4th Class Odia Book Question Answer

4th Class Odia Book Question Answer

Facebook
Telegram
WhatsApp
LinkedIn

The “4th Class Odia Book Question Answer” is a complete useful resource designed to help fourth-grade students in mastering the Odia language. This ebook contains a collection of questions and solutions that align with the curriculum and topics covered within the fourth-grade Odia language path.

4th Class Odia Book Question Answer

4th Class Odia Book Question Answer

4th Class Odia Book Question Answer
Chapter 1 (ଟିକି ଟିକି)

୧. ଆସ କଥାବାର୍ତ୍ତା ହେବା

a) ସମୁଦ୍ର କିପରି ସୃଷ୍ଟି ହୋଇଛି ବୋଲି କବି କହିଛନ୍ତି?
ଉ – ଟିକି ଟିକି ପାଣି ଟୋପାରେ ସମୁଦ୍ର ସୃଷ୍ଟି ହୋଇଛି l

b) ପାହାଡ଼, ପଡିଆ, ନଗର ସବୁ ଧୂଳିରେ ଗଢ଼ା ହୋଇଛି ବୋଲି କବି କାହିଁକି କହିଛନ୍ତି?
ଉ – ଟିକି ଟିକି ଧୂଳିକଣା ମିଶି ଏ ପୃଥିବୀ ସୃଷ୍ଟି ହୋଇଛି l ପାହାଡ଼, ପଡିଆ, ନଗର ସବୁ ସେହି ଧୂଳିକଣାର ଉପାଦାନରେ ଗଢି ଉଠିଥିବାରୁ କବି ଏପରି କହିଛନ୍ତି l

c) ଜଙ୍ଗଲ କିପରି ଲୋକମାନଙ୍କର ଉପକାର କରୁଛି?
ଉ – ଜଙ୍ଗଲରେ ଅନେକ ମୂଲ୍ୟବାନ ଗଛ ରହିଛି l ଯାହା ଲୋକମାନଙ୍କ ଅନେକ ଉପକାରରେ ଲାଗିଥାଏ l ମନୁଷ୍ୟ ଜଙ୍ଗଲରୁ ନିଜର ଆବଶ୍ୟକତା ପୂରଣ କରିଥାଏ, ଯେପରି କି ଖାଦ୍ୟ, ବସ୍ତ୍ର, ବାସଗୃହ ଇତ୍ୟାଦି l ଏହାବ୍ୟତୀତ ଔଷଧ ପରି ଅନେକ ମୂଲ୍ୟବାନ ପଦାର୍ଥ ପାଇଥାଏ l

d) ‘ ତୋଫା କରନ୍ତି କ୍ଷୀତି ‘ ପଦଟିର ଅର୍ଥ କଣ?
ଉ -‘ କ୍ଷିତି ‘ ର ଅର୍ଥ ପୃଥିବୀ ଏବଂ ‘ ତୋଫା ‘ ର ଅର୍ଥ ଉଜ୍ଜ୍ୱଳ l ‘ ତୋଫା କରନ୍ତି କ୍ଷିତି ‘ କହିଲେ ପୃଥିବୀକୁ ଉଜ୍ଜ୍ୱଳ କରନ୍ତି l ଅର୍ଥାତ୍ ଟିକି ଟିକି ଅନେକ ତାରା ଆକାଶରେ ଉଦିତ ହୋଇ ସାରା ପୃଥିବୀକୁ ଉଜ୍ଜ୍ୱଳ କରନ୍ତି l

e) ଦୟାମୟଙ୍କ ଚର କହିଲେ କଣ ବୁଝାଯାଏ?
ଉ – ଦାୟାମୟଙ୍କ ଚର କହିଲେ ଭଗବାନଙ୍କ ଦୂତକୁ ବୁଝାଏ l

f) କଣ କଲେ ଆମର ଜୀବନ ସାର୍ଥକ ହେବ?
ଉ – ଜୀବନକାଳ ମଧ୍ୟରେ ଟିକି ଟିକି କାର୍ଯ୍ଯ କରି ଅନ୍ୟର ଉପକାର ସାଧନ କରିପାରିଲେ ଆମର ଜୀବନ ସାର୍ଥକ ହେବ l

୨. ଯେମିତି ‘ଟିକିଟିକି ଧୂଳିକଣା’ , ସେହିପରି ଟିକିଟିକି ଲଗାଇ ଆଉ କେତୋଟି ପଦ ଲେଖ l
ଟିକିଟିକି ଗଛ
ଟିକିଟିକି ଚଢ଼େଇ
ଟିକିଟିକି ପିଲା
ଟିକିଟିକି ତାରା
ଟିକିଟିକି ମାଛ

୩. ତଳେ ଚାରୋଟି ଶବ୍ଦ ଲେଖା ହୋଇଛି l ପ୍ରତି ଶବ୍ଦ ତଳେ ଦୁଇଟି ଲେଖାଏଁ ଏପରି ଶବ୍ଦ ଲେଖିବା, ଯେପରି ତଳକୁ ତଳ ଥିବା ଶବ୍ଦଗୁଡ଼ିକ ଏକାଭଳି ଶୁଭୁଥିବ l
ଯେପରି – ସିନ୍ଧୁ ଧରା ଧନ ନର
ଇନ୍ଦୁ ସରା ବନ ସର
ଖରା ମନ ଘର

୪. ଆସ ତଳ ଶବ୍ଦଗୁଡିକର ଅର୍ଥ ଅଭିଧାନରୁ ବାହାର କରି ଲେଖିବା l
ଧରା – ପୃଥିବୀ
ତୋଫା – ଉଜ୍ଜ୍ୱଳ
ବିନାଶି – ଦୂରକରି
କ୍ଷିତି – ପୃଥିବୀ
ସୁଗତି – ଭଲ ଗତି
ମର୍ତ୍ତ୍ୟ – ପୃଥିବୀ

୫. କବିତାର କଛି ଅଂଶ ଛାଡ଼ି ଦିଆଯାଇଛି l ଆସ ସେହି ଅଂଶକୁ ମନେପକାଇ ଶୂନ୍ୟସ୍ଥାନ ପୂରଣ କରିବା l

a) ଟିକିଟିକି ଧୂଳି କଣିକା — ମିଶି ହୋଇଛି ଧରା
ପାହାଡ଼, ପଡ଼ିଆ, ନଗର —– ସବୁ ଧୂଳିରେ ଗଢ଼ା
b) ଲବେଲବେ ଦୟା ହୃଦୟୁ —- ଦେଇପାରେ ଯେ ନର,
ସେ ଏକା —- ବୋଲାଏ ଜଗତେ ଦୟାମୟଙ୍କ ଚର l

୬. ” ଗୋଟିଗୋଟି କେତେ ଗଛରେ ପରା ତିଆରି ବନ
ଏତେ ଲୋକହିତ ସାଧୁଛି ଏତେ ବାଣ୍ଟୁଛି ଧନ l”

ଉପରେ ଲେଖାଥିବା ପଦର ଅର୍ଥ ପାଞ୍ଚଟି ବାକ୍ୟରେ ଲେଖିବା l

a) ଗୋଟିଗୋଟି କରି ଅନେକ ଗଛକୁ ନେଇ ବନ ସୃଷ୍ଟି ହୋଇଛି l
b) ବଣରେ ଥିବା ଗଛରୁ ଲାଖ, ମହୁ, ଝୁଣା ଆଦି ଅନେକ ମୂଲ୍ୟବାନ ପଦାର୍ଥ ମିଳିଥାଏ l
c) ଘର ତିଆରି ପାଇଁ ଲୋକମାନେ ଜଙ୍ଗଲରୁ କାଠ ଓ ବାଉଁଶ ପାଇଥାନ୍ତି l
d) ଗଛଗୁଡ଼ିକରୁ ଲୋକମାନେ ସ୍ଵାଦିଷ୍ଟ ଫଳ ପାଇଥାନ୍ତି l
e) ବଣରେ ଥିବା ବହୁ ବୃକ୍ଷଲତାରୁ ଔଷଧ ତିଆରି ହୋଇଥାଏ l ଏହିପରି ଜଙ୍ଗଲ ନିଜର ମୂଲ୍ୟବାନ ସମ୍ପତ୍ତିକୁ ଲୋକମାନଙ୍କ ହିତସାଧନ ପାଇଁ ବିତରଣ କରିଥାଏ l

୭. ଯେମିତି ‘ ସିନ୍ଧୁ ‘ ର ଅର୍ଥ ବୁଝାଉଥିବା ଆଉ କେତୋଟି ଶବ୍ଦ ହେଉଛି ସାଗର, ସମୁଦ୍ର, ପାରାବାର l ସେହିପରି ତଳ ଶବ୍ଦଗୁଡ଼ିକର ଅର୍ଥ ବୁଝାଉଥିବା ଆଉ କେତୋଟି ଶବ୍ଦ ଲେଖିବା l

a) ଧରା – ପୃଥିବୀ, ଧରଣୀ, ଧରିତ୍ରୀ
b) ବନ – ଜଙ୍ଗଲ, ଅରଣ୍ୟ, କାନନ
c) ନର – ମନୁଷ୍ୟ, ମାନବ, ମନୁଜ

4th Class Odia Book Question Answer
Chapter-2 ( ହଜିଲା ଦିନର କଥା)

୧. ଆସ କଥାବାର୍ତ୍ତା ହେବା l
a) ସକାଳ ବୁଲାରୁ ଫେରି ମଧୁବାବୁ କଣ ଦେଖିଲେ?
ଉ – ସକାଳ ବୁଲାରୁ ଫେରି ମଧୁବାବୁ ଦେଖିଲେ ଯେ ତାଙ୍କ ଦ୍ଵାରରେ କେତେକ କତରା କସ୍ତା ପିନ୍ଧା କିଛି ସ୍ତ୍ରୀ ଲୋକ କାଖରେ କୁନି କୁନି ଛୁଆଙ୍କୁ ଧରି ଅପେକ୍ଷା କରି ଠିଆ ହୋଇଛନ୍ତି ଓ ଦାଣ୍ଡ ଦ୍ଵାରରେ ଗିନା, ଗୋଡୁ, ଠେକି, ଢାଳ ଥୁଆ ହୋଇଛି l

b) ମଧୁବାବୁ ସୁଦାମ ଉପରେ କାହିଁକି ରାଗିଲେ?
ଉ – ସୁଦାମ ମଧୁବାବୁଙ୍କ ଅଜାଣତରେ ଗରିବ ଲୋକଙ୍କୁ କ୍ଷୀର ବିକି ପଇସା ନେଉଥିବାରୁ ମଧୁବାବୁ ସୁଦାମ ଉପରେ ରାଗିଗଲେ l

c) ସୁଦାମର କଥା ଶୁଣି ମଧୁବାବୁ କଣ କହିଲେ?
ଉ – ସୁଦାମର କଥା ଶୁଣି ମଧୁବାବୁ କହିଲେ, ” ହଇରେ! ମଧୁ ଦାସ ଶେଷକୁ କ୍ଷୀର ବିକିବ? ଛି – ଛି ! ତା ‘ ପୁଣି ଏଇ ଗରିବ ଲୋକଗୁଡ଼ାଙ୍କୁ! ଲୋକେ ଶୁଣିଲେ କଣ କହିବେ? ଗାଈଙ୍କର ଯଦି ଦାନା ଅଭାବ ହେଉଛି ମୋତେ ଜଣାଇଲୁ ନାହିଁ ? ଖାଇବାକୁ ଦେଇ ନ ପାରିଲେ ମଧୁଦାସ ଗୋଟି ଗୋଟି କରି ସବୁ ଗାଈ ବିକି ଦେବ ସିନା, କ୍ଷୀର ବିକିପାରିବ ନାହିଁ l

ଅଭାବ ଭିତରେ ‘ ଉତ୍କଳ ଟ୍ୟାନେରୀ ‘ ଜୋତା କାରଖାନାଟା ନିଲାମ ହୋଇଗଲା l ତା ‘ ଦେହ ସହିଲା; ତଥାପି ମଧୁଦାସ ତଳକୁ ଖସିଯାଇ ନାହିଁ l ନା, ତା ‘ ହୋଇପାରିବ ନାହିଁ l କାଲିଠାରୁ କ୍ଷୀର ମାଗଣା ଦିଆଯିବ l ଗାଈ ଦୁହାଳ ଥିବା ପର୍ଯ୍ୟନ୍ତ କୋଠି ଖର୍ଚ୍ଚରୁ କାଟି ଏହି ଛୁଆମାନଙ୍କୁ କ୍ଷୀର ଦିଆଯିବ l”

d) ଗରିବ ଲୋକମାନଙ୍କୁ କ୍ଷୀର ଦେବା ବିଷୟରେ ମଧୁବାବୁ ସୁଦାମକୁ କି ପରାମର୍ଶ ଦେଲେ?
ଉ – ଗରିବ ଲୋକଙ୍କୁ ମାଗଣା କ୍ଷୀର ଦେବା ପାଇଁ ମଧୁବାବୁ ସୁଦାମଙ୍କୁ ପରାମର୍ଶ ଦେଲେ l ଘର ଖର୍ଚ୍ଚରୁ କାଟି ଗରିବ ଛୁଆମାନଙ୍କୁ ଗାଈ ଦୁହାଳ ଥିବା ପର୍ଯ୍ୟନ୍ତ କ୍ଷୀର ଦେବାର ବ୍ୟବସ୍ଥା କରିବାକୁ ମଧୁବାବୁ କହିଲେ l

e) ମଧୁବାବୁଙ୍କ ଅଭାବ ଘଟିଲା କାହିଁକି?
ଉ – ମଧୁବାବୁ ସ୍ଥାପିତ କରିଥିବା ଜୋତା କାରଖାନା ଉତ୍କଳ ଟ୍ୟାନେରୀରୁ ବହୁତ ପରିମାଣରେ ଦେଶବିଦେଶରେ ବିକ୍ରି ହେଉଥିଲା l କିନ୍ତୁ ମଧୁବାବୁ କାମରେ ଟିକେ ଖଇଚା ଦେଖିଲେ ବିଡ଼ାବିଡ଼ା ଜୋତା ପୋଡ଼ି ଦେଉଥିଲେ l ତେଣୁ ମଧୁବାବୁଙ୍କର ଘୋର ଅଭାବ ଘଟିଲା l

୨. ବହିପତ୍ର, ପାଣିପବନ ପରି ଏହି ବିଷୟରେ ପଡ଼ିଥିବା କେତୋଟି ଯୋଡ଼ାଯୋଡ଼ା ଶବ୍ଦ ଖୋଜି ବାହାର କର l
ଉ – ଦୁଃଖଦୁର୍ଦ୍ଦଶା, ବିଡାବିଡା, ଗୁହାଳଗୋବର, ଖାଇପିଇ, ବୋଲହାକ, ନଡ଼ାପାଳ, ଜଣାଶୁଣା l

୩. କିଏ କେଉଁ ଉପାଧିରେ ଭୂଷିତ ତାହା ଲେଖ l
ଉ – ମଧୁସୂଦନ ଦାସ – ଉତ୍କଳ ଗୌରବ
ଯଦୁମଣି ମହାପାତ୍ର – ଉତ୍କଳ ଘଣ୍ଟ
କୁନ୍ତଳା କୁମାରୀ ସାବତ – ଉତ୍କଳ ଭାରତୀ
ଗୋପବନ୍ଧୁ ଦାସ – ଉତ୍କଳମଣି
ହରେକୃଷ୍ଣ ମହତାବ – ଉତ୍କଳ କେଶରୀ
ପଦ୍ମଚରଣ ରାୟ – ଉତ୍କଳ ଭୀମ

୪. କେଉଁ ଶବ୍ଦର ଅର୍ଥ କଣ ତାହା ଲେଖ l
ଉ – ତଲାସ – ଅନୁସନ୍ଧାନ କରିବା
ହେପାଜତ – ଯତ୍ନ ନେବା
ନିସ୍ତେଜ – ମଳିନ
କିଲ୍ଲା – ଗଡ


୫. ତଳଲିଖିତ ଉତ୍ତରଗୁଡ଼ିକ ପାଇବା ପାଇଁ ଆସ ପ୍ରଶ୍ନ ତିଆରି କରିବା ଓ ଲେଖିବା l

a) ଛୁଆଗୁଡ଼ିକ ପୁଙ୍ଗୁଳା , ପତଳା ଓ ଦୁର୍ବଳ ଚେହେରାର ଥିଲେ l
ଉ – ଛୁଆଗୁଡ଼ିକ ଦେଖିବାକୁ କିପରି ଥିଲେ?
b) ସୁଦାମର ଘର ବିଦାନାସିରେ l
ଉ – ସୁଦାମର ଘର କେଉଁଠି ?
c) ଜୋତାଗୁଡ଼ିକ ଦେଶବିଦେଶକୁ ଚାଲାଣ ହେଇଥିଲା l
ଉ – ଜୋତାଗୁଡ଼ିକ କେଉଁଠାକୁ ଚାଲାଣ ହେଇଥିଲା ?
d) ୧୮୮୦ ମସିହାରେ ସେ କଲିକତା ଛାଡ଼ି କଟକ ଆସିଲେ l
ଉ – କେବେ ସେ କଲିକତା ଛାଡ଼ି କଟକ ଆସିଲେ ?
e) ଚାରି ପାଞ୍ଚ ମୁଠା ଖଇ ତାଙ୍କର ଅତି ପ୍ରିୟ ଜଳଖିଆ ଥିଲା l
ଉ – ତାଙ୍କର ପ୍ରିୟ ଜଳଖିଆ କଣ ଥିଲା ?

