Corona Essay in Odia

Corona Essay in Odia Free Download PDF

Facebook
Telegram
WhatsApp
LinkedIn

Corona Essay in Odia : Covid-19 is a serious global health threat that is causing significant disruption in the supply chains of many companies. This post will discuss two methods that AI could be used to mitigate the impact of COVID-19 on supply chains.

Corona Essay in Odia

ଓଡ଼ିଶାରେ କରୋନାର ପ୍ରଭାବ

ଉପକ୍ରମ:-
ମହାମାରୀ କରୋନା ସମଗ୍ର ବିଶ୍ଵରେ ଯେଉଁ ଭଳି ଆତଙ୍କ ସୃଷ୍ଟି କରିଛି ତାହା ଅବର୍ଣ୍ଣନୀୟ l ବିଶ୍ଵ ସମୁଦାୟ ମଧ୍ୟରେ ଭରି ରହିଥିବା ନାନା ସମସ୍ୟା ମଧ୍ୟରେ କରୋନା ସବୁଠାରୁ ବିରାଟ ସମସ୍ୟା l କରୋନା ହେଉଛି ଏକ ଭୂତାଣୁ ଜନିତ ରୋଗ, ଯାହା ବିଶ୍ଵ ମହାମାରୀରେ ପରିଣତ ହୋଇଛି l କରୋନା ଦୁଇଟି ଶବ୍ଦରୁ ଆସିଛି, ଯାହାର ଲାଟିନ ଶବ୍ଦ corona ଏବଂ ଗ୍ରୀକ୍ ଶବ୍ଦ coroni l ଏହାର ଅର୍ଥ ସୂର୍ଯ୍ୟଚନ୍ଦ୍ରର ଚତୁର୍ଦ୍ଦିଗରେ ଥିବା ଆଲୋକ ବଳୟ l ଏହା ସ୍ତନ୍ୟପାୟୀ ପ୍ରାଣୀମାନଙ୍କର ଶ୍ୱାସକ୍ରିୟାରେ ବାଧା ସୃଷ୍ଟି କରିଥାଏ l ଏହାର ପ୍ରଭାବରେ ଥଣ୍ଡାଜ୍ବର , ଜଣ୍ଡିସ, ନିମୋନିୟା ଆଦି ଦେଖାଦିଏ l ସାଧାରଣ ଜ୍ଵର ହେଲେ ମଧ୍ୟ ଟିକିଏ ଅବହେଳାରେ ଏହା ଅତ୍ୟନ୍ତ ମାରାତ୍ମକ ହୋଇଥାଏ l
ଏହା ହେଉଛି ‘ ସାସ୍ ‘ ବଂଶଜ l ଏହା ସର୍ବପ୍ରଥମେ କୁକୁଡାମାନଙ୍କଠାରେ ଦେଖାଦେଇଥିଲା l ପରବର୍ତ୍ତୀ ସମୟରେ ମଣିଷଠାରେ ଦେଖାଗଲା l ବର୍ତ୍ତମାନ ୨୦୧୯ ଡ଼ିସେମ୍ବରରେ ଚୀନର ଉହ୍ୱାନ ସହରରେ ପ୍ରଥମେ ଏହି ରୋଗ ଚିହ୍ନଟ ହେଲା l ପରେ ଧୀରେ ଧୀରେ ଏହା ସମଗ୍ର ବିଶ୍ବକୁ ଆକ୍ରାନ୍ତ କରିବାକୁ ଲାଗିଲା l ଏହା ଯେ କେବଳ ମଣିଷକୁ ଆକ୍ରାନ୍ତ କରେ ତାହା ନୁହେଁ ବରଂ ସମସ୍ତ ପଶୁପକ୍ଷୀ, ଜୀବଜନ୍ତୁକୁ ମଧ୍ୟ ଆକ୍ରାନ୍ତ କରିପାରେ l ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ (WHO) ଏହାର ନାମ covid-19 ଭାବରେ ନାମିତ କରିଥିଲା l ଏହାର ପ୍ରଭାବରେ ଲୋକେ ଆକ୍ରାନ୍ତ ହୋଇ ମୃତ୍ୟୁର ଶିକାର ହେଉଛନ୍ତି l

