Bana Mahotsav Essay in Odia

Bana Mahotsav Essay in Odia pdf Download | ବନ ମହୋତ୍ସବ

Facebook
Telegram
WhatsApp
LinkedIn

Bana Mahotsav Essay in Odia : Welcome to Odisha Festival Essay, your one-stop destination for all things related to the upcoming Odisha Festival! Here you will find all the information you need to know about Bana Mahotsaba Odia Essay, as well as insights and opinion pieces from our expert writers. We hope you enjoy reading our content and are inspired by the Bana mahotsav festivities that await us in Odisha this July. Thank you for choosing us. click here for check in wiki.

Bana Mahotsav Essay in Odia

ବନ ମହୋତ୍ସବ
ବା
ବୃକ୍ଷରୋପଣ

ଉପକ୍ରମ:-
ଏକ ସୁସ୍ଥ ପରିବେଶ ଗଠନ ନିମନ୍ତେ ସବୁଜ ବନାନୀର ଆବଶ୍ୟକତା ଅନସ୍ବୀକାର୍ଯ୍ୟ, ପ୍ରାଣୀ ଓ ଉଦ୍ଭିଦ ପରସ୍ପର ନିର୍ଭରଶୀଳ l ତେଣୁ ବୃକ୍ଷଲତା ବିନା ପ୍ରାଣୀ ଜଗତ ତିଷ୍ଠି ରହିବା ଅସମ୍ଭବ l ବୃକ୍ଷ ଆମର ସବୁଠାରୁ ଉପକାରୀ ବନ୍ଧୁ ଅଟେ l ପୃଥିବୀ ଏକମାତ୍ର ଗ୍ରହ ଯେଉଁଠି ବୃକ୍ଷଲତା ରହିଛି l ବୃକ୍ଷଲତା ସବୁଜ ସୁନ୍ଦର ଶୋଭା ପାଇଁ ଆମ ପୃଥିବୀ ଖୁବ୍ ସୁନ୍ଦର ଅଟେ l ବୃକ୍ଷ ଆମ ପୃଥିବୀବାସୀଙ୍କ ପାଇଁ ବରଦାନ ସଦୃଶ l ବୃକ୍ଷ ଦେବତା ସଦୃଶ l ବୃକ୍ଷ ପୂଜିତ l ବନ୍ଧୁ ଆମର l ତାର ଉପକାରର ତୁଳନା ନାହିଁ l ପ୍ରକୃତିର ସବୁଜିମା ଦେଖିଲେ ମନ ପୂରିଉଠେ l ବୃକ୍ଷ ଜ୍ଞାନ ଯୋଗାଏ l ସେହି ବୃକ୍ଷମୂଳରୁ ହିଁ ପ୍ରାକୃତିକ ପାଠଶାଳା ଆରମ୍ଭ ହୋଇଛି l ପୂର୍ବେ ଲୋକେ ମୁଖ୍ୟ ରାସ୍ତାର ଉଭୟ ପାର୍ଶ୍ବରେ ବୃକ୍ଷମାନ ଲଗାଇ ବାଟୋଇମାନଙ୍କ ପାଇଁ ଛାୟାର ଯୋଗାଡ଼ କରିପାରୁଥିଲେ l ତେଣୁ ବୃକ୍ଷଲତାର ଯତ୍ନ ନେବାପାଇଁ ଭାରତ ସରକାର ୧୯୫୦ ମସିହାରୁ ପ୍ରତିବର୍ଷ ଜାତୀୟ ସ୍ତରରେ ” ବୃକ୍ଷରୋପଣ ” ବା ” ବନ ମହୋତ୍ସବ ” ପ୍ରବର୍ତ୍ତନ କରିଛନ୍ତି l

