Essay on advantages of science in odia

Facebook
Telegram
WhatsApp
LinkedIn

ବିଜ୍ଞାନର ଉପକାରିତା

ଉପକ୍ରମ :

ଆଦିମ ମାନବର କଳ୍ପନାଗୁଡିକୁ ବାସ୍ତବତାର ରୂପ ଦେଇପାରିଛି ବିଜ୍ଞାନ । କୃଷି, ଶିଳ୍ପ, ଶିକ୍ଷା, ଚିକିତ୍ସା ମନୋରଞ୍ଜନ ଆଦି ପ୍ରତ୍ୟେକ କ୍ଷେତ୍ରରେ ଆମର ପ୍ରଗତି ପାଇଁ ବିଜ୍ଞାନ ଯୋଗେଇ ଆସିଛି ତାର ଆକୁଣ୍ଡ ପୃଷ୍ଠପୋଷକତା । କେବଳ ସେତିକି ନୁହେଁ, ବିଜ୍ଞାନ ସାହାଯ୍ୟରେ ମଣିଷ ଗଢ଼ିପାରିଛି  ତାର ସାମାଜିକ ସ୍ଥିତି ଓ ବିକାଶ । ଆଧୁନିକ ସମାଜ ଯେ ବିଜ୍ଞାନର ଦାନ ଏହା କହିଲେ ଅତ୍ୟୁକ୍ତି ହେବ ନାହିଁ।

ଦୈନନ୍ଦିନ ଜୀବନରେ ବିଜ୍ଞାନ :

ଅତି ଖୁଦ୍ରକାୟ ମେମୋରୀ  କାର୍ଡ ଠାରୁ ଆରମ୍ଭ କରି ଉଡ଼ାଜାହାଜ ପର୍ଯ୍ୟନ୍ତ ପ୍ରତ୍ୟେକ ଜିନିଷ ଆମକୁ ମିଳିଛି ବିଜ୍ଞାନ ଦ୍ବାରା । ଦୈନନ୍ଦିନ ଜୀବନରେ ଖାଦ୍ୟ – ପାନୀୟ , ବସ – ବାସଗୃହ ଏସବୁ ଦୈନିକ ସମସ୍ୟା  ସମାଧାନରେ ବିଜ୍ଞାନର ପ୍ରମୁଖ ଭୂମିକା । ହିଟର, ଫ୍ରିଜ୍ , ଞାସିଂ ମେସିନ୍, ଗ୍ୟାସ ଚୁଲା ଆଦି ମନୁଷ୍ଯର କାର୍ଯ୍ୟକୁ ସହଜ କରିଛି । ବିଦ୍ୟୁତ୍ ମନୁଷ୍ୟପାଇଁ ହୋଇଯାଇଛି ଅପରିହାର୍ଯ୍ୟ । ଗମନାଗମନର ସୁବିଧା ପୃଥୁବୀକୁ କ୍ଷୁଦ୍ରପ୍ରାୟ କରିଦେଇଛି । ଏପରି ଦୈନନ୍ଦିନ ଜୀବନର ବ୍ୟବହାର୍ଯ୍ୟ ଅନେକ ଦ୍ରବ୍ୟ ବିଜ୍ଞାନର ଆଶୀର୍ବାଦରେ ମନୁଷ୍ୟ  ପାଖରେ ଉପଲବ୍ଧ ।

ମାନବ ସମାଜକୁ ବିଜ୍ଞାନର ଅବଦାନ :

ପ୍ରାକୃତିକ ପରିବେଶ ବ୍ୟତୀତ  ପୃଥୂବୀରେ ଦେଖାଯାଉଥିବା ପ୍ରତ୍ୟେକ ପଦାର୍ଥ ବସ୍ତୁ ବିଜ୍ଞାନର ଅବଦାନ । ବିଜ୍ଞାନ ମାନବ ଜାତିର ଯେଉଁ ମହନୀୟ କଲ୍ୟାଣ ସାଧନ କରୁଅଛି, ତାକୁ ସହଜରେ କେହି ଅସ୍ଵୀକାର କରିପାରିବେ ନାହିଁ । ମହାସମୁଦ୍ରରୁ ମହାକାଶ ପର୍ଯ୍ୟନ୍ଦ ବିଜ୍ଞାନ ମାନବ ସମାଜକୁ ଦେଇଚାଲିଛି ଗୋଟିଏ ପରେ ଗୋଟିଏ ଉପହାର । ଚିକିତ୍ସା ବିଜ୍ଞାନର ଅଗ୍ରଗତି ଆଜି ମଣିଷକୁ କରିଛି ସୁସ୍ତ ଓ ନୀରୋଗ । ବହୁ ଜଟିଳ ରୋଗର ନିରୂପଣ, ଚିକିତ୍ସା ତଥା ଅସ୍ଟ୍ରୋପଚାର ଆଦି ସମ୍ଭବପର ହୋଇପାରିଛି । ବର୍ଦ୍ଧିତ  ଜନସଂଖ୍ୟାର ଖାଦ୍ୟ ଆବଶ୍ୟକତା ପାଇଁ ବିଜ୍ଞାନ ସହାୟତାରେ ସଫଳ ହୋଇପାରିଛି ସବୁଜ ବିପ୍ଲବ ଓ ଶ୍ଵେତ ବିପ୍ଳବ । ବିଜ୍ଞାନର  ବ୍ୟବହାର ବଢ଼ାଇପାରିଛି ମନୁଷ୍ୟର କାର୍ଯ୍ୟଦକ୍ଷତା । ଶିକ୍ଷାକ୍ଷେତ୍ରରେ କାଗଜ, ପୁସ୍ତକାଦିର ମୁଦ୍ରଣ ତଥା ଆଧୁନିକ ସମୟର ଇଣ୍ଟରନେଟ ଆଣିପାରିଛି ବୈପ୍ଳବିକ ପରିବର୍ତନ । ୩.\/. ରେଡ଼ିଓ ଓ ମୋବାଇଲ୍ର ବ୍ୟବହାର ପୃଥୁବୀକୁ ଏକ କ୍ଷୁଦ୍ର ପରିଧୂରେ ଆବଦ୍ଧ କରିଦେଇଛି । ମନୁଷ୍ୟର ମନୋରଞ୍ଜନ ପାଇଁ ଚଳଚ୍ଚିତ୍ର ହୋଇପାରିଛି ଏକ ବଳିଷ୍ଠ ମାଧ୍ୟମ  । ନିଜ ସୁରକ୍ଷା ପାଇଁ ମନୁଷ୍ୟ ତିଆରି କରିଛି ଅସ୍ଫୃଶସ୍ତ ରୂପକ ଅମୋଘ ରକ୍ଷାକବଚ । ମହାକାଶରେ ଉପଗ୍ରହର ଅବସ୍ଥିତି ମନୁଷ୍ୟପାଇଁ ପାଲଟିଛି ବରଦାନ ସଦୃଶ । ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ମନୁଷ୍ୟ ସଜାଗ ହୋଇ ରହୁଛି । ଏପରି ଅନେକ କିଛି ତାର ଅସରନ୍ତି ପେଡ଼ିରୁ ବିଜ୍ଞାନ ମନୁଷ୍ୟ ସମାଜର ଉପକାର କରିଆସିଛି।

Leave a Comment

error: Content is protected !!