Indira Gandhi Biography in Odia pdf

Indira Gandhi Biography in Odia pdf free

Facebook
Telegram
WhatsApp
LinkedIn

Indira Gandhi Biography in Odia pdf : Born on October 19, 1917, Indira Gandhi was an influential politician who served as the Prime Minister of India twice. She was also the first woman to serve in this role. In 1971, Gandhi became the country’s first woman president after her party, the Indian National Congress, won a landslide victory. After serving as president for two terms, Gandhi returned to office as Prime Minister in 1984. She retired from politics in 1990.

Indira Gandhi Biography in Odia pdf free

ବିଶ୍ଵନେତ୍ରୀ ଇନ୍ଦିରାଗାନ୍ଧୀ

ଜନ୍ମ:- ୧୯.୧୧.୧୯୧୭
ମୃତ୍ୟୁ:- ୩୧.୧୦.୧୯୮୪

ଏମିତି ଏକ ନିଆରା ପରିବାର:-
ଏମିତି ଏକ ନିଆରା ପରିବାର ଯେଉଁ ପରିବାର ପିଢ଼ି ପରେ ପିଢ଼ି ସମଗ୍ର ଭାରତକୁ ନିଜ ପରିବାର ମନେକରି ଆସିଛି l ଏମିତି ପରିବାର ସତେ ବିରଳ l ସେହି ପରିବାର ହେଉଛି ନେହେରୁ ପରିବାର l ଏହି ପରିବାର ମୂଳତଃ କାଶ୍ମୀରର ବାସିନ୍ଦା l କିନ୍ତୁ ସମୟ କ୍ରମେ ଇଲାହାବାଦର ବାସିନ୍ଦା ହୋଇଗଲେ l ଇଲାହାବାଦ ସ୍ଥିତ ” ଆନନ୍ଦ ଭବନ” ଆଜି କୋଟି କୋଟି ଲୋକଙ୍କ ପାଇଁ ସତେ ଯେମିତି ଏକ ତୀର୍ଥ ସ୍ଥଳ l ଏହି ‘ ଆନନ୍ଦ ଭବନ’ ଏକଦl ଭାରତର ” ସ୍ୱାଧୀନତା ଆନ୍ଦଳନ ” ର କେନ୍ଦ୍ରସ୍ଥଳ ଥିଲା l ଏହିଠାରେ ମହିୟସୀ ଇନ୍ଦିରାଙ୍କ ଜନ୍ମ l ଏହିଠାରେ ଇନ୍ଦିରାଙ୍କ ପିତା ମହାନ୍ ରାଷ୍ଟ୍ରନାୟକ ଭାରତର ଅପ୍ରତିନ୍ଦ୍ୱନ୍ଦୀ ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ” ଭାରତ ଛାଡ଼” ଆନ୍ଦୋଳନକୁ ସଞ୍ଚାଳନ କରୁଥିଲେ l
ଇନ୍ଦିରାଙ୍କ ମା’ କମଳା ନେହେରୁ ଏହି ସ୍ଥାନରୁ ” ନାରୀମୁକ୍ତି ଆନ୍ଦୋଳନ” ର ଶୁଭାରମ୍ଭ କରିଥିଲେ l ଏହି ଐତିହାସିକ ” ଆନନ୍ଦ ଭବନ” ରେ ୧୯୧୭ ନଭେମ୍ବର ୧୯ ତାରିଖରେ ଇନ୍ଦିରା ଜନ୍ମ ହୋଇଥିଲେ l ଶିଶୁ ଇନ୍ଦିରା ଦେଖିବାକୁ ଏତେ ଆକର୍ଷଣୀୟ ଥିଲେ ଯେ ତାଙ୍କୁ ସେହି ପରିବାରର ଆତ୍ମୀୟ ମାନେ “ପ୍ରିୟଦର୍ଶନୀ” ସମ୍ବୋଧନ କରିଥିଲେ l ଅବଶ୍ୟ ପରେ ତାଙ୍କ ପ୍ରପିତାମହୀ ( ମୋତିଲାଲ୍ ନେହେରୁଙ୍କ ମା ) ଇନ୍ଦ୍ରାଣୀ ତାଙ୍କୁ ” ଇନ୍ଦିରା” ନାମ ଦେଇଥିଲେ l

