Independence Day Speech In Odia

Independence Day Speech In Odia | ସ୍ୱାଧୀନତା ଦିବସ

Facebook
Telegram
WhatsApp
LinkedIn

Independence Day Speech In Odia : On this day, we commemorate the anniversary of the declaration of independence of India by Mahatma Gandhi on 15 August 1947. I would like to take this opportunity to salute all those who have fought for our country’s independence and uphold the values of democracy, human rights and free speech. The sacrifices of these patriots are remembered every day with pride and reverence, and I am confident that their memory will continue to inspire us to work tirelessly for a better tomorrow.

Welcoming everyone to the Speech on Independence Day. On this day, we celebrate the freedom of our nation and all those who have fought and died so that we may live in peace and liberty. Thank you for joining us today, and may the spirit of patriotism be with you all.

Independence Day Speech In Odia

ବକ୍ତୃତା/ ଭାଷଣ

ସ୍ୱାଧୀନତା ଦିବସ

ସମ୍ମାନନୀୟ ସଭାପତି ମହୋଦୟ, ପୂଜ୍ୟ ଗୁରୁଜୀ ଗୁରୁମା ବୃନ୍ଦ, ମଞ୍ଚାସୀନ ଅତିଥି, ଉପସ୍ଥିତ ଭଦ୍ରମଣ୍ଡଳୀ, ମୋର ପ୍ରିୟ ସହପାଠୀ ତଥା ମୋର ଛୋଟ ବଡ଼ ଭାଇ ଓ ଭଉଣୀମାନେ l ଆଜି ଆମେ ଏଠାରେ କାହିଁକି ଏକତ୍ରିତ ହେଇଛୁ, ତାହା ଆପଣମାନେ ଅଳ୍ପବହୁତ ଜାଣିଥିବେ l ଆଜି ହେଉଛି ଅଗଷ୍ଟ ମାସ ୧୫ ତାରିଖ ଏବଂ ଆଜିର ଏହି ପବିତ୍ର ଦିବସରେ ଆମେ ଆମ ଦେଶର——– ତମ ସ୍ବାଧୀନତା ଦିବସ ପାଳନ କରୁଅଛୁ l ଏହି ମହାନ ଦିବସରେ ମୋତେ କିଛି କହିବାର ସୁଯୋଗ ମିଳିଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି l ମୋର ବକ୍ତବ୍ୟରେ ଯଦି କୌଣସି ତ୍ରୁଟି ହୁଏ ନିଜର ଜ୍ଞାନୀ ଗୁଣରେ କ୍ଷମା ଦେବେ l