ଉପକାରିତା:-
ବୃକ୍ଷ ଆମର ବନ୍ଧୁ l ବୃକ୍ଷର ଉପକାରିତା ସମସ୍ତ ପ୍ରାଣୀଜଗତ ପାଇଁ ଯଥେଷ୍ଟ ଅଧିକ ଅଟେ l ବୃକ୍ଷର ଉପକାରିତାକୁ ପୁରାଣରେ ୧୦ ଗୋଟି ପୁତ୍ର ସହ ତୁଳନା କରାଯାଇଛି l ବୃକ୍ଷଠାରୁ ମିଳୁଥିବା ୧୦ ଗୋଟି ବରଦାନ ହେଉଛି – ୧. ଅମ୍ଳଜାନ, ୨. ଆଶ୍ରୟ, ୩. ଜଳ, ୪. ମୃତ୍ତିକା, ୫. ଶକ୍ତି, ୬. ଖାଦ୍ୟ, ୭. ବସ୍ତ୍ର, ୮. ଔଷଧ, ୯. ଜାଳେଣି, ୧୦. ଛାୟା l ବୃକ୍ଷଠାରୁ ସବୁଠାରୁ ମୂଲ୍ୟବାନ ଜିନିଷ ଆମେ ଗ୍ରହଣ କରୁଛୁ ତା ହେଲା ଅମ୍ଳଜାନ, ଯାହାପାଇଁ ଆମେ ବଞ୍ଚିରହିଛୁ l ପଶୁପକ୍ଷୀମାନେ ନିଜ ଖାଦ୍ୟ ପାଇଁ ବୃକ୍ଷ ଉପରେ ନିର୍ଭର କରନ୍ତି l ବୃକ୍ଷ ଆମକୁ ଖାଦ୍ୟ, ଜାଳେଣି, ଆସବାବପତ୍ର ଓ ଗୃହ ଉପକରଣ ଆଦି ଯୋଗାଇଥାଏ l ବିଭିନ୍ନ ଜଙ୍ଗଲ ଜାତ ଦ୍ରବ୍ଯ ମଧ୍ୟରେ କାଠ, ଝୁଣା, ଲାଖ, ମହୁ, ନାନାବିଧ ଫଳ, ଔଷଧ ଆଦି ପାଇଥାଉ l ଏହାଛଡା ଘନ ଜଙ୍ଗଲରେ ବନ୍ୟପଶୁମାନେ ବାସ କରନ୍ତି l ହାତୀଦାନ୍ତ ଓ ବିଭିନ୍ନ ପଶୁର ଅସ୍ଥି, ଚର୍ମ, ଶିଙ୍ଗ ଓ ନାନା ପ୍ରକାର ପକ୍ଷୀ ଆମର ବହୁ ଉପକାରରେ ଲାଗିଥାଆନ୍ତି l
ବୃକ୍ଷମାନଙ୍କ ମଧ୍ୟରୁ କିଛି ବୃକ୍ଷ ପାଖରେ ଔଷଧୀୟ ଗୁଣରେ ଭରପୂର ରହିଥାଏ l ଏହି ଔଷଧୀୟ ବୃକ୍ଷମାନଙ୍କୁ ନେଇ ବିଭିନ୍ନ ରୋଗର ଉପଚାର କରାଯାଏ ଯାହାକୁ ଆୟୁର୍ବେଦ ଚିକିତ୍ସା କୁହାଯାଏ l ମଣିଷ ନିଜର ଆଶ୍ରୟସ୍ଥଳୀ ନିର୍ମାଣ କରିବା ପାଇଁ ବୃକ୍ଷ ଉପରେ ନିର୍ଭର କରିଥାଏ l ବୃକ୍ଷର ବିଭିନ୍ନ ଅଂଶକୁ ଜାଳେଣି ରୂପେ ବ୍ୟବହାର କରି ମଣିଷ ନିଜର ଖାଦ୍ୟ ପ୍ରସ୍ତୁତ କରିଥାଏ l ତେଣୁ ଜଙ୍ଗଲ ସମ୍ପଦ ନଷ୍ଟ କରିବା ଅର୍ଥ ନିଜର ଅଶେଷ କ୍ଷତି ସାଧନ କରିବା l ଏହି ସମ୍ପଦର ସୁରକ୍ଷା ନିମନ୍ତେ ଦେଶବାସୀ ଓ ସରକାରଙ୍କର ପଦକ୍ଷେପ ” ବନ ମହୋତ୍ସବ ” ନାମରେ ନାମିତ ହୋଇ ବୃକ୍ଷଲତାର ଉପକାରିତା ସମ୍ବନ୍ଧରେ ଜନ ସଚେତନତା ସୃଷ୍ଟି କରେ l

