଇ ବନ୍ଧୁ ଜଣେ ପୁଅ ଜଣେ ଝିଅ  ପଢୁଥିଲେ। କ୍ରମେ କ୍ରମେ ବନ୍ଧୁତା ଏତେ ନିବିଡ ହେଲା ଯେ one day friendship transformed into love.କିଛି ବର୍ଷର ପ୍ରେମ ପରେ ପୁଣି break up ଆସିଲା। ଝିଅଟି ପରିବାର ଚାପରେ ଅନ୍ୟତ୍ର ବିବାହ କଲା। ଏହି ଘଟଣା ପୁଅକୁ ଏତେ ଆଘାତ ଦେଲା ଯେ ପୁଅର କେରିୟର୍ ଉପରେ ତା’ର ପ୍ରଭାବ ପଡ଼ିଲା। ସେହି ପୁଅର ଏହି ଅବସ୍ଥା ଦେଖି ତାର ଜଣେ ଶୁଭେଚ୍ଛୁ ଅଧ୍ୟାପକ ତାକୁ ଘରକୁ ଡାକିଲେ। ନିଜେ ଲେମ୍ବୁ ଲୁଣ ସର୍ବତ ତିଆରି କରି ଆଦରରେ ସେ ପିଲାକୁ ପିଇବାକୁ ଦେଲେ , ଯେଉଁଥିରେ ସେ ଜାଣି ଜାଣି ଅଧିକ ଲୁଣ ପକାଇ ଥିଲା ବେଳେ ଅଳ୍ପ ଟିକେ ଚିନି ପକାଇଥିଲେ। ପିଲାଟି ଅଳ୍ପ ଦୁଇ ଢୋକ ତଣ୍ଟି ଭିତରକୁ ନେଇ ଆଉ ପିଇ ପାରିଲା ନାହିଁ। ଅଧ୍ୟାପକ କହିଲେ ସେ ଆଉ ଥରେ ସର୍ବତ ତିଆରି କରି ଆଣିବେ ,କାରଣ ଏତେ ଲୁଣିଆ ପିଇବା ଅସମ୍ଭବ। ପିଲାଟି କହିଲା, ନାହିଁ ସାର୍ ଆପଣ କେବଳ ଚିନି ଦିଅନ୍ତୁ , ଏହି ସର୍ବତ ରେ ମିଶାଇ ଦେଲେ ତାହା ପିଇ ହେବ ।

ଅଧ୍ୟାପକ କହିଲେ ମୁଁ ତୁମକୁ ଏଇଥି ପାଇଁ ଖାସ୍ ଆମ ଘରକୁ ଡାକିଥିଲି ଓ ଜାଣିଜାଣି ଲୁଣିଆ ସର୍ବତ ଦେଇଥିଲି। ବାସ୍ତବରେ ତୁମର ଆଜି ଯେଉଁ ଝିଅ ପାଇଁ ସମ୍ପର୍କଟା ଲୁଣିଆ ହୋଇଯାଇଛି ସେଥିରେ ‌କିଛି ମିଠା କଥା ମିଠା ଭାବନା ଓ ମିଠା ହସ ଭରିଦିଅ ,ଦେଖିବ ଜୀବନଟା ତୁମକୁ ଭାରି ନିଜର ନିଜର ଲାଗିବ । ଜୀବନ ଅଛି। ସୁଖ ସହିତ ଦୁଃଖ ବି ଅଛି। ଦୁଃଖ କୁ ଯିଏ ସୁଖରେ ରୂପାନ୍ତର କରି ପାରେ ସେହି ମଣିଷ ହିଁ ଶ୍ରେଷ୍ଠ।

That person is perfect who doesn’t take pain from situation but takes lesson.

* ଜୟ ଜଗନ୍ନାଥ *

ରମାନାଥ କର

ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର

ବାଲିଆପାଳ, ବାଲେଶ୍ଵର

ମନ କଥା (୨୨)

——————

ଅଳ୍ପ କେତେଦିନ ତଳର କଥା। ୧୮ବର୍ଷ ରୁ ୪୪ବର୍ଷ ବର୍ଗର ଲୋକେ କୋଭିଡ୍ ଟୀକା ନେଉଥାନ୍ତି। ଏତିକି ବେଳେ ଜଣେ ଯୁବକ ବୟସ ୩୨ ପାଖାପାଖି ହେବ , ତାଙ୍କର ଆଉ ଦୁଇ ଜଣ ବନ୍ଧୁଙ୍କ ସହିତ ଟୀକା ନେବାକୁ ଆସିଲେ।ଯୁବକ ଜଣକ ଚେହେରା ଦେଖିଲେ ଅନୁମାନ କରିହେବ କି ସେ ଯଥେଷ୍ଟ ବଳଶାଳୀ। ଯେହେତୁ ଟିକିଏ ଗହଳି ଥିଲା ମୁଁ ତାଙ୍କୁ waiting room  ରେ ଅପେକ୍ଷା କରିବାକୁ କହିଲି ।ସେ ସେଠାରେ ବସି ଥିଲାବେଳେ ନିଜ ପରାକ୍ରମର କାହାଣୀ ଅନ୍ୟ ବନ୍ଧୁଙ୍କୁ କହୁଥିଲେ। ମୋତେ କିଛି କିଛି ଶୁଭୁଥିଲା। ଟୀକା ନେଇ ସେ ଫେରି ଗଲେ। ସେହିଦିନ ରାତି ପ୍ରାୟ ଦଶଟା ବେଳକୁ ମୋତେ ସେହି ବ୍ୟକ୍ତିଙ୍କ ନିକଟରୁ ଫୋନ୍ ଆସିଲା। ସାର୍ ମୋ ଦେହରେ ଜ୍ୱର । ମୁଁ ଉଠିବା ପାଇଁ ମଧ୍ୟ ମୋ ଦେହରେ ବଳ ନାହିଁ। କ’ଣ କରିବି କୁହନ୍ତୁ——-

ମୁଁ ଏତିକି ଆପଣଙ୍କୁ କହିବା ପାଇଁ ଚାହେଁ , ଯେଉଁ ବ୍ୟକ୍ତି ଜଣକ ବାର ଘଣ୍ଟା ପୂର୍ବରୁ ନିଜ ଶରୀରରେ ଥିବା ବଳର କାହାଣୀ କହୁଥିଲେ , ସାମାନ୍ୟ ଜ୍ବରରେ ତାଙ୍କର ସେ ବଳ କୁଆଡେ଼ ଗଲା ।

‌‌           ଆମେ ଅନେକ ସମୟରେ ନିଜର ରୂପକୁ ନେଇ ଖୁବ୍ ଅହଙ୍କାର କରୁ । ଏଇଟା କିଛି ନୂଆ ନୁହେଁ। ସେମିତି ଦିନେ ଟୀକାକରଣ ଚାଲିଥାଏ। ମୋର ଜଣେ ସହକର୍ମୀଙ୍କ ଭାଉଜ ଟୀକା ନେବାକୁ ଆସିଲେ। ତାଙ୍କୁ ଦେଖି ମୁଁ ବିଶ୍ୱାସ କରି ପାରିଲି ନାହିଁ। କିଛି ମାସ ଆଗରୁ ମୋର ଯେଉଁ ସହକର୍ମୀ ଜଣେ କବି ଭଳି ଭାଉଜଙ୍କର ରୂପ ବର୍ଣ୍ଣନା କରୁଥିଲେ ” ମୋ ଭାଉଜ ଅନିନ୍ଦ୍ୟ ରୂପବତୀ।ଗୋରା ତକତକ ଦେହ।ମାଟିକୁ ସ୍ପର୍ଶ କଲାଭଳି ମୁଣ୍ଡରେ କେଶ ଇତ୍ୟାଦି ଇତ୍ୟାଦି” ବାସ୍ତବରେ ମୁଁ ଆଜି କ’ଣ ଦେଖୁଚି।ସେ ପାରାଲିସିସ୍ ରେ ଆକ୍ରାନ୍ତ।ପାରାଲିସିସ୍ ରେ ମୁହଁ ବିକୃତ।କେଶ ନୁଖୁରା। ଦେହରେ ଖଣ୍ଡିଏ ଭଲ ଶାଢ଼ୀ ମଧ୍ୟ ନାହିଁ—–

ମୁଁ ଏତିକି କହିବା ପାଇଁ ଚାହେଁ ଯିଏ ଏତେ ସୁନ୍ଦର ରୂପର ଅଧିକାରିଣୀ ଥିଲେ କୁଆଡେ ଗଲା ସେ ରୂପ।

‌‌        ଅଳ୍ପ କେତେ ବର୍ଷର କଥା। ଆମ ଅଞ୍ଚଳର ଜଣେ ବିଖ୍ୟାତ ପାନ ବ୍ୟବସାୟୀ , ତାଙ୍କ ପାଖରେ ଏତେ ଅର୍ଥ ହୋଇଗଲା ଯେ ସେ ଇନ୍ଦ୍ର ଚନ୍ଦ୍ର ମାନିଲେ ନାହିଁ। ଛାଡ଼ନ୍ତୁ ତାଙ୍କ କଥା କହିଲେ ସରିବ ନାହିଁ। ଅସମୟରେ ସେ ଚାଲିଗଲେ ପାରାଲିସିସ୍ ରୋଗରେ। ତାଙ୍କର ଶେଷ ସମୟ ପୂର୍ବରୁ ତାଙ୍କ ସହିତ ଦେଖା ହୋଇଥିଲା। ତାଙ୍କର ଆଖିରୁ କେବଳ ଲୁହ ବହି ଯାଉଥାଏ। କଥା ଅସ୍ପଷ୍ଟ ଭାବରେ କହୁଥାନ୍ତି। ମୁଁ ମନେ ମନେ ଭାବୁଥିଲି ସତରେ କ’ଣ ଇଏ ସେହି ଲୋକ ଯିଏ ପ୍ରଚୁର ଧନ ର ଅଧିକାରୀ ଥିଲେ। ଆଜି କେତେ ନିଃସହାୟ —-

‌       ମୁଁ ଏତିକି ଆପଣଙ୍କୁ କହିବା ପାଇଁ ଚାହେଁ କୁଆଡେ ଗଲା ତାଙ୍କର ସେ ଧନର ଦମ୍ଭ ଯାହା ପାଇଁ ସେ ଏତେ ଅହଙ୍କାରୀ ଥିଲେ।

ଯଦି କେବେ ଆପଣଙ୍କ ପାଖରେ ସମୟ ଥାଏ, ଗୋଟିଏ ଗୀତ ଶୁଣିବାକୁ ଆପଣଙ୍କୁ ଅନୁରୋଧ କରିବି। My most favourite bhajan in Hindi . Anup Jalotha has given his sweet voice in this bhajan. Mat Kar Tu abhiman re bande jhuthi Teri San re —

ସତରେ। ଆମେ ଆଜି ଯେଉଁ ଧନକୁ ନେଇ ଗର୍ବ କରୁଛୁ , ଦିନେ ଅମାପ ଧନର ଅଧିକାରୀ ଥାଇ ଆଜି ଯିଏ ସର୍ବସ୍ବାନ୍ତ ତାକୁ ପଚାରନ୍ତୁ ସେ ତାର କାହାଣୀ କହିବ। ଯୈ।ବନରେ ଯିଏ ରୂପକୁ ନେଇ ଗର୍ବ କରୁଥିଲେ ତାଙ୍କର ବାର୍ଦ୍ଧକ୍ୟ କୁ ଥରେ ଆମେ ଦେଖନ୍ତୁ । ଦେହରେ ଲୋଳିତ ଚର୍ମ । ଆଶା ବାଡି ହିଁ ଏକମାତ୍ର ସାହାରା ଟିକିଏ ଚାଲିବା ପାଇଁ।

ତେଣୁ କାହିଁକି ଆମର ଏତେ ଅହଙ୍କାର। କାହିଁକି ଆମର ଏତେ ଗର୍ବ। ଯେଉଁ ସମୟ ଆମକୁ ଧନ ଜନ ଗୋପ ଲକ୍ଷ୍ମୀ ସବୁ ଦେଇଥାସେହି ସମୟ  ସବୁ ପୁଣି ଆମଠାରୁ ଛଡାଇ ନେଇଯାଏ । ଯେଉଁ ସମୟ ଆମକୁ ଯୈ।ବନ ଦେଇଥାଏ ,ସେହି ପୁଣି ବାର୍ଦ୍ଧକ୍ୟ ଆମକୁ ଦେଇଥାଏ । ଯେଉଁ ସମୟ ଆମକୁ ସମୟ ଦେଇଥାଏ ଦିନେ ଅନ୍ୟ ସହିତ ଖୁସିରେ ଦିପଦ କଥା ହେବା ପାଇଁ ସମୟ ପୁଣି ଏମିତି ଆସେ ଆମ ପାଖରେ କେହି ନଥାନ୍ତି ଖୁସିରେ ଦିପଦ କଥା କହି ସାନ୍ତ୍ୱନା ଦେବା ପାଇଁ  – – – –

* ଜୟ ଜଗନ୍ନାଥ *

ରମାନାଥ କର

ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର

ବାଲିଆପାଳ, ବାଲେଶ୍ଵର

ମନ କଥା (୨୩)

——————

‌‌     ଆପଣମାନେ ମନ କଥା କୁ ଭଲ ପାଉଛନ୍ତି, ଆପଣଙ୍କର ବହୁ ମୂଲ୍ୟବାନ ମତାମତ ଦେଇ ମୋତେ ଉତ୍ସାହିତ କରୁଛନ୍ତି, ସେଥିପାଇଁ ମୁଁ ଆପଣଙ୍କ ନିକଟରେ ଚିର କୃତଜ୍ଞ।

‌   My dear friends, why are we so sad . Why are we so frustrated? ସତରେ ଆମେ ଆଜିର ଦିନରେ କାହିଁକି ଏତେ ଦୁଃଖିତ , କାହିଁକି ଆମେ ଏତେ ନିରାଶ । କେବେ ଏହାର କାରଣ ଆମେ ଖୋଜିଛନ୍ତି। The one and only cause, that is expectation. ଆଜ୍ଞା ହଁ, ଆଶା। ଆଶା ହିଁ ଦୁଃଖର କାରଣ। ଆଶା ହିଁ ନିରାଶା ର କାରଣ । ତେବେ ଆମେ କାହିଁକି  ଆଶା କରୁଛୁ। କାହିଁକିନା ଆମେ ଜୀବନରେ ସୁଖରେ ରହିବାକୁ ଚାହୁଁଛୁ।  We want happiness. Our expectations revolve around happiness.ଠିକ୍ କଥା।ସୁଖର ଚାରି ପାଖରେ ଏହି ଆଶା ଗୁଡ଼ିକ ଚକା ଭଉଁରୀ ଖେଳୁଛନ୍ତି।

‌       ଆମେ ଭାବୁ ଯେତେ ଦାମୀ ବସ୍ତୁ ଅଛି ସେଥିରୁ ସୁଖ ମିଳିବ।କାହା ଉପରେ ଅଧିକାର ସାବ୍ୟସ୍ତ କଲେ ସୁଖ ମିଳିବ। କାହାକୁ ନିଜ ନିୟନ୍ତ୍ରଣରେ ରଖିପାରିଲେ ସୁଖ ମିଳିବ। ବହୁତ ଧନ ଏକାଠି କଲେ ସୁଖ ମିଳିବ। ବହୁତ ବଡ଼ ସୁଦୃଶ୍ୟ ଘର କଲେ ସୁଖ ମିଳିବ। ମର୍ସିଡିଜ୍ ବି ଏମ୍ ଡବ୍ଲ୍ୟୁ କାର ପାଖରେ ଥିଲେ ସୁଖ ମିଳିବ। ଅଧିକ ସନ୍ତାନ ଜନ୍ମ କଲେ ସୁଖ ମିଳିବ। ଗୃହସ୍ଥ ଜୀବନରୁ ସୁଖ ମିଳିବ। ଗୃହସ୍ଥ ଜଞ୍ଜାଳ ରୁ ବିଦାୟ ନେଇ ସନ୍ୟାସ ଜୀବନ ଯାପନ କଲେ ସୁଖ ମିଳିବ।

ଆମେ ଆଶା କରୁଛୁ , ଯଦି ବ୍ୟକ୍ତିଗତ ଭାବରେ କହିବି , every individual thinks that I  should be treated like this

I should be loved like this

I should be behaved like this

I should be respected like this.

ମୋତେ ଏମିତି ଆତିଥ୍ୟ,ସେବା , ଭଲପାଇବା, ସମ୍ମାନ ଆହୁରି କେତେ କେତେ ମୋ ପସନ୍ଦ ଅନୁସାରେ ମିଳିବା ଆବଶ୍ୟକ ଅଛି।My dear friends, we are living a life of super high expectations. My opinion, my desire,  my like, my dislike, my- my – my and only my . ମୁଁ ଭାବୁଛି ଆମେ ପିଲାଦିନୁ ଏମିତି ବଢ଼ି ଆସିଛୁ । ଆମ ବାପାମାଆ ଆମର ସବୁ ଇଚ୍ଛାକୁ ପୂରଣ କରୁଥିଲେ ନା। ବୋଧହୁଏ ସେଥି ପାଇଁ we have learnt to take only and every one to fulfill our expectations.

‌‌କେବେ ଲକ୍ଷ୍ୟ କରିଛନ୍ତି,ଆଜିର ଦିନରେ ଏମିତି ମାଆ ବାପା ଅଛନ୍ତି, ଯେଉଁମାନେ ଦିନେ ସନ୍ତାନ ଟିଏ ପାଇଁ ଭଗବାନଙ୍କ ନିକଟରେ ଗୁହାରି କରୁଥିଲେ, ଆଜି ସେହି ବାପା ମା ସେହି ସନ୍ତାନ ପାଇଁ ଦୁଃଖୀ । କେବେ କିଏ ନିଃସନ୍ତାନ ପାଇଁ ଦୁଃଖୀ। କେବେ କିଏ ସନ୍ତାନ ପାଇଁ ଦୁଃଖୀ। କେବେ କିଏ ଜୀବନ ପାଇବା ପାଇଁ ଦୁଃଖୀ। କିଏ ଜୀବନ ଯନ୍ତ୍ରଣା ରୁ ମୁକ୍ତି ର ବାଟ ଖୋଜି ଖୋଜି ଦୁଃଖୀ।

ଯଦି ସମସ୍ତେ ଏଠି ଦୁଃଖୀ । ତେବେ ସୁଖି ଏଠାରେ କିଏ । ମୋ ମତରେ ସୁଖୀ ସେହି ଯାହାର କିଛି ଇଚ୍ଛା ନାହିଁ। ତେବେ ଏକଥା ମଧ୍ୟ ସତ , ପ୍ରତ୍ୟେକ ମଣିଷ ଜୀବନରେ ଇଚ୍ଛା ରହିବ। ମାତ୍ର ଇଚ୍ଛା ସବୁବେଳେ ବାସ୍ତବ ହେବା ଆବଶ୍ୟକ। Every human being should be realistic in expectations.

More you expect you will be frustrated.

ଅନ୍ୟଠୁ ଆଶା କରିବେ ନିରାଶ ହେବେ । କିନ୍ତୁ ଅନ୍ୟକୁ ଦିଅନ୍ତୁ ,ସୁଖ ପାଇବେ। More you  give  you will remain happy. ତେଣୁ ଆମେ କାହାଠାରୁ ଆଶା କରିବା ନାହିଁ ବରଂ ଅନ୍ୟକୁ ଦେବା।

ସର୍ବୋପରି ସେହି ସୁଖି ଯିଏ ମହାପ୍ରଭୁଙ୍କ କଥା ଶ୍ରବଣ କରେ, ଚିନ୍ତନ କରେ ଏବଂ ମନନ କରେ । ସରଳ ଶବ୍ଦରେ ପ୍ରଭୁ ଭକ୍ତି।

ତୁଳସୀ ଦାସ କହିଥିଲେ,

ଧନହୀନ କହେ ଧନବାନ ସୁଖୀ

ଧନବାନ କହେ ସୁଖ ରାଜାକୋ ଭାରି

ରାଜା କହେ ଚକ୍ରବର୍ତ୍ତୀ ସୁଖୀ

ଚକ୍ରବର୍ତ୍ତୀ କହେ ସୁଖ ଇନ୍ଦ୍ରକୋ ଭାରି

ଇନ୍ଦ୍ର କହେ ଚତୁରାନନ ସୁଖୀ

ଚତୁରାନନ କହେ ସୁଖ ବିଷ୍ଣୁକୋ ଭାରି

ତୁଳସୀ ଦାସ ବିଚାର କହେ

ପ୍ରଭୁ ଭକ୍ତି ବିନା ସବ୍ ଲୋକ୍ ଦୁଃଖାରି

* Jay Jagannath *

Ramanath Kar

Baliapal CHC, Balasore

ମନ କଥା (୨୪)

——————

ଆଜିର ସାମାଜିକ ଜୀବନରେ ପ୍ରାୟତଃ ଗୋଟିଏ ସାଧାରଣ କଥା ଦେଖାଯାଉଛି।Yes my dear friends a common issue. It’s none other than break up in relationship. ହଁ ଆଜ୍ଞା ସମ୍ପର୍କରେ ଫାଟ ।ସମାଜର ସୃଷ୍ଟି ପରିବାରରୁ। ଯଦି ସମାଜର ଛବି ଏଇଆ , ତାହେଲେ ପ୍ରତି ପରିବାରର ଛବି ମଧ୍ୟ ଏଇଆ ।May be I am wrong.It doesn’t happen in all families.ହୁଏତ ସବୁ ପରିବାରରେ ଏହା ହୁଏ ନାହିଁ।I think you know better କେତେ ପରିବାରରେ ଏମିତି ଘଟଣା ଘଟୁଛି। What I think more or less it happens in every family. କେଉଁଠି ସ୍ୱାମୀ ସ୍ତ୍ରୀ ସମ୍ପର୍କରେ ଫାଟ। କେଉଁଠି ବାପାମାଆ ତଥା ପିଲାଙ୍କ ସମ୍ପର୍କରେ ଫାଟ। କେଉଁଠି ପିଲା ମାନଙ୍କ ସମ୍ପର୍କରେ ଫାଟ , ଏମିତି ବହୁତ କିଛି।

କେହି କେହି କହନ୍ତି ଲକ୍ଷ୍ମୀ ନାରାୟଣଙ୍କ ଭିତରେ ମଧ୍ୟ ମନ ଫଟାଫଟି ହୁଏ, ଝଗଡ଼ା ହୁଏ। ତେଣୁ ପ୍ରତି ପରିବାରରେ ମଧ୍ୟ ‌ସେଇଆ ହେଉଛି। ବାସ୍ତବରେ କଥା ହେଲା ଶୃଙ୍ଖଳା ଭାଙ୍ଗିଲେ ଏଇ ଭଳି ପରିସ୍ଥିତି ସୃଷ୍ଟି ହୋଇଥାଏ। A family should run under one principle. You know what is that. That is we should value the person Infront of us. ଆଜ୍ଞା ହଁ ,ଆମ ସମ୍ମୁଖରେ ଥିବା ମଣିଷକୁ ଆମେ ଉଚିତ୍ ସମ୍ମାନ ଦେବା ଉଚିତ୍।

ମୁଁ ଯାହା ଅନୁଭବ କରେ ପ୍ରତି ପରିବାରରେ ତିନୋଟି ଶବ୍ଦ ଯାହା ସେମାନଙ୍କୁ ଶୃଙ୍ଖଳାର ବନ୍ଧନରେ ବାନ୍ଧି ରଖି ପାରିବ ,ତା’ର ବ୍ୟବହାର ଆଉ ହେଉ ନାହିଁ। Yes there is three words deficiency  like SORRY, THANK YOU,I LOVE YOU . ଆମେ ଥରଟିଏ ବିଚାର କରିବା , ଅନେକ ସମୟରେ ଆମ ଦ୍ୱାରା ଭୁଲ୍ ହୁଏ। If we admit our mistake then why we hesitate to say sorry. It’s our ego. Our ego doesn’t permit so. ତେଣୁ ସର୍ବପ୍ରଥମେ ଆମକୁ ଅହଙ୍କାର ତ୍ୟାଗ କରି ଆମେ ଭୁଲ୍ କରିଥିଲେ ନିଶ୍ଚୟ  SORRY କହିବା। ଏହା ଦ୍ବାରା ସମ୍ପର୍କ ଦୃଢ଼ ହୁଏ।

ପରିବାରରେ ପ୍ରତ୍ୟେକ ସଦସ୍ୟ ପ୍ରତ୍ୟେକଙ୍କୁ ଧନ୍ୟବାଦ ଜ୍ଞାପନ କରିବା ଉଚିତ। ଯେମିତି ବାପା ଯଦି ଘରକୁ କିଛି ଆବଶ୍ୟକୀୟ ସାମଗ୍ରୀ ନେଇ ଆସିଲେ ତାଙ୍କୁ ଧନ୍ୟବାଦ ଜଣାଇବା ଉଚିତ୍। ବାପାଙ୍କୁ ପାଣି ଗୋଟିଏ ଗ୍ଲାସ୍ ଦେଲେ ପରିବର୍ତ୍ତେ ବାପା ମଧ୍ୟ ଧନ୍ୟବାଦ ଜ୍ଞାପନ କରିବା ଉଚିତ। So my dear friends there should be maximum use of word SORRY within a family. ଯାହା ଫଳରେ ପରିବାରରେ ପରସ୍ପରର ସମ୍ପର୍କ ଅଧିକ ଦୃଢ଼ ହୁଏ।

ସର୍ବ ଶେଷରେ ପରିବାରରେ ସମସ୍ତେ ପରସ୍ପର ପ୍ରତି ଭଲପାଇବା ରହିଛି ଏହା ସୂଚାଇବା ପାଇଁ  I LOVE YOU ର ବହୁଳ ବ୍ୟବହାର ହେବା ଉଚିତ। We should not think that this  is ( I love you) only applicable to couples only. ବାପା ପୁଅକୁ,ମା ଝିଅକୁ, ବାପା ଝିଅକୁ,ଭାଇ ଭଉଣୀକୁ , ଭଉଣୀ ଭାଇକୁ, ସ୍ୱାମୀ ସ୍ତ୍ରୀ କୁ ସ୍ତ୍ରୀ ସ୍ୱାମୀକୁ I love you କହିବା ଉଚିତ୍। ଏହା ହେଲେ ପରିବାରରେ ସମସ୍ତେ ଭଲପାଇବାର ବନ୍ଧନରେ ବାନ୍ଧି ହୋଇଯିବେ।

ଆଶା କରେ ଆପଣଙ୍କୁ ମନ କଥାଟି ଭଲ ଲାଗିଥିବ ।

ଶୁଭ ସକାଳ। ଆପଣଙ୍କ ପାଇଁ ଆଜିର ଦିନଟି ମଙ୍ଗଳମୟ ହେଉ।

THANK YOU

* Jay Jagannath *

Ramanath Kar

Baliapal CHC, Balasore

ମନ କଥା (୨୫)

****

Jay Jagannath my dear friends. 🙏

I can’t believe. Absolutely it is beyond my expectation‌ କି ମୁଁ ମନ କଥାର 25th episode ଆଜି ଲେଖି ପାରିଛି। ଏହା କେବଳ ଆପଣ ମାନଙ୍କ ଭଲପାଇବା ତଥା କୋଟି କୈବଲ୍ୟ ନାଥ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପାର କୃପାରୁ ସମ୍ଭବ ହୋଇ ପାରିଛି।  My heartfelt thanks to all of you.. I extend my head to touch the lotus feet of Mahaprabhu remaining in my home for his unbelievable miracle.

ବନ୍ଧୁଗଣ, ଆପଣମାନେ ନିଶ୍ଚିତ ଭାବରେ ୭୦ ଦଶକରେ ଗୋଟିଏ ହିନ୍ଦୀ ଚଳଚ୍ଚିତ୍ରର ସବୁଠାରୁ ଲୋକପ୍ରିୟ ଗୀତ ଶୁଣିଥିବେ ବୋଲି ଆଶା କରୁଛି। ଯଦି ଶୁଣି ନାହାଁନ୍ତି I would request please listen to this song. First line of this super hit song is kuchh to log kahenge logon Ka Kam hai kehena ,

Chhodo bekar ki baton main  kahin beet na Jaye Reina .

ଏହି ଗୀତଟି ହିନ୍ଦୀ ଚଳଚ୍ଚିତ୍ର ଅମର ପ୍ରେମ ର ଏକ ଜବରଦସ୍ତ ଲୋକପ୍ରିୟ ଗୀତ ଅଟେ, ଯାହାକୁ ଗାଇଛନ୍ତି ପ୍ରଖ୍ୟାତ playback singer Kishore Kumar starring Rajesh Khanna and Sharmila Tagore.

ହୁଏତ ଆପଣ ମାନେ ଭାବୁଥିବେ ମୁଁ କାହିଁକି ଏ ଗୀତ ଟିକୁ  example ଦେଉଛି। ଆଜ୍ଞା ହଁ। କାରଣ ତ ନିଶ୍ଚୟ ଅଛି। ଯେବେ ଆମେ କୈାଣସି କାର୍ଯ୍ୟ ଆରମ୍ଭ କରୁ , ପ୍ରଥମେ ଭାବୁ କି ଲୋକେ କ’ଣ କହିବେ ।ଲୋକେ କ’ଣ ଭାବିବେ ଇତ୍ୟାଦି ଇତ୍ୟାଦି। କିନ୍ତୁ ଲୋକଙ୍କ କାମ ତ ସେଇଟା।ଲୋକେ କହିବେ।ଭଲ କଲେ ବି କହିବେ । ଖରାପ କଲେ ବି କହିବେ। ଏଠି ରାମଚନ୍ଦ୍ରଙ୍କ ପରି ପ୍ରଜାବତ୍ସଳ ରାଜାଙ୍କୁ ନିନ୍ଦା ଦେଇଛନ୍ତି। ମାଆ ପତିବ୍ରତା ସତୀ ସୀତାଙ୍କୁ ନିନ୍ଦା ଦେଇଛନ୍ତି।ପରମ ପ୍ରେମମୟ ଭଗବାନ ଶ୍ରୀକୃଷ୍ଣଙ୍କୁ ମଧ୍ୟ ନିନ୍ଦା ଦେଇଛନ୍ତି। ତେଣୁ ଏଠି ଭଲ କହିବାଟା ବହୁତ କମ୍ । କିନ୍ତୁ ଆଲୋଚନା ସମାଲୋଚନା କରିବା ବେଶୀ । ମାତ୍ର ଗୀତ ଶୁଣିଲେ ମନରେ ହୁଏତ ଆପଣଙ୍କର ଦୃଢ଼ତା ଆସି ପାରେ କି ଛାଡନ୍ତୁ ଏସବୁ ବେକାର କଥା  it’s their tendency to criticize others. It’s their business. They can’t remain silent. At any cost they will pull our legs. So don’t care about others criticism. We have to continue our work.

ଛୋଟ କାହାଣୀ ଟିଏ। ଥରେ ମହାଦେବ ଶିବ ଓ ଦେବୀ ପାର୍ବତୀ ସୁନ୍ଦର ପୁରୁଷ ଓ ନାରୀ ବେଶରେ ନନ୍ଦୀ ପିଠିରେ ବସି ପୃଥିବୀରେ ଭ୍ରମଣ କରୁଥିଲେ। ସେମାନଙ୍କୁ ଦେଖି ଲୋକେ କହିଲେ ଦେଖହୋ ଦୁଇ ଜଣ ସୁସ୍ଥ ସବଳ ମଣିଷ ଗୋଟିଏ ବୁଢା ଷଣ୍ଢ ପିଠିରେ ବସି ଯାଉଛନ୍ତି, ତାଙ୍କୁ ଲଜ୍ଜା ନାହିଁ। ଦୁଇ ଜଣଙ୍କୁ ଖରାପ ଲାଗିଲା। ତାପରେ ମହାଦେବ ପାର୍ବତୀଙ୍କୁ ନନ୍ଦୀ ପିଠିରେ ବସାଇ ଦେଇ ନିଜେ ଚାଲି ଚାଲି ଯାଉଥାନ୍ତି। ଏହା ଦେଖି ଆଗରେ ଆଉ କିଛି ଲୋକ ପାର୍ବତୀଙ୍କୁ ତାଚ୍ଛଲ୍ୟ କଲେ । ଦେଖହୋ କେମିତିକା ମାଇପିଟା ନିଜେ ଷଣ୍ଢ ପିଠିରେ ବସି ଯାଉଛି , ଗେରସ୍ତ ଚାଲି ଚାଲି ଯାଉଛି।ଘୋର କଳି କାଳ । ଲୋକଙ୍କ କଥା ଶୁଣି ଦୁଇ ଜଣଙ୍କୁ ଖୁବ୍ ଖରାପ ଲାଗିଲା। ତାପରେ ଦେବୀ ପାର୍ବତୀ ମହାଦେବଙ୍କୁ ଅନୁରୋଧ କଲେ ନନ୍ଦୀ ପିଠିରେ ବସିବା ପାଇଁ ଏବଂ ନିଜେ ଚାଲିଲେ। କିଛି ଦୂର ଆଗକୁ ଯାଇଛନ୍ତି ଦଳେ ଟୋକା ଏମାନଙ୍କୁ ଦେଖି କହିଲେ ଦେଖହୋ କେମିତିକା ସ୍ୱାମୀ , ନିଜେ ଷଣ୍ଢ ପିଠିରେ ବସି ଯାଉଛି, କିନ୍ତୁ ରାଜକୁମାରୀ ପରି ଅନିନ୍ଦ୍ୟ ସୁନ୍ଦରୀ ସ୍ତ୍ରୀ କୁ ଚଲାଇ ଚଲାଇ ନେଉଛି। ଲଜ୍ଜା ନାହିଁ। ଶେଷରେ ଦୁହେଁ ମହାଦେବ ଓ ଦେବୀ ପାର୍ବତୀ ଚାଲି ଚାଲି ଯାଉଥାନ୍ତି। ସାଥିରେ ନନ୍ଦୀ ମଧ୍ୟ ଚାଲିଥାଏ। କିଛି ଦୂର ଯାଇଛନ୍ତି କି ନାହିଁ ଦଳେ ଲୋକ ସେମାନଙ୍କୁ ଦେଖି କହିଲେ କି ମୂର୍ଖ ମଣିଷ ହୋ ଚାଲି ଚାଲି ଯାଉଛନ୍ତି , ପାଖରେ ଷଣ୍ଢ ଚାଲିଛି। ତା ପିଠିରେ ବସି ଯାଇ ପାରୁ ନାହାଁନ୍ତି। ଶେଷରେ ପୁଣି ସେହି କଥା ହେଲା। ଦୁହେଁ ପୁଣି ଷଣ୍ଢ ପିଠିରେ ବସି ଆଗକୁ ଚାଲିଲେ।

So my dear friends. It’s people’s attitude . When you start your work they will comment. It’s their business. Don’t take it seriously.  Forget their criticism. So continue your work.

THANK YOU

* Jay Jagannath *

Ramanath Kar

Baliapal CHC, Balasore

ମନ କଥା (୨୬)

——————

ରାତି ପାହିଲେ ପବିତ୍ର ରକ୍ଷା ବନ୍ଧନ। ପ୍ରଭୁ ବଳଦେବଜୀଉଙ୍କ ଜନ୍ମ ଦିନ । ଏହିଭଳି ଏକ ପାବନ ଅବସରରେ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଜ୍ଞାପନ କରିବା ସହିତ ଆପଣ ମାନଙ୍କୁ ହଳଧର ପ୍ରଭୁ ବଳଦେବଜୀଉଙ୍କ କୃପା ପ୍ରାପ୍ତି ହେଉ ଏତିକି ତାଙ୍କ ଚରଣରେ ମୋର ପ୍ରାର୍ଥନା।ସମସ୍ତଙ୍କୁ ଅନୁରୋଧ ଆପଣମାନେ ରକ୍ଷା ବନ୍ଧନ ର ଆନନ୍ଦ ନିଅନ୍ତୁ, କିନ୍ତୁ ସୁଯୋଗ ଥିଲେ ଆସନ୍ତାକାଲି ଗୋମାତାଙ୍କୁ ପୂଜା କରନ୍ତୁ ଏବଂ ଶ୍ରଦ୍ଧାରେ କିଛି ଖୁଆନ୍ତୁ । ଏହାହିଁ ଆମର ସଂସ୍କୃତି।

My dear friends ,  it Is about 10.44 pm . I  was listening to a very inspiring song in GOLMAL (1979) super hit Hindi movie starring Amol Palekar ,Bindya Goswami and Uttapal Dutta . If you have not listened to it please I would request once you listen to it. ଏହାର‌ ଘୋଷା ପଦଟି‌ ବହୁତ ବହୁତ ପ୍ରେରଣାଦାୟୀ। Anewala pal janewala hai ,ho sake to is mein jindegi bitado ,pal Jo hai Jane wala hai.

ସତରେ ନିରାଟ ସତ କଥା। ଆଜି ଯେଉଁ ପରିସ୍ଥିତି ଦେଇ ଆମେ ଗତି କରୁଛୁ‌ କାଲି ତା’ର ପରିବର୍ତ୍ତନ ହେବା।ଦିନ ପରେ ରାତି ଅଛି। ରାତି ପରେ  ଦିନ। ପ୍ରତିଟି ସକାଳର ପୁଣି ସଞ୍ଜ ଅଛି।ଖରା ପରେ ବର୍ଷା ପରି ଋତୁ ପରେ ଋତୁ ବଦଳି ଚାଲିଛି। ସେମିତି ଦୁଃଖ ପରେ ସୁଖ ପୁଣି ସୁଖ ପରେ ଦୁଃଖ ଆସୁଛି। ତେଣୁ ସୁଖରେ ଅତ୍ୟଧିକ ଖୁସି ହେବା ଉଚିତ୍ ନୁହେଁ, କେତେବେଳେ ଦୁଃଖ ଆସିପାରେ। ସେମିତି ଦୁଃଖରେ ଭାଙ୍ଗି ପଡ଼ିବା ଉଚିତ୍ ନୁହେଁ,କାରଣ କେଉଁ ମୂହୁର୍ତ୍ତ ରେ ପୁଣି ଖୁସି ଫେରିବ।

My dear friends time flies. We can not keep it. But we can use it. Two news for us. One is bad news and that is time flies speedy. But the good news is we are the pilots. Isn’t it. ତେଣୁ ଆମେ ଦୁଃଖରେ ଥିଲେ ବି ଧୈର୍ଯ୍ୟର ସହିତ ସୁଖର ଦିନକୁ ଅପେକ୍ଷା କରିବାକୁ ହେବ। ସୁଖରେ ଥିଲେ ସଦାସର୍ବଦା ସତର୍କ ରହିବାକୁ ହେବ।

ଛୋଟ କାହାଣୀ ଟିଏ। ସ୍ୱାମୀ ସ୍ତ୍ରୀ ଦୁଇଜଣ ସମୁଦ୍ରକୁ ମାଛ ଧରିବା ପାଇଁ ସବୁଦିନ ଭଳି ଯାଇଥାନ୍ତି। ସନ୍ଧ୍ୟା ହୋଇ ଆସୁଥିଲା। ଏତିକି ବେଳକୁ ଆକାଶରେ କଳା ହାଣ୍ଡିଆ ମେଘ ଘୋଟି ଆସିଲା। ପାଖ ଆଖରେ ଆଉ କେହି ନଥାନ୍ତି। ସେମାନେ ତାଙ୍କ ଡଙ୍ଗାର ପାଲକୁ ଜୋରରେ ବାନ୍ଧି ଦେଲେ କାଳେ ପବନ ଆସିଯିବ। ସତକୁ ସତ ଖୁବ୍ ଜୋରରେ ପବନ ସୁ ସୁ କରି ମାଡ଼ି ଆସିଲା। ସବୁଆଡେ ଖାଲି ଅନ୍ଧାର। କିଛି ଦିଶୁ ନଥାଏ। ପବନ ଡଙ୍ଗାକୁ କେତେ ଦୂରକୁ ନେଇଗଲା ସେମାନେ ଜାଣି ନଥିଲେ। ଡଙ୍ଗା ନିୟନ୍ତ୍ରଣ ବାହାରକୁ ଚାଲି ଯାଇଥିବାରୁ କେବଳ ଈଶ୍ବରଙ୍କୁ ଭରସା ଛଡ଼ା ଆଉ ତାଙ୍କ ପାଖରେ କିଛି ବି ନଥିଲା। ସେଇ ଅନ୍ଧାର ଭିତରେ ତାଙ୍କୁ ଲାଗିଲା ଡଙ୍ଗାଟି ଗୋଟିଏ ସ୍ଥଳ ଭାଗରେ ଜୋରରେ ମାଡ ହେଲା। ଏତିକି ବେଳକୁ ସତକୁ ସତ ଡଙ୍ଗା ଭାଙ୍ଗି ଖଣ୍ଡ ଖଣ୍ଡ ହୋଇଗଲା। ସେମାନେ ଦେଖନ୍ତି ସେଇ ରାତିର ଅନ୍ଧକାର ଭିତରେ ସେମାନେ କୋୖଣସି ଏକ ଅଜଣା ଦ୍ୱୀପରେ ପହଞ୍ଚି ଯାଇଥାଆନ୍ତି। ଈଶ୍ବରଙ୍କୁ ଅନେକ ଅନେକ ଧନ୍ୟବାଦ ଜ୍ଞାପନ କଲେ, ଯାହା ହେଉ ଜୀବନ ରକ୍ଷା ହୋଇଗଲା। ଆଶା ଓ ଆଶଙ୍କାରେ ରାତିଟା କେତେବେଳେ ପାହି ଯାଇଛି ସେମାନେ ଜାଣି ପାରି ନଥାନ୍ତି। ସକାଳର ସଜ କିରଣ ଯେତେବେଳେ ତାଙ୍କ ଦେହରେ ପଡ଼ିଲା , ସେମାନେ ଉଠି ବସିଲେ। ପେଟରେ ଭୀଷଣ ଭୋକ । ପିଇବାକୁ ପାଣି ନାହିଁ। ସେମାନେ ଏକ ଟାପୁରେ ଲାଗିଛନ୍ତି। ଡଙ୍ଗା ଭାଙ୍ଗି ଚୁର୍ ମାର୍ । ଟାପୁଟି ଜଙ୍ଗଲରେ ଭର୍ତ୍ତି। ଯୁଆଡ଼େ ଚାହିଁଲେ କେବଳ ସମୁଦ୍ର ଆଉ ସମୁଦ୍ର।

କ’ଣ କରିବେ । କାହାକୁ ଡାକିବେ । କିଏ ସାହା ହେବ ।ସମୟ ଗଡି ଚାଲିଲା। ସ୍ତୀ ଜଣକ ବାରମ୍ବାର ଅଚେତ ହୋଇ ଯାଉ ଥାଆନ୍ତି। କିନ୍ତୁ ସ୍ୱାମୀ ଜଣକ ସାହସ ହରାଇ ନଥିଲେ। ଦେଖିବାକୁ ପାଇଲେ ବହୁତ ବହୁତ ଦୂରରେ Coastal force  ବୋଧହୁଏ ନିଖୋଜ ଲୋକଙ୍କୁ ଖୋଜୁଛନ୍ତି। ହେଲେ ସେମାନେ ଜାଣିବେ କେମିତି  ଯେ ଏମାନେ ଏଇ ଟାପୁରେ ଜୀବନ ମରଣ ସହିତ ସଂଘର୍ଷ  କରୁଛନ୍ତି। ହଠାତ୍ ତାଙ୍କ ମୁଣ୍ଡକୁ ବୁଦ୍ଧି ପଶିଲା। ସେ କିଛି ସୁଖିଲା ପତ୍ର ଏକାଠି କଲେ ।ଆଉ କିଛି ଜାଳେଣି ଯୋଗାଡ କଲେ । ସମୁଦ୍ର କୂଳରୁ ଦୁଇଟି ପଥର ପାଇଲେ। ପଥର ରେ ପଥର ଘସି ସେ ନିଆଁ ଲଗାଇବାକୁ ସକ୍ଷମ ହେଲେ । ପତ୍ର ଓ ଜାଳେଣି ଖୁବ୍ ଜୋରରେ ଜଳିବାରୁ ନିଆଁ ଓ ଧୂଆଁ ଦେଖି କୋଷ୍ଟାଲ୍ ଫୋର୍ସ ସେମାନଙ୍କ ପାଖକୁ ଆସିଲେ ଓ ସେମାନଙ୍କୁ ସେଠାରୁ ଉଦ୍ଧାର କଲେ ।

‌‌    So my dear friends time is always changing. Nothing is permanent here..So wait and watch. Don’t be disseminated. Don’t worry be happy.

ମନ କଥା (୨୭)

——————

ଆଜିର ମନ କଥାଟି ମୁଁ ଗତକାଲି ଲେଖିବି ବୋଲି ଭାବୁଥିଲି । ହେଲେ ସମ୍ଭବ ହେଲା ନାହିଁ ମୋର ଅସୁସ୍ଥତା କାରଣରୁ। ଆଜି ସାମାନ୍ୟ ସୁସ୍ଥ ଅନୁଭବ କରୁଥିବାରୁ ଲେଖୁଛି। ଏପର୍ଯ୍ୟନ୍ତ ଯାହା ମୁଁ ଜାଣି ନଥିଲି,ହୁଏତ ଆପଣମାନେ ଜାଣିଥିବେ , ସେଇ କଥା ମୋ ଭାବନାରେ ଲେଖିବାକୁ ଚେଷ୍ଟା କରୁଛି।

‌   ‌  ସମୟ କୁ କେହି ବଦଳି ପାରିନାହିଁ। ପ୍ରକୃତିକୁ କେହି ବଦଳି ପାରିନାହିଁ। ପ୍ରକୃତିରେ ଏମିତି କିଛି କଥା ହେଉଛି ‌ମଣିଷ , ବିଜ୍ଞାନ ମଧ୍ୟ ତା ପାଖରେ ହାର ମାନି ଯାଉଛନ୍ତି। ତା’ର ଉଦାହରଣ ଖୋଜିଲେ ଅନେକ ମିଳିବ । ତେବେ ସେମିତି ପ୍ରକୃତିର ଏକ ଅବିଶ୍ୱସନୀୟ ଚମତ୍କାର ବିଷୟରେ ମୁଁ କିଛି କାରଣରୁ ଗୁଗୁଲ୍ ଦେଖୁ ଦେଖୁ ଜାଣି ପାରିଲି। ଜାଣିଲା ପରେ ସତରେ ମୁଁ ବିଶ୍ୱାସ କରି ପାରିଲି ନାହିଁ। ଏହା କେମିତି ସମ୍ଭବ ହେଉଛି।

ହାତୀ ଓ କଇଥ ଫଳ କଥା ବିଷୟରେ ଆପଣଙ୍କୁ ଜଣାଇବାକୁ ଚାହେଁ। ହାତୀ ଜଙ୍ଗଲରେ ଖାଦ୍ୟ ଖାଇଲା ବେଳେ କଇଥ ଫଳକୁ ଗୋଟା ଗିଳି ଦିଏ । ଚମତ୍କାର କଥା ହେଲା ହାତୀର ଝାଡାରେ ସେଇ ଫଳଟି ସେମିତି ଗୋଟା ମଧ୍ୟ ବାହାରି ଆସେ। କିନ୍ତୁ ସେହି ଫଳଟିକୁ ଭାଙ୍ଗି ଦେଲେ ତା ଭିତରେ କିଛି ନଥାଏ। ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁନି । ଫଳରେ କେଉଁଠି ଦାଗ ନାହିଁ, କେଉଁଠି ଫଟା ନାହିଁ,ଅଥଚ କଇଥ ଫଳ ଭିତର ଅଂଶ ସମ୍ପୂର୍ଣ୍ଣ ଉଭାନ।ଏହା ସତ ହାତୀର ପାକସ୍ଥଳୀ ଗଠନ ସେମିତି ଯାହା ଫଳରେ ହାତୀ କଇଥ ଫଳକୁ ଗୋଟା ଖାଇଲେ ମଧ୍ୟ ତା’ର ପାକସ୍ଥଳୀ ଗଠନ ପ୍ରଣାଳୀ

କଇଥ ଭିତରୁ ସବୁ ଶୋଷଣ କରି ନିଏ ।

ଏଇ କଥାକୁ ଯଦି ଆମେ ଆମର ବାସ୍ତବ ଜୀବନ ସହିତ ତୁଳନା କରିବା ଯେଉଁ ମାନଙ୍କର ଅର୍ଥ ଧନସମ୍ପତ୍ତି ଉପରେ ଅହଙ୍କାର ରହିଛି ,ସେଇ ମାନଙ୍କ ପାଇଁ କଥାଟି ଉଦ୍ଦିଷ୍ଟ। କଥାରେ ଅଛି ଜୀବନ ସାରା ଯାହା ସଞ୍ଚୟ କରିଥିବ ଦେହର ଗୋଟାଏ ବଥ କୁ ବି ନିଅଣ୍ଟ। ଗୋଟିଏ ସାମାନ୍ୟ ବଥ ର ଚିକିତ୍ସା କରୁକରୁ ଜୀବନର ସବୁ ସଞ୍ଚୟ ସରିଯିବ। ଯଦି କେହି ସାତଟି ତାଲା ପକାଇ ନିଜର ସୁନା ରୂପା ଯେତେ ଅଳଙ୍କାର ରଖି ଥାଆନ୍ତୁ ନା କାହିଁକି ଯଦି ଉପରବାଲା ଚାହିଁବେ ଗୋଟିଏ ମିନିଟରେ ମ୍ୟାଜିକ ଭଳି ସବୁ ଉଭାନ ହୋଇଯିବ। ଯଦି ସିଏ ଅକ୍ଷତ ଅବସ୍ଥାରେ କଇଥ ଫଳ ଭିତରୁ ସବୁ ଗାଏବ କରି ଦେଉଛନ୍ତି,ଆମ ଧନ ସମ୍ପତ୍ତିକୁ ସେ ଚୁଟକିରେ ଏମିତି ଯୋଜନା କରିବେ ଯେ ସବୁ ଶେଷ ହୋଇଯିବ ।

ତେଣୁ ଆମେ ଯେଉଁ ମାନେ ଧନ ସମ୍ପତ୍ତି କୁ ନେଇ ଅହଙ୍କାର କରୁଛନ୍ତି , ସେମାନେ ଥରୁଟେ ହାତୀ ଓ କଇଥ ଫଳ କଥା ନିଶ୍ଚୟ ଭାବିବେ।

‌        * ଜୟ ଜଗନ୍ନାଥ *

ରମାନାଥ କର

ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର

ବାଲିଆପାଳ, ବାଲେଶ୍ଵର

ମନ କଥା (୨୮)

——————

ସର୍ବ ପ୍ରଥମେ ଆପଣଙ୍କୁ ପବିତ୍ର ଗଣେଶ ଚତୁର୍ଥୀ ଅବସରରେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି। ପ୍ରଭୁ ବିଘ୍ନ ବିନାଶକ ଗୈାରୀ ନନ୍ଦନ ଶ୍ରୀ ବିନାୟକ ଙ୍କ ଚରଣରେ ଏତିକି ପ୍ରାର୍ଥନା ପୃଥିବୀକୁ କରୋନା ମୁକ୍ତ କରି ଆପଣଙ୍କୁ ସୁଖ ଶାନ୍ତି ଯଶ ବୈଭବ ପ୍ରଦାନ କରନ୍ତୁ।

ପ୍ରାୟ ଅଠର ଦିନ ପରେ ମୁଁ ମନ କଥା ଲେଖୁଛି। ହଁ ଆଜ୍ଞା, ବେଳେବେଳେ ଏମିତି ହୁଏ। ଆମ ଗାଉଁଲି କଥାଟେ ଅଛି କି କହି ଦେଉଥାଏ ପରକୁ , ବୁଦ୍ଧି ନଥାଏ ଘରକୁ । I am so sorry my dear friends. I would like to thank my friends asking me over phone why I  am not writing MANA KATHA and what is the reason behind.

ବନ୍ଧୁଗଣ ଯଦି ଆମେ କିଛି କରିବାକୁ ନିଷ୍ପତ୍ତି ନେଇ ସାରିଛୁ , କାର୍ଯ୍ୟ ଶେଷ ନହେବା ପର୍ଯ୍ୟନ୍ତ ଆମେ ବିଶ୍ରାମ ନେବା ଉଚିତ ନୁହେଁ। Once we start something , don’t Stop before completion. We should not allow the excuses . ” I have no time,it is too hard to do , what is the benifit etc etc …. ” negetive thoughts take us away from completing the work.

ଆସନ୍ତୁ କାହାଣୀ ଟିଏ ଶୁଣିବା। ମୁଁ କିଛି ନୂଆ କଥା କହୁନାହିଁ। ବରଂ ଆପଣ ଏହି କାହାଣୀକୁ ନିଶ୍ଚୟ ପୂର୍ବରୁ ଶୁଣି ସାରିଥିବେ । ମହର୍ଷି ବେଦବ୍ୟାସ।ସତ୍ୟବତୀ ପରାଶର ନନ୍ଦନ । He is biological father of King  Kuru and Pandav . Once he requested Sri Genesh to write MAHABHArATA the great epic containing 100000 verses. ଶ୍ରୀ ଗଣେଶଙ୍କୁ ଛାଡ଼ି ଦେଲେ ଏତେ ସଂଖ୍ୟାରେ ଶ୍ଳୋକ କେହି ଲେଖି ପାରିବେ ନାହିଁ। ବାସ୍ତବ କଥା ହେଉଛି ମହର୍ଷି ବେଦବ୍ୟାସ ଶ୍ଳୋକ ଗୁଡ଼ିକ non stop କହିବେ ଏବଂ ଶ୍ରୀ ଗଣେଶ ମଧ୍ୟ without pause ଲେଖିବେ । Finally Sri Genesh accepted Vedavyasa’s request and gave his consent to write down the verses.ଏମିତି ହୋଇଥିଲା, ଶ୍ରୀଗଣେଶ ମହାଭାରତର ଶ୍ଳୋକ ଲେଖିବା ଆରମ୍ଭ କଲେ । ମହର୍ଷି ବେଦବ୍ୟାସ ବିନା ବିରତି ରେ ଶ୍ଳୋକ ଉଚ୍ଚାରଣ ତଥା ବର୍ଣ୍ଣନା କରୁ ଥାଆନ୍ତି ଓ ବିନାୟକ ଲେଖୁ ଥାଆନ୍ତି। ଏହି ସମୟରେ ଶ୍ରୀ ଗଣେଶଙ୍କ ଲେଖନୀ ଭାଙ୍ଗି ଗଲା। କ’ଣ କରିବେ। ବେଦବ୍ୟାସ ଙ୍କୁ କଥା ଦେଇ ସାରିଛନ୍ତି। ତୁରନ୍ତ ସେ ତାଙ୍କର ମୂଖରୁ ଗୋଟିଏ ଦାନ୍ତ ଭାଙ୍ଗି , ତାକୁ ଲେଖନୀ ଭାବରେ ବ୍ୟବହାର କରି ମହାଭାରତ ଗ୍ରନ୍ଥ ସମ୍ପୂର୍ଣ୍ଣ କଲେ। ସେହି ଦିନ ଠାରୁ ସେ ଏକଦନ୍ତ ଭାବେ ସଂସାରରେ ପୂଜା ପାଇଲେ।

ଏଥିରୁ ଗୋଟିଏ ଶିକ୍ଷା ମିଳେ  if we are committed to do something ତାକୁ ନିଶ୍ଚୟ ଶେଷ କରିବା ଉଚିତ୍।

Don’t stop until you complete.

THANK YOU

**JAY JAGANNATH **

Ramanath Kar

Baliapal CHC, Balasore

ମନ କଥା (୨୯)

—————–

ଟିକିଏ ପୂର୍ବରୁ ମୋର ଜଣେ ବନ୍ଧୁ ମୋତେ ଫୋନ୍ କଲେ କି ତାଙ୍କର ଆମ ଅଫିସରେ କିଛି କାମ ଅଛି। ତାଙ୍କ କାର୍ଯ୍ୟଟି ଯେଉଁ କର୍ମଚାରୀ ବନ୍ଧୁଙ୍କ ଦ୍ଵାରା ହେବ , ତାଙ୍କୁ ଦେଖା କରିବା ପାଇଁ ମୁଁ ପରାମର୍ଶ ଦେଲି । ଅବଶ୍ୟ କାର୍ଯ୍ୟଟି ଟେଲିଫୋନ ରେ ଯୋଗାଯୋଗ କଲେ ମଧ୍ୟ ହୋଇ ପାରନ୍ତା । ମାତ୍ର କଥାଟି ହେଲା ସମସ୍ତେ ସମାନ ନୁହଁନ୍ତି।

ଆଜିର ଦିନରେ ଆମେ ସମସ୍ତେ ଅହଙ୍କାର ରେ ସଂକ୍ରମିତ। There is no doubt. We are all infected with ego. What we say is true. What we do is right. What we believe is correct. All these characters stem from ego. ତେଣୁ ଯେତେବେଳେ ଆମେ ଅହଙ୍କାର ରେ ସଂକ୍ରମିତ ହୋଇଯାଉ ସେତେବେଳେ ଆମର ବିଚାରଧାରା ବଦଳି ଯାଏ। ଏହା ମଧ୍ୟ ସତ୍ୟ ଅଟେ, ଯିଏ ପ୍ରକୃତରେ ଜ୍ଞାନୀ ,ସେ କେବେ ଅହଙ୍କାର ଶୀକାର ହୁଅନ୍ତି ନାହିଁ।ଆମ ସମାଜରେ ଏମିତି ଅନେକ ଉଦାହରଣ ଅଛନ୍ତି । ତେବେ ତା ଠାରୁ ଅଧିକ ଉଦାହରଣ ଅଛନ୍ତି , ଯେଉଁ ମାନେ ଜ୍ଞାନକୁ ନେଇ ଅହଙ୍କାର କରନ୍ତି। ସେମାନେ ପ୍ରକୃତ ଜ୍ଞାନୀ ନୁହଁନ୍ତି। ଆମେରିକାର ପୂର୍ବତନ ରାଷ୍ଟ୍ରପତି ଆଵ୍ରାହମ ଲିଙ୍କନ ଗୋଟିଏ ସୁନ୍ଦର କଥା କହିଥିଲେ ଯଦି ଆମେ କାହା ଆଗରେ କିଛି କଥା ରଖୁଛୁ , ଆମେ ଏକଥା ଭାବିବା ଉଚିତ ନୁହେଁ ,ଯେ ସାମନାରେ ଥିବା ଲୋକ କିଛି ଜାଣନ୍ତି ନାହିଁ। ତେଣୁ ଯିଏ ପ୍ରକୃତରେ ଜ୍ଞାନୀ ସେ ସଦାସର୍ବଦା ନମ୍ର ତଥା ବିନୟୀ ହୁଅନ୍ତି। ଯେମିତି ଫଳରେ ଭରପୂର ଏକ ବୃକ୍ଷ ତଳକୁ ନଇଁ ପଡେ , ସେମିତି ଜଣେ ଜ୍ଞାନୀ ମଣିଷ ସମସ୍ତଙ୍କ ନିକଟରେ ନମ୍ରତା ପ୍ରଦର୍ଶନ କରି ଥାଆନ୍ତି।

ନମନ୍ତି ଫଳିନା ବୃକ୍ଷା ନମନ୍ତି ଗୁଣୀନୋ ଜନା , ଶୁଷ୍କ କାଷ୍ଠଶ୍ଚ ମୂର୍ଖଶ୍ଚ ନ ନମନ୍ତି କଦାଚନ

Yes my dear friends.Noble and virtuous persons are always humble and are committed to help others and compares them a tree bowing down with the weight of its fruits. In contrast the dull and foolish persons are always rigid and un adjusting like dried wood.

ଆସନ୍ତୁ ଛୋଟ କାହାଣୀ ଟିଏ ଶୁଣିବା। ଏକଦା କୁବେର ଧନର ଦେବତା କୈଳାସ ଆସିଲେ ଏବଂ ମହାଦେବ ଓ ପାର୍ବତୀଙ୍କ ସହିତ ସପରିବାର ତାଙ୍କ ଭବନକୁ ମଧ୍ୟାହ୍ନ ଭୋଜନ ନିମନ୍ତେ ନିମନ୍ତ୍ରଣ କଲେ । ମହାଦେବ ବୁଝି ପାରିଥିଲେ କି କୁବେରଙ୍କ ନିମନ୍ତ୍ରଣ ପଛରେ ତାଙ୍କର ଭବନ ଧନ ସମ୍ପତ୍ତି କୁ ଦେଖେଇ ହେବାକୁ ଚାହୁଁଛନ୍ତି। ସେ କାର୍ଯ୍ୟର ବାହାନା କଲେ ଏବଂ ଶ୍ରୀ ଗଣେଶଙ୍କୁ କୁବେର ପୁରୀ ଯାଇ କୁବେରଙ୍କ ଆତିଥ୍ୟତା ସ୍ୱୀକାର କରିବା ପାଇଁ କହିଲେ।

ଆପଣ ମାନେ ତ ଜାଣିଛନ୍ତି ଯେ ଗଣେଶ କେତେ ଖାଆନ୍ତି।ଏ ବାବଦରେ କୁବେର କିନ୍ତୁ ଜାଣି ନଥିଲେ। କାରଣ ତାଙ୍କ ଯୋଜନା ଅଲଗା ଥିଲା। ସେ ଶ୍ରୀ ଗଣେଶଙ୍କ ବିଷୟରେ କିଛି ଯୋଜନା କରି ନଥିଲେ । My dear friends we should not forget it. When we are doing something we must have a plan. We do accordingly with the plan.If we fail to plan then we are planning to fail.

ଶ୍ରୀ ଗଣେଶ କୁବେର ପୁରୀରେ ଯାହା ଯାହା ପ୍ରସ୍ତୁତ କରା ଯାଇଥିଲା ସବୁ ଖାଇଗଲେ ହେଲେ ତାଙ୍କର ଭୋକ ମଲା ନାହିଁ। ରୋଷେୟା ରୋଷେଇ କରି ହାଲିଆ ହୋଇଗଲେ । କ’ଣ କରିବେ କୁବେର , ତାଙ୍କୁ କିଛି ବୁଦ୍ଧି ବାଟ ଦେଖା ଗଲା ନାହିଁ। ଏପରିକି ଶ୍ରୀ ଗଣେଶ କୁବେର ଙ୍କୁ ମଧ୍ୟ ଗିଳି ଦେବାକୁ ଧମକ ଦେଲେ । ଯଦି ଖାଇବାକୁ ଦେବାକୁ ସକ୍ଷମ ନୁହଁ , ତାହେଲେ ଅତିଥିଙ୍କୁ ଅପମାନ କରିବା ତାଙ୍କର ଅଧିକାର ନାହିଁ ବୋଲି କ୍ରୋଧିତ ହୋଇ କହିଲେ। କୁବେର ଶେଷରେ ମହାଦେବଙ୍କ ଶରଣାପନ୍ନ ହେଲେ। ନିଜର ସମସ୍ତ ଭୁଲ୍ ମାନିଲେ । ଆଉ କେବେ ଧନ ପାଇଁ ଅହଙ୍କାର କରିବେ ନାହିଁ ବୋଲି ହାତ ଯୋଡ଼ି କ୍ଷମା ପ୍ରାର୍ଥନା କଲେ। ଏହାପରେ ମାଆ ପାର୍ବତୀଙ୍କ ପ୍ରସ୍ତୁତ ଅନ୍ନ ଆଣି ସେ ଗଣେଶଙ୍କୁ ଦେଲେ ଏବଂ ଶ୍ରୀ ଗଣେଶଙ୍କ ଭୋକ ମେଣ୍ଟିଲା।

ଆପଣଙ୍କୁ ପୁଣି ଥରେ ଗଣେଶ ଚତୁର୍ଥୀ ଅବସରରେ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି।

ଶୁଭ ରାତ୍ରୀ।

ଧନ୍ୟବାଦ।

* ଜୟ ଜଗନ୍ନାଥ *

ରମାନାଥ କର

ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର

ବାଲେଶ୍ଵର

ମନ କଥା (୩୦)

—————–

ଥରେ ମୁଁ ବାଲେଶ୍ଵରରୁ ଫେରୁଥାଏ। ସେଦିନ ପଞ୍ଚାୟତ ନିର୍ବାଚନ ଥାଏ ।ଭୋଟ ଗଣତି ଶେଷ ହୋଇଗଲା ବୋଧହୁଏ। ବିଜୟୀ ପ୍ରାର୍ଥୀଙ୍କ ପାଇଁ ଏକ ବିରାଟ ଶୋଭାଯାତ୍ରା ଆଗରେ ଚାଲିଥାଏ। ଯେହେତୁ ସନ୍ଧ୍ୟା ହୋଇ ଯାଇଥିଲା ବିଭିନ୍ନ ଆଲୁଅରେ ସଜେଇ ହୋଇ ପ୍ରଚଣ୍ଡ ମାଇକ ଗର୍ଜନ ଭିତରେ ଶୋଭାଯାତ୍ରା ଆଗକୁ ଚାଲିଥାଏ । ପାର୍ଟି ପିଆ ମଣିଷ ମାନଙ୍କର ହୋସ୍ ନଥିଲା ପରି ଲାଗୁଥିଲା। Winning atmosphere.କଣ କରିବା।ଇଏ ପୁଣି ନିର୍ବାଚନରେ ଜିତିବା ମାହୋଲ । ସାଉଣ୍ଡ ରେ ମୋ ଛାତି ଭିତରଟା କ’ଣ ହୋଇ ଯାଉଥିଲା ମୁଁ କହି ପାରିବି ନାହିଁ । ପାଖାପାଖି ଏକ ସମୟରେ15/16 sound box ,20/22 funnel ରୁ ସାଉଣ୍ଡ ଆସୁଥିଲା।ମୋ  ଭଳି ପଛରେ କେତେ ଲୋକ ବାଇକରେ ଅଛନ୍ତି। ଆମକୁ କିଏ ପଚାରୁଛି।ଯା ହେଉ ଦୁଇ ଜଣ ଭାଇ ଶେଷରେ ଆମକୁ ସହଯୋଗ କଲେ ଓ ଆମେ ଆଗକୁ ଗଲୁ । ମହାପ୍ରଭୁଙ୍କ ଦୟାରୁ ସେଦିନ ପ୍ରାଣ ଯାଉଯାଉ ଅଟକି ଗଲା।

ବାଟରେ ଆସୁ ଆସୁ ମୋର କାହାଣୀ ଟିଏ ମନେ ପଡ଼ିଲା ମହାଭାରତର କାହାଣୀ। That was 13th day of Mahabharata battle. Pandav’s dynamic young warrior son of Arjuna the great Abhimanyu was killed in chakrabyuha created by Guru Dronacharya. ଦ୍ରୋଣଙ୍କର ଚକ୍ରବ୍ୟୁହ ରେ ଅଭିମନ୍ୟୁ ପଶିଗଲାପରେ ଆଉ ବାହାରି ପାରି ନଥିଲା।He knew to enter but didn’t know how to exit.ଭୀମ ଏବଂ ଯୁଧିଷ୍ଠିର ଅଭିମନ୍ୟୁ ଙ୍କୁ ସାହାଯ୍ୟ କରିବା ପାଇଁ ଯିବା ବେଳେ Jayadratha who married Dushala only sister of 100 Kaurab brothers was able to make gap between Abhimanyu and two great Pandav Bhima and Yudhishthir. ପ୍ରକୃତରେ ଜୟଦ୍ରଥ ଶିବଙ୍କ ଠାରୁ ବର ପ୍ରାପ୍ତି ହୋଇଥିଲା କି ଦିନେ ସିଏ ପାଣ୍ଡବମାନଙ୍କୁ ଅଟକାଇବାକୁ ସକ୍ଷମ ହେବ ।ଜୟଦ୍ରଥ ଯଦିଓ ଅଭିମନ୍ୟୁ ଙ୍କୁ ବଧ କରି ନଥିଲା କିନ୍ତୁ ସେଦିନ ସେ ମୁଖ୍ୟ ଥିଲା।ସେ ଯଦି ଭୀମ ଓ ଯୁଧିଷ୍ଠିରଙ୍କୁ ଅଟକି ପାରି ନଥାନ୍ତା , ତାହେଲେ ଅଭିମନ୍ୟୁ ଙ୍କୁ ସେମାନେ ଚକ୍ରବ୍ୟୁହ ରୁ ଉଦ୍ଧାର କରି ପାରି ଥାଆନ୍ତେ।

Arjuna promised to kill Jayadratha before sunset next day. If he failed to do so  ତାହେଲେ ସେ ଆତ୍ମହତ୍ୟା କରିବେ ।ଜୟଦ୍ରଥ ଏମିତି ସ୍ଥାନରେ ଲୁଚିଲା ଯେ ବ୍ରହ୍ମା ମଧ୍ୟ ଜାଣି ପାରିବେ ନାହିଁ। ପର ଦିନ ସନ୍ଧ୍ୟା ହୋଇ ଆସୁଥିଲା। ପାଣ୍ତବ ଶିବିରରେ କ୍ରନ୍ଦନ ଶୁଭୁଥିଲା।

କୈ।ରବ ଶିବିରରେ ଆନନ୍ଦ। ପାଣ୍ତବ ମାନେ ଭଗବାନ ଶ୍ରୀକୃଷ୍ଣଙ୍କୁ ଏଭଳି ବିପତ୍ତିରୁ ରକ୍ଷାପାଇବା ପାଇଁ ପ୍ରାର୍ଥନା କଲେ। କୃଷ୍ଣ ସେମାନଙ୍କୁ ଧୈର୍ଯ୍ୟ ହରାଇବା ପାଇଁ ମନା କଲେ। ପାଣ୍ତବ ମାନେ କହିଲେ ” ପ୍ରଭୁ , କିଏ ଏଇ ମୂହୁର୍ତ୍ତରେ ଜୟଦ୍ରଥକୁ ଆଣି ଅର୍ଜୁନ ଆଗରେ ଛିଡା କରାଇବ ” । Shree Krishna replied the winning atmosphere. I have to create winning atmosphere in Kaurab side . ସଙ୍ଗେସଙ୍ଗେ ଭଗବାନ ଶ୍ରୀକୃଷ୍ଣଙ୍କ ଆଦେଶରେ ସୁଦର୍ଶନ ଚକ୍ର ସୂର୍ଯ୍ୟ ଦେବତାଙ୍କୁ ଏମିତି ଘୋଡାଇ ଦେଲେ ଯେ ସମସ୍ତେ ଭାବିଲେ ସନ୍ଧ୍ୟା ହୋଇଗଲା। ସମସ୍ତ କୈ।ରବ ଆନନ୍ଦରେ ମଦମତ୍ତ କି ଅର୍ଜୁନ ଆତ୍ମହତ୍ୟା କରିବେ।ଜୟଦ୍ରଥ ଏହା ଜାଣି ପାରି ଖୁସିରେ ପାଗଳ ହୋଇ ଅର୍ଜୁନଙ୍କ ଆଗରେ ଆସି ଛିଡା ହେଲା ଓ ନାନା ପ୍ରକାରେ ଥଟ୍ଟା ପରିହାସ କଲା। ଠିକ୍ ଏହି ସମୟରେ ପୁଣି ଭଗବାନ ଶ୍ରୀକୃଷ୍ଣଙ୍କ ଆଦେଶରେ ସୁଦର୍ଶନ ଚକ୍ର ସୂର୍ଯ୍ୟ ଦେବତାଙ୍କ ରାସ୍ତାରୁ ହଟି ଗଲେ । ସବୁଆଡେ ଅନ୍ଧାର ପରିବର୍ତ୍ତେ ଆଲୁଅ। ସନ୍ଧ୍ୟା ହେବାକୁ ଆହୁରି ଅନେକ ବାକି। ଅର୍ଜୁନ ତାଙ୍କ ଧନୁ ଉଠାଇଲେ ଓ ଜୟଦ୍ରଥ କୁ ବଧ କଲେ।

କାହାଣୀଟି କହିବାର ତାତ୍ପର୍ଯ୍ୟ ହେଉଛି ଅତି ରୁ ଇତି ହୋଇଥାଏ। ଜିତିବାର ମାହୋଲ ବେଳେବେଳେ ଫିକା ପଡ଼ିଯାଏ । Sometimes winning atmosphere loses its shinning. ପଛରେ ଶୁଣିଲି ଶେଷ ରାଉଣ୍ଡ ଗଣତି ପରେ ସେହି ପ୍ରାର୍ଥୀ ଜଣକ ହାରି ଯାଇଥିଲେ ଯେପରି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଜିତୁ ଜିତୁ Nandigram ହାରି ଗଲେ।

ThANK YOU

* JAY JAGANNATH *

Ramanath Kar

Baliapal CHC, Balasore

ମନ କଥା (୩୧)

—————–

ସାହାଯ୍ୟ କଥା କହିଲେ ଆଜିକାଲି ସମସ୍ତେ ମୁହଁ ମୋଡ଼ି ଦେଉଛନ୍ତି। ଯେମିତି ସାହାଯ୍ୟର ପରିଭାଷା ବଦଳି ଯାଇଛି। ଋଷି ମୁନି ଯୁଗରୁ ସାହାଯ୍ୟକୁ ସେବା ଭାବରେ ବିବେଚନା କରା ଯାଉଥିଲା। Today people think it just baseless.Helping others has no value. ପ୍ରକୃତରେ ଆମେ ଏତେ ସ୍ୱାର୍ଥପର ଯେ ଆମେ ସାହାଯ୍ୟ ବଦଳରେ ସ୍ୱାର୍ଥକୁ ଗୁରୁତ୍ବ ଦେଉଛୁ । Infact helping others is the way we help ourselves. ଏଥିରେ ଜମାରୁ ଦ୍ୱିମତ ନାହିଁ ଆମେ ଯଦି କାହାକୁ ସାହାଯ୍ୟ କରିଛୁ , ପରିବର୍ତ୍ତେ ଆମେ ନିଜକୁ ହିଁ ସାହାଯ୍ୟ କରିଥାଉ । The purpose of human life is to serve, show compassion and to help others. ମାତ୍ର ଏବେ ତ ଆମେ ସେବା ଦୟା ସାହାଯ୍ୟ ଶବ୍ଦ ସବୁ ଭୁଲି ଗଲୁଣି।

ଛୋଟ କାହାଣୀ ଟିଏ। ଏହି କାହାଣୀ ଏକ ଗରିବ ମଣିଷର ଯିଏ ଜଣେ ଅତ୍ୟନ୍ତ ଧନଶାଳୀ ବ୍ୟକ୍ତିଙ୍କ ଘରେ ଛେଳି ପାଳକ ଭାବରେ କାମ କରେ । ପ୍ରତିଦିନ ଦୁଇ ଶହ ଛେଳିଙ୍କୁ ସକାଳୁ ଜଙ୍ଗଲକୁ ଚରାଇବା ପାଇଁ ନେଇଯାଏ ଓ ସନ୍ଧ୍ୟାରେ ଫେରେ। ମାସ ଶେଷରେ ମାଲିକ ଯାହା ଦିଅନ୍ତି , ଦୁଃଖେ‌ କଷ୍ଟେ ସେ ଚଳି ଯାଏ। ଘରେ ସେ ଏକୁଟିଆ। ଆଉ ଛେଳି ମାନେ ତାର ଦୁନିଆ। ସେ ସେମାନଙ୍କୁ ନିଜ ଠାରୁ ବେଶି ଭଲପାଏ। ଦିନରେ ସେମାନଙ୍କୁ ନିଜ ଖାଦ୍ୟରୁ ଖୁଆଏ ।ନିଦ ଲାଗିଲେ ସେଇ ମାନଙ୍କ ଗହଣରେ ଶୋଇ ଯାଏ । ଛେଳି ମାନଙ୍କ ମଧ୍ୟରେ ତା’ର ସବୁଠାରୁ ପ୍ରିୟ ଥିଲା ଘରମଣି । ଦେଖିବାକୁ ସୁନ୍ଦର। ଭାରି ଡଉଲ ଡାଉଲ । ଖୁବ୍ ଶାନ୍ତ ଶିଷ୍ଟ । ତାକୁ ଛାଡି ସେ କୁଆଡେ ଯାଏ ନାହିଁ।

ଦିନେ ଜଣେ ଲୋକ ସମସ୍ତ ଛେଳି କିଣିବା ପାଇଁ ଆସିଲେ। ସେ ତାଙ୍କ ପୁଅ ବାହାଘର ଭୋଜିରେ ସମସ୍ତଙ୍କୁ ପେଟପୂରା ଛେଳି ମାଂସ ଖାଇବାକୁ ଦେବେ , ସେଥିପାଇଁ ସେ ସବୁ ଛେଳି କିଣିବାକୁ ଚାହିଁଲେ। The goat owner took advance money and told that person to come tomorrow. He was very happy. At a time he is going to sell all’ his goats with a heavy price.

ଛେଳି ପାଳକ ରାତିରେ ଶୋଇ ପାରିଲା ନାହିଁ। ଛେଳି ମାନଙ୍କର ସୁନ୍ଦର କଅଁଳିଆ ମୁହଁ ଗୁଡ଼ିକ ତାକୁ ଦେଖାଗଲା। ସମସ୍ତେ ଯେମିତି ତା’କୁ ଆକୁଳ ନିବେଦନ କରୁଛନ୍ତି ମୃତ୍ୟୁ ମୁହଁରୁ ସେମାନଙ୍କୁ ରକ୍ଷା କରିବା ପାଇଁ। ଶେଷରେ ଛେଳି ପାଳକ ରାତିରେ ମାଲିକ ଶୋଇ ଯାଇଥିଲା ବେଳେ ଚୁପ୍ ଚାପ୍ ଛେଳି ଗୁହାଳ ଖୋଲି ଦେବାରୁ ସମସ୍ତ ଛେଳି ଜଙ୍ଗଲକୁ ଚାଲି ଗଲେ । ଘରମଣି କିନ୍ତୁ ‌ଜଙ୍ଗଲକୁ ନଯାଇ ତା ପାଖରେ ରହିଲା

ଘରମଣି ଜାଣିଥିଲା, ସକାଳ ହେଲେ ମାଲିକ ନିଶ୍ଚିତ ଭାବରେ ଛେଳି ପାଳକ ନାଆଁ ରେ କେସ କରିବ ଓ ତାକୁ‌ ଜେଲ୍ ହୋଇଯିବ । ତେଣୁ ସେ ରାତିରେ ପୁଣି ଚୁପ୍ ଚାପ୍ ଛେଳି ପାଳକ ଘରୁ ମାଲିକ ଘରକୁ ଚାଲି ଆସିଲା। ଏତିକି ବେଳକୁ ମାଲିକ ଘରୁ ବାହାରକୁ ବାହାରିଲେ। ରାଗରେ ଘରମଣି ମାଲିକ ପେଟରେ ନିଜର ଶକ୍ତ ଶିଙ୍ଗରେ ଏମିତି ଆକ୍ରମଣ କଲା ଯେ ମାଲିକର ସେଇ ସ୍ଥାନରେ ମୃତ୍ୟୁ ହୋଇଗଲା

ଘରମଣି ଜଙ୍ଗଲକୁ ଚାଲିଗଲା। ସକାଳ ହେଲା। ଯେଉଁ ଲୋକ ଛେଳି କିଣିବାକୁ ଆସିଥିଲେ ,ତା’ର ଅଭିଯୋଗ କ୍ରମେ ପୋଲିସ ଆସିଲା। ଛେଳି ମାନେ ମାଲିକକୁ ଆକ୍ରମଣ କରି ଜଙ୍ଗଲକୁ ଚାଲି ଯାଇଛନ୍ତି ବୋଲି ରିପୋର୍ଟ ହେଲା। ବିଚରା ଛେଳି କିଣିବାକୁ ଆସିଥିବା ବ୍ୟକ୍ତି ମନ ଦୁଃଖରେ ଫେରିଲେ।ତା ପରଦିନ ସନ୍ଧ୍ୟାରେ ସମସ୍ତ ଛେଳି ଆସି ସେହି ଛେଳି ପାଳକ ଘରେ ପହଞ୍ଚି ଗଲେ । ଛେଳି ପାଳକ ବହୁତ ଖୁସି ହେଲା। ସେହି ଦିନଠାରୁ ତା’ର ଭାଗ୍ୟ ବଦଳି ଗଲା।

‌  ‌  So my dear friends helping others is blessing indirectly.I think when we help others God helps us . Finally if we cannot help others atleast we will not hurt them.

THANK YOU

* Jay Jagannath *

Ramanath Kar

Baliapal CHC, Balasore

ମନ କଥା (୩୨)

——————

ଲଘୁଚାପ ପ୍ରଭାବରେ ଆଜି ସକାଳ ଠାରୁ ଯଦିଓ ବିଶେଷ ବର୍ଷା ହୋଇ ନାହିଁ, କିନ୍ତୁ ପାଗଟି ସମ୍ପୂର୍ଣ୍ଣ ମେଘୁଆ ରହିଛି। ଏଇଭଳି ପାଗ ଭିତରେ ମୁଁ ଗାଆଁରୁ ବାଲିଆପାଳ ଆସୁଥିଲି । ରାସ୍ତାର ଦୁଇ ପାଖରେ ସବୁଜ ଧାନ ବିଲ ।ଆଖି ପାଉ ନାହିଁଁ। ବର୍ଷା ପରେ ପରେ ଧାନ କ୍ଷେତର ଚେହେରା ବଦଳି ଯାଇଛି। ହାଲୁକା ଉତ୍ତରା ପବନରେ ଧାନ ଗଛ ଗୁଡ଼ିକ ଝୁଲୁ ଥିବାର ଦୃଶ୍ୟ ଭାରି ଆକର୍ଷଣୀୟ ଥିଲା। ମଝିରେ ମଝିରେ ବିଲ ହିଡରେ ଫୁଟିଥିବା କାଶତଣ୍ଡି ଫୁଲ ସୂଚନା ଦେଉଛି ପାର୍ବଣ ଆସୁଛି। କିଛି ସମୟ ପାଇଁ ମୁଁ ପ୍ରକୃତିର ଏଇ ମନୋରମ ଦୃଶ୍ୟରେ ହଜି ଯାଇଥିଲି। ସତରେ କେତେ ସୁନ୍ଦର ଏଇ ପ୍ରକୃତି।

ପ୍ରକୃତି କଥା ଭାବୁ ଭାବୁ ମୋର ପିଲାଦିନର କାହାଣୀ ଟିଏ ମନେ ପଡିଗଲା।  ମୋ ଜେଜେମା ପାଖରୁ କେତେଥର ଶୁଣିଛି।ନଈ କୂଳରେ ଗୋଟିଏ ବରକୋଳି ଗଛ।ନଈରେ ରହୁଥିଲା କୁମ୍ଭୀର। କୋଳି ଗଛରେ ରହୁଥିଲା ମାଙ୍କଡ । ଧୀରେ ଧୀରେ ମାଙ୍କଡ କୁମ୍ଭୀର ବନ୍ଧୁତା ହେଲା। ମାଙ୍କଡ ଗଛର ଡାଳ ହଲାଇ ଦେଲେ କୋଳି ନଈ ପାଣିରେ ପଡେ । କୁମ୍ଭୀର ତାକୁ ଖାଏ । ଭାରି ମିଠା କୋଳି। କୁମ୍ଭୀର ତ ସହଜରେ ହିଂସ୍ର ସରିସୃପ । ସେ ଭାବିଲା , ମାଙ୍କଡ଼ ସବୁଦିନ ଏଇ ମିଠା କୋଳି ଖାଉଛି, ତା କଲିଜା କେତେ ମିଠା ହୋଇ ନଥିବ।

ଆପଣଙ୍କୁ ଏ କାହାଣୀ ମନେ ପକାଇବାର ଉଦ୍ଦେଶ୍ୟ ଏଇଆ କି ଏତେ ସୁନ୍ଦର ପ୍ରକୃତିର ଯିଏ ସ୍ରଷ୍ଟା ସିଏ କେତେ ସୁନ୍ଦର ହୋଇ ନଥିବେ । ଯେମିତି ଆମେ ସାଧାରଣତଃ କହିଥାଉ କି ପୁଅ ଯଦି ଦେଖିବାକୁ ସୁନ୍ଦର, ତାହେଲେ ତା ବାପା ମଧ୍ୟ ସୁନ୍ଦର ହୋଇଥିବେ । ଯଦି ମାଆ ଦେଖିବାକୁ ସୁନ୍ଦର ସେମିତି ଝିଅ ମଧ୍ୟ ଦେଖିବାକୁ ସୁନ୍ଦର ହୋଇଥିବ।

ଏଇ ସଂସାରରେ ଅନେକ ଅଛନ୍ତି ଏଇ ସ୍ରଷ୍ଟା ଙ୍କୁ ବିଶ୍ୱାସ କରନ୍ତି ନାହିଁ। ସେମାନେ ଜଣେ ଜଣେ ତର୍କ ପ୍ରବଣ ମଣିଷ। They want proof. They don’t believe without proof. They believe in physics, chemistry, Biology. They don’t believe in prayer. They don’t believe in God , the actual creator of this universe.