୬. ଯେପରି – ” ମଥାକୁ ରାଗ ଚଢ଼ିଯିବା” ସେହିପରି ତଳେ ଥିବା ଅଂଶଗୁଡିକୁ ପଢି ଶୂନ୍ୟସ୍ଥାନ ପୂରଣ କର l
a) ଆଖି ରୁ ଜୁଳୁଜୁଳିଆ ପୋକ ବାହାରିବା
b) ଭୋକ ରେ ହଂସା ଉଡ଼ିଯିବା
c) ରାଗ ରେ ଦେହ ଜଳିଯିବା
d) ଘୃଣା ରେ ନାକଟେକିବା
e) ଭକ୍ତି ରେ ମୁଣ୍ଡ ନଇଁଯିବା

୭. ଆସ ତଳେ ଦିଆଯାଇଥିବା ଶବ୍ଦଗୁଡ଼ିକୁ ଲଗାଇ ଗୋଟାଏ ଲେଖାଏଁ ବାକ୍ୟ ଗଠନ କରିବା l
a) ହିତ – ସକାଳର ସୂର୍ଯ୍ୟକିରଣ ଦେବାପାଇଁ ହିତ ଅଟେ l
b) ଫୂର୍ତ୍ତି – ପ୍ରତ୍ୟେକ ଦିନ ସକାଳୁ ଯୋଗ କଲେ ଦେହ ଓ ମନ ଫୂର୍ତ୍ତୀ ରହେ l
c) ସତେଜ – ସର୍ବଦା ସତେଜ ପରିବା ଖାଇବା ଉଚିତ୍ l
d) ଦୁର୍ଦ୍ଦଶା – ହରି ଦୁର୍ଦ୍ଦଶା ଦେଖି ମୁଁ କାନ୍ଦି ପକାଇଲି l
e) ସଅଳ – ରାମ ଆଜି ସଅଳ କାମକୁ ଚାଲିଗଲା l

୮. ତଳ ବାକ୍ୟଟି ପଢ଼ l ସେହି ଅନୁସାରେ ଖାଲି ସ୍ଥାନଗୁଡିକ ପୂରଣ କର l ଯେପରି ‘ ସେ ହତା ଭିତରେ ପଶୁପଶୁ ଅନେକ ଲୋକଙ୍କୁ ଦେଖିଲେ l ‘
a) ମୁଁ ଘରେ ଗୋଡ଼ ଦେଉଦେଉ – ମାଙ୍କର ସବୁ କଥା ଜାଣିଗଲି l
b) ସେ ଖେଳାଳିଟି ପେଣ୍ଡୁଟିକୁ ମାରୁମାରୁ – ପଡ଼ିଗଲା l
c) ଆଈ ମୋତେ ଗପଟି କହୁକହୁ – କାନ୍ଦି ପକାଇଲେ l
d) ଭୀମ ମଣ୍ଡାପିଠାତକ ଖାଉଖାଉ – ସବୁ ଖାଇଦେଲା l

୯.’ କ ‘ ସ୍ତମ୍ଭର ଶଦ୍ଦ ସହିତ’ ଖ ‘ ସ୍ତମ୍ଭରେ ଥିବା ଯେଉଁ ଶବ୍ଦର ସମ୍ପର୍କ ଅଛି ତାକୁ ବାଛି ଏକାଠି କରିବା ଓ ନୂଆ ଶଦ୍ଦ ଲେଖିବା l
ଉ – ଦାରୁଣ – ଅଭାବ
କସ୍ତା – ଲୁଗା
ପ୍ରବେଶିକା – ପରୀକ୍ଷା
କଅଁଳ – ଖରା
କାଳି – ଅନ୍ଧାର
ନୁଖୁରା – ମୁଣ୍ଡ


୧୦. ବନ୍ଧନୀ ମଧ୍ୟରେ ଭିନ୍ନ ଭିନ୍ନ ପ୍ରକାରର କେତେଗୁଡ଼ିଏ ନାମ ଦିଆଯାଇଛି l ଏଇ ନାମଗୁଡ଼ିକ କାହାର ତାହା ବାଛି ଖାଲି ଜାଗାରେ ଲେଖିବା l
( ସୁଦାମ, କଟକ, ଓକିଲାତି, ଗାଈ, ସହିଷ୍ଣୁତା)

a) ଗୋଟିଏ ପଶୁର ନାମ – ଗାଈ
b) ଜଣେ ବ୍ୟକ୍ତିର ନାମ – ସୁଦାମ
c) ଗୋଟିଏ ସ୍ଥାନର ନାମ – କଟକ
d) ଏକ ପ୍ରକାର ଜୀବିକାର ନାମ – ଓକିଲାତି
e) ଗୋଟିଏ ଭଲ ଗୁଣର ନାମ – ସହିଷ୍ଣୁତା

୧୧. ଫୁଲର ପାଖୁଡ଼ା ମଧ୍ୟରୁ ଗୋଟିଏ ଗୋଟିଏ କାମକୁ ବାଛି ତଳେ ଦିଆଯାଇଥିବା ଶୂନ୍ୟ ସ୍ଥାନ ପୂରଣ କର l

a) ସୁଦାମ ଗାଈମାନଙ୍କର – ହେପାଜତ କରେ
b) ସୁଦାମ ସବୁ ଜିନିଷର – ତଦାରଖ କରେ
c) ସୁଦାମ ବାବୁଙ୍କର – ବୋଲହାକ କରେ
d) ମଧୁବାବୁ ପ୍ରବେଶିକା ପରୀକ୍ଷାରେ – ପାସ୍ କରିଥିଲେ
e) ମଧୁବାବୁ ଜଳଖିଆରେ ଖଇ – ଖାଉଥିଲେ
f) ଉତ୍କଳ ଟ୍ୟାନେରୀରେ ଓଡିଆ କାରିଗରମାନେ ଜୋତା – ତିଆରି କରୁଥିଲେ

4th Class Odia Book Question Answer
Chapter
– 3(ରାଜାଙ୍କ ନୂତନ ପରିଚ୍ଛଦ)

୧. ଆସ କଥାବାର୍ତ୍ତା ହେବା l
a) ରାଜାଙ୍କର ପ୍ରଧାନ ସଉକ କଣ ଥିଲା?
ଉ – ପ୍ରତିଦିନ ଗୋଟିଏ ଗୋଟିଏ ନୂଆ ପୋଷାକ ପିନ୍ଧିବା ରାଜାଙ୍କର ସଉକ ଥିଲା l
b) ନୂତନ ପରିଚ୍ଛଦଟି ଦେଖିବା ପାଇଁ ରାଜା ପ୍ରଥମେ କାହାକୁ ପଠାଇଥିଲେ?
ଉ – ନୂତନ ପରିଚ୍ଛଦଟି ଦେଖିବା ପାଇଁ ରାଜା ପ୍ରଥମେ ନିଜର ପ୍ରଧାନମନ୍ତ୍ରୀଙ୍କୁ ପଠାଇଥିଲେ l
c) ପ୍ରଧାନମନ୍ତ୍ରୀ ନିଜର ଦୁର୍ବଳତା ଘୋଡାଇବାକୁ ଯାଇ ଶଠ ଦୁଇଜଣଙ୍କୁ କଣ କହିଥିଲେ?
ଉ – ପ୍ରଧାନମନ୍ତ୍ରୀ ନିଜର ଦୁର୍ବଳତା ଘୋଡାଇବାକୁ ଯାଇ ଶଠ ଦୁଇଜଣଙ୍କୁ କହିଲେ,” ନିଶ୍ଚୟ ନିଶ୍ଚୟ, ଏହା ଏକ ଚମତ୍କାର ପୋଷାକ l ରାଜାଙ୍କ ଦେହକୁ ଏହା ଖୁବ୍ ମାନିବ l”
d) ପ୍ରଧାନ ବିଚାରପତି କାରିଗରଙ୍କ ନିକଟରୁ ଫେରିଆସି ରାଜାଙ୍କୁ କଣ ଜଣାଇଥିଲେ?
ଉ – ପ୍ରଧାନ ବିଚାରପତି କାରିଗରଙ୍କ ନିକଟରୁ ଫେରିଆସି ରାଜାଙ୍କୁ ଜଣାଇଲେ , ” ମହାରାଜ, ଏହି କାରିଗର ଦୁହେଁ ଅସାଧାରଣ ଓ ଆଶ୍ଚର୍ଯ୍ୟଜନକ ପୋଷାକ ପ୍ରସ୍ତୁତ କରୁଛନ୍ତି l”
e) ନୂତନ ପରିଚ୍ଛଦଟି ପିନ୍ଧାଇବାକୁ ଆସି ଭୃତ୍ୟଟି ରାଜାଙ୍କୁ କଣ କହିଲା ?
ଉ – ନୂତନ ପରିଚ୍ଛଦଟି ପିନ୍ଧାଇବାକୁ ଆସି ଭୃତ୍ୟଟି ରାଜାଙ୍କୁ କହିଲା ,” ମହାରାଜ, ମୁଁ ପଛକେ ବୋକା ଓ ଅଯୋଗ୍ୟ ବୋଲି ପ୍ରମାଣିତ ହୋଇପାରେ , କିନ୍ତୁ ଆପଣଙ୍କୁ ଖୁସି କରିବା ପାଇଁ କେବେହେଲେ ମିଥ୍ୟା କହିପାରିବି ନାହିଁ l ପ୍ରକୃତରେ ଏ ଥାଳିରେ କୌଣସି ବସ୍ତ୍ର ନାହିଁ, ମୋର ମନେହୁଏ, ସେ ଦୁଇଜଣ ମିଛୁଆ ଓ ଠକ ଅଟନ୍ତି l ଆମକୁ ଠକି ବହୁ ଅର୍ଥ ନେଇ ପଳାଇଛନ୍ତି l”

୨. ଆସ ଉତ୍ତର ଲେଖିବା l
a) ନୂଆନୂଆ ପୋଷାକ ପାଇଁ ପାଗଳ ହୋଇ ରାଜା ଦିନେ କଣ ଘୋଷଣା କଲେ?
ଉ – ନୂଆ ନୂଆ ପୋଷାକ ପାଇଁ ରାଜା ପାଗଳ ହୋଇ ଦିନେ ଘୋଷଣା କଲେ ଯେ ଯେଉଁ କାରିଗର ତାଙ୍କ ପାଇଁ ସଂପୂର୍ଣ୍ଣ ଏକ ନୂତନ ଧରଣର ପୋଷାକ ତିଆରି କରିପାରିବ ତାକୁ ସେ ଏକ ସହସ୍ର ସ୍ଵର୍ଣ୍ଣ ମୁଦ୍ରା ପୁରସ୍କାର ଦେବେ l
b) ଅର୍ଥ ଲୋଭରେ ଶଠ ଦୁଇଜଣ ରାଜାଙ୍କୁ କଣ କହିଲେ?
ଉ – ଅର୍ଥ ଲୋଭରେ ଶଠ ଦୁଇଜଣ ରାଜାଙ୍କୁ କହିଲେ, ” ମହାରାଜ! ଆମ୍ଭେ ସଂପୂର୍ଣ୍ଣ ଏକ ନୂତନ ଧରଣର ପୋଷାକ ଆପଣଙ୍କ ନିମନ୍ତେ ପ୍ରସ୍ତୁତକରିଦେବୁ l
c) ପ୍ରଧାନମନ୍ତ୍ରୀ ଚିନ୍ତାମଗ୍ନ ହୋଇପଡିଲେ କାହିଁକି?
ଉ – ତନ୍ତଟିର କୌଣସି ବସ୍ତ୍ର ନ ଥିବାର ଦେଖି ପ୍ରଧାନମନ୍ତ୍ରୀ ଚିନ୍ତାମଗ୍ନ ହୋଇପଡିଲେ l
d) ରାଜା କାହିଁକି ‘ ସାବାସ ସାବାସ ‘ କହିଲେ?
ଉ – ରାଜା ନିଜର ଲଜ୍ଜାକୁ ଘୋଡାଇବା ପାଇଁ ମିଛରେ ‘ ସାବାସ ସାବାସ ‘ କହିଲେ l
e) ରାଜା ନିଜର ଭ୍ରମ ବୁଝିପାରିଲେ କିପରି?
ଉ – ଜନ୍ମଦିନ ସକାଳୁ ରାଜାଙ୍କ ଭୃତ୍ୟ ରାଜାଙ୍କୁ ନୂତନ ପରିଚ୍ଛଦଟି ପିନ୍ଧାଇ ଦେବାକୁ ଆସି ଶୂନ୍ୟଥାଳୀ ଦେଖି ପ୍ରକୃତ ସତ୍ୟ ଘଟଣା ପ୍ରକାଶ କରିବାରୁ ରାଜା ନିଜର ଭ୍ରମ ବୁଝିପାରିଲେ l

୩. ନିମ୍ନଲିଖିତ ଉତ୍ତର ପାଇବା ପାଇଁ ଆସ ପ୍ରଶ୍ନ ତିଆରି କରିବା ଓ ଲେଖିବା l
a) ନିଜ ଆସନର ଅଯୋଗ୍ୟ ବ୍ୟକ୍ତିର ଚକ୍ଷୁକୁ ସେ ବସ୍ତ୍ର ଆଦୌ ଦେଖାଯିବ ନାହିଁ l
ଉ – କାହାର ଚକ୍ଷୁକୁ ସେ ବସ୍ତ୍ର ଆଦୌ ଦେଖାଯିବ ନାହିଁ ?
b) ଶଠବ୍ୟକ୍ତି ଦୁହେଁ ତନ୍ତ ପାଖରେ ବସି ବସ୍ତ୍ର ବୟନର ଛଳନା କଲେ l
ଉ – କେଉଁମାନେ ତନ୍ତ ପାଖରେ ବସି ବସ୍ତ୍ର ବୟନର ଛଳନା କଲେ ?
c) ରାଜାଙ୍କ ନିକଟକୁ ଆସି ମନ୍ତ୍ରୀ ସେହି କଥା ବର୍ଣନା କାଲେ l
ଉ – କାହାଙ୍କ ନିକଟକୁ ଆସି ମନ୍ତ୍ରୀ ସେହି କଥା ବର୍ଣନା କଲେ ?
d) ଲୋକମାନେ କହିଲେ ଅତି ମନୋରମ ବସ୍ତ୍ର ହୋଇଛି l
ଉ – ଲୋକମାନେ କଣ କହିଲେ?
e) ରାଜା ରାଜକାର୍ଯ୍ୟରେ ଅଧିକ ମନୋନିବେଶ କଲେ l
ଉ – କିଏ ରାଜକାର୍ଯ୍ୟରେ ଅଧିକ ମନୋନିବେଶ କଲେ ?

୪. ଆସ ନିମ୍ନଲିଖିତ ଶବ୍ଦଗୁଡ଼ିକୁ ବ୍ଯବହାର କରି ବାକ୍ୟ ଗଢ଼ିବା l
ସଉକ – ମୋର ଆଇସକ୍ରିମ ଖାଇବାର ଭାରି ସଉକ l
ବୁଦ୍ଧିହୀନ – ବୁଦ୍ଧିହୀନ ବ୍ୟକ୍ତିମାନେ କଥାକୁ ଭଲଭାବେ ବୁଝିପାରନ୍ତି ନାହିଁ l
ଚିନ୍ତାମଗ୍ନ – ପିଲାମାନେ କଥା ନ ମାନିଲେ ବାପା ମା ଚିନ୍ତାମଗ୍ନ ହୋଇପଡ଼ନ୍ତି l
ଚମତ୍କାର – ଆମ ଘରପାଖ ପାହାଡଟି ଦୂରରୁ ବହୁତ ଚମତ୍କାର ଦିଶେ l
ଭ୍ରମ – ରାଜା ନିଜର ଭ୍ରମ ବୁଝିପାରିଲେ l

୫. ନିମ୍ନ ଶବ୍ଦଗୁଡ଼ିକର ବିପରୀତ ଅର୍ଥ ଲେଖ l
ନୂତନ – ପୁରାତନ
ଅଯୋଗ୍ୟ – ଯୋଗ୍ୟ
ସଂପୂର୍ଣ୍ଣ – ଅସମ୍ପୂର୍ଣ୍ଣ
ଭଲ – ମନ୍ଦ
ସାଧାରଣ – ଅସାଧାରଣ
ପୁରସ୍କାର – ତିରସ୍କାର

୬. ପିଲାମାନଙ୍କର ଅଙ୍କ କଷା ଚାଲିଥାଏ l ଏହାକୁ ଏପରି ମଧ୍ଯ ଲେଖାଯାଇପାରେ ପିଲାମାନେ ଅଙ୍କ କଷୁଥାନ୍ତି l ସେହିପରି ତଳ ବାକ୍ୟଗୁଡ଼ିକ କିପରି ଲେଖାଯାଇପାରିବ, ଆସ ଖାଲି ସ୍ଥାନରେ ଲେଖିବା l
a) ମାଆଙ୍କର ଭାତ ରନ୍ଧା ଚାଲିଥାଏ – ମାଆ ଭାତ ରାନ୍ଧୁଥାନ୍ତି
b) ପିଲାମାନଙ୍କର ହସ୍ତାକ୍ଷର ଲେଖା ଚାଲିଥାଏ – ପିଲାମାନେ ହସ୍ତାକ୍ଷର ଲେଖୁଥାନ୍ତି
c) ଭାଇଙ୍କର ପାଠପଢା ଚାଲିଥାଏ – ଭାଇ ପାଠ ପଢ଼ୁଥାନ୍ତି
d) ଶ୍ରମିକମାନଙ୍କର ମାଟି ଖୋଳିବା ଚାଲିଥାଏ – ଶ୍ରମିକମାନେ ମାଟି ଖୋଳୁଥାନ୍ତି

୭. ନିମ୍ନ ଅନୁଚ୍ଛେଦଟିରୁ ବିଶେଷ୍ୟ ପଦଗୁଡ଼ିକୁ ବାଛି ତଳ ବାକ୍ସରେ ଲେଖିବା l
ରାଜା ଭାବିଲେ ଏହା ନିଶ୍ଚେ ଏକ ଅଦ୍ଭୁତ ପରିଚ୍ଛଦ ହେବ l ସେ କାରିଗର ଦୁଇଜଣଙ୍କୁ ପଚାରିଲେ ” ଏପରି ପରିଚ୍ଛଦ ତିଆରି କରିବାରେ କେତେ ଅର୍ଥ ଖର୍ଚ୍ଚ ହେବ l
ଉ – ରାଜା, ପରିଚ୍ଛଦ , କାରିଗର, ଅର୍ଥ

୮. ତଳେ କେତେଗୁଡ଼ିଏ ଶବ୍ଦ ଦିଆଯାଇଛି l ସେଗୁଡ଼ିକର ଉଚ୍ଚାରଣ ସମାନ ହେଲେ ମଧ୍ୟ ଅର୍ଥ ଭିନ୍ନ l ଆସ ସେଗୁଡ଼ିକର ଭିନ୍ନ ଭିନ୍ନ ଅର୍ଥ ପାଖରେ ଥିବା କୋଠରୀରେ ଲେଖିବା l

ବଳି – ଉତ୍ସର୍ଗ
ବଳୀ – ବଳୁଆ
ଲକ୍ଷ – ସଂଖ୍ୟା
ଲକ୍ଷ୍ୟ – ଉଦ୍ଦେଶ୍ୟ
ପରିଚ୍ଛଦ – ପୋଷାକ
ପରିଚ୍ଛେଦ – ଅଧ୍ୟାୟ

୯. ଯେପରି ‘ ଆନନ୍ଦ’ ରୁ ‘ ଆନନ୍ଦିତ ‘ ହେଉଛି l ସେହିପରି କଣ ହେବ ଲେଖିବା l
ଉତ୍ସାହ – ଉତ୍ସାହିତ
ପାଳନ – ପାଳିତ
ଉପସ୍ଥାପନ – ଉପସ୍ଥିତ
ଚିତ୍ରଣ – ଚିତ୍ରିତ
ଘୋଷଣା – ଘୋଷିତ
ଚମତ୍କାର – ଚମତ୍କୃତ

୧୦. ଆସ ନିମ୍ନଲିଖିତ ପଦଗୁଡିକୁ ବ୍ଯବହାର କରି ବାକ୍ୟ ଗଢ଼ିବା l ଉଦାହରଣ – ଯେମିତି………. ସେମିତି
ତୁମେ ଯେମିତି କରିବ ସେମିତି ଫଳ ପାଇବ l

a) ଯେତିକି……. ସେତିକି – ତୁମେ ଯେତିକି ପରିଶ୍ରମ କରିବ , ସେତିକି ପାରିଶ୍ରମିକ ପାଇବ l
b) ଯେତେବେଳେ……….. ସେତେବେଳେ – ସେ ଯେତେବେଳେ ଆସିବେ, ମୁଁ ସେତେବେଳେ ଯିବି l

