Biju Patnaik Biography in Odia pdf

Biju Patnaik Biography in Odia pdf

Facebook
Telegram
WhatsApp
LinkedIn

Biju Patnaik Biography in Odia pdf: Bijayananda Patnaik (5 March 1916 – 17 April 1997) was an Indian politician, aviator and businessman. As politician, he served twice as the Chief Minister of the State of Odisha. Bijayananda Patnaik was an Indian politician, aviator and businessman. As politician, he served twice as the Chief Minister of the State of Odisha more on wiki

Biju Patnaik Biography in Odia pdf

ଚିତ୍ର ଚରିତ୍ର

ଓଡ଼ିଶାରେ ନିର୍ମାଣ ଯୁଗର ପ୍ରବର୍ତ୍ତକ ବିଜୁ ପଟ୍ଟନାୟକ

୧୯୧୬ ମାର୍ଚ୍ଚ ୫ ତାରିଖ: ଗଞ୍ଜାମ ଜିଲ୍ଲାର ଘୁମୁସର ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ l ପିତା: ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ, ମାତା: ଆଶାଲତା ଦେବୀ, ଶିକ୍ଷାଗତ ଯୋଗ୍ୟତା: ବି. ଏସସି. , ଏରୋନଟିକାଲ୍ ଟ୍ରେନିଂ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ ଏବଂ ଦିଲ୍ଲୀ ଫ୍ଲାଇଂକ୍ଳବ l ୧୯୨୩ : ପେଟ ଭିତରେ ଆପେଣ୍ଡିସ ଫାଟିଯିବାରୁ, ଜୀବନ ଯାଉ ଯାଉ ଫେରିଆସିଲା l ୧୯୨୬ : କଟକ ସ୍ବରାଜ ଆଶ୍ରମଠାରେ ମହାତ୍ମାଗାନ୍ଧିଙ୍କ ଦର୍ଶନ ପାଇଁ ଯାଉଥିବାବେଳେ ଗୋରା ସିପାହୀ ଲାଠିମାଡରେ ଆହତ, ସ୍ୱାଧୀନତା ସଂଗ୍ରାମୀ ହେବାକୁ ଶପଥ l ୧୯୨୭ : ମିଶନ ସ୍କୁଲ ଛାଡ଼ି ରେଭେନ୍ସା କଲେଜଏଟ ସ୍କୁଲରେ ବିଦ୍ୟାରମ୍ଭ l ୧୯୩୦ : ବନ୍ୟାଞ୍ଚଳ ପରିଦର୍ଶନ କରିବାକୁ ଗୋପବନ୍ଧୁଙ୍କ ସହିତ ଯାଇଥିବା ବେଳେ ଦାସେ ଆପଣଙ୍କ ଛତା ନଈରେ ପଡ଼ି ଯିବାରୁ ଜୀବନଙ୍କୁ ତୁଚ୍ଛ ମନେକରି ନଈକୁ ଡେଇ ପଡ଼ି ଦାସେ ଆପଣଙ୍କର ଛତାର ପୁନରୁଦ୍ଧାର l ୧୯୩୨ : ପାଟଣା ବିଶ୍ଵ ବିଦ୍ୟାଳୟ ଅଧୀନରେ ପରୀକ୍ଷା ଦେଇ କୃତିତ୍ଵର