ଥରେ ଜଣେ ଏମିତି ବନ୍ଧୁଙ୍କ ସହିତ ମୋର ଟ୍ରେନ୍ ରେ ଭେଟ ହେଲା। ସେ ଜଣେ ଜଣାଶୁଣା ଅଧ୍ୟାପକ। ବିଜ୍ଞାନରେ ବହୁତ ଜ୍ଞାନ। ସବୁ ଘଟଣାକୁ ସେ ବିଜ୍ଞାନ ସହିତ ଯୋଡି ପାରିବାର ଦକ୍ଷତା ରଖି ଥାଆନ୍ତି। ଆମେ ପାଖାପାଖି ବସି ଥାଉ । ସେଦିନ ମୁଁ ଭୁବନେଶ୍ବର ରୁ ଭଜନ ରେକଡିଙ୍ଗ କରି ଫେରୁଥାଏ । ଏମିତି କଥାବାର୍ତ୍ତା ଭିତରେ ସେ କହିଲେ କି ସେ ଠାକୁରଙ୍କୁ ବିଶ୍ୱାସ କରନ୍ତି ନାହିଁ।  What we see here that is study of science, application of science and magic of science. Without science life is impossible, life is a big zero. ସେ ତାଙ୍କର ତର୍କରେ ଆଉ ଟିକିଏ twist ଆଣିବାକୁ ଚେଷ୍ଟା କଲେ । He asked me whether I have seen God , whether I have touched him , can I prove the existence of God  etc etc. ମୁଁ ତାଙ୍କୁ କହିଲି ମୁଁ ଭଗବାନଙ୍କୁ ଦେଖିନାହିଁ, ଛୁଇଁ ନାହିଁ ସତ  କିନ୍ତୁ ତାଙ୍କୁ ଅନୁଭବ କରିଛି। He said one who has not seen,not touched ,so logically it is proved that there is no existence of God.

ଏବେ ବୋଧହୁଏ ମୋର ପାଳି ଆରମ୍ଭ ହେଲା। I just told him politely. Sir, you are genius. You have sufficient knowledge. I am an ordinary person. ମୁଁ ଜୋର ଦେଇ କହି ପାରେ ଆପଣଙ୍କର ବ୍ରେନ୍ ନାହିଁ। You have not brain . ଅଧ୍ୟାପକ ସାର୍ ଟିକିଏ ରାଗିଗଲେ । ମୁଁ ତାଙ୍କୁ ପଚାରିଲି ଆପଣ ଆପଣଙ୍କର ବ୍ରେନ୍ ଦେଖିଛନ୍ତି, ବ୍ରେନ୍ କୁ ଛୁଇଁଛନ୍ତି , । ସେ ଟିକେ ଶାନ୍ତ ପଡ଼ିଲେ। କହିଲେ ବ୍ରେନ୍ କୁ ଦେଖିନାହିଁ,କି ଛୁଇଁ ନାହିଁ। କିନ୍ତୁ ପ୍ରୟୋଗାତ୍ମକ ବିଜ୍ଞାନ ମାଧ୍ୟମରେ ପ୍ରମାଣିତ କରି ପାରିବି କି ମୋର ବ୍ରେନ୍ ଅଛି।ମୋର ବ୍ରେନ୍ ନଥିଲେ ମୁଁ ଏତେ ସବୁ କେମିତି କହନ୍ତି, କେମିତି କରନ୍ତି। ମୁଁ ମଧ୍ୟ ତାଙ୍କୁ ଉତ୍ତରରେ କହିଲି ତଥ୍ୟ ଆଧାରରେ ପ୍ରମାଣିତ କରା ଯାଇ ପାରିବ ଭଗବାନ ଅଛନ୍ତି। ନହେଲେ ଏଇ ସଂସାରରେ ଏତେ ଚମତ୍କାର କେମିତି ହୁଅନ୍ତା।

ଆମ ଭିତରେ ଫରକ୍ ହେଉଛି ଆପଣ ଯୁକ୍ତିରେ ବିଶ୍ୱାସ ରଖନ୍ତି। ମୁଁ ଭକ୍ତିରେ ବିଶ୍ୱାସ ରଖେ । ମୁଁ ଏହା ମଧ୍ୟ ଜାଣିଛି ଅଧିକ ଯୁକ୍ତି କରୁଥିବା ମଣିଷ ଦିନେ ଭଗବାନଙ୍କୁ ବିଶ୍ୱାସ କରିବା ପାଇଁ ବାଧ୍ୟ ହୁଏ। ଯେମିତି ଜଣେ ଡାକ୍ତର ଅପରେସନ ପୂର୍ବରୁ ଭଗବାନଙ୍କୁ ସ୍ମରଣ କରନ୍ତି।

God is unseen ସେ ଦୃଶ୍ୟ ହୀନ ।He is omnipresent. ସେ ଅତ୍ର ତତ୍ର ସର୍ବତ୍ର। He is omnipotent ସେ ସର୍ବ ଶକ୍ତିମାନ। He is omniscient ସେ ସର୍ବ ଜ୍ଞାତା । He is cause of every problem and he is solution of every problem. He is above all. He is unseen. He is unbeaten.

ଧନ୍ୟବାଦ।

* ଜୟ ଜଗନ୍ନାଥ *

ରମାନାଥ କର

ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର

ବାଲିଆପାଳ, ବାଲେଶ୍ଵର

ମନ କଥା (୩୩)

——————

ଜୀବନ ବଡ଼ ବିଚିତ୍ର।କେବେ ସୁଖ କେବେ ଦୁଃଖ। କେବେ ଝଡ଼ ପୁଣି କେବେ ଫଗୁଣ। କେବେ ବାସ୍ତବ ଲାଗେ କେବେ ପୁଣି ମରିଚିକା  ଲାଗେ। ଜୀବନର ଖେଳ ବଡ଼ ଅଦ୍ଭୁତ। କେବେ ଏଠି ଛେଳି ଜିତି ଯାଏ ପୁଣି କେବେ ବାଘ ହାରିଯାଏ ।ପଛ ବେଞ୍ଚ୍ ରେ ବସୁଥିବା ପିଲା ପ୍ରଥମ ହୁଏ ଆଉ ଆଗ ବେଞ୍ଚ୍ ରେ ବସୁଥିବା ପିଲାଟି ଫେଲ୍ ହୋଇଯାଏ। କେବେ ଅଟୋ ଚାଳକର ପିଲା ଏଠି ଆଇ ଏ ଏସ୍ ହୋଇଯାଏ , କେବେ ପ୍ରତିଦିନ ଉଡାଜାହାଜରେ ଉଡୁଥିବା ବ୍ୟକ୍ତିର ପିଲାଟି ଚାରି ପାଞ୍ଜିରୁ ଯାଏ।

ବାସ୍ତବରେ ଏମିତି କାହିଁକି ହୁଏ। ଆପଣଙ୍କ ପାଖରେ ନିଶ୍ଚୟ ଏହାର ଉତ୍ତର ଥିବ । ଜୀବନ ଆପଣଙ୍କର ଉତ୍ତର ମଧ୍ୟ ଆପଣଙ୍କର।କାରଣ ଖୋଜିବାକୁ ଆପଣଙ୍କୁ ନିରପେକ୍ଷ ଭାବରେ ଅତୀତ ଭିତରେ ହଜିବାକୁ ପଡ଼ିବ। ଅତୀତର ପୃଷ୍ଠଭୂମିରେ ଲେଖା ହୋଇଛି ଆଜିର କାହାଣୀ। ଏହାକୁ କେହି ଅସ୍ୱୀକାର କରି ପାରିବେ ନାହିଁ। ଆମେ ଯଦି ଆଜି ଧନୀ ହୋଇଛନ୍ତି ଆମ ଅତୀତ କହିବ ସେ ଧନର କାହାଣୀ। କେଉଁ ରାସ୍ତାରେ ସେ ଧନ ଆମ ପାଖକୁ ଆସିଛି । ଆମେ ଆଜି ଯଦି ଗରିବ ଆମ ଅତୀତ କହିବ ଆମେ କେଉଁ ରାସ୍ତାରେ ଧନକୁ ହରାଇଛୁ ।

ଗୋଟିଏ କଥା ଆମେ ଜାଣିଛନ୍ତି। The selection of way on which our life will run. Another important subject to whom you choose your role model. Whenever our way is wrong then our destination is wrong. Whenever our role model is wrong then life will run in negative direction. ବନ୍ଧୁଗଣ ଯେତେବେଳେ ଆମେ ଜୀବନରେ ସଠିକ୍ ରାସ୍ତା ଏବଂ ସଠିକ୍ ଆଦର୍ଶ ବ୍ୟକ୍ତିଙ୍କୁ ବାଛିବାରେ ଅସଫଳ ହେଉ ସେତେବେଳେ ଜୀବନରେ ଖାଲି ଦୁଃଖ ହିଁ ଦୁଃଖ ଆସେ । ଆସନ୍ତୁ ଏମିତି ଜଣେ ଆଦର୍ଶ ପୁରୁଷ ଙ୍କ କଥା ଟିଏ ଶୁଣିବା।

ଭଗବାନ ଶ୍ରୀକୃଷ୍ଣ। ସଂସାରର ଅନେକ ଅଛନ୍ତି ତାଙ୍କୁ ପରିହାସ କରନ୍ତି। ବିଭିନ୍ନ ଅପଶବ୍ଦ ବ୍ୟବହାର କରନ୍ତି। କେବେ କେବେ ତାଙ୍କ ନାମକୁ ନାରୀ ମାନଙ୍କ ସହିତ ଯୋଡି କେତେ କ’ଣ କହନ୍ତି। ଯଦି କେହି ସଂସାରରେ ନାରୀ ମାନଙ୍କୁ ଅଧିକ ସମ୍ମାନ ଦେଇଛନ୍ତି, ସେ ହେଉଛନ୍ତି ଶ୍ରୀକୃଷ୍ଣ। ମହାଭାରତ କହେ ଯେଉଁଠି ନାରୀ ଅସମ୍ମାନିତ ହୋଇଛନ୍ତି ସେ ତାର ଜବାବ ମଧ୍ୟ ଦେଇଛନ୍ତି।

‌ ‌     ‌  କର୍ଣ୍ଣ ଅର୍ଜୁନଙ୍କ ମଧ୍ୟରେ ଘମାଘୋଟ ଯୁଦ୍ଧ ଚାଲିଥାଏ। ଏତିକି ବେଳକୁ କର୍ଣ୍ଣ ଙ୍କ ରଥର ଚକ ମାଟିରେ ପଶିଗଲା।ସେ ଅସ୍ତ୍ରଶସ୍ତ୍ର ରଥରେ ଥୋଇ ରଥର ଚକକୁ ମାଟିରୁ କାଢ଼ିବାରେ ବ୍ୟସ୍ତ ଥାଆନ୍ତି। ଏହି ସମୟରେ ଭଗବାନ ଶ୍ରୀକୃଷ୍ଣଙ୍କ ଆଦେଶରେ ଅର୍ଜୁନ କର୍ଣ୍ଣ ଉପରକୁ ତୀର ଚଳାଇବା ସମୟରେ କର୍ଣ୍ଣ ଏ ପ୍ରକାର ଯୁଦ୍ଧ ଅନ୍ୟାୟ ବୋଲି କହିଥିଲେ। ଶ୍ରୀକୃଷ୍ଣ କହିଥିଲେ ” ହେ କର୍ଣ୍ଣ ତୁମେ କେଉଁ ନ୍ୟାୟ କରିଛ ।ନିଜର ଭାଇ ବୋହୂ ଜାଣି ମଧ୍ୟ ତୁମେ ଦ୍ରୈ।ପଦୀ ଙ୍କୁ ଦାସୀ ବୋଲି କହିଲ । ଏହା କ’ଣ ତୁମର ଧର୍ମ ଥିଲା। ସାରା କୁରୁ ରାଜସଭାରେ ତୁମ ଭାଇ ବୋହୂ ର କେଶ ଧରି ପାପୀ ଦୁଃଶାସନ ଘୋଷାଡି ଘୋଷାଡି ଆଣୁଥିଲା ତୁମେ ମଜା ନେଉଥିଲ। ତୁମ ଭ୍ରାତୃ ବଧୂକୁ ଯେତେବେଳେ ସମସ୍ତଙ୍କ ଆଗରେ ବିବସ୍ତ୍ର କରା ଯାଇଥିଲା ତୁମେ କେମିତି ସହିଲ । ଓଲଟି ମଜା ନେଉଥିଲ । ସେତେବେଳେ ତୁମେ ସବୁ ମାନ ମର୍ଯ୍ୟାଦା, ଧର୍ମ କୁ ଆଖି ବୁଜି ଦେଇ ନଥିଲ କି । ତେଣୁ ତୁମେ ମରଦ ନୁହଁ। ଯିଏ ନାରୀର ବୁଝେ ନାହିଁ ଦରଦ ,ସିଏ କେବେ ନୁହେଁ ମରଦ । ନାରୀକୁ  ଅସମ୍ମାନିତ କରି ଆଜି ପୁଣି ତୁମେ ନ୍ୟାୟ ଓ ଧର୍ମ ର ପାଠ ମୋତେ ପଢାଉଛ । ତୁମ ପାଇଁ ମୃତ୍ୟୁଦଣ୍ଡ ହିଁ ଏକମାତ୍ର ରାସ୍ତା। ଏବେ ମୃତ୍ୟୁ ପାଇଁ ପ୍ରସ୍ତୁତ ହୁଅ ।”

From my point of view Lord Shree Krishna is one of the best role model we can follow.

THANK YOU

* Jay Shree Krishna *

Ramanath Kar

Baliapal CHC

Baliapal, Balasore

ମନ କଥା (୩୪)

——————

Year 1986 . My +2 examination was over. ମୁଁ କିନ୍ତୁ ବାଲେଶ୍ଵରରେ ରହୁଥିଲି।ପଛକଥା କୁ ଏଥି ପାଇଁ ମନେ ପକାଉଛି କି ସେଦିନ ମଧ୍ୟ ଏମିତି କିଛି ସମାନ ପାଗ ଥିଲା। That was a rainy day like today in the first week of  September. ଆମେ ଦୁଇ ସାଙ୍ଗ ମଣ୍ଟୁ ଆଉ ମୁଁ ବର୍ଷା ଟିକିଏ କମି ଯିବାରୁ Nurgis Talkies, Balasore ରେ evening show ଦେଖିବାକୁ ବାହାରିଲୁ । ଫିଲ୍ମ ଟି ଥିଲା ରାଜେଶ ଖାନ୍ନା ଓ ସ୍ମିତା ପାଟିଲ ଅଭିନୀତ AMRIT . ଆଶା କରୁଛି ଆପଣ ହୁଏତ ଅମ୍ରିତ୍ ଫିଲ୍ମ ଦେଖିଥିବେ। If you have not seen I would request you please watch that film . It’s a completely emotional and family entertaining film. Truly I could not control my tears . ମୁଁ ମୋର ଲୁହକୁ ନିୟନ୍ତ୍ରଣ କରି ନପାରି କାନ୍ଦି ପକାଇଥିଲି।

ଫିଲ୍ମଟିର ସବୁ ଗୀତ ମନଛୁଆଁ ହୋଇଥିଲେ ବି ମୋତେ ଗୋଟିଏ ଗୀତ ସବୁଠାରୁ ଭଲ ଲାଗିଥିଲା । ମୁଁ ଯଦି କେବେ ବି କିଛି କାରଣରୁ ଦୁଃଖୀ ହୁଏ ସେହି ଗୀତ ଶୁଣିଲେ ମୋର ଦୁଃଖ ଲାଘବ ହୋଇଯାଏ। I feel magic in this song . A sad song sung by Mohammad Aziz ” Duniyan main kitna gam hai mera gam kitna kam hai ,logon ka gam dekha to main apna gam bhul geya ”   ଓଡ଼ିଆରେ ତା’ର ଅର୍ଥ ହେଉଛି ସାରା ଦୁନିଆର ଦୁଃଖ ଆଗରେ ମୋ ଦୁଃଖ କେତେ କମ୍ । ଦୁନିଆର ଲୋକଙ୍କ ଦୁଃଖ ଦେଖୁ ଦେଖୁ ମୁଁ ମୋ ନିଜର ଦୁଃଖକୁ ଭୁଲି ଗଲି ।

‌         ଛୋଟ କାହାଣୀ ଟିଏ। ଜଣେ ୫୫ ବର୍ଷ ବୟସ୍କ ଶିକ୍ଷିତ ବ୍ୟକ୍ତି ହଠାତ୍ ତାଙ୍କ ପରିବାର, ରୋଜଗାର, ଖର୍ଚ୍ଚ କୁ ନେଇ ଅବସାଦ ଗ୍ରସ୍ତ ହେଲେ। ଯେତେ ଯାହା ଚେଷ୍ଟା କଲେ ବି ସେ ଅବସାଦରୁ ମୁକୁଳି ପାରିଲେ ନାହିଁ। ତାଙ୍କର ଜଣେ ବନ୍ଧୁଙ୍କୁ ସେ ବହୁତ ବିଶ୍ୱାସ କରୁଥିଲେ। ସେ ଗୋଟିଏ ଉପାୟ ବାହାର କଲେ । ତାଙ୍କର ଯେତେ ମାଟ୍ରିକ ସାଙ୍ଗ ଥିଲେ ସମସ୍ତଙ୍କର ଠିକଣା ସଂଗ୍ରହ କଲେ । ଦୁଇ ମାସ ମଧ୍ୟରେ ଦୁଇ ବନ୍ଧୁ ‌ସମସ୍ତ ସାଙ୍ଗ ଘରକୁ ଗଲେ । ସେମାନେ ଦେଖିଲେ କେତେଜଣ ସାଙ୍ଗ ମରି ଗଲେଣି। କେତେ ଜଣ ସାଙ୍ଗ ପାରାଲିସିସ୍ ରୋଗରେ ଆକ୍ରାନ୍ତ ହୋଇ ଶଯ୍ୟାଶାୟୀ। କେତେ ଜଣ ଚାକିରି କରି ମଧ୍ୟ ପରିବାର ସହିତ କିଛି ସମ୍ପର୍କ ନାହିଁ। କେତେ ଜଣଙ୍କର ସ୍ତ୍ରୀ ସହିତ ପଡୁ ନାହିଁ , ଅଲଗା ରହୁଛନ୍ତି। କେତେ ଜଣ ସ୍ତ୍ରୀ ଦ୍ୱାରା ଅତ୍ୟାଚାରିତ ହୋଇବି କାହାକୁ କିଛି କହି ପାରୁ ନାହାଁନ୍ତି। କେତେ ଜଣ ଜମି ବାଡ଼ି ବିବାଦକୁ ନେଇ ବାରମ୍ବାର କୋର୍ଟ କଚେରୀ ଯାଉଛନ୍ତି। କେତେ ଜଣ ସାଙ୍ଗ ଠିକ୍ ରେ ଦୁଇ ବେଳା ଖାଇବାକୁ ପାଉ ନାହାଁନ୍ତି ଇତ୍ୟାଦି ଇତ୍ୟାଦି…….

ସମସ୍ତ ସାଙ୍ଗ ଘର ବୁଲା ସରିଲା। ଅବସାଦ ଗ୍ରସ୍ତ ସାଙ୍ଗ ଜଣକୁ ଆର ସାଙ୍ଗଟି ପଚାରିଲା ଏବେ ତୋତେ କେମିତି ଲାଗୁଛି। ସାଙ୍ଗଟି ଟିକିଏ ହସି ଦେଇ କହିଲା ” ସାଙ୍ଗ , ମୁଁ ତ ବହୁତ ଭଲରେ ଅଛି ରେ । ଅନ୍ୟ ସାଙ୍ଗ ମାନଙ୍କ ଦୁଃଖ ଦେଖିଲା ପରେ ତାଙ୍କ ଦୁଃଖ ଆଗରେ ମୋ ଦୁଃଖ କିଛି ବି ନୁହେଁ।  Really I am so happy. You opened my eyes. Thank you so much for your innovative idea recovered me from depression. I am really grateful to you. I am proud of you. You are really a true friend. “

ଧନ୍ୟବାଦ।

* ଜୟ ଜଗନ୍ନାଥ *

ରମାନାଥ କର

ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର

ବାଲିଆପାଳ, ବାଲେଶ୍ଵର

ମନ କଥା (୩୫)

——————

କଥାରେ ଅଛି ଯାହାବି ହେଉଛି ଭଲ ହିଁ ହେଉଛି। ଯାହାବି ହେବ ଭଲ ହେବ। whatever happens, happens for the best. What happens here, there is a cause.ଏଠି ଯାହା କିଛି ବି ହେଉଛି,ତା ପଛରେ ନିଶ୍ଚିତ କାରଣ ରହିଛି। ମୋତେ ଥରେ ଜଣେ କହିଲେ ,ଏହା ଏକ ଭୁଲ୍ କଥା ଅଟେ । ଯଦି କିଛି ଘଟଣା ଏମିତି ଘଟିଲା ଏବଂ ଘଟଣା ପରବର୍ତ୍ତୀ ପରିସ୍ଥିତି ଯଦି ଭଲ ହେଲା ତାହେଲେ କଥାଟି ସତ ଅଟେ । ମାତ୍ର କିଛି ଏମିତି ଘଟଣା ଘଟେ ଧରନ୍ତୁ ଦୁର୍ଘଟଣାରେ କେହି ପିଲାର ବାପା ମା ମୃତ୍ୟୁବରଣ କଲେ , ସେ କ୍ଷେତ୍ରରେ ଆମେ କେମିତି କହିବୁ ଯାହା ହେଲା ଭଲ ହେଲା। ମୁଁ କହିଲି ନାହିଁ ,ଭଲ ହେଲା ନାହିଁ।ଆମର ଚିନ୍ତାଧାରା ଭୁଲ୍। ଆମେ ସେ ପିଲାକୁ କହି ପାରିବା ନାହିଁ କି ଯାହା ହେଲା ଭଲ ହେଲା। ବରଂ ଆମେ କହିବୁ ପିଲା ସହିତ ଯାହା ହେଲା ଖରାପ ହେଲା। ଏବେ ଆମକୁ ସେଇ ପିଲାର ମୁଣ୍ଡରେ କିଛି ଉଦାହରଣ ଭର୍ତ୍ତି କରିବାକୁ ଅଛି କେମିତି ଏଇ ଭଳି ପରିସ୍ଥିତିର ସାମ୍ନା କରି ଅନେକ ପିଲା ସମାଜରେ ଉଚ୍ଚ ସ୍ଥାନରେ ପ୍ରତିଷ୍ଠିତ ହୋଇ ପାରିଛନ୍ତି।

So my dear friends nothing happens here by chance. Each and every happening here is predestined.କଣ ଆଜି ଘଟିବ କ’ଣ ନଘଟିବ ପୂର୍ବରୁ ସ୍ଥିର ହୋଇ ସାରିଛି ।We can not change it . ତେଣୁ ଯାହା କିଛି ଘଟୁଛି ତାକୁ ଏତେ ଗଭୀର ଭାବରେ ନେବା ଉଚିତ ନୁହେଁ। ହିନ୍ଦୀରେ କବିତା ଟିଏ ଅଛି ‌ jo hua wo achha hua hai

Jo horaha hai achha horaha hai

Kya geya tumhara jo tumne kho diya

Khali hath aye the tum khali hat jaoge .

ସତରେ ଆମେ କ’ଣ ଧରିକି ଏଠିକି ଆସିଥିଲୁ , କିଛିବି ତ ନୁହେଁ। ବିଲକୁଲ୍ ଖାଲି ଆସିଥିଲୁ । Similarly we will back empty. So I repeat again whatever happens, happens for the best. There is a cause behind every happening. But we have such a mind setup ,we only accept good not bad . It is true we have to accept both good and bad . This is role of life.

ଛୋଟ କାହାଣୀ ଟିଏ। ଏକଦା ଗୋଟିଏ ରାଜ୍ୟରେ ରାଜା ଓ ମନ୍ତ୍ରୀଙ୍କ ମଧ୍ୟରେ ଖୁବ୍ ଘନିଷ୍ଠତା ଥିଲା। ପରସ୍ପରକୁ ସେମାନେ ଭାରି ଭଲ ପାଉଥିଲେ। ଦିନେ ଏକ ଧାରୁଆ ଛୁରୀରେ ରାଜାଙ୍କ ହାତ କଟି ଗଲା। ମନ୍ତ୍ରୀ ଖବର ପାଇ ଆସିଲା ବେଳକୁ ରାଜ ବୈଦ୍ୟ ପ୍ରାଥମିକ ଚିକିତ୍ସା ଦେଇ ସାରିଥିଲେ। ରାଜା ଓ ମନ୍ତ୍ରୀ ଗପସପ ହେବା ଭିତରେ ମନ୍ତ୍ରୀ କହି ପକାଇଲେ କି ଯାହା ହେଲା ଭଲ ହେଲା। ଏଇ କଥାରେ ରାଜା କ୍ରୋଧାନ୍ୱିତ ହୋଇ ମନ୍ତ୍ରୀଙ୍କୁ ବନ୍ଦୀ କରି ଜେଲ୍ ରେ ରଖିଲେ। ରାଜାଙ୍କୁ ଧନ୍ୟବାଦ ଦେଇ ମନ୍ତ୍ରୀ କହିଲେ ଯାହା ହେଲା ଭଲ ହେଲା।

କେତେଦିନ ବିତି ଗଲା। ରାଜା ମନ୍ତ୍ରୀଙ୍କ ବିନା ଏକୁଟିଆ ଶୀକାର କରିବାକୁ ଯାଇ ଜଙ୍ଗଲରେ ବାଟବଣା ହୋଇଗଲେ ଏବଂ କିଛି ଜଙ୍ଗଲୀ ଜାତିର ଲୋକଙ୍କ ଦ୍ୱାରା ବନ୍ଦୀ ହେଲେ। ଜଙ୍ଗଲୀ ସର୍ଦ୍ଦାର ନିର୍ଦ୍ଦେଶ ଦେଲେ ଆସନ୍ତାକାଲି ରାଜାଙ୍କୁ ତାଙ୍କ ଠାକୁରାଣୀଙ୍କ ପାଖରେ ବଳି ଦିଆଯିବ।ତା ପରଦିନ ଯେତେବେଳେ ରାଜାଙ୍କୁ ବଳି ଦେବା ସ୍ଥାନକୁ ନିଆଗଲା, ହଠାତ୍ ଜଙ୍ଗଲୀ ସର୍ଦ୍ଦାର କହିଲା କି ସମସ୍ତେ ଦେଖ  ରାଜାଙ୍କ ହାତରେ ବଡ଼ କଟା ଦାଗ ଅଛି , ଅର୍ଥାତ୍ ପୃର୍ବରୁ ତାଙ୍କର ରକ୍ତ ବଳି ପଡ଼ିଛି , ତେଣୁ ତାକୁ ବଳି ଦିଆ ଯାଇ ପାରିବ ନାହିଁ। ତେଣୁ ତାକୁ ପରମ୍ପରା ଅନୁଯାୟୀ ସସମ୍ମାନେ ତାଙ୍କ ରାଜ୍ୟରେ ଛାଡ଼ି ଦିଆଗଲା। ରାଜା କହିଲେ ଯାହା ହେଉ ଯାହା ହେଲା ଭଲ ହେଲା ମଣିଷ ତ କମ୍ ସେ କମ୍ ମୃତ୍ୟୁ ମୁହଁରୁ ବଞ୍ଚି ଗଲା।

ରାଜା ମନ୍ତ୍ରୀଙ୍କ ପାଖକୁ ଗଲେ। ମନ୍ତ୍ରୀଙ୍କୁ ସବୁ କଥା କହିଲେ। ରାଜାଙ୍କ ପାଇଁ ଯାହା ହେଲା ଭଲ ହେଲା। ମାତ୍ର ମନ୍ତ୍ରୀଙ୍କର କ’ଣ ଭଲ ହେଲା ବୋଲି ରାଜା ମନ୍ତ୍ରୀଙ୍କୁ ପଚାରିଲେ। ମନ୍ତ୍ରୀ ହସିହସି କହିଲେ , ” ମହାରାଜ , ଶୀକାରକୁ ମୁଁ ଆପଣଙ୍କ ସହିତ ନିଶ୍ଚୟ ଯାଇ ଥାଆନ୍ତି। ଆମେ ଦୁହେଁ ସେଠି ବନ୍ଧା ହୋଇ ଥାଆନ୍ତେ।ଯେତେବେଳେ ଆପଣଙ୍କୁ ସେମାନେ ଛାଡ଼ି ଦେଲେ , ମୋତେ ନିଶ୍ଚୟ ବଳି ପକାଇ ଥାଆନ୍ତେ ବୋଲି ମୁଁ ଜୋର ଦେଇ କହିପାରେ। କାରଣ ମୋ ଦେହରେ କିଛି କଟା ଦାଗ ନାହିଁ।ଆପଣ ମୋତେ ଜେଲ୍ ରେ ରଖିବା ଦ୍ଵାରା ମୋ ଜୀବନ ରକ୍ଷା ହୋଇଗଲା।

‌        ରାଜା ନିଜର ଭୁଲ୍ ବୁଝି ପାରିଲେ। ନିଜର ପରମ ବନ୍ଧୁ ‌ମନ୍ତ୍ରୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରି ସମ୍ମାନ ସହିତ ଜେଲରୁ ମୁକୁଳି ଆଣି ପୁଣି ତାଙ୍କୁ ମନ୍ତ୍ରୀ ପଦରେ ଅଭିଷିକ୍ତ କଲେ।

ମନ କଥା (୩୬)

—————–

ମୋ ଗାଆଁରେ ପହଞ୍ଚାଇବାକୁ ଆଉ ଅଳ୍ପ ବାଟ ରହିଛି। ଅଫିସରୁ ମୁଁ ଫେରୁଥାଏ। ଫେରିବା ବାଟରେ  ସୁନ୍ଦର ଦୃଶ୍ୟ ଟିଏ ଦେଖିବାକୁ ପାଇଲି। ଅନେକ ବର୍ଷ ହୋଇଗଲାଣି ସେଭଳି ଅପୂର୍ବ ଦୃଶ୍ୟ ଦେଖିବାକୁ ପାଇ ନଥିଲି । ପିଲାଦିନେ ଆମେ କହୁଥାଇ ଖରା ହେଉଛି ମେଘ ହେଉଛି ବୁଢ଼ା ଶିଆଳ ବାହା ହେଉଛି।ବୁଢ଼ା ଶିଆଳଟା ବାହା ହେଉ କି ନହେଉ , ଏତିକି ବେଳେ ମୋ ନଜର ପଶ୍ଚିମ ଆକାଶ ଉପରେ ପଡ଼ିଲା। ଟିକିଏ ଆଗକୁ ଯାଇ କେନାଲ ପୋଲ ପାଖରେ ପହଞ୍ଚିଲି। ଗାଡିରୁ ଓହ୍ଲାଇ ପୋଲର  ଗୋଟିଏ କଡ଼ରେ ଛିଡ଼ା ହେଲି । ରାସ୍ତାରେ କେହି ନଥାନ୍ତି। କେତେଦିନ ହେଲା ଏମିତି ବର୍ଷା ହେଉଛି ଯେ ଜନଜୀବନ ପୂରା ଅସ୍ତ ବ୍ୟସ୍ତ। ମୋ ଗାଆଁ ରାସ୍ତା। ମୋ ଗାଆଁ ମୁଣ୍ଡ ଛକରୁ ବାହାରି ଗଲେ ତିନି କିଲୋମିଟର ପରେ ପରବର୍ତ୍ତୀ ଗାଆଁ ଆସେ । ଏହି ତିନି କିଲୋମିଟର ରାସ୍ତା ସମ୍ପୂର୍ଣ୍ଣ ଫାଙ୍କା ଏବଂ ଏତିକି ରାସ୍ତାକୁ ଦୁଇ ଭାଗରେ ବିଭକ୍ତ କରୁଛି ପଶ୍ଚିମବଙ୍ଗରୁ ଓଡ଼ିଶାକୁ ଲମ୍ବିଥିବା   ଓଡ଼ିଶା କୋଷ୍ଟ କେନାଲ୍ । ଯେଉଁ ପୋଲ ଉପରେ ମୁଁ ଛିଡ଼ା ହୋଇଥିଲି ତାକୁ ଆଜିବି କାଠ ପୋଲ ନାଆଁ ରେ ଆମେ ଜାଣିଛୁ। ପୂର୍ବର ସେ କାଠ ପୋଲ ସ୍ଥାନରେ ଆଜି ପକ୍କା ପୋଲ ସିନା ହୋଇ ଯାଇଛି , ହେଲେ କାଠ ପୋଲ କହିଦେଲେ ଆମେ ବୁଝି ଯାଉ କି କୋଷ୍ଟ କେନାଲ୍ ପୋଲ କଥା କୁହା ଯାଉଛି।

ଦେଖିଲି ପଶ୍ଚିମ ଆକାଶରେ ସୁନ୍ଦର ଇନ୍ଦ୍ରଧନୁ 🌈।ଆହା କି ଅପୂର୍ବ ସେ ଇନ୍ଦ୍ରଧନୁ। ପିଲାଦିନେ ଆମେ କହୁଥାଇ ହାତୀ ତାର ବଡ଼ ଶୁଣ୍ଢରେ ପାଣି ପିଉଛି। ସତରେ କିଏ ସେ ଚିତ୍ରକର ଆଙ୍କି ଦେଇଛି ଆକାଶରେ ଏତେ ସୁନ୍ଦର ଚିତ୍ର ଟିଏ ସାତ ରଙ୍ଗ ଦେଇ।ମନେ ପଡିଗଲା ପିଲାଦିନର କଥା। ସଂକ୍ଷେପରେ ମନେ ରଖିବା ପାଇଁ ସାର୍ ଆମକୁ ସୂତ୍ର ଟିଏ କହି ଦେଇଥିଲେ ଯେତେବେଳେ ଯିଏ ଇନ୍ଦ୍ରଧନୁ ର ସାତ ରଙ୍ଗ ବିଷୟରେ କେହି ପଚାରିଲେ ବା ଘ ନୀ ସ ହ ଲା ନା ମନେ ରଖିବ ।

ବାସ୍ତବରେ ଏଡେ ସୁନ୍ଦର ଇନ୍ଦ୍ରଧନୁ କୁ ଯଦି ଆମେ ବିଶ୍ଳେଷଣ କରିବା ଏହା ତିଆରି ହେବା ପାଇଁ ଖରା ଓ ବର୍ଷା ଉଭୟ ଜରୁରୀ। ସେମିତି ଆମ ଜୀବନ କୁ ସରସ ସୁନ୍ଦର କରିବାକୁ ହେଲେ ସୁଖ ଓ ଦୁଃଖ ରହିବା ମଧ୍ୟ ଜରୁରୀ। ଜୀବନ ସୁଖ ଆଉ ଦୁଃଖର ଏକ ମହା ସଙ୍ଗମ । ଆମେ ଖାଲି ସୁଖ ଖୋଜି ଖୋଜି ଟିକିଏ ଦୁଃଖ ଆସିଲେ ଭାଙ୍ଗି ପଡୁ। ଏମିତି ହେବା ଅନୁଚିତ। ଦୁଃଖ କୁ ସହିବାର କଳା ଶିଖିବାକୁ ପଡ଼ିଥାଏ। ଆମ ଆଖପାଖରେ ଏମିତି ଅନେକ ଉଦାହରଣ ଅଛନ୍ତି, ଯାହାଙ୍କ ପାଖରୁ ଏହି କଳା ଶିଖି ପାରିବା ।

ଛୋଟ କଥା ଟିଏ।ଆମେ ଚଢ଼େଇ ବସା ଦେଖିଛୁ। କେତେ କାଠି କୁଟା ସଂଗ୍ରହ କରି ଚଢ଼େଇ ଟି ଗଛ ଡାଳରେ ତା’ର ସେଇ ସୁନ୍ଦର ବସା ଟିଏ ତିଆରି କରିଥାଏ । ସେଥିରେ ସେ ରହିବ । ତା’ର କୁନି କୁନି ଶାବକ ମାନେ ରହିବେ । ସଞ୍ଜ ହେଲେ ବସାକୁ ସମସ୍ତେ ଆସିବେ । ସକାଳ ହେଲେ ଉଡି ଯିବେ ମୁକ୍ତ ଆକାଶକୁ। ଦିନରେ ଆକାଶ ତାଙ୍କ ଦୁନିଆ। ଆଉ ରାତି ହେଲେ ଏଇ ଚଢ଼େଇ ବସା ତାଙ୍କର ଦୁନିଆ । ସେଇ ବସା ପୁଣି ଅଦିନିଆ ଝଡ଼ରେ ଉଡିଯାଇ କେଉଁ ଦୂରରେ କଚାଡି ହୋଇ ପଡେ ତା’ର ହିସାବ କେହି ରଖେ ନାହିଁ । ଚଢ଼େଇର ସ୍ୱପ୍ନର ଘର ଭାଙ୍ଗି ଚୁରମାର ହୋଇ ଯାଏ । ଯଦି ଆମ ଘରଟିର ଅବସ୍ଥା ଏମିତି ହୋଇ ଥାଆନ୍ତା ଆମେ କ’ଣ କରି ଥାଆନ୍ତୁ । ହଁ , ମୁଣ୍ଡରେ ହାତ ଦେଇ ଭୋ ଭୋ ହୋଇ କାନ୍ଦି ଥାଆନ୍ତୁ । ବାରମ୍ବାର ହୋସ ଚାଲି ଯାଆନ୍ତା , ଆହୁରି କେତେ କଣ। ହେଲେ ଚଢ଼େଇ ନା କାନ୍ଦେ ,ନା ବିଳାପ କରେ ,ନା ତାର ହୋସ ଚାଲି ଯାଏ । ସେ ପୁଣି ଥରେ କାଠି କୁଟା ସଂଗ୍ରହ କରିବା ପାଇଁ ଅଣ୍ଟା ଭିଡ଼ି ଦିଏ ।ଆଉ ଦେଖୁ ଦେଖୁ ଅଳ୍ପ ସମୟରେ ତିଆରି ହୋଇଥାଏ ତା’ର ଆଉ ଏକ ସ୍ୱପ୍ନର ଘର । ଆଉ ଏକ ନୂଆ ଦୁନିଆ।

ଧନ୍ୟବାଦ

* ଜୟ ଜଗନ୍ନାଥ *

ରମାନାଥ କର

ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର

ବାଲିଆପାଳ, ବାଲେଶ୍ଵର

ମନ କଥା (୩୭)

——————-

ଆଜି ପାଳ ଜାମକୁଣ୍ଡା ନୋଡାଲ ବିଦ୍ୟାଳୟରେ ୧୮ ରୁ ୪୪ ବର୍ଷ ବର୍ଗର ବ୍ୟକ୍ତିମାନଙ୍କୁ ଆମେ କୋଭିଡ ଟୀକାକରଣ କରୁଥିଲୁ । ଗହଳି ଭିତରୁ ଭଦ୍ର ଦମ୍ପତ୍ତି ଦ୍ୱୟ ମୋ ପାଖକୁ ଆସିଲେ । ଉଭୟ ମୋତେ ପ୍ରଣାମ କଲେ। ସେମାନେ ଏମିତି ହଠାତ୍ ଆସି ମୋତେ ମୁଣ୍ଡିଆ ମାରିବେ ମୁଁ କେମିତି ଗୋଟିଏ ଅପ୍ରସ୍ତୁତ ହୋଇ ଗଲି । ହସିହସି ସେମାନଙ୍କୁ ଆଶୀର୍ବାଦ ପ୍ରଦାନ କରୁକରୁ ପଚାରିଲି ‌ଦିଦି କେମିତି ଅଛନ୍ତି। ମୋର ଏତିକି କଥାରେ ସେମାନେ ମଧ୍ୟ ମୋ ସହିତ ଆରାମରେ ମିଶି ଗଲେ । ଭଦ୍ର ମହିଳା ଜଣକ କହିଲେ , ମୁଁ ଦୂରରୁ ଆପଣଙ୍କୁ ଦେଖି ମୋ ସ୍ବାମୀଙ୍କୁ ପଚାରିଲି ଇଏ ସେହି ସାର୍ ତ ଯାହାଙ୍କ ମନକଥା ଆମେ ପଢୁ । My husband confirmed me about you ., Sir ,I am reading your small story based Mana Katha regularly. I am a big fan of you . May God bless you to write more and more for us , which can change our attitude.

ମୁଁ ଉଭୟଙ୍କୁ ମୋର ହୃଦୟର ଗଭୀରତମ ପ୍ରଦେଶରୁ ଅନେକ ଅନେକ ଧନ୍ୟବାଦ ପ୍ରଦାନ କଲି। ମୋ ଠାରୁ ବିଦାୟ ନେବା ବେଳକୁ ଝିଅ ଜଣକ (ଭଦ୍ର ମହିଳା) ମୋତେ ତାଙ୍କ ଘରକୁ ନିମନ୍ତ୍ରଣ କରିଗଲେ। ଯାଉଯାଉ କହିଲେ ଆପଣ ଆମ ଘରକୁ ଆସିଲେ ବାପା ବୋଉ ବହୁତ ଖୁସି ହେବେ। ସେମାନେ ଆପଣଙ୍କ କଥା ବହୁତ ବହୁତ କହନ୍ତି। ମୁଁ ଅତ୍ୟନ୍ତ ବିନମ୍ରତାର ସହିତ ସେମାନଙ୍କୁ ଅଜସ୍ର ଧନ୍ୟବାଦ ଜ୍ଞାପନ କରିବା ସହିତ ନିଶ୍ଚୟ ସମୟ ହେଲେ ତାଙ୍କ ଘରକୁ ଆସିବି ବୋଲି ପ୍ରତିଶ୍ରୁତି ଦେଲି ।

ଆପଣ ଭାବୁଛନ୍ତି ମୁଁ ଏତେ କଥା କହିବାର ଆବଶ୍ୟକତା କ’ଣ ରହିଛି।ମନ କଥାର ମାନ ବଢାଇ ଥିବାରୁ ମୁଁ ସେହି ଭଦ୍ର ଦମ୍ପତ୍ତିଙ୍କ ବିଷୟରେ ଲେଖିଲି । ମୁଁ ଏଇ ଭାଦ୍ରବର ଶେଷ ସନ୍ଧ୍ୟାରେ ବସି କେଉଁ ମନ କଥା ଲେଖିବି ବୋଲି ବସି ଭାବୁଥାଏ। ମହାପ୍ରଭୁଙ୍କୁ ଧନ୍ୟବାଦ ଦେଲି ଯାହା ହେଉ ପ୍ରଭୁ ମୋ ମନ କଥାର ମାନ ତ ରଖିଛ । ବନ୍ଧୁ ମାନେ ତ ଅନେକ ଉତ୍ସାହପୂର୍ଣ୍ଣ ମତାମତ ରଖନ୍ତି ଫେସବୁକ ହେଉ କିମ୍ବା ହ୍ୱ।ଟସଆପ୍ ମାଧ୍ୟମରେ, ଯେଉଁ ମାନଙ୍କ ନିକଟରେ ମୁଁ ଚିର ୠଣୀ । ହେଲେ ତୁମେ ତ ସବୁ କାରଣ ପଛରେ କାରଣ । So how can I forget your kindness and your continuous support . How can forget your unseen divine blessing.ଭାବୁଛି ଆଜି ତୁମର ଜଣେ ପରମ ଭକ୍ତଙ୍କ ବିଷୟରେ ହିଁ ଲେଖିବି ଯାହାର ଭିଡିଓ I just received from my God Father a high quality writter remains in Bhubaneswar Mr Ramachandra Sahoo .

Dr Trinath Pattanahyak  . ଜଣେ ଜଣାଶୁଣା ଲେଖକ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ପ୍ରାଣ ଠାରୁ ଅଧିକ ଭଲ ପାଆନ୍ତି। ଦିନେ ସଂଯୋଗ କ୍ରମେ ଭୁବନେଶ୍ଵରରRailway station wheeler book stall ରେ wheeler organization‌ର ମ୍ୟାନେଜିଙ୍ଗ ଡାଇରେକ୍ଟରଙ୍କ ସହିତ ସେଇଠି ଦେଖା ହେଲା। ସେ ସପରିବାର ତାଙ୍କ ସ୍ତ୍ରୀ ଓ ଛୋଟ ପୁଅ ସହିତ ଥିଲେ। ପରିଚୟ ରୁ ଘନିଷ୍ଠତା ବଢିଲା। ସେମାନେ ତ୍ରିନାଥ ସାର୍ ଙ୍କୁ ପୁରୀ ସାଥିରେ ଯିବା ପାଇଁ ଡାକିଲେ। ପୁରୀ ସୁଯୋଗ କିଏ ବା ଛାଡେ ଯେ । ଜଗନ୍ନାଥଙ୍କ ଡୋରି ଲାଗିଲେ ପୁରୀ ଡାକରା ଆସେ । ଯାହା ହେଉ ତ୍ରିନାଥ ସାର୍ ଘରକୁ ଜଣାଇ ଦେଲେ କି ସେ ପୁରୀ ଯାଉଛନ୍ତି ତାଙ୍କ ବନ୍ଧୁଙ୍କ ସହିତ। କାର୍ ଚାଲିଲା ପୁରୀ ଅଭିମୁଖେ। ଜଗା ଦର୍ଶନର ସବୁ ଦାୟିତ୍ଵ ତ୍ରିନାଥ ସାର୍ ଙ୍କ ଉପରେ।ଦେଢ଼ ଘଣ୍ଟାର ଯାତ୍ରା କେତେବେଳେ ସରି ଗଲା କେହି ଜାଣି ପାରିଲେ ନାହିଁ। କିନ୍ତୁ ଏହାରି ଭିତରେ ସେଇ ଛୋଟ ପୁଅଟି କିନ୍ତୁ ତ୍ରିନାଥ ସାର୍ ଙ୍କ ଭାରି ନିଜର ହୋଇ ସାରିଥିଲା।

ସମସ୍ତେ ଦେଉଳରେ ପ୍ରବେଶ କଲେ। ଭାରି ଭିଡ ସେଦିନ। ପାଦ ରଖିବା ପାଇଁ ସ୍ଥାନ ନାହିଁ। ଯାହା ହେଉ ତ୍ରିନାଥ ସାର୍ ଙ୍କ ଜଣେ ପଣ୍ଡା ଚିହ୍ନା ଥିଲେ। ତାଙ୍କୁ ସେ ସବୁ କଥା କହିଲେ।ଅଣ ଓଡ଼ିଆ ଦମ୍ପତ୍ତି ପୁଅର ଦାୟିତ୍ଵ ତ୍ରିନାଥ ସାର୍ ଙ୍କୁ ଦେଇ ସାରିଥିଲେ। ସାର୍ ମଧ୍ୟ ପୁଅକୁ ଠିକ୍ ରେ ଧରି ଥାଆନ୍ତି। ଧୀରେ ଧୀରେ ସେମାନେ ଯାଇ ଗମ୍ଭିରାରେ ପହଞ୍ଚିଗଲେ। ପଣ୍ଡାଙ୍କ ସହାୟତାରେ ସେମାନେ ଯାଇ ମହାପ୍ରଭୁଙ୍କ ରତ୍ନବେଦୀ ନିକଟରେ ପହଞ୍ଚିଲେ। ଏତେ ପାଖରେ ମହାପ୍ରଭୁଙ୍କୁ ପାଇ ସମସ୍ତେ ଏତେ ଖୁସି ହୋଇ ଯାଇଥିଲେ ଯେ ସମସ୍ତଙ୍କ ଆଖିରୁ ଆନନ୍ଦର ଅଶ୍ରୁ ଗଡ଼ି ଗଲା । ମହାପ୍ରଭୁଙ୍କୁ ଦୁଇ ହାତ ଟେକି ଜୀବନ ଆଜି ଧନ୍ୟ ହୋଇଗଲା କହୁ କହୁ ତ୍ରିନାଥ ସାର୍ ଭାବବିହ୍ୱଳ ହୋଇ କେତେବେଳେ ପୁଅର ହାତ ଛାଡି ଦେଇଛନ୍ତି ସେ ଜାଣି ପାରି ନାହାଁନ୍ତି।

‌ହଠାତ୍ ଅଣ ଓଡ଼ିଆ ଦମ୍ପତ୍ତି ଦେଖିଲେ ତାଙ୍କ ପୁଅ ସେଠାରେ ନାହିଁ।ସେ ଠାକୁରଙ୍କୁ ଦର୍ଶନ କ’ଣ କରିବେ ହଠାତ୍ ତାଙ୍କ ମୁଣ୍ଡ କ’ଣ ହୋଇଗଲା। କାନ୍ଦି କାନ୍ଦି କହୁ ଥାଆନ୍ତି ମୋ ପୁଅକୁ କ’ଣ କଲେ,ସେ କୁଆଡେ ଗଲା। ମୁଁ ତାକୁ କେଉଁଠୁ ପାଇବି । ଏପରିକି ତ ରେନାନାଦି ଗାଳିଗୁଲଜ ମଧ୍ୟ କରୁ ଥାଆନ୍ତି। You are an irresponsible man. I lost my only son for your carelessness ଆହୁରି କେତେ କଣ ଅସାମାଜିକ ଗାଳି । ତ୍ରିନାଥ ସାର୍ ଙ୍କ ଆଖିରୁ ଦୁଃଖର ଲୁହ ବହି ଯାଉଥାଏ। ମହାପ୍ରଭୁଙ୍କୁ କହୁ ଥାଆନ୍ତି, ” ଏ କିପରି ଲୀଳା ତୁମର ପ୍ରଭୁ। ତୁମ ଦୁଆରକୁ ଡାକି ଆଣି ମୋତେ ଅପମାନ କରୁଛ। ଏ କି ତୁମର ବିଚାର। ମୋର କେଉଁ ଭୁଲ୍ ପାଇଁ ମୋତେ ଅକାରଣେ ଏତେ କଷ୍ଟ ଦେଉଛ। ତୁମ ଚରଣରେ ଶରଣ ପଶୁଛି ପ୍ରଭୁ। ଏଇଠୁ ଆଉ ବାହାରକୁ ଯିବି ନାହିଁ। ତାଙ୍କର ପୁଅକୁ କେଉଁଠି ଅଛି ଫେରାଇ ଦିଅ ।” ଏତିକି ବେଳକୁ ଏକ ନରମ କୋମଳ ହାତ ତାଙ୍କ ହାତକୁ ଧରିଲା। ତ୍ରିନାଥ ସାର୍ ଚାହିଁ ଦେଖନ୍ତି , ସେହି ହଜିଲା ଧନ । ଆନନ୍ଦରେ ତାକୁ କୁଣ୍ଢେଇ ପକେଇ ପଚାରିଲେ ତୁ କେଉଁଠି ଥିଲୁ ଆମେ କେତେ ଖୋଜିଲୁଣି । ପୁଅଟି କହିଲା ତୁମେ ମାନେ ଯେତେବେଳେ ଠାକୁରଙ୍କୁ ଦର୍ଶନ କରୁଥିଲ , ମୁଁ ଅନ୍ୟ ମାନଙ୍କ ପରି ତଳେ ପ୍ରଣାମ କରୁଥିଲି । ଜଣେ କଳା ହୋଇ ଲୋକଟିଏ ଆସିଲେ ଓ କହିଲେ ତୁ ଠାକୁର ଦର୍ଶନ କରିବୁ । ସେଇଠୁ ମୋତେ କାନ୍ଧରେ ବସାଇ ଠାକୁର ଦେଖାଇ ଦେଲେ ଓ ଏଇଠି ଆଣି ଛାଡି ଦେଇଗଲେ। ତ୍ରିନାଥ ସାର୍ ଠାକୁରଙ୍କୁ କୋଟି ଧନ୍ୟବାଦ ଜ୍ଞାପନ କରି ପୁଅକୁ ଧରି ବାହାରକୁ ଆସିଲେ। ସେତେବେଳକୁ ଅନ୍ୟ ମାନେ ପୋଲିସର ରେ ଜଣାଇବା ପାଇଁ ପ୍ରସ୍ତୁତ ହେଉ ଥାଆନ୍ତି। ପୁଅକୁ ପାଇ ସେମାନଙ୍କ ଖୁସିର ସୀମା ରହିଲା ନାହିଁ। ସେଇଠୁ ନୀଳଚକ୍ର କୁ ଚାହିଁ ମହାପ୍ରଭୁଙ୍କୁ କୋଟି ଧନ୍ୟବାଦ ଅର୍ପଣ କଲେ । ଧନ୍ୟ ଜଗନ୍ନାଥ। ଧନ୍ୟ ତୁମ ମହିମା ପ୍ରଭୁ।

* ଜୟ ଜଗନ୍ନାଥ *

ରମାନାଥ କର

ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ବାଲେଶ୍ଵର

ମନ କଥା (୩୮)

——————

ଦେବାକୁ ଦ୍ୱିଧା। ଆଜିକାଲି ଆମକୁ ଦେବାକୁ ଭାରି କଷ୍ଟ। କେହି କିଛି ମାଗିଲେ ମୁହଁରୁ ସହଜରେ ହଁ ବାହାରେ ନାହିଁ। ତାଛଡ଼ା କାହାର କିଛି ନିହାତି ଆବଶ୍ୟକତା ଜାଣି ମଧ୍ୟ ସହଜରେ ସାହାଯ୍ୟ କରିବାକୁ ଇଚ୍ଛା ହୁଏ ନାହିଁ। It’s very common today. We often underestimate the power of giving others. ଆମେ କଥାରେ କହୁ କି ଦେଇଥିଲେ ପାଇ। ସତ କଥା ଆଜ୍ଞା। What we give so we get.we can not ignore it. It is hundred percent true. We never try to go through the logic behind it. ଅନେକ ଏପରି ଉଦାହରଣ ଆମ ଚାରି ପାଖରେ ରହିଛି, ଯେଉଁ ମାନେ କହିବେ ସେମାନେ କେବେ କ’ଣ କାହାକୁ ଦେଇଥିଲେ , ବଦଳରେ ସେମାନଙ୍କୁ କ’ଣ ମିଳିଛି। ଆମେ  ଜମିରେ ଯାହା ବୁଣି ଥାଆନ୍ତି, ତାହାହିଁ ଫଳିଥାଏ। ଆମେ ବୁଣିବାକୁ କର୍ମ ଭାବରେ ଗ୍ରହଣ କଲେ ,ଏଇଆ କହିବା କି ଯେମିତି କର୍ମ ସେମିତି ଫଳ । ସାହାଯ୍ୟର ଫଳ କେବେ ବେକାର ଯାଏ ନାହିଁ ।ପୁରାଣ କାଳରୁ  ଆଜି ପର୍ଯ୍ୟନ୍ତ ଏହା ସତ୍ୟ ସିଦ୍ଧ ହୋଇଛି।

ଛୋଟ କାହାଣୀ ଟିଏ। ଜଣେ ବୟସ୍କା ମହିଳା ଏକ ଆପାର୍ଟମେଣ୍ଟରେ ରହୁଥିଲେ। କିଛି ମାସ ପୂର୍ବରୁ ରାସ୍ତା ଦୁର୍ଘଟଣାରେ ତାଙ୍କ ସ୍ବାମୀଙ୍କ ଦେହାନ୍ତ ହୋଇଥିଲା। ତେଣୁ ସେ ଗତ ତିନି ମାସ ହେଲାଣି ଘର ଭଡ଼ା ଦେବାକୁ ସକ୍ଷମ ହୋଇ ପାରି ନାହାଁନ୍ତି । ଆର୍ଥିକ ଦୂରାବସ୍ଥା ମଧ୍ୟରେ ଗତି କରୁଥିବା ସମୟରେ ଆପାର୍ଟମେଣ୍ଟର କର୍ତ୍ତୃପକ୍ଷ ତାଙ୍କୁ ନୋଟିସ ଜାରି କଲେ to leave the room immediately.ବୋଝ ଉପରେ ନଳିତା ବିଡା ପରି ସେ କ’ଣ କରିବେ କିଛି ଚିନ୍ତା କରି ପାରିଲେ ନାହିଁ। She was hopeless. She requested her relatives . No one came forward for financial assistance. ଠିକ୍ ତିନି ଦିନ ପରେ ଆପାର୍ଟମେଣ୍ଟର କର୍ମଚାରୀ ତାଙ୍କୁ ଜବରଦସ୍ତ ବାହାରି ଯିବା ପାଇଁ କହି ତାଙ୍କର ଜିନିଷପତ୍ର ଲୋକ ଲଗାଇ ବାହାରକୁ ଖାଲି କରୁ ଥାଆନ୍ତି। ମହିଳା ଜଣକ କାନ୍ଦି କାନ୍ଦି ସମସ୍ତଙ୍କୁ ଅନେକ କାକୁତି ମିନତି କରୁ ଥାଆନ୍ତି। ସମସ୍ତେ ଏଇ ଦୃଶ୍ୟକୁ ବେଶ୍ ଉପଭୋଗ କରୁ ଥାଆନ୍ତି ସିନା ସାହାଯ୍ୟ ପାଇଁ କେହି ଆଗେଇ ଆସୁ ନଥିଲେ।

ଏତିକି ବେଳକୁ ଦେବଦୂତ ସାଜି ଜଣେ ଯୁବକ ସେଠାରେ ପହଞ୍ଚିଲେ। ସାଥିରେ କିଛି ଲୋକ ଥିଲେ। ଗୋଟିଏ ବଡ ଟ୍ରକ୍ ଥିଲା। ସେ ନିଜେ ଗୋଟିଏ କାର୍ ରେ ଆସିଥିଲେ। ମହିଳାଙ୍କୁ ପ୍ରଣାମ କଲେ। ଆପାର୍ଟମେଣ୍ଟର ବାକି ଟଙ୍କା ସୁଝି ଦେଲେ। ତାଙ୍କର ଲୋକ ମାନଙ୍କୁ କହିଲେ ମହିଳାଙ୍କ ସବୁ ଜିନିଷକୁ ଯତ୍ନର ସହିତ ନେଇ ଟ୍ରକ୍ ରେ ରଖିବା ପାଇଁ। ମହିଳା ଜଣକ କିଛି ବୁଝି ପାରୁ ନଥାନ୍ତି କ’ଣ ସବୁ ହେଉଛି। ଯୁବକ ଜଣକ ପାଖକୁ ଆସିଲେ । ମହିଳାଙ୍କୁ ସବୁ କଥା ବୁଝାଇ କହିଲେ , ” ମାଆ ମୁଁ ପ୍ରେମ୍। ଆଜିକୁ କୋଡ଼ିଏ ବର୍ଷ ତଳେ ଯାହାକୁ ତୁମେ ଆର୍ଥିକ ସାହାଯ୍ୟ କରିଥିଲ। ମୋ ବାପା ବୋଉଙ୍କୁ ହରାଇ ମୁଁ ଯେତେବେଳେ ବେସାହାରା ହୋଇ ଯାଇଥିଲି ,ମୋ ପାଖରେ ପାଠ ପଢିବାକୁ ଟଙ୍କା ଟିଏ ନଥିଲା। ମୁଁ ରାସ୍ତାରେ ଠିଆ ହୋଇ କାନ୍ଦି କାନ୍ଦି କେତେ ଲୋକଙ୍କୁ ହାତ ପତେଇଛି । ସାହାଯ୍ୟ ତ ଦୂରର କଥା। ମୋ ଦୁଃଖ ମଧ୍ୟ କେହି ଶୁଣି ନଥିଲେ। ଆପଣ ମୋ ପାଖକୁ ଆସିଲେ , ଆପଣଙ୍କ ସ୍ବାମୀଙ୍କୁ ପିଲାକୁ କିଛି ସାହାଯ୍ୟ କର ବୋଲି କହିଲେ । ହେଲେ ସେ ମୋତେ ସାହାଯ୍ୟ କରିବା ପରିବର୍ତ୍ତେ ପରିହାସ କରିଥିଲେ। ଆପଣଙ୍କୁ ଏକଥା ଭଲ ଲାଗି ନଥିଲା। ଆପଣ ଘରେ ପହଞ୍ଚି ଆପଣଙ୍କ ସ୍ବାମୀଙ୍କ ଅଜାଣତରେ ଆପଣଙ୍କ ମୂଲ୍ୟବାନ ସୁନା ଚୁଡ଼ି ବିକ୍ରି କରି ସବୁ ଟଙ୍କା ଆଣି ମୋତେ ଦେଇଥିଲେ ଓ ମନ ଦେଇ ପାଠ ପଢିବା ପାଇଁ କହିଥିଲେ। ସେଇ ଥିଲା ଆପଣଙ୍କ ସହିତ ମୋର ଶେଷ ଦେଖା। ମାଆ, ମୁଁ ପାଠ ପଢି ଆଜି ଏଇ ଜିଲ୍ଲାର କଲେକ୍ଟର। ଏକ ଭାଇରାଲ୍ ଭିଡିଓ ରୁ ଆଜିର ଏଇ ଦୃଶ୍ୟକୁ ଦେଖି ଆପଣଙ୍କୁ ମୁଁ ଚିହ୍ନି ପାରିଲି। ତେଣୁ ତୁରନ୍ତ ମୁଁ ଏଠାକୁ ଆସିବା ଉଚିତ ମଣିଲି । “

ମହିଳା ଜଣକ ଆନନ୍ଦରେ ଯୁବକକୁ କୁଣ୍ଢେଇ ପକେଇଲେ । ଆଖିରୁ ଧାର ଧାର ହୋଇ ଲୁହ ବହି ଯାଉଥାଏ। କଲେକ୍ଟର ତାଙ୍କ ଲୁହ ପୋଛି ଦେଇ କହିଲେ ” ମାଆ ଆଜି ଠାରୁ ଆପଣ ମୋ ସହିତ ମୋ କ୍ୱାର୍ଟର ରେ ରହିବେ । ମୁଁ ଏକା ଅଛି। ମୋ ସହିତ ଆପଣ ରହିବେ । ଆମେ ମାଆ ପୁଅ ଦୁହେଁ ଏକତ୍ର ରହିବା। “

‌     କଲେକ୍ଟର ଙ୍କୁ ଦେଖି ଆପାର୍ଟମେଣ୍ଟର କର୍ତ୍ତୃପକ୍ଷ ତଥା କର୍ମଚାରୀ ଛାନିଆ ହୋଇ ଯାଇଥିଲେ।ଖବର ପାଇ ଆପାର୍ଟମେଣ୍ଟର ମାଲିକ ପହଞ୍ଚି କଲେକ୍ଟର ଙ୍କ ନିକଟରେ ଭୁଲ୍ ମାଗିଲେ। ଯାଉ ଯାଉ କଲେକ୍ଟର କହିଗଲେ,” ମୁଁ ଅଫିସ୍ ରେ ପହଞ୍ଚି ତୁରନ୍ତ ଆପଣଙ୍କୁ fax କରୁଛି। ଆବଶ୍ୟକୀୟ କାଗଜପତ୍ର ନେଇ ନିର୍ଦ୍ଧିଷ୍ଟ ସମୟରେ ମୋ ଅଫିସ ରେ ପହଞ୍ଚିବେ ।ମନେ ରଖିବେ ମୁଁ କୈାଣସି ରାଜନୈତିକ ସୁପାରିଶ କୁ ଖାତିର କରେ ନାହିଁ।”

ଧନ୍ୟବାଦ।

ମନ କଥା (୩୯)

——————

ସକାଳୁ ସକାଳୁ ନିଦରୁ ଉଠିଲା ପରେ ଏକ ସୁନ୍ଦର ଓଡ଼ିଆ ଭଜନ ଟିଏ କାନରେ ପଡ଼ିଲା। ଛାମୁ ହେ ,ଛାମୁ ହେ ,ଛାମୁ ହେ ଏତିକି ଗୁହାରି ଶୁଣିମା ହେଉ ହେ, ମୋ ସଂସାର ରଥ ଗଡ଼େଇ ନେବ ହେ, କାଲି ଯଦି ମୁଁ ବାଟ ଚାଲୁ ଚାଲୁ ମରିଯାଏ ମରିଯାଏ, ଛାମୁ ହେ।ମୋର ପ୍ରିୟ ମହମ୍ମଦ ଅଜିଜ ଖୁବ୍ ଭାବରେ ଏଇ ଗୀତଟି ଗାଇଛନ୍ତି। ମୋତେ ମଧ୍ୟ ଏଇ ଗୀତଟି ଭାରି ଭଲ ଲାଗେ ।

ତେବେ ଯଦି ଗୀତଟି ଆମେ ଭଲ ଭାବରେ ଶୁଣିବା ଆଉ ବୁଝିବା,ଏହା ହେଉଛି ସକଳ ଜନ ମାନସର ଏକ ଭାବପୂର୍ଣ୍ଣ ଅଭିବ୍ୟକ୍ତି। ଆମେ ସମସ୍ତେ ସେଇ କଥା ଭାବୁଛନ୍ତି କି ଆମର ମୃତ୍ୟୁ ପରେ ଆମ ପରିବାରରେ କ’ଣ ହେବ ଇତ୍ୟାଦି ଇତ୍ୟାଦି।

My dear friends,this is fear . The fear of future. Have we seen the future? Definitely the answer is no . Then why? Why we are worried about future.ଭବିଷ୍ୟତର କଳ୍ପନା ଆମକୁ ସବୁବେଳେ ଭୟଭୀତ କରେ । ଭବିଷ୍ୟତ ଆମକୁ ସବୁବେଳେ ଚାପ ମଧ୍ୟରେ ରଖିଥାଏ। ଗୋଟିଏ ଛୋଟ ପିଲା ମନରେ ଆମେ ଭରି ଦେଇ ଥାଉ ଏକ ବଡ଼ ପଦବୀ ଧାରୀର ସ୍ୱପ୍ନ।ସେଇ ସ୍ୱପ୍ନ ତାକୁ ଧୀରେ ଧୀରେ ଦ୍ୱନ୍ଦ ଭିତରକୁ ଟାଣି ନିଏ।ସେ ସଫଳ ହୋଇ ପାରିବ ତ । ଯଦି ସଫଳ ନହୁଏ ତେବେ ତାର କ’ଣ ହେବ। ଅନେକ ସମୟରେ ଆମେ ଭାବୁଥାଇ ଆମେ ହେଲୁ ପରିବାରର ମୁଖ୍ୟ ଉପାର୍ଜନକାରୀ । ଆମ ଅନ୍ତେ ଆମ ପରିବାର ଭାସି ଯିବ । ଆମେ ଝିଅ ଜନ୍ମ କରିଛନ୍ତି। ଏବେଠାରୁ ଚିନ୍ତା କରୁଅଛୁ କି‌‌ ଆମେ ମରିଗଲା ପରେ ଆମ ଝିଅ ବାହାଘର କେମିତି ହେବ। ଆମେ ମରିଗଲା ପରେ ଆମ ପରିବାରରେ କ’ଣ ହେବ ତା’ର ଏକ କଳ୍ପନା ଆମେ କରୁ ।

We make a negative film about our family. Also we write the script of the future. What we think so we write.ଏକ ଦୁର୍ବଳମନା ବ୍ୟକ୍ତି ନିଶ୍ଚୟ ଦୁର୍ବଳ କାହାଣୀ ନିଜ ପରିବାର ସିନେମା ପାଇଁ‌ ଲେଖିବେ। ଭବିଷ୍ୟତ କୁ ନେଇ ଯିଏ ଭୟ ମଧ୍ୟ ଦେଇ ଗତି କରୁଛନ୍ତି , ତାଙ୍କ ପରିବାର ପାଇଁ ସେ ଯଦି ସିନେମା କାହାଣୀ ଲେଖନ୍ତି , ସେ ସେଇଆ ଲେଖିବେ ଯାହା ତାଙ୍କ ମନକୁ ଭୟଭୀତ କରୁଛି। ଆମେ ମନେ ରଖିବା ଆବଶ୍ୟକ କି ଭବିଷ୍ୟତର ନକରାତ୍ମକ ଚିନ୍ତା ଆମ ଜୀବନକୁ ନର୍କ କରିଦିଏ ।

So we should not make the negative film. Enjoy the beauty of present. Involve ourselves in the present.ବର୍ତ୍ତମାନ କେବେ ବି ଭୟ ସୃଷ୍ଟି କରେ ନାହିଁ। ଆମେ ଏକ ଭୟ ମୁକ୍ତ ବାତାବରଣରେ ବଞ୍ଚିବାର ଅଛି। ଯେଉଁ ଭବିଷ୍ୟତ କୁ ଆମେ ଦେଖିନାହିଁ ତା ପାଇଁ କାହିଁକି ଭୟଭୀତ ହେବା , କାହିଁକି ଚାପରେ ରହିବା। ପିଲାକୁ ଭଲ ପଢି ଭଲ ମଣିଷଟିଏ ହେବାକୁ ପରାମର୍ଶ ଦେବା। ପିଲା ପରିବାର ସହିତ ବର୍ତ୍ତମାନର ଖୁସିକୁ ବାଣ୍ଟିବା। ପୁଅଝିଅ ବାହାଘର ତ ଠିକ୍ ସମୟରେ ନିଶ୍ଚିତ ହେବ ଆମେ ଏଠି ଥାଉ କି ନ ଥାଉ ।ଆପଣ ଆଜି ଘର କରି ପାରି ନାହାଁନ୍ତି, କାଲି ଆପଣଙ୍କ ପିଲା ନିଶ୍ଚିତ ଘର କରିବେ ।ସତ କଥା ହେଉଛି କି ଆମେ ଭବିଷ୍ୟତକୁ ନେଇ ଯେଉଁ ନକରାତ୍ମକ କାହାଣୀ ଟିଏ ଲେଖି ଥାଉ ଅନେକ ଭୁଲ୍ ପ୍ରମାଣିତ ହୁଏ।

ଛୋଟ ଅନୁଭବର କାହାଣୀ ଟିଏ। ପୁଅ ଟିଏ ଆଶା କରି ସ୍ୱାମୀ ସ୍ତ୍ରୀ ଚାରୋଟି ଝିଅ ଜନ୍ମ କଲେ। ଶେଷରେ ବାସ୍ତବତା କୁ ଅନୁଭବ କରି ପରିବାର ନିୟୋଜନ କଲେ। ଜମିବାଡ଼ି ବିଲକୁଲ ନାହିଁ। ଅନ୍ୟ ଘରେ କାମ ଦାମ କରି ସ୍ୱାମୀ ଯାହା ଆଣନ୍ତି, ସ୍ତ୍ରୀ ହାତରେ ଦିଅନ୍ତି। ସେଇ ରୋଜଗାର ରେ ସମସ୍ତେ ଖାଆନ୍ତି, ପିଲା ମାନେ ପାଠ ପଢନ୍ତି। ପିଲାମାନଙ୍କ ଧୀରେ ଧୀରେ ବୟସ  ବଢିଲା। କେମିତି ଏଇ ଚାରୋଟି ଝିଅକୁ ବାହା ଦେବେ  ଯୈ।ତୁକ ଲୋଭି ଆଜିର ମହଙ୍ଗା ଯୁଗରେ।ଏଇ କଥା ଭାବୁ ଭାବୁ ଦିନେ ସ୍ୱାମୀ ରୋଗାକ୍ରାନ୍ତ ହୋଇ ଗଲେ। ବହୁତ ଚିନ୍ତାରେ ରହିବା ସକାଶେ ତାଙ୍କର strokeହୋଇ paralysis ବା ପକ୍ଷାଘାତ ହୋଇଗଲା। ସ୍ତ୍ରୀ କିନ୍ତୁ ଜୀବନ ଯୁଦ୍ଧରେ ହାର ମାନି ନଥିଲେ। ପରିବାର ଚଳାଇବା ପାଇଁ ଅଣ୍ଟା ଭିଡ଼ିଲେ। ପୂର୍ବରୁ ସେ ଟେଲରିଙ୍ଗ୍ ଟ୍ରେନିଂ SHG ମାଧ୍ୟମରେ ନେଇଥିଲେ। ସମସ୍ତ SHG ସଭ୍ୟା ମାନେ ତାଙ୍କୁ ସାହସ ଦେଲେ। ସେ  SHG ର ଋଣ ଆଣିଲେ। ସିଲାଇ ମେସିନ ଟିଏ କିଣିଲେ ।ସିଲାଇ ଆରମ୍ଭ କଲେ। ଧୀରେ ଧୀରେ ତାଙ୍କ ସିଲାଇ ର ଲୋକପ୍ରିୟତା ବଢିଲା। ଝିଅ ମାନେ ମଧ୍ୟ ପାଠ ପଢିବା ସହିତ ମାଆଙ୍କ ଠାରୁ ସିଲାଇ ଶିଖିବା ସାଙ୍ଗକୁ ସହଯୋଗ କଲେ। ସମୟ ଏମିତି ଆସି ଦିନେ ପହଞ୍ଚିଲା ତାଙ୍କ ସ୍ୱାମୀ ଦିନେ ଯାହା ଚିନ୍ତା କରି ପାରି ନଥିଲେ ତା’ର କାହିଁ କେତେ ଶହ ଗୁଣରେ ପରିବାର ଉନ୍ନତି କରିଗଲା। ଝିଅ ମାନେ ପରିଶ୍ରମୀ ହୋଇଥିବାରୁ ତାଙ୍କୁ ଈଶ୍ବର ମଧ୍ୟ ସହାୟ ହେଲେ। ସମସ୍ତେ ମଧ୍ୟ ଭଲ ପାଠ ପଢି ଚାକିରି ମଧ୍ୟ କଲେ । ସବୁ ସୁଖ ଦେଖୁ ଦେଖୁ ସ୍ୱାମୀ ତାଙ୍କର ପୁରୁଣା ନକରାତ୍ମକ କଥା ଭାବୁଥିଲେ , କ’ଣ ସେ ଭାବିଥିଲେ ଆଉ ଆଜି ତା’ର ବିପରୀତ ସବୁ ହେଲା। ଯେଉଁ ଭୟ ତାଙ୍କୁ ଆଜି ପଙ୍ଗୁ କରିଦେଲା ,ସେଇ ଭୟ ଆଜି ଭୁଲ୍ ପ୍ରମାଣିତ ହେଲା ।

ଧନ୍ୟବାଦ।

* ଜୟ ଜଗନ୍ନାଥ *

ରମାନାଥ କର

ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର

ବାଲିଆପାଳ, ବାଲେଶ୍ଵର

ମନ କଥା (୪୦)

——————

ଆପଣ ମାନଙ୍କ ଆଶୀର୍ବାଦ,ଆପଣ ମାନଙ୍କ ଭଲପାଇବା ସକାଶେ ଆଜି ମୋର ମନ କଥା ୪୦ତମ episode ରେ ପହଞ୍ଚି ପାରିଛି । ସେଥିପାଇଁ ଆପଣ ମାନଙ୍କୁ ମୋ ହୃଦୟର ଗଭୀରତମ ପ୍ରଦେଶରୁ ଅନେକ ଅନେକ ଧନ୍ୟବାଦ ଜ୍ଞାପନ କରୁଛି। ମୁଁ ଆପଣ ମାନଙ୍କ ଠାରେ ଚିର କୃତଜ୍ଞ। ଆପଣ ମାନେ ମନ କଥା ପଢୁଛନ୍ତି, ପସନ୍ଦ କରୁଛନ୍ତି, ତଥା ମୂଲ୍ୟବାନ ମତାମତ ଦେଇ ମୋତେ ଉତ୍ସାହିତ କରୁଛନ୍ତି। ମୁଁ ଜୀବନରେ କେବେ ବି ଭୁଲି ପାରିବି ନାହିଁ ଆପଣ ମାନଙ୍କ ମୋ ପ୍ରତି ଥିବା ଏଇ ଆପଣାପଣ ଓ ଆନ୍ତରିକତାକୁ ।

ବନ୍ଧୁଗଣ , ଜୀବନରେ ଅଧିକ କିଛି ହେବାଟା ଖରାପ ନୁହେଁ। ଯାହା ଆପଣଙ୍କ ପାଖରେ ଆଜି ଧନସମ୍ପତ୍ତି ଅଧିକ ଅଛି , ଜମାରୁ ଖରାପ ନୁହେଁ। କିନ୍ତୁ ଯେତିକି ବର୍ତ୍ତମାନ ଅଛି, ସେତିକିରେ ଖୁସି ରହିବା ଉଚିତ୍। ଅଧିକ ଆଶାରେ ଆପଣଙ୍କ ଜୀବନରୁ ଖୁସି ଯେମିତି ଚାଲି ନଯାଉ , ସେଥିପ୍ରତି ଯତ୍ନବାନ ହେବା ଆବଶ୍ୟକ। ଆଶା ଯେତେ ବଢିବ , ଦୁଃଖ ସେତେ ବଢ଼ିବ । ପିଲାଦିନେ ଆମେ ଘରେ ତ୍ରିନାଥ ମେଳା ହେଉଥିଲା। ନନା ଗୋସାଇଁ କହୁଥାନ୍ତି ମୁଁ ଶୁଣିଛି , ତିନି ପଇସା ଯହୁଁ ପାଇ ଆହୁରି ବେଣା ଉପୁଡଇ।

ଛୋଟ କାହାଣୀ ଟିଏ। ଦିନେ ଗୋଟିଏ ରାଜ୍ୟର ରାଜା ବହୁତ ଖୁସି ଥିଲେ। ତାଙ୍କର ଇଛା ହେଲା, ସେ ତାଙ୍କ ରାଜ୍ୟବାସୀଙ୍କ ପାଖକୁ ଯିବେ । He wished to speak with the people of his kingdom and shower them with gifts. He decided to share his happiness with them.

ରାଜାଙ୍କୁ ସ୍ୱାଗତ କରିବା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ସଭା ଆୟୋଜନ କରା ଯାଇଥାଏ। ଗୋଟିଏ ସଭାରେ ରାଜା ପହଞ୍ଚିଲେ।He listened to the people. He answered their all questions and handed over one gold coin each.ସମସ୍ତଙ୍କୁ ସେ ଗୋଟିଏ ଲେଖାଏଁ ସ୍ୱର୍ଣ୍ଣ ମୁଦ୍ରା ଉପହାର ଦେଲେ। ଏତିକି ବେଳକୁ ରାଜାଙ୍କ ନଜର ପଡିଲା ରାସ୍ତା କଡ଼ରେ ବସିଥିବା ଜଣେ ଭିକାରୀ ଉପରେ। ରାଜା ତାଙ୍କୁ ପାଖକୁ ଡାକିଲେ ଓ ଗୋଟିଏ ସ୍ୱର୍ଣ୍ଣ ମୁଦ୍ରା ଦେଲେ । କିଛି ସମୟ ପରେ ରାଜା ଦେଖିଲେ ସେହି ଭିକାରୀ ଜଣକ କିଛି ଖୋଜୁଥାନ୍ତି। The king commanded his officers to enquire the problem with the beggar. Officers went and informed the king that he had lost his gold coin . ରାଜା ପୁଣି ଆଉ ଗୋଟିଏ ସ୍ୱର୍ଣ୍ଣ ମୁଦ୍ରା ସେହି ଭିକାରୀକୁ ଦେଲେ। କିଛି ସମୟପରେ ରାଜା ପୁଣି ଦେଖିଲେ ସେହି ଭିକାରୀ କିଛି ଖୋଜୁଛି। ରାଜାଙ୍କ ନିର୍ଦ୍ଦେଶରେ ଅଫିସର୍ ମାନେ ସେଠିକି ଯାଇ ବୁଝିଲେ କି ସେ ତାଙ୍କର ପ୍ରଥମ ସ୍ୱର୍ଣ୍ଣ ମୁଦ୍ରା ଯାହା ହଜି ଯାଇଛି ପୁଣି ତାକୁ ଖୋଜୁଛନ୍ତି। ଏହା ଦେଖି ରାଜା ତାକୁ ଆଉ ଗୋଟିଏ ସ୍ୱର୍ଣ୍ଣ ମୁଦ୍ରା ପୁଣି ଦେଲେ। କିଛି ସମୟପରେ ରାଜା ଦେଖିଲେ ସେହି ଏକା କଥା। ସେଇ ଭିକାରୀ ତାଙ୍କର ପ୍ରଥମ ସ୍ୱର୍ଣ୍ଣ ମୁଦ୍ରା ଟିକୁ ଖୋଜୁଛନ୍ତି।

ରାଜା ଭିକାରୀ କୁ ଡାକିଲେ। ବୁଝାଇବାକୁ ଚେଷ୍ଟା କଲେ।” ଶୁଣ ବାବୁ, ସମସ୍ତଙ୍କୁ ଗୋଟିଏ ଗୋଟିଏ ସ୍ୱର୍ଣ୍ଣ ମୁଦ୍ରା ଉପହାର ଦେଇଥିଲା ବେଳେ ତୁମକୁ ମୁଁ ତିନୋଟି ସ୍ୱର୍ଣ୍ଣ ମୁଦ୍ରା ଦେଲି । ଗୋଟିଏ ଯଦି ହଜିଗଲା, ଆଉ ଦୁଇଟି ତୁମ ପାଖରେ ଅଛି। ତଥାପି ତୁମେ ଦୁଃଖିତ। ମୁହଁରେ ପ୍ରସନ୍ନତା ନାହିଁ। ଦେଖ ସମସ୍ତେ ଗୋଟିଏ ଗୋଟିଏ ସ୍ୱର୍ଣ୍ଣ ମୁଦ୍ରାରେ କେମିତି ପ୍ରସନ୍ନ ଅଛନ୍ତି। ତୁମ ପାଖରେ ଦୁଇଟି ସ୍ୱର୍ଣ ମୁଦ୍ରା ଥାଇ ମଧ୍ୟ ଖୁସି ନାହଁ।”

My dear friends, this is where we do mistake. You see, having two gold coin the beggar still worried over that coin already lost. We often fail to appreciate the good things presently with us. We are living in a time where we can not get what we lost.