୧୧. ‘ ପୁଅ ‘ ଶବ୍ଦ ପାଇଁ ଯେପରି’ ଝିଅ ‘ ଶବ୍ଦ, ତଳେ ଦିଆଯାଇଥିବା ଶବ୍ଦ ପାଇଁ ସେପରି କଣ ହେବ ଭାବି କହିବା ଓ ଲେଖିବା l
ରାଜା – ରାଣୀ
ଛାତ୍ର – ଛାତ୍ରୀ
ବୁଢ଼ା – ବୁଢୀ
ବାପା – ମା
ଶିକ୍ଷକ – ଶିକ୍ଷିକା/ ଶିକ୍ଷୟିତ୍ରୀ

୧୨. ତଳେ ଦୁଇଟି ବାକ୍ସରେ କେତେଗୁଡ଼ିଏ ଶବ୍ଦ ରଖାଯାଇଛି l ସେଗୁଡ଼ିକର ପରସ୍ପର ସହିତ ସମ୍ବନ୍ଧ ରହିଛି l ଆସ ସମ୍ବନ୍ଧ ଥିବା ଶବ୍ଦଗୁଡ଼ିକ ଏକାଠି ଯୋଡ଼ି ତଳେ ଲେଖିବା l

a) ନୂତନ, ସ୍ଵର୍ଣ୍ଣ, ଶୂନ୍ୟ, ଭଲ, ରେଶମ, ବିଚିତ୍ର
b) ସୂତା, ଗୁଣ, ପରିଚ୍ଛଦ, ତନ୍ତ, ଶାସନ, ଜରି, ଭଣ୍ଡାର

ଉ – ନୂତନ ପରିଚ୍ଛଦ, ସ୍ଵର୍ଣ୍ଣ ଜରି, ଶୂନ୍ୟତନ୍ତୁ, ଭଲ ଶାସନ, ରେଶମ ସୂତା, ବିଚିତ୍ର ଗୁଣ

୧୩ ରାଜାଙ୍କ ମନରେ କ୍ରମେ ଆଗ୍ରହ ବଢ଼ିଲା – ଏହାକୁ ଏହିପରି ଲେଖାଯାଇପାରିବ – ରାଜାଙ୍କ ମନରେ କ୍ରମେ ଆଗ୍ରହ ବଢିବ l
ସେହିପରି ତଳ ବାକ୍ୟଗୁଡ଼ିକୁ ଲେଖିବା l
a) ଲୋକଟି ଅଙ୍ଗୁଳି ନିର୍ଦ୍ଦେଶ କରି କହିଲା l
ଉ – ଲୋକଟି ଅଙ୍ଗୁଳି ନିର୍ଦ୍ଦେଶ କରି କହିବ l
b) ମନ୍ତ୍ରୀ ଫେରିଆସି ସେହି କଥା ବର୍ଣ୍ଣନା କଲେ l
ଉ – ମନ୍ତ୍ରୀ ଫେରିଆସି ସେହି କଥା ବର୍ଣ୍ଣନା କରିବେ l
c) ରାଜା ତାହା ଦେଖି ବିଚାର କଲେ l
ଉ – ରାଜା ତାହା ଦେଖୁ ବିଚାର କଲେ l
d) ଶଠବ୍ୟକ୍ତି ଦୁଇଜଣ ପୁରସ୍କାର ନେଇ ଚାଲିଗଲେ l
ଉ – ଶଠବ୍ୟକ୍ତି ଦୁଇଜଣ ପୁରସ୍କାର ନେଇ ଚାଲିଯିବେ l

4th Class Odia Book Question Answer
Chapter
-4 (ସନ୍ଧ୍ୟା)

୧. ଆସ ପ୍ରଶ୍ନଗୁଡ଼ିକର ଉତ୍ତର କବିତାରୁ ବାହାର କରି ଲେଖିବା l
a) ଦିନମଣି ବୋଲି କାହାକୁ କୁହାଯାଇଛି ଓ କାହିଁକି?
ଉ – ଏଠାରେ ଦିନମଣି ବୋଲି ସୂର୍ଯ୍ୟଙ୍କୁ କୁହାଯାଇଛି l କାରଣ ତାଙ୍କର ଆଲୋକରେ ଦିନ ଚଳଚଞ୍ଚଳ ଏବଂ ଆଲୋକିତ ହୋଇଥାଏ l
b) ‘ ଆସଇ ରଜନୀରାଣୀ ଧରି କଳାବେଶ ‘ ଏକଥା କହିବାର ଅର୍ଥ କଣ?
ଉ – ସୂର୍ଯ୍ୟ ଅସ୍ତ ଗଲେ ସନ୍ଧ୍ୟା ହୁଏ ଓ ତାପରେ ରାତି ଆସେ l ଚାରିଆଡ଼େ ଅନ୍ଧକାର ହୋଇଯାଏ l ଅନ୍ଧକାର କଳାରଙ୍ଗର ହୋଇଥିବାରୁ ରଜନୀରାଣୀ କଲାବେଶ ଧାରଣ କରି ଆସିଥାଏ ବୋଲି କୁହାଯାଇଛି l
c) ସନ୍ଧ୍ୟାବେଳେ ଚାଷୀ କାହିଁକି ଆନନ୍ଦରେ ଘରକୁ ଫେରେ ବୋଲି କୁହାଯାଇଛି?
ଉ – ଚାଷୀ ଦିନସାରା କ୍ଷେତରେ ପରିଶ୍ରମ କରିଥାଏ l ସନ୍ଧ୍ୟା ଆସିଲେ ସେ ବିଶ୍ରାମ କରିବାକୁ ଅବସର ପାଏ l ତେଣୁ ସେ ମହାଆନନ୍ଦରେ ଗୀତ ଗାଇ ଘରକୁ ଫେରିଥାଏ l
d) ” ଖୁବ୍” ଶୀଘ୍ର ଚାରିଆଡ଼େ ଅନ୍ଧକାର ହୋଇଯାଏ ” କବିତାର କେଉଁ ପଦରେ ଏହା କୁହାଯାଇଛି?
ଉ – ” ଚାହୁଁ ଚାହୁଁ ଅନ୍ଧକାର ଘୋଟଇ ଗଗନ ଆବରଇ ଜଳ ସ୍ଥଳ ପର୍ବତ କାନନ l”
e) ରାତି ସମୟରେ ଗହଳଚହଳ ଶୁଭେ ନାହିଁ କାହିଁକି?
ଉ – ରାତିର ଆଗମନରେ ଚାରିଆଡ଼େ ଅନ୍ଧକାର ହୋଇଯାଏ l ଦିନସାରା ପରିଶ୍ରମ ପରେ ସମସ୍ତେ ବିଶ୍ରାମ ପାଇଁ ନିଜ ନିଜ ଘରକୁ ଫେରନ୍ତି l ରାତିରେ ସମସ୍ତେ ନିଦରେ ଶୋଇଯାଆନ୍ତି l ତେଣୁ ରାତି ସମୟରେ ଗହଳଚହଳ ଶୁଭେ ନାହିଁ l

୨. ଆସ କବିତାଟି ପଢ଼ିବା l’ କ ‘ ସ୍ତମ୍ଭର ଶବ୍ଦ ସହିତ ‘ ଖ ‘ ସ୍ତମ୍ଭରେ ଥିବା କେଉଁ ଶବ୍ଦର ସଂପର୍କ ଅଛି, ତାହାକୁ ଯୋଡ଼ି ଖାଲି ସ୍ଥାନରେ ଲେଖିବା l
ଉ – ଆକୁଳ ଅନ୍ତରେ
ଯେଝା ବାସେ
ଧୂଳି ଉଡ଼ାଇଣ
ବାହୁଡ଼ଇ ଘରେ
ଘୋଟଇ ଗଗନ
ମୁଦଇ ନୟନ

୩. ତଳେ କେତୋଟି ଶବ୍ଦ ଦିଆଯାଇଛି l ତାର ଆଗରେ ଓ ପଛରେ ଖାଲି ଜାଗା ରହିଛି l କବିତା ଅନୁସାରେ ଧାଡ଼ିଗୁଡ଼ିକ ପୂରଣ କରିବା l
a) ଅସ୍ତ ହେଲେ ଦିନମଣି ଦିନ ହେଲା ଶେଷ
b) ଯାଉଛନ୍ତି ଗୋରୁପଲ ଗୋଠରୁ ବାହୁଡ଼ି
c) ନାନା ରଙ୍ଗେ ଗୀତଗାଇ ବାହୁଡ଼ଇ ଘରେ
d) ଆବରଇ ଜଳସ୍ଥଳ ପର୍ବତ କାନନ
e) ନାହିଁ ଆଉ ଏ ଭୁବନେ ଜୀବନ ଚହଳ

୪. ‘ ଉଡ଼ାଇଣ ଦାଣ୍ଡେ ‘ ଏଠାରେ ‘ ଉଡ଼ାଇଣ ‘ ର ଅର୍ଥ ‘ ଉଡ଼ାଇ ‘ ଏହିଭଳି ଆଉ କିଛି ଶବ୍ଦ ଲେଖିବା l
ଯେପରି, ଭାସାଇଣ – ଭସାଇ
ନଚାଇଣ- ନଚାଇ
ହସାଇଣ- ହସାଇ
କନ୍ଦାଇଣ- କନ୍ଦାଇ
ରଗାଇଣ- ରଗାଇ

୬. ଆସ ମନରୁ କବିତାର ପଦ ପୂରଣ କରିବା l
a) ପଶ୍ଚିମ ଆକାଶେ ଦେଖ ବୁଡ଼ିଲେଣି ରବି
ଆହାକି ସୁନ୍ଦର ଦିଶେ ଧରଣୀର ଛବି l
b) ଧୀରେ ଧୀରେ ଜହ୍ନମାମୁଁ ଉଇଁଲେ ଆକାଶେ
ଗପ ଶୁଣେ ନାତି ବସି ଜେଜେମା ପାଶେ l

୭. ତଳେ ଦିଆଯାଇଥିବା ଶବ୍ଦଗୁଡ଼ିକର ସମାନ ଅର୍ଥ ବୁଝାଉଥିବା ଶବ୍ଦ କାବିତାରୁ ଖୋଜିଆଣି ପାଖ ଘରେ ଲେଖିବା l
ସୂର୍ଯ୍ୟ – ଦିନମଣି
ରାତି – ରଜନୀ
ସଞ୍ଜ – ସନ୍ଧ୍ୟା
ଚଢ଼େଇ – ପକ୍ଷୀ
ପାହାଡ଼ – ପର୍ବତ
ପାଣି – ଜଳ
ପୃଥିବୀ – ଭୁବନ
ବଣ – କାନନ

୮. ବାକ୍ୟ ମଧ୍ୟରୁ ସନ୍ଧ୍ୟା ସମ୍ପର୍କରେ ଥିବା କଥା ଗୁଡ଼ିକୁ ବାଛି ଖାତାରେ ଲେଖିବା l
ଉ – ସୂର୍ଯ୍ୟ ଅସ୍ତ ହେଉଥାନ୍ତି l
ପକ୍ଷୀମାନେ ନିଜ ନିଜ ବସାକୁ ଫେରନ୍ତି l
ଗୋରୁପଲ ଘରକୁ ଫେରନ୍ତି l
ଧୀରେ ଧୀରେ ଆକାଶରେ ତାରା ଦେଖାଯାଆନ୍ତି l
ଠାକୁରଙ୍କ ପାଖରେ ଦୀପ ଦିଆଯାଏ l
ଚାଷୀମାନେ ଆନନ୍ଦରେ ଗୀତଗାଇ ଘରକୁ ଫେରନ୍ତି l

୯. ନିଜ ଭାଷାରେ ତଳ ପଦଟିର ଅର୍ଥ ଲେଖିବା l
ରତ୍ନ ଦୀପାବଳୀ ପ୍ରାୟେ ତାରା କୋଟିକୋଟି
ଜଳୁଛନ୍ତି ଆକାଶରେ ହୋଇ ଗୋଟି ଗୋଟି l
ଉ – ସନ୍ଧ୍ୟା ହେଲେ ଆକାଶରେ କୋଟି କୋଟି ତାରା ଦେଖାଯାଆନ୍ତି l ମନ୍ଦିରରେ ଯେପରି ଦୀପ ଜଳିଉଠେ, ଆକାଶରେ ସେହିପରି କୋଟି କୋଟି ତାରା ଦୀପ ପରି ଜଳିବାର ଦେଖାଯାଏ l

୧୦. ସନ୍ଧ୍ୟା ହେଲେ ଆମେ କଣ କରୁ ଆସ ଲେଖିବା l
ଉ – a) ସନ୍ଧ୍ୟାହେଲେ ଆମେ ଆମେ ଘରକୁ ଫେରୁ l
b) ଗୋଡ଼ ହାତ ଧୋଇ ପ୍ରାର୍ଥନା କରୁ l
c) ତାପରେ ପାଠ ପଢି ବସୁ l
d) ରବିବାରରେ ଜେଜେ ବାପାଙ୍କ ଠାରୁ ଗପ ଶୁଣୁ l
e) ମାଆଙ୍କୁ କାମରେ ସାହାଯ୍ୟ କରୁ l

4th Class Odia Book Question Answer
Chapter
-5 ( ଜନ୍ ଙ୍କ ପ୍ରିୟ ସାଥୀ ଡିକ୍)

୧. ଆସ କଥାବାର୍ତ୍ତା ହେବା
a) ଭାରତୀୟ ଯୁବକ କଣ ପାଇଁ ବିଲାତ ଯାଇଥିଲେ?
ଉ – ଭାରତୀୟ ଯୁବକ ଉଚ୍ଚଶିକ୍ଷା ପାଇଁ ବିଲାତ ଯାଇଥିଲେ l
b) ଭାରତୀୟ ଯୁବକ ବିଲାତର କେଉଁ ସହରକୁ ଯାଇଥିଲେ?
ଉ – ଭାରତୀୟ ଯୁବକମାନେ ବିଲାତର କାର୍ଲଇଲ ସହରକୁ ଯାଇଥିଲେ l
c) ରାସ୍ତା ପାର ହେବା ସମୟରେ ଜନ୍ କାହିଁକି ଡ଼ିକ୍ ର ସାହାଯ୍ୟ ନେଲେ?
ଉ – ଜନ୍ ଅନ୍ଧ ଥିବାରୁ ରାସ୍ତାପାରି ହେବାରେ ଡିକର ସାହାଯ୍ୟ ନେଲେ l

୨. ଗାର ଦିଆଯାଇଥିବା ଶବ୍ଦ ବଦଳରେ ସେହି ଅର୍ଥ ବୁଝଉଥିବା ଶବ୍ଦ ଲଗାଇ ବାକ୍ୟଗୁଡ଼ିକୁ ଲେଖିବା l
a) ମୁଁ ଶ୍ରେଣୀରେ ପ୍ରଥମ ହେବାରୁ ଘରଲୋକେ ଆନନ୍ଦିତ ହେଲେ l
ଉ – ମୁଁ ଶ୍ରେଣୀରେ ପ୍ରଥମ ହେବାରୁ ଘରଲୋକେ ଉଲ୍ଲସିତ ହେଲେ l
b) ଆଜି ଅବିରତ ବର୍ଷା ହେଉଛି l
ଉ – ଆଜି ଅନବରତ ବର୍ଷା ହେଉଛି l
c) ଆମ ଗାଁ ରାସ୍ତାରେ ଓଟ ଦେଖି ଆମେ ବିସ୍ମିତ ହେଲୁ l
ଉ – ଆମ ଗାଁ ରାସ୍ତାରେ ଓଟ ଦେଖି ଆମେ ବିସ୍ମୟ ହେଲୁ l
d) ନୂଆ ଜାଗା ଦେଖିବା ପାଇଁ ସମସ୍ତଙ୍କର ମନରେ ଉତ୍କଣ୍ଠା ଥାଏ l
ଉ -ନୂଆ ଜାଗା ଦେଖିବା ପାଇଁ ସମସ୍ତଙ୍କର ମନରେ ଆଗ୍ରହ ଥାଏ l

୩. ଯେପରି ‘ କୁକୁର ‘ ସହିତ ପୋଷା ଲଗାଇ ପୋଷାକୁକୁର କରାଯାଉଅଛି, ସେହିଭଳି ତଳଲିଖିତ ଶବ୍ଦଗୁଡ଼ିକ ସହିତ କଣ ଲଗାଇ ନୂଆ ଶବ୍ଦ ତିଆରି କରାଯାଇପାରିବ ଲେଖିବା l
ଉଜ୍ଜ୍ୱଳ – ଆଖି
ଅନ୍ତରଙ୍ଗ – ବନ୍ଧୁ
ଅନାବିଳ – ବନ୍ଧୁତ୍ୱ
ବୃଦ୍ଧ – ବ୍ୟକ୍ତି

୪. ବିକାଶର ଗାଁ ମହୁଲପାଲି l ଗାଁ ମହାନଦୀ କଡ଼ରେ l ତା ବାପା ରାମହରି ବାବୁ ଲଣ୍ଡନରେ ଚାକିରି କରନ୍ତି l ସେ ବର୍ଷକୁ ଥରେ ଘରକୁ ଆସନ୍ତି l ସେଇଟା ପୁଣି ଡିସେମ୍ବର ମାସରେ l ତେଣୁ ଡିସେମ୍ବର ମାସଟି ବିକାଶ ଓ ତା ସାନଭାଇ ମୁନାର ଭାରି ଭଲରେ କଟେ l

ଉପରୋକ୍ତ ଅନୁଚ୍ଛେଦରୁ ନାମକୁ ବୁଝାଉଥିବା ଶବ୍ଦଗୁଡ଼ିକ ଲେଖ l
ଉ – ବିକାଶ, ମହୁଲପାଲି, ମହାନଦୀ, ରାମହରି, ଲଣ୍ଡନ, ଡିସେମ୍ବର, ମୁନା

୫. ଯୁବକ ଜଣକ ରାସ୍ତାର ଆରପଟକୁ ଲକ୍ଷ୍ୟ କଲେ l ଦେଖିଲେ, ଜଣେ ବୃଦ୍ଧ ବ୍ୟକ୍ତି ଥମ୍ପସନ୍ ଙ୍କ ଡାକରେ ଅଟକି ଯାଇଛନ୍ତି l କୁକୁର ବେକରେ ବନ୍ଧା ହୋଇଥିବା ବେଲଟ୍ ଟିକୁ ଧରିଛନ୍ତି l କୁକୁରଟି ତାଙ୍କ ଆଗରେ ଠିଆ ହୋଇଛି ଏବଂ ମାଲିକର ନିର୍ଦ୍ଦେଶ ପାଇଁ ଚାହିଁ ରହିଛି l