ଶୈଶବ:-
ଇନ୍ଦିରା ଯେଉଁ ପରିବାରରେ ଜନ୍ମ ହୋଇଥିଲେ ସେହି ପରିବାରର କୌଣସି ଥିରେ ଅଭାବ ନ ଥିଲା l ଲକ୍ଷ୍ମୀ, ସରସ୍ୱତୀ ଉଭୟେ ସଦୟ ଥିଲେ l ଜବାହାରଙ୍କ ଅଲିଅଳି ଝିଅ ଇନ୍ଦିରାଙ୍କ ପାଇଁ କୌଣସି ଅଭାବ ନ ଥିଲା l ଆନନ୍ଦ ଭବନରେ ତାଙ୍କ ପାଇଁ’ କଣ୍ଢେଇ ଗୃହ’ କରାଯାଇଥିଲା l ଦେଶୀ ବିଦେଶୀ କଣ୍ଢେଇରେ ଭରପୁର ଥିଲା l ସେ ଘରେ କଣ୍ଢେଇମାନଙ୍କୁ ନେଇ ଖେଳିଲା ବେଳେ ତାଙ୍କ ଶିଶୁ ମନରେ ଭାରତ ପାଇଁ କିପରି ମମତା ଥିଲା ପ୍ରକାଶିତ ହେଉଥିଲା l

ସୁଦର୍ଶନ କିଶୋରୀ:-
ତାଙ୍କର ପ୍ରାଥମିକ ଦିଲ୍ଲୀ, ଆଲାହାବାଦଠାରେ ହୋଇଥିଲା l ସେତିକି ବେଳେ ସେ ପ୍ରସିଦ୍ଧ ଲେଖକମାନଙ୍କ ଲେଖା ପଢିବାକୁ ଭଲ ପାଉଥିଲେ l ସେକସ ପିୟର, ବର୍ଣ୍ଣାଡଶଙ୍କ ରଚନା ତାଙ୍କର ପ୍ରିୟ ଥିଲା l କିନ୍ତୁ ‘ ଜନ୍ ଅଫ୍ ଆର୍କ’ ଙ୍କ ଜୀବନୀ କାହାଣୀ କିଶୋରୀ ଇନ୍ଦିରାଙ୍କୁ ଖୁବ୍ ପ୍ରଭାବିତ କରିଥିଲା l ୧୯୩୧ ରେ ପୁନାରେ ତାଙ୍କର ହାଇସ୍କୁଲ ଶିକ୍ଷା ଆରମ୍ଭ ହୋଇଥିଲା l ସ୍କୁଲରେ ଇଂରାଜୀ, ଇତିହାସ, ଗଣିତ ଓ ସାହିତ୍ୟରେ ନିଜର ବିଚକ୍ଷଣତା ପ୍ରମାଣିତ କରିଥିଲେ l ସେହି ସମୟରେ ଫରାସୀ ଭାଷା ଶିକ୍ଷା କରିବା ସହ ଫରାସୀ ଭାଷାରେ ବକ୍ତୃତା ଦେଇ ସହପାଠୀ ଓ ଶିକ୍ଷକମାନଙ୍କୁ ଚମକୃତ କରି ଦେଉଥିଲେ l ୧୯୩୪ ରେ ତାଙ୍କର କଲେଜ ଜୀବନ ଆରମ୍ଭ l ସେତେବେଳେ ବିଶ୍ୱକବି ଗୁରୁ ରବୀନ୍ଦ୍ରନାଥ ଠାକୁରଙ୍କ ଦ୍ଵାରା ପ୍ରତିଷ୍ଠିତ” ଶାନ୍ତିନିକେତନ ” ଏକ ପ୍ରସିଦ୍ଧ ଶିକ୍ଷା କେନ୍ଦ୍ର ଭାବେ ଦେଶ ବିଦେଶରେ ସୁଖ୍ୟାତି ଅର୍ଜନ କରିଥିଲା l ଷୋଡ଼ଶୀ ଇନ୍ଦିରା ଶାନ୍ତି ନିକେତନରେ ନାମ ଲେଖାଇଥିଲେ l ସେଠାରେ ସେ ଉଚ୍ଚ ଶିକ୍ଷା ଲାଭ କରିବା ସହ ନୃତ୍ୟ ପ୍ରବୀଣ ମଧ୍ୟ ହୋଇପାରିଥିଲେ l ୧୯୩୮ ରେ ଲଣ୍ଡନର ” ଅକସଫୋର୍ଡ ବିଶ୍ଵ ବିଦ୍ୟାଳୟ” ରେ ଉଚ୍ଚତର ଶିକ୍ଷା ପାଇଁ ଯୋଗ ଦେଲେ l କିନ୍ତୁ ଅସୁସ୍ଥତା କାରଣରୁ ସେ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଥିଲେ l ଶୈଶବରୁ ଯୌବନ ମଧ୍ୟରେ ସେ ପିତାଙ୍କ ସହ ଅନେକ ଥର ୟୁରୋପର ବିଭିନ୍ନ ଦେଶ ପରିଭ୍ରମଣ କରିଥିଲେ l ପିତାଙ୍କ ଆଦର୍ଶ ଚିନ୍ତାଧାରା, ତାଙ୍କୁ ଖୁବ୍ ପ୍ରଭାବିତ କରିଥିଲା l