ବର୍ତ୍ତମାନ ଆମ ପାଖରେ ଯାହା ଅଛି, ସେଇ ହେଉଛି ଆମ ପାଇଁ ଖୁସି।ଆମ ପରିବାର,ଆମ ଧନସମ୍ପତ୍ତି। ଆମ ବନ୍ଧୁ ବର୍ଗ ।ଆମ ସମାଜ,ଆମ ସୁନ୍ଦର ପ୍ରାକୃତିକ ପରିବେଶ। ସବୁକିଛି ପାଖରେ ଥାଇ ଆମେ ପ୍ରଥମ ସ୍ୱର୍ଣ୍ଣ ମୁଦ୍ରା ଖୋଜିଲା ଭଳି ଆହୁରି ଖୋଜୁଛୁ ଏବଂ ଜୀବନର ବର୍ତ୍ତମାନର ଖୁସିକୁ ହଜାଇ ଦେଉଛୁ।

ଭିକାରି ନିଜର ଭୁଲ ବୁଝିପାରିଲେ । ରାଜାଙ୍କୁ ଧନ୍ୟବାଦ ଜ୍ଞାପନ କଲେ। ସେହି ଦିନ ଠାରୁ ସେ ଭିକ୍ଷା ବୃତ୍ତି ଛାଡ଼ି ବିଲ ବାଡିରେ କାମ କଲେ। ପରିବାର ସହିତ ହସଖୁସିରେ ସମୟ ବିତାଇଲେ ।

ରହୁଛି ବନ୍ଧୁଗଣ।ମନ କଥା ର ଆଉ ଏକ ଅଧ୍ୟାୟ ନେଇ ପୁଣି ଆସିବି । ସେତେବେଳ ପର୍ଯ୍ୟନ୍ତ ହସୁ ଥିବେ । ଖୁସିରେ ଥିବେ ।

ଧନ୍ୟବାଦ।

* ଜୟ ଜଗନ୍ନାଥ *

ମନ କଥା (୪୧)

——————

ଆଜି ରବିବାର। ଇଚ୍ଛା ହେଲା ଯାଉଛି ସାଙ୍ଗ ଘର ଆଡେ ବୁଲି ଆସିବି।ମୋ ଗାଆଁ କୁ ତା ଗାଆଁ ଲାଗିଛି। ସକାଳୁ ସକାଳୁ ମୋତେ ଦେଖି ଭାରି ମୋ ସାଙ୍ଗ ବହୁତ ଖୁସି ହୋଇଗଲା। ସାଙ୍ଗ ହୋଇ ଆମେ ଦୁଇ ଜଣ ଦହି ମୁଢ଼ି ,ଆଳୁ ବିଲାତି ବାଇଗଣ ବାଟି ବସା , କାକୁଡି , ନଡ଼ିଆ ଗୁଡ ସନ୍ଦେଶ ( ଏସବୁ ଆମ ଉତ୍ତର ବାଲେଶ୍ଵରର ଜଳଖିଆ ସ୍ପେଶାଲ୍ ) ଖାଇଲୁ ।ତା ଘରେ ଖାଇବା ବେଳେ ଆମେ ସ୍କୁଲରେ ସାଙ୍ଗରେ ‌ହଷ୍ଟେଲ୍ ରେ ଖାଇବା କଥା ମନେ ପଡିଗଲା।ଆମ ପିଲାଦିନ ସ୍କୁଲ ଜୀବନ ବହୁତ ବଢ଼ିଆ ଥିଲା। ସାଙ୍ଗ ହୋଇ ପାଠ ପଢିବା, ସ୍କୁଲ ପଡିଆରେ ଡୁଡୁ ଖେଳିବା , ଝିଅ ସାଙ୍ଗ ମାନେ ପୁଚି ଖେଳୁଥିବେ , ଖପରାକାତି ଖେଳୁଥିବେ , ସୀତା ଚୋରି ଖେଳୁଥିବେ, କିଛି ‌ପୁଅ ଝିଅ ସାଙ୍ଗ ମାନେ ବର ଓହଳରେ ଦୋଳି ଝୁଲୁଥିଵେ ,ସତରେ କେତେ ମଜା ଥିଲା ସେତେବେଳେ  । ଯେତେବେଳେ ବି ଗାଆଁରେ ମୁଁ ରହେ ସମୟ ଥିଲେ ସାଙ୍ଗ ମାନଙ୍କ ଘର ଆଡେ ଟିକିଏ ବୁଲି ଯିବା ପାଇଁ ସବୁବେଳେ ଚେଷ୍ଟା କରେ ।

କିଛି ସମୟର ଗପସପ ପରେ ସାଙ୍ଗ  ଘରୁ ମୁଁ ଆସିଲି । ଆସିଲା ବେଳକୁ ମୋ ସାଙ୍ଗ ମୋତେ ଗୋଟିଏ ବହି ଦେଇ କହିଲା ତୋତେ ଦେବା ପାଇଁ ରଖିଥିଲି।ମୋର ଚାଷବାସ ଭଲ ତ ସବୁ ଭଲ , ପଢିବାକୁ ବେଳ କେତେବେଳେ।ତୋ କାମରେ ବହିଟି ଆସିବ ମୁଁ ଜାଣିଛି , ତେଣୁ ତୁ ରଖ‌। ସାଙ୍ଗକୁ ବହୁତ ବହୁତ ଧନ୍ୟବାଦ ଦେଲି। ଗରିବ ହେଲେ କ’ଣ ହେଲା ,ମନ ତା’ର ଧନୀ ।ମୋତେ ସବୁଠୁ ଭଲ ଲାଗିଲା ତା’ର ବ୍ୟବହାର, ତା’ର ଆତିଥ୍ୟତା  ଆଉ ମୋ ବାବଦରେ ତା’ର ଧାରଣା ।ବହି କାହାକୁ ଦେଲେ କାର୍ଯ୍ୟରେ ଆସିବ ସେ ଠିକ୍ ଜାଣିଥିଲା। ତା’ର ମହାନତା ନିକଟରେ ମୁଁ ସବୁଦିନ ଋଣୀ ହୋଇଗଲି ।

ବହିଟିର ନାମ ଜ୍ଞାନ ଚନ୍ଦନ। ବହିଟିକୁ ଘରେ ଆସି ପଡ଼ିଲି। ଖୁବ୍ ସୁନ୍ଦର ବହି। ଅନେକ ଶିକ୍ଷଣୀୟ କଥା ସେଥିରେ ଲେଖାଯାଇଅଛି। ଗୋଟିଏ ଶିକ୍ଷଣୀୟ କଥା ପାଖରେ ମୁଁ ଅଟକି ଗଲି। କଥାଟି ହେଉଛି ଅଧର୍ମ ବିତ୍ତ ବଢେ ବହୁତ ଯିବା ବେଳେ ଯାଏ ମୂଳ ସହିତ।

ଛୋଟ କାହାଣୀ ଟିଏ। ଗୋଟିଏ ଗାଆଁରେ ଜଣେ ମହାଜନ ଥାଆନ୍ତି। ଦୀର୍ଘ ଚେହେରା। ବଳିଷ୍ଠ ଅବୟବ । ସେ ଲୋକଙ୍କୁ ଟଙ୍କା ସୁଧରେ ଦିଅନ୍ତି। ଭାରି ଚଢା ସୁଧ । ସେତେବେଳେ ସେମିତି କିଛି ଅନ୍ୟ ବିକଳ୍ପ ମଧ୍ୟ ନଥିଲା। ତେଣୁ ଲୋକେ ଚାଷବାସ ପାଇଁ, ଝିଅ ବାହାଘର ପାଇଁ,ଦେହ ଖରାପ ହେଲେ ଡାକ୍ତର ପାଖକୁ ଯିବା ପାଇଁ, ପରିବାର ଚଳାଇବା ପାଇଁ  ତା ପାଖକୁ ବାଧ୍ୟ ହୋଇ କରଜ ଆଣିବାକୁ ଯାଆନ୍ତି। ଦିନକୁ ଦିନ ମହାଜନର ନିଜସ୍ଵ ସମ୍ପତ୍ତି ହୁ ହୁ ହୋଇ ବଢିବା ପାଇଁ ଲାଗିଲା। ଯେତେ ସମ୍ପତ୍ତି ବଢିଲା ସେହି ଅନୁସାରେ ତା’ର ବ୍ୟବହାର ମଧ୍ୟ ଖରାପ ହେଲା। ତାଙ୍କ ସ୍ତ୍ରୀ କିନ୍ତୁ ବହୁତ ସୁନ୍ଦର ସ୍ୱଭାବର। ସେ ତାଙ୍କ ସ୍ବାମୀଙ୍କୁ ଯେତେ ବୁଝାଇଲେ ମଧ୍ୟ କିଛି ଫଳ ମିଳୁ ନଥିଲା।

ଦିନେ ତାଙ୍କର ଅଧର୍ମ ଚରମ ସୀମାରେ ପହଞ୍ଚିଲା। ନିଜ ଗାଆଁ ମନ୍ଦିର ପ୍ରାଙ୍ଗଣରେ ସେ ତାଙ୍କର ନିଜ ଶାଳକ କୁ ଗଛରେ ବାନ୍ଧି ଦେଲେ। ଶାଳକ ଯିଏ ତାଙ୍କ ନିଜ ସ୍ତ୍ରୀଙ୍କ ଭାଇ  ତାଙ୍କୁ କିଛି ଟଙ୍କା କରଜ ଦେଇଥିଲେ। ବାରମ୍ବାର ବନ୍ୟାରେ ତାଙ୍କ ଫସଲ ନଷ୍ଟ ହୋଇ ଯାଉଥିଲା , ତେଣୁ ସେ କରଜ ଟଙ୍କ ସୁଝି ପାରୁ ନଥିଲେ।ସୁଧ ମୂଳ ମିଶାଇ ଅନେକ ଟଙ୍କା ହୋଇ ଯାଇଥିଲା। ସେଦିନ ମହାଜନ ସୁଯୋଗ ପାଇ ନିଜ ଶାଳକ କୁ ଗଛରେ ବାନ୍ଧି ଦେଲା। ସବୁ ଲୋକ ଏଇ ଭଳି ଅଭାବନୀୟ ଘଟଣାକୁ ଦେଖୁ ଥାଆନ୍ତି। ଏତିକି ବେଳେ ତାଙ୍କ ଗର୍ଭବତୀ ସ୍ତ୍ରୀ ଆସି ତାଙ୍କ ପାଦ ଧରି ଆକୁଳ ନିବେଦନ କଲେ  ଭାଇକୁ ଛାଡ଼ି ଦେବା ପାଇଁ। ଲୋକେ କହୁ ଥାଆନ୍ତି ଠାକୁର ତୁମେ ଏତେ ଅନ୍ୟାୟ କେମିତି ସହି ପାରୁଛ।

କିଛି ଦିନ ପରେ ମହାଜନଙ୍କ ସ୍ତ୍ରୀ ପୁଅଟିଏ ଜନ୍ମ କଲେ। ମହାଜନ ବହୁତ ଖୁସି ହୋଇଗଲେ କି ତାଙ୍କ ସୁଧ ବ୍ୟବସାୟକୁ ଆଗେଇ ନେବା ପାଇଁ ଯାହା ହେଉ ଠାକୁରଙ୍କ ଦୟାରୁ ପୁଅଟେ ଘରକୁ ଆସିଲା। କିନ୍ତୁ ମହାଜନ ଜାଣି ନଥିଲା ତା ଘରକୁ ପୁଅ ଆସି ନାହିଁ ଯେ ବରବାଦି ଆସି ଯାଇଥିଲା। ଅଳ୍ପ କିଛିଦିନ ପରେ ତାଙ୍କ ସ୍ତ୍ରୀ ମାନସିକ ଯନ୍ତ୍ରଣା ସହି ନପାରି ଆତ୍ମହତ୍ୟା କଲେ। ପୁଅକୁ ପାଳିବା ପାଇଁ ମହାଜନ ଦ୍ୱିତୀୟ ବିବାହ କଲେ । ସେ ଉତ୍ତମ ଚରିତ୍ରର ସ୍ତ୍ରୀ ନଥିଲେ।ସମୟ ହଠାତ୍ ବଦଳି ଗଲା। ଦ୍ଵିତୀୟ ସ୍ତ୍ରୀ ମହାଜନଙ୍କୁ ମାନସିକ ଯନ୍ତ୍ରଣା ଦେବାକୁ ଆରମ୍ଭ କଲେ। ବିଭିନ୍ନ ସମୟରେ ବିଭିନ୍ନ ଲୋକଙ୍କ ସହିତ ତାଙ୍କର ଅନୈତିକ ସମ୍ପର୍କକୁ ଦେଖି ମହାଜନ ସହ୍ୟ କରି ପାରିଲେ ନାହିଁ। ପ୍ରତିଦିନ ଘରେ ଗଣ୍ଡଗୋଳ ଲାଗିଲା। ମହାଜନ ଚିନ୍ତାରେ ଥାଇ ଲୋକଙ୍କ ପାଖକୁ ମୂଳ କିମ୍ବା ସୁଧ ଆଦାୟ କରିବାକୁ ଯାଇ ପାରିଲେ ନାହିଁ।ଲୋକ କରଜ ନେଇଥିବା ଟଙ୍କା ଫେରାଇଲେ ନାହିଁ। ମହାଜନଙ୍କ ଠାରୁ ଜବରଦସ୍ତ ଟଙ୍କା ଆଣି ସ୍ତ୍ରୀ ମଧ୍ୟ ବିଶ୍ଵାସରେ ସେହି ଲୋକ ମାନଙ୍କୁ ଟଙ୍କା ସାହାଯ୍ୟ କଲେ ଯେଉଁ ମାନଙ୍କ ସହିତ ତାଙ୍କର ଅନୈତିକ ସମ୍ପର୍କ ଥିଲା। ସେମାନେ ମଧ୍ୟ ଟଙ୍କା ପାଇ ଆଉ ଧରା ଛୁଆଁ ଦେଲେ ନାହିଁ। ଅର୍ଥାତ୍ ମହାଜନଙ୍କର ସବୁ ଟଙ୍କା ବୁଡି ଗଲା। ବାଧ୍ୟ ହୋଇ ଚଳିବା ପାଇଁ ସେ ନିଜର ଜମିବାଡ଼ି ବିକ୍ରି ଆରମ୍ଭ କଲେ। ପ୍ରଥମ ସ୍ତ୍ରୀ ର ପୁଅ ଓ ଦ୍ୱିତୀୟ ସ୍ତ୍ରୀ ର ପୁଅ କେହି ପାଠ ପଢ଼ିଲେ ନାହିଁ ।ବୟସ ବଢିବା ସହିତ ସାଙ୍ଗ ମାନଙ୍କ ସହିତ ମିଶି ନିଶା ପାନ କଲେ।ମହାଜନ ବାପା ପାଖରୁ ଶେଷରେ ଟଙ୍କା ଛଡ଼ାଇ ନେଇ ମଦ ପିଇଲେ। ଧୀରେ ଧୀରେ ବସି ଖାଇଲେ ନଈ ବାଲି ସରେ ପରି ମହାଜନଙ୍କ ସବୁ ସମ୍ପତ୍ତି ଶେଷରେ ଶୂନ ହୋଇଗଲା। ଦିନେ ରାତିରେ ସମସ୍ତେ ଶୋଇଗଲା ପରେ ମହାଜନ   ଘରୁ କେଉଁ ଆଡେ ଚାଲିଗଲେ କେହି କିଛି ଜାଣି ପାରିଲେ ନାହିଁ।

ରହୁଛି ବନ୍ଧୁଗଣ। ମନ କଥା ର ଆଉ ଏକ ଅଧ୍ୟାୟ ନେଇ ପୁଣି ଆସିବି। ସେତେବେଳ ପର୍ଯ୍ୟନ୍ତ ହସୁ ଥିବେ ଆଉ ଖୁସିରେ ଥିବେ।

ଧନ୍ୟବାଦ।

* ଜୟ ଜଗନ୍ନାଥ *

ରମାନାଥ କର

ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର

ବାଲେଶ୍ଵର

ମନ କଥା (୪୨)

——————

କେବେ ଆପଣଙ୍କ ଘରେ ,ଏଇ ଧରନ୍ତୁ ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ କେବେ ଝଗଡ଼ା ହୋଇ ନାହିଁ? କେବେ ମନମାଳିନ୍ୟ ହୋଇ ନାହିଁ ?  I don’t know whether you will answer me or not. Because it is completely personal matter. କିନ୍ତୁ ମୁଁ କହିବି ହଁ। ଆମେ ସ୍ବାମୀ ସ୍ତ୍ରୀ ଭିତରେ କେତେବେଳେ ଝଗଡ଼ା ହୋଇଛି। କେତେବେଳେ ବି ମନମାଳିନ୍ୟ ହୋଇଛି। ଦିନେ ଦୁଇ ଦିନ ପର୍ଯ୍ୟନ୍ତ କଥାବାର୍ତ୍ତା ବି ହୋଇ ନାହୁଁ।

My dear friends, rifts, fights, difference of opinions are part of our life. These are very small things and keep on happening. ସତ କଥା। ଏମିତି ସମ୍ପର୍କରେ ଫାଟ , ଝଗଡ଼ା,ମନମାଳିନ୍ୟ ଏସବୁ ଜୀବନରେ ଚାଲିଛି ଆଉ ଚାଲିଥିବ । ଆମ ଜାତୀୟ ହୃଦୟ ଆମ ପରିଚୟ ଆମ ଠାକୁର ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମାଆ ଲକ୍ଷ୍ମୀଙ୍କ କାହାଣୀ କାହାକୁ ଅଜଣା ଅଛପା ଅଛି।

‌      ଆଜି ଗୋଟିଏ ଏମିତି କିଛି ବିଷୟରେ ମୋ ମନ କଥା ରେ ଲେଖିବା ପାଇଁ ସକାଳ ଠାରୁ ‌ଇଚ୍ଛା ହେଲେ ବି ସମୟର ଅଭାବରୁ ମୁଁ ଲେଖି‌ ପାରି ନଥିଲି । ପୁରୁଣା ଓଡ଼ିଆ ଗୀତ ଶୁଣିବାକୁ ମୋତେ ଭାରି ଭଲ ଲାଗେ । ଆପଣ ଓଡ଼ିଆ ଫିଲ୍ମ ସଉତୁଣୀ ର ଏକ ଲୋକପ୍ରିୟ ଗୀତ ” କାଉ ଧାନ ଖାଇଲା ବୋଲି ମାଇଲୁ ମୋତେ ,ବାପଘର ଯିବି ମୁଁ ଚାଲି ଝୁରିବୁ ମୋତେ। ବାପଘର ଯିବୁ ତୁ ଚାଲି ଦେଖାନି ଛଇ, ଜାଣିଥା ଲୋ ପଛରେ ତୋର ଯିବିନି ଧାଇଁ।ହେ ଚମ୍ପି ଜାଣିଥା ଲୋ ପଛରେ ତୋର ଯିବିନି ଧାଇଁ।” ଏଇ ଗୀତଟି ନିଶ୍ଚୟ ଶୁଣିଥିବେ । ଯଦି ଭଲ ପାଉଥିବେ କେବେକେବେ ଏଇ ଗୀତଟିକୁ ଗୁଣୁ ଗୁଣୁ ମଧ୍ୟ ହେଉ ଥିବେ । ନୁହେଁ କି ? ଏଇ ଗୀତଟିକୁ ଶୁଣିଲେ ଆମେ ବୁଝି ପାରୁ କି ଘର କରିଥିଲେ ଏମିତି ଛୋଟମୋଟ ଘଟଣା ଘଟେ । ପୁଣି ସ୍ୱାମୀ ସ୍ତ୍ରୀ କୁ କିମ୍ବା ସ୍ତ୍ରୀ ସ୍ୱାମୀକୁ ମନେଇବାକୁ ପଡେ। ଯେମିତି ଏଇ ଗୀତରେ ତାନସେନ ସିଂ ‌ଗାଇଛନ୍ତି ଆଉ ଗୋଟିଏ ବାହା ହୋଇ‌ ସଉତୁଣୀ ଘରକୁ ଆଣିବେ ଯଦି ସ୍ତ୍ରୀ ବାପ ଘରକୁ ଚାଲି ଯାଏ । ଜଣେ ସ୍ତ୍ରୀ କେବେ ଚାହେଁ ନାହିଁ କି ତା ସିନ୍ଦୂରରେ ଆଉ ଜଣେ ଭାଗ ବସାଇବ । ସେଥିପାଇଁ ଏସ ଜାନକୀ ଗାଇଛନ୍ତି ” ମିଛେ ସିନା କହିଲି ପ୍ରାଣେ ରାଗୁଛ କାହିଁ,ଚାଲ ଯିବା ଘରକୁ ଆମ ଝଗଡ଼ା ନାହିଁ”।

‌    ଛୋଟ କାହାଣୀ ଟିଏ। One day one couple fought like really bad. ରାଗି ଯାଇ ତାଙ୍କ ଶୋଇବା ଘରେ ପଶିଗଲେ। She was packing her bag. She was ready to leave her home . ସ୍ୱାମୀ ପଚାରିଲେ ତୁମେ କୁଆଡେ ଯାଉଛ ‌। ସ୍ତ୍ରୀ ଉତ୍ତର ଦେଲେ ” ମାଆ ପାଖକୁ ଯାଉଛି।” ଏତିକି ଶୁଣି ସ୍ୱାମୀ ଜଣକ ଆଉ ଗୋଟିଏ ଘରେ ପଶିଗଲେ and started his packing. His wife came immediately and asked him ” where are you going ?” Her husband replied,” I am going to my mother. So what? ,? ସ୍ତ୍ରୀ କହିଲେ ” ମୁଁ ମୋ ମାଆ ପାଖକୁ ଯିବି। ତୁମେ ତୁମ ମାଆ ପାଖକୁ ଯିବ । ପୁଅ ର ଦାୟିତ୍ଵ କିଏ ନେବ ? ” ସ୍ୱାମୀ ଉତ୍ତର ଦେଲେ କି ପୁଅ ତା‌ ମାଆ ପାଖକୁ ଯିବ। ଯେତେବେଳେ ତୁମେ ଆଉ ମୁଁ ଆମ ମାଆ ପାଖକୁ ଚାଲି ଯିବା, ପୁଅ ବି ତା ମାଆ ଅର୍ଥାତ୍ ତୁମ ପାଖକୁ ଚାଲି ଯିବ । ଅସୁବିଧା କ’ଣ ଅଛି। ସହଜରେ ସମାଧାନ ହୋଇଗଲା। ସ୍ତ୍ରୀ ସବୁ ବୁଝି ଗଲେ। ଯାହା ଯାହା ବ୍ୟାଗ୍ ରେ ଭର୍ତ୍ତି କରିଥିଲେ ସବୁ ବାହାର କରି ଦେଲେ।So bags unpacked again and peace came to home.

My dear friends we should not hold on to the winning or losing in our day to day life battle.

ରହୁଛି ବନ୍ଧୁଗଣ।ମନ କଥାର ଆଉ ଏକ ଅଧ୍ୟାୟ ନେଇ ପୁଣି ଥରେ ଆସିବି। ସେତେବେଳ ପର୍ଯ୍ୟନ୍ତ ହସୁ ଥାଆନ୍ତୁ ।

ଧନ୍ୟବାଦ।

* ଜୟ ଜଗନ୍ନାଥ *

ରମାନାଥ କର

ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର

ବାଲେଶ୍ଵର

ମନ କଥା (୪୩)

—————–

ଆବେ ପରଶୁ ଯାବେ ପରଶୁ ବାବୁ ପରଶୁରାମ ,ପଇସା କ୍ୟା ନକରେ କାମ୍ । ଆମ ଓଡ଼ିଶାରେ ଏହା ଏକ  ସର୍ବଜନାଦୃତ କଥା ଟିଏ । ସମସ୍ତେ ମାନନ୍ତି ହଁ ଟଙ୍କା ହିଁ ସବୁ କିଛି। ଏଥିରେ ଟିକିଏ ମଧ୍ୟ ସନ୍ଦେହ ନାହିଁ ଆଜିର ଦିନରେ ଟଙ୍କା ହିଁ ସବୁକିଛି ର କେନ୍ଦ୍ରବିନ୍ଦୁ। Money has become the central point of everything ଟଙ୍କା ଯାହା ପାଖରେ ନାହିଁ,ତା’ର କିଛି ନାହିଁ। ଟଙ୍କା ଆମ ସମ୍ପର୍କକୁ ପ୍ରଭାବିତ କରେ । Money decides our relationship.ଆଜିର ଦିନରେ ଯଦି ଟଙ୍କା କାହା ପାଖରେ ଅଛି ,ସେ ଅନ୍ୟକୁ ପ୍ରଭାବିତ କରି ପାରୁଛି, ଯୋଗ୍ୟତା କୁ କିଏ ପଚାରୁଛି। ଟଙ୍କା ଥିଲା ବାଲା ମୂର୍ଖ ପଛେ ହେଇଥାଉ , ସେ ଯାହା ନିଷ୍ପତ୍ତି ନେବେ ସେଇଟା ଠିକ୍। Money decides one’s influences also decisions. Money takes care of all the forces behind one’s activity and movement.ଟଙ୍କା ଥିଲେ କେହି ଜଣେ କିଛିବି କରିପାରେ।

ହେଇପାରେ ବର୍ତ୍ତମାନ ସଂସାର ଅର୍ଥ ସର୍ବସ୍ବ। ଜଣେ ହୁଏତ ବହୁ ଟଙ୍କା ଖର୍ଚ୍ଚ କରି ଗୋଟିଏ ବହୁତ ବଡ କୋଠା ଟିଏ ତିଆରି କରି ପାରିବେ। କିନ୍ତୁ ସବୁ କୋଠା କୁ ଘର ବୋଲି କହି ହେବ ନାହିଁ। ଘରର ଅନ୍ୟ ନାମ ତ ବୈକୁଣ୍ଠ। କଥା ଟିଏ ଅଛି , ବୈକୁଣ୍ଠ ସମାନ ଆହା ଅଟେ ସେହି ଘର ପରସ୍ପର ସ୍ନେହ ଯହିଁ ଥାଏ ନିରନ୍ତର। So my dear friends, probably money can build a house.But money has not power to convert the house to a good home. ହୁଏତ ଟଙ୍କା ଦ୍ଵାରା ଜଣେ ଦୁନିଆର ସବୁଠାରୁ ଦାମୀ ଶେଯ କିଣି ପାରେ , କିନ୍ତୁ ସେ ସୁଖ ନିଦ କିଣି ପାରିବ ନାହିଁ। ମୁଁ ଶୁଣିଛି ମାଇକେଲ ଜାକସନ American pop singer ସବୁଠୁ ଦାମୀ ଶେଯ ରେ ଶୋଉଥିଲେ। But Michel Jackson was addicted to sleeping tablet. No sleeping tablet no sleep.

ଥରଟିଏ ଆମେ ଶାନ୍ତିରେ ଚିନ୍ତା କରିବା ଜଣେ ଟଙ୍କା ଦେଇ ଜଣେ ସବୁଠୁ ଦାମୀ ଔଷଧ କିଣି ପାରେ but not health. ଜଣେ ଦାମୀ ଖାଦ୍ୟ କିଣି ପାରେbut not digestion and appetite.  Money can buy hundreds items to make you happy. But still there are hundreds items that money can not buy and one still needs to be happy. ଟଙ୍କା ଦ୍ଵାରା relationshipକୁ କିଣି ହୁଏନା। ଟଙ୍କା ଦ୍ଵାରା ବିଶ୍ୱାସ କୁ କିଣି ହୁଏନା। ଟଙ୍କା ଦ୍ଵାରା ଭଲପାଇବା କୁ କିଣି ହୁଏନା।

‌      ‌‌  ‌So my dear friends, money is not everything in life. We have given importance to money in our life instead of what I actually  money deserves.‌ସତକଥା ହେଉଛି ଆମେ ଟଙ୍କା କୁ ଆଜିର ଦିନରେ ମୁଣ୍ଡରେ ବସାଇଛୁ । ତେଣୁ ସେ ତାର ଖେଳ ଦେଖାଉଛି। ମାଙ୍କଡ ହାତରେ ଶାଳଗ୍ରାମ ଦେଲେ ଯାହା ହୁଏ ଆଜି ଆମର ସେଇ ଅବସ୍ଥା। Finally I would like to say that money is root of all evils. Let’s take one example how money destroys friendship.

ଛୋଟ କାହାଣୀ ଟିଏ। ଦୁଃଖୀରାମ ଓ ସୁଖୀରାମ  ପିଲାଦିନରୁ ଦୁହେଁ ବନ୍ଧୁ ଅଟନ୍ତି। ଦୁଃଖୀରାମ ଚାଷବାସ କରନ୍ତି। ସୁଖୀରାମ ବ୍ୟବସାୟ କରନ୍ତି ତଥା ଟଙ୍କା ସୁଧରେ ଦିଅନ୍ତି। ଦିନେ ଦୁଃଖୀରାମ ତୀର୍ଥ ଯାତ୍ରାରେ ଯିବା ପୂର୍ବରୁ ତାଙ୍କର ସଞ୍ଚିତ ଅର୍ଥକୁ ସୁଖୀରାମ ପାଖରେ ରଖିବାକୁ ଚାହିଁଲେ।ସୁଖୀରାମ ଉକ୍ତ ଅର୍ଥକୁ ନିଜ ପାଖରେ ରଖିଲେ ଏବଂ ବନ୍ଧୁ ଦୁଃଖୀରାମ କୁ କହିଲେ କି ସେ ତାର ଅର୍ଥକୁ ନିଶ୍ଚୟ ସାଇତି ରଖିବେ ଏବଂ ସେ ତୀର୍ଥ ଯାତ୍ରାରୁ ଫେରିଲେ ତୁରନ୍ତ ତାଙ୍କ ଅର୍ଥ ନେଇ ଯିବେ। ଏଥରକ ଦୁଃଖୀରାମ ନିଶ୍ଚିନ୍ତ ହୋଇ ତୀର୍ଥ ମାତ୍ରାରେ ଗଲେ । ମାତ୍ର ତୀର୍ଥ ରୁ ଫେରିଲା ପରେ ସବୁ କିଛି ଓଲଟ ପାଲଟ ହୋଇଗଲା।ସୁଖୀରାମ ଙ୍କ ପାଖରେ ଦୁଃଖୀରାମ କୋୖଣସି ଅର୍ଥ ରଖି ନାହାଁନ୍ତି କହି ଦୁଃଖୀରାମ ଙ୍କ ଅର୍ଥକୁ ହଡ଼ପ କରିବା ପାଇଁ ଚେଷ୍ଟା କଲେ।Dukhiram was shocked. He was too poor. He was too innocent.He could not believe his friend. ସେ ଚତୁର ବୀରବଲ ଙ୍କ ଶରଣାପନ୍ନ ହେଲେ। ଦୁଃଖୀରାମ ଙ୍କ ଅଭିଯୋଗ ଅନୁଯାୟୀ ତା ପରଦିନ ଆକବରଙ୍କ ରାଜସଭାରେ ଦୁଇ ଜଣ ଉପସ୍ଥିତ ହେଲେ। ଆକବର ସବୁ ଶୁଣିଲେ। ଯେତେ ପଚାରିଲେ ବି ସୁଖୀ ରାମଙ୍କୁ କୋୖଣସି ଅର୍ଥ ଦୁଃଖୀରାମ ଦେଇ ନାହାଁନ୍ତି ବରଂ ତାଙ୍କୁ ସମାଜରେ ନିନ୍ଦିତ କରିବାକୁ ଦୁଃଖୀରାମ ଙ୍କ  ଏହା ଏକ ଷଡ଼ଯନ୍ତ୍ର ବୋଲି କହିଲେ। ଦୁଃଖୀରାମ ମଧ୍ୟ ସୁଖୀରାମ ଙ୍କୁ ଅର୍ଥ ଦେବା ସମୟରେ କେହି ସାକ୍ଷୀ ନଥିଲେ। ଆକବର ବିରବଲ ଙ୍କୁ ପଚାରିଲେ ଏମାନଙ୍କ ମଧ୍ୟରୁ ସତ କିଏ  କହୁଛି। ବିରଵଲ କହିଲେ ଦୁଇ ଦିନ ପରେ କହିବେ। ଦୁଇ ଦିନ ପରେ ମଧ୍ୟ ଦୁଃଖୀରାମ ଓ ସୁଖୀରାମ ଙ୍କୁ ପୁଣି ଆସିବା ପାଇଁ କୁହାଗଲା।

ବିରବଲଙ୍କ ଯୋଜନା ଅନୁସାରେ ଦୁଇ ବନ୍ଧୁଙ୍କ ଘରେ ଜଣେ କ୍ଷୀର ବାଲା କ୍ଷୀର ଦେଉଥିଲେ । ତାକୁ ଯୋଜନା ବିଷୟରେ ସବୁ ବୁଝାଇ ଦେଲେ। According to the plan the milkman dropped two gold coins separately in both friend’s milk pot. Both friends took milk from the milkman.ଦୁଇ ବନ୍ଧୁ ପରସ୍ପରର କ୍ଷୀର ପାତ୍ରରେ ସ୍ୱର୍ଣ୍ଣ ମୁଦ୍ରା ପାଇ ଆଶ୍ଚର୍ଯ୍ୟ ହୋଇଗଲେ। ନିଶ୍ଚିତ ଭାବରେ କ୍ଷୀରବାଲାର ଏଇ ସ୍ୱର୍ଣ୍ଣ ମୁଦ୍ରା ହୋଇଥିବ ଏବଂ ସେ ବ୍ୟସ୍ତ ଖୋଜୁଥିବ ଭାବି ତୁରନ୍ତ ଯାଇ ଦୁଃଖୀରାମ ସେହି ସ୍ୱର୍ଣ୍ଣ ମୁଦ୍ରାକୁ କ୍ଷୀର ବାଲାକୁ‌ ଫେରାଇ ଦେଲେ। ମାତ୍ର ସୁଖୀରାମ ସ୍ଵର୍ଣ୍ଣ ମୁଦ୍ରାଟି ପାଇଲା ପରେ ମନରେ ଲୋଭ ସୃଷ୍ଟି ହେଲା।ଆଉ ସେ ସ୍ୱର୍ଣ୍ଣ ମୁଦ୍ରା କୁ ଫେରାଇଲେ ନାହିଁ।

କହିବା ବାହୁଲ୍ୟ କି ତା ପର ଦିନ ଆକବରଙ୍କ ସୈନ୍ୟ ଦୁଇ ଜଣ ଆସି ସୁଖୀରାମକୁ ବନ୍ଦୀ କଲେ । There was no way to escape. Sukhiram told all truth. He could not deny . He accepted his mistake. He returned all money to Dukhiram and went to zail.

ରହୁଛି ବନ୍ଧୁଗଣ। ମନ କଥାର ଆଉ ଏକ ଅଧ୍ୟାୟ ନେଇ ପୁଣି ଆସିବି ଆପଣଙ୍କ ପାଖକୁ। ସେତେବେଳ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ଦୟାକରି ସବୁବେଳେ ହସିବାକୁ ଭୁଲିବେ ନାହିଁ।

ଧନ୍ୟବାଦ।

* ଜୟ ଜଗନ୍ନାଥ *

ରମାନାଥ କର

ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର

ବାଲେଶ୍ଵର

ମନ କଥା (୪୪)

——————-

‌              ବନ୍ଧୁଗଣ ,ଆପଣଙ୍କର କେବେ କେମିତି ମନ ଖରାପ ହୁଏ ନାହିଁ? କ’ଣ କରିବେ କ’ଣ ନ କରିବେ ଏମିତି ପରିସ୍ଥିତିର କେବେ ସାମନା କରି ନାହାଁନ୍ତି?  କେବେ ଏମିତି ମନରେ କିଛି ଚାପ ସୃଷ୍ଟି ହୋଇ ନାହିଁ? ଯଦି ହୁଏ ଆପଣ କ’ଣ କରନ୍ତି ? ଏଭଳି ସ୍ଥିତିରେ  ଆପଣ କେମିତି ନିଜକୁ ପ୍ରସ୍ତୁତ କରନ୍ତି?

ଉତ୍ତର ସମସ୍ତଙ୍କର ସମାନ ହୋଇ ନପାରେ। କିନ୍ତୁ ମୁଁ ଭାବୁଛି ପ୍ରଶ୍ନଟି ସମସ୍ତଙ୍କ ପାଇଁ ଏକା ଅଟେ। ଅର୍ଥାତ୍ ପ୍ରାୟ ସମସ୍ତେ ଏଇ ପ୍ରଶ୍ନ ସହିତ ସମ୍ପୃକ୍ତ।

‌            My dear friends, whenever I get disturbed, I like to listen a song from Hind film MERI JUNG . It’s a fantastic entertainer staring Anil Kapoor, Meenakshi Sheshadree ,Girish Kannad ,Nutan ,Amarish Puri and many more.ଫିଲ୍ମର ଯେଉଁ ଗୀତଟି ମୋତେ ସବୁଠୁ ଭଲ ଲାଗେ , ସେଇଟା ହେଉଛି  jindegi har kadam ek nai jung hai . What a nice song l listened ever. It’s not only an entertaining song but also an inspiring song for all age categories. ସତରେ ଏଇ ଜୀବନ ଖୁବ୍ ସଙ୍ଘର୍ଷ ପୂର୍ଣ୍ଣ। ଜୀବନ ଏକ ଆହ୍ୱାନ। ଏଇ ସଙ୍ଘର୍ଷ କିମ୍ବା ଆହ୍ବାନକୁ କିପରି ସାମନା କରିବା, ତାହା ନିଜର ମାନସିକତା ଉପରେ ନିର୍ଭର କରୁଛି। It all begins and ends in your mind. ମନ ଚାହିଁଲେ ଜିତିବ ମନ ଚାହିଁଲେ ହାରିବ ।

ଯେତେବେଳେ ମନ ଦୁର୍ବଳ, ପରିସ୍ଥିତି ସମସ୍ୟା ହୋଇଯାଏ। Yes my dear friends, when mind is weak then situation is a problem.ଯେତେବେଳେ ମନ ଏକ ଅଧାଅଧି ସ୍ଥିତିରେ ସେତେବେଳେ ପରିସ୍ଥିତି ଏକ ଆହ୍ୱାନ ସୃଷ୍ଟି କରେ। When mind is  fifty fifty then the situation is a challenge. କିନ୍ତୁ ଯେତେବେଳେ ମନ ଦୃଢ଼ ସେତେବେଳେ ପରିସ୍ଥିତି ଏକ ସୁଯୋଗ ସୃଷ୍ଟି କରେ। When mind is strong then situation becomes opportunity. ଏତିକି ସତ କି ଗୋଟିଏ ନକରାତ୍ମକ ଭାବନା ସମ୍ପନ୍ନ ମନ କେବେ ବି ସକରାତ୍ମକ ଜୀବନର ମୂଳଦୁଆ ହୋଇ ପାରିବ ନାହିଁ।A negative mind will never give you  positive life’s background.

‌         ଛୋଟ କାହାଣୀ ଟିଏ।ଏକ ଶାନ୍ତିପ୍ରିୟ ରାଜ୍ୟ ଉପରେ ହଠାତ୍ ତା’ର ଏକ ପଡୋଶୀ ରାଜ୍ୟ ଆକ୍ରମଣ କରିବାକୁ ପ୍ରସ୍ତୁତ ହେଉଛି, ରାଜା ବିଶ୍ୱସ୍ତ ସୂତ୍ରରୁ ଜାଣିବାକୁ ପାଇଲେ। ତୁରନ୍ତ ରାଜା ସେନାପତିଙ୍କ‌ ସହିତ ଏ ବିଷୟରେ ପରାମର୍ଶ କଲେ। ଘରେ ନପଶୁଣୁ ଚାଳ ବାଜିବା ପରି ସେନାପତିଙ୍କ କଥାବାର୍ତ୍ତା ଠିକ୍ ଲାଗିଲା ନାହିଁ। ପଡୋଶୀ ରାଜ୍ୟ ବହୁତ ଶକ୍ତିଶାଳୀ , ତାଙ୍କ ‌ military, ଗୋଳାବାରୁଦ ଆଗରେ ଆମେ ତିଷ୍ଠିବା ଖୁବ୍ ମୁସ୍କିଲ ବୋଲି ‌କହିଲେ । ରାଜାଙ୍କୁ କଥା ଠିକ୍ ଲାଗିଲା ନାହିଁ। ରାଜା ଏହି ସମସ୍ୟାର ସମାଧାନ ପାଇଁ ରାଜ୍ୟର ଜଣେ top monk / ବିଶିଷ୍ଟ ସାଧୁଙ୍କ ପାଖକୁ ଗଲେ। ସାଧୁ ତୁରନ୍ତ ସେନାପତି ଙ୍କୁ ବାନ୍ଧି କାରାଗାରରେ ରଖିବା ପାଇଁ ପରାମର୍ଶ ଦେଲେ। ହେଲେ ଯୁଦ୍ଧରେ ସେନାପତି କିଏ ହେବ ବୋଲି ରାଜା ଯେତେବେଳେ ସାଧୁଙ୍କୁ ପଚାରିଲେ ସାଧୁ ଉତ୍ତର ଦେଲେ କି ସେ ନିଜେ ସେନାପତି ହେବେ । The king couldn’t believe. In the next morning king’s military headed by the monk (ସାଧୁ) marched towards boarder. ସମସ୍ତ ସୈନ୍ୟ ଏତେ ବଡ଼ ରାଜ୍ୟର ଶକ୍ତିଶାଳୀ ସୈନ୍ୟବାହିନୀ ସହିତ ଲଢ଼ିବାକୁ ଯାଉଛନ୍ତି, ସେନାପତି ପୁଣି ଜଣେ ସାଧୁ ,ଏକଥା ଭାବି ସେମାନେ ମାନସିକ ସ୍ତରରେ ହାରି ଯାଇଥିଲେ। ସୀମାକୁ ଯିବାବେଳେ ଗୋଟିଏ ମନ୍ଦିର ପଡ଼ିଲା। ଅପରାହ୍ନ ସମୟ । ସାଧୁ ସୈନ୍ୟ ମାନଙ୍କୁ କହିଲେ ” ମୁଁ ଟିକିଏ ଭଗବାନଙ୍କ ସହିତ କଥା ହୋଇ ଆସେ ଯୁଦ୍ଧର ପରିଣତି କ’ଣ ହେବ” । କିଛି ସମୟ ପରେ ମନ୍ଦିରରୁ ସାଧୁ ଫେରି ଆସିଲେ । ସୈନ୍ୟ ମାନେ ଭଗବାନ ସାଧୁଙ୍କୁ କ’ଣ କହିଲେ ଶୁଣିବାକୁ ଆଗ୍ରହ ସହକାରେ ଅପେକ୍ଷା କରି ଥାଆନ୍ତି। ସାଧୁ କହିଲେ ,” ଆମେ ଆଜି ଏଇ ମନ୍ଦିର ପରିସରରେ ରାତି କଟାଇବା। ଭଗବାନଙ୍କ କହିବା ଅନୁସାରେ ଆଜି ରାତିରେ ଯଦି ମନ୍ଦିର ଭିତରେ ଆଲୁଅ ଦେଖା ଯିବ ତାହେଲେ ଆମର ଜିତିବା ପକ୍କା। ସମସ୍ତ ସୈନ୍ୟ ଅପେକ୍ଷା କରି ଥାଆନ୍ତି କେତେବେଳେ ସନ୍ଧ୍ୟା ହୋଇ ରାତି ହେବ। ଯେମିତି ରାତି ହୋଇ ଗଲା , ସମସ୍ତେ  ଦେଖିବାକୁ ପାଇଲେ ମନ୍ଦିର ଭିତରେ ଆଲୁଅ ଜଳୁଛି।  ସମସ୍ତ ସୈନ୍ୟ ନିଶ୍ଚୟ ଯୁଦ୍ଧରେ ଜୟ ଲାଭ ହେବ ଏଇ ଖୁସିରେ ବହୁତ ମଜା ମସ୍ତି କଲେ।

‌     କହିବା ବାହୁଲ୍ୟ କି ପରଦିନ ସେମାନେ ସୀମା ଡେଇଁ ପଡୋଶୀ ରାଜ୍ୟରେ ଅତର୍କିତ ଆକ୍ରମଣ କଲେ ଏବଂ ସେମାନଙ୍କ ଶକ୍ତିଶାଳୀ ସୈନ୍ୟ ବାହିନୀ ପରାଜିତ ହେଲା।

ଆପଣ ଜାଣନ୍ତି ସେ ସାଧୁ ମନ୍ଦିର ଭିତରେ କ’ଣ କରିଥିଲେ ତାଙ୍କ ସୈନ୍ୟଙ୍କ ଭିତରେ ଏକ ଜିତିବାର ସ୍ୱପ୍ନ ଆଣିବା ପାଇଁ ଗୋଟିଏ ଯୋଜନା କରି ଥିଲେ। ସେ ନିଜେ ଅପରାହ୍ନରେ ମନ୍ଦିର ଭିତରେ ବହୁତ ବଡ଼  ଦୀପ ଟିଏ ଜଳାଇ ଥିଲେ। ଅପରାହ୍ନର ଆଲୁଅରେ ସିନା ଦୀପର ଆଲୋକକୁ କେହି ଦେଖି ପାରିଲେ ନାହିଁ, କିନ୍ତୁ ରାତିର ଅନ୍ଧାରରେ ସମସ୍ତେ ଆଲୁଅ ଦେଖି ପାରିଲେ ।

‌      So my dear friends, the mind is everything. What you think you become. Not all storms come to disrupt your mind . Some come to clear your path.

ବନ୍ଧୁଗଣ , ମୋତେ ବିଦାୟ ଦିଅନ୍ତୁ। ମନ କଥା ର ଆଉ ଏକ ଅଧ୍ୟାୟ ନେଇ ପୁଣି ଆସିବି ଆପଣଙ୍କ ପାଖକୁ। ସେତେବେଳ ପର୍ଯ୍ୟନ୍ତ ହସୁ ଥାଆନ୍ତୁ।  Stay smiled.Stay happy.

THANK YOU.

* ଜୟ ଜଗନ୍ନାଥ ‌*

ରମାନାଥ କର

ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର

ବାଲେଶ୍ଵର

ମନ କଥା (୪୫)

—————–

ଆପଣମାନେ ନିଶ୍ଚୟ ଅନୁଭବ କରୁଥିବେ କି ଧୀରେ ଧୀରେ ଆମ ପାଖରେ ଧୈର୍ଯ୍ୟର ଅଭାବ ହେଉଛି। ଆମେ ସବୁବେଳେ ପ୍ରତ୍ୟେକଟି କ୍ରିୟାର ତୁରନ୍ତ ଫଳ ଆଶା କରୁଛନ୍ତି। ଇଣ୍ଟରନେଟ ଯୁଗରେ ଯେମିତି ଆମେ ଯାହା ଖୋଜିଲେ ସାଙ୍ଗେ ସାଙ୍ଗେ ମିଳି ଯାଉଛି, ଠିକ୍ ସେମିତି ଆମେ  ପ୍ରତିଟି କାର୍ଯ୍ୟର ଫଳ ସଙ୍ଗେ ସଙ୍ଗେ ଆଶା କରୁଛୁ।

My dear friends , it is absolutely true that we always expect an immediate result what we do. We forget it, patience and consistency are very essential in life. ଯେଉଁ ମାନେ ଜୀବନରେ ଧୈର୍ଯ୍ୟ ରଖି ପାରନ୍ତି ନାହିଁ , ସେମାନେ ଯେତିକି ଆଗକୁ ଯିବା କଥା ସେତିକି ଯାଇ ପାରନ୍ତି ନାହିଁ। ଧୈର୍ଯ୍ୟ ଏକ ଏମିତି ଗୁଣ ମନୁଷ୍ୟକୁ ମାନସିକ ସ୍ତରରେ ଦୃଢ଼ କରିଥାଏ । ସେଥିପାଇଁ ଦୃଢ଼ ମାନସିକତା ସମ୍ପନ୍ନ ବ୍ୟକ୍ତି ହିଁ ସବୁବେଳେ ଯେ କୌଣସି ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଥାଆନ୍ତି। Today we are used to live a fast paced life with instant results and gratification.This expectation for instant results has penetrated into our mind. Now we believe in less work some time no work more result.ଅଳ୍ପ କାର୍ଯ୍ୟ କରି କିମ୍ବା କିଛି ନକରି କେମିତି ଆମକୁ ଭଲ ଫଳ ମିଳିବ ସେଇଥିରେ ଆମେ ବେଶି ବିଶ୍ୱାସ କରୁଛ। ରାତାରାତି ଧନୀ ହେବାକୁ ଆମ ପିଲାମାନେ ସ୍ୱପ୍ନ ଦେଖୁଛନ୍ତି। ମାତ୍ର ପରିଶ୍ରମ କରିବାକୁ ରାଜି ନୁହଁନ୍ତି।

ଆଜି ଆମେ ଏମିତି ଏକ ଜୀବନ ଜିଇଁବାରେ ଅଭ୍ୟସ୍ତ କି ଯେମିତିକି ସବୁକିଛି ଆମକୁ ଆମ ଇଚ୍ଛା ଅନୁସାରେ ମିଳି ଯାଆନ୍ତା କି। ମହାପ୍ରଭୁ ଗୀତାରେ କହିଛନ୍ତି କର୍ମଣ୍ୟେ ବାଧିକା ରସ୍ତୁ ମା ଫଳେଷୁ କଦାଚନ । ଅର୍ଥାତ୍ ତୁମେ କର୍ମ କର ମାତ୍ର ଫଳ ଆଶା କର ନାହିଁ। During course of time he will give the result. ବୋକା ସେଇ ଯିଏ ଭାବେ ଭଗବାନ କୈାଣସି କାର୍ଯ୍ୟର ଫଳ ଦିଅନ୍ତି ନାହିଁ। Good work good result. Bad work bad result. It is universal truth.

ବନ୍ଧୁଗଣ, ଏହାହିଁ ସତ,ଭଲ କାମ କେହି କରିଥିଲେ ଭଲ ଫଳ ମିଳିବ ନିଶ୍ଚୟ। ତାଛଡ଼ା‌ ଖରାପ କାର୍ଯ୍ୟ ପାଇଁ ଖରାପ ଫଳ ନିଶ୍ଚିତ। କିନ୍ତୁ ଫଳକୁ ତୁରନ୍ତ ଆଶା କରିବା ଅନୁଚିତ। ମାତ୍ର ଧୈର୍ଯ୍ୟର ଆବଶ୍ୟକତା ରହିଛି।

ଛୋଟ କାହାଣୀ ଟିଏ। ସ୍ୱାମୀ ସ୍ତ୍ରୀ ଦୁଇ ଜଣ।‌ ସ୍ୱାମୀ ଜଣକ ଆଧ୍ୟାତ୍ମିକ ପରାୟଣ ବିଚାରବନ୍ତ ମଣିଷ। କିନ୍ତୁ ତାଙ୍କ ସ୍ତ୍ରୀ ଟିକିଏ ଓଲଟା‌। ସ୍ୱାମୀ ଜଣକ ଅନେକ ସମୟରେ ତାଙ୍କ ସ୍ତ୍ରୀଙ୍କୁ ବହୁ ମୂଲ୍ୟବାନ କଥା କହନ୍ତି, ତାଙ୍କର ମନ ପରିବର୍ତ୍ତନ କରିବାକୁ ଚେଷ୍ଟା କରନ୍ତି। ଦିନେ ସ୍ତ୍ରୀ ସ୍ୱାମୀଙ୍କୁ‌ ପଚାରିଲେ ” ତୁମେ ତ ମୋତେ କହିଲ କି ଖରାପ କାର୍ଯ୍ୟ କଲେ ଖରାପ ଫଳ ଥୁଆ । ହେଲେ ମୁଁ ବୁଝି ପାରୁନାହିଁ ,ଆମ ପଡ଼ିଶା ଘର ଲୋକ ଏତେ ଏତେ ଖରାପ କାର୍ଯ୍ୟ କରୁଛନ୍ତି, କାହିଁ ତାଙ୍କୁ ତ ଖରାପ ଫଳ ମିଳୁ ନାହିଁ। ” ସ୍ୱାମୀ କହିଲେ, ” ତୁମେ ଧୈର୍ଯ୍ୟ ଧର। ସେମାନଙ୍କୁ କ’ଣ ଫଳ ମିଳିବ ସେଥିପାଇଁ ତୁମେ ବ୍ୟସ୍ତ ହେବା ଅନୁଚିତ। ତେବେ ତାଙ୍କର ଖରାପ କାର୍ଯ୍ୟ ପାଇଁ ଭଗବାନ ତାଙ୍କୁ ଅବଶ୍ୟ ସେମିତି ଫଳ ଦେବେ।” ଏତିକି କହି ସ୍ୱାମୀ ଜଣକ ଘରେ ଥିବା ପାଚିଲା ଆମ୍ବଟିକୁ ଆଣି କାଟିଲେ । ତା’ର ଟାକୁଆ ବାହାର କଲେ। ତାଙ୍କ ସ୍ତ୍ରୀଙ୍କୁ  ଟାକୁଆକୁ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ମାଟିରେ ପୋତି ଦେବା ପାଇଁ କହିଲେ। ସ୍ୱାମୀଙ୍କ କଥା ମାନି ସ୍ତ୍ରୀ ଟାକୁଆକୁ ମାଟିରେ ପୋତି ଦେଲେ। ଦୁଇ ଘଣ୍ଟା ପରେ ସ୍ୱାମୀ କହିଲେ,” ଏବେ ମାଟି ଖୋଳି ଦେଖ ଆମ୍ବ ଟାକୁଆ ରୁ ଗଜା ବାହାରିଥିବ। ସ୍ତ୍ରୀ କୁ କଥାଟି ଅବିଶ୍ବାସ ଲାଗିଲେ ବି ଯେହେତୁ ସ୍ୱାମୀ କହୁଛନ୍ତି ଏଇ ବିଶ୍ୱାସରେ ମାଟି ଖୋଳି ଦେଖିଲେ କି ଜମାରୁ ଟାକୁଆ ରୁ ଗଜା ବାହାରି ନାହିଁ। ଆଉ କିଛି ସମୟ ଗଲା। ସ୍ୱାମୀ ଜଣକ ତାଙ୍କ ସ୍ତ୍ରୀଙ୍କୁ ପୁଣି ଥରେ କହିଲେ ” ଏଇ ଥରକ ଦେଖ , ନିଶ୍ଚିତ ଭାବରେ ଟାକୁଆରୁ ଗଜା ବାହାରି ଥିବ ।” ଏଥରକ ତାଙ୍କ ସ୍ତ୍ରୀ କହିଲେ,” ତୁମେ ବୁଝିଲା ସୁଝିଲା ଲୋକ । ମୁଁ ଆମ୍ବ ଟାକୁଆକୁ ଆଜି ମାଟିରେ ପୋତିଲି। ଆଜି କେମିତି ଗଜା ବାହାରିବ ।ସମୟ ଆସିଲେ ଠିକ୍ ସମୟରେ ସେଥିରୁ ଗଜା ବାହାରିବ।ସମୟ ପୂର୍ବରୁ କ’ଣ କିଛି ହୁଏ କି ।” ଏଥରକ ସ୍ୱାମୀ କହିଲେ, ଯଦି ସମୟ ପୂର୍ବରୁ କିଛି ହୁଏ ନାହିଁ, ତାହେଲେ ଅନ୍ୟର ଖରାପ କାର୍ଯ୍ୟର ଫଳ ତୁମେ କାହିଁକି ଏତେ ଶୀଘ୍ର ଆଶା କରୁଛ । ମୁଁ ଆଶା କରୁଛି ତୁମେ ନିଶ୍ଚୟ ବୁଝି ପାରୁଥିବ ,ଆମ ଜୀବନରେ ଧୈର୍ଯ୍ୟର କେତେ ଆବଶ୍ୟକତା ରହିଛି। ପ୍ରତ୍ୟେକ କାର୍ଯ୍ୟର ଫଳ ଅବଶ୍ୟ ମିଳେ। କିନ୍ତୁ ସେଥିପାଇଁ ଧୈର୍ଯ୍ୟ ଧରିବାକୁ ପଡ଼ିଥାଏ।

‌      ବନ୍ଧୁଗଣ, ମୋତେ ବିଦାୟ ଦିଅନ୍ତୁ।ମୋ ମନ କଥାର ଆଉ ଏକ ଅଧ୍ୟାୟ ନେଇ ପୁଣି ଥରେ ଆସିବି । ସେତେବେଳ ପର୍ଯ୍ୟନ୍ତ ଆପଣମାନେ ହସୁ ଥାଆନ୍ତୁ।

ଧନ୍ୟବାଦ।

ମନ କଥା (୪୬)

——————-

ମୋର ଜଣେ ଫେସବୁକ ବନ୍ଧୁ ମୋତେ ଗତକାଲି ରାତିରେ ଫୋନ୍ କଲେ। ଯଦିଓ ମୁଁ ତାଙ୍କୁ ପୂର୍ବରୁ ବ୍ୟକ୍ତିଗତ ଭାବରେ ଜାଣି ନଥିଲି, କିନ୍ତୁ ମୋର ଫେସବୁକ ବନ୍ଧୁ ପରିଚୟ ଦେଲା ପରେ ମୋତେ ସତରେ  ବହୁତ ଖୁସି ଲାଗିଲା। ମୁଁ ପଚାରିଲି ଆପଣ ମୋ ନମ୍ବର କେମିତି ପାଇଲେ। ବନ୍ଧୁ ଜଣକ କହିଲେ ” ଏବେ ତ ଆପଣ ଆଉ କୋୖଣସି ଲେଖା ତଳେ ଆପଣଙ୍କ ନମ୍ବର ଦେଉ ନାହାଁନ୍ତି। ପୂର୍ବରୁ ଦେଉଥିଲେ। ସେହି ଲେଖାରୁ ନମ୍ବର ଟି ସଂଗ୍ରହ କରିଥିଲି । କେବେ ଆବଶ୍ୟକ ପଡି ନଥିଲା। ତେଣୁ ଫୋନ୍ କରି ନାହିଁ। ଆଜି ମନରେ ସାହସ ଜୁଟାଇ ଆପଣଙ୍କ ସହିତ ଦିପଦ କଥା ହେବି ବୋଲି ଫୋନ୍ କଲି।”

ମୁଁ ତାଙ୍କୁ ପ୍ରଥମେ ଧନ୍ୟବାଦ ଜଣାଇଲି। ଏମିତିରେ ବି ମୋତେ ଫୋନ୍ କରିବା ପାଇଁ ଜମାରୁ ସାହସ ବାନ୍ଧିବା ଦରକାର ନାହିଁ ବରଂ ଆରାମରେ ମୋ ସହିତ କଥା ହୋଇ ପାରିବେ ବୋଲି ମୁଁ ତାଙ୍କୁ ସାହସ ଦେଲି । ତାଙ୍କୁ ମୋ ହୃଦୟର ଗଭୀରତମ ପ୍ରଦେଶରୁ  କୃତଜ୍ଞତା ଜ୍ଞାପନ ଜଣାଇଲି କି ବନ୍ଧୁ ଜଣକ  ମୋ ଲେଖାର ନିୟମିତ ପାଠକ। କୋୖଣସି ଜଣେ ଅପରିଚିତ ବନ୍ଧୁ ପରୋକ୍ଷରେ ଆପଣଙ୍କ ଅଜାଣତରେ ଆପଣଙ୍କର ସେ ଶୁଭଚିନ୍ତକ ବନ୍ଧୁ ହୋଇ ସାରିଥିବେ ,ଆଉ ଆପଣଙ୍କୁ ସେ ଯେତେବେଳେ ଫୋନ୍ ଟିଏ କରିବେ ,ସେ ଖୁସିକୁ I am unable to express in words. I am a common man. Neither I am a writer nor a poet or motivator etc. What I write it’s credit goes to you. You are my God inspiring me always to write something. Really I am grateful to you 🙏

ବନ୍ଧୁ ଜଣକ କହିଲେ ,” ଆଜ୍ଞା, କଥାଟିଏ କହିବି ? ।” ମୁଁ କହିଲି କି ଆପଣ ଖୁସିରେ କୁହନ୍ତୁ। ବନ୍ଧୁ ପୁଣି କହିଲେ ” ଆପଣଙ୍କ ମନକଥା ଟିକିଏ ଲମ୍ବା ଲାଗୁଛି। କାହାଣୀ ଅଂଶଟି କିନ୍ତୁ ବହୁତ ଭଲ । ମାତ୍ର ତା ପୂର୍ବର ବର୍ଣ୍ଣନା ଟିକିଏ ଛୋଟ କଲେ ଭଲ ହୁଅନ୍ତା ବୋଲି ମୁଁ ଭାବୁଛି।କାରଣ ଅଳ୍ପ କଥାରେ ବଡ଼ କଥା କହି ପାରିଲେ ବହୁତ ବଢିଆ ହୁଅନ୍ତା। ବର୍ତ୍ତମାନ ର ବ୍ୟସ୍ତ ବହୁଳ ଜୀବନରେ ଛୋଟ ଲେଖା ପଢିବାକୁ ଭଲ ଲାଗେ। ଲେଖାଟି ଦୀର୍ଘ ହେଲେ ପଢିବାକୁ ଧୈର୍ଯ୍ୟ ରହେ ନାହିଁ।” ମୁଁ ତାଙ୍କୁ ଧନ୍ୟବାଦ ଜଣାଇଲି। ନିଶ୍ଚିତ ଭାବରେ ମୋର ମନକଥା କୁ ଯଥା ସମ୍ଭବ ଛୋଟ କରିବାକୁ ଚେଷ୍ଟା କରିବି ବୋଲି କହିଲି। କାରଣ ଆଜି ପର୍ଯ୍ୟନ୍ତ ମୁଁ ମୋର ପାଠକ ପାଠିକା ଙ୍କୁ ଭଗବାନ ବୋଲି ମାନି ଆସିଛି। ସେମାନଙ୍କର ଇଚ୍ଛାକୁ ସମ୍ମାନ ଦେବା ମୋର ଧର୍ମ, ମୋର ପରମ କର୍ତ୍ତବ୍ୟ।

ଆସନ୍ତୁ ଆଜି ଲେଖାରେ ଟିକିଏ ପରିବର୍ତ୍ତନ କରି ଭଲ କଥା ଟିଏ ଜାଣିବା। ଯେମିତି ଆମ ଜୀବନ କୁରୁକ୍ଷେତ୍ରରେ ପ୍ରତିଦିନ ପ୍ରତି ମୂହୁର୍ତ୍ତ ରେ ପାଣ୍ଡବ ଏବଂ କୋୖରବ ମାନଙ୍କ ମଧ୍ୟରେ ଯୁଦ୍ଧ ଚାଲିଛି ଓ ଚାଲିଥିବ, ସେମିତି ଆମ ଜୀବନ ମଧ୍ୟ ରାମାୟଣ ର କାହାଣୀ ପରି।

Yes my dear friends , our life like ethic Ramayan . I want to quote an excellent interpretation of Ramayan. It’s my humble request, please deeply go through it and don’t forget to write your valuable comment if you agree or not. Thank you.

ରାମ ହେଉଛନ୍ତି ଆମର ଆତ୍ମା। Lord Rama is our soul. He is inside us from our birth. Goddess Sita is our heart. ଆଜ୍ଞା ହଁ ମାତା ସୀତା ହେଉଛନ୍ତି ଆମର ହୃଦୟ। ଲକ୍ଷ୍ମଣ ହେଉଛନ୍ତି ଆମର ବିବେକ ଆମ ଚେତନା। Laxman is our consciousness. He is always with us. He is always active on our behalf. ଆମ ସହିତ ହନୁମାନ ମଧ୍ୟ ଅଛନ୍ତି। ସେ ଅଛନ୍ତି ପ୍ରତି ମୂହୁର୍ତ୍ତରେ ଆମ ସାହସ ଓ ଆମ ଅନ୍ତର୍ଦୃଷ୍ଟି ରୂପରେ। Yes my dear friends, Hanuman is our intuition and courage. Finally Ravana is our mind . ସତକଥା,ଆମ ମନ ହେଉଛି ରାବଣ । ଯିଏ ଆମ ହୃଦୟ ରୂପକ ମାତା ସୀତାଙ୍କୁ ଆମର ଆତ୍ମା ରୂପରେ ବିରାଜିତ ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ନିକଟରୁ ଛଡ଼ାଇ ନେଉଛି। ବିବେକ ଓ ଚେତନା ରୂପକ ବୀର ଲକ୍ଷ୍ମଣ ସଦାସର୍ବଦା ଆମ ସହିତ ରହିଛନ୍ତି, ଯିଏକି ପ୍ରତି ମୂହୁର୍ତ୍ତ ରେ ଆମକୁ ସତର୍କ କରାଉଛନ୍ତି ଆମର ପାପ ପୁଣ୍ୟ ସମ୍ପର୍କରେ। ଯେବେ ଚେତନା ଆମର ଉଜ୍ଜୀବିତ ହୋଇ ଯାଏ , ସେତେବେଳେ ଆମେ ହନୁମାନ ରୂପକ ଅନ୍ତର୍ଦୃଷ୍ଟି ରେ ବିବେକ ର କଥାକୁ  ଶୁଣିଥାଉ ଏବଂ ସମ୍ମାନ ମଧ୍ୟ ଦେଉ । ସେତେବେଳେ ଆମ ଭିତରେ ସାହସ ସୃଷ୍ଟି ହୁଏ । our intuition and courage that help our heart to retrieve.. Not only it retrieves our heart but also re animate our soul.ଆମର ସାହସ ରୂପୀ ବୀର ହନୁମାନ ସୀତା ରୂପୀ ହୃଦୟର ପୁନରୁଦ୍ଧାର ପାଇଁ ମୁଖ୍ୟ ଭୂମିକା ଗ୍ରହଣ କରନ୍ତି। ଯେତେବେଳେ ଆମ ହୃଦୟ ପୁନରୁଦ୍ଧାର ହୋଇଯାଏ ସେତେବେଳେ ଶ୍ରୀରାମ ରୂପୀ ଆମର ଆତ୍ମା ପୁଣି ହୃଦୟ ସହିତ ଯୋଡି ଯାଆନ୍ତି।

‌     ବନ୍ଧୁଗଣ,ମନ କଥାର ଆଉ ଏକ ନୂଆ ଅଧ୍ୟାୟ ନେଇ ପୁଣି ଥରେ ଆସିବି। ସେତେବେଳ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। Take care. Stay smiled 😀🙏

ଧନ୍ୟବାଦ।

* ଜୟ ଜଗନ୍ନାଥ *

ରମାନାଥ କର

ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର

ବାଲେଶ୍ଵର

ମନ କଥା (୪୭)

——————

‌  ବନ୍ଧୁଗଣ ,ମିଛକୁ ଆମେ ସମସ୍ତେ ଘୃଣା କରୁ ।ମିଛକୁ ଆମେ ମହାପାପ ବୋଲି ବିଚାର କରୁ । ଆମେ ପଢ଼ିଛନ୍ତି,” ମିଥ୍ୟା କୁ ପାପ ବୋଲି ଜାଣି,କହିବ ସଦା ସତ୍ୟ ବାଣୀ “। ହେଲେ କେତେବେଳେ ମିଛ କାହାକୁ ମୃତ୍ୟୁର ଦୁଆର ମୁହଁରେ ପହଞ୍ଚାଇ ଦେଇଛି ତ ପୁଣି ଆଶ୍ଚର୍ଯ୍ୟ ଜନକ ପରିସ୍ଥିତିରେ ମିଛ କାହାକୁ ପୁଣି ମୃତ୍ୟୁର ଦୁଆର ମୁହଁରୁ ଟାଣି ନେଇ ଆସିଛି। ସେଥିପାଇଁ କହନ୍ତି ସମୟ ବଡ଼ ବଳବାନ। ତା ଉପରେ କାହାର ଜୋର ଚାଲେନି ।ସମୟ ସ୍ୱାଧୀନ।ସମୟ ରାଜାକୁ ଭିକାରୀ ଆଉ ଭିକାରୀ କୁ ରାଜା କରିଛି।ଆମ ଜୀବନରେ ଦୁଃଖ ଆସେ ,ଅଭାବ ଆସେ , ଅପମାନ ଆସେ ,କେତେକେତେ ପ୍ରତିକୂଳ ପରିସ୍ଥିତି ଆସେ । କଥାରେ କହନ୍ତି ଦୁଃଖ ଯେତେବେଳେ ଆସେ ତା’ର ସାଙ୍ଗ ସାଥି ନେଇକି ଆସେ। ଏହା ଏକ ଚିରନ୍ତନ ସତ୍ୟ। ହେଲେ ଆଉ ଗୋଟିଏ କଥା ସତ, ସେଇଟା ହେଉଛି ଦୁଃଖରେ ଆମେ କେବେ ଭାଙ୍ଗି ପଡ଼ିବା ନାହିଁ। କେତେ ବଡ଼ ବି ବିପଦ ଆସୁ ନା କାହିଁକି କାତର ପଣିଆ ଆମକୁ ଶୋଭା ପାଏ ନାହିଁ। ପ୍ରତିଟି ବିପରୀତ ପରିସ୍ଥିତି ଏକ ସକରାତ୍ମକ ଶିକ୍ଷା ନେଇ ଆସେ । ରାତି ପରେ ଦିନ ଅଛି। ଉଁଆସ ପରେ ପୁନେଇଁ ଅଛି।ଖରା ପରେ ବର୍ଷା ଅଛି। ଶୀତ ପରେ ବସନ୍ତ ଅଛି। ସେମିତି ସବୁ ଦୁଃଖର ମଧ୍ୟ ଶେଷ ଅଛି। କେବେ ଦେଖିଛନ୍ତି , ନଦୀରେ ଢେଉ ଦେଖି ନାଉରୀ ଡରି ଯାଇଛି। ନଦୀ ସିଏ। ଢେଉ ତ ଆସିବ। ସେମିତି ଜୀବନ ଆମର , ସମସ୍ୟା ତ ଆସିବ । ତେବେ ସମସ୍ୟା କୁ ଦୃଢ ଭାବରେ ସାମ୍ନା କରିବା ଆବଶ୍ୟକ। ସବୁଠାରୁ ବଡ଼ ହେଉଛି ନିଜ ଭିତରେ ‌ସାହସ ଶକ୍ତି ଓ ଧୈର୍ଯ୍ୟର ତ୍ରିବେଣୀ ପ୍ରବାହିତ ହେବାର ଅଛି।ସବୁଠି ଧୈର୍ଯ୍ୟର ବିଜୟ ହୋଇଛି।

ଛୋଟ କାହାଣୀ ଟିଏ।ଅଶୋକ ବାବୁ, ଜଣେ ସଚ୍ଚୋଟ ବ୍ୟବସାୟୀ। ଦିଲ୍ଲୀରେ ତାଙ୍କର ଖୁବ୍ ବଢ଼ିଆ କପଡା‌ ବ୍ୟବସାୟ ଚାଲିଥିବା ସମୟରେ ଏକ ଦୁର୍ଘଟଣା ଘଟିଲା। ପାଖରେ ପାଞ୍ଚ ଲକ୍ଷ ଟଙ୍କା ଧରି ସେ କପଡା କିଣିବାକୁ ଦିଲ୍ଲୀ ରୁ ସୁରଟ ବାହାରିଲେ । ନୋଏଡା ପାଖରେ ରାତି ସମୟରେ ତାଙ୍କ କାର ରାସ୍ତା କଡ଼ରେ ଏକ ଗଛ ଦେହରେ ଧକ୍କା ହେଲା। ଗାଡ଼ିଟି ସମ୍ପୂର୍ଣ୍ଣ ଜଳି ଯାଇଥିଲା। ଈଶ୍ବରଙ୍କ କୃପାରୁ ଅଶୋକ ବାବୁ ଏବଂ ଡ୍ରାଇଭର ଙ୍କୁ ଗାଡିରୁ ଛିଟିକି ଯାଇଥିବା ବେଳେ  ସଂଜ୍ଞାହୀନ ଅବସ୍ଥାରେ ପାଖ ଲୋକ ଉଦ୍ଧାର କରି ହସ୍ପିଟାଲ ପଠାଇଲେ । ଦୀର୍ଘ ଛ ମାସ ପରେ ସେ ସୁସ୍ଥ ହେଲେ ସିନା , ସେତେବେଳକୁ ତାଙ୍କର ବ୍ୟବସାୟ ଶୋଚନୀୟ ଅବସ୍ଥାରେ ପହଞ୍ଚି ଯାଇଥିଲା। ଏଣେ ଟଙ୍କା ଜଳିଗଲା।ସେ ହସ୍ପିଟାଲ ଶଯ୍ୟାରେ ଛ ମାସ ପଡିଲେ। ତାଙ୍କର ଖୁଚୁରା ବ୍ୟବସାୟୀ ତଥା ନିଶ୍ଚିତ ଗ୍ରାହକ , ଦୋକାନ କର୍ମଚାରୀ ଅନ୍ୟତ୍ର ଚାଲିଗଲେ। ଅର୍ଥାତ୍ ତାଙ୍କ ବ୍ୟବସାୟର ଏମ୍ପାୟାର୍ କୋଠା ଭୁଷୁଡି ପଡିଲା।

ଦିନେ ସେ ଯମୁନା ନଦୀ କୂଳରେ ସନ୍ଧ୍ୟା ସମୟରେ ବସିଛନ୍ତି। ପଛ କଥା ସବୁ ଭାବୁଛନ୍ତି। କ’ଣ ତାଙ୍କର ଥିଲା। ଆଜି କ’ଣ ଅଛି। ଆଖି ପିଛୁଳା ରେ ସେ ଲକ୍ଷପତି ରୁ ଭିକାରୀ ହୋଇଗଲେ। ଏଇ ସବୁ କଥା ଭାବୁ ଭାବୁ ସେ ନିଷ୍ପତ୍ତି ନେଲେ ସେଇ ସନ୍ଧ୍ୟା ତାଙ୍କ ଜୀବନର ଶେଷ ସନ୍ଧ୍ୟା ହେବ । ଏମିତି ଅଭାବୀ ଜୀବନ ନେଇ ବଞ୍ଚିବା ଅପେକ୍ଷା ମୃତ୍ୟୁ ଶ୍ରେୟସ୍କର। ପ୍ରତିଦିନ ମରିବା ଅପେକ୍ଷା ଥରେ ମରିବା ଭଲ । ତେଣୁ ସେ ଆତ୍ମହତ୍ୟା କରିବା ପାଇଁ ସେ  ପ୍ରସ୍ତୁତ ହେଉ ଥାଆନ୍ତି , ଏତିକିବେଳେ ପଛରୁ ଜଣେ କିଏ ତାଙ୍କ କାନ୍ଧରେ ହାତ ପକାଇଲେ।

‌       ଅଶୋକ ବାବୁ ପଛକୁ ଚାହିଁଲେ  ଜଣେ ବୃଦ୍ଧ ବ୍ୟକ୍ତି। ହାତରେ ଗୋଟିଏ ବ୍ୟାଗ୍। ଅଶୋକ ବାବୁ ଙ୍କୁ ପଚାରିଲେ, ” ପୁଅ କ’ଣ ହୋଇଛି। ଏତେ ଚିନ୍ତା କ’ଣ ପାଇଁ କରୁଛ। କାହିଁକି ଏମିତି ମନ ଦୁଃଖରେ ବସିଛ। ମୋତେ ସତ କୁହ।” ଅଶୋକ ବାବୁ ସେହି ବୃଦ୍ଧ ବ୍ୟକ୍ତିଙ୍କୁ ସବୁ ସତ କଥା କହିଦେଲେ। ଜୀବନରେ ସବୁ ଆଶା ଧୂଳିସାତ ହୋଇ ଯାଇଥିଲା ବେଳେ ତାଙ୍କର ଆଉ ବଞ୍ଚି ରହି ଲାଭ କଣ ବୋଲି ଚିନ୍ତା କରି ଆଜି ଯମୁନା କୁ ଡେଇଁ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଛନ୍ତି।

ବୃଦ୍ଧ ଜଣକ ବ୍ୟାଗ୍ ଖୋଲି ଏକ ଚେକ୍ ବୁକ୍ ବାହାର କଲେ। ସେଥିରେ ଛ ଲକ୍ଷ ଟଙ୍କା ଲେଖି ଚେକ୍ ଟିକୁ ଅଶୋକ ବାବୁଙ୍କୁ ଧରାଇ ଦେଇ କହିଲେ, ” ପୁଅ ଆତ୍ମହତ୍ୟା ମହାପାପ । ଏଇ ଛ ଲକ୍ଷ ଟଙ୍କା ନିଅ। ବ୍ୟବସାୟ ପୁଣି ଥରେ ଆରମ୍ଭ କର। ମୁଁ ତୁମକୁ କୈାଣସି ଦୟା ପ୍ରଦର୍ଶନ କରୁ  ନାହିଁଁ। ଗୋଟିଏ ବର୍ଷ ପରେ ମୋ ଟଙ୍କା ମୋତେ ଫେରାଇ ଦେବ । ଏବେ ତୁମେ ଘରକୁ ଯାଅ ।” ଏଥିସହିତ ବୃଦ୍ଧ ଜଣକ ତାଙ୍କର ଟେଲିଫୋନ ନମ୍ବର ଦେଇ ତାଙ୍କ ଠାରୁ ବିଦାୟ ନେଲେ । ଅଶୋକ ବାବୁ ଏକ ସକରାତ୍ମକ ମନୋଭାବ ରେ ଘରକୁ ଫେରିଲେ। ଭଗବାନ ଙ୍କୁ ଧନ୍ୟବାଦ ଦେଲେ। ନିଶ୍ଚିତ ମୃତ୍ୟୁରୁ ଭଗବାନ ତାଙ୍କୁ ରକ୍ଷା କଲେ। ରାତି ସାରା ସେ ଶୋଇ ପାରିଲେ ନାହିଁ। କିଏ ସେ ବୃଦ୍ଧ। ବିନା ପରିଚୟରେ ସେ ଛ ଲକ୍ଷ ଟଙ୍କା ସାହାଯ୍ୟ କଲେ। କ’ଣ ତାଙ୍କର ଇଛା। ଯାହା ବି ହେଉ, ଅଶୋକ ବାବୁ ସ୍ଥିର କଲେ ଆଉ ସେ ଚିନ୍ତା କରିବେ ନାହିଁ। ଆସନ୍ତା କାଲି ଠାରୁ ସେ କଠିନ ପରିଶ୍ରମ କରିବେ । ଆବଶ୍ୟକ ପଡିଲେ ସେ ବୃଦ୍ଧଙ୍କ ଅର୍ଥ ଖର୍ଚ୍ଚ କରିବେ। ଯଦି ତାଙ୍କର ବ୍ୟବସାୟ ପୁଣି ପୂର୍ବପରି  ଚାଲିଲା ଅତି ଶୀଘ୍ର ସେ ଛ ଲକ୍ଷ ଟଙ୍କାର ଚେକ୍ ବୃଦ୍ଧଙ୍କୁ ଫେରାଇ ଦେବେ ।

ତହିଁ ପରଦିନ ସେ ସୁରଟ ବାହାରିଲେ। ସେଠାକାର କପଡା ମହାଜନଙ୍କୁ ସବୁ କଥା ଖୋଲି କହିଲେ। ଅଶୋକ ବାବୁ ଜଣେ ସଫଳ ଓ ସଚ୍ଚୋଟ ବ୍ୟବସାୟୀ ହୋଇ ଥିବାରୁ ମହାଜନ ମଧ୍ୟ ତାଙ୍କୁ ସହଯୋଗର ହାତ ବଢାଇଲେ। ଏକାଥରକେ ଦଶ ଲକ୍ଷ ଟଙ୍କାର କପଡା ତାଙ୍କୁ ବାକି ରେ  ଦେଲେ ଏବଂ ଖୁବ୍ ଶୀଘ୍ର ସେ ବୃଦ୍ଧଙ୍କ ଛ ଲକ୍ଷ ଟଙ୍କାର ଚେକ୍ ତାଙ୍କୁ ତୁରନ୍ତ ଫେରାଇ ଦେବାକୁ ଅନୁରୋଧ କଲେ ,କାଳେ ସେ ବୃଦ୍ଧ ଜଣକ ଅସୁବିଧା ମଧ୍ୟରେ ଥିବେ । ଅଶୋକ ବାବୁଙ୍କ ପୁଣି ପୂର୍ବ ପରି ବ୍ୟବସାୟ ଚାଲିଲା। ଦିନେ ସେ ବୃଦ୍ଧ ଜଣକ ଦେଇଥିବା ଟେଲିଫୋନ ନମ୍ବର ଖୋଜିଖୋଜି ଏକ ପାଗଳ ଡାକ୍ତରଖାନାରେ ପହଞ୍ଚିଲେ। ସେଠି ପହଞ୍ଚିଲା ପରେ ଅଶୋକ ବାବୁ ସବୁ ବୁଝି ସାରିଥିଲେ। ବୃଦ୍ଧ ଜଣକ ଜଣେ ମାନସିକ ରୋଗୀ। ସେଦିନ ହଠାତ୍ ସେ ଡାକ୍ତରଖାନାରୁ ବାହାରି ଯାଇ ଯମୁନା ନଦୀ କୂଳରେ ପହଞ୍ଚି ଯାଇଥିଲେ ଏବଂ ତାଙ୍କୁ ଗୋଟିଏ ମିଛ ଛ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଥିଲେ। କହିବା ବାହୁଲ୍ୟ ମାନସିକ ରୋଗ ଗ୍ରସ୍ତ ବୃଦ୍ଧ ଜଣକ ଜଣେ ବିଶିଷ୍ଟ ବ୍ୟବସାୟୀ ଥିଲେ। ଅଶୋକ ବାବୁ ମନେ ମନେ ଭଗବାନଙ୍କୁ ପ୍ରାର୍ଥନା କରୁଥିଲେ,” ହେ ପ୍ରଭୁ ଖୁବ୍ ଶୀଘ୍ର ଏଇ ବାବୁଙ୍କୁ ଭଲ କରି ଦିଅ। ତୁମେ ତ ସେଦିନ ଏଇ ବାବୁଙ୍କ ବେଶରେ ଆସିଥିଲ। ମିଛ ଚେକ୍ ହେଉ ପଛେ , ସେଇ ଚେକ୍ ମୋତେ ସାହସ ଓ ଧୈର୍ଯ୍ୟ ଦେଇଥିଲା। ଯାହା ଫଳରେ ମୁଁ ମୃତ୍ୟୁ ମୁହଁରୁ ଫେରି ଆସିଥିଲି । ମୋତେ ପଛେ ପ୍ରଭୁ ପାଗଳ କରିଦିଅ । ହେଲେ ସେ ବାବୁଙ୍କୁ ଭଲ କରି ଦିଅ ।” କୋହ ଭରା କଣ୍ଠରେ ଆଉ କିଛି କହି ପାରୁ ନଥିଲେ ଅଶୋକ ବାବୁ।

ଏତିକି ବେଳକୁ ଜଣେ ଡାକ୍ତରଖାନାର କର୍ମଚାରୀ ତାଙ୍କ ପାଖକୁ ଆସିଲେ ଏବଂ ପଚାରିଲେ ,” ଆପଣ କାହାକୁ ଖୋଜୁଛନ୍ତି? ” ଭାବନା ରାଜ୍ୟରେ ବୁଲୁ ବୁଲୁ ଅଶୋକ ବାବୁ ସେହି ବୃଦ୍ଧ ଜଣକ ଆଡ଼କୁ ଆଙ୍ଗୁଠି ବଢାଇ ଇସାରା ଦେଲେ । ହସି ଦେଇ କର୍ମଚାରୀ ଜଣକ କହିଲେ ,” ଓହୋ ଆପଣ ଆଲୋକ ବାବୁଙ୍କ କଥା କହୁଛନ୍ତି କି । ସେ ପରା ଦୀର୍ଘ ଦୁଇ ବର୍ଷ ପରେ ଆଜି ସୁସ୍ଥ ହୋଇ ଘରକୁ ଫେରୁଛନ୍ତି।” ଅଶୋକ ବାବୁଙ୍କ ଆଖିରୁ ଖୁସିର ଲୁହ ଝରି ଆସୁଥିଲା। ଭଗବାନଙ୍କୁ ଧନ୍ୟବାଦ ଜଣାଇ ସେଇଠୁ ସେହି ବୃଦ୍ଧଙ୍କୁ ହାତୀ ଯୋଡ଼ି ପ୍ରଣାମ କଲେ।

ବନ୍ଧୁଗଣ, ମୋ ମନ କଥାର ଆଉ ଏକ ଅଧ୍ୟାୟ ନେଇ ପୁଣି ଥରେ ଆସିବି ଆପଣଙ୍କ ପାଖକୁ। ସେତେବେଳ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ନିଜର ଯତ୍ନ ନିଅନ୍ତୁ ଆଉ ହସୁ ଥାଆନ୍ତୁ ।

ଧନ୍ୟବାଦ।

* ଜୟ ଜଗନ୍ନାଥ *

ରମାନାଥ କର

ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର

ବାଲେଶ୍ଵର

ମନ କଥା (୪୮)

————————–

‌‌        ‌  ‌ଦିନେ ମୁଁ ବାଲେଶ୍ଵରରୁ ବାଲିଆପାଳ ଶେଷ ବସ୍ ରେ ଆସୁଥାଏ । ବସ୍ ପ୍ରବଳ ଭିଡ଼ ହୋଇ ଥାଏ।କାରଣ ପରଦିନ କାର୍ତ୍ତିକ ପୂର୍ଣ୍ଣିମା ଥାଏ । ସରକାରୀ ଛୁଟି। ତା ପରଦିନ ଛାଡ ଖାଇ । ତେଣୁ ସ୍ବଭାବିକ ଭାବରେ ବସ୍ ଭିଡ଼ ଥିଲା। ଯା ହେଉ ଠାକୁର ଙ୍କ ଦୟାରୁ ସବା ପଛରେ ମୁଁ ଗୋଟାଏ ସିଟ୍ ପାଇଥିଲି। ମୋ ଆଗରେ ଦୁଇ ଜଣ ବସି ଥାଆନ୍ତି। ଜଣେ ବୟସ୍କ ବ୍ୟକ୍ତି ବୟସ ଷାଠିଏ ରୁ ଉର୍ଦ୍ଧ୍ବ ହେବ। ଆଉ ଜଣେ ମହାବିଦ୍ୟାଳୟର ଛାତ୍ର।  ବସ୍ ବାଲେଶ୍ଵର ଛାଡ଼ିବା ଠାରୁ ଦୁହେଁ କିଛି କଥା ହେଉଥିଲେ। ଉଭୟଙ୍କ ମଧ୍ୟରେ ସାମାନ୍ୟ ଯୁକ୍ତି ମଧ୍ୟ ହେଉଥିଲା। ମୁଁ ଟିକେ ସେଆଡକୁ କାନ ଦେଲି । ଅବଶ୍ୟ ଅନ୍ୟର କଥା ବିନା ଅନୁମତିରେ ଶୁଣିବା ମନା। ଯାହା ଜାଣିଲି ମଉସା ଜଣକ କୈାଣସି ଆଧ୍ୟାତ୍ମିକ ସମାଜ ସହିତ ଜଡିତ। ସନ୍ଧ୍ୟାରେ ସତ ସଙ୍ଗ ଅନୁଷ୍ଠିତ ହେବ। ସେଠାକୁ ସେ ଯାଉଛନ୍ତି। ମାତ୍ର ଛାତ୍ର ଜଣକ ଯାହା ଜଣା ପଡ଼ିଲା ସତ ସଙ୍ଗ ରେ ବିଶ୍ୱାସ କରନ୍ତି ନାହିଁ। ବରଂ ଏହାକୁ ଗୋଟିଏ ସମୟର ବରବାଦ ବୋଲି ଯୁକ୍ତି କରୁ ଥାଆନ୍ତି। ସତ ସଙ୍ଗରୁ କିଛି ଫାଇଦା ମିଳେ ନାହିଁ ବୋଲି ଯୁକ୍ତି ଉପସ୍ଥାପନ କରୁ ଥାଆନ୍ତି। ମଝିରେ ମଝିରେ

ମଉସା ଜଣକ ଟିକିଏ ରାଗି ଯାଉ ଥାଆନ୍ତି । ମୁଁ ବୁଝି ପାରୁ ନଥିଲି ଛାତ୍ର ଜଣକ ଏମିତି କାହାକୁ ଚିତା ,ଚଇତନ,ମାଳା ରେ ଦେଖିଲେ କାହିଁକି ଏତେ ଚିଡିଚିଡା ହେଉଛନ୍ତି। ନିଶ୍ଚିତ ଭାବରେ କହିବି ସେମାନଙ୍କ ଭିତରେ ଏମିତି ବସ୍ ଭିତରେ ଯୁକ୍ତି ହେବାଟା ଠିକ୍ ନୁହେଁ। ଦ୍ଵିତୀୟ କଥା ଛାତ୍ର ଜଣକର ” ସତ ସଙ୍ଗ ରୁ କ’ଣ ଫାଇଦା ମିଳିବ ?” ଏଇ ପ୍ରଶ୍ନଟି ମୋତେ ଆକର୍ଷିତ କରିଥିଲା। ସତକଥା। ସେ ପିଲା ହେଲେ ଇଣ୍ଟରନେଟ ଯୁଗର ପିଲା। ସେ ପିଲା ହେଲେ ପପ୍ ରକ୍ ଗୀତ ଶୁଣିବା ପିଲା।ସେ ପିଲା ହେଲେ ୟୁ ଟିଉବ୍ ଯୁଗର ପିଲା।ସେ ପିଲା ହେଲେ ଫ୍ରି ଫେୟାର ଖେଳିବା ଯୁଗର ପିଲା।ସିଏ ଠାକୁରଙ୍କ ଫଟୋ ସ୍ଥାନରେ କୈାଣସି ସିନେମା ନାୟିକାର  ଅର୍ଦ୍ଧ ଲଙ୍ଗୁଳୀ ଫଟୋ ରଖିବାକୁ ଭଲ ପାଉଛି। ତାକୁ ଭଲ ଲାଗୁଛି ଅନ୍ତ ବସ୍ତ୍ର ପରିଧାନ କରି ପୁରୁଷର ଖୋଲା ଛାତି ଦେଖା ଫଟୋ। ସିଏ କେମିତି ଜାଣିବି ସତ ସଙ୍ଗ ରୁ କ’ଣ ଫାଇଦା ମିଳିବ।