ଆବଶ୍ୟକତା:-
ବର୍ତ୍ତମାନ ଜନସଂଖ୍ୟା ବୃଦ୍ଧି ହେତୁ ଜନବସତି ଗଢିଉଠିଛି ଓ ଲୋକମାନେ ନିଜର ଆବଶ୍ୟକ ଗୃହ ଉପକରଣ ତଥା ଗୃହ ନିର୍ମାଣ କରିବାକୁ ନିର୍ବିକାରରେ ଜଙ୍ଗଲ ସମ୍ପଦ ଧ୍ଵଂସ କରିବାରେ ଲାଗିଛନ୍ତି l ଏହାଦ୍ବାରା ଆମର ଭବିଷ୍ୟତ ଜୀବନ ପ୍ରତି ଧ୍ଵଂସର କାରଣ l

ପଦକ୍ଷେପ:-
ବୃକ୍ଷ ତଥା ବନର ସୁରକ୍ଷା ନିମିତ୍ତ ପ୍ରତିବର୍ଷ ଜୁଲାଇ ମାସର ପ୍ରଥମ ସପ୍ତାହରେ ‘ ବନ ମହୋତ୍ସବ ‘ ସପ୍ତାହ ରୂପେ ପାଳନ କରାଯାଏ l ଜାତୀୟ ଜଙ୍ଗଲ ସଂରକ୍ଷଣ ନୀତି ଅନୁସାରେ ସରକାର ବୃକ୍ଷ ରୋପଣକୁ ଅଗ୍ରାଧିକାର ଦେଇଛନ୍ତି l ସରକାର ମାଗଣାରେ ଚାରାଗଛ ଯୋଗାଉଛନ୍ତି l ଏହାଛଡା ରେଡ଼ିଓ, ଟେଲିଭିଜନ ଓ ଖବରକାଗଜ ମାଧ୍ୟମରେ ଏବଂ ବିଭିନ୍ନ ସଭାସମିତି ଜରିଆରେ ବନୀକରଣ ମହତ୍ତ୍ୱ ବିଷୟରେ ଆଲୋଚନା ହେଉଛି l ଗ୍ରାମରେ ଥିବା ଅନାବାଦୀ ଜମି, ପଡିଆ, ନଦୀ ଉପତ୍ୟକା ଓ ପାର୍ବତ୍ୟ ଅଞ୍ଚଳରେ ବୃକ୍ଷରୋପଣ କରାଯାଇଥାଏ l ଆହୁରି ମଧ୍ୟ ବିଦ୍ୟାଳୟ ଓ ଅନ୍ୟାନ୍ୟ ସାମାଜିକ ଅନୁଷ୍ଠାନମାନ ଏ ଦିଗରେ ସହଯୋଗ କରନ୍ତି l

ବୃକ୍ଷ ନିର୍ବାଚନ:-
‘ ବୃକ୍ଷ ନିର୍ବାଚନ ‘ ଅର୍ଥ ଗଛ ବାଛିବା l କେଉଁ ପ୍ରକାରର ଜମିରେ କେଉଁ ପ୍ରକାରର ଗଛ ଲାଗିବ ତାହା ଆମେ ବାଛିବା ଦରକାର l ଯେଉଁ ଭୂମିରେ ଯେଉଁ ଜାତିର ଗଛ ଭଲ ବଡ଼ିପାରିବ ସେଠାରେ ସେହି ଜାତିର ବୃକ୍ଷରୋପଣ କରାଯିବା ଆବଶ୍ୟକ l ଗୃହ ପରିବେଶରେ ବିଭିନ୍ନ ପ୍ରକାରର ଫୁଲ ଓ ଫଳଗଛ ଲଗାଇବା ଉଚିତ୍ l ଗ୍ରାମ୍ୟ ପରିବେଶରେ ବିଭିନ୍ନ ପ୍ରକାରର ଗଛ ଯଥା- ଇଉକାଲିପଟାସ , ବର, ଅଶ୍ୱତଥ, ଜାମୁ ଆଦି ଲଗାଇବା ଉଚିତ l