ନେହେରୁ ଗାନ୍ଧୀ:-
ମହାତ୍ମା ଗାନ୍ଧୀଙ୍କ ପୋଷ୍ୟ ପୁତ୍ର ପାର୍ଶୀ ଯୁବକ ଫିରୋଜ ଗାନ୍ଧୀ ସହ ୧୯୪୨ ରେ ତାଙ୍କର ବିବାହ ସଂପନ୍ନ ହୋଇଥିଲା l ସେହି ଦିନରୁ ସେ ‘ ଇନ୍ଦିରା ନେହେରୁ ‘ ସ୍ଥାନରେ ” ଇନ୍ଦିରା ଗାନ୍ଧୀ ” ରେ ପରିଣତ ହେଲା କିନ୍ତୁ ସେ ତାଙ୍କ ପୂର୍ବଜଙ୍କୁ ଏତେ ଭଲ ପାଉଥିଲେ ଯେ ସବୁବେଳେ ” ଇନ୍ଦିରା ନେହେରୁ ଗାନ୍ଧୀ ” ବୋଲି ପରିଚିତ କରାଇଥିଲେ l ସମୟ କ୍ରମେ ସେ ଦୁଇ ପୁତ୍ର ସନ୍ତାନର ଜନନୀ ହୋଇଥିଲେ l

