Mothers Day Speech in Odia

Mothers Day Speech in Odia | ମାତୃ ଦିବସ | free pdf download

Facebook
Telegram
WhatsApp
LinkedIn

Mothers Day Speech in Odia: Mothers are the most special people in the world. They have sacrificed so much for their children and they deserve our utmost respect and gratitude.

Mothers are the foundation of a happy family. Without a strong mother, nothing can be built. A good mother is always there for her children, no matter what happens. She is always there to listen to them and to help them solve their problems.

On Mothers Day, I want to say thank you to all the mothers out there for everything that you have done for us. Thank you for being a great role model and for always being there for us when we need you. Thank you, mothers!

Mothers Day Speech in Odia

ମାତୃ ଦିବସ

ସମ୍ମାନନୀୟ ସଭାପତି ମହୋଦୟ ପୂଜ୍ୟ ଗୁରୁଜୀ, ଉପସ୍ଥିତ ପୂଜ୍ୟ ବିଚାରକ ମଣ୍ଡଳୀ , ଶ୍ରଦ୍ଧେୟ ପ୍ରତିଯୋଗୀବୃନ୍ଦ ଏବଂ ମୋର ସାନବଡ଼ ଭାଇଭଉଣୀ l ଆଜି ମାତୃ ଦିବସ l ଏହି ଦିବସରେ ମୁଁ କିଛି କହିବାକୁ ଯାଉଛି l ସଂସ୍କୃତରେ କୁହାଯାଇଛି-

“ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପି ଗରୀୟସୀ l”

ମା’ ବା ମାତା ଶବ୍ଦଟି କେଡେ ମଧୁର କେଡେ କୋମଳ l ମା’ ଶବ୍ଦର ଅର୍ଥ ଜ୍ଞାନଦାୟୀ ଲକ୍ଷ୍ମୀ l ମାତୃଦିବସ ପ୍ରଥମେ ପ୍ରାଚୀନ ଗ୍ରୀସ୍ ଦେଶରେ ଦେବତା ମାତା ରିଆଙ୍କ ସମ୍ମାନାର୍ଥେ ପାଳିତ ହେଉଥିଲା l ତା’ ପରେ ୧୬୦୦ ଶତାବ୍ଦୀରେ ମାଆମାନଙ୍କୁ ସମ୍ମାନିତ କରିବାକୁ ଇଂଲଣ୍ଡରେ ମଦର ସଣ୍ଡେ ବା ମାତୃଦିବସ ମେ’ ମାସର ଚତୁର୍ଥ ରବିବାର ଦିନ ପାଳିତ ହେଲା l

ଏହି ଦିବସ କ୍ରମେ କ୍ରମେ ସମଗ୍ର ବିଶ୍ୱରେ ଏକ ଉତ୍ସବରେ ପରିଣତ ହେବାକୁ ଯାଉଛି l ମାଆକୁ ସମ୍ମାନ ଦେବାକୁ ଯାଇ ଲୋକମାନେ ଚର୍ଚ୍ଚରେ ପୂଜା କରୁଛନ୍ତି l ଡେନମାର୍କ, ଫିନଲ୍ୟାଣ୍ଡ, ଇଟାଲୀ, ଅଷ୍ଟ୍ରେଲିଆ ଆଦି ଦେଶରେ ମେ ମାସର ଦ୍ଵିତୀୟ ରବିବାରକୁ ମାତୃ ଦିବସ ରୂପେ ପାଳନ କରୁଛନ୍ତି l
ପୂର୍ବେ ଇଂଲଣ୍ଡର ଧନୀ ଲୋକ ପାଖରେ ବହୁ ସଂଖ୍ୟକ ଲୋକ ଚାକର କାମ କରୁଥିଲେ l ମାତୃ ଦିବସ ଦିନ ସେମାନେ ନିଜ ଘରକୁ ଯାଇ ମାଙ୍କ ସହିତ ମିଶିବାକୁ ଛୁଟି ମିଳୁଥିଲା l

