Farewell Speech in Odia for Teacher

Farewell Speech in Odia for Teacher | ସହକାରୀ ଶିକ୍ଷକଙ୍କୁ ବିଦାୟ ସମ୍ବର୍ଦ୍ଧନା | Free PDF

Facebook
Telegram
WhatsApp
LinkedIn

Farewell Speech in Odia for Teacher : It’s been a pleasure serving as your teacher over the last few months. I am grateful to have been given this opportunity and I hope that I have been able to pass on some of my knowledge to you. It has been a great pleasure helping you learn new things and make new friends.

ବକୃତା

ସହକାରୀ ଶିକ୍ଷକଙ୍କୁ ବିଦାୟ ସମ୍ବର୍ଦ୍ଧନା

ସମ୍ମାନନୀୟ ସଭାପତି ମହୋଦୟ, ମଞ୍ଚାସୀନ ସମ୍ମାନୀତ ଅତିଥିଗଣ , ପ୍ରିୟ ଶିକ୍ଷକ ଶିକ୍ଷୟିତ୍ରୀ ବୃନ୍ଦ, ବିଦ୍ୟାଳୟ ପ୍ରାଙ୍ଗଣରେ ସଦା ପ୍ରଷ୍ଫୁଟିତ ତେଜସ୍ଵୀ ତାରକା ସଦୃଶ ମୋର ଛୋଟବଡ଼ ଭାଇ ଓ ଭଉଣୀମାନେ , ତଥା ଆଜିର ସଭାର ଯିଏ ଚର୍ଚ୍ଚାମୁଖ୍ୟ , ଆମ ସମସ୍ତଙ୍କର ପ୍ରିୟତମ ଶିକ୍ଷକ——————–
ଆଜି ସମସ୍ତଙ୍କ ମନରେ ଅଶେଷ ଦୁଃଖ, ଆଖିରେ ଲୁହ ଓ ମନରେ କୋହ ଭରି ଉଠିଛି l କାରଣ ଆଜି ଆମର ଅତିପ୍ରିୟ ଶିକ୍ଷକ———— ଙ୍କ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ପାଳନ କରାଯାଇଛି l ଆମର ପ୍ରିୟ ଶିକ୍ଷକ ଆଧୁନିକ ଭାଷାରେ ଶିକ୍ଷକ ନ ଥିଲେ l ସେ ଗୁରୁ ପଦବାଚ୍ୟ ଥିଲେ l କେବଳ ଶ୍ରେଣୀଗୃହରେ ଶିକ୍ଷାଦାନ କରୁ ନ ଥିଲେ; ପଇସା ପାଇଁ ପାଠ ପଢ଼ାଇବା ଲାଳସା ସାରଙ୍କର ନ ଥିଲା l ବହୁ ଦୁଃଖରେ କାଳାତିପାତ କରୁଥିଲେ ସୁଦ୍ଧା ସବୁବେଳେ ହସ ହସ ମୁହଁ, ଉଚ୍ଚକୋଟୀର ଚରିତ୍ରବତ୍ତା , ମଧୁର ନମ୍ର ବ୍ୟବହାର, ଛାତ୍ରବତ୍ସଳ , ବିଦ୍ୟାଳୟ ପ୍ରତି ଅମାପ ସ୍ନେହ ଶ୍ରଦ୍ଧା, ସମୟାନୁବର୍ତ୍ତିତା ଆମ ପାଇଁ ସବୁଦିନ ସ୍ମରଣୀୟ ତଥା ଗ୍ରହଣୀୟ l
ଶିକ୍ଷା ଗୋଟିଏ ବ୍ୟବସାୟ ନୁହେଁ l ଶିକ୍ଷାନୁଷ୍ଠାନ ଲକ୍ଷ୍ମୀଙ୍କ ବାସସ୍ଥଳୀ ନୁହେଁ ସରସ୍ୱତୀଙ୍କ ବାସସ୍ଥଳୀ l ଶିକ୍ଷକ ଆମପାଇଁ ଆଦର୍ଶ ପାଠ୍ୟପୁସ୍ତକ କିଣିଦେବା, ମାଗଣାରେ ଶିକ୍ଷାଦାନ ( କୋଚିଂ) କରୁଥିଲେ l
ଏତଦ୍ ବ୍ୟତୀତ ସେ ଅନେକ ପୁସ୍ତକ ମଧ୍ୟ ରଚନା କରିଛନ୍ତି l ଶିକ୍ଷାଦାନ ସହିତ ସେ ଅନ୍ୟାନ୍ୟ ଗୁଣର ମଧ୍ୟ ଅଧିକାରୀ ଥିଲେl ଶିକ୍ଷାଦାନ ସହିତ ବଗିଚା କାମ, କ୍ରୀଡ଼ା କସରତ , ସ୍କାଉଟ, ରେଡ଼କ୍ରସ, ମାଗାଜିନ୍ ପାଇଁ ଲେଖିବାରେ ଧୁରନ୍ଧର ଥିଲେ l କେବଳ ସେତିକି ନୁହେଁ ନାଟକ ରଚନା କରିବା, ନାଟକରେ ନିର୍ଦ୍ଦେଶନା ଦେବା, ନାଟକ ପରିଚାଳନା କରିବାରେ ପାରଙ୍ଗମ ଥିଲେ l ଏକ ପଦରେ କହିଲେ ଆମ ସାର୍ ଜଣେ ବହୁମୁଖୀ ପ୍ରତିଭା ସଂପନ୍ନ ସୁଦକ୍ଷ ଶିକ୍ଷକ ଥିଲେ l ସେ ଥିଲେ କର୍ମଯୋଗୀ, ତ୍ୟାଗୀ, ସମାଜସେବୀ l
