Coronavirus Essay in Odia

Coronavirus Essay in Odia 300 words | Free PDF

Facebook
Telegram
WhatsApp
LinkedIn

Coronavirus Essay in Odia : Find resources and help for writing about the ongoing coronavirus pandemic. Learn how to create effective essays on the complexities of this global crisis, and explore ways to stay informed and safe.

କରୋନା ମହାମାରୀ

ଉପକ୍ରମ :

ପୃଥିବୀ ଉପରେ ବିଗତ ଶତାବ୍ଦୀର ସବୁଠୁ ବଡ ବିପତ୍ତି “କରୋନା” କହିଲେ ଅତ୍ୟୁକ୍ତି ହେବ ନାହିଁ । ବିଶ୍ଵ ସାରା ନିଜର କାୟା ବିସ୍ତାର କରିଥିବା କରୋନା ଏକ ଭୂତାଣୁ ଜନିତ ରୋଗ । ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ଏହି କରୋନା ରୋଗକୁ ବିଶ୍ଵ ମହାମାରୀ ରୂପେ ଘୋଷଣା କରିଛି । ଚୀନରୁ ସୃଷ୍ଟି ହୋଇଥିବା ଏହି ଭୂତାଣୁ ବିଶ୍ୱରେ 180ରୁ ଅଧିକ ଦେଶରେ ବ୍ୟାପିଗଲାଣି । ଏହାର ପ୍ରାରମ୍ଭିକ ଲକ୍ଷଣ ଫୁ ଭଳି, ଯାହା ଧୀରେ ଧୀରେ ମାରାତ୍ମକ ରୂପ ନେଇଥାଏ |

 କରୋନା ଭୁତାଣୁ ସମ୍ପର୍କରେ :

କୋଭିତ-19 ହେଉଛି କରୋନା ଭାଇରସ୍‌ର ଏକ ନୂତନ ଷ୍ଟେନ୍‌ ଯାହା ପୂର୍ବରୁ ମଣିଷମାନଙ୍କଠାରେ ଚିହ୍ନଟ ହୋଇନଥିଲା । ସେଥିପାଇଁ ଏହାକୁ ନଭେଲ କରୋନା ଭୂତାଣୁ ମଧ୍ୟ  କୁହାଯାଏ । 2019 ମସିହା ନଭେମ୍ବର ମାସରେ ଏହା ଚୀନର ‘ଉହାନ’ ସହରରେ ପ୍ରଥମେ ଚିହୁଟ ହେଲା ଏବଂ କିଛି ମାସ ମଧ୍ୟରେ ସାରା ବିଶ୍ୱକୁ କବଳିତ କଲା । ଏହା “ସାର୍ସ’ ବଂଶଜ ଯାହା 2003ରେ ଚିହ୍ନଟ ହୋଇଥିଲା । ଅଧିକାଂଶ କରୋନା ଭୂତାଣୁ ବିପଦଜନକ ନୁହେଁ । କୋଭିଡ-19 ସୃଷ୍ଟି କରୁଥୁବା ଭୂତାଣୁ ମୁଖ୍ୟତଃ ଗୋଟିଏ ବ୍ୟକ୍ତିଙ୍କଠାରୁ ଅନ୍ୟକୁ ବ୍ୟାପିଥାଏ । ସଂକ୍ରମିତ ବ୍ୟକ୍ତିଙ୍କ କାଶ, ଛିଙ୍କ, କିମ୍ବା କଥାବାର୍ତା ଦ୍ୱାରା ତାଙ୍କ ନାକ କିମ୍ଵା ପାଟିରୁ ବାହାରୁଥିବା କ୍ଷୁଦ୍ର କଣିକା ଦ୍ୱାରା ଏହା ଅନ୍ୟମାନଙ୍କୁ ବ୍ୟାପିଥାଏ ।

 କରୋନା ଜନିତ କ୍ଷୟକ୍ଷତି :