ରାଜନୈତିକ ଜୀବନର ଅୟମାରମ୍ଭ:-
୧୯୪୨ ରେ ମହାତ୍ମା ଗାନ୍ଧୀ ” ଭାରତ ଛାଡ଼ ” ଆନ୍ଦୋଳନର ଡାକରା ଦେଲେ l ଇନ୍ଦିରା ଗାନ୍ଧୀ ଯୁବଛାତ୍ରମାନଙ୍କ ନେତୃତ୍ୱ ନେଇ ପ୍ରଥମ କରି ସ୍ୱାଧୀନତା ଆନ୍ଦୋଳନରେ ଯୋଗ ଦେଇ କାରାବରଣ କଲେ l କ୍ରମେ ସ୍ୱାଧୀନତା ଆନ୍ଦୋଳନର ଛାମୁଆ ସଂଗଠନ ଭାବେ ଜଣାଶୁଣା ” କଂଗ୍ରେସ ” ଦଳର ବରିଷ୍ଠ ନତାମାନେ ତାଙ୍କର ପ୍ରତିଭା ତଥା ସାଙ୍ଗଠନିକ ଦକ୍ଷତା ପ୍ରତି ପ୍ରଭାବିତ ହେଲେ l ତାଙ୍କ ପ୍ରିୟଦର୍ଶନୀ ଚେହେରା ଓଜସ୍ଵିନୀ ତଥା ଜ୍ୱାଲାମୟୀ ବକ୍ତୃତା ସମଗ୍ର ଦେଶର ଶ୍ରୋତାମାନଙ୍କୁ ପାଗଳ କରୁଥିଲା କହିଲେ ଅତ୍ୟୁକ୍ତି ହେବନାହିଁ l ୧୯୫୯ ରେ ମାତ୍ର ୪୨ ବର୍ଷ ବୟସରେ ଦେଶର ସର୍ବ ବୃହତ୍ ରାଜନୈତିକ ଦଳ ” କଂଗ୍ରେସ ” ର ସଭାନେତ୍ରୀ ହୋଇଥିଲେ l ୧୯୬୨ ରେ ଚୀନର ଭାରତ ଆକ୍ରମଣ ସମୟରେ ସେ ସୈନ୍ୟମାନଙ୍କ ସହ ଉପସ୍ଥିତ ରହି ସେମାନଙ୍କୁ ଉତ୍ସାହିତ କରୁଥିଲେ l ସହରରୁ ଗାଁ ଗାଁ ବୁଲି ଯୁଦ୍ଧ ପାଇଁ ପାଣ୍ଠି ସଂଗ୍ରହ କରୁଥିଲେ l

ସଫଳତାର ସିଡ଼ିରେ ଇନ୍ଦିରା:-
୧୯୬୪ ରେ ଜଣେ ମନୋନୀତ ସଭ୍ୟ ଭାବେ ରାଜ୍ୟ ସଭାରେ ଯୋଗ ଦେଲେ l ସେହି ବର୍ଷ ନେହେରୁଙ୍କ ମୃତ୍ୟୁପରେ ଲାଲ ବାହାଦୂର ଶାସ୍ତ୍ରୀ ପ୍ରଧାନମନ୍ତ୍ରୀ ହେଲେ l ଇନ୍ଦିରା ଗାନ୍ଧୀ ଶାସ୍ତ୍ରୀଜୀଙ୍କ ମନ୍ତ୍ରୀମଣ୍ଡଳରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଭାବେ ଯୋଗଦେଲେ l ଶାସ୍ତ୍ରୀଜୀଙ୍କ ହଠାତ୍ ମୃତ୍ୟୁପରେ ଇନ୍ଦିରା ଗାନ୍ଧୀ ୧୯୬୭ ଜାନୁଆରୀ ୧୪ ତାରିଖରେ ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ହୋଇଥିଲେ l ସେହିଦିନ ଠାରୁ ୧୯୭୭ ମାର୍ଚ୍ଚ ୨୪ ତାରିଖ ମଧ୍ୟରେ ଲଗାତାର ତିନି ଥର ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିଲେ l ପୁନର୍ବାର ୧୯୮୦ , ଜାନୁଆରୀ ୧୪ ତାରିଖରେ ସେ ଚତୁର୍ଥ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇ ମୃତ୍ୟୁ ପର୍ଯ୍ୟନ୍ତ ସେହି ପଦରେ ଥିଲେ, ୧୯୮୪ ଅକ୍ଟୋବର ୩୧ ତାରିଖ ସକାଳ ପ୍ରାୟ ୯ଘ. ୨୮ମି. ପାଖାପାଖି ସମୟରେ ତାଙ୍କର ଅତି ବିଶ୍ୱସ୍ତ ଅଙ୍ଗରକ୍ଷୀ ତାଙ୍କୁ ଗୁଳିକରି ହତ୍ୟା କରିଥିଲେ l

