Importance Of Mother Tongue In Odia

Importance Of Mother Tongue In Odia

Facebook
Telegram
WhatsApp
LinkedIn

Importance Of Mother Tongue In Odia: Mother tongue teaches children the basics of communication and cultural norms. It is critical for the development of a child’s cognitive, social, emotional, and linguistic skills. Learning a mother tongue not only helps children in their early years but also boosts their chances of success in later life. This is why it is important for policies to support mother tongue education and development.

Importance Of Mother Tongue In Odia

Currently, mother tongue is considered an important factor in the education of children. This is because it enables them to develop a strong foundation in both their native language and the language of their country of residence. In addition, it helps them to build relationships and to develop a sense of belonging to a particular community. mother tongue education also has other benefits, such as helping children to learn about their own culture and heritage..

ଶିଶୁ ରଚନାବଳୀ

ମାତୃଭାଷାର ମହତ୍ତ୍ୱ

ଉପକ୍ରମ:-
ମାଆ ପରି ମନୁଷ୍ୟର ଅତିପ୍ରିୟ ତାର ମାତୃଭାଷା l ମାତୃଭାଷାକୁ ସେ ଯେତେ ଆପଣାର ମନେକରେ, ଅନ୍ୟ ଭାଷାକୁ ସେପରି କରି ନ ଥାଏ l ଶିଶୁର ଓଠରୁ ସ୍ଵତଃସ୍ଫୁର୍ତ୍ତ ଭାବରେ ଝରି ଆସେ ମାତୃଭାଷା l ହୃଦୟର ଆବେଗକୁ ଜଣେ ବ୍ୟକ୍ତି ମାତୃଭାଷା ମାଧ୍ୟମରେ ଯେପରି ପ୍ରକାଶ କରେ ଅନ୍ୟ ଭାଷା ମାଧ୍ୟମରେ ସେପରି ପ୍ରକାଶ କରିପାରେ ନାହିଁ l ଭାବର ସ୍ଵାଭାବିକ ପ୍ରକାଶ ନିମିତ୍ତ ମାତୃଭାଷା ଏକାନ୍ତ ପ୍ରୟୋଜନ l ଜାତି ଉନ୍ନତ ହୁଏ, ମାତୃଭାଷା ଉନ୍ନତ ହେଲେ l କବି ଗଙ୍ଗାଧର ମେହେର ଯଥାର୍ଥରେ କହିଥିଲେ:-

” ଉଚ୍ଚ ହେବା ପାଇଁ କର ଯେବେ ଆଶା
ଉଚ୍ଚ କର ଆଗେ ନିଜ ମାତୃଭାଷା l”