ଏହି ମହାମାରୀ ଯୋଗୁଁ ବିଶ୍ୱରେ ବର୍ତମାନ ସୁଦ୍ଧା ପ୍ରାୟ 4 କୋଟିରୁ ଅଧିକ ଲୋକ ସଂକ୍ରମିତ ହୋଇସାରିଛନ୍ତି ଏବଂ ଏମାନଙ୍କ ମଧ୍ୟରୁ 10 ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ଦେଶ, ବିଦେଶ, ରାଜ୍ୟ ତଥା ଅଞ୍ଚଳ ମଧ୍ୟରେ ଯାତାୟାତ ଓ ବାଣିଜ୍ୟ ବ୍ୟବସାୟରେ ବାଧା ପହଞ୍ଚିବାରୁ ସମାଜର ଆର୍ଥିକ ଅବସ୍ଥା ଦୋହଲି ଯାଇଛି । ଅନେକ ଲୋକ ନିଜ କର୍ମ ସଂସ୍ଥାନ ହରାଇ ବସିଛନ୍ତି, ଯାହା ବେକାରୀ ସମସ୍ୟାକୁ ଆହୁରି ତ୍ୱରାନ୍ୱିତ କରିଛି । ବିଶେଷ କରି ଗରିବ ଲୋକମାନଙ୍କର ଆର୍ଥିକ ମେରୁଦଣ୍ତକୁ ଏହା ଭାଙ୍ଗି ଦେଇଛି । ଶିକ୍ଷାନୁଷ୍ଠାନଗୁଡିକ ହଠାତ ବନ୍ଦ ହୋଇଯିବାରୁ ଛାତ୍ରଛାତ୍ରୀମାନଙ୍କ ପାଠପଢ଼ାରେ ବାଧା ସୃଷ୍ଟି ହୋଇଛି । କରୋନାର ପ୍ରଭାବ ସବୁ ବର୍ଗର ଲୋକ ତଥା ସବୁ କ୍ଷେତ୍ରରେ ପଡ଼ିଥିବାରୁ ଏହା ଦେଶରେ ଆର୍ଥିକ ମାନ୍ଦାବସ୍ଥା ସୃଷ୍ଟି କରିଛି ।

ଲକ୍ଷଣ :

ଏହି ଭୂତାଣୁ ମଣିଷର ନାକ, ପାଟି ବା ଆଖି ବାଟେ ଯାଇ ଫୁସଫୁସ, ମସ୍ତିସ୍କ , ହୃଦୟ, ଯକୃତ ଆଦି ଅଙ୍ଗକୁ ଆକ୍ରାନ୍ତ କରିଥାଏ । ଜଣେ କରୋନା ପ୍ରଭାବିତ ବ୍ୟକ୍ତିଠାରେ ତୁରନ୍ତ କୌଣସି ପ୍ରଭାବ ଦେଖାଯାଏ ନାହିଁ, ଲକ୍ଷଣ ପ୍ରକାଶ ପାଇବାକୁ 7 ରୁ 14 ଦିନ ସମୟ ଲାଗେ | ସଂକ୍ରମିତ ବ୍ୟକ୍ତିଙ୍କଠାରେ ଥଣ୍ତା ଜ୍ୱର, ଶୁଖିଲା କାଶ, ସ୍ୱାଦ କିମ୍ଵା ଗନ୍ଧ ହରାଇବା, ମୁଣ୍ତ ବୁଲାଇବା, ନିଃଶ୍ୱାସ ପ୍ରଶ୍ଵାସରେ ସମସ୍ୟା ଆଦି ଲକ୍ଷଣମାନ ପ୍ରକାଶ ପାଇଥାଏ । ଆବାଳବୃଦ୍ଧ ବନିତା ଏହାର ଶିକାର ହେବାର ସମ୍ଭାବନା ଥିଲେ ମଧ୍ୟ ବିଶେଷ କରି ବୟୋଜ୍ୟେଷ୍ଠ ବ୍ୟକ୍ତିମାନେ ଏଥିରେ ମୃତ୍ୟୁବରଣ କରୁଥିବା ଦୃଶ୍ୟମାନ ହେଉଛି । ପ୍ରାୟତଃ ମଧୁମେହ, କିଡନୀ ରୋଗ କିମ୍ଵା ହୃଦ୍‌ ରୋଗ ଭଳି କୌଣସି କ୍ରୋନିକ୍‌ ରୋଗରେ ପୀଡିତ ବ୍ୟକ୍ତି କରୋନା ସଂକ୍ରମଣରେ ଅଧିକ ପ୍ରଭାବିତ ହୋଇଥାନ୍ତି ।

ସଚେତନତା :

 ଏ ପର୍ଯ୍ୟନ୍ତ କରୋନାର କୌଣସି ଉପଯୁକ୍ତ ଚିକିତ୍ସା ପଦ୍ଧତି ଆବିଷ୍କାର ହୋଇ ନ ଥିବାରୁ ଜନସଚେତନତା ହିଁ ଏହାର ପ୍ରସାରଣକୁ ରୋକିବାର ସର୍ବୋତ୍ତମ ଉପାୟ । ଏହା ଜଣାପଡିଛି ଯେ ଯାହାର ରୋଗ ପ୍ରତିରୋଧକ ଶକ୍ତି ଭଲଅଛି, ସେ ସହଜରେ କରୋନାକୁ ପରାସ୍ତ କରିପାରିବେ । ତେଣୁ, ଆପଣଙ୍କର ଖାଦ୍ୟ ଏବଂ ପାନୀୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ । ଏହା ବ୍ୟତୀତ ଅନ୍ୟ କେତେକ ପ୍ରତିରକ୍ଷା ମଧ୍ୟ ଅଛି, ଯାହାକୁ ସମସ୍ତେ ଅନୁସରଣ କରିବା ଉଚିତ୍‌ |

Coronavirus Essay in Odia Important Link

Coronavirus Essay in OdiaDownload Pdf
Air Pollution essay in odiaClick Here

Thank You for Visit

Leave a Comment

error: Content is protected !!