ଉପରେ ଲେଖାଯାଇଥିବା ଅନୁଚ୍ଛେଦରୁ କାମକୁ ବୁଝାଇଥିବା ଶବ୍ଦଗୁଡ଼ିକ ଲେଖ l

ଉ – ଲକ୍ଷ୍ୟକଲେ, ଦେଖିଲେ, ଅଟକି ଯାଇଛନ୍ତି, ଧରିଛନ୍ତି, ଠିଆହୋଇଛନ୍ତି, ଚାହିଁ ରହିଛି

୬. ‘ ଯେ ସାହାଯ୍ୟ କରେ ‘ ତାକୁ ଗୋଟିଏ ପଦରେ ‘ ସାହାଯ୍ୟକାରୀ ‘ କହିଥାଉ l ସେହିପରି ତଳଲିଖିତ ଉକ୍ତିଗୁଡ଼ିକ ଗୋଟିଏ ପଦରେ କଣ ହେବ ଲେଖିବା –
ଯେ ପାଦରେ ଚାଲେ – ପଦଚାରୀ
ଯେ ତାଲିମ୍ ପାଇଛି – ତାଲିମପ୍ରାପ୍ତ
ଯେ ନିର୍ଦ୍ଦେଶ ଦିଏ – ନିର୍ଦ୍ଦେଶକ
ଯେ ଭାରତର ଲୋକ – ଭାରତୀୟ
ଯାହାର ଚକ୍ଷୁ ନାହିଁ – ଚକ୍ଷୁହୀନ

୭. ‘ କ ‘ ଓ ‘ ଖ ‘ ବାକ୍ୟ ଦୁଇଟିରେ ଥିବା ଭାବକୁ ‘ ଗ ‘ ରେ ଥିବା ଗୋଟିଏ ବାକ୍ୟରେ ପ୍ରକାଶ କରାଯାଇଛି l ସେହିପରି ତଳେ ଦିଆଯାଇଥିବା ଦୁଇଦୁଇଟି ବାକ୍ୟର ଭାବକୁ ଏକାଠି ଯୋଡ଼ି ଗୋଟିଏ ବାକ୍ୟରେ ଲେଖିବା l
a) i) କୁକୁରଟି ତାର ସମସ୍ତ ବୁଦ୍ଧି ଖଟାଇ ଆପଣଙ୍କୁ ସାହାଯ୍ୟ କରିବ l
ii) କୁକୁରଟି ତାର ସମସ୍ତ କୌଶଳ ଖଟାଇ ଆପଣଙ୍କୁ ସାହାଯ୍ୟ କରିବ l
ଉ – କୁକୁରଟି ତାର ସମସ୍ତ ବୁଦ୍ଧି ଓ କୌଶଳ ଖଟାଇ ଆପଣଙ୍କୁ ସାହାଯ୍ୟ କରିବ l
b) i)ନନ୍ଦନକାନନରେ ଚିଡ଼ିଆଖାନା ଦେଖିବା l
ii) ନନ୍ଦନକାନନରେ ଉଦ୍ଭିଦଉଦ୍ୟାନ ଦେଖିବା l
ଉ – ନନ୍ଦନକାନନରେ ଚିଡ଼ିଆଖାନା ଓ ଉଦ୍ଭିଦଉଦ୍ୟାନ ଦେଖିବା l

୯. ସରଳ ଭାଷାରେ ବୁଝାଇ ଲେଖିବା
‘ ଡ଼ିକ୍ ର ସେହି ଆଖି କଣ ଜନ୍ ଙ୍କ ଆଖି ନୁହେଁ!’
ଉ – ଡିକର ……………………….. ଆଖି ନୁହେଁ
ଉକ୍ତ ଗଦ୍ୟାଂଶଟି ଆମ ‘ ସାହିତ୍ୟ କଳିକା ‘ ବହିର ‘ ଜନ୍ ଙ୍କ ପ୍ରିୟ ସାଥୀ ଡିକ ‘ ବିଷୟରୁ ଆସିଅଛି l ଏଠାରେ ଲେଖକ ଦିଗରାଜ ବ୍ରହ୍ମା ଡ଼ିକର ଆଖିର ମହତ୍ତ୍ଵ ବିଷୟରେ ବର୍ଣ୍ଣନା କରିଛନ୍ତି l
ଜନଙ୍କର ଦୃଷ୍ଟିଶକ୍ତି ନ ଥିଲା l ସେ ଚକ୍ଷୁହୀନ ଥିବାରୁ ପୋଲିସ ସଂସ୍ଥା ତରଫରୁ ତାଙ୍କୁ ଗୋଟାଏ ତାଲିମପ୍ରାପ୍ତ କୁକୁର ଯୋଗାଇ ଦିଆ ଯାଇଥିଲା l ଜନ୍ ଯୁଆଡେ ଯାଉଥିଲେ ଡ଼ିକ ତାଙ୍କୁ ବାଟ ଦେଖାଇଦେଉଥିଲା ଜନ୍ ଙ୍କ ଆଖି ନ ଥିଲେ ମଧ୍ଯ ଡୀକର ଆଖି ଥିବାରୁ ସେ ତାଙ୍କୁ ବାଟ ଦେଖାଇ ପାରୁଥିଲା l ତେଣୁ ଡୀକର ସେହି ଆଖି ଜନ୍ ଙ୍କ ଆଖି ଭଳି କାମ କରୁଥିଲା l

4th Class Odia Book Question Answer
Chapter
-6 (ଭାରତର ବୁଲ୍ ବୁଲ)

୧. ଆସ କଥାବାର୍ତ୍ତା ହେବା
a) ସରୋଜିନୀ ନାଇଡୁ ପିଲାଦିନେ କଣ କରିବାକୁ ଅଧିକ ଭଲ ପାଉଥିଲେ?
ଉ – ସରୋଜିନୀ ନାଇଡୁ ପିଲାଦିନେ କବିତା ଲେଖିବାକୁ ଅଧିକ ଭଲ ପାଉଥିଲେ l
b) ସରୋଜିନୀ ନାଇଡୁ କାହାକୁ ବିବାହ କରିଥିଲେ?
ଉ – ସରୋଜିନୀ ନାଇଡୁ ହାଇଦ୍ରାବାଦର ଜଣେ ଡ଼ାକ୍ତର ଗୋବିନ୍ଦ ରାଜୁଲୁ ନାଇଡୁଙ୍କୁ ବିବାହ କରିଥିଲେ l
c) କବିତା ଲେଖିବା ସହିତ ସରୋଜିନୀଙ୍କର ଆଉ କେଉଁ ବିଷୟରେ ଦକ୍ଷତା ଥିଲା?
ଉ – କବିତା ଲେଖିବା ସହିତ ସରୋଜିନୀଙ୍କର ଇଂରାଜୀ ଭାଷାରେ ମଧ୍ୟ ଦକ୍ଷତା ଥିଲା l
d) ସରୋଜିନୀଙ୍କର କବିତା ଓ ବକ୍ତୃତା କାହାକୁ ଅନୁପ୍ରାଣିତ କରୁଥିଲା?
ଉ – ସରୋଜିନୀଙ୍କର କବିତା ଓ ବକ୍ତୃତା ସେ କାଳର ସ୍ଵାଧୀନତା ସଂଗ୍ରାମୀମାନଙ୍କୁ ଅନୁପ୍ରାଣିତ କରୁଥିଲା l
e) କେଉଁ ମସିହାରେ ସରୋଜିନୀଙ୍କର ମୃତ୍ୟୁ ହୋଇଥିଲା?
ଉ – ୧୯୪୯ ମସିହାରେ ସରୋଜିନୀଙ୍କର ମୃତ୍ୟୁ ହୋଇଥିଲା l

୨. ଆସ ଉତ୍ତର ଲେଖିବା
a) ପିଲାଦିନେ ସରୋଜିନୀଙ୍କୁ ତାଙ୍କ ବାପା କୋଠରୀ ଭିତରେ ବନ୍ଦ କରି ଦେଇଥିଲେ କାହିଁକି?
ଉ – ଅଙ୍କ କଷିବା ପାଇଁ ପିଲାଦିନେ ସରୋଜିନୀଙ୍କୁ ବାଧ୍ୟ କରି ତାଙ୍କ ବାପା କୋଠରୀ ଭିତରେ ବନ୍ଦ କରି ଦେଇଥିଲେ l
b) ସରୋଜିନୀଙ୍କୁ ‘ ପ୍ରାଚ୍ୟ ଜଗତର କୋକିଳ ‘ ବୋଲି କୁହାଯାଉଥିଲା କାହିଁକି?
ଉ – ସରୋଜିନୀଙ୍କୁ ‘ ପ୍ରାଚ୍ୟ ଜଗତର କୋକିଳ ‘ ବୋଲି କୁହାଯାଉଥିଲା କାରଣ ତାଙ୍କର ସ୍ୱର ଥିଲା କୋକିଳର କଣ୍ଠ ସ୍ୱର ଭଳି ଖୁବ୍ ମଧୁର l ତାଙ୍କ କବିତାରେ ମୁଗ୍ଧ ହୋଇ ତାଙ୍କୁ ‘ ପ୍ରାଚ୍ୟ ଜଗତର କୋକିଳ ‘ ବୋଲି କୁହାଯାଉଥିଲା l
c) ସରୋଜିନୀ କାହିଁକି କାରାବରଣ କରିଥିଲେ?
ଉ – ସରୋଜିନୀ ସତ୍ୟାଗ୍ରହର ନେତୃତ୍ୱ ନେବାପାଇଁ କାରାବରଣ କରିଥିଲେ l
d) ସରୋଜିନୀଙ୍କ ଇଂରାଜୀ କବିତାଟି ଦେଖି ତାଙ୍କ ବାପା କଣ ଭାବିଥିଲେ?
ଉ – ସରୋଜିନୀଙ୍କ ଇଂରାଜୀ କବିତାଟି ଦେଖି ତାଙ୍କ ବାପା ଭାବିଥିଲେ ଯେ ତାଙ୍କ ଝିଅ ଭବିଷ୍ୟତରେ ନିଶ୍ଚୟ ଜଣେ ବଡ଼ କବି ହେବ l

୩. ସରଳ ଭାଷାରେ ବୁଝାଇ ଲେଖିବା l
a) ତୁଳସୀ ଦୁଇ ପତ୍ରରୁ ବାସେ l
ଉ – ଉକ୍ତ ଗଦ୍ୟାଂଶଟି ପଠିତ ସାହିତ୍ୟ ବହିର ” ଭାରତର ବୁଲବୁଲ” ବିଷୟରୁ ଆସିଅଛି l ଏଠାରେ ଲେଖକ ସରୋଜିନୀ ନାଇଡୁଙ୍କର ମହତ୍ ଗୁଣ କିପରି ପିଲାଦିନରୁ ଫୁଟି ଉଠିଥିଲା ତାହା ବର୍ଣ୍ଣନା କରିଛନ୍ତି l

ଓଡ଼ିଆରେ ଏକ ପ୍ରବାଦ ଅଛି, ‘ ତୁଳସୀ ଦୁଇ ପତ୍ରରୁ ବାସେ, ବିଛୁଆତି ଦୁଇ ପତ୍ରରୁ କୁଣ୍ଡାଏ ‘ l ଅର୍ଥାତ୍ କୌଣସି ଲୋକର ଭଲ ବା ମନ୍ଦଗୁଣ ତାର ପିଲା ଦିନରୁ ହିଁ ଜଣାପଡି ଥାଏ l ସରୋଜିନୀ ନାଇଡୁ ଜଣେ ପ୍ରତିଭାଶାଳୀ ମହିଳା l ତାଙ୍କର କବି ପ୍ରତିଭା ତାଙ୍କ ପିଲାଦିନରୁ ହିଁ ଜଣାପଡିଥିଲା l ସରୋଜିନୀ ନାଇଡୁ ଜଣେ ବିଖ୍ୟାତ କବି ହେବେ ଏକଥା ତାଙ୍କ ପିତା ଲକ୍ଷ୍ୟ କରିଥିଲେ ଯେତେବେଳେ ସେ ମାତ୍ର ୧୩ ବର୍ଷ ବୟସରେ ୧୩୦୦ ଧାଡ଼ିର ଏକ ସୁନ୍ଦର ଇଂରାଜୀ କବିତା ‘ ଲେଡି ଅଫ୍ ଦି ଲେକ ‘ ଲେଖି ସମସ୍ତଙ୍କୁ ବିସ୍ମିତ କରିଦେଇଥିଲେ l ଠିକ୍ ସେହିପରି ସରୋଜିନୀ ନାଇଡୁ ଭବିଷ୍ୟତରେ ଜଣେ ବଡ଼ ମଣିଷ ହେବେ ତାହା ତାଙ୍କ ପିଲାଦିନରୁ ହିଁ ଜଣା ପଡ଼ିଥିଲା l

b) ସେ ଥିଲେ ‘ ପ୍ରାଚ୍ୟ ଜଗତର କୋକିଳ ‘ l
ଉ -ଉକ୍ତ ଗଦ୍ୟାଂଶଟି ପଠିତ ସାହିତ୍ୟ ବହିର ” ଭାରତର ବୁଲବୁଲ” ବିଷୟରୁ ଆସିଅଛି l ଏଠାରେ ଲେଖକ ସରୋଜିନୀ ନାଇଡୁଙ୍କୁ ପ୍ରାଚ୍ୟ ଜଗତର କୋକିଳ କହିବାର ଯଥାର୍ଥତା ଉପରେ ଆଲୋକପାତ କରିଛନ୍ତି l

ସରୋଜିନୀ ନାଇଡୁ ପିଲାଦିନୁ କବିତା ଲେଖିବାକୁ ଭଲ ପାଉଥିଲେ l କି ଦିନ କି ରାତି ସେ ଏକୁଟିଆ ବସି ମନେ ମନେ କଣ ଗୁଣୁଗୁଣୁ ହୋଇ ଖାତାରେ ଲେଖି ପକାଉ ଥିଲେ l ତାଙ୍କର ଏହି କବିତା ଲେଖା ତାଙ୍କୁ ଜଣେ କବି ଭାବରେ ପରିଚିତ କରାଇଲା l ସେ କେବଳ କବିତା ଲେଖୁ ନ ଥିଲେ; ତାଙ୍କର ମଧୁର କଣ୍ଠସ୍ୱର କୋକିଳର ସ୍ୱର ଭଳି ଖୁବ୍ ମଧୁର ଥିଲା l ପ୍ରକୃତରେ ଥିଲେ ‘ ପ୍ରାଚ୍ୟ ଜଗତର କୋକିଳ ‘ l

c) ସେ ପ୍ରକୃତରେ ଥିଲେ ହୀରାଟିଏ l
ଉ – ଉକ୍ତ ଗଦ୍ୟାଂଶଟି ପଠିତ ସାହିତ୍ୟ ବହିର ” ଭାରତର ବୁଲବୁଲ” ବିଷୟରୁ ଆସିଅଛି l ଏଠାରେ ଲେଖକ ସରୋଜିନୀ ନାଇଡୁଙ୍କୁ ହୀରାଟିଏ କହିବାର ଯଥାର୍ଥତା ପ୍ରତିପାଦନ କରିଛନ୍ତି l

ସରୋଜିନୀ ନାଇଡୁ ଜଣେ ପ୍ରଖ୍ୟାତ ନାରୀକବି ଥିଲେ l ତାଙ୍କର କବିତା ଲେଖିବା ଓ ଗାଇବାରେ ଦକ୍ଷତା ଥିଲା l ସେ ନିଜର କବିତା ଦ୍ବାରା ସମସ୍ତଙ୍କୁ ଆକୃଷ୍ଟ କରିପାରୁଥିଲେ l ତାଙ୍କ କଣ୍ଠସ୍ୱର କୋକିଳର ସ୍ୱର ପରି ଖୁବ୍ ମଧୁର ଥିବାରୁ ତାଙ୍କୁ ପ୍ରାଚ୍ୟ ଜଗତର କୋକିଳ ବା ଭାରତର ବୁଲବୁଲ ବୋଲି କୁହାଯାଉଥିଲା l ତେବେ ତାଙ୍କର କବିତ୍ଵ ଓ ରାଜନୀତିକ ଦକ୍ଷତା ଦେଖିଲେ ଏହା ସହଜରେ କୁହାଯିବ ଯେ ସେ ପ୍ରକୃତରେ ଥିଲେ ହୀରାଟିଏ l

୪. ଆସ ତଳେ ଥିବା ଶବ୍ଦଗୁଡିକୁ ଲଗାଇ ବାକ୍ୟ ଗଠନ କରିବା l
ଉତ୍ସାହ – ମୁଁ ପାଠପଢିବା ପାଇଁ ମୋ ମା ମୋତେ ଉତ୍ସାହ କରନ୍ତି l
ସ୍ମୃତି – ମୋ ପିଲାଦିନର ସ୍ମୃତିଗୁଡ଼ିକୁ ମୁଁ ଆଜି ପର୍ଯ୍ୟନ୍ତ ସାଇତି ରଖିଛି l
ପ୍ରତିଭା – ସରୋଜିନୀଙ୍କ କବି ପ୍ରତିଭା ସମସ୍ତଙ୍କ ହୃଦୟକୁ ମୁଗ୍ଧ କରୁଥିଲା l
ଅମଳିନ – ମହାପୁରୁଷଙ୍କ ତ୍ୟାଗ ଆମମାନଙ୍କ ହୃଦୟରେ ଅମଳିନ ରହିଛି l
କାର୍ତ୍ତବ୍ୟ – ବାପାଙ୍କ ଉପଦେଶକୁ ରାମୁ କର୍ତ୍ତବ୍ୟର ସହିତ ପାଳନ କରିଲା l

୫. ‘ ଦକ୍ଷ ‘ରୁ ଯେପରି ‘ ଦକ୍ଷତା ‘ ହୁଏ; ସେହିପରି ତଳ ଶବ୍ଦଗୁଡିକର ନୂଆ ରୂପ କଣ, ହେବ ତା ପାଖରେ ଲେଖିବା l
ସରଳ – ସରଳତା
ଲୋକପ୍ରିୟ – ଲୋକପ୍ରିୟତା
ସୁନ୍ଦର – ସୁନ୍ଦରତା
ଜଟିଳ – ଜଟିଳତା

୬. ‘ ସରୋଜିନୀ ‘ ଜଣେ ଝିଅର ନାମକୁ ବୁଝାଉଛି l ‘ ଭାରତ ‘ ଏକ ଦେଶର ନାମକୁ ବୁଝାଉଛି l ସେହିପରି ଆଉ ପାଞ୍ଚଟି ନାମ ଏ ପାଠରୁ ଖୋଜି ତଳେ ଦିଆଯାଇଥିବା କୋଠରୀମାନଙ୍କରେ ଲେଖିବା l
ଉ – ଅଘୋରନାଥ
ବରଦା ସୁନ୍ଦରୀ
ଗୋବିନ୍ଦ ରାଜୁଲୁ
ଇଂଲଣ୍ଡ
ସୁଭାଷଚନ୍ଦ୍ର

୭. ଯୋଡ଼ା ଶବ୍ଦର ଗୋଟିଏ ଭାଗ ପ୍ରଜାପତିର ଗୋଟିଏ ଡେଣାରେ , ଆର ଭାଗଟି ଅନ୍ୟ ଡେଣାରେ ରହିଛି l ଆସ, ଯେଉଁ ଭାଗ ସହିତ ଯେଉଁ ଭାଗର ସମ୍ପର୍କ ଅଛି ତାକୁ କୋଠରୀ ଭିତରେ ଲେଖିବା l
ହିସାବ – କିତାବ
ଧାଁ – ଧପଡ଼
ମଉଜ – ମଜଲିସ
ତାଟି – କବାଟ
ଦେଶ – ଦୁନିଆ
ଛିନ୍ – ଛତର

୮. ବନାନ ଥିବା ଶବ୍ଦଟିକୁ ତଳ କୋଠରୀରେ ଲେଖିବା l
ଉ – ସାହାଯ୍ୟ
ଅଧିବେଶନ
ପ୍ରଶଂସା
ସରୋଜିନୀ

୯. ନିମ୍ନ ଉତ୍ତର ପାଇବା ପାଇଁ ଗୋଟିଏ ଗୋଟିଏ ପ୍ରଶ୍ନ ତିଆରି କରିବା l
a) ସରୋଜିନୀଙ୍କ ପିତାଙ୍କ ନାମ ଅଘୋରାନାଥ ଚଟ୍ଟୋପାଧ୍ୟାୟ l
ଉ – ସରୋଜିନୀଙ୍କ ପିତାଙ୍କ ନାମ କଣ?
b) ଝିଅଟି ଅଙ୍କ ନ କଷି ଲେଖିପକାଇଲା ଗୋଟିଏ କବିତା l
ଉ – ଝିଅଟି ଅଙ୍କ ନ କଷି କଣ କଲା?
c) କବିତାଟି ଇଂରାଜୀ ଭାଷାରେ ଲେଖା ହୋଇଥଲା l
ଉ – କବିତାଟି କେଉଁ ଭାଷାରେ ଲେଖା ହୋଇଥଲା ?
d) ୧୯୧୪ ମସିହାରେ ପ୍ରଥମ ଥର ପାଇଁ ସରୋଜିନୀ ଗାନ୍ଧିଜୀଙ୍କୁ ଭେଟିଲେ l
ଉ – କେବେ ପ୍ରଥମ ଥର ପାଇଁ ସରୋଜିନୀ ଗାନ୍ଧିଜୀଙ୍କୁ ଭେଟିଲେ ?
e) ଭାରତ ସ୍ୱାଧୀନ ହେଲା ପରେ ସେ ଉତ୍ତରପ୍ରଦେଶର ରାଜ୍ୟପାଳ ହେଲେ l
ଉ – କେବେ ସେ ଉତ୍ତରପ୍ରଦେଶର ରାଜ୍ୟପାଳ ହେଲେ ?