ଛୋଟ କାହାଣୀ ଟିଏ। ଦିନେ ନାରଦ ବିଷ୍ଣୁଙ୍କୁ ଏହି ପ୍ରଶ୍ନ ପଚାରିଲେ କି ପ୍ରଭୁ ସତ ସଙ୍ଗ ରୁ କ’ଣ ଫାଇଦା ମିଳିବ। ବିଷ୍ଣୁ ଗୋଟିଏ ଜିଆ ଆଡେ ନିର୍ଦ୍ଦେଶ କରି କହିଲେ ନାରଦ ଏ ପ୍ରଶ୍ନ ର ଉତ୍ତର କେବଳ ଜିଆ ଦେଇ ପାରିବ। ନାରଦ ଜିଆକୂ ପଚାରିଲେ ସତ ସଙ୍ଗ ରୁ କ’ଣ ଫାଇଦା ମିଳିବ। ଏତିକି ନାରଦ ପଚାରିଛନ୍ତି ଜିଆ ଟି ମରିଗଲା।  ନାରଦ ମନ ଦୁଃଖରେ ଫେରି ବିଷ୍ଣୁଙ୍କୁ କହିଲେ କି ଜିଆ ଉତ୍ତର ଦେବା ପୂର୍ବରୁ ମରିଗଲା। ତାପରେ ବିଷ୍ଣ ଗୋଟିଏ ସଦ୍ୟ ଜାତ ବାଛୁରୀ ଆଡ଼କୁ ଆଙ୍ଗୁଠି ନିର୍ଦ୍ଦେଶ କଲେ। ସେଠି ମଧ୍ୟ ସେହି କଥା ହେଲା। ଯେମିତି ବାଛୁରୀ କାନ ପାଖରେ ନାରଦ ପଚାରିଲେ କି ସତ ସଙ୍ଗ ରୁ କ’ଣ ଫାଇଦା ମିଳିବ, ବାଛୁରୀ ନାରଦଙ୍କୁ ଚାହିଁ ମରିଗଲା। ନାରଦଙ୍କ ଭାରି ମନ ଦୁଃଖ ହେଲା। ଯାହାକୁ ସତ ସଙ୍ଗ ରୁ କ’ଣ ଫାଇଦା ମିଳିବ ବୋଲି ପଚାରୁଛନ୍ତି ସେ ମରି ଯାଉଛି । ନାରଦ ଡରି ଗଲେ। ଦୁଇ ଜଣଙ୍କ ମୃତ୍ୟୁ ର ପାପ ନାରଦଙ୍କ ନାମରେ ଲାଗିଛି। ନାରଦଙ୍କ ମନ ଦୁଃଖ ଦେଖି ବିଷ୍ଣୁ ପୁଣି ଥରେ ଏକ ସଦ୍ୟ ଜନ୍ମିତ ଶୁଆ ଆଡ଼କୁ ଆଙ୍ଗୁଠି ନିର୍ଦ୍ଦେଶ କଲେ। ନାରଦଙ୍କ ଧୈର୍ଯ୍ୟ ନଥିଲା। ସେ ଶୁଆ ପାଖକୁ ଯାଇ ଯେମିତି ପଚାରିଲେ କି ସତ ସଙ୍ଗ ରୁ କ’ଣ ଫାଇଦା ମିଳିବ, ଶୁଆଟି ନାରଦଙ୍କୁ ଚାହିଁ ମରିଗଲା। ନାରଦଙ୍କ ଦେହରୁ ଗମ ଗମ ଝାଳ ବହିଗଲା।

ଶେଷରେ ନାରଦ ବିଷ୍ଣୁଙ୍କ ଆଗରେ ହାତ ଯୋଡ଼ି କହିଲେ ,” ପ୍ରଭୁ ଏ କି ବିଚାର । ସତ ସଙ୍ଗରୁ କ’ଣ ଲାଭ ମିଳେ ଆପଣଙ୍କୁ କ’ଣ ଜଣା ନାହିଁ ଯେ ମୋତେ ଜିଆ, ବାଛୁରୀ,ଶୁଆ ପାଖକୁ ଉତ୍ତର ପାଇବା ପାଇଁ ପଠାଉଛ। ତିନି ଜଣଙ୍କ ମୃତ୍ୟୁ ର ପାପ ମୋତେ ଲାଗିଲାଣି। ମୁଁ ଏବେ ଆସୁଛି। ମୋର ଉତ୍ତର ଆବଶ୍ୟକ ନାହିଁ।” ଅଭିମାନରେ ନାରଦ ବିଷ୍ଣୁଙ୍କ ଠାରୁ ବିଦାୟ ନେବାକୁ ଚାହୁଁଛନ୍ତି , ଏତିକି ବେଳକୁ ବିଷ୍ଣୁ ଜଣେ ରାଜା ଙ୍କ ସଦ୍ୟ ଜନ୍ମିତ ଶିଶୁ ପୁତ୍ର ଆଡେ ଆଙ୍ଗୁଠି ନିର୍ଦ୍ଦେଶ କଲେ ଏବଂ ତାକୁ ସତ ସଙ୍ଗରୁ କ’ଣ ଲାଭ ମିଳେ ବୋଲି ପଚାରିଲେ ସେ ନିଶ୍ଚୟ ଉତ୍ତର ଦେବ। ସମସ୍ତଙ୍କ ପରି ଏଥରକ ସେ ମୃତ୍ୟୁ ବରଣ କରିବ ନାହିଁ ବୋଲି ବିଷ୍ଣୁ ନାରଦଙ୍କୁ ଅଭୟ ଦେଲେ।

ନାରଦ ସେହି ରାଜପୁତ୍ର ଜନ୍ମ ଲାଭ କରିଥିବା ରାଜ ଭବନରେ ପହଞ୍ଚିଲେ। ନାରଦମୁନି ଙ୍କୁ ଦେଖି ରାଜାରାଣୀ ଖୁସି ହୋଇଗଲେ ଓ ତାଙ୍କ ପୁତ୍ରକୁ ଆଶୀର୍ବାଦ କରିବା ପାଇଁ ହାତ ଯୋଡ଼ି ନିବେଦନ କଲେ। ନାରଦ କହିଲେ ସେ ଏକାନ୍ତରେ ରାଜ ପୁତ୍ରକୁ ଆଶୀର୍ବାଦ କରିବାକୁ ଚାହୁଁଛନ୍ତି। ସେହିଆ ହେଲା। ସମସ୍ତେ ବାହାରକୁ ବାହାରି ଗଲେ। ଏତିକି ବେଳକୁ ନାରଦ ଭୟରେ ରାଜପୁତ୍ର କାନରେ ପଚାରିଲେ କି ସତ ସଙ୍ଗ ରୁ କ’ଣ ଲାଭ ମିଳେ।

ରାଜପୁତ୍ର ହସି ହସି କହିଲେ, ” ହେ ମୁନି ବର । ମୁଁ ଜିଆ ଥିଲି। ଆପଣଙ୍କ ପରି ନାରାୟଣ ଙ୍କ ପରମ ଭକ୍ତ ଙ୍କ ସତ ସଙ୍ଗରେ ଆସିବା ପରେ ମୁଁ ବାଛୁରୀ ଜନ୍ମ ପାଇଲି । ମୋର ବାଛୁରୀ ଜନ୍ମରେ ପୁଣି ଥରେ ଆପଣଙ୍କ ସତ ସଙ୍ଗରେ ଆସିବା ପରେ ମୁଁ ଶୁଆ ଜନ୍ମ ପାଇଲି। ପୁଣି ମୋର ଶୁଆ ଜନ୍ମରେ ପୁଣି ଥରେ ଆପଣଙ୍କ ସତ ସଙ୍ଗ ପାଇ ମୁଁ ମଣିଷ ଜନ୍ମ ପାଇଛି। ଆଉ ଏଇ ଜନ୍ମରେ ଆଜି ଆପଣଙ୍କର ସତ ସଙ୍ଗ ପାଇ ମୁଁ ଧନ୍ୟ ହୋଇଗଲି ।”

ନାରଦ ଉତ୍ତର ପାଇ ସାରିଥିଲେ। ପୁତ୍ର କୁ କଲ୍ୟାଣ କଲେ। ବିଷ୍ଣୁ ଙ୍କ ପାଖରେ ପହଞ୍ଚି ତାଙ୍କୁ ନିଜର ମନରେ ଥିବା ପ୍ରଶ୍ନର ଉତ୍ତର ପାଇ ଥିବାରୁ ତାଙ୍କୁ କୋଟି କୋଟି ଧନ୍ୟବାଦ ଅର୍ପଣ କଲେ।

ବନ୍ଧୁଗଣ, ମୋ ମନ କଥାର ଆଉ ଏକ ଅଧ୍ୟାୟ ନେଇ ପୁଣି ଥରେ ଆସିବି। ସେତେବେଳ ପର୍ଯ୍ୟନ୍ତ ମୋତେ ବିଦାୟ ଦିଅନ୍ତୁ।‌ନିଜର ଯତ୍ନ ନେଉଥିବେ ଏବଂ ସବୁବେଳେ ହସୁ ଥିବେ।

ଧନ୍ୟବାଦ।

* ଜୟ ଜଗନ୍ନାଥ *

ରମାନାଥ କର

ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର

ବାଲେଶ୍ଵର

ମନ କଥା (୪୮)

——————-

‌         ‌         ବନ୍ଧୁଗଣ, ମୁଁ ସକାଳୁ ସକାଳୁ ତା କଥା ଲେଖିବାକୁ ଯାଉଛି,ଯାହାର କଥା ଶୁଣିଲେ ଲୋକେ ବିରକ୍ତ ହୁଅନ୍ତି। ଏମିତି କହନ୍ତି, ସକାଳୁ ସକାଳୁ କାହିଁକି ତା’ର ନାଆଁ ଧରିଲ ଆଜି କିଛି ଖାଇବାକୁ ମିଳିବ ନାହିଁ। ଆଜ୍ଞା ହଁ,ଆମ ସମାଜରେ ଲୋକେ ଲୋଭି ଓ କୃପଣ ଲୋକଙ୍କ ନାଆଁ ନେବାକୁ କେହି ଭଲ ପାଆନ୍ତି ନାହିଁ। ଏଥିରେ ଆପଣ ନିଶ୍ଚୟ ଏକମତ ହେବେ। ମୁଁ ନିଜେ ମୋ ଜେଜେବାପା, ଜେଜେମା,ବୋଉ, ବାପାଙ୍କ ଠାରୁ ଏଇ ଭଳି କଥା ଅନେକ ଥର  ଶୁଣିଛି। ଆମେ ଯଦି କାହାର ନାଆଁ ନେଇଛୁ ,ଆଉ ସେ ଲୋକଟି ଲୋଭି କିମ୍ବା କୃପଣ ହୋଇଥିବ , ତାହେଲେ ଆମକୁ ସେମାନେ ସଙ୍ଗେ ସଙ୍ଗେ କହନ୍ତି, କ’ଣ କଲୁ ରେ , କାହା ନାଆଁ ଧରିଲୁ ଆଜି ଖାଇବାକୁ ମିଳିବ ନାହିଁ। ମୁଁ କହିବାକୁ ଚାହିଁବି ଏହା ଏକ ଅନ୍ଧବିଶ୍ୱାସ ଅଟେ। କାହାର ନାଆଁ ଧରିଲେ ଖାଇବାକୁ ମିଳିବ ନାହିଁ – ଏହା ସମ୍ପୂର୍ଣ୍ଣ ଅନ୍ଧବିଶ୍ୱାସ। ମାତ୍ର ଏଇ କଥା ପଛରେ ଯେଉଁ ସତ୍ୟତା ଅଛି, ସେଇଟା ହେଉଛି ଲୋକମାନେ ଲୋଭି ଓ କୃପଣ ଲୋକଙ୍କୁ ଘୃଣା ଚକ୍ଷୁରେ ଦେଖନ୍ତି।

‌      ବାସ୍ତବରେ ଲୋଭ କରିବା ଏକ ମନ୍ଦ ଗୁଣ ଅଟେ।ଲୋଭ କରିବା ପାପ ବୋଲି ପୁରାଣରେ ଉଲ୍ଲେଖ କରାଯାଇଛି। ଆମର ଆବଶ୍ୟକତା କୁ ପୂରଣ‌ କରିବା ସମ୍ଭବ। ମାତ୍ର ଲୋଭି ର ଲୋଭ କୁ କେବେ ବି ସନ୍ତୁଷ୍ଟ କରିହେବ ନାହିଁ। ସେଥିପାଇଁ କୁହା ଯାଇ ପାରିବ  ଦୁନିଆରେ ତା ପାଖରେ ସବୁଠାରୁ ଅଧିକ ସମ୍ପତ୍ତି ଅଛି, ଯାହା ପାଖରେ ଟିକିଏ ବି ଲୋଭ ନାହିଁ।ଲୋଭି ମଣିଷ ଟିଏ ଗୋଟିଏ କଥା ଭୁଲିଯାଏ, ଯିଏ ସବୁବେଳେ ସବୁ ପାଇବା ପାଇଁ ଚାହେଁ,ସିଏ ଯେ କୌଣସି ସମୟରେ ସବୁକିଛି ହରାଇବାର ସମ୍ଭାବନା ରହିଛି। ଜଣେ ଲୋକର ଦୁଃଖ ଠାରୁ ଯଦି ଲୋଭ ବେଶି ହୋଇଯାଏ ,ସେ ଲୋକ ଜୀବନରେ ଦୁର୍ଦ୍ଦଶା ଆସିବାଟା ଥୟ ।ମୋ ମତରେ ଆମେ ଆମର ଆବଶ୍ୟକତା କୁ  ବେଶି କରିବା ଅପେକ୍ଷା ‌କମ୍ କରିବା ସବୁଠାରୁ ଭଲ।

ଛୋଟ କାହାଣୀ ଟିଏ। ଗୋଟିଏ ପାହାଡ ତଳେ ଦୁଇ ପଡୋଶୀ ରହୁ ଥାଆନ୍ତି। ଜଣେ ବହୁତ ଗରିବ। ଆଉ ଜଣେ ବହୁତ ବଡ଼ ଧନୀ। ଧନୀ ଲୋକ ଜଣକ ବ୍ୟବସାୟ କରେ। ଗରିବ ଜଣକ ସବୁଦିନ ଜଙ୍ଗଲକୁ ଯାଏ,କାଠ ସଂଗ୍ରହ କରେ,ତାକୁ ବିକି ତା’ର ଗୁଜୁରାଣ ମେଣ୍ଟାଇ ଥାଏ। ଜଙ୍ଗଲକୁ ଯିବା ସମୟରେ ତା’ର ସ୍ତ୍ରୀ ପଖାଳ,ଆଳୁ ଭରତା କେବେ କେବେ ଭଜା ଇତ୍ୟାଦି ଦେଇଥାଏ । ଦ୍ୱିପ୍ରହର ସମୟରେ ଗରିବ ଲୋକ ଜଣକ ଖାଏ। ସେହି ଜଙ୍ଗଲରେ ଗୋଟିଏ ପଥରରେ ତିଆରି ବହୁତ ବଡ଼  ସିଂହ ଟିଏ ଥାଏ। ଗରିବ ଲୋକ ଜଣକ ସବୁଦିନ ଖାଇଲା ବେଳେ ସେହି ସିଂହ ପାଖରେ ବସେ ଏବଂ ଖାଇବା ପୂର୍ବରୁ ଆଗ ସିଂହ ପାଟିରେ ଆଦରରେ ‌ନିଜ ଖାଇବାରୁ କିଛି ଦିଏ । ଏମିତି କିଛି ଦିନ ଗଲା ପରେ ଦିନେ ପଥର ସିଂହ ଗରିବ ଲୋକକୁ କହିଲା, ” ହେ ମଣିଷ, ମୁଁ ତୁମ ଉପରେ ବହୁତ ଖୁସି। ଆସନ୍ତା କାଲି ସକାଳ ସୂର୍ଯ୍ୟ ଉଦୟ ପୂର୍ବରୁ ଆସିବ। ମୋ ପେଟ ଭିତରେ ଅନେକ ସୁନା ରହିଛି। ଯେତିକି ତୁମର ଇଚ୍ଛା ସେତିକି ନେଇ ପାରିବ। ମନେ ରଖିବ , ସୂର୍ଯ୍ୟ ଉଦୟ ହେଲା କ୍ଷଣି ମୋ ପାଟି  ବନ୍ଦ ହୋଇଯିବ।” ଗରିବ ଲୋକ ଜଣକ ତହିଁ ପରଦିନ ବଡ଼ି ଭୋରରୁ ଆସି ଆଗ ସିଂହ କୁ ଖୁଆଇଲା। ତାପରେ ସିଂହ ର ପେଟ ଭିତରୁ ତା’ର ଯେତିକି ଆବଶ୍ୟକ ସେତିକି ସୁନା ଆଣିଲା। ସିଂହକୁ ଧନ୍ୟବାଦ ଦେଲା। ତାପରେ ସେ ବଡ଼ ଘରଟିଏ ତୋଳିଛି। ନିଜେ ଗୋଟିଏ ବ୍ୟବସାୟ କରିଛି ଏବଂ ବହୁତ ଭଲରେ ରହିଛି।

‌           ଦିନେ ଧନୀ ଜଣକ ଇର୍ଷା ପରାୟଣ ହୋଇ ଗରିବ ଜଣକ ଘରକୁ ଆସିଲା। ଛଳନା କରି ସେ ଧନୀ ହେବାର ରହସ୍ୟ ପଚାରିଲା।ଗରିବ ଲୋକ ଜଣକ ସବୁ ସତ କଥା କହିଦେଲା। ତା ପରଦିନ ଠାରୁ ଧନୀ ଲୋକ ଜଣକ ଜଙ୍ଗଲ କୁ ଗଲା। ସବୁଦିନ ସିଂହକୁ ବଢ଼ିଆ ବଢ଼ିଆ ଖାଦ୍ୟ ଖୁଆଇଲା। ଦିନେ ପଥର ସିଂହ ଧନୀ ଲୋକକୁ ସେହିଆ କହିଲା ଯାହା ଗରିବ ଜଣକୁ କହିଥିଲା।ଧନୀ ଲୋକଟି ବହୁତ ଖୁସି ହୋଇଗଲା। ତା ପରଦିନ ବଡ଼ି ଭୋରରୁ ଗୋଟିଏ ବଡ଼ ଅଖା ଟିଏ ନେଇ ଆସିଲା। ସିଂହର ପେଟ ଭିତରେ ଏତେ ସାରା ସୁନା ଦେଖି ତାର ମୁଣ୍ଡ ଆଉ କାମ କଲା ନାହିଁ। କେତେବେଳେ ସୂର୍ଯ୍ୟ ଉଦୟ ହୋଇ ଗଲେ ସେ ଜାଣି ପାରିଲା ନାହିଁ। ସିଂହର ପାଟି ବନ୍ଦ ହୋଇଗଲା। ସିଂହର ପେଟ ଭିତରେ ସବୁଦିନ ପାଇଁ ସେ ରହିଗଲା।

ପ୍ରିୟ ବନ୍ଧୁଗଣ,ମୋ ମନ କଥାର ଆଉ ଏକ ଅଧ୍ୟାୟ ନେଇ ଆପଣଙ୍କ ପାଖକୁ ପୁଣି ଥରେ ଆସିବି। ସେତେବେଳ ପର୍ଯ୍ୟନ୍ତ ମୋତେ ବିଦାୟ ଦିଅନ୍ତୁ। ନିଜର ଯତ୍ନ ନେଉଥିବେ ଏବଂ ସବୁବେଳେ ହସୁଥିବେ।

ଧନ୍ୟବାଦ।

* ଜୟ ଜଗନ୍ନାଥ *

ମନ କଥା (୪୯)

——————-

‌                  ରାତି ପାହିଲେ ଆମକୁ ଧନ ର ଚିନ୍ତା।  ଧନୀ ହେବାର ଚିନ୍ତା।  ପ୍ରକୃତରେ ଧନୀର ସଂଜ୍ଞା କ’ଣ। ଯାହା ପାଖରେ ପ୍ରଚୁର ଧନ ଅଛି ସେ କ’ଣ ସତରେ ଧନୀ।

ସତ କଥା କହିବାକୁ ଗଲେ ସେହି ହେଉଛି ଧନୀ , ଯାହା ପାଖରେ ପ୍ରଚୁର ଧନ ଅପେକ୍ଷା ଗୋଟିଏ ଧନୀ ହୃଦୟ ଟିଏ ଅଛି।ଧନୀ ତ ସେହି ଯାହା ପାଖରେ କିଛି ନଥାଇ ବି ସେ ବହୁତ ଖୁସିରେ ଅଛି।ଧନୀ ସେହି ଯାହାଙ୍କ ଧନ ର ହିସାବ ନଥାଏ , ହେଲେ ଏବେ ସମାଜରେ ଯେଉଁ ମାନେ ନିଜକୁ ଧନୀ ବୋଲାଉଛନ୍ତି ସେମାନଙ୍କ ଧନ ର ପରିମାଣ ହିସାବରେ ସେମାନଙ୍କୁ ଧନୀକ କ୍ରମିକ ସଂଖ୍ୟା ଦିଆ ଯାଉଛି। ସଫଳତା ଆଧାରରେ ଯଦି କାହାକୁ ଧନୀ ବୋଲି କୁହାଯାଏ, ତେବେ ମୁଁ କହିବି ସଫଳତା ଅର୍ଥ ରେ ମପା ଯାଏ ନାହିଁ। ସଫଳତା ନିଜ ପାଖରେ କେତେ ଚାରିଚକିଆ କିମ୍ବା ଦୁଇ ଚକିଆ ଯାନ ଅଛି ନୁହେଁ। ସଫଳତା ନିଜର କେତେ ସଂଖ୍ୟକ କୋଠା ଅଛି ନୁହେଁ। ସଫଳତା ନିଜର କେତେ ଜମିବାଡ଼ି ଅଛି। ସଫଳତା ନିଜେ କେତେ ବଡ଼ ଚାକିରୀ କରିଛନ୍ତି ନୁହେଁ।

ତେଣୁ ଧନୀ ତ ସେହି ଯିଏ କୈାଣସି ଚିନ୍ତା ଭିତରେ ନଥାଏ।ନା କିଛି ହରାଇବାର ଚିନ୍ତା , ନା କିଛି ଅର୍ଜ୍ଜନ କରିବାର ଚିନ୍ତା ତାଙ୍କ ପାଖରେ ଥାଏ।ଧନୀ ସେହି ଯାହା ପାଖରେ ଗୋଟେ ଧନୀ ହୃଦୟ ଥାଏ ଏବଂ ନିଜେ କ୍ଷତି ସହିବେ ପଛେ କିନ୍ତୁ ଅନ୍ୟକୁ ସାହାଯ୍ୟ କରିବା ପାଇଁ ଆଗେ ହାତ ବଢ଼ାଇ ଥାଆନ୍ତି।

‌   ‌ ‌   ‌   ‌   ଛୋଟ କାହାଣୀ ଟିଏ। କାହାଣୀ ହେଲେ ବି ସତ କଥା। ଆମେ ସମସ୍ତେ ବିଲ୍ ଗେଟସ୍ ଙ୍କୁ ଜାଣିଛୁ।ଯିଏ ବିଶ୍ୱ ପ୍ରସିଦ୍ଧ ମାଇକ୍ରୋସଫ୍ଟ କମ୍ପାନୀ ର ସହ ପ୍ରତିଷ୍ଠାତା ଏବଂ କିଛି ବର୍ଷ ପୂର୍ବରୁ ସେ ଦୁନିଆର ଏକ ନମ୍ବର ଧନୀ ଥିଲେ। ଏହା ହେଉଛି ସେ ବିଶ୍ଵର ଏକ ନମ୍ବର ଧନୀ ହେବା ପୂର୍ବର କଥା। ଦିନେ ସେ ଆମେରିକାନ ଏୟାରଲାଇନ ଉଡାଜାହାଜ ରୁ ଓହ୍ଲାଇ ନିଜର ଗାଡ଼ି ପାଖକୁ ଆସିବେ , ଏତିକି ବେଳକୁ ସେ ଗୋଟିଏ ଖବରକାଗଜ କିଣିବାକୁ ଇଚ୍ଛା କଲେ। ଖବରକାଗଜ ବିକାଳୀ ପାଖରୁ ଖବରକାଗଜ କିଣି ସାରିବା ପରେ ତାଙ୍କ ପାଖରେ ଖୁଚୁରା ଟଙ୍କା ନଥିବାରୁ ପୁଣି ସେହି ଖବରକାଗଜ ବିକାଳୀ ଙ୍କୁ ଖବରକାଗଜ ଫେରାଇ ଦେଲେ। ଖବରକାଗଜ ବିକାଳୀ ହସିଦେଇ ପୁଣି କେବେ ମୋତେ ଖବରକାଗଜ ମୂଲ୍ୟ ଦେଇଦେବେ ବୋଲି କହି ବିଲ୍ ଗେଟସ୍ ଙ୍କ ହାତରେ ଖବରକାଗଜ ଧରାଇଦେଲେ।ଆଉ ଥରେ ମଧ୍ୟ ସେମିତି ସମାନ ଘଟଣା ଘଟିଲା। ଉଡାଜାହାଜ ରୁ ଓହ୍ଲାଇ ପୂର୍ବ ଖବରକାଗଜ ବିକାଳୀ ପାଖକୁ ଗଲେ। ଖବରକାଗଜ କିଣିଲେ। ମାତ୍ର ମନିପର୍ସ ରେ ଦେଖିଲେ ଖୁଚୁରା ନାହିଁ। କ’ଣ କରିବେ , ଖବରକାଗଜ ଫେରାଇ ଦେଲେ। ଖବରକାଗଜ ବିକାଳୀ କୁ କହିଲେ ମୋ ପାଖରେ ତୁମକୁ ଖବରକାଗଜ ମୂଲ୍ୟ ଦେବାକୁ ଖୁଚୁରା ନାହିଁ, ତେଣୁ ମୁଁ ଖବରକାଗଜ ନେବି ନାହିଁ କହି ଚାଲି ଯାଉଥିଲେ। ଖବରକାଗଜ ବିକାଳୀ ତାଙ୍କ ପଛରେ ପଛରେ ଯାଇ ତାଙ୍କ ଗାଡ଼ି ପାଖରେ ତାଙ୍କୁ ଖବରକାଗଜ ଦେଲେ ଏବଂ କହିଲେ କି ସେ ଖବରକାଗଜ ମୂଲ୍ୟ ନେବେ ନାହିଁ କାରଣ ଏହାକୁ ସେ ତାଙ୍କର ଲାଭ ଅର୍ଥରୁ ଦେଉଛନ୍ତି। କିଛି ବର୍ଷ ପରେ ବିଲ୍ ଗେଟସ୍ ବିଶ୍ଵର ଏକ ନମ୍ବର ଧନୀ ହୋଇଗଲେ। ଦିନେ ତାଙ୍କର ସେହି ଖବରକାଗଜ ବିକାଳୀ କଥା ହଠାତ୍ ମନେ ପଡ଼ିଲା, ଯାହାର ଦୁଇଟି ଖବରକାଗଜ ମୂଲ୍ୟ ସେ ଦେଇ ନାହାଁନ୍ତି।

ବହୁତ ଖୋଜି ଖୋଜି ସେ ସେହି ଖବରକାଗଜ ବିକାଳୀ ପାଖରେ ପହଞ୍ଚିଲେ ଓ ପଛ କଥା ତାଙ୍କୁ ମନେ ପକେଇଦେଲେ।ବିଲ୍ ଗେଟସ୍ ଖବରକାଗଜ ବିକାଳୀଙ୍କୁ ନିଜର ପରିଚୟ ଦେଇ କେତେ ଅର୍ଥ ସେ ନେବାକୁ ଚାହାଁନ୍ତି ଖୋଲା ହୃଦୟରେ ପ୍ରକାଶ କରନ୍ତୁ ବୋଲି ଅନୁରୋଧ କଲେ। ଖବରକାଗଜ ବିକାଳୀ ର ଉତ୍ତରରେ ବିଲ୍ ଗେଟସ୍ ଆଶ୍ଚର୍ଯ୍ୟଚକିତ ହୋଇଗଲେ। ” ମୁଁ ଜାଣିଛି ଆପଣ ବିଶ୍ୱର ଏକ ନମ୍ବର ଧନୀ। ମୁଁ ଆପଣଙ୍କୁ ମନେ ରଖି ନଥିଲି। ସେଦିନ ଆପଣଙ୍କ ପାଖରେ ଖବରକାଗଜ କିଣିବାକୁ ପାଖରେ ଅର୍ଥ ନଥିଲା। ସେ ସମୟରେ ମୁଁ ଆପଣଙ୍କୁ ଖୋଲା ହୃଦୟରେ ସାହାଯ୍ୟ କରିଥିଲି । ପୁଣି ଥରେ ଆପଣଙ୍କୁ ମୋର ଲାଭରୁ ଆପଣଙ୍କୁ ଖବରକାଗଜ ଦେଇଥିଲି। ଏସବୁ କଥାକୁ ମୁଁ ସମ୍ପୂର୍ଣ ଭୁଲି ଯାଇଥିଲି, ଯାହା ଆପଣ ଆଜି ପୁଣି ମନେ ପକାଇ ଦେଲେ।ଆଉ ଆଜି ଆପଣ ଆସିଛନ୍ତି , ତାକୁ ଅର୍ଥ ଦେଇ ସୁଝିବା ପାଇଁ।ଆପଣ ଯଦି ସେଦିନର କଥାକୁ ମନେ ପକାଇବେ, ମୁଁ ଯେଉଁ ଖୋଲା ହୃଦୟରେ ଆପଣଙ୍କୁ ସାହାଯ୍ୟ କରିଥିଲି , ତାହା କେହି ସୁଝିବା ସମ୍ଭବ ନୁହେଁ।”ଦୟାକରି ଆପଣ ସେ ପଛ କଥାକୁ ମନେ ପକାନ୍ତୁ ନାହିଁ। ଆପଣ ମୋ ଘରକୁ ଆସିଛନ୍ତି, ମୁଁ ବହୁତ ଖୁସି।

‌    କୁହାଯାଏ ବିଲ୍ ଗେଟସ୍ ସେହି ଖବରକାଗଜ ବିକାଳୀ ଙ୍କ ଗାଆଁ କୁ ପୋଷ୍ୟ ଗାଆଁ ଭାବରେ ଗ୍ରହଣ କରିଥିଲେ ଏବଂ ସେ ଗାଁରେ ସବୁ ଲୋକମାନଙ୍କ ଆର୍ଥିକ, ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଉନ୍ନତି ପାଇଁ ସବୁ ପ୍ରକାର ବ୍ୟବସ୍ଥା କରିଥିଲେ।  ବିଲ୍ ଗେଟସ୍ ଓ ଖବରକାଗଜ ବିକାଳୀ ଙ୍କ ସମ୍ପର୍କ ବିଷୟରେ କିନ୍ତୁ କେହି ଗାଆଁ ଲୋକ ଜାଣି ନଥିଲେ।

ବନ୍ଧୁଗଣ, ମୋ ମନ କଥାର ଆଉ ଏକ ଅଧ୍ୟାୟ ନେଇ ପୁଣି ଥରେ ଆସିବି। ସେତେବେଳ ପର୍ଯ୍ୟନ୍ତ ମୋତେ ବିଦାୟ ଦିଅନ୍ତୁ। ନିଜର ଯତ୍ନ ନିଅନ୍ତୁ ଏବଂ ହସୁ ଥାଆନ୍ତୁ।

ଧନ୍ୟବାଦ।

* ଜୟ ଜଗନ୍ନାଥ *

ରମାନାଥ କର

ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର

ବାଲେଶ୍ଵର।

ମନ କଥା (୫୦)

——————

ସତରେ ମୁଁ ଆଜି ବହୁତ ଖୁସି।ଆଉ  ଖୁସି ଆପଣ ମାନଙ୍କ ପାଇଁ ମୋତେ ମିଳିଛି ଓ ମହାପ୍ରଭୁଙ୍କ କୃପାରୁ ମୋତେ ମିଳିଛି। ମହାପ୍ରଭୁ ମୋର ପଥ ପ୍ରଦର୍ଶକ ହେଲେ ଆପଣମାନେ ମୋର ସାହସ। କେବେ କେବେ ପ୍ରଭୁ ଆବଶ୍ୟକତା ଠାରୁ ବୋଧହୁଏ ବେଶି ଦେଇ ଦିଅନ୍ତି।ଆଉ ଦିନ ସତରଟି ଗଲେ ମୋ ଲେଖିବାକୁ ଚାରି ବର୍ଷ ପୂରିବ। କେବେ ଆଶା କରି ନଥିଲି ଏତିକି ବାଟ ଆସି ପାରିବି ବୋଲି। ଅନେକ ବାଧାବିଘ୍ନ ସମାଲୋଚନା ନିନ୍ଦା ପ୍ରଶଂସା କୁ ସାଥୀ କରି ଏଇଠି ପହଞ୍ଚିଛି। କେଉଁ ଯାଏଁ ଯିବି ମୁଁ ଜାଣିନି ।ଏଇଠି ସେହି କଥା ମନେ ପଡୁଛି , ଯାହା ହେଇଛି ଭଲ ହେଇଛି। ଯାହା ହେଉଛି ଭଲ ହେଉଛି। ଯାହା ହେବ ଭଲ ହେବ।

‌ କାହିଁକି କେଜାଣି ବେଳେ ବେଳେ ଏଇ‌କଥାରେ‌ ମନ ମାନେନି । ମନ ପରା । ସବୁବେଳେ ଖାଲି ଭଲ ଆଶା କରିବ । ଯଦି ଭଲ ହେଉଛି, ତାହେଲେ କଥାଟି ଠିକ୍। ଯଦି ଖରାପ ହେଉଛି ତାହେଲେ କଥାଟି ଭୁଲ୍। ରାତି ପାହିଲେ ରାମ ରାଜା ହେବେ। କୈକେୟୀ ଏମିତି ସମୟରେ ସ୍ୱାମୀ ଦଶରଥଙ୍କୁ ବର ମାଗିଲେ ଯେ ,ରାମ ସକାଳୁ ସିଂହାସନରେ ବସିବେ କ’ଣ ଚଉଦ ବର୍ଷ ବନବାସ ଗଲେ। ଯେଉଁ କୈକେୟୀ ତାଙ୍କୁ ଭରତ ଠାରୁ ମଧ୍ୟ ଅଧିକ ସ୍ନେହ କରୁଥିଲେ ସିଏ ପୁଣି ଏମିତି ଏକ ବର ମାଗି ପାରିଲେ କେମିତି। ମଣିଷ ସେତେ ଭିତରକୁ ଯାଇ ପାରିବ ନାହିଁ , ଯେତେ ଗଭୀର ଚିନ୍ତା କରି ନିଜେ ରାମଚନ୍ଦ୍ର ଏଇ କାହାଣୀକୁ ଲେଖିଛନ୍ତି। ଦଶରଥଙ୍କୁ କେତେବେଳେ ମାତା କୈକେୟୀ ବର ମାଗିବେ ‌ଏହାର ଏକ ବ୍ଲୁ ପ୍ରିଣ୍ଟ୍ ରାମଚନ୍ଦ୍ର ତିଆରି କରି ସାରିଥିଲେ। ରାମଙ୍କୁ ପୁଅ ଭାବରେ ପରବର୍ତ୍ତୀ ଜନ୍ମରେ କୈକେୟୀ ପାଇବେ ,  ଦଶରଥଙ୍କୁ ରାମ ବନବାସ ବର ମାଗିବା ପାଇଁ ପଡ଼ିବ,ରାବଣର ବଧ ହେବ  – ଏସବୁ ପାଇଁ କୈକେୟୀ ଙ୍କୁ ଛାତି ପଥର କରିବାକୁ ହେବ ବୋଲି ପ୍ରଭୁ ରାମଚନ୍ଦ୍ର ଅନୁରୋଧ କରିଥିଲେ। ରାମାୟଣର ଏତିକି ସଂକ୍ଷିପ୍ତ କଥା ଭିତରେ ରହିଛି ସେଇ ଗୋଟାଏ କଥା। ଯାହା ହେଇଛି ଭଲ ହେଇଛି। ଯାହା ହେଉଛି ଭଲ ହେଉଛି। ଯାହା ହେବ ନିଶ୍ଚୟ ଭଲ ହେବ ।

ଛୋଟ କାହାଣୀ ଟିଏ। ଥରେ ବିଷ୍ଣୁ ଏବଂ ନାରଦ ସାଧୁ ବେଶରେ ମର୍ତ୍ତ୍ୟରେ ବୁଲୁ ଥାଆନ୍ତି। ଏମିତି ବୁଲୁବୁଲୁ ଦିନେ ଗୋଟିଏ ଗାଆଁରେ ସନ୍ଧ୍ୟା ହୋଇଗଲା। କେଉଁଠି ଆଶ୍ରୟ ନେବେ ଚିନ୍ତା କରି ଜଣେ ଧନୀ ଲୋକ ଘରେ ପହଞ୍ଚି ରାତି ଟିଏ ପାଇଁ କେବଳ ଆଶ୍ରା ମାଗିଲେ। ଧନୀ ଲୋକ ଜଣକ ଭାରି କ୍ରୋଧୀ ,କୃପଣ ଥିଲା। ପ୍ରଥମେ ସେ ରାଜି ହେଉ ନଥିଲା। ଛଦ୍ମବେଶୀ ସାଧୁ ଦୂଇ ଜଣ ଟିକିଏ ନେହୁରା ହେଲା ରୁ ସେ ସେମାନଙ୍କୁ ଘରେ ରହିବା ପାଇଁ ତା’ର ଚାକର ମାନଙ୍କ ପାଇଁ ଉଦ୍ଦିଷ୍ଟ ଘରଟି‌ଦେଲା। ବିଷ୍ଣୁ ଏବଂ ନାରଦ ଦୁହେଁ ଶୋଇଲେ। ରାତିରେ ନାରଦ ଦେଖିଲେ ବିଷ୍ଣୁ କାନ୍ଥକୁ ପଲସ୍ତରା କରୁଛନ୍ତି। ନାରଦ କିଛି ବୁଝି ନପାରି ପୁଣି ଶୋଇଗଲେ । ସକାଳୁ କେହି ନଉଠିବା ଆଗରୁ ବିଷ୍ଣୁ ଏବଂ ନାରଦ କୃପଣର ଘର ଛାଡ଼ି ଆଗକୁ ଚାଲିଲେ।

‌    ‌  ‌ ‌ ସେମାନେ ପୁଣି ସନ୍ଧ୍ୟାରେ ଆଉ ଗୋଟିଏ ଗାଆଁରେ ଜଣେ ଗରିବ ଘରେ ରହିଲେ। ସାଧୁ ମାନେ ଯେତେ ମନା କଲେ ବି‌ ଗରିବ ସ୍ୱାମୀ ସ୍ତ୍ରୀ ସେମାନଙ୍କ ପାଇଁ  ତୃପ୍ତିକର ଭୋଜନ ପ୍ରସ୍ତୁତ କରିବା ସହିତ ସୁନ୍ଦର ଆତିଥ୍ୟତା ପ୍ରଦାନ କଲେ। ସକାଳ ହେଲା। ଦୁହେଁ ଜଳଖିଆ କରି ସେ ଘରୁ ବିଦାୟ ନେଲେ। ସାଧୁ ଦୁଇଜଣ ଯେମିତି ଘରୁ ବାହାରି ଯାଇଛନ୍ତି ସେହି ଗରିବ ଘରର ଗୋଟିଏ ଗାଈ ସାପ କାମୁଡାରେ ମରିଗଲା।

‌         ନାରଦ ବିଷ୍ଣୁଙ୍କୁ ପଚାରିଲେ, ” ପ୍ରଭୁ ଏଇଟା ଆପଣ ଯାହା କଲେ ସତରେ କ’ଣ ଠିକ୍ କଲେ। ଏମିତି ଓଲଟା ବିଚାର ଆପଣ କେବେଠାରୁ କଲେଣି। ଯିଏ ଆମକୁ ଟିକିଏ ରହିବାକୁ ଆଶ୍ରା ଦେବା ପୂର୍ବରୁ କେତେ ଖରାପ ବ୍ୟବହାର କଲା ଆପଣ ତା ଘରକୁ ନିଜେ ପଲସ୍ତରା କରି ପାରିଲେ ,ଅଥଚ ଯିଏ ଆମକୁ ଏତେ ନିଃସ୍ୱାର୍ଥପର ସେବା ଦେଲା ତା’ର ଗାଈ ଟିକୁ ମାରିଦେଲେ। ଏଇଟା କ’ଣ ଠିକ୍ ହେଲା।ଆପଣ ଧନୀକୁ ଦୟା କଲେ। ଗରିବଙ୍କୁ ଦଣ୍ଡ ଦେଲେ ।”

ବିଷ୍ଣୁ ହସିହସି କହିଲେ, ” ନାରଦ , ଯେତେବେଳେ ଯାହା ମୁଁ କରିଥାଏ ସବୁ ଜାଣି କରିଥାଏ । ଧନୀ ଲୋକର କାନ୍ଥରେ ଗୋଟିଏ କଣା ଥିଲା। କାନ୍ଥର ଆରପଟେ ଏକ ସୁନାର ଗୁପ୍ତ ‌ଭଣ୍ଡାର ଅନେକ ବର୍ଷରୁ ରହିଛି। ଯଦି ସେଇ କଣା ଦେଇ ଧନୀ ଲୋକଟା ସେହି ଗୁପ୍ତଧନ କୁ କେବେ ଦେଖି ଥାଆନ୍ତା, ତାହେଲେ ସିଏ ତା’ର ଖରାପ ଉପଯୋଗ କରି ଥାଆନ୍ତା। ସେଥିପାଇଁ ମୁଁ ସେହି କଣା ବନ୍ଦ କରିଦେଲି।‌ରହିଲା ଗରିବ କଥା। ଗରିବ ସ୍ତ୍ରୀ ଜଣକ ଯିଏ ଆମକୁ ଏତେ ଆତିଥ୍ୟତା ଦେଲା ସକାଳୁ ତାକୁ ସେହି ସାପଟି କାମୁଡି ଥାଆନ୍ତା‌। ସେହି କାମୁଡାରେ ସ୍ତ୍ରୀ ଲୋକ ଜଣକ ମରି ଯାଇ ଥାଆନ୍ତା।”

‌     ‌ ନାରଦ ବିଷ୍ଣୁଙ୍କ ନିକଟରେ ନିଜ ଭୁଲ୍ ବୁଝି ପାରି କ୍ଷମା ମାଗିଲେ। ନାରଦ କହିଲେ ଜାଣିଗଲି ପ୍ରଭୁ ଆପଣ ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ କରନ୍ତି। ତେଣୁ ଯାହା ହୋଇଥିଲା ଭଲ।ଯାହା ହେଲା ଭଲ ହେଲା। ଯାହା ହେବ ଭଲ ହେବ।

ପ୍ରିୟ ବନ୍ଧୁଗଣ।ମୋ ମନ କଥାର ଆଉ ଏକ ଅଧ୍ୟାୟ ନେଇ ପୁଣି ଥରେ ଆସିବି। ସେତେବେଳ ପର୍ଯ୍ୟନ୍ତ ମୋତେ ବିଦାୟ ଦିଅନ୍ତୁ। ନିଜର ଯତ୍ନ ନିଅନ୍ତୁ ଆଉ ହସୁ ଥାଆନ୍ତୁ।

ଧନ୍ୟବାଦ।

* ଜୟ ଜଗନ୍ନାଥ ‌*

ରମାନାଥ କର

ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର

ବାଲେଶ୍ଵର

ମନ କଥା (୫୧)

————–

ଆଜି ୨ ଅକ୍ଟୋବର। ଭାରତବର୍ଷର ଦୁଇ ମହାନ୍ ସୁପୁତ୍ର ଙ୍କ ଜନ୍ମ ଜୟନ୍ତୀ। ଜଣେ ଜାତିର ପିତା ମହାତ୍ମା ଗାନ୍ଧୀ ଏବଂ ଆଉ ଜଣେ ସ୍ୱାଧୀନ ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲ୍ ବାହାଦୁର ଶାସ୍ତ୍ରୀ। ମହାତ୍ମାଗାନ୍ଧୀ ଙ୍କ ଜନ୍ମ ୨ ଅକ୍ଟୋବର ୧୮୬୯ ମସିହାରେ ଗୁଜରାଟର ପୋରବନ୍ଦରରେ ହୋଇଥିବା ବେଳେ ଲାଲ ବାହାଦୁର ଶାସ୍ତ୍ରୀ ଙ୍କ ଜନ୍ମ ଉତ୍ତରପ୍ରଦେଶ ର ମୋଗଲସରାଇ ରେ ହୋଇଥିଲା। ଜଣେ ସାବରମତୀ ନଦୀ କୂଳରେ ବଢିଛନ୍ତି ତ ଆଉ ଜଣେ ଗଙ୍ଗା ନଦୀ କୂଳରେ ବଢିଛନ୍ତି।ଉଭୟ ସ୍ଵାଧିନତା ଆନ୍ଦୋଳନରେ ସକ୍ରିୟ ଭୂମିକା ଗ୍ରହଣ କରି ଅନେକ ବାର କାରାବରଣ କରିଥିଲେ।ଆଜିର ଦିନରେ ଏହି ମହାନ ସୁପୁତ୍ର ଦ୍ବୟଙ୍କୁ ମୁଁ ପ୍ରଣାମ କରୁଛି।

ଉଭୟ ମହାତ୍ମାଗାନ୍ଧୀ ଏବଂ ଶାସ୍ତ୍ରୀ ଙ୍କୁ ମୁଁ ସମ୍ମାନ ଓ ଶ୍ରଦ୍ଧା କରେ। ମାତ୍ର ବ୍ୟକ୍ତିଗତ ଭାବରେ ମୁଁ ଲାଲ୍ ବାହାଦୁର ଶାସ୍ତ୍ରୀ ଙ୍କୁ ବହୁତ ଭଲ ପାଏ। ତାଙ୍କର ନିଜ ଜୀବନଶୈଳୀ , କାର୍ଯ୍ୟ କୁଶଳତା, ଧୈର୍ଯ୍ୟ,ନିଷ୍ଠାପରତା, ସଚ୍ଚୋଟତା, ସ୍ୱାଭିମାନ ଓ ସାହସ ମୋତେ ଖୁବ୍ ଆକର୍ଷିତ କରେ । ଆମେ ମହାପୁରୁଷଙ୍କ ଜୀବନୀ ପିଲାଦିନେ ସାହିତ୍ୟ ବହିରେ ପଢିଛୁ । କିନ୍ତୁ ପ୍ରଥମ ମହାପୁରୁଷ ଭାବରେ ମୁଁ ଲାଲ୍ ବାହାଦୁର ଶାସ୍ତ୍ରୀ ଙ୍କ ବିଷୟରେ ପଢିଛି ଯିଏ ଗଙ୍ଗା ନଦୀ ପିଲା ଅବସ୍ଥାରେ ପହଁରି ପହଁରି ପାରି ହୋଇ ଯାଉଥିଲେ , ଆମକୁ ତ ନଦୀ ଦେଖିଲେ ଡର ଲାଗୁଛି।ସେ କେବେ କେଉଁଠି ଡରି ନାହାଁନ୍ତି। ଉଚ୍ଚତାରେ ସେ ଗେଡା ହୋଇ ପାରନ୍ତି କିନ୍ତୁ ତାଙ୍କ ବ୍ୟକ୍ତିତ୍ଵ ଖୁବ୍ ଉଚ୍ଚ। ଧୈର୍ଯ୍ୟରେ ସିଏ ହିମାଳୟ।ସେ ଅନୁଭବ କରିଥିଲେ ଭାରତର ସିପାହୀ ଏବଂ ଭାରତର ଅନ୍ନଦାତା କୃଷକ ହେଉଛନ୍ତି ଭାରତ ପ୍ରଗତି ରଥର ଦୁଇଟି ଚକ । ସେଥିପାଇଁ ସେ ଦେଇଥିବା ସ୍ଲୋଗାନ” ଜୟ ଜବାନ ଜୟ କିଶାନ “ଆଜି ବି ଭାରତବର୍ଷର ଗଗନ ପବନରେ ଗୁଞ୍ଜରିତ ହେଉଛି। ବାସ୍ତବରେ ଲାଲ୍ ବାହାଦୁର ଶାସ୍ତ୍ରୀ ଥିଲେ ମହାତ୍ମାଗାନ୍ଧୀ ଙ୍କ ଜଣେ ବିଶ୍ବସ୍ତ ଶିଷ୍ୟ। ଶାସ୍ତ୍ରୀଜୀ ଗାନ୍ଧୀଜୀ ଙ୍କୁ ନିଜର ଆଦର୍ଶ ଭାବେ ଗ୍ରହଣ କରିଥିଲେ।

ଜଣେ ସଚ୍ଚୋଟ ମଣିଷ ହେଉଛନ୍ତି ଲାଲ୍ ବାହାଦୁର ଶାସ୍ତ୍ରୀ।ନିଜର ପଦ ମର୍ଯ୍ୟାଦା କୁ ଦିନେ ବୋଲି ସେ ବ୍ୟକ୍ତିଗତ ଜୀବନରେ ସ୍ଥାନ ଦେଇ ନାହାଁନ୍ତି। ଯେତେବେଳେ ସିଏ ଭାରତବର୍ଷର ଗୃହ ମନ୍ତ୍ରୀ ଥିଲେ, ଗୃହ ମନ୍ତ୍ରଣାଳୟର ଅଧିକାରୀ ଯେତେବେଳେ କାର୍ ଚଢୁଥିଲେ , ସେତେବେଳେ ଶାସ୍ତ୍ରୀଙ୍କ ପାଖରେ ଗୋଟେ କାର୍ ନଥିଲା। ତାଙ୍କ ପିଲାମାନେ ଘୋଡା ଗାଡ଼ିରେ ସ୍କୁଲ ଯାଉଥିଲେ ଯାହା ତାଙ୍କ ପୁଅ ଅନୀଲ ଶାସ୍ତ୍ରୀ କୁହନ୍ତି। ପରେ ପିଲାମାନେ ଘରେ ବାଧ୍ୟ କଲାରୁ ସେ ବ୍ୟାଙ୍କରୁ ୫୦୦୦ ଟଙ୍କା ଋଣ ନେଇ କାର୍ କିଣିଥିଲେ।କାରଣ କାର୍ କିଣିବାକୁ ତାଙ୍କ ପାଖରେ ସେତିକି ଟଙ୍କା ନଥିଲା। ଶାସ୍ତ୍ରୀଜୀଙ୍କ ମୃତ୍ୟୁର ଚାରି ବର୍ଷ ପର୍ଯ୍ୟନ୍ତ ତାଙ୍କ ସ୍ତ୍ରୀ ଲଳିତା ଶାସ୍ତ୍ରୀ ଏହି ଋଣକୁ ପରିଶୋଧ କରୁଥିଲେ।

ଥରେ ରେଳମନ୍ତ୍ରୀ ଥିଲାବେଳେ ସେ କୈାଣସି ସଭା କାର୍ଯ୍ୟ ଶେଷ କରି ବାରଣାସୀରୁ ଫେରୁ ଥାଆନ୍ତି ଷ୍ଟେସନ କୁ। ସେହିପଟେ ଦିଲ୍ଲୀ ଗାମୀ ଲୋକାଲ ଟ୍ରେନ ଟିଏ ଯାଉଥିଲା। ରେଳମନ୍ତ୍ରୀ ଆସୁଛନ୍ତି ଜାଣି ଟ୍ରେନ୍ ର ଗାର୍ଡ କିଛି ସମୟ ଟ୍ରେନ୍ ଅଟକାଇ ଦେଇଥିଲେ। ଗାର୍ଡ ନିଜର ବାହାଦୁରୀ ନେବା ପାଇଁ ଶାସ୍ତ୍ରୀଜୀଙ୍କୁ କହିଲେ କି ସେ ରେଳମନ୍ତ୍ରୀ ଙ୍କ ପାଇଁ ଟ୍ରେନ ଅଟକାଇ ଦେଇଛନ୍ତି। ଟିକିଏ ହସି ଦେଇ ଶାସ୍ତ୍ରୀ ରେଳରେ ବସିଲେ। ତହିଁ ପରଦିନ ନିଜ କାର୍ଯ୍ୟ ସୂଚାରୁରୂପେ ସମ୍ପାଦନ କରି ନଥିବାରୁ ସେହି ଗାର୍ଡ ଜଣକ କାର୍ଯ୍ୟରୁ ନିଲମ୍ବିତ ହୋଇଥିଲେ।ସେ ରେଳମନ୍ତ୍ରୀ ଥିଲାବେଳେ ଗୋଟିଏ ରେଳ ଦୁର୍ଘଟଣା ହୋଇଥିଲା। ଏହା ତାଙ୍କୁ ଖୁବ୍ ଦୁଃଖ ଦେଇଥିଲା। ସେଥିପାଇଁ ସେ ନିଜ ଉପରକୁ ଏହାର ଦୋଷ ନେଇ ରେଳ ବିଭାଗ ମନ୍ତ୍ରୀ ପଦରୁ ସେ ଇସ୍ତଫା ଦେଇଥିଲେ। ଭାରତବର୍ଷର ପ୍ରଥମ ମନ୍ତ୍ରୀ ଭାବରେ ସେ ଏପରି ଏକ ଉଦାହରଣ ସୃଷ୍ଟି କରିଛନ୍ତି।

‌ ଅନେକ ଏମିତି କଥା ଶାସ୍ତ୍ରୀଙ୍କ ବ୍ୟକ୍ତିତ୍ଵ କୁ ସବୁଠାରୁ ଉର୍ଦ୍ଧ୍ବରେ ପହଞ୍ଚାଇ ଦେଇଥିଲା। ଶେଷରେ ଗୋଟିଏ କଥା ନିଶ୍ଚୟ ଉଲ୍ଲେଖ କରିବି , ଯାହାକି ମୋତେ ସବୁଠାରୁ ଭଲ ଲାଗିଥିଲା।ସେ ସମୟରେ ଲାଲ୍ ବାହାଦୁର ଶାସ୍ତ୍ରୀ ଜେଲ୍ ରେ ଥାଆନ୍ତି। ଯେଉଁ ମାନେ ସ୍ୱାଧୀନତା ଆନ୍ଦୋଳନରେ ଜେଲ୍ ରେ ଥିଲେ ସେମାନଙ୍କର ପରିବାର କଥା ବୁଝିବା ପାଇଁ, ଆର୍ଥିକ ସହାୟତା କରିବା ପାଇଁ ଲାଲା ଲଜପତ୍ ରାୟ ଏକ ଅନୁଷ୍ଠାନ ଗଢିଥିଲେ। ସେହି ଅନୁଷ୍ଠାନ ରୁ ପ୍ରତି ମାସ ଲାଲ୍ ବାହାଦୁର ଶାସ୍ତ୍ରୀ ଙ୍କ ଘରକୁ ୫୦ଟଙ୍କା ଦିଆ ଯାଉଥିଲା। ଥରେ ଲାଲ୍ ବାହାଦୁର ଶାସ୍ତ୍ରୀ କମଳାଙ୍କ ପାଖକୁ ଚିଠି ଲେଖିଲେ ସେ ପରିବାର କେମିତି ଚଳାଉଛନ୍ତି।କମଳା ଶାସ୍ତ୍ର ଉତ୍ତରରେ ଲେଖିଲେ କି ସରଭେଣ୍ଟସ୍ ଅଫ୍ ଇଣ୍ଡିଆ ଅନୁଷ୍ଠାନ ରୁ ତାଙ୍କ ପାଖକୁ ଠିକ୍ ସମୟରେ ୫୦ ଟଙ୍କା ଆସୁଛି।ସେ ୪୦ ଟଙ୍କା ଖର୍ଚ୍ଚ କରି ଆଉ ୧୦ ଟଙ୍କା ସଞ୍ଚୟ କରି ପାରୁଛନ୍ତି। ଏତିକି ଜାଣିଲା ପରେ ଶାସ୍ତ୍ରୀଜୀ ଉକ୍ତ ଅନୁଷ୍ଠାନକୁ ଚିଠି ଲେଖିଲେ କି ତାଙ୍କ ଅନୁପସ୍ଥିତିରେ ପରିବାର ୪୦ ଟଙ୍କାରେ ଚଳି ଯାଉଛି। ତେଣୁ ଅବଶିଷ୍ଟ ୧୦ ଟଙ୍କା କୁ ଅନ୍ୟ କାହାକୁ ଦିଆ ଯାଉ ବୋଲି ସେ ଅନୁରୋଧ କରିଥିଲେ।

ପୁଣି ଥରେ ଭାରତବର୍ଷର ଦୁଇ ସୁପୁତ୍ର ମହାତ୍ମାଗାନ୍ଧୀ ଏବଂ ଲାଲ୍ ବାହାଦୁର ଶାସ୍ତ୍ରୀଙ୍କୁ ସେମାନଙ୍କ ଜନ୍ମ ଜୟନ୍ତୀରେ କୋଟି ପ୍ରଣାମ କରୁଛି।

🙏🙏🙏🙏🙏🙏🙏🙏🙏

ପ୍ରିୟ ବନ୍ଧୁଗଣ,ମୋ ମନ କଥାର ଆଉ ଏକ ଅଧ୍ୟାୟ ନେଇ ପୁଣି ଥରେ ଆସିବି। ସେତେବେଳ ପର୍ଯ୍ୟନ୍ତ ମୋତେ ବିଦାୟ ଦିଅନ୍ତୁ। ନିଜର ଯତ୍ନ ନିଅନ୍ତୁ ଆଉ ହସୁ ଥାଆନ୍ତୁ।

ଧନ୍ୟବାଦ।

* ଜୟ ଜଗନ୍ନାଥ *

ରମାନାଥ କର

ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର

ବାଲେଶ୍ଵର

ମନ କଥା (୫୨)

—————–

ନାରାୟଣ ନାରାୟଣ। ସାହିତ୍ୟରେ ମଧ୍ୟ ଗୋଷ୍ଠୀ। ସାହିତ୍ୟରେ ଏମିତି ପଦ ପଦବୀ ପାଇବା ପାଇଁ କସରତ ହୁଏ ମୁଁ ପ୍ରଥମ ଥର ପାଇଁ ପ୍ରମାଣ ପାଇଲି। ଗୋଟିଏ ଜିଲ୍ଲାର ଏକ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନର ପଦପଦବୀ ହାତେଇବାକୁ କିଛି ସାହିତ୍ୟିକ ସଭ୍ୟ ସଭ୍ୟା ମାନଙ୍କ ପଛରେ ପୂରା ପଡ଼ି ଯାଇଛନ୍ତି। ବିଚରା ସଦସ୍ୟ ସଦସ୍ୟା ମାନେ କ’ଣ କରିବେ , କାହାକୁ ଭୋଟ ଦେବେ।” ଆଜ୍ଞା ମୋ କଥା ମନେ ରଖିଥିବେ ମୋତେ ଆପଣଙ୍କର ମୂଲ୍ୟବାନ ଭୋଟ ଖଣ୍ଡିକ ଦରକାର। ଜିଲ୍ଲାର ଏହି ଶ୍ରେଷ୍ଠ ସାହିତ୍ୟ ଅନୁଷ୍ଠାନର ଉଚ୍ଚ ପଦବୀରେ ମୁଁ ଅବସ୍ଥାପିତ ହେଲେ ଆପଣଙ୍କ ଲେଖା କେମିତି ଜିଲ୍ଲା, ଜିଲ୍ଲା ବାହାରେ ତଥା ରାଜ୍ୟର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ନିକଟରେ ପହଞ୍ଚି ପାରିବ ତା’ର ସମସ୍ତ ବନ୍ଦୋବସ୍ତ ମୁଁ କରିବି ,ଆପଣ ଜମାରୁ ଚିନ୍ତା କରିବେ ନାହିଁ। ଆପଣଙ୍କୁ କେତେ ଯେ ପ୍ରଶଂସାପତ୍ର, ଉପହାର ମିଳିବ ଆପଣ କେବେ ବି ସ୍ବପ୍ନରେ ଭାବି ନଥିବେ” , ଏମିତି କିଛି କଥା ରଖନ୍ତି ସାହିତ୍ୟିକ ବନ୍ଧୁ ଜଣକ ସଭ୍ୟ ସଭ୍ୟାଙ୍କ ନିକଟରେ। ଠିକ୍ ଅଛି। ଅନୁଷ୍ଠାନର ପଦପଦବୀ ପାଇଁ ଯଦି ଭୋଟ ହେଉଛି ,ଆଉ ଆପଣ ସେ ପଦବୀ ପାଇଁ ଯଦି ଯୋଗ୍ୟ , ତାହେଲେ ଆପଣଙ୍କ ସଚ୍ଚୋଟ ପଣିଆର ନିଶ୍ଚୟ ବିଜୟ ହେବ ଏଥିରେ ସନ୍ଦେହ ନାହିଁ।ଆପଣ କ’ଣ ପାଇଁ ସଭ୍ୟ ସଭ୍ୟାଙ୍କୁ ପ୍ରଲୋଭିତ କରିବାକୁ ଚେଷ୍ଟା ଚଳାଇଛନ୍ତି। ଆଜି ପର୍ଯ୍ୟନ୍ତ ଭାବୁଥିଲି ‌ସାହିତ୍ୟ ଅନୁଷ୍ଠାନରେ ‌ସଚ୍ଚୋଟତା ଅଧିକ,କାରଣ ଏଥିରେ କବି,ଲେଖକ ଲେଖିକା ମାନେ ଅନେକ ସମୟରେ ସଚ୍ଚୋଟତା ଉପରେ ଭାଷଣ ରଖନ୍ତି କିମ୍ବା ଲେଖା ଲେଖନ୍ତି।ମୋର ସବୁ ଭାବନା ଆଜି ଭୁଲ୍ ହୋଇଗଲା। ଆଜି ଅନୁଭବ କଲି ସବୁଠାରେ ଦଳ , ସବୁଠାରେ ରାଜନୀତି। ନାରାୟଣ ନାରାୟଣ।ହେଉ ଛାଡ଼ନ୍ତୁ । ଆସନ୍ତୁ ସଚ୍ଚୋଟ ପଣିଆ କୁ ନେଇ ଛୋଟ ଏକ କାହାଣୀ ଟିଏ ଶୁଣିବା।

ଗୋଟିଏ ରାଜ୍ୟରେ ହଠାତ୍ ରାଜାଙ୍କର ମୃତ୍ୟୁ ହେଲା। ତାଙ୍କର ଉତ୍ତରାଧିକାରୀ ଭାବରେ ଏକମାତ୍ର ପୁଅ ରାଜ ସିଂହାସନରେ ଅଭିଷିକ୍ତ ହେବା ନେଇ ସାରା ରାଜ୍ୟରେ ଜଣାଇ ଦିଆଗଲା। ହେଲେ ପରମ୍ପରା ଅନୁଯାୟୀ ରାଜପୁତ୍ରଙ୍କୁ ରାଜ୍ୟାଭିଷେକ ପୂର୍ବରୁ ବିବାହ କରିବାକୁ ପଡ଼ିବ। ରାଜପୁତ୍ରଙ୍କୁ ତାଙ୍କ ମନ କଥା ମନ୍ତ୍ରୀ ପଚାରିଲେ। ରାଜକୁମାର କହିଲେ ସେ ଏମିତି ଜଣେ ଝିଅ ଚାହାଁନ୍ତି ଯିଏ ସଚ୍ଚୋଟ ହୋଇଥିବ, ସତ କହିବାକୁ ଭଲ ପାଉଥିବ । ସେଥିପାଇଁ ଏକ ସ୍ୱୟମ୍ବର ଆୟୋଜନ କରିବା ପାଇଁ ରାଜକୁମାର କହିଲେ । ନିର୍ଦ୍ଦିଷ୍ଟ ଦିନରେ ରାଜଭବନରେ ସ୍ୱୟମ୍ବର ହେବ ଏବଂ ଇଚ୍ଛୁକ ରାଜ୍ୟର ଝିଅ ମାନେ ଏଥିରେ ଅଂଶଗ୍ରହଣ କରି ପାରିବେ ବୋଲି ଘୋଷଣା କରାଗଲା। ସ୍ଵୟମ୍ବର ନିର୍ଦ୍ଦିଷ୍ଟ ଦିନରେ ଆରମ୍ଭ ହେଲା। ଝିଅ ମାନେ କେତେ ଭଳିକି ଭଳି  ନିଜକୁ ଆକର୍ଷିତ କଲା ଭଳି ବେଶଭୂଷାରେ ଆସି ଥାଆନ୍ତି।ତା ଭିତରେ ଗୋଟିଏ ଝିଅ , ଯିଏକି ରାଜାଙ୍କ ମାଳୀର ଝିଅ ଥିଲା ସିଏ ସମ୍ପୂର୍ଣ୍ଣ ସାଧାରଣ ପୋଷାକ ପିନ୍ଧିଥିଲା। ସମସ୍ତେ ତାକୁ ଚାହିଁ ହସୁଥିଲେ।ମାଳୀର ଝିଅ କିନ୍ତୁ ମନେ ମନେ ରାଜକୁମାର ଙ୍କୁ ଭାରି ଭଲ ପାଉଥିଲା ଏବଂ ତାଙ୍କୁ ସ୍ୱାମୀ ଭାବରେ ପାଇବା ପାଇଁ ଠାକୁରଙ୍କୁ ପ୍ରାର୍ଥନା କରୁଥିଲା। ସ୍ୱୟମ୍ବର ରେ ଯୋଗଦାନ କରିଥିବା ପ୍ରତ୍ୟେକ ଝିଅଙ୍କୁ ରାଜକୁମାର ଗୋଟିଏ ଗୋଟିଏ ମାଟି ଓ ଖତ ଭର୍ତ୍ତି କୁଣ୍ଡ ଟିଏ ଦେଇ କହିଲେ, ” ମୁଁ ପ୍ରତିଟି କୁଣ୍ଡରେ ଫୁଲ ମଞ୍ଜି ଟିଏ ପୋତିଛି।ଆଜି ଠାରୁ ଛ ମାସ ପରେ ସମସ୍ତେ ନିଜର ଫୁଲକୁଣ୍ଡ ସହିତ ଏଠାରେ ଆସି ପହଞ୍ଚିବେ। ଯାହାର କୁଣ୍ଡରେ ସବୁଠାରୁ ସୁନ୍ଦର ଫୁଲ ଫୁଟିଥିବ ସେହି ହେବେ ଏଇ ରାଜ୍ୟର ରାଣୀ।”

ଛ ମାସ ହୋଇଗଲା। କିନ୍ତୁ ସବୁ ଚେଷ୍ଟା କଲା ପରେ ମଧ୍ୟ ମାଳୀଙ୍କ ଝିଅର ଫୁଲ କୁଣ୍ଡରେ ଫୁଲ ଫୁଟିବା ତ ଦୂରର କଥା ମଞ୍ଜିଟି ଗଜା ମଧ୍ୟ ହେଲା ନାହିଁ। ରାଜକୁମାର ତାଙ୍କର କେବେ ବି ହୋଇ ପାରିବେ ନାହିଁ , ସେଥିପାଇଁ ନିଜର ଭାଗ୍ୟ କୁ ନିନ୍ଦା କରି ଅନେକ କାନ୍ଦିଲେ।ଛ ମାସ ପରେ ପୁଣି ନିର୍ଦ୍ଦିଷ୍ଟ ଦିନ ଆସିଲା। ସମସ୍ତ ଝିଅ ମାନେ ନିଜର ଫୁଲ କୁଣ୍ଡ ଧରି ବସି ଥାଆନ୍ତି। କେତେ ସୁନ୍ଦର ଫୁଲ କୁଣ୍ଡରେ ଫୁଟିଥିଲା। ସମସ୍ତଙ୍କ ଭିତରେ ମାଳୀର ଝିଅ ସେମିତି ଖାଲି କୁଣ୍ଡ ଧରି ବସିଥିଲା, ଯେମିତି ରାଜକୁମାର ତାକୁ ଦେଇଥିଲେ। ରାଜକୁମାର ଗୋଟିଏ ପରେ ଗୋଟିଏ ଫୁଲ କୁଣ୍ଡ ଦେଖି ଦେଖି ଆସୁଥାନ୍ତି। ସବୁ ‌ଫୁଲରେ ଖୁସିରେ ହାତ ଲଗାଉ ଥାଆନ୍ତି‌ , ଝିଅ ମାନଙ୍କୁ ଏତେ ସୁନ୍ଦର ଫୁଲର ନାମ ମଧ୍ୟ ପଚାରୁ ଥାଆନ୍ତି।ତାପରେ ମାଳୀର ଝିଅ ପାଳି ପଡ଼ିଲା। ଲଜ୍ଜାରେ ଝିଅର ସୁନ୍ଦର ଗୋରା ମୁହଁ ଟି କଳାକାଠ ପଡ଼ି ଯାଇଥିଲା। ରାଜକୁମାର ଝିଅ କୁ ଚାହିଁ ଟିକିଏ ହସି ଦେଲେ। ଏମିତି ସମସ୍ତଙ୍କର ଫୁଲ କୁଣ୍ଡ ଦେଖା ସରିଲା। ଏବେ ରାଜକୁମାର ତାଙ୍କ ଭାବି ରାଣୀଙ୍କ ନାମ ଘୋଷଣା କରିବେ । ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇ ରାଜକୁମାର ଙ୍କ ମୁହଁ କୁ ଚାହିଁ ଥାଆନ୍ତି।

ମାଳୀ ର ଝିଅ ତାଙ୍କ ରାଣୀ ହେବାକୁ ଯାଉଛନ୍ତି ବୋଲି ଯେତେବେଳେ ରାଜକୁମାର ଘୋଷଣା କଲେ , ସେତେବେଳେ ସମସ୍ତେ ସ୍ତବ୍ଧ ହୋଇଗଲେ। ହେଲେ କାରଣ କ’ଣ ବୋଲି ରାଜକୁମାରଙ୍କୁ ପଚାରିବା ପାଇଁ କାହାର ସାହସ ହେଲା ନାହିଁ। ମାଳୀ ଝିଅରେ କୁଣ୍ଡରେ ଫୁଲ ତ ଦୂରର କଥା। ଗଛଟିଏ ବି ନାହିଁ। ବେଶଭୂଷା କଥା ଛାଡ। ତାଠାରୁ କେତେ ସୁନ୍ଦରୀ ଝିଅ ମଧ୍ୟ ସେଠି ଥିଲେ । କିନ୍ତୁ ରାଜକୁମାର ତାକୁ କେମିତି ପସନ୍ଦ କଲେ। ରାଜଭବନ ସ୍ଵୟମ୍ବର ସଭାରେ ସମ୍ପୂର୍ଣ୍ଣ ନୀରବତା ଛାଇ ଯାଇଥିଲା। ନୀରବତା କୁ ଭଙ୍ଗ କରି ରାଜକୁମାର କହିଲେ,” ସେ ସମସ୍ତଙ୍କ କୁଣ୍ଡରେ ଏକ ନିର୍ଜୀବ ମଞ୍ଜି ପୋତିଥିଲେ , ଯେଉଁଥିରୁ ଗଛ ତ ଦୂରର କଥା ଗଜା ମଧ୍ୟ ବାହାରିବ ନାହିଁ, ଯାହା ମାଳୀଙ୍କ ଝିଅ ପ୍ରମାଣ କରି ଦେଖାଇଛନ୍ତି।ସେ ସତ୍ୟର ପୂଜାରିଣୀ ତଥା ସଚ୍ଚୋଟ ବୋଲି ମୋର ମନ କିଣି ନେଇଛନ୍ତି। ସେଥିପାଇଁ ସେ ହେଉଛନ୍ତି ମୋର ଉପଯୁକ୍ତ ରାଣୀ ଯାହାଙ୍କ ପାଇଁ ମୁଁ ଗର୍ବିତ।”

‌    ପ୍ରିୟ ବନ୍ଧୁଗଣ, ମୋ ମନ କଥାର ଆଉ ଏକ ଅଧ୍ୟାୟ ନେଇ ପୁଣି ଥରେ ଆପଣଙ୍କ ପାଖକୁ ଆସିବି। ସେତେବେଳ ପର୍ଯ୍ୟନ୍ତ ମୋତେ ବିଦାୟ ଦିଅନ୍ତୁ। ଦୟାକରି ନିଜର ଯତ୍ନ ନିଅନ୍ତୁ ଏବଂ ହସୁ ଥାଆନ୍ତୁ।

ଧନ୍ୟବାଦ।

* ଜୟ ଜଗନ୍ନାଥ *

ରମାନାଥ କର

ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର

ବାଲେଶ୍ଵର

ମନ କଥା (୫୩)

—————–

ଗତ ରାତିର ସ୍ୱପ୍ନ କଥା ଭାବିଲେ ମୁଁ ନିଜକୁ ବିଶ୍ଵାସ କରି ପାରେ ନାହିଁ,ସତରେ ସେଇଟା ସ୍ୱପ୍ନ ଥିଲା ନା ବାସ୍ତବତା। ଏଇ କଥା ସତ ଯେ ନିଦ ଭାଙ୍ଗିଲା ବେଳକୁ ମୁଁ ଖୁବ୍ ଡରି ଯାଇଥିଲି। ଘଣ୍ଟାରେ ଦେଖିଲି ତିନିଟା ବାଜିଛି।ଆଉ ନିଦ ହେଲା ନାହିଁ। ସ୍ୱପ୍ନଟି କେବଳ ମନକୁ ମୋର ଆନ୍ଦୋଳିତ କରି ଚାଲୁ ଥାଏ। ସଂକ୍ଷେପରେ ସ୍ୱପ୍ନ ର ସୂଚନା ଦେବାକୁ ଚାହିଁବି। ମୁଁ କେନ୍ଦୁଝର ଜିଲ୍ଲା ଦେଇ ପ୍ରବାହିତ ହେଉଥିବା ପବିତ୍ର ବ୍ରାହ୍ମଣୀ ନଦୀର କୂଳରେ ପହଞ୍ଚି ନଦୀର ଭୀଷଣ ସ୍ରୋତକୁ ଦେଖି ଡରି ଯାଇଛି। ଆଉ ଏତିକି ବେଳେ ନଦୀ ଭିତରୁ ଏକ ପ୍ରଚଣ୍ଡ ଶବ୍ଦ ଶୁଣିବାକୁ ପାଇଲି। ଯେଉଁ ଶବ୍ଦରେ ମୋ କାନ ଫାଟି ପଡୁଥିଲା ଏବଂ ମୋତେ ଖାଲି ଅନ୍ଧାର ଦିଶୁଥିଲା।  ମୋତେ ଲାଗୁଥିଲା ଯେମିତି ମୋର ସମସ୍ତ ଅଭିମାନ, ଅହଂକାର,ଗର୍ବ ସେହି ଶବ୍ଦ ଭିତରେ ବିଲୀନ ହୋଇ ଯାଉଥିଲା। ଅନ୍ଧାର ଭିତରେ ମୁଁ ଏତେ ଡରି ଯାଇଥିଲି ଯେ ଖୁବ୍ ଜୋରରେ ପ୍ରଳାପ କରିଥିଲି । ଧୀରେ ଧୀରେ ମୋ ତୁଣ୍ଡ ଖନି ମାରି ଯାଇଥିଲା , ମୁଁ ନୀରବ ହୋଇ ଯାଇଥିଲି।

ବିଛଣାରେ ବସି ଭାବୁଥିଲି। ପ୍ରକୃତରେ ଦୁନିଆର କୋଟି କୋଟି ଏଇ ଲୋକଙ୍କ ଭିଡ଼ ଭିତରେ କ’ଣ ମୋର ଅସ୍ତିତ୍ବ।କିଏ ମୋତେ ଚିହ୍ନିବ ଏବଂ କେମିତି ମୋତେ ଚିହ୍ନିବ। କ’ଣ ମୋର ପରିଚୟ ହେବା ଦରକାର। ପ୍ରଶ୍ନର ଜାଲରେ ମୁଁ ଛନ୍ଦି ହୋଇ ଯାଉଥିଲି। ମୋର ଅନ୍ତରାତ୍ମାର ସ୍ୱର ମୋତେ ଶୁଣାଗଲା। ମୋତେ ବାରମ୍ବାର ସେ କହିଚାଲିଛି କି ମାନବିକତା ମୋର ପରିଚୟ ହେବା ଦରକାର। ସତକଥା ଆଜ୍ଞା। ଦୁନିଆରେ ମଣିଷ ଦୁଇ ପ୍ରକାର। ମଣିଷ ଓ ଅମଣିଷ। ଏମାନଙ୍କୁ ଚିହ୍ନିବା ପାଇଁ, ଏମାନଙ୍କ ବିଷୟରେ ଜାଣିବା ପାଇଁ ଏକମାତ୍ର ମାନକ ର ଆବଶ୍ୟକତା ରହିଛି। ସେଇଟା ହେଉଛି ମାନବିକତା। ମାନବିକତା ରହିଲେ ମଣିଷ ଟି ମଣିଷ। ମାନବିକତା ନଥିଲେ ମଣିଷ ଟି ଅମଣିଷ।

ଛୋଟ କାହାଣୀ ଟିଏ।ଏକ ମନ୍ଦିର ଅଗଣାରେ ବସି ଅନ୍ଧ ଭିକାରୀ ଜଣେ ପ୍ରତିଦିନ ଭିକ୍ଷା ମାଗନ୍ତି।ଅଖାରେ ସେ ବସନ୍ତି । ରାତି ହେଲେ ସେଇଠି ସେଇ ଅଖା ଉପରେ ଶୋଇ ଯାଆନ୍ତି। ଦିନରେ ମନ୍ଦିର ପ୍ରସାଦ ଖାଇ ଥାଆନ୍ତି। ରାତିରେ କେତେବେଳେ ଖାଇବାକୁ ମିଳେ ତ କେତେବେଳେ ମିଳେ ନାହିଁ। ଦିନେ ସନ୍ଧ୍ୟା ସମୟ। ମନ୍ଦିରରେ ଆରତୀ ଚାଲିଛି।ଶୀତ ଦିନ।ସେ ଆନ୍ଧ ଭିକାରୀ ଜଣକୁ ଭାରି ଶୀତ ଲାଗୁଥାଏ। ଏତିକିବେଳେ ଶହ ଶହ ଭକ୍ତଙ୍କ ଭିଡ଼ ଭିତରୁ ଗୋଟିଏ ଦଶ ବାର ବର୍ଷର ଝିଅ ଟିଏ ଦୈାଡି ଦୈାଡି ଆସି ସେ ନିଜେ ପିନ୍ଧିଥିବା ଏକ ଦାମୀ ଶାଲ୍ ଟିଏ ଘୋଡାଇ ଦେଇ କହିଲା , ମଉସା ସବୁଦିନ ଶୀତ ଦିନେ ମୋର ଶାଲ୍ ଟିକୁ ଘୋଡାଇ ହେବ। ପଛରେ ଝିଅକୁ ଖୋଜି ଖୋଜି ବାପା ମଧ୍ୟ ସେଇଠି ପହଞ୍ଚି ଯାଇଥିଲେ। ଭିକାରି ଜଣକ ବାବୁଙ୍କୁ କହିଲେ , ” ଆଜି ଠାରୁ ଏଇ ଝିଅ ମୋର ମଧ୍ୟ ଝିଅ । ଦୁନିଆରେ ମୋର କେହି ନାହାଁନ୍ତି। ଆଜି ସେ ଯେଉଁ ମହତ୍ କାର୍ଯ୍ୟ କରିଛି , ସମସ୍ତେ ସେମିତି କରି ପାରନ୍ତି ନାହିଁ। ଏତେ ଅଳ୍ପ ବୟସରୁ ଯିଏ ମାନବିକତା କ’ଣ ଜାଣି ସାରିଛି, ମୁଁ ଜାଣିଛି ସେ କେମିତି ସଂସ୍କାରୀ ଘରର ଝିଅ । ଝିଅ ଯଦି ଏତେ ଉଦାର , ତାହେଲେ ତା’ର ବାପା ମା କେତେ ଉଦାର ହୋଇ ନଥିବେ !!! ବାବୁ, ଆପଣଙ୍କୁ ଗୋଟିଏ କଥା କହିବି ମୋର ଅନୁରୋଧ ରକ୍ଷା କରିବେ ?” ବାବୁ କଥା ଦେଲେ। ଭିକାରି ଜଣକ ପଚାରିଲେ” ଆପଣ କ’ଣ ସବୁଦିନ ମନ୍ଦିରକୁ ଆସନ୍ତି?” ବାବୁ କହିଲେ” ହଁ , ମୁଁ ସବୁଦିନ ମନ୍ଦିରକୁ ଆସେ। ଅଫିସ ରୁ ଏଇ ପଟେ ଫେରିଥାଏ ।ନିରୋଳା ରେ ବସି କିଛି ଲେଖାଲେଖି କରେ ଆଉ ଆରତୀ ପରେ ଭୋଗ ପାଇ ଘରକୁ ଫେରେ।” ଭିକାରି ଜଣକ ଭାରି ଖୁସି ହୋଇଗଲେ। କହିଲେ, ” ବାବୁ , କେବେ ମନା କରିବେ ନାହିଁ। ମୋତେ ପ୍ରତିଦିନ ଭକ୍ତ ଯାହା ଦାନ କରନ୍ତି ,ସବୁକୁ ମୁଁ ଅଖା ଭିତରେ ରଖେ । ଆପଣ ଦୟାକରି ପ୍ରତିଦିନ ସେତିକି ନେଇଯିବେ ଏବଂ ଝିଅ ବ୍ୟାଙ୍କ ଖାତାରେ ଜମା କରି ଦେବେ। ଏମିତି ଏମିତି ଯେତେ ଟଙ୍କା ଶେଷ ପର୍ଯ୍ୟନ୍ତ ହେବ, ତାହା ହେଉଛି ମୋ ତରଫରୁ ଝିଅ ବାହାଘର ପାଇଁ ଉପହାର।”

‌ ସମୟ ଗଡି ଚାଲିଲା। ବାବୁ ପ୍ରତିଦିନ ଭିକାରୀ ଜଣକର ରାତି ଖାଇବା ପାଇଁ ଅଫିସରୁ ଫେରିବା ସମୟରେ କିଛି କିଣି ନେଇ ଆସନ୍ତି। ଭିକାରୀ ଜଣକ ତାଙ୍କ ପରିବାରର ସଦସ୍ୟ ହୋଇ ଯାଇଥିଲେ। ତେଣୁ କେବେ କେବେ ଘରୁ ତାଙ୍କ ପାଇଁ ଖାଦ୍ୟ ମଧ୍ୟ ଆସେ । ଝିଅ ଧୀରେ ଧୀରେ ବଡ଼ ହୋଇଗଲାଣି। ବହୁତ ପାଠପଢି ଚାକିରିରେ ପ୍ରଥମ ଯୋଗଦାନ କରି ଘରକୁ କାଲି ଆସୁଛି ବୋଲି ବାବୁ ଭିକାରୀ ଜଣକୁ କହିଲେ। ବାବୁ କହିଲେ କି ଇତିମଧ୍ୟରେ ଝିଅ ବ୍ୟାଙ୍କ ଖାତାରେ ଦଶଲକ୍ଷ ରୁ ଅଧିକ ଟଙ୍କା ଜମା ହୋଇଗଲାଣି। ଭିକାରି ଜଣକ ଭାରି ଖୁସି ହୋଇଗଲେ।ସେ କହିଲେ , ବାବୁ କାଲି ମୋ ଝିଅକୁ ଧରି ଶୀଘ୍ର ଆସିବ । ତାକୁ କେତେ ବର୍ଷ ହୋଇଗଲାଣି ମୁଁ ଦେଖିନାହିଁ।ମୋ ମନ ତା ପାଇଁ ଭାରି ବ୍ୟସ୍ତ ହେଉଛି। ଶୀଘ୍ର ଆସିବ ।

