Farewell Speech for Teacher in Odia

Farewell Speech for Teacher in Odia | ପ୍ରଧାନ ଶିକ୍ଷକଙ୍କୁ ବିଦାୟ ସମ୍ବର୍ଦ୍ଧନା | Free PDF

Facebook
Telegram
WhatsApp
LinkedIn

Farewell Speech for Teacher in Odia : It has been my great privilege and pleasure to work with you over the past few years. You have shown unfailing dedication to your students, and I often find myself marveling at the lengths you go to in order to help them develop into successful citizens. I know that you will continue to be an outstanding teacher, and I am grateful for your guidance throughout my career.

ବକୃତା
ପ୍ରଧାନ ଶିକ୍ଷକଙ୍କୁ ବିଦାୟ ସମ୍ବର୍ଦ୍ଧନା

ମାନନୀୟ ସଭାପତି ମହୋଦୟ, ପୂଜ୍ୟ ଗୁରୁଜୀବୃନ୍ଦ , ଉପସ୍ଥିତ ଅତିଥିଗଣ ଓ ସ୍ନେହର ପ୍ରତିଯୋଗୀଗଣ ଏବଂ ଏଠାରେ ବସିଥିବା ମୋର ଛୋଟବଡ଼ ଭାଇଭଉଣୀମାନେ l ଆଜି ପବିତ୍ର ବିଦାୟ ସମ୍ବର୍ଦ୍ଧନାରେ କିଛି କହିବାର ସୁଯୋଗ ମିଳିଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି l
ଆଜି ନିଶ୍ଚିତ ଭାବେ ଆମ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ଦିବସ l ଆମ ଗହଣରେ ରହି ଅଜ୍ଞାନର ଅନ୍ଧକାର ଦୂର କରି, ଜ୍ଞାନର ଆଲୋକ ଏହି ଅଞ୍ଚଳରେ ପ୍ରଦାନ କରିବାରେ ଯିଏ ସାରାଜୀବନ ସାଧନା କରିଥିଲେ, ସେ ଆମର ପରମ ପୂଜ୍ୟ, ବିଦ୍ୟାଳୟର ଖ୍ୟାତନାମା, ପ୍ରବୀଣ ଶିକ୍ଷାବିତ୍, ଛାତ୍ରବତ୍ସଳ ପରୋପକାରୀ ପ୍ରଧାନଶିକ୍ଷକ ———————— ମହୋଦୟ l

ବିଦାୟୀ ପ୍ରଧାନଶିକ୍ଷକଙ୍କ ନିକଟରେ କେବଳ ଏ ଅଞ୍ଚଳବାସୀ ନୁହେଁ ଆମ ଜିଲ୍ଲାବାସୀ ମଧ୍ୟ ରୁଣୀ ରହିଥିବେ l କାରଣ ଓଡ଼ିଶାର ଶିକ୍ଷାକ୍ଷେତ୍ରରେ ଆମର ପ୍ରିୟ ପ୍ରଧାନଶିକ୍ଷକଙ୍କ ସ୍ଥାନ ସ୍ଵତନ୍ତ୍ର l ତାଙ୍କ ଅବଦାନ ଅବିସ୍ମରଣୀୟ l ସେ ଚିର ନମସ୍ୟ, ବନ୍ଦନୀୟ l ତାଙ୍କର ଏହି ଅବସରକାଳୀନ ବିଦାୟ ସଭାରେ ଅଞ୍ଚଳବାସୀଙ୍କ ଆଖିରେ ଲୁହ, ମନରେ ଦୁଃଖ l ଏକଥା ସତ୍ୟ, ବିଦ୍ୟାଳୟ ଗୋଟିଏ ଜାହାଜ ହେଲେ ପ୍ରଧାନଶିକ୍ଷକ ତାର ଅଧିନାୟକ l ଛାତ୍ରଛାତ୍ରୀ, ସହକର୍ମୀ, ଅଭିଭାବକ, ସରକାରୀ କର୍ମଚାରୀଙ୍କୁ ସାମ୍ନା କରିବାର କୌଶଳ ପ୍ରଧାନଶିକ୍ଷକଙ୍କୁ ଜଣା l ପୁରସ୍କାର ବିତରଣୀ ସଭା କୁହନ୍ତୁ, ଅଭିଭାବକ ସମ୍ମିଳନୀ କୁହନ୍ତୁ, ଉଚ୍ଚକୋଟୀର ଶିକ୍ଷାଦାତା କୁହନ୍ତୁ, ଦକ୍ଷ ଖେଲାଳି କୁହନ୍ତୁ ଏ ସମସ୍ତ ଗୁଣ ପ୍ରଧାନଶିକ୍ଷକ ନିକଟରେ ଏକତ୍ର ଦେଖାଯାଇ ନ ଥାଏ l ଆମ ପ୍ରଧାନଶିକ୍ଷକ ବିଦ୍ୟାଳୟର ଉନ୍ନତି ନିମିତ୍ତ ଅନେକ ଉପାୟ ଅବଲମ୍ବନ କରିବା ସହିତ ସେ ନିଜର ଅଦମ୍ୟ ନିଷ୍ଠା, ସାଧନା, ଉଦ୍ୟମ ବଳରେ ଏହି ବିଦ୍ୟାଳୟକୁ ଆଗେଇ ନେଇଛନ୍ତି l ଏହି ଅଞ୍ଚଳରେ ନିରକ୍ଷରତା ହାର ସର୍ବାଧିକ ଥିବାବେଳେ, ତାଙ୍କ ପ୍ରଚେଷ୍ଟାରେ ଏହି ଅଞ୍ଚଳ ଶିକ୍ଷାର ଆବଶ୍ୟକତା ବୁଝିସାରିଛି l