୧୦. ‘ ଗଲେ ‘ କୁ ଯେପରି ‘ ଗମନ କଲେ ‘ ବୋଲି ଲେଖାଯାଇପାରୁଛି , ସେହିପରି ନିମ୍ନରେ ଥିବା ଶବ୍ଦ ଗୁଡିକୁ ଲେଖିବା l
ଦେଖିଲେ – ଦର୍ଶନ କଲେ
ଶୋଇଲେ – ଶୟନ କଲେ
ଶୁଣିଲେ – ଶ୍ରବଣ କଲେ
କାଟିଲେ – କର୍ତ୍ତନ କଲେ

୧୧. ମୁଁ ଗଲି l ତୁମେ ଗଲ l ସେ ଗଲା l
ସେହିପରି କଣ ହେବ
a)ମୁଁ ଖାଇଲି l ତୁମେ ଖାଇଲ l ସେ ଖାଇଲା l
b) ମୁଁ ବସିଲି l ତୁମେ ବସିଲ l ସେ ବସିଲା l
c) ମୁଁ ଲେଖିଲି l ତୁମେ ଲେଖିଲ l ସେ ଲେଖିଲା l

4th Class Odia Book Question Answer
Chapter
-7 ( ଗଛ ଓ କଠୁରିଆ)

୧.ଆସ କଥାବାର୍ତ୍ତା ହେବା l
a) ଗଛଠାରୁ ଆମେ କଣ କଣ ପାଇଥାଉ?
ଉ – ଗଛଠାରୁ ଆମେ ବାସ୍ନା ଫୁଲ, ମିଠା ମିଠା ଫଳ ଓ ଛାଇ ପାଇଥାଉ l

b) ପିଲାଟି କାହିଁକି ଗଛ ହାଣିବା ପାଇଁ କାଠୁରିଆକୁ ମନାକଲା?
ଉ – ଗଛଟିକୁ କବିଙ୍କର ବାପା ଜେଜେବାପା ଲଗାଇଥିଲେ ଓ ତାହା ତାଙ୍କର ସୁଖ ଦୁଃଖ ଓ ଅନେକ ସ୍ମୃତି ସହିତ ଜଡ଼ିତ l ଗଛଟିରେ ଫୁଲ ଫୁଟୁ ନ ଥିଲେ, ମିଠା ମିଠା ଫଳ ଫଳୁ ନ ଥିଲେ ମଧ୍ଯ ତାହା ମୂଳରେ ବାଟୋଇ ଖରାବେଳେ ବସି ପଥକଷ୍ଟ ଦୂର କରିପାରୁଛି l ତେଣୁ ପିଲାଟି ଗଛ ହାଣିବା ପାଇଁ କାଠୁରିଆକୁ ମନାକଲା l

c) ମିଠା ଫଳ ଫଳୁ ନ ଥିଲେ ମଧ୍ୟ କୌଣସି ଗଛକୁ କାଟିବା ନାହିଁ କାହିଁକି?
ଉ -ଗଛଟିରେ ମିଠା ମିଠା ଫଳ ଫଳୁ ନ ଥିଲେ ମଧ୍ଯ ତାହା ମୂଳରେ ବାଟୋଇ ଖରାବେଳେ ବସି ପଥକଷ୍ଟ ଦୂର କରିପାରୁଛି l
ତେଣୁ ଆମେ ଗଛକୁ କାଟିବା ନାହିଁ l

d) ଗଛ କି କି ଘଟଣା ସବୁ ଦେଖିଛି ବୋଲି କବିତାରେ ଲେଖାଯାଇଛି?
ଉ – ଗଛ ଅନେକ ଦୁଃଖ ସୁଖ ଦେଖିଛି, କେତେ ପୁଅଝିଅ ବାହାଘର ଦେଖିଛି ଓ ଅନେକ ଯାନିଯାତ୍ରା ଦେଖିଛି ବୋଲି କବିତାରେ ଲେଖାଯାଇଛି l
e) ପିଲାଟି ବାଲ୍ୟକାଳରେ ଗଛମୂଳେ ବସି କଣ କରୁଥିଲା ?
ଉ – ପିଲାଟି ବାଲ୍ୟକାଳରେ ଗଛମୂଳେ ବସି ପୋଥି ଧରି ପଢ଼ୁଥିଲା l

୨. କବିତାର ଯେଉଁ ଧାଡ଼ିରୁ ତଳଲିଖିତ କଥାଗୁଡ଼ିକ ବୁଝାପଡୁଛି, ସେହି ଧାଡ଼ିଟିକୁ ଆବୃତ୍ତି କରିବା l
a) ବରଂ ଗଛ ପାଖରେ ମହୁମାଛିମାନେ ସ୍ନେହରେ ନ ଉଡନ୍ତୁ l
ଉ – ‘ ନ ଉଡୁ ପଛକେ ମଧୁମକ୍ଷିକା ସେନେହେ ‘ l
b) କାଠୁରିଆ! ରହିଯାଅ , ସେ ଗଛ ହାଣ ନାହିଁ l
ଉ – ‘ କାଠୁରିଆ ନ ହାଣ ସେ ଗଛ, ରହ ରହ l’
c) ଏ ଗଛକୁ ଆମ ବାପା ଅଜା ଲଗାଇଥିଲେ l
ଉ – ‘ ତାହାକୁ ଲଗାଇଲେ ପିତୃପିତାମହ ‘ l
d) ମୁଁ ପିଲାଦିନେ ସାଙ୍ଗମାନଙ୍କ ସହିତ ଖେଳୁଥିଲି l
ଉ – ‘ ମନେ ପଡେ ପିଲାଦିନେ ଏହାରି ମୂଳରେ ଖେଳୁଥିଲି ମୁହିଁ ସାଙ୍ଗସାଥୀ ଗହଳରେ ‘ l

୩. ନିମ୍ନରେ କବିତାର ଗୋଟାଏ ମାତ୍ର ଧାଡ଼ି ଦିଆଯାଇଛି l
ମନେ ପକାଇ ଅନ୍ୟ ଧାଡ଼ିଟି ଲେଖି ପୂରଣ କରିବା l
a) କେତେ ଦୁଃଖସୁଖ ସେ ଯେ ଦେଖିଛି ଆମ୍ଭର l
ଉ – କେତେ ଝିଅପୁଅ କେତେ ଯାତ ବିଭାଘର l
b) ପଢ଼ଇ ବସି ମୁଁ ସଞ୍ଜ ସକାଳେ ନିଶ୍ଚଳେ l
ଉ – ଏବେ ବାଲ୍ୟକାଳେ ପୋଥି ଧରି ଛାଇ ତଳେ l
c) ନ ଫଳୁ ପଛେ ଏ ଗଛେ ମିଠାମିଠା ଫଳ l
ଉ – ଖରାବେଳେ ବାଟୋଇ ତ ବସେ ଏହା ତଳ l
d) ଯାଅ ଯାଅ କାଠୁରିଆ ଏ ଗଛ ନ ହାଣି l
ଉ – ରଖିବି ଏ ଗଛ ମୁହିଁ ସତ୍ୟ ମୋର ଜାଣି l

୪. ନ ଫଳୁ ପଛେ ଏ ଗଛେ଼ ମିଠା ମିଠା ଫଳ,
ଖରାବେଳେ ବାଟୋଇ ତ ବସେ ଏହା ତଳ l
ଏହି ପଦଟିର ଭାବ କିଛି ଲେଖାଯାଇଛି ବାକି ଲେଖା ପୂରଣ କରିବା l
ଉ – ଏହି ଗଛରେ ବରଂ ମିଠା ମିଠା ଫଳ ନ ଫଳୁ କିନ୍ତୁ ଖରାବେଳେ ବାଟୋଇ ଏହାର ତଳେ ବସେ l

୫. ତଳେ କବିତାର କେତୋଟି ଧାଡ଼ି ଲେଖାଯାଇଛି l ସେଗୁଡିକୁ ଗଦ୍ୟ ଆକାରରେ ଲେଖିବା l
a) ଥାଉ ମୁଁ ଜୀବନେ ଗଛ ନ ପାରିବ ହାଣି l
ମୁଁ ଜୀବନରେ ଥାଉ ଥାଉ ଗଛ ହାଣି ପାରିବ ନାହିଁ l
b) ପୂରୁବ ଆକାଶେ ସୂର୍ଯ୍ୟ ଉଦେ ପ୍ରଭାତରେ l
ଉ – ପ୍ରଭାତ କାଳରେ ସୂର୍ଯ୍ୟ ପୂର୍ବ ଆକାଶରେ ଉଦୟ ହୁଅନ୍ତି l
c) କେତେ ଦୁଃଖ ସୁଖ ସେ ଯେ ଦେଖିଛି ଆମ୍ଭର l
ଉ – ସେ ଆମର କେତେ ଦୁଃଖ ସୁଖ ଦେଖିଛି l
d) କାଠୁରିଆ ନ ହାଣ ସେ ଗଛ ରହ ରହ l
ଉ – ରହ ରହ କାଠୁରିଆ , ସେ ଗଛ ହାଣନା l

୬. ଫୁଲର ପାଖୁଡ଼ାରେ ଥିବା ଶବ୍ଦଗୁଡ଼ିକ ସହ ବାମ ପାଖ କୋଠରୀରେ ଥିବା ଶବ୍ଦଗୁଡ଼ିକର ସମ୍ପର୍କ ଅଛି l କୋଠରୀରୁ ଉପଯୁକ୍ତ ଶବ୍ଦ ଆଣି ଉପର ପାଖୁଡ଼ାରେ ଲେଖିବା l
ଯାତ୍ରା -ମେଳା
ପ୍ରାଣ – ଜୀବନ
ସାଥୀ – ସାଙ୍ଗ
କୋକିଳ – କଥା
କୋଇଲି – ଅଧିକ
ମଧୁକାଳ – ବସନ୍ତ ଋତୁ

୭. ଏଠାରେ ବାସ ଶବ୍ଦଟି ଭିନ୍ନ ଭିନ୍ନ ଅର୍ଥରେ ବ୍ୟବହୃତ ହୋଇଛି l କେଉଁ ବାକ୍ୟରେ କେଉଁ ଅର୍ଥ ଵୁଝାଉଛି ତାହା ଲେଖ l
a) ମଲ୍ଲୀ ଫୁଲର ବାସ ଭାରି ମଧୁର l
ଉ – ସୁଗନ୍ଧ
b) ଗରିବ ପିଲାଟିର ପିନ୍ଧିବାକୁ ବାସ ଖଣ୍ଡିଏ ବି ନାହିଁ l
ଉ – ବସ୍ତ୍ର
c) ସନ୍ଧ୍ୟାବେଳେ କୃଷକ ତା ବାସକୁ ଫେରିଲା
ଉ – ଗୃହ

୮. ଜଣେ ଲୋକ ଗଛଟିଏ ହାଣିବାକୁ ଯାଉଛି l ତାକୁ କଣ କହି ଗଛ ନ ହାଣିବା ପାଇଁ ବୁଝାଇବା ଆସ ଲେଖିବା l
ଉ – ଲୋକଟି ଗଛ ହାଣିବାକୁ ଯାଉଥିବାବେଳେ ଆମେ ତାକୁ ବୁଝାଇବା ଯେ ଗଛ ଆମକୁ ସୁବାସିତ ଫୁଲ ଦିଏ l ଆମେ ତା ଠାରୁ ମିଠା ଫଳ ପାଇଥାଉ l କୋଇଲି ଗଛରେ ବସି ରାବି ଉଠିଲେ ଆମକୁ ଆନନ୍ଦ ଲାଗେ l ଗଛର ଫୁଲରୁ ମହୁମାଛି ମଧୁ ସଂଗ୍ରହ କରିଥାଏ l ଖରାବେଳେ ବାଟୋଇ ଗଛ ଛାଇରେ ବସି ତାର ପଥ କଷ୍ଟ ଦୂର କରେ l ତେଣୁ ଗଛକୁ ନ ହାଣିବା ଉଚିତ୍ l

୯. ଅକ୍ଷର ଗୁଡ଼ିକୁ ସଜାଡି ଠିକ୍ କରି ଶବ୍ଦ ଲେଖିବା l
କାରିଠୁଆ – କାଠୁରିଆ
କ୍ଷିକାମ – ମକ୍ଷିକା
କୋଳକି – କୋକିଳ
ପିହମତା – ପିତାମହ
ପ୍ରତଭା – ପ୍ରଭାତ

4th Class Odia Book Question Answer
Chapter
-8( ସେମାନେ ଆମ ଭାଇଭଉଣୀ)

୧. ଆସ କଥାବାର୍ତ୍ତା ହେବା l
a) ‘ ପାହାଡଗୁଡ଼ିକ ହାତ ଧରାଧରି ହୋଇ ଛିଡା ହୋଇଛନ୍ତି l’ ଏଠାରେ ‘ ହାତ ଧରାଧରି ‘ ର ଅର୍ଥ କଣ?
ଉ – ଏଠାରେ ‘ ହାତ ଧରାଧରି ‘ ର ଅର୍ଥ ହେଉଛି ଲଗାଲଗି ହୋଇ ରହିବା ଅର୍ଥାତ୍ ପାହାଡଗୁଡ଼ିକ ଲଗାଲଗି ହୋଇ ରହିଛନ୍ତି l
b) କେଉଁମାନଙ୍କୁ ‘ ରେମୋ ‘ ବୋଲି କୁହାଯାଏ?
ଉ – ବଣ୍ଡାମାନଙ୍କୁ ‘ ରେମୋ ‘ ବୋଲି କୁହାଯାଏ l
c) ବଣ୍ଡାଲୋକମାନେ ଓଡ଼ିଶାର କେଉଁ ଜିଲ୍ଲାରେ ବାସ କରନ୍ତି ?
ଉ – ବଣ୍ଡାଲୋକମାନେ ଓଡ଼ିଶାର ମାଲକାନଗିରି ଜିଲ୍ଲାରେ ବାସ କରନ୍ତି l
d) ମାଲକାଗିରି ଜଙ୍ଗଲରେ କେଉଁସବୁ ଗଛ ଦେଖାଯାଏ?
ଉ – ମାଲକାଗିରି ଜଙ୍ଗଲରେ ବଡ଼ ବଡ଼ ଶାଳ, ପିଆଶାଳ, ଶିଶୁ, ଶାଗୁଆନ, ଅର୍ଜୁନ, ସୁମରି, ଚନ୍ଦନ, କଇଁଆ, ଆମ୍ବ, ପଣସ, କଇଥ ଆଦି ଗଛ ଦେଖାଯାଏ l
e) ବଣ୍ଡାଲୋକଙ୍କର ଘରଗୁଡିକ କିପରି?
ଉ – ବଣ୍ଡାଲୋକଙ୍କର ଘରଗୁଡିକ ଝାଟିମାଟି କାନ୍ଥରେ ତିଆରି l ସେଗୁଡିକ ପିରି ଘାସରେ ଛପର ହୋଇଥାଏ l
f) ବଣ୍ଡାମାନେ କେଉଁ କେଉଁ ପରବ ପାଳନ୍ତି?
ଉ – ବଣ୍ଡାମାନେ ଦଶରାପରବ , ଦିଆଲିପରବ, ପୁଷପରବ, ମାଘପରବ, ଚଇତିପରବ ଇତ୍ୟାଦି ପାଳନ୍ତି l
g) ଏ ବିଷୟଟି କିଏ ଲେଖିଛନ୍ତି?
ଉ – ଏ ବିଷୟଟି ଡଃ ପ୍ରତିଭା ରାୟ ଲେଖିଛନ୍ତି l