ବୃକ୍ଷରୋପଣର ସମୟ:-
ସାଧାରଣତଃ ବର୍ଷାଋତୁ ହିଁ ବୃକ୍ଷରୋପଣ ପାଇଁ ପ୍ରକୃଷ୍ଟ ସମୟ l ସରକାର ମଧ୍ୟ ବୃକ୍ଷରୋପଣକୁ ପ୍ରାଧାନ୍ୟ ଦେଇ ପ୍ରତ୍ୟେକ ବର୍ଷ ଜୁଲାଇ ମାସରେ ବନ ମହୋତ୍ସବ ପାଳନ କରିଥାନ୍ତି l ସଠିକ ରୂପେ ବୃକ୍ଷରୋପଣ ନିମନ୍ତେ ବିଭିନ୍ନ ବିଧି ଓ ପରିପାଳନ ବିଧି ସରକାରଙ୍କ କୃଷି ବିଭାଗ ବା ଉଦ୍ୟାନ ବିଭାଗର ବିଶେଷଜ୍ଞମାନଙ୍କ ସହିତ ପରାମର୍ଶ କରି ଜାଣିରଖିବା ଉଚିତ୍ l

ରୋପିତ ବୃକ୍ଷର ସୁରକ୍ଷା:-
ବୃକ୍ଷଚାରାଗୁଡ଼ିକୁ ଖାଲି ରୋପଣ କରିଦେଲେ ଯଥେଷ୍ଟ ହେବନାହିଁ , ଚାରାଗୁଡ଼ିକର ଠିକ୍ ରୂପେ ନିୟମିତ ଭାବରେ ସେଗୁଡ଼ିକର ହେପାଜତ କରିବା ଆବଶ୍ୟକ l ଠିକ୍ ସମୟରେ ପାଣି ଦେବା ସହ ବାଡ଼ କରିବାକୁ ପଡ଼ିବ l ତୃଣଭୋଜି ପ୍ରାଣୀଙ୍କଠାରୁ ରକ୍ଷା କରିବାକୁ ପଡ଼ିବ l ଗଛ କଟାଳିମାନଙ୍କଠୁ ମଧ୍ୟ ରକ୍ଷା କରିବାକୁ ପଡ଼ିବ l

ଶେଷ କଥା:-
ଅଧିକ ବୃକ୍ଷ ରୋପଣ କରି ପରିବେଶକୁ ସୁନ୍ଦର କରି ରଖିବା ଆମର କର୍ତ୍ତବ୍ୟ l ସାମାଜିକ ବନୀକରଣ ଯୋଜନା ମାଧ୍ୟମରେ ଅଧିକ ଗଛ ଲଗାଇ ତାର ଯତ୍ନ ନେବା ମଧ୍ୟ ଆମର କର୍ତ୍ତବ୍ୟ l ବନ ମହୋତ୍ସବର ଅନ୍ୟ ଉଦ୍ଦେଶ୍ୟ ହେଉଛି ବନୀକରଣ l ଉକ୍ତ କାର୍ଯ୍ୟକ୍ରମରେ ଜନସାଧାରଣଙ୍କର ଆନ୍ତରିକ ସହଯୋଗ ଏକାନ୍ତ କାମ୍ୟ l ବନ ମହୋତ୍ସବ ଦ୍ଵାରା ଆମେ ସମଗ୍ର ବିଶ୍ୱର ହିତ ସାଧନ କରିବା ସହ ଉଦ୍ଭିଦ ଜଗତ ପ୍ରତି ଆମ ପ୍ରକୃଷ୍ଟ କର୍ତ୍ତବ୍ୟ ସମ୍ପାଦନ କରିଥାଉ l ଏହାକୁ ଏକ ଜାତୀୟ କର୍ତ୍ତବ୍ୟ ଜ୍ଞାନ କରି ବନ୍ୟ ସମ୍ପଦ ଓ ବନ୍ୟ ଭୂମିର ରକ୍ଷା ନିମନ୍ତେ ଆମେ ସମସ୍ତେ ଅଣ୍ଟାଭିଡ଼ି ଆଗେଇ ଆସିଲେ ଜାତିର ପ୍ରଗତି ଅବଶ୍ୟମ୍ଭାବୀ l

Written by:-
Jyotirmayee Sahu
M.A, M.Ed

Download PDF Click Here
Odia MCQ Test Click Here
Women Empowerment Essay in Odia Click Here
Swachh Bharat Essay in Odia Click Here
Corona Essay in Odia Click Here
Raja Parba Odia Essay in Odia Free PDF Click Here

Bana Mahotsav Essay in Odia, Bana Mahotsav Essay in Odia, Bana Mahotsav Essay in Odia, Bana Mahotsav Essay in Odia, Bana Mahotsav Essay in Odia, Bana Mahotsav Essay 

Leave a Comment

error: Content is protected !!