ଜଣେ ବିଚକ୍ଷଣ ବ୍ୟକ୍ତିତ୍ଵ ହିସାବରେ ସେ ଅନ୍ୟାନ୍ୟ ସହକାରୀ ଶିକ୍ଷକ, କର୍ମଚାରୀ, ଛାତ୍ରଛାତ୍ରୀ, ଅଭିଭାବକ, ସରକାରୀ ଅଫିସର କର୍ମଚାରୀଙ୍କୁ ସନ୍ତୁଷ୍ଟ କରିପାରିଛନ୍ତି l ମୁଁ ଜୋର ଦେଇ କହିପାରେ ଆମର ପ୍ରିୟ ପ୍ରଧାନଶିକ୍ଷକ ————————- ଶିକ୍ଷାଦାନ ସହିତ ବିଦ୍ୟାଳୟର ସମସ୍ତ କାର୍ଯ୍ୟକ୍ରମ ଯଥା କ୍ରୀଡା, ତର୍କ ପ୍ରତିଯୋଗିତା, ବଣଭୋଜି, ପରୀକ୍ଷା ପରିଚାଳନାରେ ଆଗ ଧାଡ଼ିର ବ୍ୟକ୍ତି ଥିଲେ l ତାଙ୍କ ବ୍ୟକ୍ତିତ୍ଵ ନିକଟରେ ଆଜି ଆମ ସମସ୍ତଙ୍କର ମୁଣ୍ଡ ନଇଁ ଯାଇଛି l ସେ ଜଣେ ଛାତ୍ରବତ୍ସଳ ପ୍ରଧାନଶିକ୍ଷକ l
ଛାତ୍ରମାନେ ବିଭିନ୍ନ ପରିବାର, ବିଭିନ୍ନ ପରିବେଶରୁ ଆସିଥାନ୍ତି l ସେମାନଙ୍କ ମନସ୍ତାତ୍ତ୍ୱିକ, ଆର୍ଥିକ, ବୌଦ୍ଧିକ ବିକାଶ ଲାଗି ପ୍ରଧାନଶିକ୍ଷକ ସର୍ବଦା ସତତ ଚେଷ୍ଟା କରିଥାନ୍ତି l ଅଧାରୁ ବିଦ୍ୟାଳୟ ଛାଡ଼ି ଘରେ ରହିଥିବା ପିଲାମାନଙ୍କୁ ସେ ଘରକୁ ଯାଇ ତାଙ୍କ ଅଭିଭାବକଙ୍କୁ ବୁଝେଇ ତାଙ୍କୁ ପୁନର୍ବାର ବିଦ୍ୟାଳୟରେ ଯୋଗଦେବାର ପରିସର ସୃଷ୍ଟି କରିଛନ୍ତି l ଠିକ୍ ସମୟରେ ଆସିବା, ଠିକ୍ ସମୟରେ ଯିବା, ବିଦ୍ୟାଳୟ ପତ୍ରିକା ସମ୍ପାଦନ କରିବା, କ୍ରୀଡା କସରତ କରାଇବା ଆମ ପ୍ରିୟ ପ୍ରଧାନ ଗୁରୁଜୀଙ୍କର ପ୍ରଧାନ କାର୍ଯ୍ୟ ଥିଲା l ସେ ନିଜେ ପରିବାର ଠାରୁ ବହୁ ଦୂରରେ ରହି ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ପାଇଁ ସମୟ ଦେଇଛନ୍ତି l