ଆଜି ସମଗ୍ର ଭାରତ ବର୍ଷରେ ଆବାଳ ବୃଦ୍ଧ ବନିତା, ସମସ୍ତଙ୍କ ହୃଦୟରେ ନୂଆ ଉନ୍ମାଦ, ଉତ୍ସାହ ଓ ଉଲ୍ଲାସ ଭରି ଉଠିଛି, କାରଣ ଏହିଦିନ ଆମ ମାତୃଭୂମି ଭାରତବର୍ଷ, ସ୍ବାଧୀନତାର ପ୍ରଥମ ଆସ୍ୱାଦନ ଲାଭ କରିଥିଲା l ସେଥିପାଇଁ ଆଜିର ଦିନ ଆମ ଦେଶ ଭାରତର ଇତିହାସରେ ଲେଖାଯାଇଥିବା ଏମିତି ଏକ ଦିବସ ଯାହାକୁ ସଦାସର୍ବଦା ଏହିପରି ଉଲ୍ଲାସ ଓ ଉତ୍କଣ୍ଠାର ପାଳନ କରାଯିବ l ବହୁତ ବର୍ଷର କଠିନ ପରିଶ୍ରମ, ଦୃଢ଼ ଆତ୍ମବଳ ଏବଂ ଅଦମ୍ୟ ସାହସର ପ୍ରତିବଦଳରେ ଆଜିର ଦିନ ଅର୍ଥାତ୍ ୧୫ ଅଗଷ୍ଟ ୧୯୪୭ ରେ ଆମ ଦେଶ ଇଂରେଜମାନଙ୍କ ଠାରୁ ସ୍ୱାଧୀନତା ପାଇଥିଲା l
ଦୀର୍ଘ ଦୁଇ ଶତାଧିକ ବର୍ଷ ବ୍ୟାପି, ଇଂରେଜମାନେ ଆମ ଦେଶକୁ ଶାସନ କରୁଥିଲେ l ସେମାନେ ଆମଦେଶରେ ଉପନିବେଶବାଦ ପ୍ରତିଷ୍ଠା କରିବାକୁ ଆସି, ଆମ ଦେଶର ଲୋକମାନଙ୍କୁ କ୍ରୀତଦାସ ଭାବରେ ଖଟାଉଥିଲେ l ଇଂରେଜମାନେ ଆମ ଦେଶର ଲୋକମାନଙ୍କୁ ପଶୁ ପରି ବ୍ୟବହାର କରୁଥିଲେ l ଆମ ଦେଶର ମୂଲ୍ୟବାନ ଜିନିଷ, ତାଙ୍କ ଦେଶକୁ ବୋହି ନେଇଯାଉଥିଲେ l ଆମ ଦେଶର ଲୋକେ କଳା ହୋଇଥିବାରୁ ଓ ଇଂରେଜମାନେ ଗୋରା ହୋଇଥିବାରୁ ସେମାନେ ଆମକୁ ଘୃଣା କରୁଥିଲେ ଏବଂ ନୀଚ୍ଚ ଦୃଷ୍ଟିରେ ମଧ୍ୟ ଦେଖୁଥିଲେ l ସେ ସମୟରେ ଇଂରେଜମାନେ କରିଥିବା ହୋଟେଲ୍ ଉପରେ ଲେଖାଯାଉଥିଲା, ” Indians and Dogs are not allowed” l ଏହାର ଅର୍ଥ ହେଉଛି, ଭାରତୀୟମାନେ କୁକୁରମାନଙ୍କ ସହ ସମାନ l ଯଦି କେହି ଭାରତୀୟ ଏହାର ପ୍ରତିବାଦ କରୁଥିଲା, ତେବେ ଇଂରେଜମାନେ ତା’ ଉପରେ ଚାବୁକ ପ୍ରହାର ଓ ଅକଥନୀୟ ଅତ୍ୟାଚାର କରୁଥିଲେ l ଏସବୁ ସତ୍ତ୍ୱେ ମଧ୍ୟ, ସ୍ୱାଧୀନତା ସଂଗ୍ରାମର କର୍ଣ୍ଣଧାର ମଙ୍ଗଳ ପାଣ୍ଡେ, ୧୮୫୭ ମସିହାରେ ଇଂରେଜମାନଙ୍କ ବିରୁଦ୍ଧରେ ବିପ୍ଳବର ମଞ୍ଜି ବୁଣିଥିଲେ l ପରେ ୧୮୫୮ ମସିହାରେ ଝାଂସିରାଣୀ ଲକ୍ଷ୍ମୀବାଇ ଓ ତାନ୍ତିଆ ଟୋପେ, ଏହି ବିପ୍ଳବକୁ ଆଗେଇ ନେଇଥିଲେ l ଖୁଦୀରାମ , ଭଗତ ସିଂହ ଓ ଚନ୍ଦ୍ରଶେଖର ଆଜାଦ, ସ୍ୱାଧୀନତା ପାଇଁ ହସି ହସି ଫାସୀ ଖୁଣ୍ଟରେ ଝୁଲି ପଡ଼ିଥିଲେ l ଲାଲ, ବାଲ, ପାଲଙ୍କର ” ବନ୍ଦେ ମାତରଂ ” ସ୍ଲୋଗାନ ଏବଂ ଗାନ୍ଧିଜୀଙ୍କ ସତ୍ୟାଗ୍ରହ, ଗୋରା ସରକାରଙ୍କ ଶାସନ ଗାଦିକୁ ଟଳମଳ କରିଦେଇଥିଲା l