ତହିଁ ପରଦିନ ସେହି ଭିକାରୀ ଜଣକ ହଠାତ୍ ହୃଦଘାତର ଶୀକାର ହୋଇଛନ୍ତି। ଅସହ୍ୟ ଯନ୍ତ୍ରଣା ଭୋଗୁଥିବା ସମୟରେ ମନ୍ଦିରରେ ଉପସ୍ଥିତ ଭକ୍ତ ମାନେ ତାଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନେବାପାଇଁ ଆମ୍ବୁଲାନ୍ସ କୁ ଡାକିଛନ୍ତି। ଆମ୍ବୁଲାନ୍ସ ଠିକ୍ ସମୟରେ ପହଞ୍ଚି ଯାଇଥିଲା। କେତେ ଜଣ ଭକ୍ତ ତାଙ୍କୁ ଉଠାଇ ଗାଡ଼ିକୁ ନେବା ପାଇଁ ପ୍ରସ୍ତୁତ ହେଉ ଥାଆନ୍ତି। ଏତିକି ବେଳକୁ ଅନ୍ୟ ଜଣେ ଭକ୍ତ ସେ ବସିଥିବା ଅଖାଟିକୁ ଯେମିତି ଝାଡି ଦେଇଛନ୍ତି, ତା ଭିତରେ ଥିବା ଦଶ ପଚାଶ ଶହେ ଟଙ୍କୀଆ ନୋଟ ସବୁ ମନ୍ଦିର ଅଗଣାରେ ବିଞ୍ଚି ହୋଇଗଲା। ଭକ୍ତ ଭିକାରୀ କୁ ଡାକ୍ତରଖାନା ନେବେ କ’ଣ , ତାଙ୍କୁ ସେମିତି ତଳେ ପକାଇ ଦେଇ ନୋଟ୍ ଗୋଟାଇବାରେ ବ୍ୟସ୍ତ ରହିଲେ। ମାନବିକତା କୁ ଭୁଲି ଗଲେ। ସବୁ ସରିଗଲା। ସେଇଠି ଛଟପଟ ହୋଇ ଭିକାରୀ ଜଣକ ମରିଗଲେ । ସେତିକିବେଳେ ବାପା ମାଆ ଝିଅ ଆସି ପହଞ୍ଚିଛନ୍ତି। ସବୁ ଜାଣିଲା ପରେ ବହୁତ କାନ୍ଦିଛନ୍ତି। ବାବୁ ସବୁ ଦୋଷ ନିଜ ଉପରେ ନେଇ ଭାବୁଥିଲେ ଯଦି ସେ ଆଉ ଟିକିଏ ଆଗରୁ ଆସି ଥାଆନ୍ତେ , ତାହେଲେ ହୁଏତ ଏତେ ସବୁ ହୋଇ ନଥାନ୍ତା। ଭିକାରିଙ୍କ ଶବକୁ ସେ ଘରକୁ ନେଇଛନ୍ତି। ସମସ୍ତ କ୍ରିୟା କର୍ମ କରିଛନ୍ତି।  ଦିବ୍ୟାଙ୍ଗଙ୍କ କଲ୍ୟାଣ ପାଇଁ ଭିକାରୀ ଙ୍କ ଅର୍ଥରେ ଏକ ଟ୍ରଷ୍ଟ ଗଠନ କରିଛନ୍ତି,ଯାହାର ମୁଖ୍ୟ ତାଙ୍କ ଝିଅ ରହିଲେ। ଅଳ୍ପ ଦିନ ଭିତରେ ସେହି ଟ୍ରଷ୍ଟ ଏକ ବଡ଼ ଅନୁଷ୍ଠାନ ରୂପେ ପରିଚିତ ହୋଇ‌ ଶହ ଶହ ଦିବ୍ୟାଙ୍ଗ ମାନଙ୍କର କଲ୍ୟାଣ ପାଇଁ କାର୍ଯ୍ୟ ଜାରି ରଖିଲା।

ପ୍ରିୟ ବନ୍ଧୁଗଣ, ମୋ ମନ କଥାର ଆଉ ଏକ ଅଧ୍ୟାୟ ନେଇ ପୁଣି ଥରେ ଆପଣଙ୍କ ପାଖକୁ ଆସିବି। ସେତେବେଳ ପର୍ଯ୍ୟନ୍ତ ମୋତେ ବିଦାୟ ଦିଅନ୍ତୁ। ନିଜର ଯତ୍ନ ନିଅନ୍ତୁ ଆଉ ହସୁ ଥାଆନ୍ତୁ।

ଧନ୍ୟବାଦ।

* ଜୟ ଜଗନ୍ନାଥ *

ରମାନାଥ କର

ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର

ବାଲେଶ୍ଵର

ମନ କଥା (୫୪)

——————

‌ ‌         ଜୀବନରେ ଆମେ ଏମିତି କିଛି ଖୋଜୁଛି ଯାହା ବାସ୍ତବରେ ନାହିଁ। ପିଲା ଟିଏ, ପରୀକ୍ଷାରେ ଯେତିକି ନମ୍ବର ପାଇଲା ,ସିଏ ତାଠାରୁ ଆହୁରି ଅଧିକ ନମ୍ବର ଚାହୁଁଛି ଯାହା ବାସ୍ତବରେ ନାହିଁ।ପାଠ ପଢି ସାରି ଚାକିରୀଟିଏ କରୁଛି, ମାତ୍ର ଆଶା କରୁଛି ଚାକିରିଟା ଏମିତି ହୁଅନ୍ତା ଯେମିତି କେବେ କିଛି ସମସ୍ୟା ନଥିବ । ବାସ୍ତବରେ ସେମିତି ଚାକିରି କିଛି ବି ନାହିଁ। ଚାକିରି କରି ସାରିବା ପରେ ଘରେ ସମସ୍ତେ ବାଧ୍ୟ କରନ୍ତି ବିବାହ କରିବାକୁ।ପିଲାଟିର ଇଚ୍ଛା ସେ ଏମିତି ଜୀବନସାଥୀ ଚାହୁଁଛି , ଯେମିତି ତା ସହିତ ତା’ର କେବେ ବି ଟିକିଏ କଥା କଟାକଟି ହେବ ନାହିଁ। ବାସ୍ତବରେ ସେମିତି ଜୀବନସାଥୀ ଜୀବନରେ ମିଳିବେ ନାହିଁ, ଯାହା ସହିତ ଜୀବନ କାଳ ଭିତରେ କେବେ କଳି ଝଗଡ଼ା ହେବ ନାହିଁ। ପିଲାଟି ବାହା ହେଲା। ବାହାଘର ତିନି ଚାରି ବର୍ଷ ପରେ ସ୍ତ୍ରୀ ଇଚ୍ଛା କରନ୍ତି ମାଆ ହେବା ପାଇଁ।ପିଲାଟିର ମଧ୍ୟ ଇଚ୍ଛା ହୁଏ ବାପା ହେବା ପାଇଁ। ମାତ୍ର ସେ ଏମିତି ପିଲା ଚାହୁଁଛି, ଯେମିତି ସେମାନେ ତା’ର ସବୁକଥା କୁ ସମ୍ମାନ ଦେବେ , ସବୁ କଥାକୁ ମାନି ଚଳିବେ । ବାସ୍ତବରେ ଜୀବନରେ ସେମିତି ପିଲା ମିଳିବେ ନାହିଁ ଯିଏ ତା’ର ‌ପ୍ରତିଟି କଥାକୁ ମାନି ଚଳୁଥିବ କେବେ ବିରୋଧ କରିବ ନାହିଁ। ତାପରେ ପିଲାଟିର ପରିବାର ସହିତ ଯୋଡି ଯାଆନ୍ତି ଜଣେ ଦୁଇ ଜଣ ପୁଅ ଝିଅ, ବାସ୍ ‌ଏମିତି କିଛି। ଭାରି ଭଲ ଲାଗେ ପିଲା ମାନଙ୍କ ଗହଣରେ ଦିନ ଗୁଡ଼ିକ। ଦିନେ ହଠାତ୍ ଇଚ୍ଛା ହୁଏ ଯେମିତି ଏଇ ଖୁସି ଏଇ ସୁଖ ସବୁଦିନ ରହିବ , କେବେ ତାକୁ ଦୁଃଖ କିମ୍ବା ଅଶାନ୍ତି ଛୁଇଁବ ନାହିଁ। ବାସ୍ତବରେ ସେମିତି ଜୀବନ କାହାର ନାହିଁ, ଯାହାକୁ କେବେ ଅଶାନ୍ତି କିମ୍ବା ଦୁଃଖ ସ୍ପର୍ଶ କରି ନାହିଁ।

ଏଥିରୁ ଗୋଟିଏ କଥା ତ ସ୍ପଷ୍ଟ ଯେ ଆମେ ସମସ୍ତେ ଆମ ଜୀବନରେ ଏମିତି କିଛି ଖୋଜୁଛନ୍ତି , ଯାହା ବାସ୍ତବରେ ନାହିଁ। ସେହି ଜିନିଷକୁ ଖୋଜିବାରେ ଆମେ ଆମର ମୂଲ୍ୟବାନ

ସମୟକୁ ନଷ୍ଟ କରି ଦେଉଛୁ। ଜୀବନର ଅନ୍ୟ ଏକ ସହଜ ସୂତ୍ର ହେଉଛି , ଯାହା ଆମ ସହିତ ଅଛି ସେଇଥିରେ ଆମେ ଖୁସି ହେବା। ଯାହା ନାହିଁ କିମ୍ବା ମିଳିବ ନାହିଁ ତାକୁ ଚିନ୍ତା କରି କାହିଁକି ଦୁଃଖରେ ଜୀବନ ବିତାଇବା।

‌    ଛୋଟ କାହାଣୀ ଟିଏ।ଦୁଇ ବନ୍ଧୁ ରାମ ଓ ଶ୍ୟାମ। ଦୁହେଁ ଭାରି ଦୁଷ୍ଟ। ଗୋଟିଏ ଶ୍ରେଣୀରେ ପଢନ୍ତି। ଗୋଟିଏ ବିଦ୍ୟାଳୟ ରେ ପଢନ୍ତି। କିଛି ବି କାରଣରୁ ଶ୍ରେଣୀରେ ପାଠପଢ଼ା ନହେଲେ ସେମାନଙ୍କର ଭଲ। ଶ୍ରେଣୀରେ ସାର୍ ପହଞ୍ଚିଲେ ସେମାନେ ଏମିତି କିଛି କାମ କରନ୍ତି, ତାକୁ ସମାଧାନ କରୁକରୁ ସାର୍ ଙ୍କ ଅଧା ପିରିୟଡ଼ ଚାଲି ଯାଏ। ଦିନେ ସ୍କୁଲର‌ ପ୍ରଧାନ ଶିକ୍ଷକ କହିଲେ ଆସନ୍ତାକାଲି ସ୍କୁଲ ଶିକ୍ଷା ପରିଦର୍ଶକ ଆସୁଛନ୍ତି। ସେଥିପାଇଁ ସମସ୍ତ ପିଲାମାନେ ପ୍ରସ୍ତୁତ ହୋଇ ଆସିବେ। ପରିଦର୍ଶକ ଯେ କୌଣସି ଶ୍ରେଣୀର ପହଞ୍ଚି ଯେ କୌଣସି ପିଲାକୁ ପ୍ରଶ୍ନ ପଚାରିବେ। ପିଲାମାନେ ଉତ୍ତର ଦେଇ ନପାରିଲେ ଏଥିରେ ଶିକ୍ଷକ ତଥା ବିଦ୍ୟାଳୟର ଅପମାନ ହେବ। ପରିଦର୍ଶକ ଆସନ୍ତା କାଲି ଠିକ୍ ଦଶଟାରେ ପହଞ୍ଚିବେ। ରାମ ଆଉ ଶ୍ୟାମ କୁ ଭାରି ଚିନ୍ତା ଲାଗିଲା। ଯଦି ପରିଦର୍ଶକ ସାର୍ ସେମାନଙ୍କୁ କିଛି ପଚାରିଦେଲେ , ସେତେବେଳେ ଅବସ୍ଥା କ’ଣ ହେବ ,କାରଣ ପାଠପଢ଼ା ପାଖରୁ ସେମାନେ ବହୁତ ଦୂରରେ। ଭାବିଲେ କିଛି ଗୋଟାଏ ଯୋଜନା କରିବା ପାଇଁ ପଡିବ। ଦୁହେଁ ବହୁତ ଚିନ୍ତା କଲେ କ’ଣ କଲେ କାଲି ପରିଦର୍ଶକ ଆସନ୍ତୁ କିଛି କଥା ନାହିଁ, କିନ୍ତୁ କାହାରିକୁ ଯେମିତି କିଛି ପ୍ରଶ୍ନ ନପଚାରନ୍ତୁ । ଦୁହେଁ ଏମିତି ଚିନ୍ତା କରୁକରୁ ସାର୍ ଙ୍କୁ କହି ବିଦ୍ୟାଳୟ ବାହାରକୁ ଆସିଲେ ।ରାମ କହିଲା , ଶ୍ୟାମ ଦେଖେ ପଡ଼ିଆରେ ତିନୋଟି ଛେଳି ଚରୁଛନ୍ତି। ଶ୍ୟାମ କହିଲା ଠିକ୍ ଯେ ହେଲେ ଛେଳି ଆମର କ’ଣ ସମସ୍ୟା ସମାଧାନ କରିବ।

‌                    ଦୁହେଁ ଗୋଟିଏ ସୁପର୍ ଯୋଜନା କଲେ। ସ୍କୁଲ ଛୁଟି ହୋଇଗଲା। ସମସ୍ତେ ଚାଲି ଗଲେ।ଏମାନେ ରଙ୍ଗ ତୂଳୀରେ ପ୍ରଥମ ଛେଳି ଦେହରେ ୧ ଲେଖିଲେ। ଦ୍ୱିତୀୟ ଛେଳି ଦେହରେ ୨ ଲେଖିଲେ। କିନ୍ତୁ ତୃତୀୟ ଛେଳି ଦେହରେ ୪ ଲେଖି ସେହି ତିନୋଟି ଛେଳିକୁ କୈାଣସି ପ୍ରକାରେ ତିନୋଟି ଶ୍ରେଣୀ ଗୃହରେ ଭର୍ତ୍ତି କରିଦେଲେ କେହି କିଛି ଜାଣିବା ଆଗରୁ ତାଙ୍କ କାମ ଶେଷ କରି ଘରକୁ ଗଲେ। ଛେଳି ରହିଲେ ବିଦ୍ୟାଳୟରେ। ତା ପରଦିନ କିନ୍ତୁ ସବା ଆଗରେ ରାମ ଆଉ ଶ୍ୟାମ ବିଦ୍ୟାଳୟ ରେ ପହଞ୍ଚି ଯାଇଥିଲେ। ଏତିକି ବେଳକୁ ପରିଦର୍ଶକ ସାର୍ ମଧ୍ୟ ଆଗୁଆ ପହଞ୍ଚି ଯାଇଥିଲେ । ପରିଦର୍ଶକ ସାର୍ ଏବଂ ପରେ ପରେ ଅନ୍ୟ ସାର୍ ମାନେ ବିଦ୍ୟାଳୟ ଶ୍ରେଣୀ ଗୃହରେ ଛେଳି ମେ ମେ ରଡି କରୁଥିବା ଶୁଣିବାକୁ ପାଇଲେ। ସେତେବେଳକୁ ସବୁ ପିଲା ପହଞ୍ଚି ଗଲେଣି। ଯାହାର ଛେଳି ହଜିଥିଲା ସେ ଲୋକମାନେ ପହଞ୍ଚିଲେ ବିଦ୍ୟାଳୟର ବଦନାମ ହେବ , ସେଥିପାଇଁ ତୁରନ୍ତ ଛେଳିକୁ ବାହାର କରିଦେବା ପାଇଁ ପରିଦର୍ଶକ ସାର୍ ପ୍ରଧାନ ଶିକ୍ଷକଙ୍କୁ କହିଲେ। ତିନୋଟି ଶ୍ରେଣୀରୁ ମୋଟ ତିନୋଟି ଛେଳି ମିଳିଲା । କିନ୍ତୁ ସେମାନଙ୍କ ଦେହରେ ଯେଉଁ ନମ୍ବର ଦିଆ ଯାଇଥିଲା ନମ୍ବର ମୁତାବକ ୧ନମ୍ୱର , ୨ ନମ୍ବର ଓ ୪ ନମ୍ବର ଛେଳି ସିନା ମିଳିଲେ କିନ୍ତୁ ୩ ନମ୍ବର ଛେଳି ମିଳିଲା ନାହିଁ। ୩ ନମ୍ବର ଛେଳିଟି କୁଆଡେ ଗଲା ??? ସମସ୍ତେ ଚିନ୍ତାରେ ପଡ଼ିଗଲେ ।ସମସ୍ତେ ମିଶି ସେହି ୩ ନମ୍ବର ଛେଳି ଖୋଜି ଖୋଜି ନୟାନ୍ତ ହୋଇଗଲେ, ବାସ୍ତବରେ  ୩ ନମ୍ବର ଛେଳି ହିଁ ମୋଟରୁ ନଥିଲା।ତା ପଛରେ ପିଲା ମାନଙ୍କର, ଶିକ୍ଷକ ମାନଙ୍କର ତଥା ପରିଦର୍ଶକ ଙ୍କର ମୂଲ୍ୟବାନ ସମୟ ନଷ୍ଟ ହୋଇଗଲା।

‌    ‌      ପ୍ରିୟ ବନ୍ଧୁଗଣ, ମୋ ମନ କଥାର ଆଉ ଏକ ଅଧ୍ୟାୟ ନେଇ ପୁଣି ଥରେ ଆପଣଙ୍କ ପାଖକୁ ଆସିବି। ସେତେବେଳ ପର୍ଯ୍ୟନ୍ତ ମୋତେ ବିଦାୟ ଦିଅନ୍ତୁ। ନିଜର ଯତ୍ନ ନିଅନ୍ତୁ ଆଉ ହସୁ ଥାଆନ୍ତୁ।

ଧନ୍ୟବାଦ।

* ଜୟ ଜଗନ୍ନାଥ *

ରମାନାଥ କର

ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର

ବାଲେଶ୍ଵର

ମନ କଥା (୫୫)

—————–

‌      କହନ୍ତି ଆପଣଙ୍କର ଭାବନା ଯଦି ଭଲ‌, ଆପଣଙ୍କୁ ତାହାହିଁ ମିଳିଥାଏ, ଯାହା ଆପଣ ଚାହିଁ ଥାଆନ୍ତି।ସକାଳା ଭାବୁଥିଲି ମନ କଥା କୁ କେତେ ଦୂର ଆଗକୁ ନେଇ ପାରିବି। ବଡ କଥା ହେଉଛି ମନ କଥା ପାଇଁ ବିଷୟବସ୍ତୁ ଆବଶ୍ୟକ। ଏତେ ବିଷୟବସ୍ତୁ କ’ଣ ଏକା ମୁଁ ‌ପୂରା କରି ପାରିବି। ଆଗକୁ ମନ କଥାକୁ ନେଇ ମୋ ମନରେ କେତେ ସ୍ୱପ୍ନ ସବୁ ଅଛି। ଯଦି ଏତିକି ବାଟ ଆସି ମୁଁ ଥକିଗଲି ତାହେଲେ ମୋର ସ୍ବପ୍ନ କେମିତି ପୂରଣ ହେବ। ମୁଁ କିଛି ପଢୁ ଥାଏ। ଇଚ୍ଛା ହେଉଥିଲା ଟିକିଏ କ୍ରିକେଟ ମ୍ୟାଚ୍ ଟିଭି ରେ ଦେଖିବି। କିନ୍ତୁ ମୋର ପସନ୍ଦ ଦଳର ଅବସ୍ଥା ଦେଖି ‌ପୁଣି ମୋର ପଢା ପାଖକୁ ମୁଁ ‌ଫେରି ଆସିଲି। Whatsappରେ ଦେଖିଲି ମୋର ଜଣେ ଅନ୍ତରଙ୍ଗ ବନ୍ଧୁ ଯିଏ ପେସାରେ ଜଣେ ଡାକ୍ତର ଗୋଟିଏ ସୁନ୍ଦର ଭିଡିଓ ଟିଏ ପଠେଇଛନ୍ତି ଏବଂ ଅନୁରୋଧ କରିଛନ୍ତି କି ଏହାକୁ ମନ କଥାରେ ସାମିଲ କଲେ ପାଠକ ପାଠିକା କିଛି ‌ଶିଖିବେ‌। ଭଗବାନଙ୍କୁ ଧନ୍ୟବାଦ ଦେଲି ମୋର ବନ୍ଧୁଙ୍କ ମାଧ୍ୟମରେ ମନ କଥା ପାଇଁ ଏକ ବିଷୟବସ୍ତୁ ପଠାଇଲେ। ବନ୍ଧୁଙ୍କୁ ମଧ୍ୟ ଏତେ ସୁନ୍ଦର ଭିଡିଓ ଟିଏ ପଠାଇ ଥିବାରୁ ହୃଦୟରୁ ଅନେକ ଅନେକ ଧନ୍ୟବାଦ ଜଣାଇଲି।

My dear friends,why do we cry ? Why do we get emotional ? ଛୋଟ ଛୋଟ କଥାକୁ ନେଇ, ଛୋଟ ଛୋଟ ସମସ୍ୟାକୁ ନେଇ ଆମେ କାନ୍ଦି ପକାଉ । If we will cry ,if we will be emotional ,then will our problem be solved? Answer is no . ପ୍ରସିଦ୍ଧ ହିନ୍ଦୀ କବି ଗୁଲଜାର ଙ୍କ ଏକ କବିତାର ପ୍ରଥମ ପଙ୍କ୍ତି ମୋତେ ଭାରି ଭଲ ଲାଗେ।‌ Gujar jayega gujar jayega ye wakt hai gujar jayega. Muskil bahat hai magar ye wakt hai gujar jayega gujar jayega.

Jinda rehene ke liye ye Jo jajba hai phir ubhar ayega

Gujar jayega gujar jayega.

…………. Really very interesting lines. ଆମ ଜୀବନ ସହିତ ସମ୍ପୂର୍ଣ୍ଣ ସାମଞ୍ଜସ୍ୟ ରହିଛି।ଆମ ଜୀବନରେ କୈାଣସି ସମସ୍ୟା ସବୁଦିନ ପାଇଁ ରହେ ନାହିଁ। ଆଜି ଯଦି ଦୁଃଖ ଅଛି, କାଲିକି ଖୁସି ଆସିବ। ଜୀବନରେ ଦୁଃଖ ସବୁଦିନ ରହେ ନାହିଁ ଏବଂ ସୁଖ ମଧ୍ୟ ସବୁଦିନ ରହେ ନାହିଁ। But the important thing is patience. If we have patience we will win .‌ ଦୁଃଖ ରୁ ସୁଖ ପର୍ଯ୍ୟନ୍ତ ପହଞ୍ଚିବାକୁ ହେଲେ ଆମକୁ ଧୈର୍ଯ୍ୟର ସିଡି ଚଢ଼ିବାକୁ ପଡ଼ିବ। ଯଦି ଆମ ପାଖରେ ଧୈର୍ଯ୍ୟ ଅଛି ‌ଆମକୁ କୈାଣସି ଦୁଃଖ ହରାଇ ପାରିବ ନାହିଁ। ଦୁଃଖକୁ ସାମନା କରିବା ପାଇଁ ଆମ ପାଖରେ ସାହସର ଆବଶ୍ୟକତା ରହିଛି। ଦୁଃଖ ସମୟରେ ଖାଲି ବସି ରହି କାନ୍ଦିଲେ ହୁଏ ନାହିଁ। ନିରନ୍ତର ପ୍ରଚେଷ୍ଟା ଜରୁରୀ ଅଟେ। One interesting line by famous hindi poet Harivansh Rai Bachchan father of Amitabh Bachchan ” Kosis karne walon ki kabhi haar nahi hoti” .

ଛୋଟ ହେଲେ ବି ବହୁତ ବଡ଼ କଥା। ଏକ ଜୀବନ କାହାଣୀ।ସମୟ ଦିନେ କାହାର ସବୁ ଛଡ଼ାଇ ନେଇଥିଲା । ସେଇ ସମୟ ଦିନେ ସବୁ ଫେରାଇ ଦେଇଥିଲା।ସେ କାହାଣୀ ଆଉ କାହାର ନୁହେଁ। It’s not reel story. It’s real story of Bollywood superstar Amitabh Bachchan. ଦିନେ ତାଙ୍କ ପାଖରେ ସବୁ ଥିଲା। ଯେତେବେଳେ ସବୁ ଭଲ ଥିଲା  ସେ ABCL ( Amitabh Bachchan Corporation Limited) ନାମରେ ଏକ କମ୍ପାନୀ କଲେ। କମ୍ପାନୀର ପ୍ରଥମ ଦିନରୁ କ୍ଷତି ହେବା ଆରମ୍ଭ ହୋଇଗଲା। ଦିନେ ସମୟ ଏମିତି ଆସିଲା ତାଙ୍କ କମ୍ପାନୀ ବୁଡି ଗଲା।ସେ ଦେବାଳିଆ ହୋଇଗଲେ। କମ୍ପାନୀ ରେ ତାଲା ପଡ଼ିଲା। ବ୍ୟାଙ୍କରେ କୋଟି କୋଟି ଟଙ୍କା କରଜ। ବ୍ୟାଙ୍କର କରଜ ଟଙ୍କା ସୁଝିବାକୁ ହାତରେ କିଛି ସିନେମା କାମ ମଧ୍ୟ ନଥିଲା। ସେହି ଦିନ ଗୁଡ଼ିକୁ ଅମିତାଭ ବଚ୍ଚନ ତାଙ୍କର ଚଳଚ୍ଚିତ୍ର ଦୁନିଆରେ ପ୍ରବେଶ ସମୟରେ ଯେଉଁ ସଙ୍ଘର୍ଷ କରିଥିଲେ ତା ସହିତ ତୁଳନା କରନ୍ତି। ସେତେବେଳ ର କର୍ପୋରେଟ୍ ଦୁନିଆ ର ସବୁଠାରୁ ଚର୍ଚ୍ଚିତ ବ୍ୟକ୍ତି ହେଉଛନ୍ତି ଧୀରୁଭାଇ ଅମ୍ବାନୀ ରିଲାଏନ୍ସ କମ୍ପାନୀର ମାଲିକ। ତାଙ୍କର ସାନ ପୁଅ ଅନୀଲ ଅମ୍ବାନୀ। ଅନୀଲ ଙ୍କ ସାଙ୍ଗ ହେଉଛନ୍ତି ଅମିତାଭ ବଚ୍ଚନ। ଦିନେ ଧୀରୁଭାଇ ପୁଅ ଅନୀଲ ଙ୍କୁ କହିଲେ କି ସେ ଏହି ବିପଦ ସମୟରେ ଅମିତାଭ କୁ ସହାୟତା କରନ୍ତୁ। ଅମିତାଭ ବଚ୍ଚନ ଙ୍କୁ ଦିନେ ଧୀରୁଭାଇ ଅମ୍ବାନୀ ଏତେ ଟଙ୍କା ଦେବାକୁ ଫୋନରେ ପ୍ରତିଶୃତି ଦେଲେ ଯେ ତାଙ୍କର ଦେବାଳିଆ ସ୍ଥିତି ଗୋଟିଏ ସେକେଣ୍ଡରେ ଦୂର ହୋଇଯିବ।

ଅମିତାଭ ଅତ୍ୟନ୍ତ ବିନମ୍ରତାର ସହିତ ଯେତେବେଳେ ଆବଶ୍ୟକ ହେବ ନିଜ ଆଡୁ କହିବେ ବୋଲି ଧୀରୁଭାଇ ଅମ୍ବାନୀ ଙ୍କୁ କହିଲେ। ସେତିକିବେଳେ ତାଙ୍କ ବାପାଙ୍କ ଲିଖିତ କବିତା ” କୁସିସ୍ କରନେ ୱ୍।ଲୋକି କଭି ହାର୍ ନେହି ହୋତି ” ତାଙ୍କ ଭିତରେ ପ୍ରେରଣା ଯୋଗାଇଥିଲା।ସେ ହାରିଯାଇ ନଥିଲେ। ସେ ଭାଙ୍ଗି ପଡି ନଥିଲେ। ପୁଣି ସିନେମା ଜଗତରେ ପ୍ରବେଶ କଲେ। ଭିନ୍ନ ପ୍ରକାରର ଭୂମିକାରେ  ଦର୍ଶକ ତାଙ୍କୁ ପସନ୍ଦ କଲେ। ବିଭିନ୍ନ କମ୍ପାନୀ ସେମାନଙ୍କ ପ୍ରଚାର ପାଇଁ ଅମିତାଭଙ୍କୁ ଖୋଜିଲେ। ଏମିତି ହେଲା ସେ ସିନେମା ଏବଂ Advertising ଦୁନିଆରେ ପୂରା ଛାଇ ହୋଇଗଲେ। ତାଙ୍କର ସବୁ ସିନେମା ହିଟ୍ ସାବ୍ୟସ୍ତ ହେଲା। ସମୟ ଏମିତି ଆସିଲା, ତାଙ୍କର ସବୁ କରଜ ସୁଝିଗଲା।

ଦିନେ ଧୀରୁଭାଇ ଅମ୍ବାନୀ ଙ୍କ ଘରକୁ ସେ ନିମନ୍ତ୍ରିତ ହୋଇ ଯାଇ ଥାଆନ୍ତି। ଘରେ ଗୋଟିଏ ପାର୍ଟି ଚାଲିଥାଏ।ଧୀରୁଭାଇ ତାଙ୍କର କେତେକ ପ୍ରଖ୍ୟାତ କର୍ପୋରେଟର ଙ୍କ ସହିତ କିଛି ଆଲୋଚନା କରୁ ଥାଆନ୍ତି। ଏହି ସମୟରେ ଧୀରୁଭାଇ ତାଙ୍କୁ ପାଖକୁ ଡାକି ବସିବାକୁ କହିଲେ। ଅମିତାଭ କଥା ମାନି ବସିଲେ। ଧୀରୁଭାଇ ଅମ୍ବାନୀ ଅମିତାଭ ବଚ୍ଚନ ଙ୍କୁ ପ୍ରଶଂସା କରି ଉପସ୍ଥିତ  ସମସ୍ତଙ୍କୁ କହିଥିଲେ, ye bachha gir geya tha. Lekin apne balbute par phir se khada ho geya. I respect  him.ସମସ୍ତେ ଅମିତାଭ ଙ୍କ ସାହସ ଓ ଧୈର୍ଯ୍ୟର ଭୁରି ଭୁରି ପ୍ରଶଂସା କଲେ।ଅମିତାଭ ମଧ୍ୟ ସମସ୍ତଙ୍କୁ ହାତ ଯୋଡ଼ି ଧନ୍ୟବାଦ ଜ୍ଞାପନ କଲେ।

My dear friends,  I will be back again with another episode of my MANA KATHA. Till then good bye.Take care. Stay smiled.

THANKS.

* ଜୟ ଜଗନ୍ନାଥ *

ରମାନାଥ କର

ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର

ବାଲେଶ୍ଵର

ମନ କଥା (୫୬)

——————-

‌ଗତ କିଛି ଦିନ ତଳର କଥା।ପାଳ ଜାମକୁଣ୍ଡା ନୋଡାଲ ବିଦ୍ୟାଳୟରେ କୋଭିଡ୍ ଟୀକାକରଣ ଚାଲିଥାଏ। ଜଣେ ମାଆ ଟୀକା ନେବାକୁ ଆସି ଥାଆନ୍ତି। ତାଙ୍କ ସହିତ ତାଙ୍କ ଝିଅ ଥିଲେ। ଆମର ଟୀକା ପ୍ରଦାନକାରୀ ସ୍ବାସ୍ଥ୍ୟକର୍ମୀ ସେହି ମାଆକୁ ଉଦ୍ଦିଷ୍ଟ ଚେୟାର ରେ ବସାଇ ଟୀକା ଦେବା ପାଇଁ ପ୍ରସ୍ତୁତ ହେଉଥିବା ସମୟରେ ଝିଅଟି ଫଟୋ ଉଠାଇବା ପାଇଁ ଚାହିଁଲେ। ଅନେକ ଲୋକ ତ ଏମିତି ଟୀକାକରଣ ସମୟରେ ଫଟୋ ଉଠାଉଛନ୍ତି। ମାତ୍ର ସେ ଝିଅଟି ,ମାଆ କେମିତି ଭାବରେ ବସିଲେ ସେ ଫଟୋ ଠିକ୍ ଭାବରେ ଉଠାଇ ପାରିବେ ଓ ଫଟୋଟି ଭଲ ଆସିବ ସେଇଥିରେ ବ୍ୟସ୍ତ ରହୁଥିଲେ । ତାଛଡ଼ା ବାରମ୍ବାର ଚେୟାର କୁ ଘୁଞ୍ଚା ଘୁଞ୍ଚି କରୁଥିଲେ। ଅର୍ଥାତ୍ ଟୀକା ଲୋଡ୍ କରି ସାରି ଟୀକା ପ୍ରଦାନକାରୀ ଙ୍କୁ ଅନାବଶ୍ୟକ ଭାବେ ଟୀକା ଦେବା ପାଇଁ ଅପେକ୍ଷା କରିବାକୁ ପଡିଥିଲା। ବାଧ୍ୟ ହୋଇ ଟୀକା ପ୍ରଦାନକାରୀ ସ୍ବାସ୍ଥ୍ୟକର୍ମୀ ଦୟାକରି ଫଟୋ ଉଠାନ୍ତୁ ନାହିଁ,ଆଉ ଜଣେ ଟୀକା ଗ୍ରହଣକାରୀ ଟୀକା ନେବାକୁ ଅପେକ୍ଷା କରିଛନ୍ତି ବୋଲି ସେ ଝିଅକୁ ଏତିକି ମାତ୍ର କଥା କହି  ମାଆଙ୍କୁ ଟୀକା ପ୍ରଦାନ କଲେ।ଫଟୋଟି ଉଠାଇ ନପାରିବାରୁ ଝିଅ ମନରେ ଅହଂକାର ଆସିଲା। ଟୀକାକରଣ ଗୃହରୁ ବାହାରି ଯାଉ ଯାଉ ଟୀକା ପ୍ରଦାନକାରୀ ସ୍ବାସ୍ଥ୍ୟକର୍ମୀ ଙ୍କୁ କିଛି ଅପଶବ୍ଦ ବ୍ୟବହାର କରିଥିଲେ , ଯାହା ସ୍ବାସ୍ଥ୍ୟକର୍ମୀ ଙ୍କୁ ଖୁବ୍ କଷ୍ଟ ଦେଇଥିଲା। ତୁରନ୍ତ ସମ୍ପୂର୍ଣ୍ଣ ଘଟଣା ସମ୍ପର୍କରେ ଉକ୍ତ ସ୍ବାସ୍ଥ୍ୟକର୍ମୀ ମୋର ଦୃଷ୍ଟି ଆକର୍ଷଣ କରିଥିଲେ। ସ୍ବାସ୍ଥ୍ୟକର୍ମୀ ଙ୍କୁ ଶାନ୍ତ ରହିବାକୁ ପରାମର୍ଶ ଦେଇ ମୁଁ ବାହାରକୁ ବାହାରି ଗଲି। ସେତେବେଳକୁ ଉକ୍ତ ମାଆ ଏବଂ ଝିଅ ବିଶ୍ରାମ କକ୍ଷରେ ବିଶ୍ରାମ ନେଉଥିଲେ। ଝିଅର ଚାଲିଚଳନ କୁ ଯାହା ଲକ୍ଷ୍ୟ କଲି , ପିଲାଟି ମୋତେ ଜମାରୁ ସଂସ୍କାରୀ ଲାଗିଲା ନାହିଁ।କାରଣ ଜଣେ ମାଆ ଆଗରେ ସେ ତାର ବନ୍ଧୁ ସହିତ ଯେମିତି ଭାବରେ ମୋବାଇଲରେ ଗପୁଥିଲା ମୁଁ ସେମାନଙ୍କୁ ଘଟଣା ସମ୍ପର୍କରେ ଆଲୋଚନା କଲେ କଥା ଓଲଟା ଦିଗରେ ଯାଇ ପାରେ ଭାବି ଫେରି ଆସିଲି।

ମନେ ମନେ ଭାବୁଥିଲି ଆଜିର ଦିନରେ ଅନେକ ସେବା ପ୍ରଦାନକାରୀ ଙ୍କୁ ଏମିତି ପରିସ୍ଥିତିର ସାମନା କରିବାକୁ ପଡୁଛି। ଭୁଲ୍ ନଥାଇ ମଧ୍ୟ ଅଭ୍ୟାସଗତ ଭାବରେ କିଛି ଲୋକ ଅଛନ୍ତି ଯେଉଁମାନେ ନିଜକୁ ସମାଜରେ ଶ୍ରେଷ୍ଠ ବୋଲି ଭାବନ୍ତି , ସଂସ୍କାର ଅଭାବରୁ ସେବା ପ୍ରଦାନକାରୀ ଙ୍କୁ ଏଇଭଳି ବ୍ୟବହାର ପ୍ରଦର୍ଶନ କରନ୍ତି ଏବଂ ମଜା ନିଅନ୍ତି। ବିଚରା ସେବା ପ୍ରଦାନକାରୀ ମଧ୍ୟ କ’ଣ କରିବେ। ଚୁପଚାପ୍ ସବୁ ସହି ଯାଆନ୍ତି। ସ୍ବାସ୍ଥ୍ୟକର୍ମୀ ଙ୍କ ମନକୁ ମୁଁ ବୁଝି ପାରୁଥିଲି। ମୁଁ ମଧ୍ୟ ଅତୀତରେ ଏଇଭଳି ଘଟଣା ଭିତର ଦେଇ ଆସିଛି। ଅଭିଯୋଗ କଲେ କିଛି ଲାଭ ମିଳେ ନାହିଁ। କଥାକୁ ଯେତେ ଶୀଘ୍ର ଭୁଲିଯିବା ପାଇଁ ପରାମର୍ଶ ଦେଇ ଟୀକାକରଣ ଶେଷରେ ନିଶ୍ଚିତ ଗୋଟିଏ ଭଲ କାହାଣୀ ଟିଏ ଶୁଣାଇବି ବୋଲି ସ୍ବାସ୍ଥ୍ୟକର୍ମୀ ଙ୍କୁ କହିଲି। ଯାହା ହେଉ ତାପରେ  ପୂର୍ବ ପରି ଟୀକାକରଣ ସୁନ୍ଦର ଭାବରେ ଚାଲିଲା…………

ଛୋଟ କାହାଣୀ ଟିଏ। ଥରେ ଗୈାତମ ବୁଦ୍ଧ ଗୋଟିଏ ଗାଆଁରେ ଲୋକଙ୍କୁ ପ୍ରବଚନ ଦେଇଥାନ୍ତି। ହଠାତ୍ ଜଣେ ବ୍ୟକ୍ତି ଆସି ତାଙ୍କୁ ଭଣ୍ଡ,ଅସାଧୁ ଇତ୍ୟାଦି ଅପଶବ୍ଦ ବ୍ୟବହାର କରି ଏଆଡୁ ସେଆଡୁ କହିବା ପାଇଁ ଲାଗିଲେ। ଉପସ୍ଥିତ ସତସଙ୍ଗ ମଣ୍ଡଳୀଙ୍କୁ ଶାନ୍ତ ହେବା ଅନୁରୋଧ କରି ଉକ୍ତ ବ୍ୟକ୍ତିର କଥା ଶେଷ ହେବା ପର୍ଯ୍ୟନ୍ତ ଅପେକ୍ଷା କଲେ। ଲୋକ ଜଣକ ଚୁପ୍ ହେଇଗଲା ପରେ ବୁଦ୍ଧ ଶାନ୍ତ ସ୍ୱରରେ ସେହି ବ୍ୟକ୍ତିଙ୍କୁ କହିଲେ, ” ଆପଣ ଏତେ ପର୍ଯ୍ୟନ୍ତ କହୁଥିଲେ ଏବଂ ମୁଁ ଶୁଣୁଥିଲି। ଏବେ ମୁଁ କିଛି କହିବାକୁ ଚାହୁଁଛି ଆପଣ ଦୟାକରି ଶୁଣିବେ କି? ” ବ୍ୟକ୍ତି ଜଣକ କହିଲେ ” ହଁ “।

ଗୈାତମ ବୁଦ୍ଧ କହିଲେ ” ଧରନ୍ତୁ ଆପଣଙ୍କ ଘରକୁ ଜଣେ ଅତିଥି ଆସିଛନ୍ତି। ସେ ଆପଣଙ୍କ ପାଇଁ ବହୁତ ସୁନ୍ଦର ସୁନ୍ଦର ଉପହାର ନେଇ ଆସିଛନ୍ତି। କିନ୍ତୁ କିଛି କାରଣରୁ ଆପଣ ସେହି ଉପହାର ଗୁଡ଼ିକ ଗ୍ରହଣ କଲେ ନାହିଁ। ତାହେଲେ କୁହନ୍ତୁ, ସେହି ଉପହାର ଗୁଡ଼ିକ ଏବେ କାହା ପାଖରେ ରହିବ? ” ବ୍ୟକ୍ତି ଜଣକ କହିଲେ, ” ଯେହେତୁ ମୁଁ ଉପହାର ଗୁଡ଼ିକ ରଖିଲି ନାହିଁ, ତେଣୁ ନିଶ୍ଚିତ ଭାବରେ ସେହି ଉପହାର ଗୁଡ଼ିକ ଆମ ଘରକୁ ଆସିଥିବା ଅତିଥିଙ୍କ ପାଖରେ ରହିବ”

ଗୈାତମ ବୁଦ୍ଧ ପୁଣି କହିଲେ, ” ଏବେ ଆପଣ କୁହନ୍ତୁ , ଏଠାରେ ଆପଣ ପହଞ୍ଚି ମୋ ପ୍ରତି ଯେଉଁ ଅପଶବ୍ଦ ସବୁ ବ୍ୟବହାର କଲେ , ସେଗୁଡିକ ମୁଁ ଗ୍ରହଣ କରି ନାହିଁ, ତାହେଲେ ସେହି ଅପଶବ୍ଦ ସବୁ କାହା ପାଖରେ ରହିଲା ?”ବ୍ୟକ୍ତି ଜଣକ ମୋର ଭୁଲ୍ ହୋଇ ଯାଇଛି ବୋଲି କହି ଗୈାତମ ବୁଦ୍ଧଙ୍କ ପାଦ ତଳେ ପଡିଯାଇ ମୋତେ କ୍ଷମା କରି ଦିଅନ୍ତୁ ବୋଲି ଅନୁରୋଧ କଲେ। ବୁଦ୍ଧ ହେଉଛନ୍ତି କ୍ଷମାର ସାଗର।ସେ ସେହି ବ୍ୟକ୍ତିଙ୍କୁ ଉଦାର ହୃଦୟରେ କ୍ଷମା କରି ଦେଲେ।ଚାରି ଶ୍ରେଷ୍ଠ ଗୁଣ ମଧ୍ୟରୁ କ୍ଷମା ମଣିଷର ଅନ୍ୟ ଏକ ଗୁଣ ହେବା ଉଚିତ।

ମହାପୁରୁଷ ଅଚ୍ୟୁତାନନ୍ଦ ତାଙ୍କ ଅଷ୍ଟଗୁଜ୍ଜରୀ ରେ ଲେଖିଛନ୍ତି

” ଗୀତା ଭାଗବତ ପୁରାଣ

ଚାରି ବେଦ ପୁଚ୍ଛିଲି

ତୁମ ବିନୁ ନାହିଁ ଗତି ମୋ

ତୀର୍ଥ ବାତ ଲୋଡିଲି

ଗୁରୁ ଶବଦ କୃଷ୍ଣ ବ୍ରହ୍ମ

ଜ୍ଞାନ କହିଲେ କର୍ଣ୍ଣ

ସତ୍ୟ ଶାନ୍ତି ଦୟା କ୍ଷମାକୁ

ହେତୁ ଚୈତନ୍ୟ ମନ ।”

ତେଣୁ ବନ୍ଧୁଗଣ ଆମେ ଏପରି କିଛି ଶବ୍ଦ କାହାପ୍ରତି ବ୍ୟବହାର କରିବା ନାହିଁ, ଯେଉଁ ଶବ୍ଦ ତାଙ୍କୁ କଷ୍ଟ ଦେବ।ଆମେ ବୁଝିବା ଆବଶ୍ୟକ ଯେଉଁ ଅପଶବ୍ଦ ଆମେ ଯାହାକୁ ଶୁଣାଉ ତାହା ତାଙ୍କ ପାଖକୁ ବାସ୍ତବରେ ଯାଇ ନଥାଏ , ଓଲଟି ଆମ ପାଖକୁ ଫେରି ଆସିଥାଏ।

ପ୍ରିୟ ବନ୍ଧୁଗଣ, ମୋ ମନ କଥାର ଆଉ ଏକ ଅଧ୍ୟାୟ ନେଇ ପୁଣି ଥରେ ଆପଣଙ୍କ ପାଖକୁ ଆସିବି। ସେତେବେଳ ପର୍ଯ୍ୟନ୍ତ ମୋତେ ବିଦାୟ ଦିଅନ୍ତୁ, ନିଜର ଯତ୍ନ ନିଅନ୍ତୁ ଆଉ ହସୁ ଥାଆନ୍ତୁ।

ଧନ୍ୟବାଦ।

* ଜୟ ଜଗନ୍ନାଥ *

ରମାନାଥ କର

ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର

ବାଲେଶ୍ଵର

ମନ କଥା (୫୭)

—————–

‌                  ଆମର ବୟସ ଯେତେ ଯେତେ ବଢ଼ି ବଢ଼ି ଚାଲେ , ଆମେ ସେତେ ସେତେ ଜୀବନର ବାସ୍ତବିକତା କୁ ବୁଝି ପାରୁ। ସେଥିପାଇଁ ତ ଅନେକ ସମୟରେ ଆମେ ପିଲାଙ୍କୁ ଏଇ କଥା କହୁ କି ତୁମେ ମାନେ ଏବେ ମୋ କଥାକୁ ବୁଝି ପାରିବ ନାହିଁ, ଯେତେବେଳେ ମୋ ବୟସରେ ପହଞ୍ଚିବ ସେତେବେଳେ ଅନୁଭବ କରିବ ମୁଁ ଠିକ୍ କହୁଥିଲି। କାଲି ମୁଁ ଭାବୁଥିଲୁ ସିଏ ୧୦୦ ଟଙ୍କିଆ ଘଣ୍ଟା ପିନ୍ଧିଛି ମୁଁ ୧୦୦୦ ଟଙ୍କିଆ ଘଣ୍ଟା ପିନ୍ଧିଛି। କିନ୍ତୁ ବାସ୍ତବରେ ଆଜି ଅନୁଭବ କରୁଛି ଘଣ୍ଟାର ଦାମ୍ ଯାହା ବି ହେଉ ସମୟ ସବୁଥିରେ ସମାନ । ମନରେ ଅହଂକାର ଆସେ କି ସିଏ ୫୦ ଟଙ୍କିଆ ମିଲ୍ ଖାଉଛି ମୁଁ ୫୦୦ ଟଙ୍କିଆ ମିଲ୍ ଖାଉଛି। ହେଲେ ଆଜି ଅନୁଭବ ହେଉଛି ମିଲ୍ ର ଦାମ୍ ଯାହା ବି ହେଉ ନା କାହିଁକି ପେଟରେ ଭୋକ ତ ସମାନ। ମନରେ ଏମିତି ଭାବନା ଆସେ କି ସିଏ ଛୋଟ ଘରେ ରହୁଛି, କିନ୍ତୁ ମୁଁ ବଡ଼ ଘରେ ରହୁଛି। ଆଜି ଅନୁଭବ ହେଉଛି ଘର ଛୋଟ ହେଉ କି ବଡ ହେଉ ଏକା ରହିଲେ କେମିତି ଲାଗେ ତାହା ଉଭୟ ଘରେ ସମାନ।

ଆଶା କରୁଛି ଆପଣ ମାନେ ମଧ୍ୟ ସମାନ ଭାବରେ ଅନୁଭବ କରୁଥିବେ, ଜୀବନ କେମିତି ବଦଳି ଯାଏ। ମାତ୍ର ବୁଝିଲା ବେଳକୁ ଆମ ହାତରେ କିଛି ବି ନଥାଏ। ଏବେବି ସମୟ ଅଛି, ଯଦି ପୁରୁଣା ସାଙ୍ଗ ସାଥୀ ଅଛନ୍ତି, ଯଦି ଭାଇ ଭଉଣୀ ଅଛନ୍ତି, ଯଦି ବାପା ମା ଅଛନ୍ତି, ତାହେଲେ ବହୁତ ବହୁତ କଥା ହୁଅନ୍ତୁ,ମଜା ମସ୍ତି କରନ୍ତୁ । କାହିଁକିନା ଏ ଜୀବନ ଦୁଇ ଦିନ। ପିଲା ମାନଙ୍କୁ ବେଶି ଧନ ରୋଜଗାର ପାଇଁ ଶିକ୍ଷା ଦିଅନ୍ତୁ ନାହିଁ। ବରଂ ସେମାନେ କେମିତି ଖୁସିରେ ରହିବେ ଶିକ୍ଷା ଦିଅନ୍ତୁ। ଯାହାଫଳରେ ସେମାନେ ଯେତେବେଳେ ବଡ଼ ହେବେ ଜିନିଷର, ସମ୍ପର୍କର ମୂଲ୍ୟ ବୁଝିବେ ,ଗୁରୁତ୍ୱ ବୁଝିବେ ଦାମ୍ ନୁହେଁ। ପିଲାମାନଙ୍କୁ ବୁଝାଇବାକୁ ପଡ଼ିବ ମଣିଷ କ’ଣ ଓ ମଣିଷ ହେବା କ’ଣ। ମଣିଷ ସେହି ଯିଏ ଜନ୍ମ ହେଲାପରେ ଆମେ ତାକୁ ଭଲପାଇବା ଦେଉ । ମାତ୍ର ମଣିଷ ସେଇ ହୋଇଥାଏ ଯାହାକୁ ଆମେ ତାର ମଲାପରେ ଭଲ ପାଇଥାଉ।

ଛୋଟ କାହାଣୀ ଟିଏ। ମାତ୍ର କାହାଣୀ ହେଲେ ବି ସତ ।ଚାରି ଜଣ ବନ୍ଧୁ। ସାଇକେଲରେ ପ୍ରତିଦିନ ବିଦ୍ୟାଳୟ କୁ ଯାଆନ୍ତି। ଯେହେତୁ ଅଣ ଓସାରିଆ ରାସ୍ତା ସେଥିପାଇଁ ସମସ୍ତେ ଯିଏ ଯାହାର ପଛେ ପଛେ ଯାଆନ୍ତି। ସେମାନଙ୍କର ବିଦ୍ୟାଳୟ ଯିବା ରାସ୍ତାରେ ଗୋଟିଏ ବଡ଼ ବରଗଛ ଟିଏ ଥାଏ। ସେଥିରେ ଅସଂଖ୍ୟ ଚଢ଼େଇ ରହନ୍ତି। ଦିନେ ଚାରି ବନ୍ଧୁ ବିଦ୍ୟାଳୟ ଗଲାବେଳେ ହଠାତ୍ ସେ ବରଗଛ ରୁ ଗୋଟିଏ ଚଢ଼େଇ ବସା ତଳକୁ ଖସି ପଡ଼ିଲା। ସେଥିରେ ଗୋଟାଏ କୁନି ଚଢ଼େଇ ଟିଏ ଥିଲା ଯିଏ ବିଲକୁଲ ଉଡ଼ିବା ଶିଖି ନଥିଲା। ଚଢ଼େଇଟି ତଳେ ପଡି ଯିବାରୁ ଅନ୍ୟ ଚଢ଼େଇ ମାନେ ଦୁଃଖରେ ଚୁଉଁ ଚୁଉଁ କଲେ। ପ୍ରଥମ ପିଲାଟି କହିଲା, ” ଆରେ ସାଙ୍ଗ ମାନେ ଦେଖ ଦେଖ ଗଛରୁ କେମିତି କୁନି ଚଢ଼େଇ ଛୁଆଟି ତଳକୁ ଖସି ପଡ଼ିଲା।ଏଇଟା ତ ଉଡ଼ିବା ଶିଖି ନାହିଁ। ତାକୁ ଆଉ କେହି ନିଶ୍ଚୟ ଖାଇଯିବେ। ବିଚରା ଚଢେଇ ଛୁଆର ମାଆଟି ଦେଖ ତା ପାଖରେ କେମିତି ଏପାଖ ସେପାଖ ହେଉଛି।” ଦ୍ୱିତୀୟ ପିଲାଟି କହିଲା, ” ହଉମ , ସେଥିରେ ଆମର କ’ଣ ଯାଏ ଆସେ। ଚଢ଼େଇ ଛୁଆଟି ଖସି ପଡିଛି, କେଉଁ ମଣିଷ ଛୂଆ ତ ନୁହେଁ ନା। ପ୍ରତିଦିନ ଏମିତି କେତେ କେତେ ଚଢେଇ ମରୁଛନ୍ତି।” ତୃତୀୟ ପିଲାଟି କହିଲା, ” ଆରେ ଭାଇ ସେ ବାଜେ କଥାରୁ କ’ଣ ମିଳିବ ଯେ। ବିଦ୍ୟାଳୟ ଘଣ୍ଟା ବାଜିବା ସମୟ ହୋଇଗଲାଣି। ଜଲଦି ଚାଲ।

ତୃତୀୟ ପିଲାଟି ସାଇକେଲ ରୁ ଓହ୍ଲାଇଲା। ନିଜର ଗରମ ଗରମ ପାପୁଲିରେ ଚଢ଼େଇ ଛୁଆର କଅଁଳ ଦେହକୁ ଆଉଁସି ଦେଲା।ତାର ନରମ ଥୁଣ୍ଟକୁ ଟିକିଏ ହଲାଇ ଦେଇ ଗେଲଟିଏ କରିଦେଲା।ଗଛ ଉପରକୁ ଚଢି ଯେଉଁଠୁ ବସାଟି ତଳକୁ ଖସି ପଡିଥିଲା ସେଇଠି ନେଇ ଥୋଇଦେଲା।ଚଢେଇ ମାନଙ୍କର ଚୁଉଁଚୁଉଁ ଶବ୍ଦ ବନ୍ଦ ହୋଇଗଲା। ଶେଷରେ ଆଉ ଥରେ ସେହି ଚଢ଼େଇ ଛୁଆକୁ ଗେଲ କରିଦେଇ ପିଲିଟି ଗଛରୁ ଓହ୍ଲାଇ ଆସିଲା।

ଜାଣିଛନ୍ତି ସେ ପିଲାଟି କିଏ ? ସେ ହେଉଛନ୍ତି ଯୁକ୍ତରାଷ୍ଟ୍ର ଆମେରିକାର ୧୬ ତମ ରାଷ୍ଟ୍ରପତି ଆଵ୍ରାହମ ଲିଙ୍କନ ଯିଏକି ଆମେରିକାରୁ କ୍ରୀତଦାସ ପ୍ରଥାକୁ ଉଚ୍ଛେଦ କରି ଦେଇଥିଲେ। ତାଙ୍କର ବାପାମାଆ ପିଲା ଦିନରୁ ଜଣେ ମଣିଷ ପରି ମଣିଷ ଟିଏ ହେବାକୁ ଶିକ୍ଷା ଦେଇଥିଲେ।

ପ୍ରିୟ ବନ୍ଧୁଗଣ,ମୋ ମନ କଥାର ଆଉ ଏକ ଅଧ୍ୟାୟ ନେଇ ପୁଣି ଥରେ ଆପଣଙ୍କ ପାଖକୁ ଆସିବି। ସେତେବେଳ ପର୍ଯ୍ୟନ୍ତ ମୋତେ ବିଦାୟ ଦିଅନ୍ତୁ। ନିଜର ଯତ୍ନ ନିଅନ୍ତୁ ଆଉ ହସୁ ଥାଆନ୍ତୁ।

ଧନ୍ୟବାଦ।

* ଜୟ ଜଗନ୍ନାଥ *

ମନ କଥା (୫୮)

——————

‌‌          ମୁଁ ବିଶ୍ୱାସ କରି ପାରୁନାହିଁ,ସତରେ କ’ଣ ଏମିତି ହୁଏ। ଗତକାଲି ମୋର ଦୁଇ ଜଣ ଫେସବୁକ ବନ୍ଧୁ ମୋର ମନକଥା ର ମତାମତ ରଖିଥିଲେ।ଏହା ମଧ୍ୟ ସତ୍ୟ ଯେ ସେମାନେ ହେଉଛନ୍ତି ମୋର ବାସ୍ତବ ଜୀବନରେ ଜଣେ ହେଉଛନ୍ତି ନିକଟ ସମ୍ପର୍କୀୟ ସାନ ଭାଇ ବୃତ୍ତିରେ ଶିକ୍ଷକ।ଆଉ ଜଣେ ହେଉଛନ୍ତି ନିକଟ ସମ୍ପର୍କୀୟ ବନ୍ଧୁ ବୃତ୍ତିରେ ଜଣେ ଡାକ୍ତର। ଦୁହେଁ ଦୁଇଟି ବିଷୟରେ ନିଜର ଗଭୀର ଚିନ୍ତା ଓ ଅସହାୟତା ପ୍ରକାଶ କରିଥିଲେ। ଡାକ୍ତର ବନ୍ଧୁ ଜଣକ ଆଜିର ଯୁବଗୋଷ୍ଠୀ ଯେମିତି ଭାବରେ ଡ୍ରଗ୍ସ୍ ଜାଲରେ ଛନ୍ଦି ହୋଇ ପଡୁଛନ୍ତି , ତାକୁ ନେଇ ଚିନ୍ତା ପ୍ରକଟ କଲାବେଳେ ଶିକ୍ଷକ ସାନ ଭାଇ ଜଣକ ଆଜିର ଛାତ୍ର ସମାଜ ଯେଉଁଭଳି ଭାବେ ବିଶୃଙ୍ଖଳିତ ଆଚରଣ ଆପଣାଉଛନ୍ତି ସେଥିପାଇଁ ସେ‌ ଚିନ୍ତିତ।ଆଉ ଏ ସବୁର ସମାଧାନ କେମିତି ହୋଇ ପାରିବ , ଜଣେ ଭଦ୍ରବ୍ୟକ୍ତିଙ୍କ ମତକୁ ମୋର ଧର୍ମ ବାପା ସ୍ୱ।ଟସଆପ୍ ମାଧ୍ୟମରେ ମୋ ପାଖକୁ ପଠାଇଥିଲେ। ମୁଁ ଦୁଃଖିତ, ଯେହେତୁ ମୋତେ ବିଶେଷ ଭାବରେ ମୋବାଇଲ ଚଳାଇବା ଆସେ ନାହିଁ, ନଚେତ୍ ସେମାନଙ୍କ

ର ମେସେଜ ଗୁଡ଼ିକ ମୋ ଲେଖା ଭିତରେ ନିଶ୍ଚୟ ମୁଁ ଦେଖାଇ ଥାଆନ୍ତି।

ମୋର ଡାକ୍ତର ବନ୍ଧୁ ତଥା ଶିକ୍ଷକ ସାନ ଭାଇ ଙ୍କ ଚିନ୍ତା ସହିତ ମୁଁ ମଧ୍ୟ ଏକମତ। ସେମାନେ ଯାହା ଯାହା କହିଛନ୍ତି ଶତ ପ୍ରତିଶତ ସତ। ଏଥିରେ ତିଳେ ହେଲେ ମିଛ ନାହିଁ। ଆଜିର ଦିନରେ ଆପଣ ଯାହାକୁ ପଚାରନ୍ତୁ ସମସ୍ତେ ଏ ଦୁଇଟି କଥା କୁ ମାନିବେ। କିଛି ଦିନ ଆଗରୁ ବଲିଉଡ ଅଭିନେତା ଶାହାରୁଖ ଖାନ୍ ଙ୍କ ପୁଅ ଡ୍ରଗ୍ସ୍ କେସ୍ ରେ ଧରା ପଡିଛନ୍ତି। କିଛି ଦିନ ଆଗରୁ କେଉଁ ଗୋଟିଏ ଖବରକାଗଜରେ ପଢିଥିଲି ଜଣେ ଛାତ୍ର ତା’ର ଟିଉସନ୍ ସାର୍ ଙ୍କୁ ସାଙ୍ଗ ମାନଙ୍କ ସାହାଯ୍ୟରେ ହତ୍ୟା କରିଥିଲା,କାରଣ ଶିକ୍ଷକ ଜଣକ ପିଲାର କିଛି ଗୋପନୀୟ କଥା ତାଙ୍କ ବାପା ମାଆଙ୍କୁ ଜଣାଇ ଦେଇଥିଲେ। ଦୁଇଟି ଯାକ ଘଟଣାରୁ ସ୍ପଷ୍ଟ ହୋଇଯାଇଛି କି ବର୍ତ୍ତମାନ ପିଲାଙ୍କ ମାନସିକତା କେଉଁ ସ୍ତରରେ ପହଞ୍ଚି ସାରିଛି। କିନ୍ତୁ ଏଥିପାଇଁ ଦାୟୀ କିଏ। ଆମେ କହି ପାରିବାକି ଶାହାରୁଖ ଖାନ୍ ଙ୍କୁ ଗୋଟିଏ ସିନେମା କରିବା ପାଇଁ କୋଟି କୋଟି ଟଙ୍କା କାହିଁକି ଦିଆଯାଏ, ଯେତେବେଳେ ଭାରତବର୍ଷର ମାନନୀୟ ରାଷ୍ଟ୍ରପତି ଙ୍କ ବାର୍ଷିକ ଦରମା ଏକ କୋଟି ହୋଇ ନଥାଏ।ସମାଜ ପାଇଁ ଶାହାରୁଖ ଖାନ୍ ଙ୍କ ଭୂମିକା କ’ଣ? ସେ ହେଉଛନ୍ତି ପିଲାଙ୍କ ଆଦର୍ଶ, ଯିଏ ଏମିତି ସିନେମାରେ ଅଭିନୟ କରନ୍ତି ଯାହା ହିଂସା, ଅଶ୍ଳୀଳତାର ଶିକ୍ଷା ଦିଏ । ସେହିପରି ଭାରତରେ କ୍ରିକେଟର ମାନଙ୍କୁ ଭାରତୀୟ କ୍ରିକେଟ ବୋର୍ଡ କୋଟି କୋଟି ଟଙ୍କା ଦେଉଛି, ଯେଉଁଠି ଜଣେ ଖେଳ ଶିକ୍ଷକ କୋଟିଏ ଟଙ୍କା  ତାଙ୍କ ଚାକିରି କାଳ ମଧ୍ୟରେ ରୋଜଗାର କରି ପାରନ୍ତି ନାହିଁ। ଜଣେ ସାଧାରଣ ଲୋକଟିଏ ଯିଏ ନା ଏମ୍ ପି,ନା ଏମ୍ ଏଲ୍ ଏ,ନା ମନ୍ତ୍ରୀ କେବଳ ରାଜନୈତିକ ଦଳର ଛତ୍ରଛାୟା ତଳେ ରହି ବାର୍ଷିକ ଯେତିକି ରୋଜଗାର କରନ୍ତି ଜଣେ ସାଧାରଣ ଚାକିରିଆ କ୍ଷେତ୍ରରେ ତାହା ଅସମ୍ଭବ। ସେମାନେ ଆମକୁ ଲୁଟି ଚାଲନ୍ତି ଏବଂ ଆମେ ଅନେକ ସମୟରେ ଆପେ ଆପେ ତାଙ୍କ ଲୁଟ୍ ର ଶୀକାର ହୋଇ ଯାଉ। ଏଭଳି ଲୋକ ସମାଜ ପାଇଁ କ’ଣ କରନ୍ତି। କେବଳ ଭାଇକୁ ଭାଇ ବିରୁଦ୍ଧରେ ବନ୍ଧୁକୁ ବନ୍ଧୁ ବିରୁଦ୍ଧରେ ଲଢାନ୍ତି।

ଏଇ ଭଳି ମଣିଷ ମାନେ ଆଜି ଆମ ପିଲା ମାନଙ୍କର ଆଦର୍ଶ, କାହିଁକି ନା ଏମାନଙ୍କ ପାଖରେ କୋଟି କୋଟି ଟଙ୍କା ରହିଛି। ପିଲାମାନେ ଆଉ ବାପାମାଆଙ୍କୁ ଭଗବାନ ମାନୁ ନାହାଁନ୍ତି। ସେମାନଙ୍କର ଆଦର୍ଶ ଅଭିନେତା, ଖେଳାଳି, ରାଜନେତା ହେଉଛନ୍ତି ସେମାନଙ୍କ ପାଇଁ ଭଗବାନ।

ପିଲାମାନେ ଅର୍ଥ ଉପାର୍ଜନ ପାଇଁ ଆଜି ତିନୋଟି କ୍ଷେତ୍ର ପସନ୍ଦ କରୁଛନ୍ତି ସିନେମା, କ୍ରିକେଟ ନଚେତ୍ ରାଜନୀତି। ଯେଉଁ ପିଲାମାନେ ମାଟ୍ରିକ କିମ୍ବା ତତ୍ତୁଲ୍ୟ ପରୀକ୍ଷାରେ ଟପ୍ପର ହେଉଛନ୍ତି, ସେମାନେ ଭବିଷ୍ୟତରେ କ’ଣ ହେବେ ପଚାରିଲେ ମୁଁ ଜଣେ ଭଲ ମଣିଷ ହୋଇ ଲୋକଙ୍କ ସେବା କରିବା କଥା କହନ୍ତି ନାହିଁ। କହନ୍ତି ଡାକ୍ତର, ଇଞ୍ଜିନିୟର ଇତ୍ୟାଦି ହେବି । ଶେଷରେ ସେମାନେ ସେଇ ସ୍ଥାନରେ ପହଞ୍ଚିବା ପରେ କ’ଣ କରନ୍ତି ଆପଣମାନେ ଭଲ ଭାବରେ ଜାଣନ୍ତି। ଏସବୁ ପାଇଁ ଆମେ ଦାୟୀ। ପିଲାମାନେ ଭଲ ମଣିଷ ହେବା ପାଇଁ ଶିକ୍ଷା ଦେବା ପରିବର୍ତ୍ତେ ଡାକ୍ତର କ୍ରିକେଟର ଇଞ୍ଜିନିୟର ନେତା ଅଭିନେତା ମାନେ କିପରି ବହୁତ ବହୁତ ରୋଜଗାର କରି ପାରନ୍ତି ସେହି ଶିକ୍ଷା ଦେଇଥାଉ । ଆମେ ପିଲାମାନଙ୍କୁ ସେଇଭଳି ଲୋକଙ୍କ ସଫଳତାର କାହାଣୀ କହନ୍ତି। କେବେ ରାମାୟଣ ମହାଭାରତ ଭାଗବତ ଗୀତା କଥା କହନ୍ତି ନାହିଁ। କହିବା ପାଇଁ ଆମ ପାଖରେ ସମୟ କାହିଁ। କାରଣ ଆମେ ମଧ୍ୟ ସେହି ରାସ୍ତାରେ। ଯଦି ଆମେ ଆଜି ନିଶା ନେଉଛୁ କାଲି ଆମ ପିଲା ସେଇଆ କରିବି। ଆଜି ଆମେ ଯଦି ଟିଭି ଆଗରେ ବସି ହିଂସା ଅଶ୍ଳୀଳତାର ସିନେମା ଦେଖିଲୁ କାଲି ଆମ ପିଲା ସେଇଆ କରିବେ। ଅନେକ କଥା ଏମିତି ଅଛି। ଆମେ ଯାହା କରୁଛୁ ପିଲା କାଲିକି ସେଇଆ କରିବେ।

ଆମକୁ ଆଜି ମନ୍ଥନ କରିବାକୁ ହେବ। ଆମେ କ’ଣ କରିବା। ସମସ୍ତେ ଯଦି ବାସ୍ତବତା କୁ ବୁଝି ଛୋଟ ଛୋଟ ପ୍ରୟାସ ଜାରି ରଖନ୍ତେ ତାହେଲେ ଆମେ ଆମର ପରବର୍ତ୍ତୀ ପୀଢ଼ି ଙ୍କୁ ବଡ଼ ବିପଦରୁ ରକ୍ଷା କରି ପାରନ୍ତୁ। ପିଲାଙ୍କୁ ଭଲ କଥା ଶୁଣାନ୍ତୁ ,ଭଲ ଦେଖାନ୍ତୁ ଏବଂ ଭଲ କହିବା ପାଇଁ ଶିଖାନ୍ତୁ । ଆମକୁ କିନ୍ତୁ ଏଇ କଥା ମାନି ଚାଲିବାକୁ ହେବ କି ଆମେ ଖରାପ ଶୁଣିବା ନାହିଁ,ଖରାପ ଦେଖିବା ନାହିଁ ଏବଂ ଖରାପ କହିବା ନାହିଁ।

ଛୋଟ କାହାଣୀ ଟିଏ। ରାମକୃଷ୍ଣ ପରମହଂସ ପାଖକୁ ଜଣେ ମାଆ ତାଙ୍କ ପିଲାକୁ ନେଇ ଆସିଲେ ଓ କହିଲେ ,” ଗୁରୁଦେବ,ମୋ ପୁଅ ଆପଣଙ୍କୁ ସମ୍ମାନ କରେ। ଆପଣଙ୍କ ସବୁ କଥାକୁ ମାନେ । କିନ୍ତୁ ସେ ମିଠା ଖାଇବା ଛାଡ଼ି ପାରୁ ନାହିଁ।ଆପଣ ଯଦି ତାକୁ ମିଠା ଖାଇବାକୁ ମନା କରିବେ ସେ ଆପଣଙ୍କ କଥା ମାନିବ ବୋଲି କହୁଛି।ଆପଣ ଏହାର କିଛି ଗୋଟିଏ ବ୍ୟବସ୍ଥା କରନ୍ତୁ।” ରାମକୃଷ୍ଣ ପରମହଂସ କହିଲେ ଗୋଟେ ମାସ ପରେ ଆସ। ଗୋଟିଏ ମାସ ପରେ ମାଆ ପିଲାକୁ ଧରି ପହଞ୍ଚିଲେ। ରାମକୃଷ୍ଣ ପରମହଂସ ସେହି ପିଲାକୁ ଆଦରରେ ପାଖରେ ବସାଇ କହିଲେ ତୁମେ ମୋ କଥା ମାନିବ। ପିଲାଟି କହିଲା ମୁଁ ଆପଣଙ୍କ କଥା ନିଶ୍ଚୟ ମାନିବି। ଏହା ପରେ ପରମହଂସ ମିଠାର ଅପକାରିତା ବିଷୟରେ ପିଲାକୁ କହିଲେ ଓ ପିଲାଟି ଆଉ ମିଠା ଖାଇବ ନାହିଁ ବୋଲି ରାମକୃଷ୍ଣ ପରମହଂସଙ୍କୁ କଥା ଦେଲା। ମାଆ କିନ୍ତୁ ଆଶ୍ଚର୍ଯ୍ୟ ହୋଇଗଲେ ଓ ପଚାରିଲେ,” ଗୁରୁଜୀ, ଏତିକି କଥା ଆପଣ ଗୋଟିଏ ମାସ ଆଗରୁ ମଧ୍ୟ କହି ପାରି ଥାଆନ୍ତେ । କିନ୍ତୁ କାହିଁକି କହି ନଥିଲେ ମୋତେ ଦୟାକରି କହିବେ କି? ” ରାମକୃଷ୍ଣ ପରମହଂସ ହସିହସି କହିଲେ ତୁମ ପିଲା ପରି ମୁଁ ମଧ୍ୟ ବହୁତ ବହୁତ ମିଠା ଖାଉଥିଲି। ନିଜକୁ ନିୟନ୍ତ୍ରଣ କରିବା ପାଇଁ ମିଠା ମିଠା ପାଖରୁ ନିଜକୁ ଦୂରେଇବା ପାଇଁ ମୁଁ ଗୋଟିଏ ମାସ ସମୟ ନେଇଥିଲି। କାରଣ ଯଦି ମୁଁ ନିଜେ ମିଠା ଖାଉଛି ତାହେଲେ ମୋର କୈାଣସି ଅଧିକାର ନାହିଁ ପିଲାକୁ କହିବି କି ତୁମେ ମିଠା ଖାଇବ ନାହିଁ।

ପ୍ରିୟ ବନ୍ଧୁଗଣ, ମୋ ମନ କଥାର ଆଉ ଏକ ଅଧ୍ୟାୟ ନେଇ ମୁଁ  ପୁଣି ଥରେ ଆପଣଙ୍କ ପାଖକୁ ଆସିବି। ସେତେବେଳ ପର୍ଯ୍ୟନ୍ତ ମୋତେ ବିଦାୟ ଦିଅନ୍ତୁ। ନିଜର ଯତ୍ନ ନିଅନ୍ତୁ ଆଉ ହସୁ ଥାଆନ୍ତୁ।

ଧନ୍ୟବାଦ।

* ଜୟ ଜଗନ୍ନାଥ *

ରମାନାଥ କର

ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର

ବାଲେଶ୍ଵର

ମନ କଥା (୫୯)

——————-

କି ଯୁଗ ଆସି ପହଞ୍ଚିଲା। ପୂର୍ବରୁ କିଏ କେଉଁଠି କିଛି କାରଣରୁ ଯଦି suicide କଲା , ଯାହା କରୁଥିଲା ସବୁ ଲୁଚି ଲୁଚି କରୁଥିଲା। ଏବେ ଆଜ୍ଞା suicide ତ openly କରୁଛନ୍ତି।ମୋର ମନେ ଅଛି ” ଶୋଲେ ” ଫିଲ୍ମ ର ଗୋଟିଏ ଦୃଶ୍ୟରେ ଭୀରୁ ଅର୍ଥାତ୍ ଧର୍ମେନ୍ଦ୍ର ହେମାମାଳିନୀ ଅର୍ଥାତ୍ ବସନ୍ତୀ କୁ ବାହା ହେବା ପାଇଁ ଏମିତି ଜିଦ୍ ଧରିଲା , ସେ ସିଧା ପାଣି ଟାଙ୍କି ଉପରକୁ ଚଢ଼ି ଯାଇ ବଡ଼ ବଡ଼ ପାଟିରେ ପୂରା ରାମପୁର ଗାଆଁର ସବୁ ଲୋକମାନଙ୍କୁ କହିଲା କି ସେ ଯଦି ବସନ୍ତୀକୁ  marriageନକରେ ସମସ୍ତଙ୍କ ଆଗରେ ପାଣି ଟାଙ୍କିରୁ ତଳକୁ ଡେଇଁ suicide କରିବ । ଏସବୁ ଦୃଶ୍ୟକୁ କାନରେ ତୁଳା ପୂରେଇ ଜୟ ଅର୍ଥାତ୍ ଅମିତାଭ ବଚ୍ଚନ ଦେଖୁଥିଲେ ଏବଂ ତାଙ୍କର ଗୋଟିଏ ଡାଇଲଗ ଥିଲା, ” Shala roj roj drama karta hai “. ଛାଡ଼ନ୍ତୁ ସେକଥା ବହୁତ ପୁରୁଣା ହୋଇ ଗଲାଣି। ଏବେ  ମୋବାଇଲର ଯୁଗ‌ । ମୋବାଇଲ୍ ରେ ଦେଖା, ମୋବାଇଲ୍ ରେ ପ୍ରେମ, ମୋବାଇଲ୍ ରେ ଚାଟିଙ୍ଗ, ମୋବାଇଲ୍ ରେ ଡେଟିଙ୍ଗ, ମୋବାଇଲ୍ ରେ ରିଲେସନ ବ୍ରେକିଙ୍ଗ ଶେଷରେ ଆତ୍ମହତ୍ୟା ପୂର୍ବର ଭିଡିଓ ରେକଡିଙ୍ଗ୍ ।ବା ବା ରେ ଯୁବ ପିଢୀ। ତୁମକୁ ମାନିବାକୁ ପଡ଼ିବ। ମୃତ୍ୟୁକୁ ମଧ୍ୟ ଭୟ ନାହିଁ। କାହିଁକି ଅକାରଣରେ ଏମିତି ଏକ ଜୀବନ ଯାହା ଭଗବାନଙ୍କ ଦାନ ତାକୁ ବୁଝିବା ପୂର୍ବରୁ ଜୀବନକୁ ଅଲବିଦା କରି ଦେଉଛ। ଜାଣିଛ କେବେ, ଅନୁଭଵ କରିଛ କେବେ ସେଇ ମାଆକୁ କେତେ କଷ୍ଟ ହୋଇଥିବ,ଯିଏ ତୁମକୁ ଦୁନିଆକୁ ଆଣିବା ପାଇଁ ୯ମାସ ୭ଦିନ ଗର୍ଭରେ ଧରିଛି । ଅନୁଭବ କରିଛ କେବେ ସେଇ ବାପାର ଦୁଃଖକୁ ଯିଏ ନିଜେ ନଖାଇ ତୁମକୁ ଖୁଆଇଛି, ଯିଏ ନିଜେ ନପିନ୍ଧି ତୁମକୁ ପିନ୍ଧାଇଛି।

ମୁଁ ଏସବୁ ଏଇଥି ପାଇଁ କହୁଛି ଗୋଟିଏ recently  ଜଣେ ଯୁବକ ଗୋଟିଏ ଯୁବତୀକୁ ଭଲପାଇ ପରବର୍ତ୍ତୀ ସମୟରେ ତାଙ୍କର  affair କିଛି କାରଣରୁ break up ହୋଇଗଲା। ଏଥିରେ ଯୁବକ ଜଣକ ନିଜର ମାନସିକ ଭାରସାମ୍ୟ ହରାଇ କେଉଁ ଏକ ନିର୍ଜନ ସ୍ଥାନରେ ଆତ୍ମହତ୍ୟା କରିଛି। But breaking news ହେଉଛି ବିଷ ପିଇ ସାରି ଯୁବକ ଜଣକ ନିଜର ମନର ଦୁଃଖକୁ ଭିଡିଓ ରେକଡିଙ୍ଗ୍ କରିଛି କି ଝିଅଟି ତାକୁ ପ୍ରେମରେ ଧୋକା ଦେବାରୁ ସେ suicide କରୁଛି। ସତରେ ତା’ର ସାହସ ମାନିବା ପାଇଁ ପଡ଼ିବ । ଗୋଟିଏ ଝିଅ ପାଇଁ ଏତେ ମୂଲ୍ୟବାନ ଜୀବନକୁ ନଷ୍ଟ କରି ଦେଉଛି। Nonsense!! ଭଲ ହୋଇ ଥାଆନ୍ତା ଯଦି ତୋର ଏଇ ଜୀବନକୁ Boarder ଦଶଟି ଆତଙ୍କବାଦୀଙ୍କୁ ମାରି ଦେଶ ପାଇଁ ସହୀଦ ହୋଇ ଥାଆନ୍ତୁ। ବାପା ମାଆ ଧନ୍ୟ ହୋଇ ଥାଆନ୍ତେ।

ବନ୍ଧୁଗଣ, ମୋ ମତରେ ଯୁବକଟି ଗୋଟିଏ କଥା ଭୁଲିଗଲା। The most powerful thing about time is it changes.ସିଏ ଝିଅର ଏପରି ବ୍ୟବହାର ର ଜବାବ୍ ମଧ୍ୟ ଯୁବକ ଦେଇ ପାରି ଥାଆନ୍ତା, ମାତ୍ର ଅନ୍ୟ ଏକ ରାସ୍ତାରେ।ଆଉ ସେଇଟା ହେଉଛି ଜୀବନରେ ସଫଳତା। The best revenge ever is success . ମୁଁ ମାନୁଛି ସେ ଝିଅ ସହିତ ତା’ର break up ପରେ ତାକୁ ବହୁତ ଯନ୍ତ୍ରଣା ହୋଇଥିବ । ସେହି ଯନ୍ତ୍ରଣାକୁ ଯୁବକଟି ଚାହିଁଥିଲେ ସଫଳତା କୁ ପରିବର୍ତ୍ତନ କରି ପାରି ଥାଆନ୍ତା। ସମୟ ତା’ର ସାଥ୍ ନିଶ୍ଚୟ ଦେଇ ଥାଆନ୍ତା।କାରଣ ସମୟ ସବୁବେଳେ ବଦଳୁଛି।So don’t take pain for them who left you. But use the pain to earn success. This is the real revenge. Committing suicide means you defeated. କିନ୍ତୁ ତୁମକୁ ଜୀବନରେ ଜିତିବା ପାଇଁ ହେବ।କାରଣ ଜୀବନ ଜିତିବା ପାଇଁ, ହାରିବା ପାଇଁ ନୁହେଁ।

ଛୋଟ କାହାଣୀ ଟିଏ। ରାଜେଶ ଓ ସସ୍ମିତା ପରସ୍ପରକୁ ଭାରି ଭଲ ପାଉଥିଲେ। ଦୁହେଁ ସହରରେ ଗ୍ରାଜୁଏସନ୍ ପରେ  competitive exam ପାଇଁ କୋଚିଂ ନେଉଥିଲେ। Infact Sasmita belongs to rich family and Rajesh belongs to poor family.ଦିନେ ସସ୍ମିତା ରାଜେଶ କୁ କହିଛି କି ସେମାନେ ଫିଲ୍ମ ଦେଖିବାକୁ ଯିବେ। ମାତ୍ର ଫିଲ୍ମ ଟିକଟ କିଣିବାକୁ ରାଜେଶ ପାଖରେ ଟଙ୍କା ନାହିଁ ବୋଲି ରାଜେଶ ଦୁଃଖର ସହିତ ସସ୍ମିତା କୁ ଜଣାଇଛି। ସସ୍ମିତା ରାଜେଶ କୁ କହିଲା ” If you can’t take care of my expenses I am breaking up our relationship just now. Don’t ever call me again. You are worst than beggar. You will always stay as a looser “

ପାଖାପାଖି ୧୦ ବର୍ଷ ବିତି ଯାଇଛି। ଦିନେ ହଠାତ୍ ଦୁହିଁଙ୍କ ଦେଖା ହୋଇଛି ଗୋଟିଏ ବଡ଼ କମ୍ପାନୀର ରିସେପସନ୍ କକ୍ଷରେ। ସସ୍ମିତା ଙ୍କ ସ୍ୱାମୀ ସେହି କମ୍ପାନୀର  job କରୁଛନ୍ତି।  She was just waiting for him to serve his lunch. ରାଜେଶ କୁ ସେଠାରେ ଦେଖି ସସ୍ମିତାର ଘୃଣା ଆହୁରି ବଢି ଯାଇଛି। ସେ କହିଲା ” ହାଏ ରାଜେଶ, ଅନେକ ବର୍ଷ ପରେ ଦେଖା । ତୁମର ଚେହେରା ପୋଷାକ ପତ୍ର କ’ଣ ଏମିତି ସବୁ ବଦଳି ଯାଇଛି। ସେଦିନ ଫଟା ଚିରା ପିନ୍ଧୁଥିଲ । ଏହା ଭିତରେ ତୁମର ଲଟେରୀ କେଉଁଠି ଲାଗି ଗଲାକି। ଜାଣିଛ ,ମୋ ସ୍ୱାମୀ ଏଇଠି ମାସକୁ ଏକ ଲକ୍ଷ ଟଙ୍କା ଦରମାରେ ଚାକିରୀ କରିଛନ୍ତି। ତୁମେ ଜାଣି ଖୁସି ହେବ ମୁଁ ତାଙ୍କୁ ପ୍ରେମ ବିବାହ କରିଛି ।”

ରାଜେଶ୍ ସସ୍ମିତାର କଥା ଶୁଣି ନଶୁଣିଲା ଭଳି ଚାଲି ଯାଉଥିଲେ। ପଛରୁ ସସ୍ମିତାର ସ୍ୱାମୀ କହିଲେ ,”  Sir , namaskar. She is my wife Sasmita. ସସ୍ମିତା ମୁଁ ତୁମକୁ ଯେଉଁ ସାର୍ ଙ୍କ ବିଷୟରେ ବହୁତ ବହୁତ କହେ ନା, ଏଇ ହେଉଛନ୍ତି ସେଇ ସାର୍। ଯିଏ ମୋତେ ମାସକୁ ଏକ ଲକ୍ଷ ଟଙ୍କା ଦରମା ଦେଉଛନ୍ତି। ସାର୍ ଗୋଟିଏ ଝିଅକୁ ବହୁତ ଭଲ ପାଉଥିଲେ। ହେଲେ ସେ ଝିଅଟି ଟଙ୍କା ପାଇଁ ସାର୍ ଙ୍କ ପରି ଜଣେ ଦେବତାଙ୍କୁ ଧୋକା ଦେଲା। ଆଜି ସେ ନିଶ୍ଚୟ ଯେଉଁଠି ଥିବ ଅନୁତାପ କରୁଥିବ । ଆରେ ମୁଁ ଏତେ କଥା ସାର୍ ଙ୍କ ବିଷୟରେ କହି ସାରିଲିଣି । ତୁମେ ଏ ଯାଏଁ ସାର୍ ଙ୍କୁ ନମସ୍କାର ମଧ୍ୟ କରି ନାହଁ ।”

ସସ୍ମିତା କହିଲା ” Sir, namaskar”

Hello friends. I will be back again with another episode of my MaNAKATHA. Till then good bye. Take care. Stay smiled.

THANKS.

* Jay Jagannath *

Ramanath Kar

Baliapal CHC, Balasore.