ସମଗ୍ର ବିଶ୍ଵରେ କରୋନାର ପ୍ରଭାବ:-
Covid-19 ମହାମାରୀ ସମଗ୍ର ବିଶ୍ବକୁ ଅଡୁଆରେ ପକାଇଛି l ସମଗ୍ର ବିଶ୍ୱବାସୀ ଏହି ରୋଗରେ ଆକ୍ରାନ୍ତ ହେବା ସହ ଏହି ମହାମାରୀରେ ଅନେକଙ୍କ ଜୀବନ ମଧ୍ୟ ଗଲାଣି l କେତେକ ଲୋକ ନିଜର ପ୍ରୀୟଜନଙ୍କୁ ହରାଇବା ସହ ଅନେକ ପିଲା ଅନାଥ ହୋଇଗଲେଣି ତଥାପି କାରୋନା ତାର କାୟା ବିସ୍ତାର କରିବାରେ ଲାଗିଛି l କରାେନା ପାଇଁ ସମଗ୍ର ବିଶ୍ୱ ଲକଡାଉନରେ ରହିବାକୁ ବାଧ୍ୟ ହେଉଛି l ଯାହାଦ୍ଵାରା ଅନେକ ଲୋକ ନିଜର ଜୀବିକା ହରାଇଛନ୍ତି l କରୋନା ପ୍ରଭାବରୁ ସ୍କୁଲ, କଲେଜ, ଅଫିସ୍ ସବୁ ବନ୍ଦ ରହିବା ସହିତ ଅନଲାଇନ୍ ରେ ସମସ୍ତ କାର୍ଯ୍ୟ କରାଯାଉଛି l ଏହାର ପ୍ରଭାବରେ ଅନେକ ବ୍ୟବସାୟୀମାନଙ୍କ କାର୍ଯ୍ୟ ମଧ୍ୟ ବନ୍ଦ ହେବାକୁ ବସିଲାଣି l କରୋନା ପ୍ରଭାବରୁ ଲୋକେ ଅନେକ ଅସୁବିଧାର ସମ୍ମୁଖୀନ ହେଲେ ମଧ୍ୟ ବିଶ୍ଵର ଲୋକେ ନିଜର ସ୍ଵାସ୍ଥ୍ୟ ପ୍ରତି ସଚେତନ ହେଲେଣି l