ଦୀର୍ଘ———- ବର୍ଷ ଶିକ୍ଷକତା କରି ବୟସ ବୋଝରେ ଭାରାକ୍ରାନ୍ତ ହୋଇ ସୁଦ୍ଧା ମହାଶୟ ଦିନେ ହେଲେ ଶିକ୍ଷା ପ୍ରଦାନରେ ଅନିଚ୍ଛା ପ୍ରକାଶ କରିନାହାନ୍ତି ବା ଅବହେଳା କରିନାହାନ୍ତି l କେବଳ ସେତିକି ନୁହେଁ ନାଟକ ରଚନା କରିବା, ନିର୍ଦ୍ଦେଶନା ଦେବା, ନିଜେ ବଳିଷ୍ଠ ଭୂମିକାରେ ଅବତୀର୍ଣ୍ଣ ହେବା ଆମ ପ୍ରଧାନଶିକ୍ଷକଙ୍କର ଅନ୍ୟ ଏକ ଦୈବୀଗୁଣ l ଆଜି ଜାତୀୟ ସ୍ତରରେ ଏହି ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବେଶ୍ ସୁନାମ ଅର୍ଜନ କରିଛନ୍ତି l ନାନା ଔଷଧୀୟ ବୃକ୍ଷ ସହ ବିଭିନ୍ନ ଫୁଲର ସମ୍ଭାରରେ ବିଦ୍ୟାଳୟର ଉଦ୍ୟାନ ରମଣୀୟ l
ଛାତ୍ରଛାତ୍ରୀଙ୍କୁ ପୁଅ ଝିଅ ପରି ଭଲ ପାଇବା, ଦୋଷ ଦେଖିଲେ ଦଣ୍ଡଦେବା ତଥା କ୍ଷମା ପ୍ରଦାନ କରିବା ଆମ ପ୍ରଧାନଶିକ୍ଷକ ଙ୍କ ଅନନ୍ୟ ଗୁଣ l ସେ ଆମ ପାଇଁ ଯାହା କରିଛନ୍ତି ତାହାକୁ କେହି ବି ମୂଲ୍ୟାୟନ କରି ପାରିବେ ନାହିଁ l

ଆଜି ପ୍ରିୟ ପୂଜ୍ୟ ପ୍ରଧାନଶିକ୍ଷକ ଙ୍କ ବିଦାୟ ଲଗ୍ନ l ଏହି ଲଗ୍ନରେ ମୁଁ ମୋର ପିତୃପ୍ରତିମ ପ୍ରଧାନଶିକ୍ଷକ ପାଦପଦ୍ମ ରେ ନମ୍ର ପ୍ରଣିପାତ ଜଣାଉଛି l ଜ୍ଞାତ ବା ଅଜ୍ଞାତରେ କାୟମନବାକ୍ୟରେ ଯଦି ତାଙ୍କ ନିକଟରେ କିଛି ତ୍ରୁଟି କରିଥାଏ; କ୍ଷମାର ସାଗର ମୋତେ କ୍ଷମା ଦେବେ ବୋଲି ଅନୁରୋଧ କରୁଛି l ତତ୍ ସହିତ ବିଶ୍ଵ ନିୟନ୍ତାଙ୍କୁ ପ୍ରାର୍ଥନା କରୁଛି l ଆମ ସାରଙ୍କୁ ସୁସ୍ଥ ରଖନ୍ତୁ l ନୀରୋଗ ରଖନ୍ତୁ l ଜଣେ କର୍ମଯୋଗୀ ଛାତ୍ରବତ୍ସଳ , ପ୍ରଧାନଶିକ୍ଷକ ଭାବେ ଆମ ସାର ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ଠାରୁ ବହୁବାର ପୁରସ୍କୃତ ହୋଇଛନ୍ତି l କିନ୍ତୁ ସବୁ ପୁରସ୍କାର ଠାରୁ ଶ୍ରେଷ୍ଠ ପୁରସ୍କାର ଛାତ୍ର ସ୍ନେହ l ହେ ଦୟାମୟ l ମୁଁ ମୋର ତନ ମନ ପ୍ରାଣ ଆପଣଙ୍କ ପାଦପଦ୍ମରେ ଅର୍ପଣ କରି ଶୁଭାଶିଷ ଭିକ୍ଷା କରୁଛି l ତତ୍ ସହିତ ଆପଣଙ୍କ ସାମ୍ନାରେ ବସିଥିବା ଛାତ୍ରଛାତ୍ରୀମାନଙ୍କୁ ଶୁଭ ଆଶୀର୍ବାଦ ପ୍ରଦାନ ଲାଗି ଆପଣଙ୍କ ପାଦପଦ୍ମରେ ଅଲି କରୁଛି l

ଆଜି ଦିନର ଏ ବିଦାୟ ଦୃଶ୍ୟ ମୋ ଜୀବନରେ ଅଭୁଲା ଦୃଶ୍ୟ ହୋଇ ରହିଯିବ l ଭଗବାନଙ୍କ ନିକଟରେ ତାଙ୍କର ସୁସ୍ଥ, ନିରାମୟ, ଦୀର୍ଘାୟୁ ଜୀବନ କାମନା ସହ ମୁଁ ମୋର ବକ୍ତବ୍ୟ ଶେଷ କରୁଛି l

Farewell Speech for Teacher in Odia

PDF Download Click Here
Odia MCQ Test Click Here

Farewell Speech for Teacher in Odia, Farewell Speech for Teacher in Odia, Farewell Speech for Teacher in Odia

Leave a Comment

error: Content is protected !!