୨. ବିଷୟଟିକୁ ପଢି ଉତ୍ତର ଲେଖିବା l
a) ‘ ବଣ୍ଡା ପାହାଡ଼ ‘ ର ପାହାଡ ଗୁଡ଼ିକ କିପରି ଛିଡା ହୋଇଥିବା ଭଳି ଦିଶନ୍ତି?
ଉ – ‘ ବଣ୍ଡା ପାହାଡ଼ ‘ ର ପାହାଡ ଗୁଡ଼ିକ ହାତ ଧରାଧରି ହୋଇ, କାନ୍ଧକୁ କାନ୍ଧ ମିଳାଇ ଆକାଶକୁ ମୁଣ୍ଡ ଟେକି ଛିଡା ହୋଇଥିବା ଭଳି ଦିଶନ୍ତି l

b) ସେମାନଙ୍କୁ ଆମେ ଆମର ଭାଇଭଉଣୀ ବୋଲି କାହିଁକି କହିବା?
ଉ – ସେମାନଙ୍କୁ ଆମେ ଆମର ଭାଇଭଉଣୀ ବୋଲି କହିବା କାରଣ ସେମାନେ ଆମ ପରି ମଣିଷ l ସେମାନେ ଆମ ପରି ନାଚନ୍ତି, ଗାଆନ୍ତି, ଖେଳନ୍ତି, କେତେ ପ୍ରକାର ପରବ ପାଳନ୍ତି, ନିଜର ପରିଚୟ ସୁନ୍ଦର ଭାବରେ ଦିଅନ୍ତି l

c) ” ସେଠାକୁ ଗଲେ ଆଉ ଫେରିବାକୁ ଇଚ୍ଛା ହେବ ନାହିଁ ‘ କାହିଁକି?
ଉ – ବଣ୍ଡା ଭାଇଭଉଣୀମାନେ ଭାରି ସରଳ ଓ ସ୍ନେହୀ l ସେମାନେ ସମସ୍ତଙ୍କୁ ନିଜର ପରି ଦେଖନ୍ତି l ସେମାନଙ୍କ ପାଖକୁ ଗଲେ ସେମାନେ ଆମର ଅତିଥି ସତ୍କାର ସୁନ୍ଦର ଭାବରେ କରିଥାନ୍ତି l ସେମାନେ ଆମକୁ ଦେଖିଲେ ଖୁସି ହୁଅନ୍ତି ତେଣୁ ସେଠାକୁ ଗଲେ ଆଉ ଫେରିବାକୁ ଇଚ୍ଛା ହେବ ନାହିଁ l

d) ବଣ୍ଡା ସ୍ତ୍ରୀ ଲୋକମାନେ ଖୁବ୍ ପରିଶ୍ରମୀ ବୋଲି କିପରି ଜଣାପଡେ?
ଉ – ବଣ୍ଡା ସ୍ତ୍ରୀ ଲୋକମାନେ ଖୁବ୍ ଭୋରରୁ ଉଠି କାମକୁ ବାହାରିଯାଆନ୍ତି l ସେମାନେ ଗାଈ, ଗୋରୁ, ଛେଳି, କୁକୁଡ଼ା, ଘୁଷୁରି ପାଳନ୍ତି l ଧାନ, ମାଣ୍ଡିଆ, କାଙ୍ଗୁ, ଅଳସି ଆଦି ଫସଲ ଚାଷ କରନ୍ତି l ଏଥିରୁ ଜଣାପଡେ ବଣ୍ଡା ସ୍ତ୍ରୀ ଲୋକମାନେ ଖୁବ୍ ପରିଶ୍ରମୀ ଅଟନ୍ତି l

e) ସେମାନେ ଠାକୁରାଣୀଙ୍କୁ ପୂଜା କଲାବେଳେ କଣ କହିଥାନ୍ତି?
ଉ – ସେମାନେ ଠାକୁରାଣୀଙ୍କୁ ପୂଜା କଲାବେଳେ କହନ୍ତି, ” ମା, ଆମ ଗାଁ ରୁ ବାଘ, ଭାଲୁ, ସାପ, ରୋଗ ଦୂରେଇଯାଉ l ବାପା ମାଆ, ପିଲାଛୁଆ, ଗାଈଗୋରୁ, କୁକୁଡ଼ା , ଘୁଷୁରୀ ସମସ୍ତେ ଭଲରେ ରହନ୍ତୁ l କେହି କଳିଗୋଳ ନକରୁ l ସମସ୍ତେ ମିଳିମିଶି ଖୁସିରେ ଥାଆନ୍ତୁ ବୋଲି କହିଥାନ୍ତି l

୩. ସରଳ ଭାଷାରେ ବୁଝାଇ ଲେଖିବା l
a) ଜଣକର ସୁଖରେ ସମସ୍ତଙ୍କର ସୁଖ ନୁହେଁ l
ଉ – ଉକ୍ତ ଗଦ୍ୟାଂଶଟି ‘ ସାହିତ୍ୟ କଳିକା ‘ ବହିର ‘ ସେମାନେ ଆମ ଭାଇଭଉଣୀ ‘ ବିଷୟରୁ ଆସିଅଛି l ଏଠାରେ ଲେଖିକା ଡକ୍ତର ପ୍ରତିଭା ରାୟ ବଣ୍ଡାମାନଙ୍କର ମହତ୍ ଭାବନାର ପରିଚୟ ଦେଇଛନ୍ତି l
ବଣ୍ଡା ଲୋକମାନେ ଠାକୁର ଠାକୁରାଣୀଙ୍କୁ ମାନନ୍ତି l ସେମାନେ ନିଜ ପାଇଁ କେବେ କିଛି ମାଗନ୍ତି ନାହିଁ l ଯାହା ମାଗନ୍ତି ଗାଆଁର ସମସ୍ତଙ୍କ ପାଇଁ l ସେମାନେ ଜାଣନ୍ତି, ଜଣକର ସୁଖରେ ସମସ୍ତଙ୍କର ସୁଖ ନୁହେଁ l ସମସ୍ତେ ସୁଖରେ ରହିଲେ ହିଁ ଜଣେ ସୁଖରେ ରହିବ l

b) ମଣିଷ ହାତର ପାପୁଲି ଭଳି ଚକାଚକା ପତର ମେଲି ତୁମକୁ କଣ ଯେମିତି ମାଗିଥିବ ! ସେ ବୋଧେ ମଇତର ବସିବା ପାଇଁ ଚାହୁଁଥିବ l
ଉ -ଉକ୍ତ ଗଦ୍ୟାଂଶଟି ‘ ସାହିତ୍ୟ କଳିକା ‘ ବହିର ‘ ସେମାନେ ଆମ ଭାଇଭଉଣୀ ‘ ବିଷୟରୁ ଆସିଅଛି l ଏଠାରେ ଲେଖିକା ଡକ୍ତର ପ୍ରତିଭା ରାୟ ବଣ୍ଡା ପାହାଡ଼ର ଗଛଲତାମାନଙ୍କ ବିଷୟରେ ବର୍ଣ୍ଣନା କରିଛନ୍ତି l

ବଣ୍ଡା ପାହାଡ଼ ଉପରକୁ ଯିବାବେଳେ ତୀଖ ପାହାଡ଼ର ଦୁଇ ପଟରେ ଶାଳ, ପିଆଶାଳ, ଶିଶୁ, ଶାଗୁଆନ, ଅର୍ଜ୍ଜୁନ, ଚନ୍ଦନ, କଇଁଆ, ଆମ୍ବ, ପଣସ, କଇଥ ଇତ୍ୟାଦି କେତେ ଜାତିର ଗଛ ଦେଖିବାକୁ ମିଳେ l ଏ ଗଛରୁ ସେ ଗଛକୁ ଲଟେଇ ଯାଇଥିବା ଶିଆଳିଲଟା ମଣିଷ ହାତର ପାପୁଲି ଭଳି ଚକା ଚକା ପତର ମେଲି ତମକୁ କଣ ଯେମିତି ମାଗିଥିବା ଭଳି ମନେହେବ l ସେ ବୋଧହୁଏ ମଇତ୍ର ବସିବା ପାଇଁ ଚାହୁଁ ଥିବ ବୋଲି ଲେଖିକା ଅନୁମାନ କରିଛନ୍ତି l

୪. ‘ କ ‘ ସ୍ତମ୍ଭର ଶବ୍ଦ ସହିତ ‘ ଖ ‘ ସ୍ତମ୍ଭର ସମ୍ପର୍କିତ ଶବ୍ଦକୁ ମିଶାଇ ନୂଆ ଶବ୍ଦ ଗଢ଼ିବା l
ଉ – କୁଞ୍ଚୁକୁଞ୍ଚିଆ – ପାହାଡ଼
ଅଙ୍କାବଙ୍କା – ରାସ୍ତା
ଚକାଚକା – ପତର
ଝାଟିମାଟି – ଘର
ଭଲମନ୍ଦ – କଥା

୫. ଡାହାଣ ପାଖ ପାତ୍ରଟିରୁ ଶବ୍ଦ ଆଣି ବାଁ ପାଖରେ ଥିବା ଶବ୍ଦ ସହିତ ମିଶାଇ ଯୋଡ଼ି ଶବ୍ଦ ତିଆରି କରିବା l
ପୂଜା – ପରବ
ଯାନି – ଯାତରା
ଘର – ଦ୍ୱାର
ବାଟ – ଘାଟ
ଭୋଜି – ଭାତ
ଭାଇ – ଭଉଣୀ
ଝାଟି – ମାଟି

୬. ବଣ୍ଡା ଲୋକଙ୍କ ବିଷୟରେ ତଳେ କେତୋଟି କଥା କୁହାଯାଇଛି l ଠିକ୍ କଥାଟି ପାଖରେ ଠିକ୍ ଚିହ୍ନ (✓) ଓ ଭୁଲ କଥା ପାଖରେ ଛକି ଚିହ୍ନ (×) ଦିଅ l
a) ବଣ୍ଡାମାନେ କୌଣସି ପର୍ବପର୍ବାଣୀ ପାଳନ କରନ୍ତି ନାହିଁ l(×)
b) ବଣ୍ଡାମାନଙ୍କୁ ‘ ରେମୋ ‘ ବୋଲି କୁହାଯାଏ l (✓)
c) ବଣ୍ଡା ଭାଇଭାଉଣୀମାନେ ଭାରୀ ସରଳ ଓ ସ୍ନେହୀ l(✓)
d) ବଣ୍ଡା ସ୍ତ୍ରୀ ଲୋକମାନେ କିଛି କାମ କରନ୍ତି ନାହିଁ l(×)
e) ବଣ୍ଡା ଲୋକଙ୍କ ଭିତରେ ଖୁବ୍ ଏକତା ଥାଏ l(✓)
f) ସେମାନେ କୌଣସି ଠାକୁର ଠାକୁରାଣୀଙ୍କୁ ପୂଜା କରନ୍ତି ନାହିଁ l(×)

୭. ଆସ ତଳେ ଥିବା ଶବ୍ଦ ଗୁଡିକୁ ନେଇ ବାକ୍ୟ ଗଠନ କରିବା l
ସୀମା – ଆମ ରାଜ୍ୟର ଦକ୍ଷିଣ ସୀମାରେ ମାଲକାନଗିରି ଜିଲ୍ଲା ରହିଛି l
ନିଶାପ – ବଣ୍ଡା ମାନଙ୍କର ନିଶାପ ତାଙ୍କ ଗାଁ ଚଉତରା ଉପରେ ହୁଏ l
ମଉଜ – ବଣ୍ଡାମାନେ ବିଭିନ୍ନ ପର୍ବପର୍ବାଣୀ ପାଳନ କରି ମଉଜ କରିଥାନ୍ତି l
ଏକତା – ଆମ୍ଭମାନଙ୍କ ମନରେ ଏକତା ମନୋଭାବ ରହିବା ଆବଶ୍ୟକ l
ଅପୂର୍ବ – ପାହାଡ ଅଞ୍ଚଳର ଦୃଶ୍ୟ ଅପୂର୍ବ ଲାଗେ l

୮. ତଳ ଅନୁଚ୍ଛେଦର ବାକ୍ୟଗୁଡ଼ିକ ମଧ୍ୟରେ କେଉଁ ସ୍ଥାନରେ କି ଚିହ୍ନ ଲାଗିବ, ତାହା ଲଗାଇବା l ଠିକ୍ ହେଲାକି ନାହିଁ ବହିରେ ଥିବା ପାଠ ସହିତ ମିଳାଇବା l
ଉ – ତୀଖ ପାହାଡ଼ ଉପରକୁ ଉଠିବା ବାଟରେ ଦୁଇପଟେ ଦେଖିବ ବଡ଼ ବଡ଼ ଶାଳ, ପିଆଶାଳ, ଶିଶୁ, ଶାଗୁଆନ, ଚନ୍ଦନ, ଏମିତି କେତେ ଜାତିର ଗଛ l ଶିଆଳିଲଟା ଗେହ୍ଲାରେ ଲଟେଇ ଯାଇଥିବ ଏ ଗଛରୁ ସେ ଗଛକୁ l ମଣିଷ ହାତରେ ପାପୁଲି ଭଳି ଚକା ଚକା ପତର ମେଲି କ’ଣ ଯେମିତି ମାଗୁଥିବ l ସେ ବୋଧେ ମଇତର ବସିବା ପାଇଁ ଚାହୁଁଥିବ l ଗଛ କ’ଣ ଆମର ବନ୍ଧୁ ନୁହେଁ ? ତା’ ସାଙ୍ଗରେ ମଇତର ବସିଲେ କ୍ଷତି କଅଣ ?

୯. ତଳ ଲିଖିତ ବାକ୍ୟ ଗୁଡ଼ିକର ଖାଲି ସ୍ଥାନକୁ ପୂରଣ କରିବା l
a) ମାଲକାଗିରି ଆମ ଓଡ଼ିଶାର – ଗୋଟିଏ ପାହାଡିଆ ଜିଲ୍ଲା
b) ଆଗେ ବଣ୍ଡା ପାହାଡ ଉପରକୁ – ଯିବା ପାଇଁ ରାସ୍ତା ନ ଥିଲା
c) ଆମେ ସାଙ୍ଗରେ ମିଶି ପାରିଲେ – ସେମାନେ ଡାକନ୍ତି ‘ ମଇତର ‘
d) ଗାଁ ମଝିରେ ଗୋଟିଏ ବଡ଼ ଗଛତଳେ – ପଥରର ଚଉତରାଟିଏ ଥାଏ
e) ସମସ୍ତେ ସୁଖରେ ରହିଲେ ହିଁ – ଜଣେ ସୁଖରେ ରହିବ

୧୦. ବଣ୍ଡା ଭାଇଭଉଣୀଙ୍କର କେଉଁ ଗୁଣଗୁଡ଼ିକ ଆମକୁ ଭଲ ଲାଗିଲା, ତାହା ତଳେ ୫ଟି ବାକ୍ୟରେ ଲେଖିବା l
a) ବଣ୍ଡା ଭାଇଭଉଣୀଙ୍କର ସରଳ ଗୁଣ ଓ ସ୍ନେହଭାବ ଆମକୁ ଭଲ ଲାଗିଲା l
b) ସେମାନେ ମିଛ କୁହନ୍ତି ନାହିଁ l
c) ସେମାନେ ଅନ୍ୟର ଜିନିଷରେ ଲୋଭ ରଖନ୍ତି ନାହିଁ l
d) ସେମାନେ ଗାଁ ର ସମସ୍ତଙ୍କର ସୁଖ ପାଇଁ ଠାକୁରାଣୀଙ୍କୁ ପୂଜା କରନ୍ତି l
e) ଗାଁର କଳିଗୋଳ ଭଲମନ୍ଦ ନିଜ ନିଜ ଭିତରେ ସମାଧାନ କରନ୍ତି l

4th Class Odia Book Question Answer
Chapter
– 9 (ସାଇତି ରଖିବା ସଜାଇ ରଖିବା)

୧. ଆସ କଥାବାର୍ତ୍ତା ହେବା l
a) ତନ୍ମୟ ବ୍ୟସ୍ତ ହୋଇ କଣ ଖୋଜୁଥିଲା?
ଉ – ତନ୍ମୟ ବ୍ୟସ୍ତ ହୋଇ ସାର୍ଟ ଖୋଜୁଥିଲା l
b) କେଉଁମାନେ ସବୁବେଳେ ଅନ୍ୟକୁ ଦୋଷ ଦିଅନ୍ତି?
ଉ – ନିଜକାମ ନିଜେ ଯେଉଁମାନେ କରନ୍ତି ନାହିଁ ସେମାନେ ସବୁବେଳେ ଅନ୍ୟକୁ ଦୋଷ ଦିଅନ୍ତି l
c) କେଉଁ କାରଣରୁ ଭଦ୍ରଲୋକ ଜୋରିମାନା ଦେଲେ?
ଉ – ସାମାନ୍ୟ ଅଯତ୍ନରୁ ଭଦ୍ରଲୋକ ଜୋରିମାନା ଦେଲେ l
d) ଚନ୍ଦନ କଣ କଣ ସଂଗ୍ରହ କରି ରଖିଥିଲା?
ଉ – ଚନ୍ଦନ ନାନା ପ୍ରକାରର ପଥର, ପଶୁପକ୍ଷୀଙ୍କର ଚିତ୍ର, ପକ୍ଷୀଙ୍କର ପର, ଡାକଟିକଟ ଓ ମୁଦ୍ରା ଆଦି ସଂଗ୍ରହ କରି ରଖିଥିଲା l
e) ରାଜ୍ୟ ସଂଗ୍ରାହାଳୟଟି କେଉଁଠାରେ ଅବସ୍ଥିତ?
ଉ – ରାଜ୍ୟ ସଂଗ୍ରାହାଳୟଟି ଭୁବନେଶ୍ୱରରେ ଅବସ୍ଥିତ l

୨. ଆସ ଉତ୍ତର ଲେଖିବା l
a) ଜିନିଷ ସବୁକୁ ସଜାଇ ନ ରଖିଲେ ଆମର କି କି ଅସୁବିଧା ହେଇଥାଏ?
ଉ – ଜିନିଷ ସବୁକୁ ସଜାଇ ନ ରଖିଲେ ତାକୁ ଖୋଜିବାରେ ଆମର ବହୁତ ସମୟ ନଷ୍ଟ ହୁଏ, ଅନ୍ୟ ଉପରେ ରାଗ ହୁଏ, ଅନେକ ସମୟରେ ଅପମାନିତ ହେବାକୁ ପଡ଼େ l

b) ଘରୁ ବାହାରିଲା ବେଳକୁ ତନ୍ମୟ ରାଗ ତମତମ ହୋଇ ବାହାରେ କାହିଁକି?
ଉ – ଘରୁ ବାହାରିଲା ବେଳକୁ ତନ୍ମୟ ରାଗ ତମତମ ହୋଇ ବାହାରେ କାରଣ ସେ ଯାହା ଖୋଜେ ହଠାତ୍ କିଛି ମିଳେ ନାହିଁ l

c) ଦୁର୍ଲ୍ଲଭ ପଦାର୍ଥ ଆମେ କାହିଁକି ସଂଗ୍ରହ କରିବା?
ଉ – ଦୁର୍ଲ୍ଲଭ ପଦାର୍ଥ ସଂଗ୍ରହ କଲେ ଆମେ ସେଥିରୁ ଅନେକ କଥା ଜାଣିପାରିବା
d) ଚନ୍ଦନର ଘରେ କଣ ସବୁ ଦେଖି ତନ୍ମୟ ଖୁସି ହୋଇଗଲା?
ଉ – ଚନ୍ଦନର ଘରେ ନାନା ପ୍ରକାର ପଥର, ପଶୁପକ୍ଷୀଙ୍କର ଚିତ୍ର , ପକ୍ଷୀଙ୍କର ପର, ଡାକଟିକଟ, ମୁଦ୍ରା, ପତ୍ରପତ୍ରିକାର ଲେଖା, ଫଟୋ ଆଲବମ୍, ବିଭିନ୍ନ ଚିତ୍ର ଏବଂ ପରିଷ୍କାର ପରିଚ୍ଛନ୍ନ ସାଜସଜ୍ଜା ସବୁ ଦେଖି ତନ୍ମୟ ଖୁସି ହୋଇଗଲା l

e) କୌଣସି ଜିନିଷକୁ ସାଇତି ରଖିଲେ ଆମର କି ଉପକାର ହୁଏ?
ଉ – କୌଣସି ଜିନିଷକୁ ସାଇତି ରଖିଲେ ଆମେ ତାହାକୁ ଖୋଜିଲେ ଠିକ୍ ସମୟରେ ମିଳିଯାଏ l