ଓଡ଼ିଶାରେ କରୋନାର ପ୍ରଭାବ:-
କରୋନା ମହାମାରୀ ଜନ ସଂହାରକ l ଏହାର କରାଳଗ୍ରାସରେ ବିଶ୍ୱରକ୍ଷା ପାଇବା ପାଇଁ ସଂଗ୍ରାମ ଚଲେଇଛନ୍ତି l ବିଶ୍ଵର ସମସ୍ତ ଦେଶ କରୋନା ମହମାରୀରୁ ରକ୍ଷା ପାଇବା ପାଇଁ ନାନା ପ୍ରକାରର ନିୟମ, ଚେଷ୍ଟା ଚଳାଇଛନ୍ତି l ଆମ ଦେଶରେ ମଧ୍ୟ ଶ୍ରୀ ନରେନ୍ଦ୍ର ମୋଦି କରୋନାରୁ ରକ୍ଷା ପାଇବା ପାଇଁ, ଦେଶବାସୀଙ୍କୁ ସୁସ୍ଥ ଓ ସୁରକ୍ଷାରେ ରଖିବା ପାଇଁ ବିଭିନ୍ନ ପ୍ରକାରର ପଦକ୍ଷେପ ମାନ ନେଇଛନ୍ତି l ସେ ତାଙ୍କର ସମସ୍ତ ଯୋଜନା ରାଜ୍ୟ ସରକାରଙ୍କ ନିକଟରେ ପ୍ରସ୍ତାବ ସ୍ୱରୂପ ଜଣେଇଛନ୍ତି l ରାଜ୍ୟର ସରକାର ମଧ୍ୟ ନରେନ୍ଦ୍ର ମୋଦୀଙ୍କ ଏହିଭଳି ଜନହିତକର କାର୍ଯ୍ୟରେ ଅନେକ ସାହାଯ୍ୟ କରିଛନ୍ତି l ଆମ ରାଜ୍ୟ ସରକାର ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମଧ୍ୟ ଅନେକ ଯୋଜନା ଓ ନିୟମମାନ ଲାଗୁ କରିଛନ୍ତି l ଯାହାଫଳରେ ରାଜ୍ୟର ଲୋକମାନେ ଏହି ମହାମାରୀରେ କମ୍ ଆକ୍ରାନ୍ତ ହୋଇପାରିବେ ଓ ନିଜକୁ ସୁସ୍ଥ ରଖିପାରିବେ l ଲୋକମାନେ ମଧ୍ୟ ରାଜ୍ୟ ସରକାରଙ୍କ ଏହିଭଳି ପଦକ୍ଷେପକୁ ସ୍ୱାଗତ କରିବା ସହ ନିୟମଗୁଡ଼ିକୁ ପାଳନ କରିଛନ୍ତି l କରୋନା କାଳରେ ବିଭିନ୍ନ ସ୍କୁଲ, କଲେଜ ,ଦୋକାନ ,ବଜାର ଆଦି ବନ୍ଦ ରହିଲା l ଯାହାଦ୍ଵାରା କି ଲୋକମାନେ, ଶିକ୍ଷାର୍ଥୀ ସମସ୍ତଙ୍କର ଅନେକ କ୍ଷତି ହେଲା l ସମସ୍ତଙ୍କ ଅନେକ ଅସୁବିଧାକୁ ଲକ୍ଷ୍ୟକରି ରାଜ୍ୟ ସରକାର ଅନଲାଇନ୍ ରେ ପାଠପଢ଼ା ସହିତ work from home ରେ ସମସ୍ତ ଅଫିସ୍ କର୍ମଚାରୀମାନେ କାମ କରିବେ ବୋଲି ନିୟମମାନ ପ୍ରଚଳନ କଲେ l ଏଥିରେ ଆମର କ୍ଷତି ହେବା ସହ ଅନେକାଂଶ କ୍ଷେତ୍ରରେ ଲୋକେ ସାମାନ୍ୟ ଆଶ୍ୱସ୍ତି ଅନୁଭବ କଲେ l ତେଣୁ କରୋନାର ପ୍ରଭାବରେ ଯେ କେବଳ ଓଡିଶାବାସୀ ନୁହଁ ବରଂ ପୁରା ଦେଶବାସୀ ନାନା ଅସୁବିଧାର ସମ୍ମୁଖୀନ ହେଲେ l

ଶିକ୍ଷା ଉପରେ କରାେନାର ପ୍ରଭାବ:-
ଶିକ୍ଷାର୍ଥୀମାନେ ଦେଶ ଓ ଜାତିର ଭବିଷ୍ୟତ l ସେମାନଙ୍କର ସର୍ବାଙ୍ଗୀନ ଉନ୍ନତି ନିମିତ୍ତ ସର୍ବାବିଧ ବ୍ୟବସ୍ଥା ରହିଛି l କିନ୍ତୁ ଯେତେବେଳେ ବିଶ୍ଵମହାମାରୀ କରୋନା ସମଗ୍ର ବିଶ୍ବକୁ ଗ୍ରାସ କଲା ସେତେବେଳେ ଏହା ଶିକ୍ଷା ବ୍ୟବସ୍ଥାକୁ ମଧ୍ୟ ବାଧାପ୍ରାପ୍ତ କରିଛି l ସମସ୍ତ ସ୍କୁଲ, କଲେଜ ବନ୍ଦ ରହିବା ସହ ଅନଲାଇନ୍ ରେ କ୍ଲାସ୍ ଆରମ୍ଭ କରାଗଲା l ଏହି ବ୍ୟବସ୍ଥା ସମଗ୍ର ବିଶ୍ୱରେ ଲାଗୁ କରାଗଲା l ଆମ ଓଡ଼ିଶାରେ ମଧ୍ୟ ମାନ୍ୟବର ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମଧ୍ୟ ଏହି ବ୍ୟବସ୍ଥା ଅବଲମ୍ବନ କଲେ l ଯେତେ ସରକାରୀ ଓ ବେସରକାରୀ ସ୍ତରରେ ସମସ୍ତ ସ୍କୁଲ କଲେଜ ପିଲାମାନଙ୍କୁ ଅନଲାଇନର ବ୍ୟବସ୍ଥା କରାଗଲା l କିନ୍ତୁ ଅନଲାଇନ କ୍ଲାସର ସୁବିଧା ସମସ୍ତ ଛାତ୍ରଛାତ୍ରୀମାନେ ସୁଚାରୁ ରୂପରେ ଉପଭୋଗ କରିପାରିଲେ ନାହିଁ l ଏହାର କାରଣ ହେଉଛି ଆର୍ଥିକ ସମସ୍ୟା କିମ୍ବା ନେଟୱର୍କ ସମସ୍ୟା l ଏହି ସମୟରେ ଅନେକ ଗରିବ ମେଧାବୀ ଛାତ୍ରଛାତ୍ରୀମାନେ ଶିକ୍ଷାଠାରୁ ଦୂରେଇ ଯାଇ ଅଜ୍ଞାନ ରୂପକ ଅନ୍ଧକାର ଆଡ଼କୁ ଗତି କରିବାରେ ଲାଗିଲେ l