ମନ କଥା (୬୦)

—————–

ଆମ ଜୀବନ ଏକ ଯାତ୍ରା। ଆମେ ଜୀବନ ଯାତ୍ରାର ଜଣେ ଜଣେ ଯାତ୍ରୀ କେବଳ। ସେଥିପାଇଁ ତ ଭଗବାନ ଶ୍ରୀକୃଷ୍ଣ ଗୀତାରେ କହିଛନ୍ତି” ଶରୀର ଯାତ୍ରାପି “। ଆମେ ଆଜିର ଦିନରେ ଯିଏ ଯେଉଁ ରୂପରେ ଯେଉଁ ସ୍ଥାନରେ ଅଛୁ it’s not our real destination. Our destination is to find and connect with the Supreme God . ଏହା ଆତ୍ମାର ଯାତ୍ରା। ଯେମିତି ଆମେ ଯାତ୍ରା କରିବା ସମୟରେ ଅନେକ ଷ୍ଟେସନ ଆସେ , ସେମିତି ଆତ୍ମାର ଏହି ଯାତ୍ରାରେ ଚଉରାଶି ଲକ୍ଷ ଷ୍ଟେସନ ଆସେ। Human body like junction.ଜଙ୍କସନ୍ ଏମିତି ଏକ ଯାଗା ଯେଉଁଠୁ ଗାଡ଼ି ତା’ର ରାସ୍ତା ବଦଳାଇ ଥାଏ। ଶ୍ରୀମଦ୍ ଭଗବତ ଗୀତାରେ ଭଗବାନ ୧୪ ଅଧ୍ୟାୟ ୧୮ ଶ୍ଳୋକରେ କହିଛନ୍ତି,

“ଉର୍ଦ୍ଧ୍ଵେ ଗଚ୍ଛନ୍ତି ସତ୍ୱସ୍ଥା

ମଧ୍ୟେ ତିଷ୍ଟନ୍ତି ରାଜସା

ଜଘନ୍ୟେ ଗୁଣ ବୃତ୍ତିସ୍ଥା

ଅଧୋ ଗଚ୍ଛନ୍ତି ତାମସା ।’

ଯଦି ଆମେ ଶରୀରର ଏଇ ଯାତ୍ରାରେ ସତ୍ ଗୁଣ ସମ୍ପନ୍ନ ହେବା ତାହେଲେ ଶରୀର ଉପରକୁ ଯିବ ଅର୍ଥାତ୍ ବୈକୁଣ୍ଠକୁ ଯିବ। ଯଦି ତମୋ ଗୁଣ ସମ୍ପନ୍ନ ହେବା ତାହେଲେ ଶରୀର ନିମ୍ନ କୁ ଯିବ। ଅର୍ଥାତ୍ ନର୍କ କୁ ଯିବ। ଯେତେବେଳ ପର୍ଯ୍ୟନ୍ତ ଆତ୍ମାର ପରମାତ୍ମା ଙ୍କ ସହିତ ମିଳନ ହୋଇ ନାହିଁ ସେତେବେଳେ ପର୍ଯ୍ୟନ୍ତ ଏଇ ଜନ୍ମ ମୃତ୍ୟୁର ଚକ୍ର ମଧ୍ୟରେ ଆମେ ଘାଣ୍ଟି ହେଉଥିବୁ । ଆଦି ଶଙ୍କରାଚାର୍ଯ୍ୟ କହିଲେ,

“ପୁନରପି ଜନମମ୍

ପୁନରପି ମରଣମ୍

ପୁନରପି ଜନନୀ ଜଠରେ ଶୟନମ୍

ଇହ ସଂସାରେ ବହୁ ଦୁଷ୍ଟାରେ

କୃପୟା ପରେ

ପାହି ମୁରାରେ

ଭଜ ଗୋବିନ୍ଦମ୍ ଭଜ ଗୋବିନ୍ଦମ୍

ଗୋବିନ୍ଦମ୍ ଭଜ ମୁଢ ମତି।”

ସୁତରାଂ ପରମାତ୍ମା ଙ୍କ ସହିତ ସଂଯୋଗ ନହେବା ପର୍ଯ୍ୟନ୍ତ ଆମେ ବିଭିନ୍ନ ରୂପରେ ଜନ୍ମ ହେଉଥିବା, ପୁଣି ମରୁଥିବା, ପୁଣି କେଉଁ ରୂପରେ କେଉଁ ଜନନୀ ଗର୍ଭରେ ପାଳିତ ହେଉଥିବା।

ଜୀବନରେ ଯାତ୍ରା ସବୁବେଳେ କଷ୍ଟ ଦାୟକ । ଚାଣକ୍ୟ କହିଛନ୍ତି

” କଷ୍ଠାତ୍ କଷ୍ଟମ୍ ବାସତମ୍ ପ୍ରବାସୀ”ତେଣୁ ପ୍ରବାସ ଅର୍ଥାତ୍ ଯାତ୍ରା ସବୁବେଳେ କଷ୍ଟ ପୂର୍ଣ୍ଣ।

ଜୀବନରେ ଆମେ ଯାତ୍ରା କରୁଛନ୍ତି ସୁଖ ଖୋଜିବା ପାଇଁ।ସୁଖ ପାଇଲେ ଦୁଃଖରୁ ଆମେ ମୁକ୍ତ ହେବୁ । ବାସ୍ତବରେ ଆମର ଦୁଃଖର କାରଣ କ’ଣ।ଆମ ଦୁଃଖର କାରଣ ଧନ ନୁହେଁ।ଆମ ଦୁଃଖର କାରଣ ପ୍ରେମ ନୁହେଁ। ଆମ ଦୁଃଖର ପ୍ରକୃତ କାରଣ ହେଉଛି ଆମର ଏଇ ଶରୀର।

ଛୋଟ କାହାଣୀ ଟିଏ। ଗୋଟିଏ ରାଜ୍ୟରେ ଜଣେ ରାଜା ଥାଆନ୍ତି। ହଠାତ୍ ତାଙ୍କର ଦେହ ଖରାପ ହେଲା। ଏମିତି ସେ ଅସୁସ୍ଥ ଥିଲେ ଯେ ରାଜ୍ୟର ଯେତେ ବୈଦ୍ୟ,ରାଜ ବୈଦ୍ୟ କେହି ଭଲ କରି ପାରିଲେ ନାହିଁ। ସମସ୍ତେ ଚିନ୍ତାରେ ପଡ଼ିଗଲେ। କେହି ଜଣେ ମହାମନ୍ତ୍ରୀଙ୍କୁ କହିଲେ ରାଜ୍ୟରେ ଜଣେ ଜ୍ଞାନୀ ସାଧୁ ଅଛନ୍ତି, ସେ ନିଶ୍ଚୟ ରାଜାଙ୍କୁ ସୁସ୍ଥ କରିଦେବେ। ସଙ୍ଗେ ସଙ୍ଗେ ମନ୍ତ୍ରୀ ନିର୍ଦ୍ଦେଶ ଦେଲେ। ସେନାପତି ସାଧୁଙ୍କ ପାଖରେ ପହଞ୍ଚିଲେ। ତାଙ୍କୁ ପ୍ରଣାମ କଲେ।କେଉଁ ଉଦ୍ଦେଶ୍ୟରେ ସେ ଆସିଛନ୍ତି ସବୁ କଥା କହିଲେ। ତାପରେ ସାଧୁ ରାଜଭବନକୁ ଆସିଲେ। ରାଜାଙ୍କୁ ଦେଖିଲା ପରେ ସେ ମନ୍ତ୍ରୀଙ୍କୁ କହିଲେ, ” ରାଜାଙ୍କ ଅସୁସ୍ଥତାର କାରଣ ମୁଁ ଜାଣି ପାରିଛି। ଏହାର ନିରାକରଣ ପାଇଁ ଆପଣଙ୍କୁ ଏକ ଉପାୟ କରିବାକୁ ପଡ଼ିବ। ଆପଣଙ୍କ ରାଜ୍ୟର ସବୁଠାରୁ ଖୁସିରେ ଥିବା ବ୍ୟକ୍ତିଙ୍କୁ ଖୋଜନ୍ତୁ। ତାଙ୍କୁ ପାଇଲା ପରେ ସେ ଯେଉଁ ଶାର୍ଟ୍ ପିନ୍ଧିଥିବେ , ସେହି ଶାର୍ଟ୍ ଟିକୁ ଆଣି ରାଜାଙ୍କୁ ପିନ୍ଧାଇ ଦେଲେ ରାଜା ଭଲ ହୋଇଯିବେ ” । ରାଜାଙ୍କ ସୈନ୍ୟ ମାନେ ସାରା ରାଜ୍ୟରେ ଖୋଜାଖୋଜି ଆରମ୍ଭ କରିଦେଲେ। ହେଲେ ଖୁସିରେ ଥିବା ବ୍ୟକ୍ତିଙ୍କୁ କେଉଁଠି ପାଇଲେ ନାହିଁ। ସମସ୍ତେ କିଛି ନା କିଛି ଦୁଃଖରେ ରହିଛନ୍ତି।ଶେଷରେ ମନ୍ତ୍ରୀ ଜଣେ ନାଉରୀଆ ପାଖରେ ପହଞ୍ଚିଲେ ଯିଏକି ସବୁଠାରୁ ଖୁସିରେ ଥିଲେ। ମନ୍ତ୍ରୀ ନଦୀ ପାରି ହେବା ସମୟରେ ଯେତେବେଳେ ତାଙ୍କ ସହିତ କଥା ହେଉଥିଲେ ଜାଣିଲେ ଯେ ନାଉରୀଆ ଜଣକ ବହୁତ ବହୁତ ଖୁସିରେ ଅଛନ୍ତି। ମନ୍ତ୍ରୀ ରାଜାଙ୍କ ଅସୁସ୍ଥତା ବିଷୟରେ ତାଙ୍କୁ କହିଲେ ଏବଂ ସେ ପିନ୍ଧୁଥିବା ଶାର୍ଟ୍ ଟିକୁ ଦେବା ପାଇଁ ନିବେଦନ କଲେ।ନାଉରୀଆ ଜଣକ ଖୁବ୍ ହସିଲେ। ଶେଷରେ କହିଲେ ,”  ମହାମନ୍ତ୍ରୀ ,ଏହା ସତ୍ୟ ଯେ ମୁଁ ସବୁଠୁ ଖୁସିରେ ଅଛି। ହେଲେ ମୋ ପାଖରେ ମୋ ଦେହକୁ ଘୋଡାଇବାକୁ ଶାର୍ଟ୍ ନାହିଁ। ସେଥିପାଇଁ ମୁଁ ଖୁସିରେ ଅଛି।”

ମନ୍ତ୍ରୀ ଫେରି ଆସିଲେ। ନାଉରୀଆ ଜଣକ ତାଙ୍କୁ ଗଭୀର ଜ୍ଞାନ କଥା କହିଲେ। ଆମେ ଏଇ ଶରୀରକୁ ଘୋଡାଇବାକୁ ଅର୍ଥାତ୍ ତାକୁ ସଜେଇବାକୁ କେତେ ଯତ୍ନବାନ ହେଉଛୁ , ଯଦିଓ ଏହା ଚିରସ୍ଥାୟୀ ନୁହେଁ।ଶରୀର ପାଇଁ ସବୁ କାମନା କରୁଛୁ। ଶେଷରେ ଆମେ ଦୁଃଖ ଭୋଗ କରୁଛୁ।

ଏହା ଏକ କାଳ୍ପନିକ ଗଳ୍ପ। ଯେଉଁ ଗଳ୍ପରେ ରାଜା ହେଉଛନ୍ତି ଆତ୍ମା। ଆତ୍ମାକୁ ସୁଖ ଦରକାର। ସେ ସୁଖ ମିଳିବ ଈଶ୍ୱରଙ୍କ ସାନିଧ୍ୟ ପାଇଲେ , ନୁହେଁ କି ସଂସାରର ଏହି ସୁଖ ବସ୍ତୁରେ।

Hello friends,I will be back again with another episode of my MANAKATHA. Till then good bye. Take care. Stay smiled.

THANKS.

* ଜୟ ଜଗନ୍ନାଥ *

ରମାନାଥ କର

ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର

ବାଲେଶ୍ଵର

ମନ କଥା (୬୧)

——————

ଆଜି ଜଗତ ଜନନୀ ଅଭୟ ଦାୟିନୀ ଦୁଃଖ ବିନାଶିନୀ ଶାରଦା ବରଦା ମାଆ ଦଶଭୁଜା ଙ୍କ ମହାସପ୍ତମୀ ସନ୍ଧ୍ୟା।ମୋ ମନରେ ଗୋଟିଏ ପ୍ରଶ୍ନ ଆନ୍ଦୋଳିତ ହେଉଛି। ଉତ୍ତର ଏକ ନିଶ୍ଚୟ ମନକୁ ମୋର ଆସୁଛି। କିନ୍ତୁ ମୁଁ ଦ୍ବନ୍ଦରେ ଅଛି। ମୋ ଉତ୍ତରଟି କ’ଣ ଆପଣଙ୍କ ମନକୁ ପାଇବ? ତେବେ ମୋର ପ୍ରିୟ ପାଠକ ପାଠିକା ମାନଙ୍କ ଠାରେ ଏଇ ଛୋଟ ନିବେଦନ ରଖିବି। ଯଦି ମୋର ଉତ୍ତର ଆପଣଙ୍କ ମନକୁ ପାଉନଥାଏ, ନିଶ୍ଚିତ ଭାବରେ ଆପଣଙ୍କ ମନ କଥା ଶୁଣିବା ପାଇଁ ମୁଁ ଅପେକ୍ଷାରେ ରହିଲି।

ଧରନ୍ତୁ ଆପଣ ଜଣେ ନୈଷ୍ଠିକ ହିନ୍ଦୁ ଅଟନ୍ତି। ଆପଣ କେଉଁ ବହୁ ଦୂର ସ୍ଥାନକୁ ଯାଉଛନ୍ତି। ଆପଣଙ୍କୁ ପ୍ରବଳ ଭୋକ ଲାଗିଲା।ଆପଣ ଯାହା ସାଥିରେ ଖାଦ୍ୟ ଆଣିଥିଲେ ତାହା ଶେଷ ହୋଇ ଯାଇଛି। ଦୂର ଦୂର ପର୍ଯ୍ୟନ୍ତ ଆପଣଙ୍କୁ ଗାଆଁ କି ସହର କିଛି ଦେଖା ଯାଉ ନାହିଁ , ଯେଉଁଠି ଆପଣଙ୍କୁ କିଛି ଖାଇବାକୁ ବ୍ୟବସ୍ଥା ହୋଇ ପାରିବ। ହେଲେ ଭୋକର ଜ୍ୱ।ଳା ଏତେ ଯେ ସେତିକିବେଳେ ଆପଣଙ୍କୁ କିଛି ଯଦି ଖାଇବାକୁ ନମିଳେ , ଆପଣଙ୍କୁ ଏମିତି ଅନୁଭବ ହେଉଛି କି ଆପଣଙ୍କର ମୃତ୍ୟୁ ହୋଇଯାଇ ପାରେ। ଠିକ୍ ଏତିକିବେଳେ ଆପଣଙ୍କର ଜଣେ ସହଯାତ୍ରୀ ଯିଏକି ଜଣେ ନୈଷ୍ଠିକ ମୁସଲମାନ,ସେ ଆପଣଙ୍କର ଏଭଳି ଅବସ୍ଥା ଦେଖି ଆପଣଙ୍କୁ ତାଙ୍କ ପାଖରେ ଥିବା ରୁଟି ତରକାରୀ ଖାଇବାକୁ ଅନୁରୋଧ କଲେ। ମୋର ଆପଣଙ୍କୁ ବିନମ୍ର ପ୍ରଶ୍ନ ଆପଣ ସେହି ମୁସଲମାନ ଯାତ୍ରୀଙ୍କ ପାଖରୁ ରୁଟି ତରକାରୀ ଖାଇ ମୃତ୍ୟୁ ମୁହଁରୁ ବଞ୍ଚିବା ପାଇଁ ଚାହିଁବେ ନା ଭୋକ ଯନ୍ତ୍ରଣାରେ ମୃତ୍ୟୁବରଣ କରିବାକୁ ଚାହିଁବେ?

ଧରନ୍ତୁ ଆପଣ ଜଣେ ନୈଷ୍ଠିକ ମୁସଲମାନ। ଆପଣ ସେହିପରି ଭାବରେ କୈାଣସି ଏକ ଦୂର ଯାଗାକୁ ଯାଉଛନ୍ତି। ଅନୁରୂପ ଭାବେ ସମାନ ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି। ସେତେବେଳେ ଜଣେ ହିନ୍ଦୁ ସହଯାତ୍ରୀ ଆପଣଙ୍କୁ ମହାପ୍ରଭୁଙ୍କ ପ୍ରସାଦ ତରକାରୀ ଯାଚିଛନ୍ତି ।ଆପଣ ଠାକୁରଙ୍କ ପାଖରେ ଲାଗି ହୋଇଥିବା ସେହି ପ୍ରସାଦ ଖାଇ ନିଜକୁ ମୃତ୍ୟୁ ମୁହଁରୁ ବଞ୍ଚିବା ପାଇଁ ଚାହିଁବେ ନା ଭୋକ ଯନ୍ତ୍ରଣାରେ ମୃତ୍ୟୁବରଣ କରିବାକୁ ଚାହିଁବେ?

ମୋ ମତରେ କାହାଠାରୁ କିଛି ଖାଇଦେଲେ ଆମର ଧର୍ମ ଚାଲି ଯିବ ନାହିଁ , ଆମେ ହିନ୍ଦୁ ହେଉ କିମ୍ବା ମୁସଲମାନ ହେଉ ଯଦି ଖାଦ୍ୟ ସାତ୍ତ୍ୱିକ ହୋଇ ଥାଏ। ଜଣେ ଭୋକିଲା ପାଇଁ ଭୋକ ହେଉଛି ତାର ଧର୍ମ,ଭୋକ ହେଉଛି ତାର ମଜହବ୍। ରୁଟି ହେଉଛି ତା ପାଇଁ ଈଶ୍ୱର। ତେଣୁ ମୁଁ କହେ ଭୋକ ଠାରୁ ବଡ଼ ଧର୍ମ କିଛି ନାହିଁ ଏବଂ ରୁଟି ଠାରୁ ବଡ଼ ଈଶ୍ୱର ଆଉ କେହି ନାହାଁନ୍ତି। ଏଠି ଯାହା ଚାଲିଛି କେବଳ ଚାଖଣ୍ଡେ ପେଟର ଭୋକ ପାଇଁ।

ଛୋଟ କାହାଣୀ ଟିଏ। ଦୀନବନ୍ଧୁ ଏକ କମ୍ପାନୀରେ ଚାକିରୀ କରନ୍ତି। ଘରେ ତାଙ୍କର ସ୍ତ୍ରୀ ଏବଂ ଦୁଇ ପୁଅ। ଜଣେ ପାଞ୍ଚ ବର୍ଷର ଆଉ ଜଣେ ତିନି ବର୍ଷର। ଖୁସିରେ ତାଙ୍କର ପରିବାର ଚାଲିଥିବା ବେଳେ ଯେମିତି କାହାର ନଜର ଲାଗିଲା। ହଠାତ୍ ପରିବାର ଉପରେ ମାଡ଼ି ଆସିଲା ଦୁଃଖର ଝଡ଼। ଦୀନବନ୍ଧୁ ପକ୍ଷାଘାତ ରୋଗରେ ଆକ୍ରାନ୍ତ ହେଲେ। କମ୍ପାନୀ ଯିବା ବନ୍ଦ ହୋଇଗଲା। ମାସକୁ ମାସ ଯେଉଁ ଦରମା ମିଳୁଥିଲା ସିଏ ବି ବନ୍ଦ ହୋଇଗଲା। ଘରେ ଯାହା କିଛି ଥିଲା ଦୀନବନ୍ଧୁଙ୍କ ଚିକିତ୍ସାରେ ଶେଷ ହୋଇଗଲା। ଶେଷରେ ଦିନେ ଦୀନବନ୍ଧୁ ଆଖି ବୁଜିଲେ। ଘରେ ଆଉ କିଛି ନଥିଲା ତାଙ୍କର। ଏପରିକି ଖାଇବା ପାଇଁ ତାଙ୍କ ପାଖରେ କିଛି ନଥିଲା।ବୋଝ ଉପରେ ନଳିତା ବିଡା ପରି ବାପାଙ୍କ ମୃତ୍ୟୁର ପ୍ରଥମ ଦିନରେ ଭୀଷଣ ଜ୍ବର ଧରିଲା। ଦେହରେ ତାର ଏତେ ଜୋରରେ ତାତି ଥିଲା ଯେ ଖଇ ଫୁଟିବ। ସେ ନିସ୍ତେଜ ହୋଇ ଶୋଇ ରହିଥିଲା। ଏମିତି ପରିସ୍ଥିତି ଥିଲା , ଯେମିତି ଭଗବାନ ସବୁ ଦୁଃଖ ସେହି ମାନଙ୍କ ଭାଗ୍ୟରେ ଲେଖି ଦେଇଛନ୍ତି। ଦୀନବନ୍ଧୁଙ୍କ ପରିବାର କ’ଣ ଖାଇବେ , କେମିତି ତାଙ୍କର କ୍ରିୟା କର୍ମ ହେବ ତାଙ୍କ ବିଧବା ପତ୍ନୀଙ୍କୁ ଚିନ୍ତା ଘାରିଲା। ପ୍ରଥମ ତିନି ଦିନ ସାଇପଡିଶା ଖାଇବାକୁ ଦେଲେ। ଚତୁର୍ଥ ଦିନ ସେମାନେ ଦିନ ସାରା କିଛି ଖାଇ ନଥାନ୍ତି। ବକଟେ ବକଟେ ପିଲା ଦୁଇଟା ଭୋକରେ ଆଉଟୁ ପାଉଟୁ ହେଉ ଥାଆନ୍ତି।

ସାନ ପୁଅ ପଚାରିଲା ,” ମାଆ ମୋତେ ବହୁତ ଭୋକ ହେଉଛି। ମୋ ପେଟ ମୁଣ୍ଡ କ’ଣ ହୋଇ ଯାଉଛି। ବଡ଼ ଭାଇ କେତେବେଳେ ମରିବ ???”

ଗୋଟିଏ ସାନ ପିଲା ପାଖରୁ ଏ ଭଳି ଏକ ପ୍ରଶ୍ନରେ ମାଆ ଯେତିକି ଆଶ୍ଚର୍ଯ୍ୟ ହେଲା ତା ଠାରୁ ଅଧିକ ସେ ପୁଅକୁ ଧରି ଭୋ ଭୋ ହୋଇ କାନ୍ଦୁଥାଏ। ମାଆଟି ଥରେ ଅସୁସ୍ଥ ବଡ଼ ପୁଅ ମୁହଁକୁ ଚାହୁଁ ଥାଏ , ଥରେ ସାନ ପୁଅ ମୁହଁକୁ ଚାହୁଁ ଥାଏ। ଭଗବାନଙ୍କୁ ଡାକୁଥାଏ ,ସତରେ ପ୍ରଭୁ ଆଜି ମୋତେ ଏଇ ଦିନ ଦେଖାଇବାକୁ ରଖିଛ ଗୋଟିଏ ପୁଅ ପଚାରୁଛି ଆର ପୁଅଟି କେବେ ମରିବ। ମୁଁ ମାଆ ହୋଇ କେମିତି ଏହା ସହିବି। ମାଆ କାନ୍ଦୁଥିବାର ଦେଖି ସାନ ପୁଅ ମାଆର ଆଖି ଲୁହ ନିଜ ହାତରେ ପୋଛି ଦେଉ ଦେଉ କହିଲା ମାଆ ତୁମେ କାହିଁକି କାନ୍ଦିଲ ??? ମାଆ କହିଲା,” ତୁ କାହିଁକି ମୋତେ ପଚାରିଲୁ ତୋ ଭାଇ କେବେ ମରିବ ବୋଲି। ଏମିତି କେହି କ’ଣ କହନ୍ତି। ଏମିତି କହିବା ଉଚିତ୍ ନୁହେଁ।ଆଉ କେବେ କହିବୁ ନାହିଁ ମୋ ସୁନାଟା ପରା ।”

ସାନ ପୁଅ କହିଲା ,” ମାଆ ମୁଁ କେବେ ବି ଏମିତି କହିବି ନାହିଁ। ମାଆ ମୁଁ ଜାଣିଥିଲି ବାପା ମରିଗଲା ପରେ ଲୋକେ ଆମ ଘରକୁ ଖାଇବାକୁ ନେଇ ଆସିଥିଲେ।ଆମର ତ ଖାଇବା ପାଇଁ କିଛି ନାହିଁ। ତେଣୁ ଭାବିଲି ଭାଇ ମରି ଗଲେ ସେମିତି ଲୋକେ ଆମ ପାଇଁ ଖାଇବା ନେଇ ଆସିବେ।”

ବନ୍ଧୁଗଣ, ଏହା ଏକ କାଳ୍ପନିକ କାହାଣୀ। ଠାକୁର କରନ୍ତୁ ଏମିତି ଘଟଣା କାହା ପରିବାରରେ ନଘଟୁ।ଭୋକ କ’ଣ ,ଯିଏ କେବେ ଭୋକରେ ରହିଛି ,ସିଏ ଜାଣିଛି ଭୋକ କ’ଣ । ଆମେ ମନ୍ଦିର, ପୂଜା ପର୍ବରେ କେତେ କେତେ ଦାନ କରୁଛୁ। ପରିଶେଷରେ ଆମର ଦାନ ରାଶିରେ କ’ଣ କ’ଣ ହୁଏ ଆପଣ ମାନେ ଭଲ ଭାବରେ ଜାଣିଛନ୍ତି। ଏସବୁ କ୍ଷେତ୍ରରେ ଦାନ ଧର୍ମ କରିବାକୁ ମନା କରୁ ନାହଁ। କିନ୍ତୁ ଏତିକି କରି ପାରିବା ଆମେ ଜଣକୁ ବି କେବେ ଭୋକିଲା ରଖିବା ନାହିଁ। ଭୋକିଲା ପେଟକୁ ଭାତ ଗଣ୍ଡାଏ ଦେବାରେ ଯେଉଁ ଧର୍ମ ଅଛି , ଯେଉଁ ପୁଣ୍ୟ ଅଛି , ତାହା ଅନ୍ୟ କେଉଁଠାରେ ନାହିଁ।

ପ୍ରିୟ ବନ୍ଧୁଗଣ, ମୋ ମନ କଥାର ଆଉ ଏକ ନୂଆ ଅଧ୍ୟାୟ ନେଇ ମୁଁ ପୁଣି ଥରେ ଆସିବି। ସେତେବେଳ ପର୍ଯ୍ୟନ୍ତ ମୋତେ ବିଦାୟ ଦିଅନ୍ତୁ। ନିଜର ଯତ୍ନ ନିଅନ୍ତୁ ଆଉ ହସୁ ଥାଆନ୍ତୁ।

ଧନ୍ୟବାଦ।

* ଜୟ ଜଗନ୍ନାଥ *

ରମାନାଥ କର

ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର

ବାଲେଶ୍ଵର

ମନ କଥା (୬୩)

——————-

ମୋର ମନେ ପଡୁଛି ପିଲାଦିନେ ଆମେ ପଣିକିଆ, ବିଶ୍ଲେଷଣ ମୁଖସ୍ଥ କରୁଥାଉ। ବିଶ୍ଲେଷଣ ରେ ଗୋଟିଏ ଧାଡ଼ି ଆପଣଙ୍କୁ ମନେ ପକାଇ ଦେବାକୁ ଚାହିଁବି।

1-1=0

ଆମେ ଏକ ରୁ ଏକ ବିୟୋଗ କଲେ ବିୟୋଗଫଳ ଶୂନ ହେବ ।ଯଦି ଏହି ସୂତ୍ର କୁ ଆମେ ଜୀବନରେ ପ୍ରୟୋଗ କରିବା ଆମେ ଏତିକି ସରଳରେ ବୁଝି ପାରିବା କି ଯାହା ଆମ ପାଖରେ ଆଜି ଅଛି ଯଦି ସେତିକି ଆମ ପାଖରୁ ଚାଲିଯାଏ ତେବେ ଆମ ପାଖରେ ଶୂନ ରହିବ ଅର୍ଥାତ କିଛି ରହିବ ନାହିଁ।ମାତ୍ର ଏହି ଶୂନ ର ମଧ୍ୟ ଗୁରୁତ୍ୱ ରହିଛି।ଯଦି ଶୂନ ଡାହାଣରେ ଆମେ ଧରାଯାଉ ୧ ଲେଖିବୁ ତାହେଲେ ସଂଖ୍ୟାଟି ୦୧ ହେବ ।କିନ୍ତୁ ଆମେ ସେହି ଏକ କୁ ଶୂନ ର ବାମ ପଟରେ ଲେଖିଲେ ସଂଖ୍ୟାଟି୧୦ ହେବ।ଆମ ଉପରେ ନିର୍ଭର କରୁଛି ଶୂନ କୁ ଆମେ କେଉଁଠି ବ୍ୟବହାର କରିବୁ। ମାତ୍ର ଗୋଟିଏ କଥା ସ୍ପଷ୍ଟ ଯେ ଜୀବନରେ କେବେ ଯଦି ଆମେ ଶୂନ ହୋଇଯାଉ ,କେବି ବି କେହି ନିରାଶ ହେବୁ ନାହିଁ ,ସମୟ ନିଶ୍ଚିତ ବଦଳିବ।

ଛୋଟ କାହାଣୀ ଟିଏ।ଛୋଟୋ, ବାଇଶି ବର୍ଷର ଯୁବକ।ବାପାଙ୍କର ଗୋଟିଏ ଚା ଦୋକାନ ଅଛି ମୁମ୍ବାଇ ନାଗପୁର ଜାତୀୟ ରାଜପଥରେ।ବାପା ଓ ପୁଅ କୁ ଛାଡି ଆଉ କେହି ପରିବାରରେ ନାହାଁନ୍ତି।ସେମାନେ ବହୁତ କଷ୍ଟରେ ଚଳନ୍ତି।ଛୋଟୋ ସେତେବେଳେ ଗ୍ରାଜୁଏସନ କରୁଥିଲେ।ହଠାତ୍ ଛୋଟୋଙ୍କ ବାପା କ୍ୟାନ୍ସରରେ ମୃତ୍ୟବରଣ କଲେ।ଛୋଟୋଙ୍କ ଜୀବନ ଆକାଶରେ କଳା ବାଦଲ ଘୋଟିଗଲା।ବାପାଙ୍କ ସଞ୍ଚିତ ଅର୍ଥ ସବୁ ତାଙ୍କ ଚିକିତ୍ସାରେ ଖର୍ଚ୍ଚ ହୋଇ ସାରିଥିଲା।ଏବେ ଛୋଟୋ ପୁରା ଶୂନ।ଗ୍ରାଜୁଏସନ ପରୀକ୍ଷାଫଳ ବାହାରିଲା।ଫାଷ୍ଟ କ୍ଲାସ ପାସ କରିଛନ୍ତି। କେମିତି ଆଉ ଆଗକୁ ପଢିବେ।ପଢିବା ପାଇଁ ବହୁତ ଇଛା।ହେଲେ ପଢିବା ପାଇଁ ପଇସା କାହିଁ।

ଭାଗ୍ୟକୁ ନିନ୍ଦା ଦେଇ ଛୋଟୋ ପରଦିନ ସକାଳୁ ବାପାଙ୍କ ଚା ଦୋକାନକୁ ବାହାରି ପଡିଲେ ନିଜର ଭାଗ୍ୟ ପରୀକ୍ଷା କରିବା ପାଇଁ।ଅନେକ ଦିନ ଧରି ଦୋକାନ ବନ୍ଦ ଥିବାରୁ କେହି ଜଣେ ବୋଲି ଗ୍ରାହକ ଆସୁ ନଥାନ୍ତି।ଦୋକାନଟି ଏକ ଫାଙ୍କା ଜାଗାରେ ମଧ୍ୟ ଥିଲା। ତିନି ଦିନ ଛୋଟୋଙ୍କ ଦୋକାନରେ ବଇନି ମଧ୍ୟ ହେଲା ନାହିଁ। ଠିକ ତା ପରଦିନ ଯେମିତି ଛୋଟୋଙ୍କ ପାଇଁ ଅପେକ୍ଷା କରିଥିଲା ଏକ ସୁନ୍ଦର ସକାଳ। ଛୋଟୋ ଯାଇ ଦୋକାନ ଖୋଲିଲେ।ବାପାଙ୍କ ଫଟୋରେ ଫୁଲ ଦେଲେ।ଧୂପ ଦେଲେ। ହଠାତ୍ ଜଣେ ଭଦ୍ର ଵ୍ୟକ୍ତି ଗାଡ଼ିରୁ ଓହ୍ଲାଇଲେ। ତାଙ୍କୁ ପଚାରିଲେ କି ନାଗପୁର ଆଉ କେତେ ଦୁର ବୋଲି । ଛୋଟୋ କହିଲେ ୨୦ କିଲୋମିଟର। ବ୍ୟକ୍ତି ଜଣକ କହିଲେ କି ପୂର୍ବ ମାଇଲ ଷ୍ଟୋନ୍ ରେ ଲେଖା ଯାଇଛି। ଛୋଟୋ କହିଲେ ନାହିଁ ସାର ନ,ନାଗପୁର ଏଇଠୁ ଆହୁରି୨୦ କିଲୋମିଟର, ମୁଁ ସତ କହୁଛି।ବ୍ୟକ୍ତି ଜଣକ ଛୋଟୋ ଙ୍କୁ ଚା ମାଗିଲେ। ଭଦ୍ର ବ୍ୟକ୍ତିଙ୍କୁ ଚା ଦେଇ ସାରି ଛୋଟୋ କହିଲେ ସାର, କେହି ବୋଧହୁଏ ସେଠାରେ ଶୂନ ଟିକୁ ଲିଭାଇ ଦେଇଛି।ଲୋକେ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିବେ। ଆପଣ ଚା ପିଉ ଥାଆନ୍ତୁ। ମୁଁ ଚୁଲାରୁ କୋଇଲା ଖଣ୍ଡେ ନେଇକି ଯାଉଛି ,ସେଠାରେ ଶୂନ ଲେଖି ଦେଇ ଆସୁଛି। ଏତିକି କହି ଛୋଟୋ କୋଇଲା ଖଣ୍ଡେ ନେଇ ମାଇଲ ଷ୍ଟୋନ ପାଖକୁ ଗଲେ ଏବଂ ସତକୁସତ ଶୂନ ସେଠାରେ କିଏ ଲିଭାଇ ଦେଇଥିଲା। ତାକୁ ସଜାଡ଼ି ଦେଲେ। ଦୋକାନ ପାଖରେ ପହଞ୍ଚିଲେ। ବ୍ୟକ୍ତି ଜଣକ ଜଣେ ରାୟପୁର ର ବିଶିଷ୍ଟ କପଡ଼ା ବ୍ୟବସାୟୀ ଥିଲେ। ସେ ଛୋଟୋ ଙ୍କ ଏହି ମହତ କାର୍ଯ୍ୟରେ ବହୁତ ଖୁସି ହୋଉଗଲେ। ମନେ ମନେ ଭାବୁଥିଲେ ଯିଏ ଏତେ ପରୋପକାରୀ ସିଏ କେତେ ସାଧୁ ହୋଇ ନଥିବେ।

ବ୍ୟକ୍ତି ଜଣକ ଛୋଟୋ ଙ୍କ ବିଷୟରେ ପଚାରି ସବୁ ବୁଝିଲେ। ସେ କହିଲେ ,ଦେଖ ଛୋଟୋ ମୋର କେହି ପିଲାପିଲି ନାହାଁନ୍ତି। ପାଞ୍ଚ ବର୍ଷ ପୂର୍ବେ ମୁଁ

ମୋର ପରିବାରକୁ ଏକ ସଡକ ଦୁର୍ଘଟଣାରେ ହରାଇ ଦେଇଛି। ତୁମେ ମୋ ସହିତ ମୋ ଘରକୁ ଯିବ କି। ତୁମେ ମୋ ସହିତ ମୋର ପୁଅ ହୋଇ ରହିବ । ଏତିକି ଶୁଣି ଛୋଟୋ କାନ୍ଦି ପକାଇଲେ। ସେ ବିଶ୍ୱାସ କରି ପାରୁ ନଥିଲେ ଏହା ସ୍ୱପ୍ନ ନା ସତ। କପଡା ବ୍ୟବସାୟୀ ଭଦ୍ର ବ୍ୟକ୍ତିଙ୍କୁ ପ୍ରଣାମ କଲେ। ବ୍ୟକ୍ତି ଜଣକ ତାଙ୍କ ଗାଡିର ପଛ ଦୁଆର ନିଜେ ଖୋଲିଦେଲେ। ଛୋଟୋ ଗାଡ଼ିରେ ବସିଲେ। ଗାଡି ଚାଲିଲା ନାଗପୁର ଅଭିମୁଖେ……..

Hello friends,I will be back again with a new episode of my MANA KATHA . Till then good bye. Take care and stay smiled.

THANKS.

* JAY JAGANNATH *

ମନ କଥା (୬୪)

—————–

କିଛି ଦିନ ତଳର କଥା। ମୁଁ ଗୋଟିଏ ସାହିତ୍ୟ ସଭାକୁ ଯାଇଥାଏ ଜଣେ ଶୃଙ୍ଖଳିତ ଶ୍ରୋତା ଭାବରେ। ଜଣେ ଗାଳ୍ପିକା ଭଉଣୀ ଙ୍କ ବହି ଉନ୍ମୋଚନ କାର୍ଯ୍ୟକ୍ରମ ଥିଲା। ଭବ୍ୟ ସ୍ଵାଗତ ସହିତ ସୁନ୍ଦର ଆୟୋଜନ ମଧ୍ୟ କରା ଯାଇଥିଲା। ମଞ୍ଚରେ ଜ୍ଞାନୀ ,ଗୁଣୀ, ସୁବକ୍ତା ଅତିଥିମାନଙ୍କ ଉପସ୍ଥିତିରେ ସଭାକାର୍ଯ୍ୟ ଆରମ୍ଭ ହେଲା। ମହାପ୍ରଭୁଙ୍କ ତୈଳ ଚିତ୍ରରେ ପୁଷ୍ପ ମାଲ୍ୟ ପ୍ରଦାନ ପୂର୍ବକ ପ୍ରାରମ୍ଭିକ ମଙ୍ଗଳ ଶ୍ଳୋକ ପାଠ ଓ ଭଜନ ଗାୟନ ସହିତ ସମସ୍ତ ମଞ୍ଚାସିନ ଅତିଥିମାନେ ଧୂପ ଦୀପ ପ୍ରଦାନ କରିଥିଲେ।  ପରିଚାଳକ ମହାଶୟ ମୋର ଚିର ନମସ୍ୟ

ହଠାତ୍ ମୋତେ ନିମନ୍ତ୍ରଣ କଲେ ମଞ୍ଚକୁ ଏବଂ ମହାପ୍ରଭୁଙ୍କ ପାଇଁ ଭଜନ ଟିଏ ଶୁଣାଇବା ପାଇଁ ଅନୁରୋଧ କଲେ। ଅବଶ୍ୟ ତା ପୂର୍ବରୁ ଜଣେ ମଞ୍ଚାସିନ ଅତିଥି ତାଙ୍କର ଭାଷଣ ରଖି ସାରିଥିଲେ। ଯାହାହେଉ ମହାଶୟ ଙ୍କ ଅନୁରୋଧକୁ ଏଡ଼ାଇ ନପାରି ମୋତେ ଭଲ ଲାଗୁଥିବା ଭଜନ ଟିଏ ଗାଇ ମଞ୍ଚରୁ ଆସିଲି ।ମୋର ଭଜନ ପରିବେଷଣ ମଞ୍ଚ ସାମନାରେ ଥିବା ଶ୍ରୋତାଙ୍କୁ ଭଲ ଲାଗିଥିଲା ବେଳେ ମଞ୍ଚାସିନ ଦୁଇ ବରେଣ୍ୟ ବ୍ୟକ୍ତିଙ୍କୁ ବ୍ୟକ୍ତିଗତ ଭାବରେ ପସନ୍ଦ ହୋଇ ନଥିଲା

କିଛି ସମୟପରେ ଉକ୍ତ ଅତିଥି ଦ୍ବୟଙ୍କ ମଧ୍ୟରୁ ଜଣେ ଯିଏକି ଜଣେ ପ୍ରବୀଣ କଥାକାର ସାଙ୍ଗକୁ ଜଣେ ଉତ୍ତମ ଅଧ୍ୟାପକ ମଧ୍ୟ ମଞ୍ଚକୁ ଆସିଲେ। ଗାଳ୍ପିକା ଭଉଣୀଙ୍କ ବହି ସମ୍ବନ୍ଧରେ କିଛି କହିବା ପୂର୍ବରୁ ଅଧ୍ୟାପକ ମହୋଦୟ ମୁଁ ଗାଇଥିବା ଭଜନଟି ତାଙ୍କୁ ଓ ତାଙ୍କର ଅନ୍ୟତମ ଅଧ୍ୟାପକ ମହୋଦୟ ବନ୍ଧୁ ତଥା ଅତିଥିଙ୍କୁ ଭଲ ଲାଗିଲା ନାହିଁ ବୋଲି ତାଙ୍କର ଭାଷଣ ଆରମ୍ଭରେ କହିଲେ। ହେଲେ ତାଙ୍କୁ କ’ଣ ପାଇଁ ଭଲ ଲାଗିଲା ନାହିଁ ସେକଥା ଜଣାଇବାର କିମ୍ବା ଆଲୋଚନାର ମଞ୍ଚ ଏହା ନୁହେଁ ବୋଲି କହି ତାଙ୍କର କଥାକୁ ସେ ଅନ୍ୟ ଦିଗରେ ନେଇଗଲେ।

ଅଧ୍ୟାପକ ମହୋଦୟ ଙ୍କ ଏପରି ବିଚିତ୍ର ବ୍ୟବହାର ସମ୍ବନ୍ଧରେ ମୁଁ କିଛି ବୁଝି ପାରିଲି ନାହିଁ।   ମୋତେ ବହୁତ ଅପମାନ ବୋଧ ହେଲା।ପ୍ରଥମ କଥା ହେଉଛି ମୋର ଭଜନ ପରିବେଷଣ ଟି ଅପ୍ରତ୍ୟାଶିତ ଥିଲା। ଯଦି ଭଜନର ସ୍ୱର ସଂଯୋଜନା ତାଙ୍କୁ ଭଲ ଲାଗି ନଥିଲା ସେ ଉଲ୍ଲେଖ କରି ପାରି ଥାଆନ୍ତେ। ଯଦି ମୋର କଣ୍ଠ ସ୍ବର ତାଙ୍କୁ ଭଲ ଲାଗି ନଥିଲା ସେ ଉଲ୍ଲେଖ କରି ପାରି ଥାଆନ୍ତେ। ଯଦି ସେ ଏତିକି କହି ଥାଆନ୍ତେ ମୁଁ ମୋର ଭୁଲ୍ ଜାଣିବା ପାଇଁ ସମର୍ଥ ହୋଇ ପାରି ଥାଆନ୍ତି। କିମ୍ବା ତାଙ୍କୁ ଭଜନର ଭାବ ଶବ୍ଦ ଯଦି ଭଲ ଲାଗି ନଥିଲା ମୋତେ କହି ପାରି ଥାଆନ୍ତେ। ସେଦିନ ମୋର ଭଜନ ପ୍ରସଙ୍ଗ ନଥିଲା। ଗାଳ୍ପିକା ଭଉଣୀଙ୍କ ଗଳ୍ପ ବହି ଉନ୍ମୋଚନ ଓ ବହିରେ ସ୍ଥାନିତ ଗଳ୍ପ ହିଁ ପ୍ରସଙ୍ଗ ଥିଲା। କିନ୍ତୁ ଆରମ୍ଭରୁ ଉକ୍ତ ଅଧ୍ୟାପକ ମହୋଦୟ ମୋତେ ନିଶାଣ କରିଥିଲେ ଯେମିତି ସେଦିନ ମୁଁ ତାଙ୍କ ପାଇଁ ପ୍ରସଙ୍ଗ ଟିଏ ଥିଲି। ଯଦି ସେ ଭଜନଟି ପସନ୍ଦ କଲେ ନାହିଁ ଏବଂ ସମସ୍ତଙ୍କ ଉପସ୍ଥିତିରେ ଏହା କହୁଛନ୍ତି , ତାହେଲେ ମୋର ସମ୍ପୂର୍ଣ୍ଣ ଅଧିକାର ରହିଛି ତାଙ୍କର ନାପସନ୍ଦ

ର କାରଣ ଜାଣିବା ପାଇଁ। ଯଦି ସେ ଏ ବିଷୟରେ ଆଲୋଚନା କରିବା ପାଇଁ ଉକ୍ତ ମଞ୍ଚ ଉପଯୁକ୍ତ ସ୍ଥାନ ନୁହେଁ , ତାହେଲେ ସେ କେଉଁ କାରଣରୁ ଭାଷଣରେ ଉଲ୍ଲେଖ କଲେ। ଯଦି ମୋତେ ସେ ମୋର କଥା, ଭଜନର ଭାବ ବିଷୟରେ ମୋତେ କହିବକୁ ଟିକିଏ ସୁଯୋଗ ଦେଇ ଥାଆନ୍ତେ ମୁଁ ଧନ୍ୟ ହୋଇ ଥାଆନ୍ତି।

ଛୋଟ କାହାଣୀ ଟିଏ। ଜଣେ ରାଜା ତାଙ୍କର ସେନାଧ୍ୟକ୍ଷଙ୍କ ଉପରେ ବହୁତ ଭରସା ଥିଲା। ସେ ଯାହାଙ୍କୁ ଦୋଷୀ ଭାବରେ ରାଜାଙ୍କ ଦରବାରକୁ ପଠାନ୍ତି , ରାଜା କେବେ ବି ଦୋଷୀ ପାଖରୁ କିଛି ଶୁଣନ୍ତି ନାହିଁ। ଅର୍ଥାତ୍ କୈାଣସି ଲୋକ ଦୋଷୀ ସାବ୍ୟସ୍ତ ହେବା ପୂର୍ବରୁ ନିଜର ପକ୍ଷ ରଖି ପାରନ୍ତି ନାହିଁ। ରାଜା ହୋଇ ପ୍ରକୃତରେ ସେ ଦୋଷୀଙ୍କୁ ତାଙ୍କର ପକ୍ଷ ରଖିବା ପାଇଁ ସୁଯୋଗ ଦେବା କଥା। ରାଜାଙ୍କର ଏଭଳି ବିଚାର ସକାଶେ ଅନେକ ଲୋକ ଦୋଷ ନକରି ମଧ୍ୟ ଦଣ୍ଡ ପାଉଥିଲେ।

ଦିନେ ରାତିରେ ରାଜ୍ୟର ଗୋଟିଏ ଗ୍ରାମରେ ରାତିରେ ଏକ ହତ୍ୟାକାଣ୍ଡ ଘଟି ଗଲା।। ରାତିର ସୁଯୋଗ ନେଇ ହତ୍ୟାକାରୀ ଜଣକ ଖସିଗଲା ବେଳେ ଗ୍ରାମବାସୀଙ୍କ ଦ୍ବାରା ଜଣେ ଯୁବକ ହଠାତ୍ ଧରା ପଡି ଗଲେ। ରାତିରେ ତାଙ୍କୁ କେହି ଚିହ୍ନି ପାରିଲେ ନାହିଁ। ପ୍ରକୃତରେ ସେ ଥିଲେ ରାଜାଙ୍କ ପୁଅ।ସେ କୈାଣସି କାର୍ଯ୍ୟରେ ଯାଇଥିବାବେଳେ ଘଟଣା ସମୟରେ ସେଇପଟେ ଯାଉଥିଲେ।। ତେଣୁ ଲୋକେ ଭାବିଲେ ସେ ହିଁ ହତ୍ୟାକାଣ୍ଡ ଘଟାଇଛନ୍ତି। ରାଜକୁମାର ଙ୍କ କଥା କେହି ଶୁଣିଲେ ନାହିଁ। ସେନାଧ୍ୟକ୍ଷ ଆସିଲେ। ରାଜକୁମାରଙ୍କ ବିରୋଧରେ ଲୋକେ ଦେଇଥିବା ସମସ୍ତ ବୟାନ ଲେଖିଲେ। ତାଙ୍କୁ ରାଜ ଦରବାରକୁ ନିଆଗଲା। ରାଜା ସେନାପତିଙ୍କ ଉପରେ ଭରସା କରି ନିଜ ପୁଅକୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଲେ। ରାଜକୁମାରଙ୍କୁ ତାଙ୍କ ପକ୍ଷ ରଖିବା ପାଇଁ ସୁଯୋଗ ଦେଲେ ନାହିଁ। କାରଣ ସେ ଜାଣି ପାରିଥିଲେ ଯଦି ଆଜି ସେ ତାଙ୍କ ପୁଅକୁ ସୁଯୋଗ ଦିଅନ୍ତି, ତାଙ୍କ ବିରୋଧରେ ରାଜ୍ୟ ସାରା ବିରୋଧ ହେବ, କାହିଁକି ନା ସେ ଏହା ପୂର୍ବରୁ ଏମିତି ଭୁଲ୍ କରି ନଥିବା ଲୋକଙ୍କ ପକ୍ଷ ନଶୁଣି ସେମାନଙ୍କୁ କଠୋର ଦଣ୍ଡ ଶୁଣାଇଛନ୍ତି। ରାଜା ନିଜର ଭୁଲ ବୁଝିବା ବେଳକୁ ଆଉ କିଛି ନଥିଲା। ସେଦିନ ରାତିରେ ସମସ୍ତେ ଶୋଇଗଲା ପରେ ନିଜ ଶୟନ କକ୍ଷରେ ପୁଅର ବିଚ୍ଛେଦ ସହି ନପାରି ଫାଶୀ ଲଗାଇ ମୃତ୍ୟୁ ବରଣ କଲେ।

ବନ୍ଧୁଗଣ, ଇଏ ତ ଥିଲେ ରାଜା। ତେବେ ଆଜିର ସମାଜରେ କିଛି ପ୍ରତିଷ୍ଠିତ ବ୍ୟକ୍ତି ଅଛନ୍ତି ସେମାନେ ଅନ୍ୟକୁ କିଛି ବି ପ୍ରକାରେ ସମାଲୋଚନା କରିବାକୁ ପଛାନ୍ତି ନାହିଁ। ଯାହା ବିଷୟରେ ସମାଲୋଚନା ବା ଆଲୋଚନା କରନ୍ତି ତା ମନର କଥା କେବେ ଶୁଣନ୍ତି ନାହିଁ। ତେବେ ଠାକୁରଙ୍କ ନିକଟରେ ମୋର ପ୍ରାର୍ଥନା ମୋ ଭଳି ଆପଣ କେବେ ଏମିତି ପରିସ୍ଥିତିର ସାମ୍ନା ନକରନ୍ତୁ।

Hello friends,I am coming back with another episode of my MANA KATHA. Till then good bye. Take care. Stay smiled.

* ଜୟ ଜଗନ୍ନାଥ *

ରମାନାଥ କର

ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର

ବାଲେଶ୍ଵର।

ମନ କଥା (୬୫)

——————

ମନ କଥାର ଏଇ ପଞ୍ଚଷଠି ଅଧ୍ୟାୟଟି ଆପଣ ମାନଙ୍କ ପାଖକୁ ନେଇ ଆସିବା ପଛରେ ଅନେକ ଅନେକ କଥା ଅନେକ ବ୍ୟଥା ରହିଛି। ଯାହା ହେଉ ପାଞ୍ଚ ଦିନ ପରେ ହେଲେବି ମୁଁ ଆପଣ ମାନଙ୍କ ପାଖରେ ପହଞ୍ଚି ପାରିଛି ଏହା ଠାରୁ ଆଉ ବଡ ଖୁସି  ମୋ ପାଇଁ କ’ଣ ଅଛି। ବନ୍ଧୁଗଣ ଆପଣ କ’ଣ କରନ୍ତି, ଯେତେବେଳେ କିଛି ଘଟଣା ଆପଣଙ୍କ ସହିତ ଘଟିଥାଏ । ଆଉ ଟିକିଏ ସହଜ କରିବାକୁ ଚାହୁଁଛି , ଧରନ୍ତୁ ଆପଣଙ୍କ ସହିତ କିଛି ଖରାପ ହେଲା ,ଆପଣ କ’ଣ କରନ୍ତି, ସଙ୍ଗେ ସଙ୍ଗେ ପ୍ରତିକ୍ରିୟା ପ୍ରକାଶ କରନ୍ତି କିମ୍ବା ଘଟଣା ଟିକୁ ଗ୍ରହଣ କରନ୍ତି। ଆପଣ ହୁଏତ କହି ପାରନ୍ତି କି ଆପଣ ସଙ୍ଗେ ସଙ୍ଗେ ପ୍ରତିକ୍ରିୟା ପ୍ରକାଶ କରନ୍ତି । ଆଜିକାଲି ତ ଯୁବ ମାନସିକତା ଅନେକଙ୍କ ପାଖରେ। ସେମାନଙ୍କୁ  ଗୋଟିଏ ଡାଇଲଗ୍ ଭାରି ଭଲ ଲାଗୁଛି କେଉଁ ଜଣେ ହିରୋ ସିନେମାରେ କହିଥିଲେ No warrent ,No arrest , Decission on the spot. ଅର୍ଥାତ୍ ଆଜିକାଲି ଯେସାକୁ ତେସା  କୁଆଡେ ବେଶୀ ଭଲ। ଆପଣ ମାନେ ଏକଥା ମଧ୍ୟ କହି ପାରନ୍ତି କି ଘଟଣାକୁ ଭଲ ଭାବରେ ବୁଝି ସେହି ଅନୁସାରେ କାର୍ଯ୍ୟ କରିବା ଉଚିତ୍। ଅର୍ଥାତ୍ ଘଟଣାଟିକୁ ଥଣ୍ଡା ମସ୍ତିଷ୍କରେ ନେବା ଉଚିତ।

ମୋ ମତରେ ଦ୍ୱିତୀୟ କଥାଟି ସର୍ବୋତ୍ତମ। ବନ୍ଧୁଗଣ ଆମ ଜୀବନରେ ଏମିତି ଅନେକ ଅନେକ ପରିସ୍ଥିତି ଆସେ , ଯାହା ଆମ ନିୟନ୍ତ୍ରଣରେ ନଥାଏ। ଅନେକ ଲୋକ ଆସନ୍ତି, ଅନେକ କଥା କହନ୍ତି , ଯାହା ସେମାନଙ୍କ ନିୟନ୍ତ୍ରଣରେ ନଥାଏ।I have faced a lot things, people are just out of control in my life from my childhood till now. Sometimes I have shown my reaction, sometimes my coolness. ଜଣେ ମଣିଷ ଭାବରେ ଆମ ପାଖରେ ପ୍ରତ୍ୟେକ କ୍ରିୟାକୁ ନେଇ ପ୍ରତିକ୍ରିୟା ସୃଷ୍ଟି ହେବାଟା ଥୟ। କିନ୍ତୁ  ଏହା ସତ୍ୟ ଆମକୁ ଘଟଣାକୁ ଗ୍ରହଣ କରିବାକୁ ପଡ଼ିବ।

My dear friends,in our life we will always have stimulus and we can choose respond to any bad happening.But we should not forget that between stimulus and response is our choice (free to decide). ଆମେ ଯଦି ଆଧ୍ୟାତ୍ମିକ ଭାବରେ ଦୃଢ଼ ହେବୁ , ଆମେ ଯଦି ସାମାଜିକ ଭାବରେ ଦୃଢ଼ ହେବୁ, ଆମେ ଯଦି ସାଂସ୍କୃତିକ ଭାବରେ ଦୃଢ଼ ହେବୁ ଏବଂ ଆମେ ଯଦି ଉଚ୍ଚ ସଂସ୍କାର ସମ୍ପନ୍ନ ହେବୁ , ନିଶ୍ଚିତ ଭାବରେ ଆମେ ପ୍ରତ୍ୟେକ ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରିବା ପରିବର୍ତ୍ତେ ଘଟଣାକୁ ଥଣ୍ଡା ମସ୍ତିଷ୍କରେ ଗ୍ରହଣ କରିବା ଉଚିତ୍।

ଛୋଟ କାହାଣୀ ଟିଏ।  ରାଜେଶ୍ ନାମକ ଜଣେ ଯୁବକ ବାପା ମାଆଙ୍କ ବିନା ଅନୁମତିରେ ପ୍ରେମ ବିବାହ କଲେ।ପୁଅର କିଛି ରୋଜଗାର ନଥିଲା। ଧୀରେ ଧୀରେ ଆବଶ୍ୟକତା ବଢ଼ିବାରୁ ଦିନେ ଯୁବକ ଜଣକ ତାଙ୍କ ବନ୍ଧୁ ସହିତ ବିଦେଶ ଚାଲିଗଲେ। ଯାହା ହେଉ ପ୍ରଥମରୁ ସଙ୍ଘର୍ଷ କରି ପାଞ୍ଚ  ବର୍ଷ ପରେ ରାଜେଶ ଗୋଟିଏ କମ୍ପାନୀରେ ମ୍ୟାନେଜର ହୋଇଗଲେ। ମାସକୁ ବଢିଆ ଦରମା। ସେତେବେଳେ ଆଜିକାଲି ଭଳି ଇଣ୍ଟରନେଟ ଯୁଗ ନଥିଲା। ଚିଠିପତ୍ର ମାଧ୍ୟମରେ ଯୁବକ ଜଣକ ନିଜ ପରିବାର ସହିତ  ଭାବ ବିନିମୟ କରୁଥିଲେ।ମନିଅଡର କରି ଘରକୁ ଟଙ୍କା ପଠାଉ ଥିଲେ।

ବିଦେଶରେ ପଚିଶି ବର୍ଷ ଚାକିରୀ କଲା ପରେ ରାଜେଶ  ପାଖରେ ଲକ୍ଷ ଲକ୍ଷ ଟଙ୍କା ସଞ୍ଚୟ ହୋଇ ଯାଇଥିଲା। ଶେଷରେ ସେ ଗାଆଁକୁ ଫେରି ଗୋଟିଏ ବଡ଼ ବ୍ୟବସାୟ ଆରମ୍ଭ କରିବାର ନିଷ୍ପତ୍ତି ନେଇ  ଜାହାଜରେ ଭାରତ ଫେରୁଥାଆନ୍ତି। ଜାହାଜରେ ଜଣେ ସାଧୁଙ୍କ ସହିତ ତାଙ୍କର ସାକ୍ଷାତ ହେଲା। ତାଙ୍କ ଠାରୁ ସେ ଗୋଟିଏ ବଢ଼ିଆ କଥା ଶିଖିଲେ। ଯଦି ତୁମ ସହିତ କିଛି ଖରାପ୍ ଘଟଣା ଘଟେ ତୁରନ୍ତ ପ୍ରତିକ୍ରିୟା ପ୍ରକାଶ ନକରି ପାଞ୍ଚ ମିନିଟ୍ ଥଣ୍ଡା ମସ୍ତିଷ୍କରେ ଚିନ୍ତା କରିବ। ଯୁବକ ଗାଆଁରେ ପହଞ୍ଚିଲେ। ମନରେ କେତେ ଆଶା। ବାପାମାଆ, ସ୍ତ୍ରୀ , ପୁଅ ସହିତ ଭେଟ ହେବ।

ଭୋର ସମୟ। ରାଜେଶ ନିଜ ଘରେ ପହଞ୍ଚିଲେ। ଯେମିତି କହିଥିଲେ ସେମିତି ଘର ତିଆରି ହୋଇଛି।ପୁଅର ଆସିବା ଜାଣି ପାରିଲେ ବାପାମାଆ। ପୁଅ ସେମାନଙ୍କୁ ମୁଣ୍ଡିଆ ମାରି ନିଜ ସ୍ତ୍ରୀ କୁ ସରପ୍ରାଇଜ ଦେବେ ବୋଲି ଘରେ ପଶୁ ପଶୁ ଯାହା ଦେଖିଲେ ତାଙ୍କ ସ୍ତ୍ରୀ ଯାହାକୁ ସେ ଭଲ ପାଇ ବାହା ହୋଇଥିଲେ ସେ ଅଧା ଆଲୁଅ ଅଧା ଅନ୍ଧାର ଭିତରେ ଏକ ବଳିଷ୍ଠ ଯୁବକର କପାଳରେ ଚୁମ୍ବନ ଦେଉଛନ୍ତି। ତାଙ୍କ ପାଦ ତଳେ ମାଟି ନଥିଲା ପରି ଲାଗୁଥିଲା। ସେ ନିଜକୁ ଧିକ୍କାର କଲେ । ଶେଷରେ ଏଭଳି ଦୃଶ୍ୟ ତାଙ୍କର ଦେଖିବାକୁ ଥିଲା। ସେ ଖୁବ ରାଗି ଯାଇଥିଲେ। ନିଜ ଉପରେ ଆଉ ନିୟନ୍ତ୍ରଣ ନଥିଲା। ନିଜ ବ୍ୟାଗ୍ ରୁ ବନ୍ଧୁକ ବାହାର କଲେ ,।ତାଙ୍କ ସ୍ତ୍ରୀ କୁ ଗୁଳି କରିବାକୁ ପ୍ରସ୍ତୁତ ହେଉଛନ୍ତି, ସେତିକିବେଳେ ସାଧୁଙ୍କ କଥା ତାଙ୍କର ମନେ ପଡ଼ିଲା। ପାଞ୍ଚ ମିନିଟ୍ ମସ୍ତିଷ୍କକୁ ଥଣ୍ଡା କରି ଚୁପ୍ ରହିଲେ । ଠିକ୍ ଏତିକିବେଳେ ତାଙ୍କ ସ୍ତ୍ରୀ ସେଠାରେ ପହଞ୍ଚି ହଠାତ୍ ସ୍ୱାମୀଙ୍କୁ ଦେଖି ଆଶ୍ଚର୍ଯ୍ୟ ହେବା ସହିତ ତାଙ୍କୁ ମୁଣ୍ଡିଆ ମାରିଲେ। ପୁଅକୁ ଡାକିଲେ ବାପାଙ୍କୁ ମୁଣ୍ଡିଆ ମାରିବା ପାଇଁ। ମାତ୍ର ଇଏ କ’ଣ , ତାଙ୍କ ସ୍ତ୍ରୀ ଯେଉଁ ଯୁବକଙ୍କ କପାଳରେ ଚୁମ୍ବନ ଦେଉଥିଲେ ସେ କ’ଣ ତାଙ୍କରି ପୁଅ। କିଛି ବୁଝି ପାରୁ ନଥିଲେ ସିଏ ।

ତାଙ୍କ ସ୍ତ୍ରୀ କହିଲେ ଏତେ କ’ଣ ଭାବୁଛ । ସେ ପରା ଆମ ପୁଅ ରଶ୍ମି ।ତାକୁ ଆଶୀର୍ବାଦ କର, ସେ ଏବେ ସହରକୁ ଯିବ। ସେ ଏବେ ଅଫିସର। ପ୍ରଥମକରି ସେ ତାର କର୍ମକ୍ଷେତ୍ର କୁ ଯାଉଛି। ଚାଲ ଦୁହେଁ ତାକୁ ନେଇ ବସ୍ ଷ୍ଟାଣ୍ଡରେ ଛାଡି ଆସିବା। ରାଜେଶ୍ କିଛି ବୁଝି ପାରୁ ନଥିଲେ। ସେ ଟିକେ ପୂର୍ବରୁ କ’ଣ କରିବା ପାଇଁ ଯାଉଥିଲେ। ନିଜ ଉପରେ  ବହୁତ ଧିକ୍କାର କଲେ।  ଯଦି ସାଧୁଙ୍କ କଥା ସେ ମାନି ନଥାନ୍ତେ ଏବେ ଏ ଘରେ କ’ଣ ସବୁ ଘଟି ଯାଇ ଥାଆନ୍ତା।

ତେଣୁ ଆମ ସହିତ ଜୀବନରେ ଯେବେ ଯେବେ କିଛି ଖରାପ ଘଟିବ , ଆମେ ତୁରନ୍ତ ପ୍ରତିକ୍ରିୟା ପ୍ରକାଶ କରିବା ଅନୁଚିତ। ବରଂ ପାଞ୍ଚ ମିନିଟ୍ ଥଣ୍ଡା ମସ୍ତିଷ୍କରେ ଚିନ୍ତା କରିବା ସହିତ ପରବର୍ତ୍ତୀ କାର୍ଯ୍ୟ ପନ୍ଥା ଅବଲମ୍ବନ କରିବା ଉଚିତ୍।

Hello friends, I will be back again with another interesting episode of my MANA KATHA. Till then good bye. Take care. Stay smiled.

THANKS.

* ଜୟ ଜଗନ୍ନାଥ *

ରମାନାଥ କର

ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର

ବାଲେଶ୍ଵର

ମନ କଥା (୬୬)

—————–

ସଂସାରକୁ ସାଗର ସହିତ ତୁଳନା କରିଛନ୍ତି ଆମ ଆର୍ଯ୍ୟ ଭୂମି ଭାରତବର୍ଷର ସାଧୁ ସନ୍ଥ ଏବଂ ମହାତ୍ମା ଗଣ।  ମନକୁ ସ୍ୱତଃ ଏହି ପ୍ରଶ୍ନ ଆସୁଛି କି ସଂସାରକୁ ସାଗର ସହିତ କାହିଁକି ତୁଳନା କରାଯାଇଛି। ହୋଇପାରେ ଆପଣଙ୍କୁ ଏହାର ଉତ୍ତର ଜଣା ଅଛି।ମୋ ମନକୁ ଏହି କାହିଁକି ର ଗୋଟିଏ କାରଣ ଆସୁଛି। ଏହା ହୋଇପାରେ ଆମେ ସାଗରର ଗୋଟିଏ କୂଳରେ ଛିଡା ହେଲେ ଯେମିତି ଆର କୂଳ ଦେଖାଯାଏ ନାହିଁ, ଠିକ୍ ସେମିତି  ଆମ ପାଇଁ ସଂସାରର ଦୁଇଟି କୂଳ ଜନ୍ମ ଆଉ ମୃତ୍ୟୁ। ଜନ୍ମ ର କୂଳରେ ଛିଡା ହୋଇଛୁ , ହେଲେ ଆମକୁ ଆର କୂଳ ଅର୍ଥାତ୍ ମୃତ୍ୟୁ ଦେଖାଯାଉ ନାହିଁ।

ସାଗରରେ ଲହଡ଼ି ଉଠୁଛି, ପୁଣି ସେହି ଲହଡ଼ି ଅଳ୍ପ ସମୟ ପରେ ଶାନ୍ତ ହୋଇ ଯାଉଛି। ଅର୍ଥାତ୍ ସଂସାରରେ ଆମେ ଜନ୍ମ ଗ୍ରହଣ କରିଛୁ। ଜୀବନରେ ସୁଖ ଦୁଃଖର ଲହଡ଼ି ଆସୁଛି। ସମସ୍ୟା ଆସୁଛି। ପୁଣି ସେହି ସମସ୍ୟାର ସମାଧାନ ମଧ୍ୟ ହୋଇ ଯାଉଛି।

ସାଗରର ନୀଳ ଜଳରାଶି କେଡେ ସୁନ୍ଦର ସତରେ ଦେଖା ଯାଉଛି। ହେଲେ ତା’ର ଜଳ ଶୋଷ ମେଣ୍ଟାଇବା ନିମନ୍ତେ ଅନୁପଯୁକ୍ତ। ସେମିତି ଏହି ସଂସାର ସତରେ କେତେ ସୁନ୍ଦର ଦେଖାଯାଉଛି ନୁହେଁ କି। କିନ୍ତୁ ଆପଣଙ୍କର ଅନୁଭବ କହୁଥିବ ସଂସାର ସାଗର ଜଳରାଶି ର ଏଇ ସୁନ୍ଦରତା ପଛରେ କ’ଣ ଅଛି , ମିଠା ନା ଲୁଣି ।

ଆସନ୍ତୁ ଏଇ ସଂସାରକୁ ଯିଏ ସୃଷ୍ଟି କରିଛନ୍ତି ତାଙ୍କରି ଶରଣାପନ୍ନ ହେବା।ଆମ ଜୀବନରେ ଆସୁଥିବା ଦୁଃଖ ଯନ୍ତ୍ରଣା ସମସ୍ୟା ତାଙ୍କରି କରୁଣାରୁ ଦୂର ହେବ ଏଇ ବିଶ୍ୱାସରେ ଆଗକୁ ବଢିବା। ଆଧ୍ୟାତ୍ମିକ କାହାଣୀ ଟିଏ। ଜଣେ ବଡ ମହାଜନ ଥିଲେ। ବଜାରରେ ତାଙ୍କର ବହୁତ ବଡ଼ ବ୍ୟବସାୟ ଚାଲିଥାଏ। ତାଙ୍କର ତିନି ପୁଅ ଓ ତିନି ବୋହୂ। ବୈକୁଣ୍ଠ ପରି ତାଙ୍କ ପରିବାର, ଯେଉଁଠି କିଛି ଅଭାବ ନଥିଲା। ସମସ୍ତେ ସବୁବେଳେ ଖୁସିରେ ଥାଆନ୍ତି। ଦିନେ ଜଣେ ସାଧୁ ତାଙ୍କ ଘରେ ସକାଳୁ ସକାଳୁ ପହଞ୍ଚିଲେ। ସାଧୁଙ୍କୁ ଦେଖି ସମସ୍ତେ ଖୁସି ହୋଇଗଲେ।

ତାଙ୍କୁ ପ୍ରଣାମ କଲେ। ସାଧୁଙ୍କ ଚର୍ଚ୍ଚା ଶେଷ ହେବା ପରେ ସମସ୍ତେ ତାଙ୍କ ପାଖରୁ କିଛି ଶୂଣିବା ପାଇଁ ଅପେକ୍ଷା କରି ଥାଆନ୍ତି। ସାଧୁ ମହାଜନ ଙ୍କୁ କହିଲେ,” ତୁମେ ଉପରକୁ ଯେତେ ଖୁସି ରହିବାର ଅଭିନୟ କଲେ ବି ଭିତରେ ଭିତରେ ଦୁଃଖରେ ରହୁଛ।ଏହାର କାରଣ କ’ଣ, ସତ କୁହ।”

ମହାଜନ କହିଲେ,” ସାଧୁ ମହାରାଜ , ପ୍ରଭୁଙ୍କ କୃପାରୁ ମୋର ସବୁ ଥିଲାବେଳେ ଝିଅ ଟିଏ ନଥିବାରୁ ମୁଁ ଅନେକ ସମୟରେ ଉଦାସ ରହେ ।” ସାଧୁ କହିଲେ, ” ଗୋଟିଏ କଥା ସମସ୍ତେ ମନେ ରଖିବା ଉଚିତ। ଜୀବନରେ ଯଦି କିଛି ଅଭାବ ଅନୁଭବ କରୁଛ , ସେହି ଅଭାବ ସ୍ଥାନରେ ପ୍ରଭୁଙ୍କୁ ବସାଇ ଦିଅ। ଯଦି ତୁମର ବଳର ଅଭାବ, ନିର୍ବଳର ବଳ ବଳରାମଙ୍କୁ ବସାଅ। ଯଦି ଧନର ଅଭାବ ରାମଙ୍କୁ ଧନ ସ୍ଥାନରେ ବସାଅ। ଯଦି ପୁଅର ଅଭାବ କୃଷ୍ଣଙ୍କ ପରି ପୁଅକୁ ପୁଅ ସ୍ଥାନରେ ବସାଅ।ତୁମର ଝିଅ ଅଭାବ। ସେହି ସ୍ଥାନରେ ରାଧାରାଣୀ ଙ୍କୁ ବସାଅ।”

ସମସ୍ତେ ସାଧୁ ମହାରାଜ ଙ୍କ କଥାରେ ଖୁବ୍ ଆନନ୍ଦିତ ହେଲେ। ଘରେ ରାଧାରାଣୀଙ୍କ ବିଗ୍ରହ ବିଧି ମତେ  ଅତି ଶ୍ରଦ୍ଧାର ସହିତ ସବୁଦିନେ ପୂଜାର୍ଚ୍ଚନା ଚାଲିଥିବା ବେଳେ ଦିନେ ମହାଜନଙ୍କ ଘରକୁ ଜଣେ ଚୁଡି ବିକାଳୀ ପହଞ୍ଚିଲେ ।ମହାଜନ ଏବଂ ପୁଅ ମାନେ ଦୋକାନରେ ଥାଆନ୍ତି। ତିନି ଜଣ ବୋହୂ ଚୁଡ଼ି ପିନ୍ଧିଲେ। ବୋହୂ ମାନଙ୍କ ଚୁଡ଼ି ପିନ୍ଧିବା ଦେଖି ରାଧାରାଣୀଙ୍କ ମଧ୍ୟ ଚୁଡ଼ି ପିନ୍ଧିବା ପାଇଁ ଇଚ୍ଛା ହେଲା। ବୋହୂ ମାନେ ଚୁଡ଼ି ପିନ୍ଧି ଯିବା ପରେ ରାଧାରାଣୀ ଜଣେ ଝିଅ ବେଶରେ ଆସି ଚୁଡ଼ି ପିନ୍ଧିଲେ। ଯେହେତୁ ଚୁଡ଼ି ବିକାଳୀ ଜଣକ ମହାଜନଙ୍କ ପରିବାର ସହିତ ଅତ୍ୟନ୍ତ ଘନିଷ୍ଠ, ସେ ଜାଣିଥିଲେ କି ମହାଜନଙ୍କ କୋୖଣସି ଝିଅ ନାହାଁନ୍ତି। ଚୁଡ଼ି ବିକାଳୀ ଭାବିଲେ ହୁଏତ କେହି ବନ୍ଧୁ ବାନ୍ଧବ ଙ୍କ ଝିଅ ହୋଇଥିବେ ।

ଚୁଡ଼ି ବିକାଳୀ ଦୋକାନରେ ପହଞ୍ଚି ଘରେ ଚାରି ଜଣଙ୍କୁ ଚୁଡ଼ି ପିନ୍ଧାଇ ଆସିଛନ୍ତି ବୋଲି କହିଲେ। ମହାଜନ କହିଲେ ତାଙ୍କ ଘରେ ତ ତିନି ଜଣ ବୋହୂ ଙ୍କୁ ଛାଡି ଦେଲେ ଆଉ ତା କେହି ଚୁଡ଼ି ପିନ୍ଧିବା ପାଇଁ ନାହାଁନ୍ତି। ଚୁଡ଼ି ବିକାଳୀ କହିଲେ, ସେ ତିନି ଜଣ ବୋହୂ ଙ୍କୁ ଚୁଡ଼ି ପିନ୍ଧାଇବା ସହିତ ଜଣେ ଝିଅକୁ ମଧ୍ୟ ଚୁଡ଼ି ପିନ୍ଧାଇ ଆସିଛନ୍ତି ବୋଲି କହିଲେ। ମହାଜନ କହିଲେ”, ଆମ ଘରେ ତ କେହି ଝିଅ ନାହାଁନ୍ତି। ଠିକ୍ ଅଛି, ମୁଁ ଘରେ ବୁଝାବୁଝି କରି ଆସନ୍ତାକାଲି ତୁମକୁ ତୁମର ପ୍ରାପ୍ୟ ଦେବି ।”

ମହାଜନ ଘରେ ପହଞ୍ଚିଲେ। ବୋହୂ ମାନଙ୍କୁ ପଚାରି ବୁଝିଲେ କେବଳ ତିନି ଜଣ  ବୋହୂ ଚୁଡ଼ି ପିନ୍ଧିଛନ୍ତି। ରାତିରେ ମହାଜନ ଶୋଇ ଥାଆନ୍ତି। ସ୍ୱପ୍ନରେ ରାଧାରାଣୀ ଦର୍ଶନ ଦେଇ କହିଲେ”, ବାପା, ମୁଁ ପରା ତୁମର ଝିଅ। ଘରେ ସମସ୍ତେ ଚୁଡ଼ି ପିନ୍ଧିଲେ। ମୋର ମଧ୍ୟ ଚୁଡ଼ି ପିନ୍ଧିବାକୁ ଇଛା ହେଲା। ଝିଅ ବେଶରେ ଯାଇ ଚୁଡ଼ି ବିକାଳୀ ପାଖରୁ ଚୁଡ଼ି ପିନ୍ଧିଲି। ହେଲେ ତୁମର ବିଶ୍ୱାସ ହେଲା ନାହିଁ ଯେ ଚୁଡ଼ି ବିକାଳୀ ଙ୍କ ପ୍ରାପ୍ୟ ମଧ୍ୟ ଦେଲ ନାହିଁ। ମୋତେ ଜମାରୁ ଭଲ ଲାଗିଲା ନାହିଁ।”

ମହାଜନ ସ୍ୱପ୍ନରେ କାନ୍ଦୁ ଥାଆନ୍ତି। ସତରେ ତାଙ୍କର କେତେ ଭୁଲ୍ ହୋଇ ଗଲା। ସ୍ଵପ୍ନ ଭାଙ୍ଗିଲା। ସେହି ରାତିରେ ଚୁଡ଼ି ବିକାଳୀ ଘରେ ପହଞ୍ଚିଲେ। ସବୁ କଥା ଚୁଡ଼ି ବିକାଳୀ ଙ୍କୁ କହିଲେ। ଉଭୟ କାନ୍ଦୁ ଥାଆନ୍ତି। ମହାଜନ କହିଲେ ସତରେ ତମେ ଭାଗ୍ୟବାନ। ସାକ୍ଷାତ ରାଧାରାଣୀଙ୍କ ଦର୍ଶନ କରିଛ।ମୋ ଝିଅ ରାଧାରାଣୀ ଙ୍କୁ ତୁମେ ଚୁଡ଼ି ପିନ୍ଧାଇଛ।ତୁମର ଯାହା ଇଛା ପ୍ରାପ୍ୟ ମୋ ଠାରୁ ମାଗି ନିଅ। ଚୁଡ଼ି ବିକାଳୀ କହିଲେ, ” ଆଜ୍ଞା, ରାଧାରାଣୀ ଙ୍କୁ ସାକ୍ଷାତ ଦର୍ଶନ କରିବା ପରେ ମୋର ଆଉ କିଛି ପ୍ରାପ୍ୟ ରେ ମୋର ଆଉ ଆଶା ନାହିଁ।””

Hello friends, I will be back again with another interesting episode of my MANA KATHA. Till then good bye. Take care. Stay smiled.

RADHE RADHE .

THANKS.

Ramanath Kar

Baliapal CHC , Balasore.

ମନ କଥା (୬୭)

—————–

କିଛି ଦିନ ପୂର୍ବରୁ ଖବରକାଗଜରେ ପଢିଥିଲି ଚୀନ ସରକାର ତାଙ୍କ ଦେଶରେ ଏକ ଆଇନ ପ୍ରଣୟନ କରିବାକୁ ଯାଉଛନ୍ତି କି ଯଦି ପୁଅ କ୍ରିମିନାଲ କେସ୍ ରେ ଅଭିଯୁକ୍ତ ହୁଅନ୍ତି, ସେହିଭଳି ଘଟଣାରେ ପୁଅ ସହିତ ବାପାମାଆ ମଧ୍ୟ ଦଣ୍ଡିତ ହେବେ। ନିକଟରେ ଆମ ଦେଶରେ ଯେଉଁ ଭଳି ଭାବରେ ଅପରାଧ ଦିନକୁଦିନ ବଢି ଚାଲିଛି ଏବଂ ବିଶେଷକରି ଯୁବ ପିଢୀ ଅଧିକ ଭାବରେ ଏଇଭଳି ଅପରାଧ ଘଟାଉଛନ୍ତି , ସେଥିପାଇଁ ମୋର ଜଣେ ପୁତୁରା ତାଙ୍କର ଫେସବୁକ ରେ ଏଇ ସବୁ ଘଟଣା ପାଇଁ ଅଭିଯୁକ୍ତ ଦଣ୍ଡିତ ହେବା ସହିତ ବାପାମାଆ ମଧ୍ୟ ଦଣ୍ଡିତ ହେବା ଉଚିତ। ବାସ୍ତବରେ ଆଜିର ପରିସ୍ଥିତିରେ ଏହାର ଆବଶ୍ୟକତା ଅନୁଭବ ହେଉଛି। ପିଲା ମାନଙ୍କର ଅପରାଧିକ ପୃଷ୍ଠଭୂମି ପରିବାରରୁ ସୃଷ୍ଟି ହେଉଛି ବୋଲି ମୋର ଅନୁମାନ ହୁଏ। ସଂସ୍କାର ଅଭାବରେ ପିଲାମାନେ କୁପଥଗାମୀ ହେଉଛନ୍ତି। ବର୍ତ୍ତମାନ ସମୟ ଆସିଛି ନିଜେ ଆମେ ସଂସ୍କାରିତ ହେବା ଏବଂ ଆମେ ଆମର ପିଲାମାନଙ୍କୁ ସଂସ୍କାର ଶିକ୍ଷା ଦେବା।

ଏହାକୁ ସମସ୍ତେ ଏକ ବ୍ରତ ଭାବରେ ପାଳନ କରିବାର ଆବଶ୍ୟକତା ରହିଛି। ଏହା ଏକ ବହୁତ ବଡ ଚାଲେଞ୍ଜ ନିଶ୍ଚୟ। କିନ୍ତୁ କିଛିବି ଅସମ୍ଭବ ନୁହେଁ। ବାସ୍ ଆମ ପାଖରେ ଇଚ୍ଛା ଶକ୍ତି ରହିବା ଆବଶ୍ୟକ ଅଟେ। ଯେହେତୁ ଆମେ ସମସ୍ତେ ମାନସିକ ସ୍ତରରେ ପରିପୃଷ୍ଟ ହୋଇ ସାରିଛନ୍ତି,ଭଲ ମନ୍ଦର ବିଚାର ଶକ୍ତି ଆମ ପାଖରେ ଅଛି,ତେଣୁ ଆମକୁ ସଂସ୍କାରିତ ହେବାକୁ ସେତେଟା କଷ୍ଟ ହେବନାହିଁ। ଏହା ଆଜିର ଦିନରେ ଅତ୍ୟନ୍ତ ଜରୁରୀ ଅଟେ।ଆମ ପରବର୍ତ୍ତୀ ପିଢ଼ିକୁ ଯଦି ଅପରାଧ ମୁକ୍ତ କରିବା ପାଇଁ ଚାହୁଁଛୁ , ତାହେଲେ ଆମକୁ ଆଜିଠାରୁ ସଂସ୍କାର ରାସ୍ତାରେ ଚାଲିବାକୁ ପଡିବ। ଆମେ ସଂସ୍କାରିତ ହେଲେ ଆମର ସଂସ୍କାର ଯୁକ୍ତ ରକ୍ତ ଆମ ପିଲାଙ୍କ ଶରୀରରେ ପ୍ରବାହିତ ହେବ। ତେବେ ଏଥିପାଇଁ ଜନ ସଚେତନତାର ଆବଶ୍ୟକତା ରହିଛି।

‌                     ଛୋଟ କାହାଣୀ ଟିଏ। ଗୋଟିଏ ରାଜ୍ୟରେ ଜଣେ ରାଜା ଥିଲେ। ତାଙ୍କର ସବୁଠାରୁ ପ୍ରିୟ ଘୋଡ଼ା ଯାହାକୁ ସିଏ ବେଶୀ ଭଲ ପାଉଥିଲେ, ତାର ନାମ ହେଉଛି ଶେରୁ।ଶେରୁ ର ବୟସ ବଢି ଗଲାଣି। ସେଥିପାଇଁ ଶେରୁ ର ପୁଅ ଦିଲ୍ କୁ ଏବେ ତାଲିମ୍ ଦିଆ ଯାଉଛି। ଖୁବ୍ ଶୀଘ୍ର ସେ  ରାଜାଙ୍କୁ ନିଜ ପିଠିରେ ବସାଇ ଦୈ।ଡିବ। ଦିନେ ଶେରୁ ଓ ଦିଲ୍ କଥାବାର୍ତ୍ତା ହେଉ ଥାଆନ୍ତି। ଶେରୁ ତା ବାପାକୁ ପଚାରିଲା, ” ବାପା, ମୋର କାହିଁକି ଗୋଟିଏ ଆଖି ନଷ୍ଟ ହୋଇ ଯାଇଛି?” ଶେରୁ ଉତ୍ତର ଦେଲା ,” ଦିଲ୍ , ତୋତେ ଜନ୍ମ ଦେଇ ତୋର ମାଆ କ୍ରାନ୍ତି ମୃତ୍ୟୁବରଣ କଲା।ମୋ ପୂର୍ବରୁ ତୋର ମାଆ ରାଜାଙ୍କର ପ୍ରିୟ ଥିଲା। ସେ ରାଜାଙ୍କୁ ଅନେକ ସମୟରେ ଯୁଦ୍ଧରେ ସାହସର ସହିତ ସହଯୋଗ କରିଛି। ଦିନେ କ୍ରାନ୍ତିକୁ ରାଜା କିଛି କାରଣରୁ ଚାବୁକ୍ ରେ ଏକ ପ୍ରହାର ଦେଲେ। ସେତେବେଳେ ତୁ ମାଆର ଗର୍ଭରେ ଥିଲୁ।ଚାବୁକ୍ ପ୍ରହାର ସକାଶେ ତୋର ଗୋଟିଏ ଆଖି ନଷ୍ଟ ହୋଇ ଗଲା।” ଏତିକି ଶୁଣିବା ପରେ ପୁଅ ଦିଲ୍ ଭୀଷଣ ଭାବରେ ରାଗି ଗଲା।ଏହାର ପ୍ରତିଶୋଧ ସେ ନିଶ୍ଚୟ ନେବ ବୋଲି ବାପା ଶେରୁ କୁ କହିଲା।

ଶେରୁ ତା’ର ପୁଅ ଦିଲ୍ କୁ ବୁଝାଇଲା, ”  ଦିଲ୍ ଏମିତି ପ୍ରତିଶୋଧ ପରାୟଣ ହେବା ଅନୁଚିତ। ଗଲା କଥା ଗଲାଣି। ତୋର ମାଆ ମଧ୍ୟ ଆଉ ସଂସାରରେ ନାହିଁ। ସେ କଥାକୁ ମନରୁ ପୋଛିଦେ। ଆମେ ରାଜାଙ୍କ ଦାନାରେ ପ୍ରତିପାଳିତ ହୋଇଛୁ। ରାଜାଙ୍କ ପ୍ରତି ଆମେ ସାରା ଜୀବନ ପାଇଁ କୃତଜ୍ଞ ରହିବା ଉଚିତ। ଏହା ଆମର ସଂସ୍କାର ଆମକୁ ଶିକ୍ଷା ଦେଇଛି।ବଡ ଭୁଲ୍ କଲେ ମଧ୍ୟ ଆମେ ତାଙ୍କ ଦୋଷ ଧରିବା ଠିକ ନୁହେଁ। ଆମର ଭାଗ୍ୟ ଆମେ ରାଜାଙ୍କ ପ୍ରିୟ।ତୁ ଆମର ପ୍ରିୟ ପୁଅ। ତେଣୁ ଏଭଳି ପ୍ରତିଶୋଧ ପରାୟଣ ନହୋଇ ଖୁସିରେ ରାଜାଙ୍କ ସେବା କରିବୁ।”

କିଛି ଦିନ ପରେ ଶେରୁ ଅବସର ନେଲା। ଦିଲ୍ ରାଜାଙ୍କ ପାଖରେ ରହିଲା। ଅଳ୍ପ ଦିନ ପରେ ହଠାତ୍ ପଡୋଶୀ ରାଜ୍ୟ ସହିତ ରାଜାଙ୍କର ଯୁଦ୍ଧ ହେଲା। ଯୁଦ୍ଧ ଭୂମିରେ ଯୁଦ୍ଧ କରୁକରୁ ରାଜା ତଳେ ପଡି ଗଲେ। ଶତ୍ରୁ ପକ୍ଷର ସୈନ୍ୟ ମାନେ ରାଜାଙ୍କୁ ଘେରି ଯାଇଥିଲେ। ଠିକ୍ ଏହି ସମୟରେ ଦିଲ୍ ଶତ୍ରୁ ସୈନ୍ୟ ମାନଙ୍କ ଭିତରେ ଏମିତି ପଶି ରାଜାଙ୍କ ପାଖରେ ବିଜୁଳି ବେଗରେ ପହଞ୍ଚିଲା ଯେ ତଳେ ପଡି ଯାଇଥିବା ରାଜା ସଙ୍ଗେ ସଙ୍ଗେ ଦିଲ୍ ପିଠିରେ ବସି ଆଖି ପିଛୁଳାକେ ଉଭାନ ହୋଇଗଲେ। ରାଜ୍ୟ ସାରା ଲୋକେ ଦିଲ୍ ର ଏପରି ସାହସିକତା ପାଇଁ ଭୁରି ଭୁରି ପ୍ରଶଂସା କଲେ। ଶେରୁ ମଧ୍ୟ ନିଜକୁ ବାପା ଭାବରେ ଗର୍ବିତ ଅନୁଭବ କଲା। ଦିନେ ଶେରୁ ଦିଲ୍ କୁ ପଚାରିଲା କି ଯେଉଁ ଦିଲ୍  କିଛି ଦିନ ପୂର୍ବରୁ ରାଜାଙ୍କୁ ଏତେ ଘୃଣା କରୁଥିଲା, ହଠାତ୍ ଏମିତି ସବୁ ପରିବର୍ତ୍ତନ କେମିତି ହେଲା।

ଦିଲ୍ କହିଲା ,” ବାପା, ମୁଁ ଜାଣେ ନାହିଁ। ଏତିକି ଜାଣିଛି ରାଜା ତଳେ ପଡ଼ିଗଲା ବେଳେ ପ୍ରଥମେ ମୋର ମନକୁ ଆସିଲା କି ଭଲ ହେବ ଆଜି ରାଜା ଶତ୍ରୁ ସୈନ୍ୟଙ୍କ ଦ୍ୱାରା ବନ୍ଦୀ ହେବେ। ମୃତ୍ୟୁଦଣ୍ଡ ପାଇବେ। ମୋ ମାଆର ମୃତ୍ୟୁର ହିସାବ ହୋଇ ଯିବ। ପୁଣି ଭାବିଲି ନାଇଁ ମୋତେ ରାଜାଙ୍କୁ ଉଦ୍ଧାର କରିବାକୁ ଅଛି। ମୋ ମନରୁ କୁଆଡେ ପ୍ରତିଶୋଧ ଭାବନା କେଉଁ ଆଡେ ଚାଲି ଗଲା। ମୋତେ କେବଳ ରାଜାଙ୍କ ରକ୍ତାକ୍ତ ଶରୀର ଦେଖାଗଲା। ସେଥିପାଇଁ ମୁଁ ନିଜ ଜୀବନକୁ ବିପନ୍ନ କରି ରାଜାଙ୍କୁ ଉଦ୍ଧାର କରିବାକୁ ଦଉଡି ଯାଇଥିଲି।”

ଶେରୁ କହିଲା ପ୍ରିୟ ଦିଲ୍ ଏହା ହେଉଛି ସଂସ୍କାରର ପ୍ରଭାବ। ତୁ ଆଜି ପ୍ରମାଣ କରିଦେଲୁ କି ପ୍ରକୃତରେ ତୁ ଆମର ପୁଅ ।

Hello friends I will be back again with another interesting episode of my MANA KATHA. Till then good bye. Take care. Stay smiled.