ଇନ୍ଦିରାଙ୍କ ଅବଦାନ:-
ସେ ସବୁବେଳେ ଦେଶରୁ କିପରି ଦାରିଦ୍ର୍ୟ ଦୂର କରାଯାଇପାରିବ ସେ ଦିଗରେ ଚେଷ୍ଟା ଚଳାଇଥିଲେ l ତାଙ୍କର ” ଗରିବୀ ହଟାଓ ” ଧ୍ଵନି ସମଗ୍ର ଭାରତରେ ଆଲୋଡନ ସୃଷ୍ଟି କରିଥିଲା l ଦେଶର ଗ୍ରାମାଞ୍ଚଳରେ ବହୁ ଗରୀବ ଲୋକ ରହନ୍ତି l ଏଣୁ ଗ୍ରାମାଞ୍ଚଳ ଉନ୍ନତି ସାଧନ ପାଇଁ ସେ ଅନେକ ଯୋଜନା ପ୍ରଣୟନ କରିଥିଲେ l ସେ ଜମିର ଶିଲିଂ ଧାର୍ଯ୍ୟ କରି ଯେଉଁ ବାଳକା ଜମି ଥିଲା ତାକୁ ଗରିବ ଭୂମିହୀନକୁ ଆବଣ୍ଟନ କରାଇଥିଲେ l ଦରିଦ୍ର ଲୋକଙ୍କ ସେବାରେ ବ୍ୟାଙ୍କଗୁଡ଼ିକୁ ନିୟୋଜିତ କରାଇବା ପାଇଁ ବ୍ୟାଙ୍କଗୁଡ଼ିକୁ ଜାତୀୟ କରଣ କରିଥିଲେ l ୧୯୭୧ ରେ ନିର୍ଯ୍ୟାତିତ ପୂର୍ବବଙ୍ଗ ( ପାକିସ୍ତାନ) ବାସୀଙ୍କୁ ସାମରିକ ସାହାଯ୍ୟ ପ୍ରଦାନ କରି ପାକିସ୍ତାନକୁ ପରାଜିତ କରି ସ୍ୱାଧୀନ ବଙ୍ଗଳାଦେଶ ଗଠନରେ ସହାୟିକା ହୋଇଥିଲେ l

ଇନ୍ଦିରାଙ୍କ ଶେଷ ବକ୍ତବ୍ୟ:-
ମୃତ୍ୟୁର ଗୋଟିଏ ଦିନ ପୂର୍ବରୁ ଓଡ଼ିଶା ଆସିଥିଲେ l ଭୁବନେଶ୍ଵରର ଏକ ବିଶାଳ ଜନ ସମାବେଶରେ ସେ ଉଦବୋଧନ ଦେବା ଅବସରରେ କହିଥିଲେ” ମୋ ଜୀବନ ଚାଲିଯାଇପାରେ କିନ୍ତୁ ମୋର ପ୍ରତି ରକ୍ତବିନ୍ଦୁ ଭାରତକୁ ଦୃଢିଭୁତ କରିବ ” l
Jyotirmayee Sahu: Collected from:-
କୋଣାର୍କ ପ୍ରକାଶନୀ (ପ୍ରକାଶକ)
ରାମନାଥ ସାହୁ ( ସଂଗ୍ରାହକ)

Download PDF Click Here
Odia MCQ Test Click Here

Indira Gandhi Biography in Odia pdf,Indira Gandhi Biography in Odia pdf, Indira Gandhi Biography in Odia pdf,Indira Gandhi Biography in Odia pdf,

Leave a Comment

error: Content is protected !!