କରୋନାର କୁପ୍ରଭାବ:-
କରୋନା ଯୋଗୁଁ ରାଜ୍ୟରେ ଅର୍ଥନୀତି ବିଗିଡିଛି l କେବଳ ଯେ ଆମ ରାଜ୍ୟରେ ଅର୍ଥନୀତି ବିଗିଡିବାକୁ ଲାଗିଛି ତାହା ନୁହଁ ବରଂ ସମଗ୍ର ଦେଶ ଓ ବିଶ୍ଵରେ ଅର୍ଥନୀତି ବିଗିଡ଼ିଛି l ବହୁ ପ୍ରବାସୀମାନେ ରାଜ୍ୟକୁ ନିଜର ଜୀବିକା ହରାଇ ଫେରି ଆସିଛନ୍ତି l ରାଜ୍ୟ ସରକାର ସେହି ପ୍ରବାସୀମାନଙ୍କୁ ନିଜ ରାଜ୍ୟରେ ରୋଜଗାରର ବିଭିନ୍ନ ବ୍ୟବସ୍ଥା ଉପଲବ୍ଧ କରାଇଛନ୍ତି l ରାଜ୍ୟ ସରକାରଙ୍କ ଏହି ବ୍ୟବସ୍ଥାରେ କେତେକ ପ୍ରବାସୀ ଉପକୃତ ହେବା ସହ ଅନେକ ପ୍ରବାସୀ ନିଜର ରୋଜଗାର ହରାଇ ଏବେ ମଧ୍ୟ ଅସୁବିଧାରେ ଦିନ କାଟୁଛନ୍ତି l ଧାର୍ମିକ କ୍ଷେତ୍ରରେ ପୂଜାପାଠ ବନ୍ଦ, ସିନେମା ହଲ୍, ଜିମ୍, ପାର୍କ ଓ ବାର ଇତ୍ୟାଦି ବନ୍ଦ ବ୍ୟବସ୍ଥା ହେତୁ ସ୍ଥିତି ସଙ୍ଗୀନ ହୋଇପଡିଛି l କୃଷକ, ଶ୍ରମିକ, ଦିନମଜୁରିଆମାନେ ବଞ୍ଚିବାର ରାସ୍ତା ପାଉନାହାନ୍ତି l ସରକାରୀ ବ୍ୟବସ୍ଥା ଫଳପ୍ରଦ ହୋଇପାରି ନାହିଁ l