THANKS.

* JAY JAGANNATH *

Ramanath Kar

Baliapal CHC, Balasore.

ମନ କଥା (୬୮)

—————–

ମୁଁ ଜାଣେନି ଆପଣ ମୋ ସହିତ ଏକମତ ହେବେ କିମ୍ବା ନାହିଁ। ଯେବେ ଠାରୁ ମୋବାଇଲ ଆସିଲା ଏବଂ ମୋବାଇଲରେ ରେ whatsapp ଏବଂ Facebook ଭଳି ଆପ୍ ବ୍ୟବହୃତ ହେଲା , ସେହି ଦିନରୁ ଆମ ସାମାଜିକ ଜୀବନ ବଦଳି ଯାଇଛି। ପରିବାରରେ ସମ୍ପର୍କରେ ଦୂରତା ବଢି ଯାଇଛି। ବିଶ୍ୱାସ ଅବିଶ୍ବାସ ର ଦୋଛକିରେ ସମ୍ପର୍କ ଛିଡା ହୋଇଛି। whatsapp ଏବଂ Facebook ରେ ଏବେ ଶହ ଶହ ବନ୍ଧୁ। ସେମାନଙ୍କ ସହିତ ମନକଥା ହେଉ ହେଉ ଘରକଥା ଆଉ ମନେ ପଡୁନି। ସମ୍ପର୍କ ଏବେ ସମ୍ପୂର୍ଣ୍ଣ ସ୍ୱାଧୀନ। ଏବେ ଘର ଲୋକ ଆଉ ଭଲ ଲାଗୁ ନାହାଁନ୍ତି। ଅଚିହ୍ନା ଅଜଣା ମୁହଁ ସବୁ ଭଲ ଲାଗୁଛି। ଏବେ ତ ପରିବାରରେ ବାପା,ମାଆ,ପୁଅ, ଝିଅ ସମସ୍ତଙ୍କ ହାତରେ ଗୋଟିଏ ଗୋଟିଏ ମୋବାଇଲ। ଯିଏ ଯାହାର ମୋବାଇଲରେ ବ୍ୟସ୍ତ। ତେଣୁ ଆପଣା ଭିତରେ ଆଉ ସମ୍ପର୍କ କୁଆଡୁ ଆସିବ।

ଆଉ ଦୁଇ ପାଦ ଆଗକୁ ଯାଇ ପୁଅଝିଅ ମାନେ ଆଜିକାଲି ତାଙ୍କର ଜୀବନ ସାଥି ମୋବାଇଲରେ ବାଛି ନେଉଛନ୍ତି , ତାପରେ ଆରମ୍ଭ ହୋଇଯାଉଛି ଘଣ୍ଟା ଘଣ୍ଟା ଧରି ମୋବାଇଲରେ ଗପିବା,ଚାଟିଙ୍ଗ୍ କରିବା ଇତ୍ୟାଦି ଇତ୍ୟାଦି। କେତେବେଳେ ଏଇ  ମୋବାଇଲ ରିଲେସନ ଭିତରେ ଅନେକ ସମୟରେ ତୃତୀୟ ଲୋକର ମଧ୍ୟ  entry ହେଉଛି,ଆଉ ସମ୍ପର୍କ ହୋଇ ଯାଉଛି ତ୍ରିକୋଣୀୟ ,ଚତୁଃକୋଣୀୟ ଇତ୍ୟାଦି ଇତ୍ୟାଦି। ତାପରେ କିଏ କାହାକୁ kidnap କଲାଣି,କିଏ କାହା ଉପରକୁ acid  ପକାଇଲାଣି, କିଏ କାହାକୁ murder କରି ମାଟି ତଳେ ପୋତି ଦେଲାଣି , ନହେଲେ ଖଣ୍ଡ ଖଣ୍ଡ କରି ନିଆଁରେ ପୋଡ଼ି ଦେଲାଣି। ପ୍ରତିଦିନ ଖବରକାଗଜରେ ଏଇ ସବୁ ଘଟଣା ପୃଷ୍ଠା ମଣ୍ଡନ କରୁଛି ଆପଣ ପଢ଼ିବାକୁ ପାଉଥିବେ।ଆପଣ କୋଡ଼ିଏ ବର୍ଷ ପଛକୁ ଯାଆନ୍ତୁ, ଯେତେବେଳେ ଚିଠି ସମ୍ପର୍କ ଯୋଡି ବାରେ ଏକମାତ୍ର ମାଧ୍ୟମ ଥିଲା, ସେତେବେଳେ ଆଜି ଭଳି ଘଟଣା ବହୁତ ବହୁତ କମ୍ ଦେଖା ଯାଉଥିଲା। ଛାଡ଼ନ୍ତୁ ପୁଅଝିଅଙ୍କ କଥା। ଏବେ ତ ଅଧିକ ଚର୍ଚ୍ଚାରେ ବିବାହିତ ପୁରୁଷ ଓ ମହିଳା। କେତେବେଳେ ବିବାହିତ ପୁରୁଷ କେଉଁ ଝିଅକୁ ନେଇ ଫେରାର ହୋଇଗଲାଣି ତ କେତେବେଳେ ପୁଣି ପୁଅ ଝିଅ ଥାଇ କେଉଁ ମାଆକୁ ନେଇ ଫେରାର। କେତେବେଳେ କେଉଁ ବିବାହିତା ମହିଳା କେଉଁ ଯୁବକ ସହିତ ଫେରାର ହୋଇ ଗଲାଣି ତ କେତେବେଳେ ପୁଅ ଝିଅ ଥାଇ କେଉଁ ବାପା ସହିତ ଫେରାର। ପୁଣି ଆଉ ଦୁଇ ପାଦ ଆଗକୁ ଯାଇ ଗୋଟିଏ ଛାତ ତଳେ ଥାଇ ସ୍ୱାମୀ ଅନ୍ୟ କାହାକୁ ଭଲ ପାଇଲାଣି ତ ସ୍ତ୍ରୀ ଆଉ କାହାକୁ ଭଲ ପାଉଛି। ସମ୍ପର୍କ ର ଅନ୍ୟ ନାମ ଯେ ବିଶ୍ୱାସ , ସମ୍ପର୍କର ଅନ୍ୟ ନାମ ଯେ ପ୍ରତିବଦ୍ଧତା , ସମ୍ପର୍କର ଅନ୍ୟ ନାମ ଯେ ବନ୍ଧନ , ସମ୍ପର୍କର ଅନ୍ୟ ନାମ ଯେ ସଚ୍ଚୋଟତା, ସମ୍ପର୍କର ଅନ୍ୟ ନାମ ସହନଶୀଳତା ବୋଲି ଆଉ କିଛି ନାହିଁ।

ଛୋଟ କାହାଣୀ ଟିଏ।ରାଜ୍ ଓ ରତ୍ନା ,ଦଶ ବର୍ଷର ସୁନ୍ଦର ବିଶ୍ୱାସରେ ଭରା ବୈବାହିକ ଜୀବନ। ଦୁହେଁ public sector ରେ job କରନ୍ତି। ସେଦିନ ସାଥିରେ ଘରୁ ବାହାରି ଗଲେ ଯିଏ ଯାହାର କର୍ମ କ୍ଷେତ୍ରକୁ।  Ratna was late to return.. when she came an unknown lady opened the door.. Ratna was surprised. Ratna went inside and saw one unknown kid playing. The strange woman was wearing her dress. Raj her husband sat at the dinning table. ଅପରିଚିତା ମହିଳା ଜଣକ ରାଜ୍ କୁ ଖାଇବାକୁ ଦେଉଥିଲା। କ’ଣ ସବୁ ହେଉଛି ରତ୍ନା କିଛି ବୁଝି ପାରୁ ନଥିଲେ। ବାଧ୍ୟ ହୋଇ ସେ ରାଜ୍ କୁ ସେହି ମହିଳାଙ୍କ ବିଷୟରେ ପଚାରିଲେ। Raj told Ratna to get fresh. He will explain comfortably.. Ratna shouted,” please explain now.”

ରାଜ୍ କହିଲେ,‌” ଇଏ ହେଉଛନ୍ତି ଶ୍ରାବଣୀ, ମୋର ପଢିବା ବେଳର ବନ୍ଧୁ  ସତ୍ୟର ସ୍ତ୍ରୀ।ଏଇ ଛୋଟ ପିଲାଟି ହେଉଛି ତାଙ୍କରି ପୁଅ। ସତ୍ୟ ପ୍ରାୟ ଦୁଇ ମାସ ହେଲାଣି ମୃତ୍ୟୁବରଣ କରି ସାରିଛି । ଶ୍ରାବଣୀ ଠାରୁ ଆଜି ପ୍ରଥମଥର ସତ୍ୟ ବିଷୟରେ ଶୁଣି ବହୁତ ଦୁଃଖ ଲାଗିଲା। ତାଠାରୁ ଅଧିକ ଦୁଃଖ ଲାଗିଲା ସତ୍ୟର ଅବର୍ତ୍ତମାନରେ ଶ୍ରାବଣୀ ଏବଂ ତାଙ୍କ ପୁଅ ବହୁତ କଷ୍ଟରେ ଚଳୁଛନ୍ତି।

ସେଥିପାଇଁ ଆଜି ଯାଇ ସେମାନଙ୍କୁ  ଯାଇ ନେଇ ଆସିଲି। ତୁମକୁ ଜଣାଇ ନଥିବାରୁ ମୁଁ ଦୁଃଖିତ।”  Ratna believed her husband. ସମସ୍ତେ ସାଙ୍ଗରେ ରହିଲେ। ରତ୍ନା ଅନୁଭବ କଲେ ଧୀରେ ଧୀରେ ଶ୍ରାବଣୀ ରାଜ୍ କୁ ଆକର୍ଷିତ କରିବା ପାଇଁ ଚେଷ୍ଟା କରୁଛନ୍ତି। ଶ୍ରାବଣୀ ନିଜର ଅଭାବ ପୂରଣ ପାଇଁ ରାଜ୍ ପାଖରୁ ଟଙ୍କା ଲୁଟିବା ପାଇଁ ଚେଷ୍ଟା କରୁଛନ୍ତି। ତାଙ୍କର ସରଳ ସ୍ୱାମୀ ରାଜ୍ କୁ କେମିତି ଶ୍ରାବଣୀ କବଳରୁ ରକ୍ଷା କରିବେ ଚିନ୍ତା କରି ଇଚ୍ଛା ନଥିଲେ ମଧ୍ୟ ରତ୍ନା ଶ୍ରାବଣୀ ସହିତ ମିଛିମିଛିକା ସମ୍ପର୍କ ବଢାଇଲେ। ଶ୍ରାବଣୀ ପାଖରୁ ବହୁତ କଷ୍ଟରେ ସତ୍ୟ ର ଭଉଣୀ ର address‌ପାଇଗଲେ। Ratna rushed to meet  Satya”s sister. She collected all information from her.. Satya is alive. He is not dead.. ଶ୍ରାବଣୀ  କେମିତିକା ଝିଅ ସତ୍ୟ ର ଭଉଣୀ କହିଲେ। ଶ୍ରାବଣୀ ର କେବଳ ଟଙ୍କା ଦରକାର, ନୂଆ ନୂଆ ବନ୍ଧୁ ଦରକାର । ସତ୍ୟ ଭାଇ ଭାଉଜଙ୍କ ପାଇଁ ବହୁତ ମନ ଦୁଃଖରେ ଥିଲେ। ଅଧିକ ରୋଜଗାର ଆଶାରେ ଏବେ ସେ ଦୁବାଇରେ ଏକ କମ୍ପାନୀରେ କାମ କରୁଛନ୍ତି। ଶେଷରେ ଭାଇ ମରି ଯାଇଛନ୍ତି ବୋଲି ଭାଉଜ ମିଛ କଥା  କେମିତି କହି ପାରିଲେ କହୁକହୁ କାନ୍ଦି ପକାଇଲେ ସତ୍ୟ ର ଭଉଣୀ। ରତ୍ନା ଏବେ ସବୁ ବୁଝି ଯାଇଥିଲେ। ସତ୍ୟ ଙ୍କ ସହିତ ଫୋନରେ ଯୋଗାଯୋଗ ହେଲେ। ଶ୍ରାବଣୀ ନିଜର ପଢା ବନ୍ଧୁ ରାଜ୍ ର ପରିବାରରେ ଧୂମକେତୁ ହୋଇ ପ୍ରବେଶ କରିଛି ଜାଣି ରତ୍ନାଙ୍କ ନିକଟରେ ଭୁଲ୍ ମାଗିଲେ। ଦୁଇ ଦିନ ପରେ ହଠାତ୍ ସତ୍ୟ ରାଜ୍ ର ଘରେ ପହଞ୍ଚିଲେ। ଶ୍ରାବଣୀ ର ମୁହଁ ଲାଜରେ କଳା ପଡି ଗଲା। ତା’ର ମୁଖା ଖୋଲି ଯାଇଥିଲା। ସତ୍ୟ ନିଜ ସ୍ତ୍ରୀ ର ଅପକର୍ମ ପାଇଁ ରାଜ୍ କୁ କ୍ଷମା ମାଗିଲେ। ଶ୍ରାବଣୀ ଓ ସତ୍ୟ ନିଜ ଘରକୁ ପୁଅକୁ ନେଇ ଫେରିଗଲେ।

ସରଳ ନିଷ୍କପଟ ରାଜ୍ ଙ୍କୁ ଏସବୁ ସିନେମାର କାହାଣୀ ପରି ଲାଗୁଥିଲା। ସେ ବୁଝି ପାରୁ ନଥିଲେ, ସତରେ କ’ଣ ଜଣେ ସ୍ତ୍ରୀ ନିଜର ସ୍ୱାମୀ ଥାଉଥାଉ ନିଜକୁ ବିଧବା ବୋଲି ପରିଚୟ ଦେଇ ପାରେ। ରାଜ୍  ରତ୍ନାଙ୍କୁ ବହୁତ ବହୁତ ଧନ୍ୟବାଦ ଦେଲେ ତାଙ୍କର ଏପରି ଏକ ଉତ୍ତମ କାର୍ଯ୍ୟ ପାଇଁ।ରାଜ୍ ଙ୍କ ପରି  ଜଣେ ସଚ୍ଚୋଟ ସ୍ୱାମୀ ପାଇଁ ରତ୍ନା ଗର୍ବିତା ବୋଲି ହସିହସି କହିଲେ  ।ରାଜ୍ ମଧ୍ୟ ରତ୍ନା ଙ୍କ ପରି ଜଣେ ବିଶ୍ୱାସୀ ସ୍ତ୍ରୀ ଙ୍କ ପାଇଁ ଗର୍ବିତ ବୋଲି ହସିହସି କହିଲେ।

Hello my dear friends, I will be back again with another interesting episode of my MANA KATHA. Till then good bye. Take care. Stay smiled.

THANKS.

* JAY JAGANNATH *

Ramanath Kar

Baliapal CHC, Balasore.

ମନ କଥା (୬୯)

—————–

ଜୀବନ ଆମକୁ ଅନେକ ଶିକ୍ଷା ଦିଏ। ଦୈନନ୍ଦିନ ଜୀବନର ପ୍ରତିଟି ଘଟଣାକୁ ଆମେ ବିଶ୍ଲେଷଣ କଲେ ସେଥିରେ ଆମ ପାଇଁ କିଛି ନା କିଛି ଶିକ୍ଷା କଲା ଭଳି କଥା ଥାଏ । ଆମେ ଏମିତି ଏକ ଜୀବନ ଜିଉଁଛୁ , ଯେଉଁଠି ପ୍ରତି ମୂହୁର୍ତ୍ତ ରେ ଆମେ ମୁକ୍ତିର ପଥ ଖୋଜୁଛନ୍ତି। ମୁକ୍ତି ପାଇଁ ମଣିଷକୁ ଭଗବାନଙ୍କ ଶରଣାପନ୍ନ ହେବାକୁ ପଡିବ। ଭଗବାନ ଙ୍କ ଆସ୍ଥାଭାଜନ ହେବାକୁ ପଡିବ। ତାଙ୍କର ପ୍ରିୟ ହେବାକୁ ପଡ଼ିବ।

ମୋର ଜଣେ ବନ୍ଧୁଙ୍କ ସହିତ ଏମିତି କଥାବାର୍ତ୍ତା ହେବା ସମୟରେ ଆମେ ଟିକେ ଆଧ୍ୟାତ୍ମିକ ଦୁନିଆ ଆଡ଼କୁ ଚାଲିଗଲୁ।ମୋର ବନ୍ଧୁ ମୋତେ ପଚାରିଲେ ଭଗବାନ ଆମକୁ ଭଲପାଇବେ ଏମିତି କିଛି ସୂତ୍ର ଅଛି କି। ମୁଁ କହିଲି ନିଶ୍ଚୟ ଅଛି। ଏହା ଏକ ଶ୍ଳୋକ ଅଟେ। ଏହି ଶ୍ଳୋକକୁ ଆବୃତ୍ତି କଲେ ଭଗବାନ ଆମକୁ ଭଲପାଇବେ କି ନପାଇବେ ପର କଥା। କିନ୍ତୁ ଏକଥା ସତ ହୃଦୟର ସହିତ ଆବୃତ୍ତି କଲେ ଆମେ ଭଗବାନଙ୍କୁ ଭଲପାଇ ଯିବା।

” ଜାନାମି ଧର୍ମଂ ନ ଚ ମେ ପ୍ରବୃତ୍ତି

ଜାନାମ୍ୟଧର୍ମଂ ନ ଚ ମେ ନିବୃତ୍ତି

ତ୍ୱୟା ହୃଷିକେଶ ହୃଦି ସ୍ଥିତେନ

ଯଥା ନିଯୋକ୍ତୋସ୍ମି ତଥା କରୋମି “

ଅର୍ଥାତ୍ ହେ ହୃଷିକେଶ ମୁଁ ଧର୍ମ କଣ ଜାଣିଛି, କିନ୍ତୁ ମୋର ଧର୍ମ ଆଚରଣ ପାଇଁ ପ୍ରବୃତ୍ତି ନାହିଁ। ମୁଁ ଅଧର୍ମ କ’ଣ ଜାଣିଛି। ହେଲେ ଅଧର୍ମ ଜାଣି ମଧ୍ୟ ଅଧର୍ମ କରିବାରୁ ନିବୃତ୍ତ ହୋଇ ପାରୁନି। ହେ ହୃଷିକେଶ ଆପଣ ମୋର ହୃଦୟରେ ବିରାଜମାନ କରନ୍ତୁ ।ଆପଣ ଯେମିତି କହିବେ ମୁଁ ସେମିତି କରିବି।

This verse Duryodhan told Shree Krishna in Pandab Geeta. It’s absolutely right we know what is right.. Because every human being are gifted sense organs controlled by mind. Though we know what is right but we are not inclined towards doing right thing . Similarly we know what is wrong. Knowing what is wrong we can’t abstain from doing the negative thing. So it should be our prayer,” Oh Shree Krishna, please reside in my heart. You please guide me.. I will act what you direct me.”

ତେଣୁ ଏକଥା ହିଁ ସତ  ଭଗବାନଙ୍କ ଶରଣାପନ୍ନ ହୋଇଗଲେ ଆମ ଜୀବନଧାରା ରେ ପରିବର୍ତ୍ତନ ହେବା ସାଙ୍ଗକୁ ଆମ ପାଇଁ ମୁକ୍ତିର ବାଟ ଫିଟିଯିବ। ଧ୍ୟାନ ଦେବାକୁ ହେବ ଜୀବନର ଦୈନନ୍ଦିନ ଘଟଣାରେ ଭଗବାନ ଆମକୁ କି ପ୍ରକାର ବାର୍ତ୍ତା ଦେଉଛନ୍ତି।

ଛୋଟ କାହାଣୀ ଟିଏ। ଜଣେ ବ୍ୟକ୍ତି ଜୀବନ ପ୍ରତି ବିମୁଖ ହୋଇ ଜଣେ ସାଧୁଙ୍କ ନିକଟରେ ପହଞ୍ଚିଲେ। ସେ କହିଲେ ହେ ମହାତ୍ମା ମୁଁ ଘରଦ୍ୱାର ଛାଡି ଆପଣଙ୍କ ଶରଣରେ ଆସିଛି। ମୋତେ ଏପରି ଜଞ୍ଜାଳ ପୂର୍ଣ୍ଣ ଜୀବନରୁ ମୁକ୍ତିର ପଥ ଦେଖାଇ ଦିଅନ୍ତୁ। ସାଧୁ ତାଙ୍କୁ କହିଲେ ତୁମକୁ ଆଶ୍ରମର ସବୁ ନିୟମ ପାଳନ କରିବାକୁ ପଡ଼ିବ। ପ୍ରତିଦିନ ଭିକ୍ଷା ବୃତ୍ତି କରିବାକୁ ପଡ଼ିବ। ଜାଳେଣି ସଂଗ୍ରହ କରିବାକୁ ପଡ଼ିବ।ଗାଈ ଗୋରୁ ସେବା କରିବାକୁ ପଡ଼ିବ। ବ୍ୟକ୍ତି ଜଣକ ସବୁ କରିବା ପାଇଁ ପ୍ରସ୍ତୁତ ଥିଲେ। ସାଧୁ ସେହି ବ୍ୟକ୍ତିଙ୍କୁ ଆସନ୍ତା କାଲି ଠାରୁ ଭିକ୍ଷା ବୃତ୍ତି କରିବା ପାଇଁ ନିର୍ଦ୍ଦେଶ ଦେଲେ।

ଆଜ୍ଞା , ମୁଁ ତ କେବେ ଜୀବନରେ ଭିକ୍ଷା ମାଗି ନାହିଁ। କ’ଣ କହି ମୋତେ ଭିକ୍ଷା ମାଗିବାକୁ ହେବ ଦୟାକରି ହେ ମହାତ୍ମା ମୋତେ କହି ଦିଅନ୍ତୁ। ସାଧୁ ମହାତ୍ମା କହିଲେ, ପ୍ରତ୍ୟେକ ଘର ଆଗରେ ଛିଡା ହୋଇ କହିବ ” ଜୀବନରୁ ଶିକ୍ଷା ଲାଭ କରନ୍ତୁ। ମୁକ୍ତିର ବାଟ ପାଆନ୍ତୁ । ମୁଠାଏ ଭିକ୍ଷା ଦିଅନ୍ତୁ।” ସେହି ବ୍ୟକ୍ତି ଜଣକ ତା ପରଦିନ ଭିକ୍ଷା କରିବାକୁ ବାହାରି ପଡିଲେ। ସନ୍ଧ୍ୟାରେ ଭିକ୍ଷା ସହିତ ଆଶ୍ରମକୁ ଫେରିଲେ। ରାତିରେ ସାଧୁଙ୍କ ପଦ ସେବା କରିବା ସମୟରେ ବ୍ୟକ୍ତି ଜଣକ ଦିନର ଅନୁଭବ ବିଷୟରେ ସବୁ କହିଲେ। ତା ପରଦିନ ବ୍ୟକ୍ତି ଜଣକ ପୁଣି ଭିକ୍ଷା କରିବାକୁ ବାହାରି ଗଲେ। ଜଣକ ଘରୁ ସେ ଭିକ୍ଷା କରି ଫେରିବା ସମୟରେ ତାଙ୍କ ଘରେ ପଞ୍ଜୁରୀ ଭିତରେ ଥିବା ଶୁଆଟି ତାଙ୍କୁ ପଛରୁ ଡାକିଲା। ଶୁଆଟି କହିଲା ,” ହେ ସାଧୁ , ମୁଁ ମୁକ୍ତ ଆକାଶର ପକ୍ଷୀ ।ଆକାଶ ମୋର ଦୁନିଆ। ଦୀର୍ଘ ଦିନରୁ ମୁଁ ପଞ୍ଜୁରୀ ଭିତରେ ଏକ ବନ୍ଦୀର ଜୀବନ ବିତାଉଛି । ମୁଁ ମୋର ଆତ୍ମୀୟ ସ୍ୱଜନଙ୍କ ପାଖକୁ ଯିବାକୁ ଚାହୁଁଛି। ହେଲେ ଏଇ ବନ୍ଦୀ ଶାଳ ରୁ ମୁଁ କେମିତି ମୁକ୍ତି ପାଇବି ତୁମ ପାଖରେ କିଛି ସୂତ୍ର ଅଛି କି। ବ୍ୟକ୍ତି ଜଣଙ୍କୁ ଶୁଆର ଏଭଳି କଥା ଶୁଣି ଭାରି କଷ୍ଟ ଲାଗିଲା।ସେ ଶୁଆଟିକୁ ଆଶ୍ୱାସନା ଦେବା ସହିତ ଆସନ୍ତା କାଲି ମହାତ୍ମାଙ୍କ ନିକଟରୁ ଏହାର ସୂତ୍ର ବୁଝି ଆସିଲେ କହିବି ବୋଲି କହିଲେ।

ସେଦିନ ରାତିରେ ବ୍ୟକ୍ତି ଜଣକ ମହାତ୍ମା ଙ୍କ ପଦ ସେବା କରୁ ଥାଆନ୍ତି। ଏତିକିବେଳେ ଶୁଆଟିର କଥା ତାଙ୍କର ମନେ ପଡିଗଲା। ସେ ଶୁଆର କଥା ମହାତ୍ମା ଙ୍କୁ ପଚାରିଲେ। ମହାତ୍ମା ହଠାତ୍ କମ୍ପିବାକୁ ଲାଗିଲେ ଓ ବେହୋସ ହୋଇଗଲେ। ବ୍ୟକ୍ତି ଜଣକ କିଛି ବୁଝି ପାରିଲେ ନାହିଁ ହଠାତ୍ କାହିଁକି ଶୁଆଟିର କଥା ଶୁଣି ମହାତ୍ମା ବେହୋସ ହୋଇଗଲେ। ବ୍ୟକ୍ତି ଜଣକ ତୁରନ୍ତ ମହାତ୍ମା ଙ୍କ ମୁହଁରେ ପାଣି ପକାଇଲେ ଓ ପଙ୍ଖା କଲେ। ମହାତ୍ମା ହୋସ୍ କୁ ଆସିଲେ। ତା ପରଦିନ ସବୁ ଘଟଣା ବ୍ୟକ୍ତି ଜଣକ ଶୁଆକୁ କହିଲେ। ଯେହେତୁ ଶୁଆର କଥା ଶୁଣି ମହାତ୍ମା ବେହୋସ୍ ହୋଇପଡ଼ିଲେ ,ଆଉ ଅଧିକ କିଛି ତାଙ୍କୁ ସେ ପଚାରି ପାରିଲେ ନାହିଁ। ସେଥିପାଇଁ ସେ ଦୁଃଖିତ ବୋଲି ଶୁଆକୁ କହିଲେ।ଶୁଆ କିନ୍ତୁ କହିଲା ସେ ମୁକ୍ତିର ସୂତ୍ର ପାଇ ଯାଇଛି। ବ୍ୟକ୍ତି ଜଣକ କିଛି ବୁଝି ପାରିଲେନି।

ତା ପରଦିନ ଯେତେବେଳେ ଶୁଆର ମାଲିକ ତାକୁ ଖାଇବା ଦେବାକୁ ଆସିଲେ ହଠାତ୍ ଶୁଆ କମ୍ପିବାର ସୁନ୍ଦର ଅଭିନୟ କଲା ଏବଂ ପଞ୍ଜୁରୀ ଭିତରେ ଟଳି ପଡ଼ିଲା।ମାଲିକ ଏହା ଦେଖି ଶୁଆକୁ ପଞ୍ଜୁରୀ ଭିତରୁ ବାହାର କରି ଆଣିଲେ। ତାକୁ ତଳେ ଥୋଇ ତା ଉପରେ ପାଣି ଛିଞ୍ଚିଲେ।ଏ‌ହାର ସୁଯୋଗ ନେଇ ଶୁଆଟି ଆକାଶକୁ ଉଡି ଗଲା। ସବୁଦିନ ପାଇଁ ଶୁଆ ଆଜିପଞ୍ଜୁରୀ ରୁ ମୁକ୍ତ।

Hello my dear friends.I will be back again with another interesting episode of my MANA KATHA. Till then good bye. Take care. Stay smiled.

THANKS.

* ଜୟ ଜଗନ୍ନାଥ *

ରମାନାଥ କର

ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ବାଲେଶ୍ଵର।

ମନ କଥା (୭୦)

____

ଜୀବନ କେବଳ ବିତାଇବା ପାଇଁ ନୁହେଁ ବରଂ ଜୀବନକୁ ଜିଇଁବା ଆବଶ୍ୟକ। ଜୀବନ କେବଳ ଜିଇଁବା ପାଇଁ ନୁହେଁ ବରଂ ଜୀବନକୁ ଅନୁଭବ କରିବା ଆବଶ୍ୟକ। ଜୀବନ କେବଳ ଅନୁଭବ ପାଇଁ ନୁହେଁ ବରଂ ଜୀବନକୁ ବୁଝିବା ଆବଶ୍ୟକ। ଜୀବନକୁ କେବଳ ବୁଝିଲେ ହେବ ନାହିଁ ବରଂ ତାକୁ ଉପଯୋଗ କରିବା ଆବଶ୍ୟକ। ଶେଷରେ ଜୀବନ ଏକ ଶିକ୍ଷା ହେବ।

ଶିକ୍ଷା ହିଁ ଜ୍ଞାନ। ଜ୍ଞାନ ହିଁ ଶକ୍ତି। ଏହି ଶକ୍ତି ଆମକୁ ଜୀବନରେ ଆସୁଥିବା ପ୍ରତିଟି ନକରାତ୍ମକ ପରିସ୍ଥିତିରୁ ରକ୍ଷା କରିଥାଏ। ଜ୍ଞାନ ଜୀବନରେ ଦିନେ ଦୁଇ ଦିନ ପାଇଁ ନୁହେଁ ବରଂ ଜୀବନର ଶେଷ ପର୍ଯ୍ୟନ୍ତ ଆବଶ୍ୟକ। ଜ୍ଞାନ ହିଁ ଆମର ବିଶ୍ବାସ। ଥରେ ବିଶ୍ୱାସ ହରାଇଲେ ଜୀବନ ଭୁଲ୍ ବାଟରେ ଚାଲିଯିବ।

ଛୋଟ କାହାଣୀ ଟିଏ। ଗୋଟିଏ ଜଙ୍ଗଲରେ ହଜାର ହଜାର ଶୁଆ ବାସ କରୁଥିଲେ। କେହି କେହି ତାକୁ ଶୁଆ ଜଙ୍ଗଲ ବୋଲି କହନ୍ତି। ଦିନେ ଜଣେ ଶିକାରୀ ସେହି ଜଙ୍ଗଲକୁ ଆସିଲା। ଜାଲ ବିଛାଇଲା । ଦାନା ଦେଲା।ପ୍ରଥମ ଥର ଜଙ୍ଗଲରେ ଦାନା ଦେଖି ଅନେକ ଶୁଆ ଦାନା ଖାଇବା ଆଶାରେ ଆସି ଶିକାରୀ ର ଜାଲରେ ଫସିଗଲେ। ଶିକାରୀ ସବୁ ଶୁଆକୁ ଧରି ସହରକୁ ବିକ୍ରି କରିବା ପାଇଁ ନେଇ ଚାଲିଗଲା।ଏସବୁକୁ ଶୁଆ ସର୍ଦ୍ଦାର ଦେଖୁଥିଲା। ତାକୁ ବହୁତ କଷ୍ଟ ହେଲା।ସେଦିନ ସନ୍ଧ୍ୟା ପୂର୍ବରୁ ସେ ସବୁ ଶୁଆ ମାନଙ୍କର ଏକ ବୈଠକ ଡାକିଲା। ସମସ୍ତ ଶୁଆ ସର୍ଦ୍ଦାର କଥା ଅନୁସାରେ ଠିକ୍ ସମୟରେ ଏକାଠି ହେଲେ। ଶୁଆ ସର୍ଦ୍ଦାର ସମସ୍ତଙ୍କୁ ଧନ୍ୟବାଦ ଦେଇ ବୈଠକ ଆରମ୍ଭ କଲା। ସେ କହିଲା ,” ଆଜି ଆମର ଅନେକ ସାଥୀ ଶିକାରୀ ର ଜାଲରେ ଫସିଗଲେ। ଏହାର କାରଣ ହେଉଛି ଶିକାରୀ ର ଦାନା। ସେମାନେ ସମସ୍ତେ ଶିକାରୀ ର ଦାନା ଖାଇବା ଲୋଭରେ ସେ ବିଛାଇଥିବା ଜାଲରେ ଫସିଗଲେ। ଯାହା ଫଳରେ ସେମାନେ ଶିକାରୀ ହାତରେ ଧରା ପଡିଗଲେ ଏବଂ ସମସ୍ତଙ୍କୁ ନେଇ ଶିକାରୀ ସହରରେ ଆଜି ବିକ୍ରି କରି ଦେଇଥିବ। ସେମାନେ ଏବେ ପଞ୍ଜୁରୀରେ ବନ୍ଦୀ ଭାବରେ ରହିଥିବେ।” ସମସ୍ତ ଶୁଆ  ଏହା ଶୁଣି ମନ ଦୁଃଖ କଲେ। ସେମାନେ ସର୍ଦ୍ଦାର କୁ ପଚାରିଲେ ଆମେ କ’ଣ କରିବା, ଏମିତି ହେଲେ ତ ଆମ ମାନଙ୍କ ସଂଖ୍ୟା ଧୀରେ ଧୀରେ କମିଯିବ।

ଶୁଆ ସର୍ଦ୍ଦାର କହିଲା, ” ମୁଁ ଅନୁଭବରୁ କହୁଛି । ଆଜି ଏତେ ସାରା ଶୁଆ ବିକ୍ରି କରି ଶିକାରୀ ବହୁତ ରୋଜଗାର କରିଥିବ। ସେ ଲୋଭରେ ପୁଣି କାଲିକି ଆସିବ । କିନ୍ତୁ ସମସ୍ତେ ମନେ ରଖ ଆସନ୍ତା କାଲି ତାର ଦାନା ଖାଇବା ପାଇଁ କେହି ଯିବେ ନାହିଁ । ଆମେ ଜଙ୍ଗଲର ଆଉ ଟିକିଏ ଦୂରକୁ ଯାଇ ଗଛର ଫଳ ଖାଇବା।ଜୀବନ ବଞ୍ଚାଇବା କିନ୍ତୁ ଶିକାରୀର ଦାନା ଖାଇବା ନାହିଁ।” ଶେଷରେ ତାହାହିଁ ହେଲା। ଆସନ୍ତା କାଲି ଶିକାରୀ ଆସିଲା। ଜାଲ ବିଛାଇଲା। ଦାନା ଦେଲା। କିନ୍ତୁ ଗୋଟିଏ ମଧ୍ୟ ଶୁଆ ଦାନା ଖାଇବାକୁ ଆସିଲେ ନାହିଁ। ଶିକାରୀ ମନ ଦୁଃଖରେ ଘରକୁ ଫେରିଗଲା। ତା ସ୍ତ୍ରୀ କୁ ତାର ମନ ଦୁଃଖର କାରଣ କହିଲା। ତାର ସ୍ତ୍ରୀ କହିଲା ଏଥିରେ ମନ ଦୁଃଖ କରିବାର କିଛି କାରଣ ନାହିଁ। ଶୁଆ ଜାଲରେ ଫସନ୍ତୁ କି ନଫସନ୍ତୁ ତୁମେ ତୁମର କାର୍ଯ୍ୟ ଜାରି ରଖ। ସଫଳତା ଦିନେ ମିଳିବ ନିଶ୍ଚୟ। ଶିକାରୀ ତାହାହିଁ କଲା।

ଏହା ଭିତରେ ଶୁଆ ମାନଙ୍କ ଭିତରେ ବିଭେଦ ସୃଷ୍ଟି ହେଲା। ସେମାନେ ଏତେ ଦୂର ଯାଇ ଖାଦ୍ୟ ଖାଇବାକୁ ପସନ୍ଦ କଲେ ନାହିଁ, ଯଦିଓ ସେମାନଙ୍କ ପାଖରେ ଖାଦ୍ୟ ରହିଛି। ଧୀରେ ଧୀରେ ସେମାନେ ଶୁଆ ସର୍ଦ୍ଦାର କୁ ବିରୋଧ କରିବାକୁ ଲାଗିଲେ। ପର ଦିନ ପ୍ରଥମେ ଜଣେ ଶୁଆ ସର୍ଦ୍ଦାର କଥା ନମାନି ଦାନା ଖାଇବା ପାଇଁ ଉଡ଼ି ଗଲା। ଜଣେ ଉଡ଼ି ଯିବାର ଦେଖି ଅନ୍ୟମାନେ ମଧ୍ୟ ଉଡ଼ି ଗଲେ। ସର୍ଦ୍ଦାର ପଛରୁ ଯେତେ ଡାକିଲେ ଯେତେ ମନା କଲେ ମଧ୍ୟ କେହି ଶୁଣିଲେ ନାହିଁ । ଶେଷରେ ସମସ୍ତେ ଶିକାରୀ ର ଜାଲରେ ଫସିଗଲେ।

ବାସ୍ତବରେ ଆମେ ଜୀବନରେ ଏକ ଭଲ ଜ୍ଞାନର କଥାକୁ ସବୁଦିନ ମାନି ଚଳିବା ବହୁତ କଷ୍ଟ ହେଲେ ବି କିଛି ବି ହୋଇଯାଉ ତାକୁ ଭୁଲିବା ଉଚିତ୍ ନୁହେଁ। ଅନେକ ସମୟରେ ଲୋଭ ହିଁ ଜ୍ଞାନ କୁ ଆମ ପାଖରୁ ଦୂରେଇ ଦିଏ ଓ ସେତିକିବେଳେ ଆମେ ଭୁଲ୍ କରି ବସୁ।

Hello my dear friends, I will be back again with another interesting episode of my MANA KATHA. Till then good bye. Take care. Stay smiled.

THANKS.

* ଜୟ ଜଗନ୍ନାଥ *

ରମାନାଥ କର

ମନ କଥା (୭୧)

—————–

ପ୍ରାୟ ଏକ ସପ୍ତାହ ପରେ ପୁଣି ଥରେ ଆଜି ମନ କଥା ଲେଖୁଛି। ଏହା ଭିତରେ ଏମିତି କିଛି ଘଟଣା ଘଟି ଯାଇଛି ଯାହା ମୋ ମନରେ ଗଭୀର ପ୍ରଭାବ ପକାଇ ଥିଲା। କିଛି ଦିନ ପୂର୍ବରୁ ଆପଣମାନେ ଜାଣିଛନ୍ତି ଜଣେ ଅଧ୍ୟାପକ ମହୋଦୟ ଏକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ମୋର ଗୋଟିଏ ଭଜନ ଗାଇବାକୁ ନେଇ କିପରି  ଅକାରଣରେ ମୋ ପ୍ରତି ଅସହିଷ୍ଣୁ ହୋଇ ପଡିଲେ । ଏବେ ଏବେ ଆଉ ଜଣେ ଅଧ୍ୟାପକ ତଥା ବରିଷ୍ଠ ସାହିତ୍ୟିକ ସେମିତି ମୋ ଉପରେ ଖୁବ୍ ରାଗିଗଲେ। ମୋର ଭୁଲ୍ ହେଲା ସେହି ଅଧ୍ୟାପକ ସାହିତ୍ୟିକ ମହୋଦୟ ସୋସିଆଲ ମିଡିଆରେ ପୋଷ୍ଟ କରିଥିବା ଏକ ଲେଖା ଉପରେ ମୁଁ ଅତ୍ୟନ୍ତ ଭଦ୍ରାମିର ସହିତ ମୋ ମନରେ ଜାଣିବାର ଆଗ୍ରହକୁ ନେଇ ଏକ ପ୍ରଶ୍ନ ପଚାରିଥିଲି । ମୋ ପ୍ରଶ୍ନର ଉତ୍ତର ତ ମୁଁ ପାଇଲି ନାହିଁ। ବରଂ ସେ କିଛି ଏମିତି କିଛି ଅପଶବ୍ଦ ମୋ ପ୍ରତି ବ୍ୟବହାର କଲେ ଯାହାର ସାକ୍ଷୀ ମୋର ଅନ୍ୟ ଫେସବୁକ ଭାଇ ବନ୍ଧୁ ମାନେ ଅଛନ୍ତି। ଜଣେ ଅଧ୍ୟାପକଙ୍କ ଠାରୁ ଏପରି ନିନ୍ଦନୀୟ ବ୍ୟବହାର ମୁଁ ଆଶା କରୁ ନଥିଲି। ସେଦିନ ମୋତେ ବହୁତ କଷ୍ଟ ହୋଇଥିଲା।ଦୁଇ ପାଦ ଆଗକୁ ଯାଇ ତାଙ୍କର ଗୀତ ଏଗାର ହଜାର ଦର୍ଶକ ଦେଖି ସାରିଛନ୍ତି , ଅର୍ଥାତ୍ ସେ କେତେ ଲୋକପ୍ରିୟ ବୋଲି ମୋତେ ଜଣାଇ ଦେବାରୁ ଚାହୁଁଥିଲେ। କିଛି ଜାଣିବା ପାଇଁ ପ୍ରଶ୍ନ କଲେ ଏମିତି ହୃଦୟକୁ ଆଘାତ ଦେଲା ଭଳି କଥା ଶୁଣିବାକୁ ମିଳିବ ମୁଁ ଜମାରୁ ବିଶ୍ୱାସ କରି ପାରୁନଥିଲି। ଯଦି ତାଙ୍କୁ ପ୍ରଶ୍ନ ଟିଏ ମୁଁ ପଚାରିଦେଲି , ସେ ମୋ ପ୍ରତି ଏମିତି ଅସମ୍ମାନ ଜନକ ଶବ୍ଦ ବ୍ୟବହାର କରି ପାରିଲେ , ତାହେଲେ ସେ କ୍ଲାସରେ କ’ଣ କରୁଥିବେ ଯେତେବେଳେ ତାଙ୍କର ଛାତ୍ରଛାତ୍ରୀ ମାନେ ତାଙ୍କୁ କିଛି ପ୍ରଶ୍ନ ପଚାରୁଥିବେ। ଗୁରୁ ଆମକୁ ଅହଂକାର ଶୂନ୍ୟ ହେବାକୁ ଶିକ୍ଷା ଦିଅନ୍ତି। କିନ୍ତୁ ଆଜି ଗୁରୁ ନିଜେ ଅହଂକାରୀ ହୋଇଗଲେ।

ଏଇ ଘଟଣା ପରେ ମୁଁ ଭାବୁଥିଲି ସତ କହନ୍ତି ସ୍ୱର୍ଗକୁ ଶିଡି ନାହିଁ,ବଡ ଲୋକଙ୍କୁ ଉତ୍ତର ନାହିଁ। ବରଂ ନିଜେ ମୁଁ ସୋସିଆଲ ମିଡ଼ିଆ ଠାରୁ ଦୂରେଇ ଯିବା ଉଚିତ। ମୁଁ ଅନେକ ଅନେକ ଧନ୍ୟବାଦ ଦେବି ସେହି ବନ୍ଧୁ ତଥା ଭାଇଙ୍କୁ ଯେଉଁମାନେ ଏଇ ଘଟଣାରେ ମୋତେ ସମବେଦନା ଜଣାଇବା ସହିତ ମନ କଥା ଲେଖା ଜାରି ରଖିବା ପାଇଁ ପରାମର୍ଶ ଦେଇଛନ୍ତି।ସତ କହୁଛି ମୁଁ ମଧ୍ୟ ଜଣେ କିଏ ମୋତେ କ’ଣ କହିଦେଲେ ବୋଲି ଆପଣଙ୍କ ଠାରୁ ଦୂରେଇ ଯିବା ପାଇଁ ଚାହୁଁନାହିଁ। ମହାପ୍ରଭୁଙ୍କ ନିକଟରେ ଏଇ ପ୍ରାର୍ଥନା କରିବି ସେ  ଅଧ୍ୟାପକ ତଥା ବରିଷ୍ଠ ସାହିତ୍ୟିକ ଙ୍କୁ ଅହଙ୍କାର ଠାରୁ ଦୂରେଇ ରଖନ୍ତୁ। ଯିଏ ଅହଙ୍କାର କରିଛନ୍ତି ,କ’ଣ କହିବି ସବୁ କଥା ଆପଣମାନେ ଜାଣିଛନ୍ତି , ଇତିହାସ ପୁରାଣ ପୋଥିରେ ଲେଖାଅଛି ଅହଙ୍କାର ର ପରିଣାମ କ’ଣ ହୁଏ।

ଆସନ୍ତୁ ଆମେ ସମସ୍ତେ ଅହଙ୍କାର ଶୂନ୍ୟ ହୋଇ ଜୀବନ ଯାପନ କରିବାପାଇଁ ଚେଷ୍ଟା କରିବା। କିଛି କଥା ସେହି ମାନଙ୍କ ପାଖରୁ ଶିକ୍ଷା କରିବା ଯେଉଁ ମାନେ ସର୍ବ ଗୁଣ ସମ୍ପନ୍ନ ହୋଇ ମଧ୍ୟ କେବେ ଅହଙ୍କାରୀ ହୋଇ ନଥିଲେ। ସେମିତି ଜଣେ ହେଉଛନ୍ତି ମୋର ଆଦର୍ଶ ମହାପ୍ରଭୁ ଶ୍ରୀରାମ ଙ୍କ ପରମ ଭକ୍ତ ଶ୍ରୀ ହନୁମାନ।

ଛୋଟ କାହାଣୀ ଟିଏ।ମାତଙ୍ଗ ଋଷିଙ୍କ ଅଭିଶାପରେ ବୀର ହନୁମାନ ତାଙ୍କର ଶକ୍ତି ବିଷୟରେ ଜାଣି ପାରୁ ନଥିଲେ। ହେଲେ ତାଙ୍କୁ ତାଙ୍କର ଶକ୍ତି କଥା  ମନେ ପକେଇଦେଲେ ସେ ମହା ଶକ୍ତିଶାଳୀ ହୋଇ ଯାଆନ୍ତି। ରାମାୟଣ କଥା। ମାତା ସୀତାଙ୍କୁ ସନ୍ଧାନ କରିବାକୁ ବୀର ହନୁମାନ ଙ୍କୁ ବଛା ଗଲା। ହେଲେ ଏତେ ବଡ଼ ସମୁଦ୍ର ଡେଇଁ ସେ କେମିତି ଲଙ୍କାରେ ପହଞ୍ଚି ପାରିବେ ଯେତେବେଳେ ଚିନ୍ତା କରୁଥିଲେ ଜାମ୍ୱବାନ  ହନୁମାନଙ୍କୁ ତାଙ୍କର ଶକ୍ତି ବିଷୟରେ ମନେ ପକାଇ ଦେଇଥିଲେ। ଶେଷରେ ପ୍ରଭୁ ଶ୍ରୀରାମଙ୍କ ନାମ ନେଇ ଭକ୍ତ ହନୁମାନ ଆକାଶମାର୍ଗରେ ଉଡ଼ି ଉଡ଼ି ଲଙ୍କାରେ ପହଞ୍ଚି ଥିଲେ। କୁହାଯାଏ ଯେଉଁ ପର୍ବତରୁ ବୀର ହନୁମାନ ଲମ୍ଫ ପ୍ରଦାନ କରିଥିଲେ, ତାଙ୍କ ପାଦର ଶକ୍ତିରେ ସେହି ପର୍ବତ ପାତାଳକୁ ଚାଲି ଯାଇଥିଲା। ମାତା ସୀତାଙ୍କ ପାଖରେ ପହଞ୍ଚିବା ପୂର୍ବରୁ ବୀର ହନୁମାନ ଲଙ୍କାର  ଅନେକ ଶକ୍ତିଶାଳୀ ରାକ୍ଷସ କୁ ମାରି ଦେଇଥିଲେ ଯେଉଁମାନେ ତାଙ୍କୁ ଲଙ୍କା ଭିତରେ ପ୍ରବେଶ କରିବାକୁ ବିରୋଧ କରିଥିଲେ।

ଶେଷରେ ବୀର ହନୁମାନ ଅଶୋକ ବାଟିକାରେ ପହଞ୍ଚି ମାତା ସୀତାଙ୍କୁ ପ୍ରଣାମ କରିବା ସହିତ ପ୍ରଭୁ ଶ୍ରୀରାମଙ୍କ ମୁଦ୍ରିକା ଦେଇଥିଲେ। ମାତା ସୀତା ବହୁତ ଖୁସି ହେଲେ ଓ ବୀର ହନୁମାନଙ୍କୁ ଆଶୀର୍ବାଦ କଲେ। ପ୍ରବଳ ଭୋକ ହେଉ ଥିବାରୁ ବୀର ହନୁମାନ  ମାତାଙ୍କ ଠାରୁ ଅନୁମତି ନେଇ ଗଛର ଫଳ ଖାଇବା ପାଇଁ ଗଲେ। ପ୍ରକୃତରେ ତାଙ୍କର ଇଛା ଥିଲା ଅଲଗା କିଛି। ସେ ରାବଣ କୁ ଏଇ ବାର୍ତ୍ତା ଦେବାପାଇଁ ଚାହୁଁଥିଲେ କି ଯଦି ଶ୍ରୀରାମଙ୍କ ସେନାର ଗୋଟିଏ ବାନର ପାଖରେ ଏତେ ଶକ୍ତି, ତାହେଲେ ପ୍ରଭୁ ଶ୍ରୀରାମ କେତେ ଶକ୍ତିଶାଳୀ ହୋଇ ନଥିବେ। ଘଟଣା କ୍ରମରେ ରାବଣ ର ପୁଅ ମେଘନାଦ ବୀର ହନୁମାନଙ୍କୁ ବନ୍ଦୀ କରି ଲଙ୍କେଶ ରାବଣଙ୍କ ନିକଟରେ ଉପସ୍ଥିତ କରାଇଲା।

ରାବଣ – ବାନର ,ତୁ କାହିଁକି ମୋ ବଗିଚା ନଷ୍ଟ କଲୁ?

ହନୁମାନ – ମୋତେ ଭୋକ ହେଉଥିଲା। ସ୍ୱଭାବରେ ମୁଁ ବାନର । ତେଣୁ ବଗିଚା ନଷ୍ଟ କରିଦେଲି।

ରାବଣ – ମୋ ଲୋକଙ୍କୁ କାହିଁକି ମାରିଲୁ ?

ହନୁମାନ – ସେମାନେ ମୋତେ କାହିଁକି ମାରିଲେ ? ରାବଣ ମୁଁ ଦେଖୁଛି ,ତୋର ବୁଦ୍ଧି ବଢ଼ିଆ। କିନ୍ତୁ ମନ ଠିକ୍ ନାହିଁ।

ରାବଣ – ମନ କେମିତି ଠିକ୍ ହେବ?

ହନୁମାନ – ପ୍ରଭୁ ଶ୍ରୀରାମଙ୍କ ଶରଣାପନ୍ନ ହୋଇ ଯାଆ।

ରାବଣ – ମୁଁ ତୋତେ ମୃତ୍ୟୁଦଣ୍ଡ ଦେବି।ଦେଖ୍ କେମିତି ମୃତ୍ୟୁ ତୋ ପାଖରେ ତୋତେ ଚାହୁଁଛି।

ହନୁମାନ – ରାବଣ , ମୃତ୍ୟୁ ମୋତେ ନୁହେଁ ତୋତେ ଚାହୁଁଛି। ସେ ମୋତେ ପଚାରୁଛି ,ସେ ଅପେକ୍ଷା କରିବ ନା ଆଜି ରାବଣ ର କାମ ଶେଷ କରିଦେବ।

ଶେଷରେ ବୀର ହନୁମାନଙ୍କ ଲାଞ୍ଜରେ ନିଆଁ ଲଗାଇ ଦିଆ ଯାଇଥିଲା। ତାହାହିଁ ଲଙ୍କା ପାଇଁ କାଳ ହୋଇଥିଲା। ସମଗ୍ର ସୁନାର ଲଙ୍କା କୁ ବୀର ହନୁମାନ ଜାଳି ଛାରଖାର କରି ମାତା ସୀତାଙ୍କ ନିକଟରୁ ପ୍ରଭୁ ଶ୍ରୀରାମଙ୍କ ପାଇଁ ସନ୍ତକ ଆଣି ଫେରି ଆସିଲେ। ଜାମ୍ୱବାନ ଶ୍ରୀ ହନୁମାନଙ୍କ ବୀରତ୍ୱର କଥା ପ୍ରଭୁ ଶ୍ରୀରାମଙ୍କୁ ବର୍ଣ୍ଣନା କରୁଥିଲେ। ପ୍ରଭୁ ଶ୍ରୀରାମ ଯେତେ ଥର ଯେତେ ପ୍ରକାରେ ପଚାରିଲେ ” ହନୁମାନ ତୁମେ ଏତେ ସବୁ ଘଟଣା ଲଙ୍କାରେ କରିଛ ?” ସବୁଥର ବୀର ହନୁମାନ କହିଲେ, ” ପ୍ରଭୁ , ମୁଁ ଏସବୁ କିଛି କରି ନାହିଁ। “

ପ୍ରଭୁ ଶ୍ରୀରାମ ହସିହସି କହିଲେ ” ତୁମେ ଯଦି ଏସବୁ କରିନ , ତାହେଲେ କ’ଣ ମୁଁ ଏସବୁ କରିଛି ?”

ବୀର ହନୁମାନ ଅତ୍ୟନ୍ତ ବିନମ୍ର ଭାବରେ କହିଲେ ,” ପ୍ରଭୁ , ମୁଁ ତ ଏଇ କଥା ସେତେ ବେଳରୁ କହିବାକୁ ଚାହୁଁଛି କି ଆପଣ ସବୁ କରିଛନ୍ତି। ମୁଁ ନୁହେଁ ।”

ଏହା ହେଉଛି ବୀର ହନୁମାନଙ୍କ ଅହଙ୍କାର ଶୂନ୍ୟତା ଭାବ। ଲଙ୍କାରେ ସେ ଯେତେ କାଣ୍ଡ ଘଟାଇଛନ୍ତି , ସେଥିପାଇଁ ସେ କେବେ ଅହଙ୍କାର ପ୍ରକାଶ କରି ନାହାଁନ୍ତି।

ପ୍ରିୟ ବନ୍ଧୁଗଣ,ମନ କଥାର ଆଉ ଏକ ଅଧ୍ୟାୟ ନେଇ ପୁଣି ଥରେ ଆପଣଙ୍କ ପାଖକୁ ଫେରିବି। ସେତେବେଳ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ଆନନ୍ଦରେ ଥାଆନ୍ତୁ ଏବଂ ହସୁ ଥାଆନ୍ତୁ।

ଧନ୍ୟବାଦ

* ଜୟ ଶ୍ରୀ ହନୁମାନ *

ରମାନାଥ କର

ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ବାଲେଶ୍ଵର।

ମନ କଥା (୭୨)

—————–

ଏମିତି ଶୀଘ୍ର ଟିକିଏ ନିଦ ଭାଙ୍ଗିଗଲା। ମୋବାଇଲ ଘଣ୍ଟାରେ ଦେଖିଲି ରାତି ସାଢ଼େ ଦୁଇଟା। ବାହାରକୁ ଆସିଲି। ଝିପିଝିପି ବର୍ଷା ହେଉଥିଲା। ବାହାରେ କିଛି ପଡ଼ିଥିଲେ କାଳେ ଓଦା ହୋଇଯିବ , ସବୁଆଡେ ଦେଖିଦେଲି। ଚେୟାର ଉପରେ ବସି ପାଣି ପିଇଲି।ପୁଣି ଆସି ଶୋଇଲି। ଆଉ ନିଦ ଆସିଲା ନାହିଁ। ଭାବିଲି ,  ଯଦି ନିଦ ନଆସିଲା ନାହିଁ ଚାଲ କିଛି ଲେଖିବା।

ବନ୍ଧୁଗଣ, ବର୍ଷା ହୁଏ। କେତେବେଳେ ଝିପିଝିପି ତ କେତେବେଳେ ପ୍ରବଳ । ଆପଣମାନେ ଲକ୍ଷ୍ୟ କରିଥିବେ ପାଣି ରହିବା ପାଇଁ ଖାଲି ଯାଗା ଖୋଜେ। ଯେଉଁଠି ଖାଲି ଯାଗା ପାଏ ସେଇଠି ପାଣି ରହି ଯାଏ। ଖାଲି ଯାଗା ନଥିଲେ ପାଣି ବହି ଯାଏ କାହିଁ କେତେ ଦୂର। ପାଣିକୁ ପୋଖରୀରେ ରହିବାକୁ ଭଲ ଲାଗେ।କାରଣ ସେ ବହି ଯିବାର ସମ୍ଭାବନା ନଥାଏ। ଯଦି ବର୍ଷା ପାଣିକୁ ଆମେ good habit ବା ଭଲ ଗୁଣ ବୋଲି ବିଚାର କରିବା , ତେବେ ସେ ସେଇଠି ରହିବ ଯାହା ପାଖରେ  ଖରାପ ଗୁଣ ନଥିବ। ଯାହାର ମନ , ମସ୍ତିଷ୍କ ଖାଲି ଅଛି ଅର୍ଥାତ୍ ଯିଏ ଶାନ୍ତ ସରଳ ସେଇଠି ଭଲ ଗୁଣ ରହିବ ।

ବନ୍ଧୁଗଣ, ଆଉ ଗୋଟିଏ କଥା କହିବି। ଅର୍ଥକୁ ସମ୍ଭାଳି ରଖିବା ସହଜ ହୋଇପାରେ , କିନ୍ତୁ ସମ୍ମାନକୁ ସମ୍ଭାଳି ରଖିବା ସହଜ ନୁହେଁ। ଯଦି ଆପଣ କଠିନ ପରିଶ୍ରମୀ ,ଆପଣ ଈଶ୍ୱର ବିଶ୍ୱାସୀ ଅଟନ୍ତି, ନିଶ୍ଚୟ ଆପଣଙ୍କ ପାଖକୁ ଅର୍ଥ ଆସିବ। ସାଥିରେ ସମ୍ମାନ ମଧ୍ୟ ଆସିବ। ବାସ୍ ଆପଣଙ୍କୁ ସମ୍ଭାଳି ଚାଲିବାକୁ ହେବ । କେମିତି ଚାଲିବେ ଜାଣିଛନ୍ତି? ମୁଣ୍ଡ ନୁଆଇଁ ଚାଲିବାକୁ ହେବ। ଅର୍ଥାତ୍ ଆପଣଙ୍କୁ ନମ୍ର ହେବାକୁ ପଡିବ । You have to be humble..

ଛୋଟ ହେଲେ ବି ବହୁତ ବଡ଼ କଥା ଟିଏ ।ଦିନେ ନଦୀ ମନରେ ଅହଙ୍କାର ଭାବନା ଆସିଲା।ସେ କୂଅକୁ ନୀଚା ଦେଖାଇବାକୁ ଚେଷ୍ଟା କଲା।ଗର୍ବର ସହିତ କୂଅକୁ କହିଲା,” ଆରେ କୂଅ। ମୁଁ ନଦୀ , କେତେ ଦୀର୍ଘ, କେତେ ଓସାରିଆ। କେତେ ମୋର ପାଣି।ତୁ ସାମାନ୍ୟ ଟେ। କେତେ ଛୋଟ।ମାପିଦେଲେ ମାତ୍ର କେତେ ବାଲିଟି ହେବୁ।” କୂଅ କହୁଛି ,” ହଁ ଭଉଣୀ ଠିକ୍ କହୁଛ। କିନ୍ତୁ ଗୋଟିଏ କଥା ତୁମକୁ ମନେ ପକାଇ ଦେଉଛି ତମେ ବହି ଯାଅ । ମୁଁ କିନ୍ତୁ ସ୍ଥିର।ବହି ଯିବାରେ ଓ ସ୍ଥିର ରହିବାରେ ବହୁତ ଅନ୍ତର ରହିଛି। ସବୁଠାରୁ ବଡ଼ କଥା ହେଉଛି ଯାହା ତୁମର ଓ ମୋ ଭିତରେ ବଡ଼ ପାର୍ଥକ୍ୟ , ତାହା ହେଉଛି ତୁମେ ତୃଷାର୍ତ୍ତ ହୋଇ ତୃଷ୍ଣା ମେଣ୍ଟାଇବା ପାଇଁ ଆଉ କାହା ପାଖକୁ ଯାଅ। କିନ୍ତୁ ତୃଷାର୍ତ୍ତ ତୃଷ୍ଣା ମେଣ୍ଟାଇବା ପାଇଁ ମୋ ପାଖକୁ ଆସେ।ତୁ ଉପରୁ ତଳକୁ ଆସୁଛୁ, ସେଥିପାଇଁ ଶେଷରେ ଲୁଣିଆ ହୋଇ ଯାଉ। ମୁଁ କିନ୍ତୁ ତଳୁ ଉପରକୁ ଆସୁଛି ବୋଲି ମିଠା ।”

ବନ୍ଧୁଗଣ, ଆମେ ଜୀବନରେ ଛୋଟରୁ ବଡ ହେବା କଥାଟି ଶିଖିବା ଉଚିତ। ଆମେ କେତେବି ବଡ଼ ହୋଇଯାଉ ନା କାହିଁକି, ଆମେ କେତେବି ସମ୍ପତ୍ତିର ଅଧିକାରୀ ହେଉ ନା କାହିଁକି, ଆମେ କେତେବି ସମ୍ମାନିତ ବ୍ୟକ୍ତି ହୋଇ ଥାଉ ନା କାହିଁକି, ଆମେ ଦେଖିବା ଉଚିତ କି ଆମେ ଯେଉଁ ମାଟିରେ ଛିଡା ହୋଇ ଆଜି ଉନ୍ନତି ର ଶୀର୍ଷରେ ପହଞ୍ଚିଛୁ ,ଆଜିବି ସେଇଠି ଆମେ ଛିଡ଼ା ହୋଇଛନ୍ତି ତ ?

Hello friends. Good morning. I will be back again with another interesting episode of my MANA KATHA. Till then good bye. Take care. Stay smiled.

THANKS.

* JAY JAGANNATH *

Ramanath Kar

Baliapal CHC, Balasore.

ମନ କଥା (୭୩)

—————–

ବନ୍ଧୁଗଣ,୧୯୯୧ ମସିହାରେ ମୁକ୍ତିଲାଭ କରିଥିଲା ଏକ ସୁପରହିଟ ହିନ୍ଦୀ ଚଳଚ୍ଚିତ୍ର” ହିନା” । କାହାଣୀ ତ ସୁନ୍ଦର ଥିଲା, ମାତ୍ର ସବୁଠାରୁ ବଢ଼ିଆ ଥିଲା ଚଳଚ୍ଚିତ୍ରର ଗୀତ। ରବୀନ୍ଦ୍ର ଜୈନ ଙ୍କ ଯାଦୁକରୀ ସଙ୍ଗୀତ ନିର୍ଦ୍ଦେଶନାରେ କୋକିଳ କଣ୍ଠୀ ଲତା ମଙ୍ଗେସକର ଏବଂ ସୁପର୍ ସୁରେଶ ୱଡେକର  କଣ୍ଠଦାନ କରିଥିବା ଏଇ ଚଳଚ୍ଚିତ୍ରର ଗୋଟିଏ ଗୀତ ହେଉଛି ” Kab aaoge kab aaoge

Jismo se Jan juda hogi

Kya tab aaoge

Der na ho jaye kahin der na ho jaye

Ajare dil mera man ghabrae

Der na ho jaye kahin der na ho jaye”

It’s one of my favourite song. It’s no doubt a  meaningful song as well as melodious.May be it’s a sad romantic song but I get a positive line from this song

“DON’T WAIT UNTIL IT’S TOO LATE, YOU MIGHT NOT GET ANOTHER CHANCE “

ସତରେ ବନ୍ଧୁଗଣ, ସବୁ କିଛି ଶେଷ ହୋଇ ଯିବା ପୂର୍ବରୁ ପଛରେ ଅନୁତାପ କଲା ଭଳି କାର୍ଯ୍ୟ ବାକି ରଖନ୍ତୁ ନାହିଁ। Time doesn’t wait for anyone. So do it before it’s too late.

ମଣିଷକୁ ସେହି ମଣିଷଟି ଭଲ ଲାଗେ, ଯେତେବେଳେ ସେହି ମଣିଷଟି ଦୁନିଆ ଛାଡି ଚାଲି ଯାଏ, ଯେମିତି ମଣିଷକୁ ସେହି ଜିନିଷଟି ଭଲ ଲାଗେ ଯେତେବେଳେ ସେହି ଜିନିଷଟି ହାତରୁ ଖସି ଯାଏ। କେତେବେଳେ କାହାର ସମୟ ଆସିଯିବ କେହି ଜାଣି ନଥାନ୍ତି। ଆମେ କାହା ସହିତ ଏବେ କଥା ହେଉଛନ୍ତି,କିଏ ଜାଣେ ଏହା ଆମର ଶେଷ କଥା। ଜୀବନରେ ଯାହା କହିବାକୁ ଅଛି, ଯାହା କରିବାକୁ ଅଛି, ଆଜି ହିଁ କରିବା ଉଚିତ୍। ଅପେକ୍ଷା କଲେ ହୁଏତ କାଲି ଅନୁତାପ କରିବାକୁ ପଡ଼ିବ।

ଜଣେ ସନ୍ଥ ବହୁତ ବଢ଼ିଆ କଥା କହିଥିଲେ , ” ଯେତେବେଳେ ମୋର ମୃତ୍ୟୁ ହେବ ଆପଣ ମୋ ପାଖକୁ ଆସିବେ । ମୋ ପରିବାରବର୍ଗଙ୍କୁ ସାନ୍ତ୍ୱନା ଦେବେ। ମୁଁ କ’ଣ ଜାଣି ପାରିବି? ଆଜି ମୁଁ ବଞ୍ଚିଛି, ଆଜି ଆସନ୍ତୁ ନା। ମୁଁ ମରିଗଲା ପରେ ଆପଣ ମୋର ସବୁ ଭୁଲ୍ ପାଇଁ ମୋତେ କ୍ଷମା କରିଦେବେ , ହେଲେ ମୁଁ ଜାଣି ପାରିବି ନାହିଁ। ଆଜି ମୋତେ କ୍ଷମା କରି ଦିଅନ୍ତୁ ନା। ଯେତେବେଳେ ମୁଁ ଦୁନିଆ ଛାଡି ଚାଲିଯିବି ଆପଣ ମୋର ପ୍ରଶଂସା କରିବେ , ହେଲେ ମୁଁ ଜାଣି ପାରିବି ନାହିଁ। ଆଜି ମୁଁ ବଞ୍ଚିଛି, ମୋର ପ୍ରଶଂସା କରନ୍ତୁ ନା “

ତେଣୁ ବନ୍ଧୁଗଣ, କେବେ ବି ଅପେକ୍ଷା କରନ୍ତୁ ନାହିଁ। ଅପେକ୍ଷା କରିବାରେ ବେଳେ ବେଳେ ଅନେକ ବିଳମ୍ବ ହୋଇଯାଏ ଯାହା କରିବାକୁ ଅଛି ଆଜି କରନ୍ତୁ। ଆଜି ହୃଦୟ ଖୋଲା କଥା ହୋଇ ଯାଆନ୍ତୁ। ଯାହାକୁ କ୍ଷମା କରିବା କଥା କ୍ଷମା କରି ଦିଅନ୍ତୁ।କାରଣ ଜୀବନଟା ଏତେ ଲମ୍ବା ନୁହେଁ , ଯେତିକି ଆମେ ଭାବୁଛୁ।

ଛୋଟ କାହାଣୀ ଟିଏ। ରାଜେଶ ମହାପାତ୍ର। ରମାକାନ୍ତ ମହାପାତ୍ର ଏବଂ ଅରୁଣା ମହାପାତ୍ରଙ୍କ ଏକମାତ୍ର ସନ୍ତାନ। ଆଚାର ବ୍ୟବହାର ଠୁ talent ପର୍ଯ୍ୟନ୍ତ ସବୁଥିରେ ସେ ବଢ଼ିଆ। Kharagpur IIT ରୁ Software engineering ରେ ସେ କୃତିତ୍ୱର ସହିତ ପାସ୍ କଲେ। ବାପାମାଆ ଙ୍କ ଅନିଚ୍ଛା ସତ୍ତ୍ବେ ସେ ସିଙ୍ଗାପୁରରେ ଏକ ବହୁତ ବଡ ଘରୋଇ software company ରେ ଚାକିରି କଲେ। ବାପାମାଆ ଅନେକ ବୁଝାଇ ଥିଲେ ରାଜେଶ କୁ ଭାରତରେ ଚାକିରି କରିବା ପାଇଁ।ପୁଅର ଜିଦ୍ ପାଖରେ ରମାକାନ୍ତ ମହାପାତ୍ର ଏବଂ ଅରୁଣା ମହାପାତ୍ର ହାର ମାନି ଗଲେ। କେତେ ସ୍ୱପ୍ନ ଦେଖିଥିଲେ ।ରାଜେଶ ପ୍ରଥମେ ପ୍ରଥମେ ସପ୍ତାହରେ ସାତଦିନ ଘରକୁ ଫୋନ୍ କରୁଥିଲା। ବର୍ଷେ ପରେ ଧୀରେ ଧୀରେ ଘରକୁ ଫୋନ୍ ଆସିବା କମିଗଲା। ଘରକୁ ମାସକୁ ମାସ ବାପାମାଆଙ୍କ ଚଳିବା ପାଇଁ ଆସୁଥିବା

ଖର୍ଚ୍ଚ ଟଙ୍କା ମଧ୍ୟ ଆସିବା ବନ୍ଦ ହୋଇଗଲା। ବାପାମାଆ କିଛି ବୁଝି ପାରିଲେ ନାହିଁ। ସେମାନେ ଏତେ ଶିକ୍ଷିତ ମଧ୍ୟ ନୁହଁନ୍ତି।ପୁଅ ବର୍ଷେ ହୋଇଗଲା ଘରକୁ ଆସି ନାହି, ଏଣେ ଘରକୁ ଆସୁଥିବା ଖର୍ଚ୍ଚ ମଧ୍ୟ ଆଉ ଆସିଲା ନାହିଁ।

ରମାକାନ୍ତ ଏବଂ ଅରୁଣା ମହାପାତ୍ର ଦୁଃଖରେ ଭାଙ୍ଗି ପଡ଼ିଲେ। କେତେ ସ୍ୱପ୍ନ ଦେଖିଥିଲେ। ରାଜେଶ୍ ର ଦରମା ଟଙ୍କାରେ ତା’ର ପାଠପଢ଼ା ପାଇଁ ବିକ୍ରି ହୋଇଥିବା ଜମି କିଣା ହେବ ।ଚାଳଘରଟିକୁ ଅଭାବରେ ଆଉ  ଛାଆଣ  କରି ହେଉନାହିଁ , ପଛ ଚାଳ ଖଣ୍ଡକ ଛିଣ୍ଡି ପଡ଼ିଲାଣି କୋଠାଘର ଟେ କରି ଥାଆନ୍ତେ। ଅରୁଣା ତାଙ୍କ ସମ୍ପର୍କୀୟ ଗୋଟିଏ ଚାଉଳରେ ଗଢା ଯେମିତି ରୂପ ସେମିତି ବ୍ୟବହାର ସମ୍ପନ୍ନ ଲେଖା ସହିତ ରାଜେଶର ବାହାଘର କରି ଥାଆନ୍ତେ । ହଠାତ୍ ଦିନେ ରାଜେଶ ର ଫୋନ୍ ଆସିଲା ଅରୁଣା ଫୋନ୍ ଉଠାଇଲେ ” ମାଆ ମୁଁ ସିଙ୍ଗାପୁରର ନାଗରିକତ୍ବ ନେଇ ସାରିଛି। ଏଠାକାର ନାଗରିକତ୍ବ ଗ୍ରହଣ କଲେ ସରକାରଙ୍କ ତରଫରୁ ବହୁତ ସୁବିଧା ମିଳେ ।ତା ଛଡା ମୁଁ ମୋ କମ୍ପାନୀରେ ମୋ ସହିତ ଚାକିରି କରୁଥିବା ସିଙ୍ଗାପୁର ଝିଅ ଝିଆନ୍ କୁ ପ୍ରେମ ବିବାହ କରି ସାରିଛି। ଯେହେତୁ ସେ ତାର ବାପାମାଆଙ୍କ ଗୋଟିଏ ଝିଅ , ତେଣୁ ମୁଁ ସେଇଠି ରହୁଛି। ଏବେ ଟିକେ ଚଳେଇ ନେବ । ମୁଁ ତିନି ମାସ ପରେ ଯାଉଛି। ଘରଦ୍ୱାର ଯାଗା ବିକ୍ରି କରି ଦେଇ ସମସ୍ତେ ସିଙ୍ଗାପୁର ଚାଲି ଆସିବା।”

ଅରୁଣା ଫୋନ୍ ରଖି ଦେଇ ଖୁବ୍ କାନ୍ଦିଲେ। ରମାକାନ୍ତ ମହାପାତ୍ର ସବୁ ଶୁଣି ଅରୁଣାଙ୍କୁ ଅନେକ ବୁଝାଇଲେ। ମନ ଦୁଃଖ କରିବାକୁ ମନା କଲେ। ଯେଉଁ ଦିନ ରାଜେଶ ର ସ୍ତ୍ରୀ ଜାଣିଲା ତାର ଶାଶୁ ଶ୍ୱଶୁର ଭାରତରୁ ଆସିବେ , ଉଭୟଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଗଲା। ଝିଆନ୍ ରାଜେଶ ଆଡୁ ମୁହଁ ମୋଡ଼ି ନେଇ ଆଉ ଜଣକୁ ଭଲ ପାଇ ବସିଛି। ଏହା ଜାଣିବା ପରେ ରାଜେଶ ଓ ଝିଆନ ଙ୍କ ଭିତରେ ଯାହା ବି ସମ୍ପର୍କ ଥିଲା ସବୁ ଶେଷ ହୋଇଗଲା। ଉଭୟଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଗଲା। ରାଜେଶ ନିଜର ଭୁଲ ବୁଝିପାରି ବାପାମାଆଙ୍କ ପାଖକୁ ଫେରିଛି। ବାପାମାଆ ଙ୍କ କଥା ମାନି ବିଦେଶ ପରିବର୍ତ୍ତେ ଯଦି ସେ ଭାରତରେ ଚାକିରି କରି ଥାଆନ୍ତେ ଆଜି ଏଭଳି ଅବସ୍ଥା ତାଙ୍କର ହୋଇ ନଥାନ୍ତା। ତାର ଭୁଲ୍ ପାଇଁ କ୍ଷମା ମାଗିବାକୁ ରାଜେଶ ସିଙ୍ଗାପୁର ଛାଡି ଆଜି ବାପାମାଆଙ୍କ ପାଖକୁ ଆସିଛି।

ହେଲେ ସେତେବେଳକୁ ସବୁ ଶେଷ ହୋଇ ଯାଇଥିଲା। ପୁଅକୁ ଝୁରି ଝୁରି ଅରୁଣା ସଂସାର ଛାଡି ଚାଲିଗଲେ। ନିଜ ସ୍ତ୍ରୀ ର କ୍ରିୟା କର୍ମ କରିବା ପାଇଁ ସେ ଲୋକଙ୍କୁ ହାତ ପତାଇଲେ।ଲୋକେ ସାହାଯ୍ୟ କରିବା ତ ଦୂର କଥା ଏମିତି କଟୁ କଥା କହୁଥିଲେ ଯେ ରମାକାନ୍ତ ମହାପାତ୍ର ଆଉ ସହି ପାରିଲେ ନାହିଁ। ସ୍ତ୍ରୀ ଚାଲି ଗଲା। ପୁଅ ପର ହୋଇଗଲା। ଆଉ ସେ କାହିଁକି ବଞ୍ଚିବେ , ଏମିତି ଦୁଃଖ ଓ ମାନସିକ ଯନ୍ତ୍ରଣା ଭିତରେ ଠିକ୍ ସେହି ଦିନ ସେ ହୃଦଘାତରେ ମୃତ୍ୟୁବରଣ କଲେ।

ବନ୍ଧୁଗଣ , ରାଜେଶ କୁ କ’ଣ ମିଳିବ ମୃତ ବାପାମାଆଙ୍କ ମଶାଣି ପାଉଁଶ ପାଖରେ କ୍ଷମା ପ୍ରାର୍ଥନା କଲେ? ତାକୁ କ୍ଷମା କରିଦେବା ପାଇଁ ଆଉ କ’ଣ ସଂସାରକୁ ପୁଣି ଥରେ ଫେରି ଆସିବେ ରମାକାନ୍ତ ମହାପାତ୍ର ଏବଂ ଅରୁଣା ମହାପାତ୍ର ?

Hello friends, I will be back again with another interesting episode of my MANA KATHA. Till then good bye. Take care. Stay smiled.

THANKS.

* JAY JAGANNATH *

Ramanath Kar

Baliapal CHC, Balasore.