ପୂଜ୍ୟ, ଚିରନମସ୍ୟ ଆମ ଏହି ଗୁରୁଜୀଙ୍କର କଥାକୁ ଅନୁସରଣ କରିଚାଲିଲେ ଆମେ ବାସ୍ତବିକ ଜଣେ ଜଣେ ଉଚ୍ଚକ୍ଷାତି ସଂପନ୍ନ ମଣିଷ ହୋଇପାରିବା l ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ପାଇଁ ସେ ସର୍ବଦା ଚେଷ୍ଟିତ ଥିଲେ l ଶ୍ରେଣୀଗୃହରେ ପାଠ ପଢ଼ାଇଲାବେଳେ ସେ ଏପରି ଭାବପ୍ରବଣ ହୋଇଯାଉଥିଲେ ଯେ ଜଣେ ନିମ୍ନମାନର ଛାତ୍ର ମଧ୍ୟ ଭଲ ପଢିପାରୁଥିଲା l ସେ ଆମପାଇଁ କେବଳ ଜଣେ ଶିକ୍ଷକ ନ ଥିଲେ ସେ ଥିଲେ ଆମର ଅଭିଭାବକ, ବାପା- ମାଆ- ଭାଇ- ବନ୍ଧୁ ଓ କୁଟୁମ୍ବ l ଯେତେବେଳେ କୌଣସି ଛାତ୍ର ଶ୍ରେଣୀକୁ ଆସୁ ନଥିଲା ପୂଜ୍ୟ ଗୁରୁଜୀ ତାଙ୍କ ଘରକୁ ଯାଉଥିଲେ, ବୁଝାଇ ସୁଝାଇ, କୋଳେଇ କାଖେଇ, ଆଖି ଦେଖାଇ ତାକୁ କ୍ଲାସକୁ ଆଣୁଥିଲେ l ରୋଗ ଶେଯରେ ପଡ଼ିଥିବା ଛାତ୍ର ପାଖରେ ବସି ସେବା ଶୁଶ୍ରୁଷା କରୁଥିଲେ l ଆମ ବିଦ୍ୟାଳୟର ଗଣେଶ ପୂଜା, ସରସ୍ୱତୀ ପୂଜା ପୁରସ୍କାର ବିତରଣ ଉତ୍ସବରେ ସାରଙ୍କ କାର୍ଯ୍ୟ ଅବିସ୍ମରଣୀୟ l ଫୁଲ କାଟିବା ଠାରୁ ଆରମ୍ଭ କରି ଭୋଜି ଭାତରେ ପରିବେଷଣ କରିବା ତାଙ୍କର ଅନନ୍ୟ ଗୁଣଥିଲା l
ବିଦ୍ୟାଳୟର ସମସ୍ତ କାର୍ଯ୍ୟରେ ଆଗଭର ହେଉଥିଲେ l ଆମର ଏହି ପୂଜ୍ୟ ଶିକ୍ଷକ ଶିକ୍ଷାଦାନ ବ୍ୟତୀତ ବାହାରର ଅନେକ ଅନୁଷ୍ଠାନ ସହିତ ଜଡିତ ଥିଲେ l ହେ ବିଦାୟ ମହାରଥୀ ଆଜି ଏ ଦିନ ଆମ ଜୀବନରେ ଅଭୁଲା ଦିନ l ହେ ବିଦାୟ ଆଚାର୍ଯ୍ୟ! ଆପଣଙ୍କ ସ୍ନେହ ଶ୍ରଦ୍ଧା କରୁଣା ଆମମାନଙ୍କ ପାଇଁ ବିଭୁକୃପା l ଯଦି ଆମେ କିଛି ଭୁଲ୍ କରିଥାଉ ତେବେ କ୍ଷମା ଦେବାକୁ ବିନମ୍ର ଅନୁରୋଧ l ମୋର ପ୍ରାଣପ୍ରିୟ ଶିକ୍ଷକଙ୍କ ପାଦପଦ୍ମରେ ନମ୍ର ପ୍ରଣିପାତ ଜଣାଉଛି l ଆଖିର ଲୁହ ମନର କୋହକୁ ସଦଗୁରୁଙ୍କ ପାଦପଦ୍ମରେ ଅର୍ପଣ କରି ବକ୍ତବ୍ୟ ଶେଷ କରୁଛି l ମୁଁ ଆଜିର ଏହି ବିଦାୟକାଳୀନ ସଭାରେ ତାଙ୍କ ଉଦ୍ଦେଶ୍ୟରେ ଛୋଟିଆ କବିତାଟି ପଢ଼ି ମୋର ବକ୍ତବ୍ୟକୁ ବିରାମ ଦେଉଛି l
ଜୀବନତ ରଙ୍ଗ ମଞ୍ଚ
ଚାଲେ ନିତି ଏଠି ଅଭିନୟ
କର୍ମ ତାଙ୍କ ମନ ମୋହେ
କର୍ମ ଏକା ତାଙ୍କ ପରିଚୟ l
ଆଜି ସିଏ ସବୁ ଭୁଲି ଚାଲିଯିବେ
ଲାଗୁଛି ଅଥୟ
ଆଖି ଆଜି ଓଦା ଓଦା
ହେ ପ୍ରିୟ ବିରହ ବିଦାୟ l

ଧନ୍ୟବାଦ

Farewell Speech in Odia for Teacher

PDF Download Click Here
Odia MCQ Test Click Here
ପ୍ରଧାନ ଶିକ୍ଷକଙ୍କୁ ବିଦାୟ ସମ୍ବର୍ଦ୍ଧନା Click Here

Farewell Speech in Odia for Teacher, Farewell Speech in Odia for Teacher

Leave a Comment

error: Content is protected !!