ମାତୃଭାଷାର ଗୁରୁତ୍ବ:-
ସ୍ୱାଧୀନ ଭାରତବର୍ଷରେ ବୁଦ୍ଧିଜୀବୀମାନେ ମାତୃଭାଷା ମାଧ୍ୟମରେ ଶିକ୍ଷାଦାନ ବ୍ୟବସ୍ଥାକୁ ବିଶେଷଭାବେ ଉତ୍ସାହିତ କରିଛନ୍ତି l ମାତୃଭାଷା ମାଧ୍ୟମରେ ଶିକ୍ଷାଦାନ କଲେ ସେହି ଶିକ୍ଷାର ଫଳ ଯେ ସୁଦୂରପ୍ରସାରୀ ଏହା ନିର୍ବିବାଦରେ ଗ୍ରହଣୀୟ l ଏହି ଶିକ୍ଷା ଛାତ୍ରଛାତ୍ରୀଙ୍କ ପକ୍ଷେ ସହଜବୋଧ୍ୟ ହୋଇଥାଏ l ଛାତ୍ରଛାତ୍ରୀମାନେ ଶିକ୍ଷାର ମର୍ମକୁ ସହଜରେ ଗ୍ରହଣ କରିପାରନ୍ତି l ସେମାନଙ୍କ ମନରେ ବିରକ୍ତ ବା ହତୋତ୍ସାହିତ ଜନ୍ମି ନ ଥାଏ l ମାତୃଭାଷା ମାଧ୍ୟମରେ ଶିକ୍ଷାଦାନବ୍ୟବସ୍ଥାକୁ ସଫଳ ଭାବେ କାର୍ଯ୍ୟକାରୀ କରିବାକୁ ହେଲେ ପ୍ରଥମେ ଗ୍ରନ୍ଥଗୁଡ଼ିକର ଅନୁବାଦ ଆବଶ୍ୟକ l ପୁଣି ଶିକ୍ଷକ ଓ ଅଧ୍ୟାପକମାନେ ଏ ଦିଗରେ ଦକ୍ଷ ହେବାକୁ ହେଲେ ସେମାନଙ୍କ ଲାଗି ତାଲିମ ମଧ୍ୟ ଆବଶ୍ୟକ l ଅଧ୍ୟାପନା ଓ ଅଧ୍ୟୟନ କ୍ଷେତ୍ରରେ ସମସ୍ୟା ସୃଷ୍ଟି ସ୍ଵାଭାବିକ l ରାଜନୀତି, ଦର୍ଶନ, ମନସ୍ତତ୍ତ୍ୱ, ଅର୍ଥନୀତି, ଇତିହାସ, ବିଜ୍ଞାନ ପ୍ରଭୃତି ଗ୍ରନ୍ଥ ମାତୃଭାଷା ମାଧ୍ୟମରେ ଅନୁବାଦିତ ହେଲେ କେବଳ ଯେ ଛାତ୍ରମାନେ ଉପକୃତ ହେବେ ତାହା ନୁହେଁ, ଉପରୋକ୍ତ ବିଷୟଗୁଡିକରେ ଆଗ୍ରହୀବ୍ୟକ୍ତିମାନେ ମଧ୍ୟ ସହଜରେ ଜ୍ଞାନାର୍ଜନ କରିପାରିବେ l
ଗଣତନ୍ତ୍ରରେ ଶିକ୍ଷା ସାର୍ବଜନୀନ ହେବା ଆବଶ୍ୟକ l ମାତୃଭାଷାରେ ଶିକ୍ଷାଦାନ କରା ନ ଗଲେ ଶିକ୍ଷାର ପ୍ରସାର ନ ହୋଇ ଏକ ସଙ୍କୁଚିତ ପରିସର ମଧ୍ୟରେ ତାହା ଅଟକି ରହିଯିବ l କାରଣ, ବିଭିନ୍ନ ବିଷୟର ପୁସ୍ତକ ମାତୃଭାଷାରେ ଲିଖିତ ଓ ପ୍ରକାଶିତ ହେଲେ ସାଧାରଣ ଲୋକେ ସେଗୁଡିକୁ ପଡ଼ି ନିଜ ନିଜର ଜ୍ଞାନ ବୃଦ୍ଧି କରିପାରିବେ l

ମାତୃଭାଷାର ପ୍ରସାର ପାଇଁ ଉଦ୍ୟମ:-
ଭାରତବର୍ଷ ସ୍ୱାଧୀନ ହେବାର ୩୦ ବର୍ଷ ପୂର୍ଣ୍ଣ ହେଲାଣି ତଥାପି ଇଂରେଜୀ ଭାଷା ତାର ଅସ୍ତିତ୍ବକୁ ହରାଇ ନାହିଁ l ଇଂରାଜୀ ଭାଷାର ମୂଳଦୁଆ ଅନେକ ଶିକ୍ଷିତ ଲୋକଙ୍କ ମଧ୍ୟରେ ବେଶ୍ ଦୃଢ଼ ରହିଛି l ବଡ଼ ଆଶ୍ଚର୍ଯ୍ୟର କଥା ଓ ବଡ଼ ଘୃଣାର କଥା ସେମାନେ ମାତୃଭାଷା ତୁଳନାରେ ଗୋଲାମୀ ଭାଷା ଇଂରାଜୀକୁ ଅଧିକ ଆଦର କରିଥାଆନ୍ତି l ଦୈନନ୍ଦିନ ଜୀବନରେ ଆଳାପ ଆଲୋଚନା ସମୟରେ ସେମାନେ ଇଂରାଜୀ ଭାଷାକୁ ବ୍ୟବହାର କରି ନିଜକୁ ଗୌରବାନ୍ଵିତ ମନେ କରନ୍ତି l ଇଂରାଜୀ ଭାଷା ଯେପରି ସେମାନଙ୍କ ଆଭିଜାତ୍ୟ ଓ ଆତ୍ମମର୍ଯ୍ୟାଦାର ପରିଚାୟକ l ଏପରି ମନୋବୃତ୍ତି ଦାସତ୍ତ୍ଵର ପରିଚାୟକ ବ୍ୟତୀତ ଅନ୍ୟ କିଛି ନୁହେଁ l
ଏଣୁ ପ୍ରତ୍ୟେକ ଶିକ୍ଷିତ ନାଗରିକ ମାତୃଭାଷାର ପ୍ରସାର ଓ ବିକାଶ ପାଇଁ ଉଦ୍ୟମ କରିବା ଆବଶ୍ୟକ l ଗଣ ମାଧ୍ୟମରେ ତ ଉଦ୍ୟମ ତ୍ବରାନ୍ବିତ ହେବା ସ୍ଵାଭାବିକ l ତେବେ ଏହି ଉଦ୍ୟମ ଜଣେ ଜଣେ ବ୍ୟକ୍ତିର ଜୀବନରେ ଯଦି ଅବ୍ୟାହତ ରହେ ତେବେ, ତାର ଫଳ କିଛି ନୁହେଁ l ବ୍ୟକ୍ତିଗତଭାବେ ପ୍ରତ୍ୟେକ ନାଗରିକ ମାତୃଭାଷା ପ୍ରତି ମମତା ବୋଧ ରଖି ନିଜର ଦୈନନ୍ଦିନ କର୍ମଜୀବନରେ ବ୍ୟବହାର କରିବା ଉଚିତ l ପ୍ରତ୍ୟେକ ଶିକ୍ଷିତ ବ୍ୟକ୍ତି ମାତୃଭାଷାରେ କହିବା, ଲେଖିବା ଓ ମାତୃଭାଷାରେ ପ୍ରକାଶିତ ପତ୍ରପତ୍ରିକା ପଢ଼ିବା ଉଚିତ l ସଭାସମିତିରେ ମାତୃଭାଷାରେ ବକ୍ତୃତା ଦେବା ବାଞ୍ଛନୀୟ l

ଉପସଂହାର:-
ମାତୃଭାଷା ମାତୃଭୂମି ଏ ଉଭୟ ଜନନୀ ସ୍ୱରୂପ ଅଟନ୍ତି l ଗୋଟିଏ ଜାତି ନିଜକୁ ଉନ୍ନତ କରି ଗଢ଼ି ତୋଳିବାକୁ ହେଲେ ପ୍ରଥମେ ତାର ମାତୃଭାଷାକୁ ଉନ୍ନତ କରିବାକୁ ହେବ l ଭାଷା ଏକ ଜାତୀୟ ସମ୍ପଦ l ଉନ୍ନତ ଓ ପରିମାର୍ଜିତ ଭାଷା ହିଁ ଜାତୀୟ ସମୃଦ୍ଧିର ଶ୍ରେଷ୍ଠ ପରିଚାୟକ l ମାତୃଭାଷାର ପ୍ରଚଳନ ସବୁସ୍ତରରେ ହେବା ଉଚିତ l ପ୍ରାଥମିକ ଶିକ୍ଷାଠାରୁ ଆରମ୍ଭ କରି ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ସବୁଠି ମାତୃଭାଷାର ପ୍ରଚଳନ ଗୌରବ ସୂଚକ ଅଟେ l ଓଡ଼ିଶା ସରକାର ନିକଟ ଅତୀତରେ ସରକାରୀ ଅଫିସ ମାନଙ୍କରେ ଓଡିଆଭାଷାର ପ୍ରଚଳନ କରାଇଛନ୍ତି l ଏହା ମାତୃଭାଷା ପ୍ରୀତିର ଏକ ଜ୍ୱଳନ୍ତ ନିଦର୍ଶନ l

Download PDF File  Click Here
Summer Season Essay in Odia Click Here

Leave a Comment

error: Content is protected !!