ମନ କଥା (୭୪)

—————–

ଆପଣ କେବେ ଗୁଡି ଉଡାଇଛନ୍ତି? ଭାରି ମଜା ଲାଗେ ନୁହେଁ କି? ମୋର ମନେ ପଡେ ଧାନକଟା ଛୁଟି ହୋଇଗଲେ ଆମ ଗାଆଁ ରେ ବିଲ ଗୁଡ଼ିକରେ ଧାନ କଟା ଶେଷ ହୋଇ ଯାଇଥାଏ। ଆମେ ସାଙ୍ଗମାନେ ବିଲରେ ଗୁଡି ଉଡାଉ। ମୁଁ କେତେ ଥର ଗୁଡି ଉଡା ପାଇଁ ବୋଉ ପାଖରୁ ମାଡ଼ ଖାଇଛି।ମାଡ଼ ଖାଇଲେ କ’ଣ ହେବ , ଯାହାକୁ ଗୁଡି ଉଡାଇବାର ନିଶା ଲାଗିଛି ,ସିଏ କି ଗୁଡି ଉଡାଇବା ଛାଡି ଦେବ । ବୋଉକୁ ମିଛ କହି ଭୁଲାଇ ଦେଇ ପୁଣି ଗୁଡି ଉଡାଇବା ପାଇଁ ଚାଲିଯାଏ। ଆହୁରି ମନେ ପଡେ ସେତେବେଳେ ରେଡ଼ିଓ ରେ ଅକ୍ଷୟ ମହାନ୍ତିଙ୍କ ଗୋଟିଏ ବଢ଼ିଆ ଗୀତ ବାଜୁଥାଏ। ” ଗୁଡି ଗୁଡ଼ି ଗୁଡି  ଏ ମୋର ଗୁଡି ”  ସେ ସମୟର ସୁପରହିଟ ଗୀତ। ଚଳଚ୍ଚିତ୍ର ଥିଲା କିଏ କାହାର। ଆଶା କରୁଛି ଆପଣମାନେ ଶୁଣି ଥିବେ ।

ବନ୍ଧୁଗଣ, ଗୁଡ଼ିର ଧର୍ମ ସେ ଉଡିବ। ଶେଷରେ ସେହି ଗୁଡି ଦିନେ  dustbin ରେ ଫୋପଡା ହୁଏ। କିନ୍ତୁ ଜାଣିଛନ୍ତି ସେହି ଗୁଡି  dustbin କୁ ଯିବା ପୂର୍ବରୁ ସେ ଆକାଶରେ ତାର ସର୍ବୋଚ୍ଚ ଉଚ୍ଚତା ପର୍ଯ୍ୟନ୍ତ ଉଡିଥାଏ। Same thing happens in our life. The philosophy is same. Our life just like a kite. ଦିନେ ଏ ଜୀବନ ଗୁଡି ପରି ମାଟିରେ ପଡ଼ି ମାଟିରେ ମିଶିବ। କିନ୍ତୁ ମାଟିରେ ମିଶିବା ପୂର୍ବରୁ ଆମକୁ ଗୁଡ଼ି ପରି ଆକାଶର ସର୍ବୋଚ୍ଚ ଉଚ୍ଚତା ପର୍ଯ୍ୟନ୍ତ ଉଡ଼ିବାକୁ ପଡ଼ିବ। My dear friends, what do you mean by this? I just want to say that we have to do something before we die. ଆମେ ଏମିତି କିଛି କରି ଯିବା ଉଚିତ କି ଦୁନିଆ ଆମକୁ ମନେ ରଖିବ।

ଆମ ଭିତରେ ଏମିତି ଲୋକ ମଧ୍ୟ ଅଛନ୍ତି, ଯେଉଁମାନେ କହିବେ କ’ଣ ମିଳିବ ଆମକୁ ଏମିତି କିଛି କଲେ। ବନ୍ଧୁଗଣ ଆମେ ଯଦି କିଛି ନକରିବା ଆଜି ଆମେ ଯେଉଁ ଜୀବନ ଜିଇଁଛୁ , କ’ଣ କିଛି ପାଗଳ ଲୋକ ଆସି ଆମକୁ ସବୁ ବଞ୍ଚିବାର ସାଧନ ଦେଇଗଲେ। ବହୁତ ଲୋକ ଉଦାହରଣ ଦେବେ , ଖାଲି ହାତରେ ଆସିଥିଲୁ ହଁ, ଖାଲି ହାତ ହୋଇ ଚାଲିଯିବା। ଯିବା ତ ନିଶ୍ଚୟ ଦିନେ। କିନ୍ତୁ ଯେତିକି ଦିନ ଏଠି ବଞ୍ଚିଛୁ ଆମକୁ କାର୍ଯ୍ୟ କରିବାକୁ ପଡ଼ିବ। ଆମକୁ ଆମ କାର୍ଯ୍ୟ କ୍ଷେତ୍ରର ଶିଖରରେ ପହଞ୍ଚିବାର ଅଛି।

My dear friends କେବଳ ମଣିଷକୁ ଛାଡି ଦେଲେ ଏଇ ଦୁନିଆରେ ଆଉ କେହି ଜୀବନର maximum height ପର୍ଯ୍ୟନ୍ତ ଯାଇ ପାରିବେ ନାହିଁ। For example, how tall one tree will grow ? No doubt the answer will be as tall as it can. ସତ କଥା। ଗୋଟିଏ ଗଛ ଯେତିକି ବଢ଼ିବା କଥା ସେତିକି ହିଁ ବଢିବ,ତା ଠାରୁ ଅଧିକ ନୁହେଁ।  If one man promises he can do maximum. ଯେଉଁମାନେ ନିଜର capacity ଠାରୁ କିଛି ଅଧିକ କରି ଦେଖାଇ ପାରିଛନ୍ତି ସେମାନଙ୍କୁ ଦୁନିଆ ମନେ ରଖିଛି। କିନ୍ତୁ ଆମକୁ ଗୋଟିଏ କଥା ମନେ ରଖିବାକୁ ପଡିବ we should not lose our character. ଚରିତ୍ର ହରାଇଦେଲେ ଜୀବନରେ ହାରିବା ଥୟ। କେତେବି ଉନ୍ନତି କରନ୍ତୁ , ସବୁକିଛି ଶେଷ ହୋଇଯିବ, ଆଜି ନହେଲେ କାଲି।  ତେଣୁ ଆପଣ ଆଜି ଯଦି ଉନ୍ନତିର ଚରମ ସୀମାରେ ଅଛନ୍ତି , ଭଲକରି ଦେଖନ୍ତୁ ଆପଣଙ୍କର ଉନ୍ନତି ସତ୍ ବାଟରେ ହୋଇଛି ନା ଅସତ୍ ବାଟରେ ହୋଇଛି ।

ଛୋଟ କାହାଣୀ ଟିଏ। ରାମ ରାବଣଙ୍କ ଯୁଦ୍ଧରେ ରାବଣ ପରାସ୍ତ ହୋଇଛି। ରାମଚନ୍ଦ୍ର ଙ୍କ ତୀର ମାଡ଼ରେ ରାବଣ ଜୀବନର ଶେଷ ନିଃଶ୍ୱାସ ନେଉ ଥାଆନ୍ତି।ଏତିକି ବେଳେ ବଡ ଭାଇ ଶ୍ରୀରାମଙ୍କ କଥା ମାନି ଅନୁଜ ଲକ୍ଷ୍ମଣ ଦଶ ଶିର ରାବଣଙ୍କ ପାଖକୁ କିଛି ନୀତିଶିକ୍ଷା ପାଇଁ ଗଲେ। ସେ ରାବଣଙ୍କ  ମୁଣ୍ଡ ପାଖରେ ବସି କହିଲେ ,” ହେ ଦଶାନନ ମୋତେ କିଛି ନୀତିଶିକ୍ଷା ଦିଅନ୍ତୁ।” ରାବଣ କିଛି କହିଲେ ନାହିଁ। ଶ୍ରୀରାମ କହିଲେ ,” ଅନୁଜ ଲକ୍ଷ୍ମଣ ,କାହାର ମୁଣ୍ଡ ପାଖରେ ବସି ବିଦ୍ୟା ଶିକ୍ଷା କରା ଯାଏ ନାହିଁ। ତୁମେ ଦଶାନନଙ୍କ ପାଦ ପାଖରେ ବସ।”

ରାବଣ ଲକ୍ଷ୍ମଣ ଙ୍କୁ କହିଲେ , ” ହେ ସୁମିତ୍ରା ନନ୍ଦନ , ରାମଚନ୍ଦ୍ର କ୍ଷତ୍ରିୟ, ମୁଁ ବ୍ରାହ୍ମଣ । ଅର୍ଥାତ୍ କୂଳ ହିସାବରେ ମୁଁ ବଡ଼ । ଶକ୍ତିରେ ମଧ୍ୟ ମୁଁ ବଡ଼ । କାହିଁକି ନା ରାମଚନ୍ଦ୍ରଙ୍କ ଆରାଧ୍ୟ ଶିବଙ୍କୁ ମୁଁ କୈଳାସ ସହିତ ଉଠାଇ ଆଣିଥିଲି। ମୁଁ ଜ୍ଞାନରେ ରାମଚନ୍ଦ୍ରଙ୍କ ଠାରୁ ଆଗରେ , ଯେଉଁଥିପାଇଁ ମୁଁ ଯାଇଥିଲି ସେତୁ ବନ୍ଧ ପୂଜନ ସମୟରେ ରାମଚନ୍ଦ୍ରଙ୍କ ନିମନ୍ତ୍ରଣ ପାଇ। ମୋର ସ୍ୱର୍ଣ୍ଣ ଲଙ୍କା ଅଯୋଧ୍ୟା ଠାରୁ ଶହେ ଗୁଣରୁ ଅଧିକ ସର୍ବ ସମ୍ପଦରେ ପରିପୂର୍ଣ୍ଣ। ମୁଁ ତିନି ପୁରରେ ଅପରାଜେୟ। ପୁଣି  ରାମଚନ୍ଦ୍ର ଲଙ୍କାରେ ଆସି ମୋ ସହିତ ଯୁଦ୍ଧ କରୁଛନ୍ତି। ନିଜ ଭୂମିରେ କାହାକୁ ହରାଇବା ସମ୍ଭବ ନୁହେଁ। ତଥାପି ମୁଁ ଆଜି ହାରିଗଲି। ଏହାର କାରଣ କହି ପାରିବ କି ?”

ଲକ୍ଷ୍ମଣ କହି ପାରିଲେ ନାହିଁ। ରାବଣ କହିଲେ, ” ହେ ଲକ୍ଷ୍ମଣ, ମୁଁ ଦୁଇଟି କାରଣରୁ ହାରିଲି। କଥାରେ ଅଛି ଯଦି ଯୁଦ୍ଧ କରିବାକୁ ଯାଉଛୁ , ସାଥିରେ ଭାଇ‌ ଥିବା ଦରକାର। ତୁମେ ରାମଚନ୍ଦ୍ରଙ୍କ ବିଶ୍ଵସ୍ତ ଅନୁଜ । ଭାଇଙ୍କ ସାଥେ ସାଥେ ଯୁଦ୍ଧରେ ଛାଇ ପରି ରହିଲ। ହେଲେ ମୋ ଅନୁଜ ବିଭୀଷଣ ମୋ ସହିତ ବିଶ୍ୱାସଘାତ କଲା। ମୋ ମୃତ୍ୟୁର ରହସ୍ୟ ଯିଏ ରାମଚନ୍ଦ୍ରଙ୍କୁ କହିଦେଲା , ନଚେତ୍ ଶହେ ରାମଚନ୍ଦ୍ର ମୋ ସହିତ ଯୁଦ୍ଧ କରିବାକୁ ଆସିଥିଲେ ବି ପରାସ୍ତ ହୋଇ ଥାଆନ୍ତେ। ଦ୍ଵିତୀୟ କାରଣଟି ହେଉଛି ରାମଚନ୍ଦ୍ର ହେଉଛନ୍ତି ଚରିତ୍ରବାନ ।ଆଉ ମୁଁ ହେଉଛି ଚରିତ୍ରହୀନ । ମୁଁ ସବୁ କ୍ଷେତ୍ରରେ ରାମଚନ୍ଦ୍ରଙ୍କ ଠାରୁ ଆଗରେ ଥିଲେ ମଧ୍ୟ ମୋର ଅସତ୍ ଚରିତ୍ର ଆଜି ମୋର ମୃତ୍ୟୁର କାରଣ ହେଲା।”

Yes my dear friends, don’t lose your character. If character is gone then everything is gone. କିଛି ବି ହୋଇଯାଉ ନିଜର ଚରିତ୍ର ନଷ୍ଟ କରନ୍ତୁ ନାହିଁ।

Hello friends, I will be back again with another interesting episode of my MANA KATHA. Till then good bye. Take care. Stay smiled.

THANKS.

* JAY JAGANNATH *

Ramanath Kar

Baliapal CHC, Balasore.

ମନ କଥା (୭୫)

——————

ଆଜି ମୁଁ ମନ କଥାର ୭୫ ତମ ଅଧ୍ୟାୟରେ ପହଞ୍ଚି ପାରିବି ବୋଲି ବିଶ୍ୱାସ କରି ନଥିଲି। ଏହା କେବଳ ସମ୍ଭବ ହୋଇ ପାରିଛି ଆପଣମାନଙ୍କ ଭଲପାଇବା ପାଇଁ, ଆପଣମାନଙ୍କ ଉତ୍ସାହପୂର୍ଣ୍ଣ ମତାମତ ପାଇଁ, ଆପଣମାନଙ୍କ ଶୁଭେଚ୍ଛା ଶୁଭକାମନା ପାଇଁ ଏବଂ ସର୍ବୋପରି ଜଗତର ନାଥ ଜଗନ୍ନାଥଙ୍କ ଅପାର କରୁଣା ପାଇଁ। ମୁଁ ଜାଣେ ନାହିଁ ମନ କଥା କେଉଁଠି ପହଞ୍ଚିବ, କେତେ ଅଧ୍ୟାୟରେ ପହଞ୍ଚିବ । ହେଲେ ଯେଉଁଠି ପହଞ୍ଚିବ ,ସେଇଠୁ ମୁଁ ଆପଣମାନଙ୍କୁ ମନେ ପକାଉଥିବି, ତାଛଡ଼ା ଆପଣମାନଙ୍କ ଭଲପାଇବାକୁ ମନେ ପକାଉଥିବି। ଆଜିକୁ ଚାରିବର୍ଷ ତଳେ ଯେତେବେଳେ ମୁଁ ଲେଖିବା ଆରମ୍ଭ କଲି , ଆପଣମାନେ ହିଁ ମୋ ଭିତରେ ସାହସ, ଆତ୍ମବିଶ୍ବାସ ଏବଂ ଉତ୍ସାହ ଭରି ଦେଇଛନ୍ତି। ମୋ ଆରମ୍ଭ ଦିନରେ ଆପଣମାନେ ଥିଲେ ଏବଂ ଆଜି ମଧ୍ୟ ମୋ ସହିତ ଅଛନ୍ତି। ଏହା ଠାରୁ ଆଉ ବଡ କଥା ମୋ ପାଇଁ କ’ଣ ଅଛି।

My dear friends, I will never forget this moment and you all wonderful friends who helped to make this day possible and memorable. I promise I will never forget you. I remember we should not forget 3 people

1 – One who helped you in your difficult time.

2 – One who lifted you in your difficult time.

3 – One who put you in difficult time.

ସତ କଥା କହୁଛି , ଚାରିବର୍ଷର ଏହି ଉଠାଣି ଗଡାଣି ଲେଖାଲେଖି ଜୀବନର ପ୍ରାରମ୍ଭ ଦିନରେ ଅନେକ ବନ୍ଧୁ ବଡ଼ଭାଇ ସାହିତ୍ୟ ପ୍ରାଣ ମଣିଷ ମୋତେ ଅନେକ ସହଯୋଗ କରିଛନ୍ତି ସେମାନଙ୍କୁ ମୁଁ କେବେ ବି ଭୁଲି ପାରିବି ନାହିଁ। ଯେଉଁମାନେ ମୋର ଦୁର୍ଦ୍ଦିନରେ ସମବେଦନା ଜଣାଇଛନ୍ତି, ଲେଖିବାକୁ ପ୍ରେରଣା ଦେଇଛନ୍ତି, ମୁଁ ସେମାନଙ୍କୁ କେବେ ବି ଭୁଲି ପାରିବି ନାହିଁ। ଏମିତି ବି ବନ୍ଧୁ କିଛି ଅଛନ୍ତି ଯେଉଁମାନେ ମୋତେ ନିନ୍ଦିତ କରିବା ପାଇଁ ଚେଷ୍ଟା କରିଛନ୍ତି କିମ୍ବା ସଫଳ ହୋଇଛନ୍ତି, ମୁଁ ସେମାନଙ୍କୁ କେବେ ବି ଭୁଲି ପାରିବି ନାହିଁ। କିନ୍ତୁ ଜଣେ ମଣିଷ ଭାବରେ ମୋର ତାଙ୍କ ପ୍ରତି କୋୖଣସି ହିଂସା ଅହଙ୍କାର ଅବା ପ୍ରତିଶୋଧ ଭାବନା ନାହିଁ।

My dear friends,a man’s dignity is not measured by the people he has around him when he is at the peak of his success, but not to forget by the ability those who helped him when his needs were greatest.

ଛୋଟ କାହାଣୀ ଟିଏ। ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର ଦଶାନନ ରାବଣଙ୍କୁ ମୃତ୍ୟୁଦଣ୍ଡ ଦେଇ ମାତା ସୀତା ଓ ଅନୁଜ ଲକ୍ଷ୍ମଣ ତଥା ଯେଉଁମାନେ ତାଙ୍କ ସହିତ ପୃଥିବୀର ପ୍ରଥମ ବିଭତ୍ସ ଯୁଦ୍ଧରେ ସାମିଲ୍ ଥିଲେ , ସାଥିରେ ନେଇ ଅଯୋଧ୍ୟା ପ୍ରବେଶ କଲେ । ଅଯୋଧ୍ୟାବାସୀ ଶ୍ରୀରାମ ବନବାସ ଯିବା ଦିନରୁ ଘରେ ଦୀପ ଲଗାଇ ନଥିଲେ। ଶ୍ରୀରାମଙ୍କ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ ପରେ ପ୍ରତି ଘରେ ଘରେ ୧୪×୩୬୫ ସଂଖ୍ୟକ ଦୀପ ଜଳାଇ ଦୀପାବଳି ପାଳନ କଲେ। ତାପରେ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଚନ୍ଦ୍ର ଙ୍କ ରାଜ୍ୟାଭିଷେକ ଅନୁଷ୍ଠିତ ହୋଇଥିଲା। କୁହାଯାଏ ଶ୍ରୀରାମଙ୍କ ଇଚ୍ଛା ଅନୁସାରେ କେବଳ ଗଙ୍ଗା ନଦୀରେ ଡଙ୍ଗା ଚଳାଉଥିବା ନାଉରୀ ନିଶାଦ ଙ୍କୁ ନିମନ୍ତ୍ରଣ କରା ଯାଇଥିଲା। ନଚେତ୍ ଅନ୍ୟ କୌଣସି ରାଜା କିମ୍ବା ରାଜପୁତ୍ରଙ୍କୁ ନିମନ୍ତ୍ରଣ କରା ଯାଇ ନଥିଲା ଏବଂ ସବୁଠାରୁ ନିରାଡମ୍ବର ଭାବରେ ରାଜ୍ୟ ଅଭିଷେକ ଅନୁଷ୍ଠିତ ହୋଇଥିଲା।

ନାଉରୀ ନିଶାଦ ଅଯୋଧ୍ୟାରେ ପହଞ୍ଚିବା କ୍ଷଣି ସ୍ୱୟଂ ଶ୍ରୀରାମଚନ୍ଦ୍ର ତାଙ୍କୁ ପାଛୋଟି ଆଣିବା ପାଇଁ ଯାଇଥିଲେ, ଯାହା ଦ୍ୱାପରରେ କୃଷ୍ଣ ସୁଦାମା ଙ୍କ କଥା ମନେ ପକାଇ ଦିଏ। ପ୍ରଭୁ ଶ୍ରୀରାମ କହିଲେ ,” ହେ ନାଉରୀ ଶ୍ରେଷ୍ଠ ନିଶାଦ , ମୁଁ ତୁମ କଥା ଭୁଲି ନାହିଁ କିମ୍ବା ଭୁଲି ପାରିବି ନାହିଁ। ଯେଉଁ ପରିସ୍ଥିତିରେ ତୁମେ ଆମକୁ ସାହାଯ୍ୟ କରିଥିଲ ସେଥିପାଇଁ ମୁଁ କୃତଜ୍ଞ। ପ୍ରଥମ କୃତଜ୍ଞତା ସ୍ୱରୂପ ମୋ ହୀରା ଖଚିତ ହାତର ମୁଦ୍ରିକା ଗ୍ରହଣ କର “। ନାଉରୀ ହାତ ଯୋଡ଼ି ଶ୍ରୀରାମଙ୍କୁ ପ୍ରଣାମ କଲେ ଏବଂ କହିଲେ ,” ପ୍ରଭୁ , ମୋତେ ଉପହାର ଦେଇ ଲଜ୍ଜିତ କରନ୍ତୁ ନାହିଁ। କାହିଁକି ନା ଆମେ ଦୁହେଁ ଗୋଟିଏ କାମ କରୁଛୁ। ତେଣୁ ଗୋଟିଏ ବିଭାଗରେ କାମ କରୁଥିବା ଲୋକଙ୍କୁ ଏହି ଉପହାର ଶୋଭା ପାଏନା ।”

ପ୍ରଭୁ ଶ୍ରୀରାମ ହସିଲେ ଓ କହିଲେ,” ନିଶାଦ, ମୁଁ ବୁଝି ପାରିଲି ନାହିଁ। ମୁଁ ତ ଅଯୋଧ୍ୟାରେ। ତୁମେ ତ ଗଙ୍ଗାରେ । ଆମେ କେମିତି ଗୋଟାଏ ବିଭାଗର ଲୋକ ହେଲୁ କି ? “ନିଶାଦ ହାତ ଯୋଡ଼ି ହସିହସି କହିଲେ, ” ପ୍ରଭୁ ମୁଁ ଲୋକଙ୍କୁ ଗଙ୍ଗା ନଦୀ ପାରି କରାଉଛି।ଆଉ ଆପଣ ଲୋକଙ୍କୁ ଭବ ସାଗରରୁ ପାରି କରାଉଛନ୍ତି। ତେଣୁ ଆମେ ଗୋଟିଏ ବିଭାଗର ଲୋକ ହେଲୁ ନାହିଁ କି। ଆପଣଙ୍କ ବିଭାଗଟି ବଡ଼ ,ମୋ ବିଭାଗଟି ଛୋଟ।”

ଶ୍ରୀରାମଚନ୍ଦ୍ର ହସିହସି କହିଲେ ,” ନିଶାଦ , ମୁଁ ତୁମ କଥାରେ ଖୁସି ହେଲି। ମୋ କଥା ମାନ । ଅମାନିଆ ହୁଅ ନାହିଁ। ଯାହା ତୁମର ଇଚ୍ଛା ହେଉଛି ମୋ ଠାରୁ ମାଗି ନିଅ।”

ନିଶାଦ କହିଲେ ” ପ୍ରଭୁ ,ଏଇ ଯଦି ଆପଣଙ୍କ ଆଜ୍ଞା। ଏତିକି କୃପା କରନ୍ତୁ, ଆପଣଙ୍କୁ ମୁଁ ଗଙ୍ଗା ପାରି କରି ଦେଇଛି। ମୋତେ ଆପଣ ଭବ ସାଗର ପାରି କରି ଦିଅନ୍ତୁ।” ପ୍ରଭୁ ଶ୍ରୀରାମ ତଥାସ୍ତୁ କହିଲେ।

ତେଣୁ ବନ୍ଧୁଗଣ ଯିଏ ଆପଣଙ୍କୁ ସାହାଯ୍ୟ କରିଛନ୍ତି, ତାଙ୍କୁ କେବେ ବି ଭୁଲିବେ ନାହିଁ।

My dear friends, I will be back again with another interesting episode of my MANA KATHA. Till then good bye. Take care. Stay smiled.

THANKS.

* JAY JAGANNATH *

Ramanath Kar

Baliapal CHC, Balasore.

LIFE IS OUR DESTINATION

**********

You and I

Let the  life go on

Not the river not the ocean

Not the earth not the sky

Life is our destination my dear

Not for the day not for the weak

Not for the month not for the year

As long as we are here.

May we live each other

With joy unlimited

People will be jealous

Who condemned us rudely

May the music of love touch

Two beautiful hearts of the earth

As long as we are here

As long as we are here

As long as we are here..

* ******

My dear friends, after a long gap I am writing this poem . I am not very smart in English. Please excuse me if I am wrong.

THANKS.

Ramanath Kar

Pakamudi ,Badas, Baliapal, Balasore.

ମନ କଥା (୧)

—————-

ଗତ ତିନି ବର୍ଷ ଧରି ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ମାଆ ଶାରଳାଙ୍କ କୃପାରୁ କିଛି ଭଜନ,ଜଣାଣ, କବିତା ଲେଖି ଆପଣ ମାନଙ୍କ ପାଖରେ ଉପସ୍ଥାପନ କରିବାର ପ୍ରୟାସ କରିଛି। ମୁଁ ମୋର ଜୀବନର ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ଆପଣ ମାନଙ୍କ ନିକଟରେ ନିଶ୍ଚିତ ଭାବରେ କୃତଜ୍ଞ ରହିବି, ଆପଣମାନେ ମୋର ଲେଖାକୁ ଭଲ ପାଇଛନ୍ତି, ଖୁବ୍ ପ୍ରଶଂସା କରିଛନ୍ତି, ସୁନ୍ଦର ମତାମତ ଦେଇଛନ୍ତି, ଉତ୍ସାହିତ କରିଛନ୍ତି ଏବଂ ମୋ ପାଇଁ ସବୁଠାରୁ ବଡ଼ ଉପଲବ୍ଧି ହେଉଛି ମୋତେ ଆପଣ ମାନଙ୍କର ଏତେ ଭଲପାଇବା ମିଳିଛି ଯେ ସେହି ଭଲପାଇବା ନିକଟରେ ମୋର ମୁଣ୍ଡ ସବୁଦିନ ଆପଣ ମାନଙ୍କ ନିକଟରେ ନଇଁ ହୋଇ ରହିବ । ସେଥିପାଇଁ ମୁଁ ମୋର ଅନ୍ତରର ଗଭୀରତମ ପ୍ରଦେଶରୁ ଆପଣ ମାନଙ୍କୁ ଅନେକ ଅନେକ ଧନ୍ୟବାଦ ଜ୍ଞାପନ କରିବା ସହିତ ଏହି କରୋନା ମହାମାରୀ ସମୟରେ ସପରିବାର ଆପଣମାନେ ସୁସ୍ଥ ଓ ସୁରକ୍ଷିତ ରହିଥାନ୍ତୁ ଏତିକି ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ମୋର ପ୍ରାର୍ଥନା।

କୋଭିଡ୍ ତଥା କୋଭିଡ୍ ଟୀକାକରଣ କାର୍ଯ୍ୟକ୍ରମରେ ବ୍ୟସ୍ତ ରହି ଅନେକ ସମୟରେ ଆପଣ ମାନଙ୍କ ବହୁମୂଲ୍ୟ ମତାମତ ପାଇଁ ଆପଣ ମାନଙ୍କୁ ଧନ୍ୟବାଦ ମଧ୍ୟ ଜଣାଇ ପାରିନାହିଁ, ସେଥିପାଇଁ ଆପଣ ମାନଙ୍କ ନିକଟରେ କ୍ଷମା ମାଗୁଛି।

‌ ଆସନ୍ତାକାଲିଠାରୁ ଧାରାବାହିକ ଭାବରେ ଆମେ ନିଜକୁ ପରିବର୍ତ୍ତନ ସ୍ରୋତରେ ସାମିଲ କରି ପାରିବା ଭଳି ସମାଜ, ସ୍ୱାସ୍ଥ୍ୟ, ଆଧ୍ୟାତ୍ମିକ ଭିତ୍ତିକ ଲେଖା ” ମନ କଥା” ମାଧ୍ୟମରେ ଆପଣ ମାନଙ୍କ ନିକଟରେ ଉପସ୍ଥାପନ କରିବାର ପ୍ରୟାସ କରୁଛି। ଭଲ ଲାଗିଲେ ନିଜର ମୂଲ୍ୟବାନ ମତାମତ ଦେଇ ମୋର ମନୋବଳକୁ ନିଶ୍ଚୟ ବଢାଇବେ ବୋଲି ମୋର ପୂର୍ଣ୍ଣ ବିଶ୍ୱାସ।

* ଜୟ ଜଗନ୍ନାଥ *

ରମାନାଥ କର

ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର

ବାଲେଶ୍ଵର

ମନ କଥା (୮)

—————–

ଜୀବନ ସଙ୍ଘର୍ଷ ର ଅନ୍ୟ ଏକ ନାମ ଅଟେ। ବିନା ସଙ୍ଘର୍ଷ ରେ ଅତିବାହିତ ଜୀବନର କିଛି ମୂଲ୍ୟ ନାହିଁ , ଯେମିତି ଦିନ ବିନା ରାତି ମୂଲ୍ୟହୀନ ଆଉ ରାତି ବିନା ଦିନ ମୂଲ୍ୟହୀନ।ଏକ ସଙ୍ଘର୍ଷମୟ ଜୀବନ ହିଁ ଏକ ପରିପକ୍ୱ ଜୀବନ। ଜଣେ ସଫଳ ମଣିଷ ସହିତ ଏକ ସଙ୍ଘର୍ଷମୟ ଜୀବନ କାହାଣୀ ଯୋଡ଼ି ହୋଇ ରହିଥିବା ହିଁ ଥୟ ।ସେହିଭଳି ଜୀବନ ଯେଉଁମାନେ ବିତାଇଛନ୍ତି ସେମାନେ ସାରା ମାନବ ସମାଜ ପାଇଁ ଗୋଟିଏ ଗୋଟିଏ ଜ୍ୱଳନ୍ତ ଉଦାହରଣ ଅଟନ୍ତି। ପୃଥିବୀ ସାରା ଆମେ ସେହିପରି ବ୍ୟକ୍ତିତ୍ଵ ଙ୍କୁ ଯଦି ଆମେ ଖୋଜିବୁ , ସେମାନଙ୍କର ଜୀବନ କାହାଣୀ ଶୁଣିବୁ ଗୋଟିଏ କଥା ସମସ୍ତଙ୍କ ପାଖରେ ସାଧାରଣ ଅଟେ। ସେଇଟା ହେଉଛି ସେମାନଙ୍କର ନିଷ୍ଠା ଏବଂ ପରିଶ୍ରମ। ବିନା ପରିଶ୍ରମରେ ଜଣେ ବୋଲି ସଫଳ ମଣିଷ ଆପଣ ପାଇବେ ନାହିଁ।

ଆଜିର ଦିନରେ ଯଦି ଆମେ ଦେଖିବା ପ୍ରତ୍ୟେକ ପିଲା ହାତରେ ଗୋଟିଏ ଦାମୀ ମୋବାଇଲ ସେଟ୍ ଟିଏ ରହିଛି।ଧନୀ ଘର କଥା ଛାଡ଼ନ୍ତୁ, ମାସକୁ ଗୋଟିଏ ପରିବାରର ନ୍ୟୁନତମ ରୋଜଗାର ଥିଲା ବେଳେ ସେହି ପରିବାରର ପିଲା ପାଖରେ ଆପଣ ନିଶ୍ଚିତ ଗୋଟିଏ ଆଣ୍ଡ୍ରଏଡ ମୋବାଇଲ ସେଟ୍ ଟିଏ ପାଇବେ। କାହା ହାତରେ ମୋବାଇଲ୍ ରହିବା ନେଇ ମୋର କିଛି ଯାଏ ଆସେ ନାହିଁ। କଥାଟି ହେଉଛି ମୋବାଇଲର ଉପଯୋଗୀତା। ଆପଣ ଦେଖିବେ ଅଧିକାଂଶ ପିଲା ମୋବାଇଲ ରେ ଗେମ୍ ଖେଳୁଛନ୍ତି।ରାତି ସାରା ଅନିଦ୍ରା ରହି ଦିନ ସାରା ଶୋଉଛନ୍ତି। ମାନୁଛି କି ସ୍କୁଲ କଲେଜରେ ପାଠପଢ଼ା ବନ୍ଦ ରହିଛି। କେଉଁଠି କେଉଁଠି ଅନଲାଇନ୍ କ୍ଲାସ ହେଉଛି। ଏହା ପରେ ଯେଉଁ ସମୟ , ସେହି ସମୟକୁ ସେମାନେ ଉପଯୋଗ କରୁ ନାହାଁନ୍ତି। ଯଦି ସେହି ସମୟରେ ସେମାନେ ସଫଳ ମଣିଷଙ୍କ କାହାଣୀ ପଢନ୍ତେ , ସେମାନେ ଜୀବନରେ ବହୁତ କିଛି କରି ପାରନ୍ତେ। ଏହି ପିଲାମାନଙ୍କ ଭିତରେ ଅନେକ ନେଗେଟିଭ ମାଇଣ୍ଡ ସେଟ୍ ଅପ୍ ପିଲା ମଧ୍ୟ ଅଛନ୍ତି ଯେଉଁମାନେ କି ଅନ୍ୟ ମାନଙ୍କୁ ମଧ୍ୟ ପ୍ରଭାବିତ କରନ୍ତି। ଖୁବ୍ ଶୀଘ୍ର ପିଲାମାନେ ସେହିପରି ନକରାତ୍ମକ ଚିନ୍ତାଧାରାର ପିଲାଙ୍କ ଅନୁଗାମୀ ହୋଇ ଯାଆନ୍ତି।

ମୋବାଇଲ କୁ ଛାଡିଦେଲେ ପିଲା ମାନଙ୍କ ପକ୍ଷରେ ତାଙ୍କର ପ୍ରତିଭା ପ୍ରଦର୍ଶନ ପାଇଁ ବିରାଟ ଓ ବିଭିନ୍ନ କ୍ଷେତ୍ର ରହିଛି। ଜଣେ ତାମିଲ ଔପନ୍ୟାସିକ ଏମ୍ ଚନ୍ଦ୍ରଶେଖର ଜଣେ ଅଟୋ ରିକ୍ସା ଡ୍ରାଇଭର ଥିଲେ। ଯେତେବେଳେ ତାଙ୍କର କେହି ଯାତ୍ରୀ ନଥାନ୍ତି ସେ ଅଟୋରେ ବସି କିଛି ଲେଖୁଥିଲେ। ତାଙ୍କର ପରିଶ୍ରମ ତାଙ୍କୁ ଜଣେ ସଫଳ ଔପନ୍ୟାସିକ ଭାବରେ ପରିଚିତ କରାଇଥିଲା। ତାଙ୍କର ଅନେକ ଉପନ୍ୟାସ କୁ ନେଇ ସଫଳ ସିନେମା ତିଆରି କରା ଯାଇଛି।

ଆଇରିସ୍ ନାଟ୍ୟକାର ନୋବେଲ ବିଜେତା ଜର୍ଜ ବର୍ଣାଡ୍ ସ ପନ୍ଦର ବର୍ଷରେ ପାଠପଢ଼ା ଛାଡ଼ି ଉପନ୍ୟାସ ଲେଖିବା ଆରମ୍ଭ କରିଥିଲେ। ଲେଖିବା ଚିରିବା ତାଙ୍କର ଅଭ୍ୟାସ ଥିଲା। ଉପନ୍ୟାସ କୁ ଚିରୁଥିଲେ ଏଇଥି ପାଇଁ ତାଙ୍କ ଉପନ୍ୟାସ ଛାପିବାକୁ କେହି ରାଜି ହେଉ ନଥିଲେ। ସେ ଭାଙ୍ଗି ପଡି ନଥିଲେ। ତାପରେ ସେ ନାଟକ ଲେଖିଲେ। ତାଙ୍କର ନାଟକ ଇଂଲଣ୍ଡ ଓ ଆମେରିକାର ବିଭିନ୍ନ ଥିଏଟରରେ ପରିବେଷଣ ହେଲା। ଅଧ୍ୟବସାୟର ଫଳ ସବୁବେଳେ ମିଳିଥାଏ। ୧୯୨୬ ରେ ତାଙ୍କୁ ସାହିତ୍ୟରେ ନୋବେଲ ପୁରସ୍କାର ମିଳିଥିଲା।

କହିବାର ତାତ୍ପର୍ଯ୍ୟ ହେଉଛି ଆମେ ପ୍ରତିଟି ଅବିଭାବକ ଆମେ ନିଜେ ଭଲ ପଢ଼ିବା,ଭଲ ଶୁଣିବା,ଭଲ କହିବା ଏବଂ ଆମ ପିଲାମାନଙ୍କୁ ସବୁବେଳେ ଭଲ ଦିଗରେ ପ୍ରେରିତ କରିବା ଯେଉଁ କ୍ଷେତ୍ରରେ ସେମାନେ ପାରଦର୍ଶିତା ହାସଲ କରି ପାରିବେ। ବର୍ତ୍ତମାନ ସମୟରେ ଅବିଭାବକ ଓ ପିଲା ଉଭୟ ପରିବର୍ତ୍ତିତ ରାସ୍ତାରେ ଚାଲିବାର ସମୟ ଆସିଛି। ସଙ୍ଘର୍ଷର ଆଉ ଏକ ନାମ ହେଉଛି ଆହ୍ୱାନ। ଆମକୁ ପ୍ରତିଟି  ଆହ୍ୱାନ କୁ ଗ୍ରହଣ କରିବାକୁ ଅଛି।ନିଜର ଦୃଷ୍ଟି ଭଙ୍ଗୀ ପରିବର୍ତ୍ତନ କରିବାକୁ ଅଛି। ଦୃଷ୍ଟି ବାହାରକୁ ଦେଇ ଅନ୍ୟର ଭୁଲ୍ ଦେଖିବା ଅପେକ୍ଷା ନିଜର ଦୃଷ୍ଟି ନିଜ ଆଡକୁ କରି ନିଜର କେତେ ଭୁଲ୍ ରହିଛି ପ୍ରଥମେ ଦେଖିବାକୁ ହେବ। ପ୍ରଚେଷ୍ଟାର ଯାତ୍ରା ହୁଏତ ସମୟ ସାପେକ୍ଷ ହୋଇ ପାରେ କିନ୍ତୁ ଯାତ୍ରା ଶେଷରେ ଏକ ସୁନ୍ଦର ସଫଳତାର କଥା ନିଶ୍ଚିତ ଭାବରେ ରହିଛି ନିଃସନ୍ଦେହରେ କୁହାଯାଇ ପାରେ।

* ଜୟ ଜଗନ୍ନାଥ *

ମନ କଥା (୭)

—————-

ଗାଆଁ ମୁଣ୍ଡରେ ମନ୍ଦିର ଟିଏ। ବହୁତ ସୁନ୍ଦର ମନ୍ଦିର। ପ୍ରତିଦିନ ଦୂରଦୂରାନ୍ତରୁ ଅନେକ  ଶ୍ରଦ୍ଧାଳୁ ସେଠିକି ଆସନ୍ତି ଠାକୁର ଦର୍ଶନ କରିବା ପାଇଁ। ଅନେକ ଏମିତି ଶ୍ରଦ୍ଧାଳୁ ମଧ୍ୟ ଅଛନ୍ତି, ଯେଉଁ ମାନେ ସେମାନଙ୍କ କର୍ମକ୍ଷେତ୍ରକୁ ଗଲାବେଳେ ଏବଂ ଫେରିବା ବେଳେ ମନ୍ଦିର ଆଗରେ ଟିକିଏ ମୁଣ୍ଡିଆ ମାରି ଯାଆନ୍ତି। ସେହିପରି ଜଣେ ଶ୍ରଦ୍ଧାଳୁ ହେଉଛନ୍ତି ଜଣେ ଯୁବକ। ବୟସ ୨୫ ବର୍ଷ ଭିତରେ ହେବ। ବଡ଼ ହୃଷ୍ଟପୃଷ୍ଟ ଚେହେରା। ହେଲେ ତାଙ୍କର କାର୍ଯ୍ୟ ହେଉଛି ଭିକ୍ଷା ମାଗିବା।

ସେ ପ୍ରତିଦିନ ସେଇ ମନ୍ଦିରରେ ମୁଣ୍ଡିଆଟେ ମାରି ନନାଙ୍କୁ ଜଣାଇ ଭିକ୍ଷା ମାଗିବା ପାଇଁ ଯାଆନ୍ତି। ନନା ଖୁସିରେ କହନ୍ତି ଏଇ ପଟେ ଫେରିବା ସମୟରେ ପ୍ରସାଦ ଟିକିଏ ପାଇକି ଯିବ। ଏତିକି କଥା ଶୁଣି ଯୁବକ ଜଣକ ଖୁସିରେ ଆଗକୁ ଯାଆନ୍ତି। ହୃଷ୍ଟପୃଷ୍ଟ ଯୁବକ ଜଣକ ଭିକ୍ଷା ବୃତ୍ତି କରୁଥିବାରୁ ସେ ଯେଉଁ ଘରକୁ ଯାଆନ୍ତି ସେଠାରୁ ଭିକ୍ଷା ତ ପାଆନ୍ତି ନାହିଁ, ପରନ୍ତୁ ଅନେକ ସମାଲୋଚନା ଶୁଣିବାକୁ ମିଳେ। ସମାଲୋଚନା ଶୁଣି ଶୁଣି ଯୁବକ ଜଣକ କ୍ରୋଧିତ ହୋଇ ଯାଆନ୍ତି ଏବଂ ଗୁଣୁଗୁଣୁ ହୋଇ ସେ ଲୋକଙ୍କୁ ଗାଳି କରନ୍ତି। ଲୋକେ ଆହୁରି ବିରକ୍ତ ହୋଇ ତାଙ୍କୁ ଏଆଡୁ ସେଆଡୁ କହି ଗାଳି ମନ୍ଦ କରନ୍ତି। ବିଚରା ଆଉ କଣ କରିବେ । ଆଉ ଆଗକୁ ନଯାଇ ପୁଣି ଫେରି ଆସନ୍ତି ମନ୍ଦିର ପାଖକୁ। ନନାଙ୍କୁ ସବୁ କଥା କହନ୍ତି। ସବୁଦିନ ଏମିତି ନନା ତାଙ୍କର ଦୁଃଖ ଶୁଣନ୍ତି। ଶେଷରେ ତାଙ୍କୁ ପ୍ରସାଦ ଦିଅନ୍ତି ଓ ଯୁବକ ଜଣକ ଆନନ୍ଦରେ ପ୍ରସାଦ ଖାଇ ସାରି ଘରକୁ ଯାଆନ୍ତି।

ଦିନେ ଯୁବକ ଜଣକ ମନ୍ଦିର ରେ ମୁଣ୍ଡିଆ ମାରି ଆଉ ଭିକ୍ଷା କରିବା ପାଇଁ ଗଲେ ନାହିଁ। ନନା ପଚାରିଲେ ଆଜି କ’ଣ ଭିକ୍ଷା ପାଇଁ ଯିବ ନାହିଁ କି ।ଯୁବକ ଉତ୍ତର ଦେଲେ ,” ନନା, ମୁଁ ବହୁତ ଅଭାବି ମଣିଷ। ଭିକ୍ଷା କରି ସଂସାର ପାଳିବା ଛଡ଼ା ମୋ ପାଖରେ ଆଉ କିଛି ଉପାୟ ନାହିଁ। ହେଲେ ମୁଁ କ’ଣ କରିବି ମୁଁ ଭିକ୍ଷା ମାଗିଲେ ଲୋକେ ଗାଳି କରୁଛନ୍ତି। ମୁଁ ମଧ୍ୟ ରାଗିଯାଇ ଲୋକଙ୍କୁ ଅଭଦ୍ର ଭାଷାରେ ଗାଳି କରୁଛି। ମୁଁ ଓ ମୋ ପରିବାର ଚଳିବା କେମିତି। ମୁଁ ଏବେ କ’ଣ କରିବି।”

ନନା ତା’ର ଦୁଃଖକୁ ବୁଝି ପାରୁଥିଲେ । ହସିହସି କହିଲେ ” ମୁଁ ଯାହା କହିବି ତାହା କରି ପାରିବ “।ଯୁବକ ଜଣକ ଖୁସିରେ କହିଲେ ” ଆଜ୍ଞା ହଁ,ଆପଣ ଯାହା କହିବେ , ମୁଁ ତାହାହିଁ କରିବି ।”ନନା କହିଲେ

” ସ୍ୱଭାବ ବଦଳାଇ ଦିଅ

ଅଭାବ ରହିବ ନାହିଁ “

ତୁମେ ଆସନ୍ତାକାଲି ଠାରୁ ନିଜକୁ ବିନୟୀ କର। ଲୋକଙ୍କ ସହିତ ମଧୁର କଥା କୁହ। ଲୋକଙ୍କୁ ନିଜର ଅଭାବ ସମ୍ପର୍କରେ ସତ୍ୟ କଥା କୁହ। ଦେଖିବ ତୁମର ଅଭାବ ରହିବ ନାହିଁ।

ଆଉ ଗୋଟିଏ କଥା। ଯଦି ତୁମେ ଆସନ୍ତାକାଲି ଠାରୁ ନିଜେ ଭିକ୍ଷା ବୃତ୍ତି ନକରି ଅନ୍ୟ ଘରେ ଯାଇ କାମ କରିବ , ତାହେଲେ ମଧ୍ୟ ତୁମେ ସବୁଠାରୁ ଭଲରେ ରହିବ।ତୁମର ଅଭାବ ରହିବ ନାହିଁ।

କାହାଣୀଟି ଆପଣଙ୍କୁ କହିବାର ଉଦ୍ଦେଶ୍ୟ ହେଉଛି ଆମ ଭିତରେ ଏମିତି ଅନେକ ଚରିତ୍ର ଅଛନ୍ତି, ଯେଉଁ ମାନେ କାର୍ଯ୍ୟ କରିବେ ନାହିଁ । ବିନା କାର୍ଯ୍ୟରେ ତାଙ୍କର ଅଭାବ ଯେମିତି ଦୂର ହେବ ସେହି ଭାବନାରେ ରହି ଥାଆନ୍ତି। ସେମାନେ ମନେ ରଖିବା ଉଚିତ ଯେତେବେଳ ପର୍ଯ୍ୟନ୍ତ ଆମେ ଆମର ସ୍ୱଭାବ ନବଦଳାଇଛୁ ସେତେବେଳ ପର୍ଯ୍ୟନ୍ତ ଆମର ଅଭାବ ଦୂର ହେବ ନାହିଁ।

* ଜୟ ଜଗନ୍ନାଥ *

ରମାନାଥ କର

ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର

ବାଲେଶ୍ଵର

ମନ କଥା (୬)

—————-

ଅନେକ ସମୟରେ ଆମେ ଭାବୁ ଆମେ ଯାହା ଚାହୁଁଛୁ ତାହାହିଁ ହେଉ । ମାତ୍ର ତାହାହିଁ ହୁଏ ଯାହା ହେବାକୁ ଥାଏ। ଜୀବନ ଗୋଟିଏ ପ୍ରତିଧ୍ଵନି ପରି।ଆମେ ଯେପରି କହିବୁ ,ଅପର ପାର୍ଶ୍ୱରୁ ସେପରି ଧ୍ୱନି ଆସିଥାଏ। ପ୍ରତ୍ୟେକ କ୍ରିୟାର ଏକ ସମାନ ଓ  ବିପରୀତ ପ୍ରତିକ୍ରିୟା ରହିଥାଏ। ଅର୍ଥାତ୍ ଆମେ ଯେମିତି କାର୍ଯ୍ୟ କରିବୁ ସେମିତି ଫଳ ମଧ୍ୟ ପାଇବୁ ।

‌‌    ଛୋଟ କାହାଣୀ ଟିଏ । ଜଣେ ୨୦ ବର୍ଷର ଯୁବକ ସକାଳ ନିଦରୁ ଉଠି ଦେଖନ୍ତି ତ ତାଙ୍କ ପାଖରେ ଯମରାଜା ଛିଡ଼ା ହୋଇଛନ୍ତି ଗୋଟିଏ ଲିଷ୍ଟ ଧରି ଯେଉଁଥିରେ ଯୁବକଙ୍କ ନାମ ଏକ ନମ୍ବରରେ ରହିଛି। ଯୁବକ ଜଣକ ବ୍ୟତିବ୍ୟସ୍ତ ହୋଇ ପଡିଲେ ଏବଂ ଗୋଟିଏ ଯୋଜନା କଲେ । ଯୋଜନା ମୁତାବକ ଯମରାଜାଙ୍କୁ ଚା ପିଇବାକୁ ଅନୁରୋଧ କରି ସେଇ ଚା ରେ ଟିକିଏ ନିଶା ବଟିକା ମିଶାଇ ଦେଲେ। ଯମରାଜା ଚା ପିଇ ଶୋଇ ପଡିଲେ। ଏହି ସମୟରେ ଯୁବକ ଜଣକ ତାଙ୍କ ନାଆଁ ଟିକୁ ଏକ ନମ୍ବର ଯାଗାରୁ କାଟି ଦେଇ ସବା ଶେଷରେ ଲେଖିଦେଲେ।

ଯମରାଜା ଙ୍କ ନିଦ ଭାଙ୍ଗିଲା। ସେ ଯୁବକଙ୍କୁ ଲକ୍ଷ୍ୟ କରି କହିଲେ ଯେ ସେ ତାଙ୍କର ଅଭ୍ୟର୍ଥନା ରେ ଏତେ ପ୍ରୀତ ଯେ ଇତିହାସରେ ପ୍ରଥମ ଥର ପାଇଁ ଲିଷ୍ଟ ରେ ସବା ଶେଷରେ ଥିବା ବ୍ୟକ୍ତିଙ୍କୁ ସେ ପ୍ରଥମେ ଯମପୁର କୁ ନେଉଛନ୍ତି।

ଯମପୁରକୁ ଯିବା ସମୟରେ ଯମ ସେ ଯୁବକଙ୍କୁ କହିଲେ ସେ ହିଁ ସମୟ । ମଣିଷ ଯେଉଁ ହିସାବରେ କାମ କରିବ ସେ ତାକୁ ସେହି ହିସାବରେ ଫଳ ମଧ୍ୟ ଦେବେ। ଯଦି ମଣିଷ ସମୟ କୁ ସମ୍ମାନ ଦେଇ ଅର୍ଥାତ୍ ସମୟ ଉପରେ ଫଳାଫଳକୁ ଛାଡ଼ି ଦେଇ କାର୍ଯ୍ୟ କରିଥାଆନ୍ତି, ତାହେଲେ ସମୟ ମଧ୍ୟ ମଣିଷର ଚାହିଁବା ଅନୁସାରେ ଫଳ ଦେଇଥାନ୍ତେ।

କହିବାର ତାତ୍ପର୍ଯ୍ୟ ହେଲା ଆମେ ଯାହା କାର୍ଯ୍ୟ କରୁଛୁ ତାହା ଆତ୍ମବିଶ୍ବାସ ଓ ଈଶ୍ୱର ସମର୍ପିତ ହେବା ଉଚିତ୍। ହିନ୍ଦୀରେ ଗୋଟିଏ ଗୀତ ଅଛି ଓହି ହୋତାହେ ଯୋ ମଞ୍ଜୁରେ ଖୁଦା ହୋତା ହେ ।

* ଜୟ ଜଗନ୍ନାଥ *

ରମାନାଥ କର

ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର

ବାଲେଶ୍ଵର

ମନ କଥା (୫)

—————

ମନ କଥା ର ପଞ୍ଚମ ଭାଗରେ ଆପଣଙ୍କୁ ସ୍ଵାଗତ କରୁଛି। ଆଜି ପହିଲି ରଜ।ଏଇ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଇବା ସହିତ କୃଷି ଭିତ୍ତିକ ପର୍ବ ରଜ ସଂକ୍ରାନ୍ତି ସମସ୍ତଙ୍କ ପାଇଁ ଖୁସି ଏବଂ ଆନନ୍ଦ ନେଇ ଆସୁ , ସମସ୍ତେ ସୁସ୍ଥ ଓ ନିରୋଗ ରହନ୍ତୁ ଏତିକି ମହାପ୍ରଭୁଙ୍କ ନିକଟରେ ମୋର ପ୍ରାର୍ଥନା।

କିଛି ଲେଖିବା ପାଇଁ ଭାବି ବସିଲା ବେଳକୁ ମନକୁ ଆସିଲା ଆମେ ଦୈନନ୍ଦିନ ଜୀବନରେ କ’ଣ ଭୁଲ୍ କରୁଛୁ , ସେଇ କଥା ଲେଖିବି। ଭୁଲ୍ ମୁଁ କରୁଛି। ହୁଏତ ଆପଣ ମଧ୍ୟ ମୋ ଭଳି ସେଇ ଭୁଲ୍ କରୁଥିବେ। ତେବେ ଅସୁବିଧା କିଛି ନାହିଁ। ଆମେ ଭୁଲ୍ ରୁ ହିଁ ଶିକ୍ଷା ଲାଭ କରିଥାଉ ।

ଯଦି ମୁଁ ଠିକ୍ କହୁଥାଏ ,ଆମେ ପ୍ରଥମ ଭୁଲ୍ ହିଁ ସକାଳେ କରିଥାଉ ଡେରିରେ ବିଛଣା ଛାଡ଼ି।ଆମେ ଜାଣିଛୁ, ତଥାପି ଆମେ ଭୁଲ୍ କରୁ। ଠିକ୍ କଥାଟି ହେଉଛି, ଆମେ ସୂର୍ଯ୍ୟ ଉଦୟ ପୂର୍ବରୁ ବିଛଣା ଛାଡ଼ିବା କଥା। କିନ୍ତୁ ଆମେ ମାନୁଛୁ ନା ଆମ ପିଲାମାନେ। କେହିକେହି କହନ୍ତି,ଆରେ ଭାଇ ସକାଳୁ ଶୋଇବାରେ ଗୋଟିଏ ମଜା ଅଛି। ଯଦି ଆମେ ପୈାରାଣିକ କଥା କହିବା , ଯେଉଁ ମାନେ ଦିନରେ ଶୁଅନ୍ତି ତାଙ୍କର ଆୟୁଷ ହାନି ହୁଏ। ତେବେ ଦିନରେ ଶୋଇବାର ବଡ଼ କାରଣ ହେଉଛି ଆମେ ରାତିରେ ଡେରିରେ ଶୋଇ ଥାଉ । ପିଲାଟି ଦିନରୁ ଆମେ ଜାଣିଛୁ ଶୀଘ୍ର ଶୋଇବା ଶୀଘ୍ର ଉଠିବା। ଏହି ନିୟମରେ ମଣିଷ ସୁସ୍ଥ ଓ ନିରୋଗ ରହେ । ଏବେ ତ ବିଲକୁଲ ଓଲଟା। ଡେରିରେ ଶୋଇବା ଡେରିରେ ଉଠିବା। ଯାହା ଫଳରେ ଆର କଥାଟି ଅର୍ଥାତ୍ ସୁସ୍ଥ ଓ ନିରୋଗ ପରିବର୍ତ୍ତେ ଆମେ ବିଭିନ୍ନ ଜଟିଳ ରୋଗର ଶୀକାର ହେଉଛୁ। ଦେଖନ୍ତୁ ଆମେ କେମିତି ଓଲଟା କରୁଛୁ। ଆମେ ରାତିରେ ଶୋଇବା ଓ ଦିନରେ ଚେଇଁବା କଥା। କିନ୍ତୁ ଏବେ ଆମେ ଦିନରେ ଶୋଉଛୁ ଓ ରାତିରେ ଚେଇଁଲୁ ।ଆମେ ବୋକା ନୁହଁ କି। ହିନ୍ଦୀରେ ଓଲ୍ଲୁ କହନ୍ତି। ମାନେ ପେଚା କଥା କହୁଛି। ଆମେ ସେହି ପେଚା ଭଳି ହୋଇଗଲୁଣି ଯିଏ ରାତିରେ ଚାହେଁ ଓ ଦିନରେ ଶୁଏ ।

ଆମେ ଏମିତି ବି ଜାଣିଶୁଣି ନୁହେଁ,କେବଳ ମୋବାଇଲ ସକାଶେ ଡେରିରେ ଶୋଇ ଥାଉ । ଆଜିକାଲି ଯେମିତି  WhatsApp ଆମର ବାପା ଓ Facebook ଯେମିତି ମାଆ ହେଇଯାଇଛି।ବିନା ମାଆ ବାପା ରେ ଯେମିତି ଆମେ ଚଳିବା ମୁସ୍କିଲ, ସେଇଭଳି ବିନା‌ WhatsApp , Facebook ରେ ଆମେ ଚଳିବା ମୁସ୍କିଲ। ଆମେ ଏଥିରେ ଏତେ ସମୟ ଦେଉଛୁ ଯେ ଆମର ଅତି ମୂଲ୍ୟବାନ ସମୟ ମଧ୍ୟ ନଷ୍ଟ ହୋଇ ଯାଉଛି। ସେଥିପାଇଁ ଆମେ ସମସ୍ତେ  mobile misuse କରିବା ଉଚିତ୍ ନୁହେଁ। ମୋବାଇଲ ଜରୁରୀ। ମାତ୍ର ଏତେ ଜରୁରୀ ନୁହେଁ , ଯାହାର ultra rays ‌ରୁ ମୁଣ୍ଡ ବିନ୍ଧିବା, ଆଖିରୁ ପାଣି ବୋହିବା, ଦୃଷ୍ଟି ଶକ୍ତି କମିବା, ସ୍ମୃତି ଶକ୍ତି କମିବା , ବ୍ରେନ୍ ଟ୍ୟୁମର ହେବା ଇତ୍ୟାଦି ରୋଗରେ ପୀଡିତ ହେବା।

ଆଗରୁ land phone ଥିଲା। ସିଏ ଗୋଟିଏ ଯାଗାରେ ରହୁଥିଲା ଆମେ  smart ଥିଲୁ। ମାତ୍ର ଯେବେଠୁ smartphone ଆସିଲା ସେବେଠାରୁ ମୋବାଇଲ  smart ହୋଇଗଲା , ଆମେ ଗୋଟିଏ ଯାଗାରେ ରହିଗଲୁ। ସେଇ ସମୟରେ ବାପା ମା, କେହିବି, ଯଦି ଯମରାଜା ଆସନ୍ତି ତଥାପି ଆମେ ମୋବାଇଲ ଛାଡ଼ିବା ପ୍ରସ୍ତୁତ ନୁହନ୍ତି। ମୋବାଇଲ ଏବେ time pass‌ର ଏକ ଜରିଆ ହୋଇ ଯାଇଛି। ଆମକୁ ଏବେ ଚିନ୍ତା କରିବାର ଅଛି ମୋବାଇଲ ରେ ଆମେ time pass  କରିବୁ କି time କୁ costly ବନାଇବୁ ।

ମୁଁ ତ ନିଜକୁ ପରିବର୍ତ୍ତନ ରାସ୍ତାରେ ନେଉଛି, ଯଦି ଆପଣ ମୋ ଭଳି ପରିବର୍ତ୍ତନ ରାସ୍ତାରେ ଚାଲିବାକୁ ଚାହୁଁଛନ୍ତି, ତାହେଲେ ଚାଲନ୍ତୁ ସାଥିରେ ଚାଲିବା। ଦୁନିଆ ବଦଳି ଯିବ ।

‌‌* ଜୟ ଜଗନ୍ନାଥ *

ରମାନାଥ କର

ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର

ବାଲେଶ୍ଵର

ମନ କଥା (୪)

—————-

ଜଣେ ରାଜା ପଡୋଶୀ ରାଜ୍ୟର ଜନୈକା ଶ୍ରେଷ୍ଠ ନୃତ୍ୟାଙ୍ଗନା ଙ୍କୁ ତାଙ୍କ ରାଜ ସଭାରେ ନୃତ୍ୟ ପରିବେଷଣ ପାଇଁ ଡକାଇଲେ। ନୃତ୍ୟାଙ୍ଗନା ଙ୍କ ନୃତ୍ୟ ଉପଭୋଗ କରିବା ପାଇଁ ରାଜା ତାଙ୍କର ପରିବାର, ପାରିଷଦ ବର୍ଗଙ୍କୁ ନିମନ୍ତ୍ରଣ କରିବା ସହିତ ରାଜ ଗୁରୁଙ୍କୁ ମଧ୍ୟ ନିମନ୍ତ୍ରଣ କଲେ। ସମସ୍ତ ନିମନ୍ତ୍ରିତ ବ୍ୟକ୍ତିଗଣ ଯେ ଯାହାର କ୍ଷମତା ମୁତାବକ ଉପହାର ସହିତ ଉପସ୍ଥିତ ଥିଲାବେଳେ ରାଜା ନିଜ ରାଜଗୁରୁଙ୍କୁ ଏକ ରତ୍ନହାର ନିଜ ଆଡୁ ଦେଇ କହିଲେ କି ଯଦି ନୃତ୍ୟାଙ୍ଗନାଙ୍କ ନୃତ୍ୟ ଭଲ ଲାଗେ ତେବେ ଗୁରୁଜୀ ସେହି ହାରକୁ ଉପହାର ସ୍ୱରୂପ ଦେଇ ପାରିବେ।ଯଥା ସମୟରେ ନୃତ୍ୟାଙ୍ଗନା ତାଙ୍କର ବାଦ୍ୟକାରଙ୍କ ସହିତ ଆସି ପହଞ୍ଚିଲେ ଏବଂ ନୃତ୍ୟ ଆରମ୍ଭ କଲେ। ନୃତ୍ୟାଙ୍ଗନା ଜଣକ ଖୁବ୍ ପୁରସ୍କାର ଲୋଭି ଥିଲେ। ଯେହେତୁ ରାଜ ସଭାରେ ନୃତ୍ୟ ପରିବେଷଣ କରୁଛନ୍ତି, ସେଥିପାଇଁ ସେ ଅନେକ ମୂଲ୍ୟବାନ ପୁରସ୍କାର ଆଶା ରଖିଥିଲେ। ନୃତ୍ୟାଙ୍ଗନା ନୃତ୍ୟ ଆରମ୍ଭ ପୂର୍ବରୁ ରାଜାଙ୍କୁ ଧନ୍ୟବାଦ ଅର୍ପଣ ପୂର୍ବକ ନିଜ ବିଷୟରେ ବହୁତ କିଛି କହିଲେ। ଏପରିକି କେଉଁଠି ତାଙ୍କୁ କ’ଣ ସବୁ ପୁରସ୍କାର ମିଳିଛି ସେସବୁ ମଧ୍ୟ କହିଲେ।

‌       ଅନେକ ସମୟ ଧରି ନୃତ୍ୟ ଚାଲିଥିଲେ ମଧ୍ୟ କେହି ପୁରସ୍କାର ଦେଉ ନଥିବାରୁ ନୃତ୍ୟାଙ୍ଗନା ଜଣକ ଆହୁରି ସୁନ୍ଦର ନୃତ୍ୟ ପରିବେଷଣ ପାଇଁ ଚେଷ୍ଟା କରୁଥିଲେ। ମାତ୍ର ସେତେବେଳକୁ ବାଦ୍ୟକାର ଜଣକ ଥକି ପଡିଲେଣି। ନୃତ୍ୟାଙ୍ଗନା ଜଣକ ଚିନ୍ତାରେ ପଡ଼ିଗଲେ। ପ୍ରକୃତରେ ବାଦ୍ୟକାର ଯଦି ଥକି ପଡ଼ିବେ ତାହେଲେ ତାଙ୍କର ମଧ୍ୟ ତାଳ ଲୟ କିଛି ବି ଠିକ୍ ରହିବ ନାହିଁ। ସୁନାମ ପରିବର୍ତ୍ତେ ଏଠାରୁ ବଦନାମ ହୋଇ ଯିବାକୁ ପଡ଼ିବ ଏଇ ଆଶଙ୍କାରେ ସେ ବାଦ୍ୟକାରଙ୍କ ଆଡେ ଲକ୍ଷ୍ୟ କରି କହିଲେ

ବହତ୍ ଗୟି ଥୋଡି ରହି

ଏହୁ ବିତ୍ ଯାଏ

ଚରିତ୍ର ଭଙ୍ଗ ମତ୍ ହୋଇଓ

ବରନା କୁଲ୍ ମେ ଦାଗ୍ ଲଗାଯାଏ

ଏତିକିବେଳେ ପ୍ରଥମେ ରାଜଗୁରୁ, ତାପରେ ରାଜାଙ୍କ ପୁଅ ଏବଂ ଝିଅ ଅତି ମୂଲ୍ୟବାନ ରତ୍ନ ହାର ଉପହାର ଦେଲେ। ପରେପରେ

ରାଜା କାର୍ଯ୍ୟକ୍ରମ ଶେଷ ହେଲା ବୋଲି ଘୋଷଣା କଲେ।

ସମସ୍ତେ ପ୍ରସ୍ଥାନ କଲା ପରେ ରାଜା ଗୁରୁଜୀଙ୍କୁ ପଚାରିଲେ ” ସତରେ ଆପଣ ନୃତ୍ୟାଙ୍ଗନା ର ନୃତ୍ୟରେ ମୁଗ୍ଧ ହୋଇ ଉପହାର ଦେଲେ? “

‌‌   ଗୁରୁଜୀ କହିଲେ, ” ନୃତ୍ୟାଙ୍ଗନା ର କଥା ପଦକ ମୋର ଆଖି ଖୋଲି ଦେଲା। ଜୀବନ ସାରା କାମନା ବାସନା ଠାରୁ ଦୂରରେ ରହି ଆଧ୍ୟାତ୍ମିକ ଭାବନା ସହିତ ଜୀବନ ନିର୍ବାହ କରୁ ଥିଲା ବେଳେ ଆଜି କିଛି ସମୟ ପାଇଁ ନୃତ୍ୟାଙ୍ଗନା ର ଅଙ୍ଗ ଭଙ୍ଗୀ ପ୍ରଦର୍ଶନରେ ବିମୋହିତ ହୋଇ ମୋର ଧୈର୍ଯ୍ୟ ହରାଇ ବସିଲି। ମୋତେ ବହୁତ ଖରାପ ଲାଗିଲା। ମୋର ବାର ବର୍ଷର ତପସ୍ୟା ଶୁଖୁଆ ପୁଡାରେ ଚାଲି ଗଲା। ଜୀବନରେ ଆଉ କେତେ ଦିନ ବା ବଞ୍ଚିବି। ସେତିକି ମଧ୍ୟ ଧୈର୍ଯ୍ୟ ଧରି ପାରିଲି ନାହିଁ।”

ରାଜା ତାଙ୍କ ପୁଅ କୁ ସେହି ଏକା ପ୍ରଶ୍ନ ପଚାରିଲେ । ପୁଅ କହିଲେ ” ବାପା, ମୁଁ ପରିଣତ ବୟସରେ ପହଞ୍ଚି ସାରିଛି। ମାତ୍ର ଏ ଯାଏଁ ଆପଣଙ୍କର ବୈରାଗ୍ୟ ଭାବନା ଆସିଲା ନାହିଁ। ମୁଁ ଆଜି ଆପଣଙ୍କୁ ହତ୍ୟା କରି ଆସନ୍ତାକାଲି ରାଜ ସିଂହାସନରେ ବସିବାକୁ ନିଷ୍ପତ୍ତି ନେଇଥିଲି। ମାତ୍ର ନୃତ୍ୟାଙ୍ଗନା ର କଥା ପଦକ ମୋର ଆଖି ଖୋଲି ଦେଲା। ମୁଁ ଭାବିଲି ଜୀବନରେ ଏତେ ସମୟ ଅପେକ୍ଷା କରି ସାରିଲିଣି। ଆଉ କେତେବା ବର୍ଷ ଆପଣ ବଞ୍ଚିବେ । ତେଣୁ ଆପଣଙ୍କ ମୃତ୍ୟୁ ପର୍ଯ୍ୟନ୍ତ ଅପେକ୍ଷା କରିଯିବି । କାହିଁକି ପିତୃ ହତ୍ୟା ନିନ୍ଦା ରେ ସାରା ଜୀବନ ଜଳିବି ।”

ରାଜା ତାଙ୍କ ଝିଅକୁ ସେହି ଏକା ପ୍ରଶ୍ନ ପଚାରିଲେ। ଝିଅ କହିଲେ ” ବାପା ମୋର ବିବାହ ବୟସ ଗଡ଼ି ଯାଉଥିବା ବେଳେ ଆପଣ ମୋ ପାଇଁ ବର ପାତ୍ର ଯୋଗାଡ଼ କଲେ ନାହିଁ। ମୁଁ ଆପଣଙ୍କ ଜଣେ ବିଶ୍ଵସ୍ତ ଅଙ୍ଗରକ୍ଷୀଙ୍କୁ ଖୁବ୍ ଭଲ ପାଏ । ତାଙ୍କ ସହିତ ଆଜି ଘରୁ ବାହାରି ଯାଇ ବିବାହ କରିବାର ଯୋଜନା କରିଥିଲି। ମାତ୍ର ନୃତ୍ୟାଙ୍ଗନା ର କଥା ପଦକ ମୋର ଆଖି ଖୋଲି ଦେଲା। ମୁଁ ଭାବିଲି ମୋର ଅପେକ୍ଷା କରିବା ଉଚିତ। ଆପଣଙ୍କୁ ସବୁ କିଛି ଜଣାଇବା ଉଚିତ୍। ଯଦି ଆଜି ମୁଁ ମୋର ନିଜ ଇଚ୍ଛାରେ ଘରୁ ପ୍ରେମୀକ ସହିତ ବାହାରି ଯାଇଥାନ୍ତି, ଆମ କୁଳରେ ନିନ୍ଦା ଲାଗି ଥାଆନ୍ତା। ଚାରିଆଡେ ଆମର ଅପପ୍ରଚାର ହୋଇଥାନ୍ତା।”

ଏହାପରେ ରାଜା ଗୁରୁଜୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କଲେ। ପୁଅକୁ ଗୁରୁଜୀଙ୍କ ଦ୍ଵାରା ରାଜ୍ୟ ଅଭିଷେକ କଲେ ଏବଂ ସେହି ଦିନ ଝିଅ ର ମଧ୍ୟ ବିବାହ କରାଇ ବାନପ୍ରସ୍ଥ ରେ ଗଲେ।

🙏🙏🙏🙏🙏🙏🙏

ରମାନାଥ କର

ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର

ବାଲେଶ୍ଵର

ମନ କଥା (୩)

—————

କିଛି ଦିନ ପୂର୍ବରୁ ମୋର ଜଣେ ଅନ୍ତରଙ୍ଗ ବନ୍ଧୁଙ୍କ ସହିତ ଭେଟ ହେବାପରେ ଆମେ କିଛି ଆପଣାର ଦୁଃଖ ସୁଖ ବାଣ୍ଟିଲୁ। ଏହାପରେ ସେ ମୋର ନିକଟରେ ଲେଖା ହୋଇଥିବା ଏକ ରୋମାଣ୍ଟିକ କବିତାଟି ତାଙ୍କୁ ଖୁବ୍ ଭଲ ଲାଗିଥିଲା ବୋଲି ମୋତେ କହିବା ସଙ୍ଗେ ସଙ୍ଗେ ଆଗକୁ ଏମିତି ଆହୁରି କିଛି ରୋମାଣ୍ଟିକ କବିତା ବର୍ତ୍ତମାନ ପିଢ଼ି ପାଇଁ ଲେଖନ୍ତୁ ବୋଲି ହସିହସି କହିଲେ। ମୁଁ ତାଙ୍କୁ ମୋ ହୃଦୟର ଗଭୀରତମ ପ୍ରଦେଶରୁ  ଅନେକ ଅନେକ ଧନ୍ୟବାଦ ଜ୍ଞାପନ କରିବା ସହିତ କିଛି ସମୟ ପାଇଁ ମୁଁ ମଧ୍ୟ ଖୁସି ଖୁସି ତାଙ୍କ କଥାରେ ପରବର୍ତ୍ତୀ ରୋମାଣ୍ଟିକ କବିତା ଲେଖିବା ପାଇଁ ସମ୍ମତି ପ୍ରଦାନ କଲି।

ଘରକୁ ଫେରିଲି। ଅଭ୍ୟାସ ମୁତାବକ ବହି ଟିଏ ଦେଖୁଥିଲି। ସ୍ୱାମୀ ଶିବାନନ୍ଦଙ୍କ ଲିଖିତ ପୁସ୍ତକ ଟିଏ। ସେଥିରେ ଗୋଟିଏ ସୁନ୍ଦର ଦୋହା ଟିଏ ଲେଖା ହୋଇଥିଲା।ଭାରି ହୃଦୟସ୍ପର୍ଶୀ।ପଢୁପଢୁ ମୋ ମନକୁ ବିଲକୁଲ ଛୁଇଁଗଲା।

” ବହତ୍ ଗୟି ଥୋଡି ରହି

ଏହୁ ବିତ୍ ଯାଏ

ଚରିତ୍ର ଭଙ୍ଗ ମତ୍ ହୋଇଓ

ବରନା କୁଲ୍ ମେ ଦାଗ୍ ଲଗାଯାଏ “

ଏହି ଦୋହା ଟିକୁ ଯଦି ଆମେ ଓଡ଼ିଆରେ ଚିନ୍ତା କରିବା ,ଆମର ଗୋଟିଏ କଥା ଅଛି

” ବାର ବର୍ଷର ତପସ୍ୟା ଶୁଖୁଆ ପୁଡାରେ ଚାଲିଯିବା ଏବଂ ଥିଲେ ଥାଉ ପଛେ ଗୁଣ ହଜାର ଚରିତ୍ର ନଥିଲେ ସବୁ ଅସାର ସହିତ ଏକପ୍ରକାର ସମାନ।

ବହତ୍ ଗୟି= ବହୁତ ଗଲାଣି

ଅର୍ଥାତ୍ ଏମିତି କେତେ ଦିନ/ମାସ / ବର୍ଷ ଚାଲି ଗଲାଣି

ଥୋଡି ରହି = ଅଳ୍ପ ବାକି ଅଛି , ଅର୍ଥାତ୍ ଜୀବନରେ ଆଉ ଅଳ୍ପ ସମୟ ବାକି ଅଛି

ଏହୁ ବିତ୍ ଯାଏ = ଏମିତି ବିତି ଯାଉ , ଅର୍ଥାତ୍ ଜୀବନରେ ଯେମିତି ରହିଛ ବା ରହିଥିଲ ସେମିତି ରହିଥାଅ

ଯଦି ଏଇ କଥାକୁ ମୁଁ ମୋର ବାସ୍ତବ ଜୀବନରେ ପ୍ରୟୋଗ କରିବି ,ତା ହେଲେ ଏଇଆ ଭାବିବି କି ମୋର ଲେଖାରେ କେବେ ଶ୍ରଦ୍ଧା ନଥିଲା। ହଠାତ୍ ମହାପ୍ରଭୁଙ୍କ କୃପା ଏବଂ ମାଆ ଶାରଳାଙ୍କ ଆଶୀର୍ବାଦ ରୁ ଲେଖା ଆରମ୍ଭ ହୋଇ ଆଜି ପର୍ଯ୍ୟନ୍ତ ଲେଖା ଚାଲିଛି। ପ୍ରଥମରୁ ଭଜନ ଜଣାଣ ରେ ମନୋନିବେଶ କରି ମହାପ୍ରଭୁଙ୍କ କୃପା ଲାଭ କରି , ରୋମାଣ୍ଟିକ କବିତା ଲେଖିବା ଦ୍ଵାରା ମନଟି କିଛି ସମୟ ଭ୍ରମିତ ହୁଏ ନିଶ୍ଚୟ, ଯାହାକି ଠିକ୍ ନୁହେଁ। ମହାପ୍ରଭୁଙ୍କ ଆଡେ ଥିବା ଭାବନା ଅନ୍ୟ ଆଡ଼େ ଚାଲିଯାଏ , ଯାହାକି ଜଣେ ଆଧ୍ୟାତ୍ମିକ ଭାବନା ଯୁକ୍ତ ମଣିଷ ପକ୍ଷରେ ଶୁଭଙ୍କର ନୁହେଁ।

କହିବାର ତାତ୍ପର୍ଯ୍ୟ ହେଉଛି ମୋ ଭାବନାରେ ଯଦି ଆମେ ମହାପ୍ରଭୁଙ୍କ ଶରଣରେ ରହିଛୁ , ତାଙ୍କର ସାନ୍ନିଧ୍ୟ ଲାଭ କରୁଛୁ ,ସେହି ଭଳି ଭାବେ ଆମେ ଜୀବନର ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ରହିବା ଉଚିତ୍।ସେ ଅନେକ ସମୟରେ ପରୀକ୍ଷା କରନ୍ତି। ଆମକୁ ଭ୍ରମିତ ହେବାର ସୁଯୋଗ ଦିଅନ୍ତି । ଯଦି ଆମେ ଭ୍ରମିତ ହୋଇଗଲୁ ତାହେଲେ କଥା ସରିଲା। ବାର ବର୍ଷର ତପସ୍ୟା ଶୁଖୁଆ ପୁଡାରେ ଚାଲିଯିବ। ଆମେ ଆମର ଲକ୍ଷ୍ୟ ଠାରୁ ବହୁତ ଦୂରରେ ରହିଯିବୁ ।

ଅନେକ କିଛି ଭାବିବା ପରେ ପ୍ରଥମଥର ପାଇଁ ମୁଁ ନିଷ୍ପତ୍ତି ନେଲି କି ଆଉ କେବେ ରୋମାଣ୍ଟିକ କବିତା ଲେଖିବି ନାହିଁ।

( ଆସନ୍ତାକାଲି ଏହି ଦୋହା ଉପରେ ଏକ ସୁନ୍ଦର ଶିକ୍ଷଣୀୟ କାହାଣୀ ଟିଏ ଲେଖିବି , ପଢ଼ିବା ପାଇଁ ଆପଣଙ୍କୁ ମୋର ଅନୁରୋଧ ରହିଲା। 🙏)

* ଜୟ ଜଗନ୍ନାଥ *

ରମାନାଥ କର

ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର

ବାଲେଶ୍ଵର

ମନ କଥା (୨)

—————-

ମନ କଥାର ପ୍ରାରମ୍ଭ କେଉଁଠୁ କରିବି,ଏମିତି କିଛି ଭାବୁଥାଏ ।

ହଠାତ୍ ବହୁତ ପୁରୁଣା ହିନ୍ଦୀ ସିନେମା ” ସନ୍ଥ ଜ୍ଞାନେଶ୍ୱର “ର ସୁନ୍ଦର ମନଛୁଆଁ ଗୀତଟିଏ ମନେ ପଡ଼ିଲା। ମୁଁ ଜନ୍ମଗ୍ରହଣ କରିବାର ଦୁଇ ବର୍ଷ ପୂର୍ବରୁ ଏହି ସିନେମାଟି ମୁକ୍ତିଲାଭ କରିଥିଲା। ଗୀତଟିକୁ ଗାଇଥିଲେ କୋକିଳ କଣ୍ଠୀ ଲତା ମଙ୍ଗେସକର ଏବଂ ପ୍ରିୟ ମୁକେଶ ଜୀ। ଗୀତ ଲେଖିଥିଲେ ଭରତ ବ୍ୟାସ। ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ୍ । ଗୀତଟି ଥିଲା

ଜ୍ୟୋତ୍ ସେ ଜ୍ୟୋତ୍ ଜଗାତେ ଚଲୋ

ପ୍ରେମକୀ ଗଙ୍ଗା ବହାତେ ଚଲୋ

ରାହା ମେ ଆୟେ ଜୋ ଦୀନ ଦୁଃଖୀ

ସବକୋ ଗଲେ ସେ ଲଗାତେ ଚଲୋ

ବହୁତ ସୁନ୍ଦର ଗୀତଟିଏ, ହୁଏତ ଆପଣ ମଧ୍ୟ ଏଇ ଗୀତଟିକୁ ନିଶ୍ଚିତ ଶୁଣିଥିବେ ଓ ପସନ୍ଦ ମଧ୍ୟ କରିଥିବେ। ଏଥିରେ ସମାଜକୁ ପରିବର୍ତ୍ତନ କଲାଭଳି ବହୁତ ବଢିଆ ବାର୍ତ୍ତା ଦିଆଯାଇଛି।

ଏକଦା ସ୍ଵର୍ଗରେ ବ୍ରହ୍ମା ଏକ ଦେବସଭା ଡକାଇଲେ। ସେଥିରେ ସମସ୍ତ ଦେବଦେବୀ ଯୋଗଦାନ କରିଥିଲେ। ଆଲୋଚନାର ବିଷୟବସ୍ତୁ ଥିଲା କି ପୃଥିବୀ ବାସୀଙ୍କ ମୁଖ୍ୟ ଅଭାବ କ’ଣ। ଯେହେତୁ ବ୍ରହ୍ମା ନନ୍ଦନ ନାରଦ ତିନି ଲୋକ ବୁଲୁଛନ୍ତି, ତାଙ୍କୁ ଏ ବିଷୟରେ ପଚରା ଗଲା।ନାରଦ କହିଲେ ପୃଥିବୀ ବାସୀଙ୍କର ସବୁ ସୁଖ ସୁବିଧା ଥିଲା ବେଳେ ତାଙ୍କ ପାଖରେ ଗୋଟିଏ ମୁଖ୍ୟ ଅଭାବ ହେଉଛି ” ପ୍ରେମ “। ଏହାକୁ ସମସ୍ତ ଉପସ୍ଥିତ ଦେବଦେବୀ ଗ୍ରହଣ କରିଥିଲେ।

କହିବାର ତାତ୍ପର୍ଯ୍ୟ ହେଉଛି ଆଜିର ଦିନରେ ଆମ ଭିତରେ ପ୍ରେମର ଅଭାବ।ସନ୍ଥ ଜ୍ଞାନେଶ୍ୱର ସିନେମାରେ ମଧ୍ୟ ଆଜିଠାରୁ ୫୭ ବର୍ଷ ପୂର୍ବରୁ ମଧ୍ୟ ସେହି ପ୍ରେମ ବିଷୟରେ ଅବତାରଣା କରା ଯାଇଛି।

ସତରେ ଯଦି ଏହି ପ୍ରେମ ଭଲପାଇବା କୁ ପ୍ରତିଟି ମଣିଷ ହୃଦୟରେ ଜାଗୃତ କରି ହୁଅନ୍ତା, ଏହା ସମାଜ ପାଇଁ ଏକ ବରଦାନ ସଦୃଶ ହୁଅନ୍ତା। ଅନେକ ସମୟରେ ଆମେ ନକରାତ୍ମକ ରୋଗରେ ପୀଡିତ ହୋଇଯାଉ । ମୁଁ ଏଇଟା କରି ପାରିବି ନାହିଁ,ମୋ ଦ୍ୱାରା ଏଇଟା କରିବା ସମ୍ଭବ ନୁହେଁ,ମୋର ସମୟ ନାହିଁ, କଲେ ମୋତେ ଏଥିରୁ କ’ଣ ମିଳିବ, ନିଜେ ଭଲ ତ ସବୁ ଭଲ …… ଏମିତି କଥା ଆମ ମାନଙ୍କ ମୁଣ୍ଡକୁ ଆସେ । ବାସ୍ତବରେ ଆମ ହୃଦୟରେ ଯେଉଁ ପ୍ରେମର ପ୍ରଦୀପଟି ଲିଭି ଯାଇଛି, ପ୍ରଥମେ ସେହି ପ୍ରଦୀପଟିକୁ ଜଳାଇବାକୁ ପଡ଼ିବ। ସେହି ପ୍ରଦୀପର ଶିଖା ରେ ଅନ୍ୟ ହୃଦୟର ଲିଭି ଯାଇଥିବା ପ୍ରଦୀପଟି ଜଳାଇବାର ପ୍ରଚେଷ୍ଟା କରିବାକୁ ହେବ। କେବେ ଆପଣ ମନ ଖୋଲା ହସ ହସି ଦେଖନ୍ତୁ। ଆପଣଙ୍କ ପାଖରେ ଦୁଃଖରେ ବସିଥିବା ଲୋକଟି ମଧ୍ୟ ହସିବ। ପ୍ରେମକୁ ଆମେ ବାଣ୍ଟିବା, ନିଜେ ହସିବା ଓ ଅନ୍ୟକୁ ହସାଇବା। ନିଶ୍ଚିତ ଦିନେ, ଆଜି ନହେଲେ କାଲି ସମାଜରେ ପ୍ରେମର ଗଙ୍ଗା ପ୍ରବାହିତ ହେବ ।

🙏🙏🙏🙏🙏🙏🙏🙏

ଜୟ ଜଗନ୍ନାଥ

🙏🙏🙏🙏🙏🙏🙏🙏

ରମାନାଥ କର

ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର

ବାଲେଶ୍ଵର

ମନ କଥା (୧)

—————-

ଗତ ତିନି ବର୍ଷ ଧରି ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ମାଆ ଶାରଳାଙ୍କ କୃପାରୁ କିଛି ଭଜନ,ଜଣାଣ, କବିତା ଲେଖି ଆପଣ ମାନଙ୍କ ପାଖରେ ଉପସ୍ଥାପନ କରିବାର ପ୍ରୟାସ କରିଛି। ମୁଁ ମୋର ଜୀବନର ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ଆପଣ ମାନଙ୍କ ନିକଟରେ ନିଶ୍ଚିତ ଭାବରେ କୃତଜ୍ଞ ରହିବି, ଆପଣମାନେ ମୋର ଲେଖାକୁ ଭଲ ପାଇଛନ୍ତି, ଖୁବ୍ ପ୍ରଶଂସା କରିଛନ୍ତି, ସୁନ୍ଦର ମତାମତ ଦେଇଛନ୍ତି, ଉତ୍ସାହିତ କରିଛନ୍ତି ଏବଂ ମୋ ପାଇଁ ସବୁଠାରୁ ବଡ଼ ଉପଲବ୍ଧି ହେଉଛି ମୋତେ ଆପଣ ମାନଙ୍କର ଏତେ ଭଲପାଇବା ମିଳିଛି ଯେ ସେହି ଭଲପାଇବା ନିକଟରେ ମୋର ମୁଣ୍ଡ ସବୁଦିନ ଆପଣ ମାନଙ୍କ ନିକଟରେ ନଇଁ ହୋଇ ରହିବ । ସେଥିପାଇଁ ମୁଁ ମୋର ଅନ୍ତରର ଗଭୀରତମ ପ୍ରଦେଶରୁ ଆପଣ ମାନଙ୍କୁ ଅନେକ ଅନେକ ଧନ୍ୟବାଦ ଜ୍ଞାପନ କରିବା ସହିତ ଏହି କରୋନା ମହାମାରୀ ସମୟରେ ସପରିବାର ଆପଣମାନେ ସୁସ୍ଥ ଓ ସୁରକ୍ଷିତ ରହିଥାନ୍ତୁ ଏତିକି ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ମୋର ପ୍ରାର୍ଥନା।

କୋଭିଡ୍ ତଥା କୋଭିଡ୍ ଟୀକାକରଣ କାର୍ଯ୍ୟକ୍ରମରେ ବ୍ୟସ୍ତ ରହି ଅନେକ ସମୟରେ ଆପଣ ମାନଙ୍କ ବହୁମୂଲ୍ୟ ମତାମତ ପାଇଁ ଆପଣ ମାନଙ୍କୁ ଧନ୍ୟବାଦ ମଧ୍ୟ ଜଣାଇ ପାରିନାହିଁ, ସେଥିପାଇଁ ଆପଣ ମାନଙ୍କ ନିକଟରେ କ୍ଷମା ମାଗୁଛି।

‌ ଆସନ୍ତାକାଲିଠାରୁ ଧାରାବାହିକ ଭାବରେ ଆମେ ନିଜକୁ ପରିବର୍ତ୍ତନ ସ୍ରୋତରେ ସାମିଲ କରି ପାରିବା ଭଳି ସମାଜ, ସ୍ୱାସ୍ଥ୍ୟ, ଆଧ୍ୟାତ୍ମିକ ଭିତ୍ତିକ ଲେଖା ” ମନ କଥା” ମାଧ୍ୟମରେ ଆପଣ ମାନଙ୍କ ନିକଟରେ ଉପସ୍ଥାପନ କରିବାର ପ୍ରୟାସ କରୁଛି। ଭଲ ଲାଗିଲେ ନିଜର ମୂଲ୍ୟବାନ ମତାମତ ଦେଇ ମୋର ମନୋବଳକୁ ନିଶ୍ଚୟ ବଢାଇବେ ବୋଲି ମୋର ପୂର୍ଣ୍ଣ ବିଶ୍ୱାସ।

* ଜୟ ଜଗନ୍ନାଥ *

ରମାନାଥ କର

ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର

ବାଲେଶ୍ଵର

Leave a Comment

Your email address will not be published. Required fields are marked *