ସହିତ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ଓ ରେଭେନ୍ସା କଲେଜରେ ନାମଲେଖା l କଟକରୁ ସାଇକେଲରେ ପେଶୱାର ପର୍ଯ୍ୟନ୍ତ ଦୁଃସାହସିକ ଯାତ୍ରା ଅଭିଯାନ l ୧୯୩୪ : ବି. ଏସସି. ଅଧ୍ୟୟନ ବେଳେ (ଛାଡ଼ି) ପାଇଲଟ୍ ଟ୍ରେନିଂ ଆରମ୍ଭ l ୧୯୩୬: ଇଣ୍ଡିଆନ୍ ନେସନାଲ ଏତାୱେଜ୍ ରେ ପାଇଲଟ୍ ରୂପେ ଯୋଗଦାନ l ୧୯୩୬: କାଶ୍ମୀର ଉପତ୍ୟକାର ଏକ ପ୍ରଖ୍ୟାତ ଖାନଦାନୀ ପଞ୍ଜାବୀ ପରିବାରର କନ୍ୟା ଜ୍ଞାନ ଦେବୀଙ୍କ ସହିତ ବିବାହ ବନ୍ଧନରେ ଆବଦ୍ଧ l ୧୯୪୦: ଚଟ ଗ୍ରାମ ବିପ୍ଳବରେ ମାମୁ ପୁଅ ଭାଇ ଦେବ ପ୍ରସାଦଙ୍କ ପ୍ରାଣବଳି l ଜୟପ୍ରକାଶଙ୍କ ସହିତ ଆକସ୍ମିକ ସାକ୍ଷାତ l ଫିରିଙ୍ଗୀ ଅଧୀନରେ ପାଇଲଟ ଚାକିରି କରି ଫିରିଙ୍ଗୀ ବିମାନରେ ସ୍ୱାଧୀନତା ସଂଗ୍ରାମୀଙ୍କ ସେବା l ୧୯୪୧: ଫେବୃଆରୀ ୧୭ ରେ ପିତା ଲକ୍ଷ୍ମନାରାୟଣଙ୍କ ସ୍ଵର୍ଗାରୋହଣ l ୧୯୪୨: ଏପ୍ରିଲ ୨୦ ରେ ମାତା ଆଶା ଦେବୀଙ୍କ ଦେହାନ୍ତ l ୧୯୪୩: ଭାରତର ତତ୍କାଳୀନ ବଡ଼ଲାଟ୍ ଆଭେଲଙ୍କର ପାଇଲଟ ହେବାର ସୁଯୋଗ ପାଇଥିବାରୁ ବିଜୁବାବୁ ଏହାର ସୁବିଧା ନେଇ ଭାରତୀୟ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଯୋଗାଇଦେବା ଦୋଷରେ ଏବଂ ଭାରତ ଛାଡ଼ ଆନ୍ଦୋଳନରେ ସୈନିକ ଭାବରେ ଜାନୁଆରୀ ୧୦ ତାରିଖ ଦିନ ଦିଲ୍ଲୀରୁ ଗିରଫ l ୧୯୪୪: ବିଜୁ ପଟ୍ଟନାୟକ ଏଣ୍ଡ କମ୍ପାନୀ ନାମରେ ବ୍ୟବସାୟ ପ୍ରତିଷ୍ଠାନ ଆରମ୍ଭ l ୧୯୪୫: ସ୍ୱଦେଶୀ ଆନ୍ଦୋଳନରେ ଯୋଗଦେଇ ପୁନର୍ବାର ଗିରଫ ଓ ପ୍ୟାରୋଲରେ କାରାମୁକ୍ତ l ୧୯୪୬: ପ୍ରାକ୍ ସ୍ୱାଧୀନତା କାଳରେ କଂଗ୍ରେସ ସଦସ୍ୟ ଭାବରେ କଟକ ସଦର ଆସନରୁ ବ୍ୟବସ୍ଥାପକ ସଭାକୁ ନିର୍ବାଚିତ l ୧୯୪୭: ପଣ୍ଡିତ ନେହେରୁଙ୍କ ପରାମର୍ଶ କ୍ରମେ ଇଣ୍ଡୋନେସିଆର ସ୍ୱାଧୀନତା ଆନ୍ଦୋଳନର ନେତୃବୃନ୍ଦଙ୍କ ସହ ଯୋଗ ସ୍ଥାପନ ଏବଂ କଟକ ସହର ଲୋକ ପ୍ରତିନିଧି ଭାବରେ ବିଧାନ ସଭାକୁ ନିର୍ବାଚିତ l ୧୯୪୮: ସେ ପ୍ରଥମ ପାଇଲଟ ଭାବେ ଶ୍ରୀନଗରରେ ଭାରତୀୟ ସେନାଙ୍କୁ ଅବତରଣ କରିଥିଲେ ( ନବ ଗଠିତ ପାକିସ୍ତାନ ପଟୁ ଆକ୍ରମଣ ବେଳେ) l ଇଣ୍ଡୋନେସିଆର ପ୍ରଧାନମନ୍ତ୍ରୀ ସାହରିୟର