Gulzarilal Nanda in Odia

Gulzarilal Nanda in Odia

Facebook
Telegram
WhatsApp
LinkedIn

Gulzarilal Nanda in Odia : Gulzarilal Nanda BR was an Indian politician and economist who specialized in labour issues. He was the Interim Prime Minister of India for two 13-day stints following the deaths of Jawaharlal Nehru in 1964 and Lal Bahadur Shastri in 1966 respectively.

Gulzarilal Nanda in Odia

ଗୁଲଜାରିଲାଲ ନନ୍ଦା

ଗୁଲଜାରିଲାଲ ନନ୍ଦାଙ୍କ ଜନ୍ମ ୪ ଜୁଲାଇ ୧୮୯୮ ସୀୟାଲକୋଟ ପଞ୍ଜାବ ପଶ୍ଚିମୀ ପାକିସ୍ତାନରେ ହୋଇଥିଲା l ତାଙ୍କ ମାତା ଈଶ୍ୱର ଦେବୀ ନନ୍ଦା ଓ ପିତା ବୁଲାକୀ ରାମ ନନ୍ଦା l ତାଙ୍କ ପତ୍ନୀଙ୍କ ନାମ ଲକ୍ଷ୍ମୀ ଦେବୀ l

ସେ ଲାହୋର ତଥା ଇଲାହାବାଦ ବିଶ୍ବବିଦ୍ୟାଳୟରେ ଅଧ୍ୟୟନ କରିଥିଲେ ଏବଂ ଓକିଲାତିରେ ସ୍ନାତକ ଉପାଧି ପାଇଥିଲେ l ୧୯୨୧ ରେ ସେ ନେସନଲ କଲେଜ ମୁମ୍ବାଇରେ ଅର୍ଥଶାସ୍ତ୍ରର ପ୍ରାଧ୍ୟାପକ ଥିଲେ l ୧୯୫୦ ମସିହାରେ ଯୋଜନା ଆୟୋଗର ଉପାଧ୍ୟକ୍ଷ ଥିଲେ ଏବଂ ଏହାପରେ ମଧ୍ୟ ଅନେକଥର ଉପାଧ୍ୟକ୍ଷ ରୂପେ ଥିଲେ l

ଜବାହରଲାଲ ନେହେରୁଙ୍କ ଇହଲୀଳା ସମ୍ବରଣ ପରେ ସମଗ୍ର ଦେଶରେ ଶୋକର ଛାୟା ଖେଳି ଯାଇଥିଲା l ଏପରି ଦୁଃଖଦ ପରିସ୍ଥିତିରେ ଭାରତ ପରି ଏକ ଉପମହାଦେଶରେ ଦାୟିତ୍ଵ କାହା ଉପରେ ଦିଆଯିବ ସେ ନେଇ ଚିନ୍ତା ବଢ଼ିଗଲା l କଂଗ୍ରେସ କର୍ମୀମାନେ ଏପରି ଘଡ଼ିସନ୍ଧି ମୁହୂର୍ତ୍ତରେ ଦଳର ବୟୋଜ୍ୟେଷ୍ଠ କର୍ମୀ ତଥା ବିଶିଷ୍ଟ ଗାନ୍ଧୀବାଦୀ ନେତା ଓ କେନ୍ଦ୍ରମନ୍ତ୍ରୀ ଗୁଲଜାରିଲାଲ୍ ନନ୍ଦାଙ୍କୁ ଭାରତର ପ୍ରଧାନମନ୍ତ୍ରୀ ଦାୟିତ୍ଵଭାର ଅର୍ପଣ କରିଥିଲେ l ପୁନରାୟ ୧୯୬୬ ମସିହା ଜାନୁଆରୀ ୧୦ ତାରିଖରେ ଲାଲ ବାହାଦୂର ଶାସ୍ତ୍ରୀଙ୍କ ମୃତ୍ୟୁପରେ ମାତ୍ର ୧୦ ଦିନ ପାଇଁ ଭାରତର ପ୍ରଧାନମନ୍ତ୍ରୀ ଦାୟିତ୍ଵ ନିଭାଇଥିଲେ l ମାତ୍ର ଏତିକି ଦିନ ପ୍ରଧାନମନ୍ତ୍ରୀ ପଦରେ ରହି ସେ ଭାରତୀୟଙ୍କ ମନରେ ଏକ ସ୍ମରଣୀୟ ବ୍ୟକ୍ତିତ୍ୱର ପରାକାଷ୍ଠା ଦେଖାଇଛନ୍ତି l ବଡ଼ ଆଶ୍ଚର୍ଯ୍ୟର ବିଷୟ ଦୁଇ ଦୁଇ ଥର ପ୍ରଧାନମନ୍ତ୍ରୀ ହୋଇ ମଧ୍ୟ ସେ ମନ୍ତ୍ରିମଣ୍ଡଳର ପ୍ରତିନିଧିତ୍ଵ କରି ନାହାନ୍ତି l

ଗୁଲଜାରିଲାଲ ନନ୍ଦା ସ୍ୱଳ୍ପ ଦିନ ପାଇଁ ପ୍ରଧାନମନ୍ତ୍ରୀ ପଦ ଅଳଙ୍କୃତ କରିଥିଲେ ମଧ୍ୟ ଦେଶପାଇଁ ଅନେକ ସୁପଦକ୍ଷେପ ନେଇ ପାରିଥିଲେ l ତାଙ୍କ ଦ୍ଵାରା କେତେକ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିଲା l ମାତ୍ର ଦୁଃଖ ଓ ପରିତାପର ବିଷୟ ୧୯୯୮ ମସିହା ଜାନୁଆରୀ ୧୪ ତାରିଖରେ ଆମକୁ ଶୋକ ସାଗରରେ ଭସାଇ ଗୁଲଜାରିଲାଲ ନନ୍ଦା ଆରପାରିକୁ ଚାଲିଗଲେ l ତାଙ୍କର ଉନ୍ନତ ଚିନ୍ତାଧାରା, ଅଳ୍ପ ଦିନ ପାଇଁ ହେଉ ତାଙ୍କୁ ଦେଶ ସେବା ପାଇଁ ସମଗ୍ର ଦେଶର ଜନତା ତାଙ୍କୁ ଯୁଗ ଯୁଗ ପାଇଁ ମନେ ରଖିଥିବେ l

Leave a Comment

error: Content is protected !!