୩. ସରଳ ଭାଷାରେ ବୁଝାଇ ଲେଖିବା l
ଜଣେ ଯତ୍ନଶୀଳ ଓ ଦାୟିତ୍ବବାନ ଲୋକ ଜୀବନରେ କେବେ ହାରିଯାଏ ନାହିଁ l
ଉ – ଉକ୍ତ ଗଦ୍ୟାଂଶଟି ଆମ ‘ ସାହିତ୍ୟ କଳିକା ‘ ବହିର ‘ ସାଇତି ରଖିବା ସଜାଇ ରଖିବା ‘ ବିଷୟରୁ ଆସିଅଛି l ଏଠାରେ ଲେଖକ ଯତ୍ନଶୀଳ ଓ ଦାୟିତ୍ବବାନ ଲୋକର ସଫଳତା ବିଷୟରେ କହିଛନ୍ତି l

ତନ୍ମୟର ବଡ ଭାଇ ଚନ୍ଦନ ସବୁ ଜିନିଷ ସାଇତି ରଖେ ଏବଂ ସଜାଇ ରଖେ l କିନ୍ତୁ ତନ୍ମୟ ତାର ଜିନିଷଗୁଡ଼ିକର ଯତ୍ନନିଏ ନାହିଁ l ତେଣୁ ସେ ବଡ଼ ଅସୁବିଧାରେ ପଡ଼େ l ତନ୍ମୟକୁ ଠିକ୍ ବାଟକୁ ଆଣିବା ପାଇଁ ଚନ୍ଦନ ତାଙ୍କ ଗୁରୁଜୀ କହିଥିବା ଗପ କହିଲା ଏବଂ ନିଜେ ସାଇତି ରଖିଥିବା ଜିନିଷ ଗୁଡ଼ିକୁ ତନ୍ମୟକୁ ଦେଖାଇଲା l ଏଥି ସହିତ ତନ୍ମୟକୁ ବୁଝାଇ ଦେଲା ଯେ ସାଇତି ରଖିବାର ଅଭ୍ୟାସ ମଣିଷକୁ ଯତ୍ନଶୀଳ, ଦାୟିତ୍ବବାନ ଓ ଶୃଙ୍ଖଳିତ କରିଥାଏ l

୪. ବିପରୀତ ଅର୍ଥ ଵୁଝାଉଥିବା ଶବ୍ଦକୁ ପାଖ ଗାରରେ ଲେଖିବା l
ମିଛ- ସତ
ଯତ୍ନ- ଅଯତ୍ନ
ସୁବିଧା- ଅସୁବିଧା
ପରିଷ୍କାର- ଅପରିଷ୍କାର
ଅପକାର – ଉପକାର

୫. ବନ୍ଧନୀ ମଧ୍ୟରୁ ଉପଯୁକ୍ତ ଶବ୍ଦ ଆଣି ଖାଲି ଜାଗାରେ ଲେଖିବା l
a) ଜିନିଷ ସାଇତି ରଖିବା ଗୋଟିଏ କଠିନ କାମ ନୁହେଁ l
b) ଆମ ରାଜ୍ୟର ଭୁବନେଶ୍ୱରରେ ଗୋଟିଏ ସଂଗ୍ରାହଳୟ ଅଛି l
c) ଯତ୍ନଶୀଳ ଓ ଦାୟିତ୍ବବାନ ଲୋକ ଜୀବନରେ କେବେ ହାରିଯାଏ ନାହିଁ l

୬. ଆସ ତଳେ ଥିବା ଅପୂର୍ଣ୍ଣ ବାକ୍ୟଗୁଡିକୁ ବହିରୁ ଖୋଜି ପୂରଣ କରିବା l
a) ଜିନିଷ ସାଇତି ରଖିବା ଗୋଟିଏ – କଠିନ କାମ ନୁହେଁ ଏହା ଗୋଟିଏ ଭାରି ଭଲ ଗୁଣ l
b) ସାମାନ୍ୟ ଅଯତ୍ନରୁ ତାଙ୍କୁ – ଅପମାନ ଓ ଧନାହାନି ଉଭୟ ସହିବାକୁ ପଡ଼ିଲା l
c) ସେ ପତ୍ରପତ୍ରିକାରୁ କେତେ ଲେଖା – କାଟିକରି ରଖିଛି
d) ମୁଁ ପରା କେତେ ଜାତିର ଜିନିଷ ସଂଗ୍ରହ କରି ଆମ ଘରେ – ଗୋଟିଏ ଛୋଟ ସଂଗ୍ରହାଳୟ ତିଆରି କରିଛି l
e) ବଡ଼ଭାଇଠୁ ସାନାଭାଇମାନେ – ଅନେକ କଥା ଶିଖନ୍ତି l

୭. ଆସ ନିମ୍ନଲିଖିତ ଶବ୍ଦଗୁଡ଼ିକୁ ବ୍ଯବହାର କରି ବାକ୍ୟ ଗଢ଼ିବା l
ଦୁର୍ଲ୍ଲଭ – ବିଭିନ୍ନ ପ୍ରକାର ଦୁର୍ଲ୍ଲଭ ଜିନିଷ ସାଇତି ରଖିବା ଆବଶ୍ୟକ l
ବାହାନା – ରାମ ପାଠ ନ ପଢ଼ିବା ପାଇଁ ମିଛ ବାହାନା କରୁଛି l
ରାଗ ତମତମ – ସୀତା ରାଗ ତମତମ ହୋଇ ଘରୁ ବାହାରିଲା l
ଦାୟିତ୍ୱ – ନିଜ ଜିନିଷ ନିଜ ଦାୟିତ୍ୱରେ ରଖିବା ଉଚିତ୍ l
ଅପରାଧୀ – ନିଜର ଭୁଲ କାମ ପାଇଁ ମୁଁ ଅପରାଧି ଭଳି ନୀରବ ରହିଲି l

୮. ବାକ୍ସ ଭିତରେ ଏହି ପାଠରୁ କିଛି ଶବ୍ଦ ଦିଆଯାଇଛି l ଆସ, ସେଗୁଡିକୁ ବ୍ଯବହାର କରି ଅନୁଛେଦଟି ଲେଖିବା l
ଉ – ଥରେ ଜଣେ ରାମର ରେଲଗାଡିରେ ଯାଉଥିଲା l ଟି. ଟି. ଇ. ଆସି ତାକୁ ଟିକେଟ ମାଗିଲେ l ରାମ ତା ପକେଟ୍, ଡାଏରୀ, ବ୍ୟାଗ୍ ସବୁଠି ଖୋଜିଲା କିନ୍ତୁ ଟିକେଟ ପାଇଲା ନାହିଁ l ସେ ଟିକେଟ କରିଛି ବୋଲି କହିଲେ ମଧ୍ଯ ଟି. ଟି. ଇ. ବିଶ୍ୱାସ କରିବାକୁ ନାରାଜ l ଏଣେ ଯେତିକି ବିଳମ୍ବ ହେଉଥାଏ, ପାଖରେ ବସିଥିବା ଯାତ୍ରୀମାନେ ତାଙ୍କ ଆଡ଼କୁ ସେତିକି ଆଡେଇ ଆଡେଇ ଅନାଉ ଥାନ୍ତି l ସତେ ଯେପରି ସେ ବାହାନା କରୁଛି l ତାକୁ ଅପରାଧୀ ଭଳି ଲାଗିଲା ଏବଂ ବଡ଼ ବାଧିଲା l ସାମାନ୍ୟ ଅଯତ୍ନରୁ ତାକୁ ଧନହାନି ସହିବାକୁ ପଡ଼ିଲା l

୯. ‘ ପଢ଼ିବା ‘ ଗୋଟାଏ କାମକୁ ବୁଝାଉଛି l ଏଇ କାମଟି କରିବାକୁ କାହାକୁ ଆଦେଶ ଦେଲେ କୁହାଯିବ ‘ ପଢ଼ ‘ l ସେହିଭଳି ତଳଲିଖିତ କାର୍ଯ୍ଯଗୁଡ଼ିକ କରିବା ପାଇଁ ଆଦେଶ ଦେଲେ କଣ ହେବ ଲେଖିବା l
କରିବା- କର
କହିବା- କୁହ
ଶୁଣିବା- ଶୁଣ
ଯିବା- ଯାଅ
ଡେଇଁବା- ଡ଼ିଅଁ
ଖୋଜିବା – ଖୋଜ

୧୦. ‘ ସଫାସୁତୁରା ‘ ପରି ଆଉ କେତୋଟି ଯୋଡ଼ା ଶବ୍ଦ ମନରୁ ଭାବି ଲେଖିବା l
ଉ – ଗପସପ, ଫୁଲଫଳ, ପଶୁପକ୍ଷୀ, ସାଜସଜ୍ଜା, ଭଙ୍ଗାରୁଜା, ଗଛଲତା l

4th Class Odia Book Question Answer
Chapter – 10 (ଭଲ କି କରିନି ମୁଁ ?)

୧. ଆସ କଥାବାର୍ତ୍ତା ହେବା l
a) ପିଲାଟି କାହାର ଡାକରେ ସକାଳୁ ଉଠିପଡ଼ିଲା ?
ଉ – ପିଲାଟି ଶୁଆଶାରୀଙ୍କ ଡାକରେ ସକାଳୁ ଉଠିପଡ଼ିଲା l
b) ଶୁଆଶାରୀ ପିଞ୍ଜରାରୁ ବାହାରି କେଉଁଆଡେ ଚାଲିଗଲେ?
ଉ – ଶୁଆଶାରୀ ପିଞ୍ଜରାରୁ ବାହାରି ଗହନ ବନକୁ ଚାଲିଗଲେ l
c) ପିଲାଟି ସଡ଼କ ଦାଢ଼ରେ କାହାକୁ ଦେଖିଲା?
ଉ – ପିଲାଟି ସଡ଼କ ଦାଢ଼ରେ ଚମ ଧୁଡୁଧୁଡୁ ପୁଂଗୁଳା ଦେହରେ ଥିବା ବୁଢ଼ାଟିକୁ ଦେଖିଲା l
d) ନିଜର ଲାଲ ଶାଲକୁ ନେଇ ପିଲାଟି କଣ କଲା?
ଉ – ନିଜର ଲାଲ ଶାଲକୁ ନେଇ ପିଲାଟି ପୁଂଗୁଳା ବୁଢ଼ାଟିର ଦେହରେ ଘୋଡାଇଦେଲା l

୨. ସରଳ ଭାଷାରେ ବୁଝାଇ ଲେଖିବା l
ତୋ ପଣତ ପରା ଶୀତ – ବାରଣୀ ମୋ ଶାଲ କି ହେବ ତା ସରି l
ଉ – ଉକ୍ତ ପଦ୍ୟାଂଶଟି ଆମ ପଠିତ ‘ ସାହିତ୍ୟ କଳିକା ‘ ପୁସ୍ତକର ‘ ଭଲ କି କରିନି ମୁଁ ‘ ବିଷୟରୁ ଆସିଅଛି l ଏଠାରେ କବି ପିଲାଟି ପାଇଁ ତା ‘ ମାଆର ପଣତକାନି କିଭଳି ଶୀତ ବାରଣୀ ତାହା ଉଲ୍ଲେଖ କରିଛନ୍ତି l
ପିଲାଟି ଗୋଟିଏ ମନରେ ମହତ କାମ କରିଛି l ସେ ବାଟ କଡ଼ରେ ଗୋଟିଏ ବୁଢ଼ା ମଣିଷକୁ ଦେଖିଛି l ବୁଢ଼ାଟିର ଚମ ଧୁଡ଼ୁଧୁଡୁ, ଦିହ ଥୁରୁଥୁରୁ , ବାଳ ଫୁରୁଫୁରୁ ଏବଂ ଦେହଟି ଫୁଙ୍ଗୁଳା l ପିଲାଟି ତା ‘ ପ୍ରତି ଦୟା ପାଇ ନିଜର ଲାଲ୍ ସାଲଟିକୁ ତା ‘ ଦେହରେ ଘୋଡାଇ ଦେଇଛି l ଏହିଭଳି କାମ କରି ସେ ତାର ବୋଉ ଆଗରେ କହିଛି ଯେ ତା ‘ ବୋଉର ପଣତ ଶୀତ ବାରଣୀ ହୋଇଥିବା ବେଳେ ସାଲର କଣ କାମ ଅଛି? ସେ ସାଲ କଣ ତା ‘ ବୋଉର ପଣତକାନି ସହିତ ସମାନ ହୋଇପାରିବ?

୩. ଆସ ଉତ୍ତର ଲେଖିବା l
a) ଶୁଆଶାରୀ ଦୁହେଁ ଆନନ୍ଦରେ ଉଡ଼ିଗଲେ କାହିଁକି?
ଉ – ପଞ୍ଜୁରୀରୁ ମୁକୁଳିଯିବାରୁ ଶୁଆଶାରୀ ଦୁହେଁ ଆନନ୍ଦରେ ଉଡ଼ିଗଲେ l
b) ପିଲାଟି ନିଜର ସାଲଟିକୁ ବୁଢାକୁ ଦେଲା କାହିଁକି?
ଉ – ପିଲାଟି ନିଜର ସାଲଟିକୁ ବୁଢାକୁ ଦେଲା କାରଣ ବୁଡ଼ାଟିର ଦେହ ପୁଙ୍ଗୁଳା ଥିବାରୁ ଏବଂ ସେ ଶୀତରେ ଥରୁଥିବାରୁ l
c) ବଣ ଶୁଆଶାରୀ ଉଡିଗଲା ପରେ ସାଥୀ ମେଳରେ କଣ କରୁଥିବେ?
ଉ – ବଣ ଶୁଆଶାରୀ ଉଡିଗଲା ପରେ ସାଥୀ ମେଳରେ ଗଛ ଡାଳରେ ମନ ଉଲାସିଆ ତାନରେ ଗାଉଥିବେ l
d) ଶାଲଟି ପାଇ ବୁଢାଟିର ଅବସ୍ଥାରେ କି ପରିବର୍ତ୍ତନ ହୋଇଥିବ ?
ଉ – ଶାଲଟି ପାଇ ବୁଢାଟି ଶୀତରୁ ତରି ଯାଇଥିବ ତେଣୁ ତାର ସେ ବର୍ଷଟିର କଷ୍ଟର ଅବସ୍ଥାରେ ପରିବର୍ତ୍ତନ ହୋଇଥିବ l
e) ପିଲାଟି କେଉଁ ଦୁଇଟି ଭଲ କାମ କରିଥିଲା ?
ଉ – ପିଲାଟି ପିଞ୍ଜରାରୁ ଶୁଆଶାରୀଙ୍କୁ ଉଡ଼ାଇଦେବା ଓ ବୁଢ଼ା ଲୋକଟିକୁ ଶାଲଟି ଦେଇଦେବା ଏହି ଦୁଇଟି ଭଲ କାମ କରିଥିଲା l

୪ . ବୃତ୍ତ ଭିତରେ କେତେଗୁଡ଼ିଏ ଶବ୍ଦ ଏକାଠି ରଖାଯାଇଛି l କାହା ସହିତ କିଏ ମିଶିବ, ତାକୁ ଏକାଠି ଯୋଡ଼ି ଲେଖିବା l
ଯେମିତି – ପୁଙ୍ଗୁଳା ବୁଢ଼ା
ଉ – ବାଳୁତ ସୁରୂଯ
ପୋଷା ଶୁଆଶାରୀ
ସଡ଼କ ଦେଢ଼
ବାଘୁଆ ଜାଡେ

୫. ଏହି କବିତାରୁ କାମକୁ ବୁଝାଉଥିବା କେତୋଟି ଶବ୍ଦ ଖୋଜି ତଳ କୋଠରୀରେ ଲେଖିବା ଯେପରି………. ଉଠିଲି, ଉଠିଲ l
ଉ – ଦେଲି , ଦେଲ
ଦେଖିଲି, ଦେଖିଲ
ଘୋଡାଇ ଦେଲି, ଘୋଡାଇ ଦେଲ
କରିଲି, କରିଲ
କାଢ଼ିଲି, କାଢିଲ

୬. ‘ ଶୁଣିଲା ‘ ଯେପରି ‘ ଶୁଣି ‘ ହେଉଛି l ସେହିପରି ନିମ୍ନ ଶବ୍ଦ ଗୁଡ଼ିକର ରୂପ କଣ ହେବ ଲେଖିବା l
ହେଲା – ହୋଇ
ଦେଲା – ଦେଇ
ତରିଲା – ତରି
କାଢ଼ିଲା – କାଢି
ଉଡ଼ିଲା – ଉଡ଼ି
ପାଇଲା – paair

୭. ଏହି ପାଠରେ ” ଧୁଡ଼ୁଧୁଡୁ” ପରୀ ଆଉ କେତୋଟି ଶବ୍ଦ ବ୍ଯବହାର କରାଯାଇଛି ତାକୁ ବାଛି ତଳ କୋଠରୀରେ ଲେଖିବା l
ଉ – ଧଡପଡ଼
ଉଡ଼ିଉଡ଼ି
ଥୁରୁଥୁରୁ
ଫୁରୁଫୁରୁ

୮. ‘ ହସ ‘ ର ବିପରୀତ ଅର୍ଥବୋଧକ ଶବ୍ଦ ‘ କାନ୍ଦ ‘ l ସେହିପରି ନିମ୍ନଲିଖିତ ଶବ୍ଦଗୁଡ଼ିକର ବିପରୀତ ଅର୍ଥବୋଧକ ଶବ୍ଦକୁ ଲେଖିବା l
ସୁଖ – ଦୁଃଖ
ଆପଣା – ପର
ଭଲ – ମନ୍ଦ
ବାଳୁତ – ବୃଦ୍ଧ

୯. ‘ ସୂରୁଯ ‘ ର ଗଦ୍ୟ ରୂପଟି ‘ ସୂର୍ଯ୍ୟ ‘ l ସେହିପରି ନିମ୍ନଲିଖିତ ଶବ୍ଦମାନଙ୍କର ଗଦ୍ୟରୂପକୁ ପାଖ କୋଠରୀରେ ଲେଖିବା l
ବରତିବ – ବର୍ତ୍ତିବ
ମରମ – ମର୍ମ
ଜନମ – ଜନ୍ମ
କରମ – କର୍ମ