ନିଜ ମାଆଙ୍କ ପାଇଁ ମଦର କେକ୍ ନାମରେ ପରିଚିତ ସ୍ଵତନ୍ତ୍ର ପିଠା ଧରି ଘରକୁ ଯାଉଥିଲେ l ମାନଙ୍କୁ ଆଦରରେ ଖୁଆଉଥିଲେ l ମାତୃ ଦିବସ କ୍ରମଶଃ ଉତ୍ସବର ରୂପ ନେଲା l ସମଗ୍ର ୟୁରୋପରେ ଏହି ଦିବସ ପାଳିତ ହେଲା l ଧନଶାଳୀ ତଥା ପ୍ରଭାବଶାଳୀ ଦେଶ ଯୁକ୍ତରାଷ୍ଟ୍ର ଆମେରିକାରେ ୧୮୭୨ ରେ ପ୍ରଥମେ ଜୁଲିଆ ୱାର୍ଡ ଲୋକଙ୍କ ଦ୍ୱାରା ‘ ବୋଷ୍ଟନ ‘ ଠାରେ ମାତୃ ଦିବସ ପାଳିତ ହୋଇଥିଲା l ୧୯୦୭ ରେ ଏହାକୁ ଜାତୀୟ ସ୍ତରରେ ପାଳନ କରାଗଲା l ପରବର୍ତ୍ତୀ କାଳରେ ବିଭିନ୍ନ ଦେଶରେ ବର୍ଷର ବିଭିନ୍ନ ସମୟରେ ମାତୃ ଦିବସ ପାଳିତ ହେଲା l

ମାଆ ଶବ୍ଦରେ ଭରିରହିଛି ମାଧୁର୍ଯ୍ୟ l ସେହି ଡାକରେ ପୂରି ରହିଛି କୋମଳତା l ମାଆ ସନ୍ତାନ ପାଇଁ ଯାହା କରେ ତାର ଋଣ ସନ୍ତାନ ପକ୍ଷରେ ଶୁଝିବା କଷ୍ଟକର l ବସ୍ତୁତଃ ପାଶ୍ଚାତ୍ୟ ଦେଶରେ ଏହି ଦିବସ ପାଳିତ ହେଲେ ମଧ୍ୟ ଆମ ପାଇଁ ଅବଶ୍ୟ ପାଳନୀୟ l କାରଣ ସବୁ କ୍ଷେତ୍ରରେ ବାଛ ବିଚାର କରାଯାଇ ପାରେ କିନ୍ତୁ ମାଆଙ୍କ କ୍ଷେତ୍ରରେ ନୁହେଁ l ଭାରତ ପରି ଅନେକ ସଭ୍ୟତାରେ ମାତୃତ୍ଵ ଏକ ଧର୍ମ ଓ ପ୍ରବୃତ୍ତି l ମାତୃତ୍ୱର ଆବେଦନ ସାର୍ବଜନୀନ ଓ ସାର୍ବକାଳୀନ l

କେହି ବି ମା’ ର ସ୍ନେହ ମମତାକୁ ଜୀବନକାଳରେ ସୁଝି ପାରିବେନି l ଜାତି, ଭାଷା, ସଂସ୍କୃତି, ଅଞ୍ଚଳ ସୀମା ସରହଦ୍ ଉର୍ଦ୍ଧ୍ବରେ ମାଆ ଏକ ଅନୁଷ୍ଠାନ l ମାତୃତ୍ଵ ଏକ ବୃତ୍ତି l ଦୟା, କ୍ଷମା, ସହନଶୀଳତା, ତ୍ୟାଗ, ତିତିକ୍ଷା ଓ ସେବା ମାଆର ବିଶେଷତ୍ଵ l ମାଆ ସନ୍ତାନ ପାଇଁ ଯାହା କରେ ତାହା ନିଷ୍କାମ l ଏଥିରେ ପ୍ରାଚ୍ୟ ପାଶ୍ଚାତ୍ୟର ଫରକ୍ ନ ଥାଏ l ବିଶ୍ଵମାତା ଗାନ୍ଧାରୀ ସର୍ବଦା ସର୍ବକାଳରେ ସମସ୍ତଙ୍କର ଚିର ନମସ୍ୟ l ତାଙ୍କ ପାଇଁ ଦୁର୍ଯ୍ୟୋଧନ ଯେତିକି ଅର୍ଜୁନ ସେତିକି l ସେ ନିଜ ଉଦ୍ଧତ ପୁଅମାନଙ୍କୁ ଆଶିଷ କାମନା ନ କରି ବରଂ ନିର୍ଯାତିତ ପାଣ୍ଡୁ ପୁତ୍ରମାନଙ୍କୁ ଆଶିଷ ପ୍ରଦାନ କରି କହିଥିଲେ-