ଓ ଉପରାଷ୍ଟ୍ରପତି ମହମ୍ମଦ ହଟ୍ଟାଙ୍କୁ ଡଚମାନଙ୍କ କବଳରୁ ଏକ ସୀଙ୍ଗିଲ ସିଟର ପ୍ଲେନ୍ ” ଡାକୋଟା ” ଯୋଗେ ସେଠାରୁ ଉଠାଇ ଆଣି ନେହେରୁଙ୍କ ସହିତ ସାକ୍ଷାତ କରାଇଥିଲେ l ୧୯୫୦: ଇଣ୍ଡୋନେସିଆ ସ୍ୱାଧୀନତା ସଂଗ୍ରାମରେ ଜଣେ ସାରଥୀ ଭାବରେ ପାଇଥିବା ୫୦୦ କୋଟି ଟଙ୍କା ଉପହାର ଇଣ୍ଡୋନେସିଆ ବାସୀଙ୍କ ପାଇଁ ଫେରସ୍ତ l ୧୯୫୧: ଜାତି ସଂଘ ୟୁନସ୍କୋ ଜରିଆରେ କଳିଙ୍ଗ ପୁରସ୍କାର ପ୍ରତିଷ୍ଠା l ୧୯୫୨: କଂଗ୍ରେସ ପ୍ରାର୍ଥଭାବରେ ଜଗନ୍ନାଥ ପ୍ରସାଦ ଆସନରୁ ବିଧାନ ସଭାକୁ ନିର୍ବାଚିତ l
୧୯୫୩- ୫୪: କାରାମୁକ୍ତ ନବକୃଷ୍ଣ ଚୌଧୁରୀ ମନ୍ତ୍ରୀ ମଣ୍ଡଳରେ ଯୋଗଦାନ ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ l ୧୯୫୭: କଂଗ୍ରେସ ପ୍ରାର୍ଥୀ ଭାବରେ ସୋରଡ଼ା ନିର୍ବାଚନ ମଣ୍ଡଳୀରୁ ବିଧାନ ସଭାକୁ ନିର୍ବାଚିତ l ୧୯୬୧: ପ୍ରଦେଶ କଂଗ୍ରେସ ଦଳର ସଭାପତି l ଜାତୀୟ କଂଗ୍ରେସ ପ୍ରାର୍ଥୀ ଚୌଦ୍ୱାର ନିର୍ବାଚନ ମଣ୍ଡଳୀରୁ ବିଧାନ ସଭାକୁ ନିର୍ବାଚିତ ହୋଇ ଜୁନ୍ ୨୩ ତାରିଖରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ l ୧୯୬୨: ଜାନୁଆରୀ ୩ ତାରିଖ ଦିନ ମୁଖ୍ୟମନ୍ତ୍ରୀ ଭାବରେ ପଣ୍ଡିତ ନେହେରୁଙ୍କ ଠାରୁ ପ୍ରସ୍ତାବିତ ପାରାଦ୍ଵୀପ ବନ୍ଦର ନକ୍ସା ଦେଖାଇ ମଞ୍ଜୁରୀ l ଭାରତ ଚୀନ୍ ଯୁଦ୍ଧ ସମୟରେ ପ୍ରଧାନମନ୍ତ୍ରୀ ନେହେରୁଙ୍କ ସ୍ଵତନ୍ତ୍ର ପରାମର୍ଶ ଦାତା ରୂପେ ନିଯୁକ୍ତି ଓ ଇଣ୍ଡୋନେସିଆ ଯାତ୍ରା l ୧୯୬୨: ଅକ୍ଟୋବର ୨ ତାରିଖ ଦିନ କଳିଙ୍ଗ ଫାଉଣ୍ଡେସନ ପକ୍ଷରୁ କଳିଙ୍ଗ ଖବର କାଗଜ ପ୍ରକାଶ l ୧୯୬୨: ଯୁଦ୍ଧରେ ସାମିଲ ହୋଇଥିବା ସୈନ୍ୟମାନଙ୍କ ନିକଟରେ ଖାଦ୍ୟ ପୁଡିଆ ଓ ଯୁଦ୍ଧ ସାମଗ୍ରୀ ପହଞ୍ଚାଇବା ପାଇଁ କୌଣସି ସୁବିଧା ନ ଥିବାରୁ ଏହି ଦାୟିତ୍ବ କଳିଙ୍ଗ ଏୟାର ଲାଇନ୍ ଉପରେ ନ୍ୟସ୍ତ କରାଗଲା ଏବଂ ନିଜେ ବିଜୁ ପଟ୍ଟନାୟକ ବହୁ ଦୁର୍ଘଟଣାର ସମ୍ମୁଖୀନ ହୋଇ ସବୁ କିଛି ପହଞ୍ଚାଇ ପାରିଥିଲେ l ୧୯୬୩: କାମରାଜ ଯୋଜନା ଅନୁସାରେ ଅକ୍ଟୋବର ପହିଲା ଦିନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା l କେନ୍ଦ୍ରରେ ଯୋଜନା ବୋର୍ଡ ଉପାଧ୍ୟକ୍ଷ l ସେ ହେଉଛନ୍ତି ପ୍ରଥମ ବ୍ୟକ୍ତି ଯିଏକି କେନ୍ଦ୍ରରେ ଏମ୍. ପି. ନ ଥାଇ ଏହି ପଦବୀରେ ନିଯୁକ୍ତି ହୋଇଥିଲେ l ୧୯୬୪: ଓଡ଼ିଶାରେ ଜାତୀୟ କଂଗ୍ରେସ ପୂର୍ଣ୍ଣାଙ୍ଗ ଅଧିବେଶନ ଆୟୋଜିତ କରି ସଫଳ l ୧୯୬୫: ଭାରତ ପାକିସ୍ତାନ ଯୁଦ୍ଧ ସମୟରେ ସପ୍ତମ ନୌସେନା ଦ୍ଵାରା ଆକ୍ରମଣକୁ ଏଡାଇବା ପାଇଁ ଶାସ୍ତ୍ରୀଙ୍କ ଅନୁରୋଧ ରକ୍ଷା କରି ବିଜୁବାବୁ ଇଣ୍ଡୋନେସିଆ ଯାତ୍ରା କରି ଏହାର ବିରୋଧ କରି ସଫଳ ହୋଇଥିଲେ l ୧୯୬୬: ମାର୍ଚ୍ଚ ୧୨ ତାରିଖ ଦିନ ପାରାଦ୍ଵୀପ ବନ୍ଦରରେ ଜାହାଜ ଚଳାଚଳ ଉଦଘାଟନ ଏବଂ ଏପ୍ରିଲ ୧୮ ତାରିଖରେ ବୃହତ୍ତ ବନ୍ଦର ରୂପେ ମାନ୍ୟତା ପ୍ରାପ୍ତ l ୧୯୬୭: ତାଙ୍କ ବିରୁଦ୍ଧରେ ଅକ୍ଟୋବର ୧୬ ଖାନ୍ନକମିଶନ ନିଯୁକ୍ତି l ୧୯୬୯: ଜାନୁଆରୀରେ ଖାନ୍ନା କମିଶନ ରିପୋର୍ଟ ପ୍ରକାଶ l ତାଙ୍କ ବିରୁଦ୍ଧରେ କୌଣସି ଦୁର୍ନୀତି ପ୍ରମାଣିତ ହୋଇପାରିଲା ନାହିଁ l ଜାତୀୟ କଂଗ୍ରେସ ଛାଡି ” ଉତ୍କଳ କଂଗ୍ରେସ” ନାମରେ ଆଞ୍ଚଳିକ ଦଳ ଗଠନ l ୧୯୭୧: ରାଜ୍ୟ ସଭାକୁ ନିର୍ବାଚିତ l ଉତ୍କଳ କଂଗ୍ରେସ ଗଠନ କରି ଏକକାଳୀନ ୪ଟି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତl ୧୯୭୩: ୧୯୭୩ ରୁ ୧୯୭୭ ପର୍ଯ୍ୟନ୍ତ ବିରୋଧୀ ଦଳ ନେତା l ଇଣ୍ଡୋନେସିଆ ପକ୍ଷରୁ ” ଭୂମିପୁତ୍ର” ଉପାଧିରେ ଭୂଷିତ l ୧୯୭୪: ଉତ୍କଳ କଂଗ୍ରେସ ପ୍ରାର୍ଥୀ ଭାବରେ ବିଧାନ ସଭାକୁ ନିର୍ବାଚିତ l ବଙ୍ଗଳା ଦେଶ ପ୍ରେସିଡେଣ୍ଟ ଶେଖ ମୁଜିବୁର ରହେମନଙ୍କୁ ହତ୍ୟା ଷଡଯନ୍ତ୍ର ଦୁଃସମ୍ବାଦ ପାଇ ଏକ ଉଡାଜାହାଜ ଧରି ଢାକାରେ ପହଞ୍ଚି ଥିଲେ l ତାଙ୍କୁ ସେଠାରୁ ଉଦ୍ଧାର କରି ନେଇ ଆସିବା ପାଇଁ ଗଲେ କିନ୍ତୁ ସେତେବେଳକୁ ଆତତାୟୀମାନେ ତାଙ୍କୁ ହତ୍ୟା କରି ସାରିଥିଲେ l ୧୯୭୫: ୧୯୭୫ ରେ ଦେଶର ଜରୁରୀ କାଳୀନ ପରିସ୍ଥିତି ଘୋଷଣା ପରେ ଜୁନ୍ ୨୬ ତାରିଖ ରାତି ଦୁଇଟା ପରେ ଦିଲ୍ଲୀଠାରେ ମିଶାରେ ଗିରଫ l ୧୯୭୭: ଲୋକଦଳ ପ୍ରାର୍ଥୀ ଭାବରେ କେନ୍ଦ୍ରାପଡ଼ା ଲୋକସଭା ଆସନରୁ ନିର୍ବାଚିତ l କେନ୍ଦ୍ରରେ ମୋରାଜୀ ଦେଶାଇଙ୍କ ମନ୍ତ୍ରୀମଣ୍ଡଳରେ କେନ୍ଦ୍ର ଇସ୍ପାତ ଓ ଖଣିମନ୍ତ୍ରୀ l ୧୯୭୯: ଚରଣ ସିଂହଙ୍କ ମନ୍ତ୍ରୀମଣ୍ଡଳରେ ଖଣି, ଇସ୍ପାତ ଓ କୋଇଲା ବିଭାଗ ମନ୍ତ୍ରୀ l ୧୯୮୦: କେନ୍ଦ୍ରାପଡ଼ା ଆସନରୁ ଲୋକସଭା ସଦସ୍ୟ ଭାବରେ ନିର୍ବାଚିତ ଜନତା (ଏସ) l ୧୯୮୪: ପୁନର୍ବାର କେନ୍ଦ୍ରାପଡ଼ା ଲୋକସଭା ଆସନରୁ ନିର୍ବାଚିତ l ୧୯୮୫: ଜନତାଦଳ ପ୍ରାର୍ଥୀ ଭାବରେ ଭୁବନେଶ୍ୱର ଆସନରୁ ନିର୍ବାଚିତ ଏବଂ ୩.୩.୯୦ ପର୍ଯ୍ୟନ୍ତ ବିରୋଧୀଦଳ ନେତା ଏବଂ ବିଧାନସଭାର ସାଧାରଣ ହିସାବରେ କମିଟିର ଅଧ୍ୟକ୍ଷ l ୧୯୯୦: ମାର୍ଚ୍ଚ ୫ ତାରିଖ ଦିନ ଓଡ଼ିଶାର ଦ୍ଵିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ l ୧୯୯୫: ୨୩.୩ ଠାରୁ ବିରୋଧୀ ଦଳ ନେତା l ୧୯୯୬: ଆସ୍କା ଲୋକସଭା ଆସନରୁ ଲୋକସଭାକୁ ନିର୍ବାଚିତ l ୧୯୯୭: ୬.୨ ରେ କାମାକ୍ଷା ନଗରଠାରେ ତାଙ୍କର ଶେଷ ରାଜନୈତିକ ସଭା ଓ ଭାଷଣ l ୧୯୯୭: ମାର୍ଚ୍ଚ ୨୮ ତାରିଖ ଭୁବନେଶ୍ୱର ଠାରେ ଶେଷ ସାମ୍ବାଦିକ ସମ୍ମିଳନୀ ଓ ଛାତିରେ ଯନ୍ତ୍ରଣା ଅନୁଭବ ଓ ଦିଲ୍ଲୀ ଯାତ୍ରା l ଅପରାହ୍ନରେ ଛାତିରେ ଯନ୍ତ୍ରଣା ଅନୁଭବ ଓ ରାମ ମନୋହର ଲୋହିଆ ହସପିଟାଲକୁ ସ୍ଥାନାନ୍ତରିତ l ୧୯୯୭: ଏପ୍ରିଲ ୧୫ ରେ ସ୍ଵାସ୍ଥ୍ୟରେ ସାମାନ୍ୟ ଉନ୍ନତି l ୧୯୯୭: ଗୁରୁବାର ଅପ୍ରେଲ ୧୭ ତାରିଖ ସକାଳ ୮ ଟା ବେଳେ ମହାପରାୟଣ l ଏପ୍ରିଲ ୧୮ ତାରିଖ ବିଜୁବାବୁଙ୍କ ମରଶରୀର ବିମାନ ବନ୍ଦରରେ ପହଞ୍ଚିଲା ଓ ପୁରୀଠାରେ ଅନ୍ତ୍ୟେଷ୍ଟି କ୍ରିୟା ସଂପନ୍ନ l

Written by:-
Jyotirmayee Sahu
M.A, M.Ed

Collected from:-
କୋଣାର୍କ ପ୍ରକାଶନୀ (ପ୍ରକାଶକ)
ରାମନାଥ ସାହୁ ( ସଂଗ୍ରାହକ)

Download in PDF Click Here
Odia MCQ Test Click Here

Biju Patnaik Biography in Odia pdf, Biju Patnaik Biography in Odia pdf, Biju Patnaik Biography in Odia pdf, Biju Patnaik Biography in Odia pdf, Biju Patnaik Biography in Odia p

Leave a Comment

error: Content is protected !!