ଯଦି କାହାକୁ ସ୍ୱାଧୀନତା ସଂଗ୍ରାମର ପ୍ରକୃତ ହିରୋ କହିବା ତେବେ ସେ ଆଉ କେହି ନୁହନ୍ତି ” ତୁମେ ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି ” ସ୍ଲୋଗାନ ଦେଇଥିବା ଆମ୍ଭମାନଙ୍କର ଏହି ଓଡ଼ିଶା ମାଟିର ବୀର ପୁତ୍ର ନେତାଜୀ ସୁଭାଷ ଚନ୍ଦ୍ର ବୋଷ l ସୁଭାଷ ଚନ୍ଦ୍ର ବୋଷ ଉଚ୍ଚ ଶିକ୍ଷା ପ୍ରାପ୍ତ କରିବା ପରେ ନିଜର ଉଜ୍ଜ୍ଵଳ ଭବିଷ୍ୟତକୁ ତ୍ୟାଗ କରି ଦେଶର ସ୍ୱାଧୀନତା ପାଇଁ ” ଆଜାଦ ହିନ୍ଦ୍ ଫୌଜ ” ନାମକ ଏକ ସଂଗଠନ ଗଠନ କରିଥିଲେ l ଆଜିର ଯୁବ ସମାଜ ପାଇଁ ନେତାଜୀ ହେଉଛନ୍ତି ଏକ ପ୍ରେରଣାର ଉତ୍ସ l ନେତାଜୀଙ୍କ ଦୃଢ଼ ମନୋବଳ, ସାହାସ ଏବଂ ଗାନ୍ଧିଜୀଙ୍କ ଅହିଂସା ନୀତି ବଳରେ ୧୯୪୭ ମସିହା ଅଗଷ୍ଟ ମାସ ୧୪ ତାରିଖ ରାତ୍ରି ୧୨ ଘଟିକା ସମୟରେ, ଇଂରେଜମାନେ ଆମ ଦେଶ ଛାଡ଼ି ଚାଲି ଯାଇଥିଲେ l
ଆଜି ଯେଉଁ ଚିତ୍ର ଶୋଭିତ ଜାତୀୟ ପତାକା ବାୟୁ ହିଲ୍ଲୋଳରେ ଫର ଫର ହୋଇ ଉଡ୍ଡିୟମାନ ହେଉଅଛି, ତାହା ହେଉଛି ଏହି ବୀର ପ୍ରସବୀନ ମା’ ର ସୁଯୋଗ୍ୟ ଓ ସାହସୀ ସନ୍ତାନମାନଙ୍କ ଆତ୍ମବଳି ଯୋଗୁଁ l ମୁଁ ଆଜି ସେହି, ସ୍ବଦେଶ ବତ୍ସଳ ତ୍ୟାଗୀ, ବୀର ନେତାମାନଙ୍କୁ ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି l ତାଙ୍କର ତ୍ୟାଗ ବଳିଦାନ ଯୋଗୁଁ ଆମ ମାତୃଭୂମି ଭାରତ ପରାଧୀନତାର ଶୃଙ୍ଖଳ ଛିନ୍ନ କରି ୧୯୪୭ ମସିହା ଅଗଷ୍ଟ ମାସ ୧୪ ତାରିଖରେ ସ୍ୱାଧୀନତା ପ୍ରାପ୍ୟ କରିଥିଲେ ମଧ୍ୟ ଆଜିବି ମନରେ ପ୍ରଶ୍ନ ଆସେ ଆମେ କଣ ପ୍ରକୃତରେ ଶତ ପ୍ରତିଶତ ସ୍ୱାଧୀନ l ସ୍ୱାଧୀନତା ମାନେ କେବଳ ଇଂରେଜ ସରକାରଙ୍କଠାରୁ ଦେଶର ଶାସନ ଭାର ଗ୍ରହଣ କରିବା ନୁହେଁ, ସ୍ବାଧୀନତାର ଅର୍ଥ ସ୍ଵାଧୀନ ଭାବରେ ବଞ୍ଚିବା l ଦେଶର ଗରିବ ଏବଂ ଦୁଃଖିରଙ୍କିମାନଙ୍କୁ ଯଥା ସମ୍ଭବ ସାହାଯ୍ୟ କରିବା l ସରକାରଙ୍କୁ ଠିକ୍ ସମୟରେ କର ଦେଇ ଆମ ଦେଶର ପ୍ରଗତିରେ ସାହାଯ୍ୟ କରିବା l ଆମ ଦେଶର ଛାତ୍ରଛାତ୍ରୀମାନଙ୍କ ପାଇଁ ଭଲ ଶିକ୍ଷା ଏବଂ ଭଲ ସ୍ୱାସ୍ଥ୍ୟର ବ୍ୟବସ୍ଥା କରି ସେମାନଙ୍କ ଭବିଷ୍ୟତକୁ ଉଜ୍ଜ୍ଵଳ କରିବା ଏବଂ ଆମଦେଶକୁ ବିକାଶଶୀଳ ରାଷ୍ଟ୍ର ରୁ ବିକଶିତ ରାଷ୍ଟ୍ରରେ ପରିଣତ କରିବା l
ଏତିକି କହି ମୁଁ ମୋର ବକ୍ତବ୍ୟ ଶେଷ କରୁଛି l

Written by:-
Jyotirmayee Sahu
M.A, M.Ed

SWADHINATA DIBAS BHASAN

Download PDF Click Here
MCQ Test in Odia Click Here

swadhinata dibas odia bhasan, Independence Day Speech In Odia , swadhinata dibas odia bhasan, Independence Day Speech In Odia ,

Leave a Comment

error: Content is protected !!