‘ ଅକ୍ଷୟ ହେଉ ପୁଣ୍ୟ ଜଗତେ
ଧର୍ମର ହେଉ ଜୟ l’

ଏଥିରୁ ତାଙ୍କ ମାତୃ ହୃଦୟର ବିଶାଳତା ଜଣାପଡେ l ତାଙ୍କ ମଧ୍ୟରେ ସଂକୀର୍ଣ୍ଣ ଭାବ ନ ଥିଲା l ବେଦରେ ମଧ୍ୟ ଲେଖାଅଛି- ମାତୃଦେବ ଭବ l ମାଆର ଆଶୀର୍ବାଦରେ ଅସାଧ୍ୟ ମଧ୍ୟ ସାଧ୍ୟ ହୁଏ l
କିନ୍ତୁ ଆଜି ମାତା ନିର୍ଯାତିତା ତଥା ଅସହାୟା l ତଥାକଥିତ ଆଧୁନିକା ପୁଅ- ଝିଅ, ପୁଅ- ବୋହୂଙ୍କ ଦ୍ଵାରା ମାଆମାନେ ପରିତ୍ୟକ୍ତା ହୋଇ ଜରାନିବାସ ବା ଶ୍ରୀକ୍ଷେତ୍ରରେ ଦୟନୀୟ ଭାବେ କାଳାତିପାତ କରୁଛନ୍ତି l ମାଆ ଆଖିରୁ ନୀରବରେ ନିଃଶବ୍ଦରେ ଲୁହଧାର ବୋହୁଥିଲାବେଳେ କୌଣସି ପୁଅ ଝିଅ ଶାନ୍ତିରେ ରହିପାରିବନାହିଁ l

ମାଆ କେତେ କଷ୍ଟ ସହି ପିଲାକୁ ମଣିଷ କରିଥାଏ ହେଲେ ବଡ଼ ହେଲା ପରେ ତା’ ପ୍ରତି ଥିବା କର୍ତ୍ତବ୍ୟକୁ ସନ୍ତାନ ଭୁଲିଯାଏ l ଦୁର୍ଗତିକୁ ଆଧାର କରି ଦୁଶ୍ଚିନ୍ତାକୁ ଆଶ୍ରୟ କରି ନିଜ ସନ୍ତାନର ମଙ୍ଗଳ କାମନା କରି ଦେବତାଙ୍କ ପାଖରେ ଯିଏ ଅଳି କରେ, ସନ୍ଧ୍ୟାରେ କାଳେ, ନଡ଼ିଆ ଭାଙ୍ଗେ ଭୋକିଲା ପେଟରେ, ଶୁଖିଲା ମୁହଁରେ ବଡ଼ ଠାକୁରଙ୍କୁ ଗୁହାରୀ କରେ, ସିଏ ଆମ ମାମତାମୟୀ ମାଆ l ଆମକୁ ଜନ୍ମ ଦିଏ, ଆମକୁ ଜୀବନ ଦିଏ, ବଢେଇ କୁଢେଇ ଛୋଟରୁ ବଡ କରେ l ଦୁନିଆ ପାଖରୁ ଦୂରେଇ ନ ହେବାକୁ ଦିଏ, ମମତାର ସାଗର ସିଏ, ପରିଚୟ ତାର ଦରକାର ନାହିଁ l ମାଆ ଜନ୍ମଦାତ୍ରୀ, କରୁଣାମୟୀ , ସ୍ନେହମୟୀ l ମାଆର ପଣତକାନି ସ୍ଵର୍ଗର ବୈକୁଣ୍ଠ ସମାନ l ମାତୃ ଦିବସରେ ମୁଁ ବିଶ୍ଵ ମାତାଙ୍କ ଉଦ୍ଦେଶ୍ୟରେ ବିନମ୍ର ପ୍ରଣିପାତ ଜଣାଇ ମୋର ବକ୍ତବ୍ୟ ଶେଷ କରୁଛି l

Matru divas in Odia

Download PDF matru divas in Odia Click Here
Odia Mock Test Click Here

matru divas in odia, matru divas in odia, matru divas in odia, matru divas in odia,

Leave a Comment

error: Content is protected !!