ନିରାକରଣର ଉପାୟ:-
ବିଶ୍ଵର ଅନେକ ପ୍ରଗତିଶୀଳ ରାଷ୍ଟ୍ର ଏହି ଭୂତାଣୁର ପରିବ୍ୟାପ୍ତିର କାରଣ ଚୀନକୁ ଦୟୀ କରିଛନ୍ତି l କାରଣ ଏହି ରୋଗର ଚିହ୍ନଟ ସର୍ବପ୍ରଥମେ ଚୀନର ଉହ୍ୱାନ ସହରରୁ ହୋଇଥିଲା l ଏଥିପାଇଁ ଶକ୍ତିଶାଳୀ ରାଷ୍ଟ୍ରଗୁଡ଼ିକ ସବୁ ଚୀନକୁ ଦାୟୀ କରିବା ସହିତ କ୍ଷତିପୂରଣ ଦାବି କରୁଛନ୍ତି l ଏହି ଦୁଃସାଧ୍ୟ ରୋଗ ପାଇଁ କୌଣସି ପ୍ରତିଷେଧକ ବା ଔଷଧ ବାହାରି ପାରିନାହିଁ l ସାମାଜିକ ଦୂରତା, ମାସ୍କ ବ୍ୟବହାର, ସାନିଟାଇଜର ବ୍ୟବହାର, ହତାଧୁଆ ଇତ୍ୟାଦି ଏହାର ଉପଚାର ଓ ପ୍ରତିଷେଧକ ରୂପେ ଗୃହୀତ ହୋଇଛି l ରାଜ୍ୟର ସଂକ୍ରମଣକୁ ନିୟନ୍ତ୍ରଣ କରିବାକୁ ଲକଡାଉନ୍ ଓ ସଟଡାଉନ୍ ଭଳି ପଦକ୍ଷେପ ନିଆଯାଉଛି l ଓଡ଼ିଶା ସରକାର କରୋନାର ମୁକାବିଲା କରିବା ପାଇଁ ଏହିଭଳି ଅନେକ ପଦକ୍ଷେପ ନେଉଛନ୍ତି l ଏହାଦ୍ବାରା କରୋନାକୁ ନିୟନ୍ତ୍ରଣ କରିହେବ ବୋଲି ବିଶ୍ୱାସ l

ଉପସଂହାର:-
ମଣିଷ ଜୀବନରେ ସର୍ବଦା ସୁଖ ଦୁଃଖ ଲାଗିରହିଥାଏ l ପ୍ରାକୃତିକ ହେଉ ଅବା ମନୁଷ୍ୟକୃତ ଏହି ଭୁତାଣୁ ମନୁଷ୍ୟ ଜୀବନକୁ ଅସ୍ତବ୍ୟସ୍ତ କରି ଦେଇଛି କରୋନା ମହାମାରୀର ଦୂରୀକରଣ ପାଇଁ ବୈଜ୍ଞାନିକମାନେ ତାଙ୍କର ଶତଚେଷ୍ଟା ଚଳାଇଛନ୍ତି l ଆନ୍ତର୍ଜାତିକ ସ୍ତରରେ ବହୁ ଦେଶ କରୋନା ଟୀକା ବାହାର କରୁଛନ୍ତି l ଏହି ଟୀକା ବାହାର କଲେ ମଧ୍ୟ ତାହା ଜନସାଧାରଣଙ୍କ ନିକଟରେ ପହଞ୍ଚିପାରିନାହିଁ l ମାତ୍ର ବର୍ତ୍ତମାନ ପ୍ରାୟ ସମସ୍ତଙ୍କ ନିକଟକୁ ଏହି କରୋନା ଟୀକା ପହଞ୍ଚିସାରିଲାଣି l ତେଣୁ ଆମେ ନିଜେ ସଚେତନ ରହିବା ସହ ଅନ୍ୟମାନଙ୍କୁ ମଧ୍ୟ ସଚେତନ କରାଇବା l ଆମ ରାଜ୍ୟ ସରକାର କରୋନା କବଳରୁ ରାଜ୍ୟବାସୀଙ୍କୁ ରକ୍ଷା କରିବା ପାଇଁ ଅନେକ ପଦକ୍ଷେପ ମାନ ନେଇଛନ୍ତି ଏବଂ ଅନେକାଂଶରେ ରାଜ୍ୟବାସୀଙ୍କୁ ସାହାଯ୍ୟ ମଧ୍ୟ କରିଛନ୍ତି l

Written by:-
Jyotirmayee Sahu
M.A, M.Ed

Download PDF FileClick Here
Odia MCQ Test FreeClick Here

Corona Essay in Odia, Corona Essay in Odia, Corona Essay in Odia, Corona Essay in Odia, Corona Essay in Odia, Corona Essay in Odia, Corona Essay in Odia,

Leave a Comment

error: Content is protected !!