୧୦. କବିତାର କିଛି ଅଂଶ ଛାଡ଼ି ଦିଆଯାଇଛି l ଆସ ସେହି ଅଂଶତକ ମନେ ପକାଇ ଲେଖିବା l
a) ବଣ ଶୁଆଶାରୀ ବନେ ଗଲେ ଉଡ଼ି l
b) ପିଞରାରୁ କାଢି ଦେଲି ଯେବେ ଛାଡ଼ି l
c) ନିଆଶୀ ସୁଖ ଟିକେ ଦେଇ ଭଲ କି କରିନି ମୁହିଁ l
୧୧. ଯେଉଁ ଗୁଡ଼ିକ ଭଲ କାମ ତାକୁ ବାଛି ତଳ କୋଠରୀରେ ଲେଖିବା l
ଉ – ନିହାସା ବୁଢାକୁ ସାହାଯ୍ୟ କରିବା, ଅନ୍ଧକୁ ବାଟ କାଢାଇବା, ସୂର୍ଯ୍ୟୋଦୟ ପୂର୍ବରୁ ଶେଯରୁ ଉଠିବା l

4th Class Odia Book Question Answer
Chapter
– 11 ( ମାଟିଗଲା ବିଗିଡ଼ି)

୧ . ଆସ କଥାବାର୍ତ୍ତା ହେବା l
a) ଛୁଟିରେ ବାପୁ ଓ ଦୀପୁ କେଉଁଠିକୁ ଯାଇଥିଲେ?
ଉ – ଛୁଟିରେ ବାପୁ ଓ ଦୀପୁ ତାଙ୍କ ମଉସା ଘରକୁ ଯାଇଥିଲେ l
b) ଅଜା ବଗିଚାରେ କେଉଁ କାମ କରୁଥଲେ?
ଉ – ଅଜା ବଗିଚାରେ ମାଟି ହାଣୁଥିଲେ, ଘାସ ବାଛୁଥିଲେ ଓ ଗଛମୂଳେ ପାଣି ଦେଉଥିଲେ l
c) ଚାଷୀମାନେ ପୋକଦାଉରୁ ଫସଲକୁ ରକ୍ଷା କରିବାକୁ କଣ କଲେ?
ଉ – ଚାଷୀମାନେ ପୋକଦାଉରୁ ଫସଲକୁ ରକ୍ଷା କରିବାକୁ ଯାଇ ମନ ଇଚ୍ଛା ପୋକମାରା ଔଷଧ ପକାଇଲେ l
d) ଜିଆମାନେ କୃଷକର କି ଉପକାର କରନ୍ତି?
ଉ – ଜିଆମାନେ ମାଟିକୁ ଖୋଳନ୍ତି, ମାଟିକୁ ଖାଆନ୍ତି l ଯାହା ଫଳରେ ମାଟି ଫସଫସିଆ ହୋଇଥାଏ, ଉର୍ବର ହେଇଥାଏ l ଏହିପ୍ରକାରେ ଜିଆମାନେ କୃଷକର ଉପକାର କରନ୍ତି l
e) କେଉଁଗୁଡ଼ିକୁ ଆମେ ପ୍ରାକୃତିକ ସାର ବୋଲି କହିବା?
ଉ – ପିଡ଼ିଆ, ଗୋବର ଖତ, କମ୍ପୋଷ୍ଟ ଖତକୁ ଆମେ ପ୍ରାକୃତିକ ସାର ବୋଲି କହିବା l

୨. ଆସ ଉତ୍ତର ଲେଖିବା l
a) ମଉସାଙ୍କ ବଗିଚାରେ କଣ କଣ ଚାଷ କରାଯାଏ?
ଉ – ମଉସାଙ୍କ ବଗିଚାରେ ନାନା ଜାତିର ଫୁଲ ସହିତ ବରଷର ବାରମାସ ବିଭିନ୍ନ ପନିପରିବା ଚାଷ କରାଯାଏ l
b) ପରିଶ୍ରମ କରିବା ଦ୍ବାରା ଅଜାଙ୍କର କି ଉପକାର ହେଉଥିଲା?
ଉ – ପରିଶ୍ରମ କରିବା ଦ୍ବାରା ଅଜାଙ୍କର ଦେହ ଭଲ ରହୁଥିଲା ଓ ମନ ଫୁର୍ତ୍ତି ରହୁଥିଲା l
c) ବାତ୍ୟା ଯୋଗୁଁ ନଈକୂଳିଆ ଗାଁଟିର କି କ୍ଷତି ହେଲା?
ଉ – ବାତ୍ୟା ଯୋଗୁଁ ନଈକୂଳିଆ ଗାଁ ଲୋକମାନଙ୍କର ଘରଦ୍ୱାର ସବୁ ଭାଙ୍ଗିଗଲା l ସେମାନଙ୍କର ବଡ ବଡ ଗଛସବୁ ଉପୁଡ଼ି ପଡ଼ିଲା l ଖେତବାଡ଼ିରେ ପୋକ ଭର୍ତ୍ତି ହୋଇଗଲା l
d) ଜିଆ କିପରି କୃଷକର ବନ୍ଧୁ?
ଉ – ଜିଆମାନେ ମାଟିକୁ ଖୋଳନ୍ତି, ମାଟିକୁ ଖାଆନ୍ତି l ଯାହା ଫଳରେ ମାଟି ଫସଫସିଆ ହୋଇଥାଏ, ଉର୍ବର ହେଇଥାଏ l ତେଣୁ ଜିଆ କୃଷକର ଉପକାରରେ ଲାଗେ l ଏଥିପାଇଁ ଜିଆ କୃଷକର ବନ୍ଧୁ l
e) ମାଟି କିପରି ବିଗିଡ଼ି ଗଲା?
ଉ – ରାସାୟନିକ ସାର ଅଧିକ ବ୍ଯବହାର ହେବାରୁ ମାଟି ବିଗିଡ଼ିଗଲା l

୩. ସରଳ ଭାଷାରେ ବୁଝାଇ ଲେଖିବା l
a) ଏ ମାଟି ହେଉଛି ଆମ ମାଆ l ଏ ଧୂଳି ହେଉଛି ଚନ୍ଦନ l
ଉ – ଉକ୍ତ ଗଦ୍ୟାଂଶଟି ଆମ ‘ ସାହିତ୍ୟ କଳିକା ‘ ବହିର ‘ ମାରିଗଲା ବିଗିଡ଼ି ‘ ବିଷୟରୁ ଆସିଅଛି l ଏଠାରେ ଲେଖକ ‘ ମାଟି ଓ ଧୂଳି ‘ ର ମହତ୍ତ୍ଵ ଆଲୋଚନା କରିଛନ୍ତି l
ବାପୁ ଓ ଦୀପୁ ମଉସା ଘରକୁ ବୁଲିବାକୁ ଯାଇଥିଲେ l ମଉସାଙ୍କ ବଗିଚାରେ ୮୦ ବର୍ଷର ଅଜା ପରିଶ୍ରମ କରୁଥିବାର ଦେଖି ଦୀପୁ ତାଙ୍କୁ ଧୂଳିରେ ଘାଣ୍ଟି ନ ହେବାକୁ କହିଲା l ଅଜା ତାକୁ ବୁଝାଇ କହିଲେ ଯେ ଏ ମାଟି ହେଉଛି ଆମ ମାଆ ଏବଂ ଧୂଳି ହେଉଛି ଚନ୍ଦନ l ତେଣୁ ସେ ଆମ ପାଇଁ ମହତ୍ତ୍ୱପୂର୍ଣ୍ଣ l

b) ସେଇ ତ ହେଉଛି ସବୁ ଅନିଷ୍ଟର ମୂଳ l
ଉ – ଉକ୍ତ ଗଦ୍ୟାଂଶଟି ଆମ ‘ ସାହିତ୍ୟ କଳିକା ‘ ବହିର ‘ ମାରିଗଲା ବିଗିଡ଼ି ‘ ବିଷୟରୁ ଆସିଅଛି l ଏଠାରେ ଲେଖକ ରାସାୟନିକ ସାର ବ୍ଯବହାର କରିବା ଦ୍ଵାରା ସବୁ ଅନିଷ୍ଟ ହେଉଛି ବୋଲି କହିଛନ୍ତି l

ମଉସାଙ୍କ ବଗିଚାରେ ସୁନ୍ଦର ସୁନ୍ଦର ଫୁଲ ଫୁଟିଥିବାର ଦେଖି ବାପୁ ତା ‘ ଅଜାଙ୍କୁ ବେଶି ସାର ବ୍ୟବହାର କରୁଥିବା ବିଷୟରେ କହିଲା l ଅଜା ଏହା ଶୁଣି କହିଲେ ଯେ ବେଶି ସାର ଦେଲେ ବେଶି ଫସଲ ଅମଳ ହୁଏ ନାହିଁ l କେତେ ଜମିରେ କେତେ ସାର ଦିଆଯିବ ତାର ଏକ ହିସାବ ଅଛି l ତା ‘ ଛଡା ବଜାରରେ ଯେଉଁ କୃତ୍ରିମ ସାର ବା ରାସାୟନିକ ସାର ମିଳୁଛି ସେଇ ହେଉଛି ସବୁ ଅନିଷ୍ଟର ମୂଳ l

୪. ତଳେ ଦିଆଯାଇଥିବା ଶବ୍ଦକୁ ବାକ୍ୟରେ ବ୍ଯବହାର କରିବା l
କ୍ଷେତବାଡ଼ି – ବାତ୍ୟାରେ ମଉସାଙ୍କ କ୍ଷେତବାଡ଼ି ସବୁ ନଷ୍ଟ ହୋଇଗଲା l
ଧୁଳିମାଟି – ଏହି ଧୂଳିମାଟି ହେଉଛି ଆମର ଅତିପ୍ରିୟ l
ସ୍ନେହଆଦର – ମୋ ଘରେ ସମସ୍ତେ ମୋତେ ସ୍ନେହଆଦର କରନ୍ତି l
ଗଛପତର – ରାମୁର ବଗିଚାରେ ଗଛପତର ସବୁ ସୁନ୍ଦର ଭାବରେ ଲଗାଯାଇଛି l

୫. ଯେପରି ‘ ପ୍ରକୃତି ‘ ରୁ ‘ ପ୍ରାକୃତିକ ‘ ହୁଏ l ସେହିପରି ତଳେ ଦିଆଯାଇଥିବା ଶବ୍ଦଗୁଡିକ କଣ ହେବ l
ସମାଜ – ସାମାଜିକ
ସମୁଦ୍ର – ସାମୁଦ୍ରିକ
ସମ୍ବାଦ – ସାମ୍ବାଦିକ
ବର୍ଷ – ବାର୍ଷିକ

. ତଳେ ଦିଆଯାଇଥିବା ଶବ୍ଦଗୁଡ଼ିକର ବିପରୀତ ଅର୍ଥ ବୁଝାଉଥିବା ଶବ୍ଦକୁ କୋଠରୀ ଭିତରେ ଲେଖିବା l
ସକାଳ – ସନ୍ଧ୍ୟା
ବଡ – ସାନ
ସୁନ୍ଦର – ଅସୁନ୍ଦର
କୃତ୍ରିମ – ପ୍ରାକୃତିକ
ବିଷ – ଅମୃତ

୭. ଅଜା ଟିକିଏ ହସିଲେ l କହିଲେ, ‘ ସେ ପ୍ରକୃତରେ ଔଷଧ ନୁହେଁ l ଖାଣ୍ଟି ବିଷ l କେବଳ ପୋକ କାହିଁକି ସେଥିରେ କାଉ, ଚିଲ , ବଗ ଭଳି ପକ୍ଷୀଙ୍କ ସହିତ ଗୋରୁ, ଗାଈ, ଛେଳି, ମେନ୍ଧ ଏପରିକି ମଣିଷ ମଧ୍ଯ ମରିଯିବେ l ତାକୁ ଔଷଧ ନ କହି ବିଷ ବୋଲି କହିବା ଠିକ୍ ହେବ l’

ଏହି ଅନୁଛେଦରେ କେତେଗୁଡ଼ିଏ ନାମକୁ ବୁଝାଉଥିବା ପଦ ଓ କାମକୁ ବୁଝାଉଥିବା ପଦ ରହିଛି l ନାମକୁ ବୁଝାଉଥିବା ପଦକୁ ତଳ ବାକ୍ସରେ ଓ କାମକୁ ବୁଝାଉଥିବା ପଦକୁ ଝୁଡ଼ିରେ ରଖିବା l
ଉ – a) ନାମକୁ ବୁଝାଉଥିବା ପଦ – ଔଷଧ, ବିଷ, ପୋକ, କାଉ, ଚିଲ, ବଗ, ପକ୍ଷୀ, ଗୋରୁ, ଗାଈ, ଛେଳି, ମେଣ୍ଢା, ମଣିଷ l
b) କାମକୁ ବୁଝାଉଥିବା ପଦ – ହସିଲେ, କହିଲେ, ମରିଯିବେ, କହିବା l

୮. ନିମ୍ନରେ କେତୋଟି ଶବ୍ଦ ଦିଆଯାଇଛି l ପ୍ରତ୍ୟେକ ଶବ୍ଦ ପୂର୍ବରୁ ‘ ଅ ‘ ଯୋଗକରି ନୂଆ ଶବ୍ଦଟି ଲେଖିବା ଓ ବାକ୍ୟରେ ବ୍ଯବହାର କରିବା l
ଜଣା – ଅଜଣା ( ଅଜଣା ଲୋକଙ୍କ ପାଖରୁ କିଛି ନେବା ଉଚିତ୍ ନୁହେଁ)
ସାଧାରଣ – ଅସାଧାରଣ ( ମହାତ୍ମାଗାନ୍ଧୀ ଜଣେ ଅସାଧାରଣ ବ୍ୟକ୍ତି ଥିଲେ)
ସୁବିଧା – ଅସୁବିଧା ( ରାମ ହରିକୁ ଅସୁବିଧାରେ ପକାଇ ଦେଲା)
ଭାବ – ଅଭାବ ( ମିତାର କୌଣସି ଜିନିଷର ଅଭାବ ନାହିଁ)

୯. ‘ ଗୁଣୁଗୁଣୁ ‘ ଶବ୍ଦଟି ଏହି ପାଠ ଯେଉଁ ସ୍ଥାନରେ ବ୍ଯବହାର କରାଯାଇଛି, ସେହି ବାକ୍ୟଟିକୁ ତଳେ ଲେଖିବା l
ଉ – ତା’ ପରେ ଅଜା ଗୁଣୁଗୁଣୁ ହୋଇ ପାକୁଅ ପାଟିରେ କଣ ପଦେ ଗୀତ ଗାଇ କୋଡ଼ି କୋଦାଳ ଧରି ଉଠିଲେ l

୧୦. ତଳେ ଦୁଇଟି ବାକ୍ସରେ କେତେଗୁଡ଼ିଏ ଶବ୍ଦ ଦିଆଯାଇଛି l ସେଗୁଡ଼ିକର ଯାହା ସହିତ ଯାହାର ସମ୍ପର୍କ ଅଛି, ଆସ ତାକୁ ତଳେ ଲେଖିବା l
ଉ – ଖବର କାଗଜ, କୃତ୍ରିମ ସାର, ସୁନ୍ଦର ଫୁଲ, ପୋକମରା ଔଷଧ, ପାକୁଆ ପାଟି, ନଈକୂଳିଆ ଗାଁ, ଶାଗ ପତର

୧୧. ତଳେ ଦିଆଯାଇଥିବା ଶବ୍ଦ ଗୁଡ଼ିକୁ ସଜାଇ ବାକ୍ୟରେ ଲେଖିବା l
a) ନାନା ପ୍ରକାର ସେଠାରେ ପନିପରିବା ବାରମାସ ଚାଷ କରାଯାଏ l
ଉ – ବାରମାସ ସେଠାରେ ନାନା ପ୍ରକାର ପନିପରିବା ଚାଷ କରାଯାଏ l

b) ଦୁଇଟିକୁ ଅଜା ଦେଖି ପିଲା ହୋଇଗଲେ ଖୁସି
ଉ – ପିଲା ଦୁଇଟିକୁ ଦେଖି ଅଜା ଖୁସି ହୋଇଗଲେ l

c) କାହିଁକି ହେଉଛନ୍ତି ଏ ଧୂଳିମାଟିରେ ଘାଣ୍ଟି
ଉ – ଏ ଧୂଳି ମାଟିରେ କାହିଁକି ଘାଣ୍ଟି ହେଉଛନ୍ତି l

4th Class Odia Book Question Answer
Chapter
– 12 (କରିଦିଅ ମୋତେ ସାଇଁ)

୧. ଆସ କଥାବାର୍ତ୍ତା ହେବା

a) କବି ଝଙ୍କାଳିଆ ଗଛ ନ ହୋଇ କେଉଁ ଗଛ ହେବାକୁ ଚାହୁଁଛନ୍ତି?
ଉ – କବି ଝଙ୍କାଳିଆ ଗଛ ନ ହୋଇ ତୁଳସୀ ଗଛ ହେବାକୁ ଚାହୁଁଛନ୍ତି l କାରଣ ତୁଳସୀ ଗଛ ଘର ଅଗଣାରେ ରହି ପୂଜା ପାଏ ଏବଂ ତାର ଔଷଧୀୟ ଗୁଣ ଅଛି l

b) ତୁଳସୀ ଗଛର ଆଉ କଣ ଉପକାରିତା ରହିଛି?
ଉ – ତୁଳସୀ ପତ୍ରକୁ ଔଷଧ ରୂପେ ବ୍ୟବହାର କରାଯାଏ ଓ ଏହା ଅମ୍ଳଜାନ ଅଧିକ ଛାଡ଼ି ଥାଏ l

c) କବି କାହିଁକି ମହୁମାଛିଟିଏ ହେବାକୁ ଚାହୁଁଛନ୍ତି ?
ଉ – ମହୁମାଛି ଛୋଟ ଜୀବଟିଏ ହେଲେ ମଧ୍ୟ ପରହିତ ପାଇଁ ମହୁ ସଂଗ୍ରହ କରିଥାଏ l ତେଣୁ କବି ମହୁମାଛି ହେବାକୁ ଚାହୁଁଛନ୍ତି l

d) ମହୁମାଛିଟିଏ ଆମର କି ଉପକାର କରେ?
ଉ – ମହୁମାଛି ଫୁଲରୁ ରସ ସଂଗ୍ରହ କରି ମହୁ ତିଆରି କରେ l ମହୁର ଔଷଧୀୟ ଗୁଣ ଥିବାରୁ ଆମର ଉପକାର ହୁଏ l

e) ପଲାଶଫୁଲ ଓ ଗଙ୍ଗଶିଉଳି ଫୁଲ ମଧ୍ୟରେ କଣ ପାର୍ଥକ୍ୟ ରହିଛି ?
ଉ – ପଲାଶ ଫୁଲ ଖୁବ୍ ସୁନ୍ଦର ଦିଶେ ଓ ଅଧିକ ସମୟ ଗଛରେ ରହେ l କିନ୍ତୁ ତାର ବାସ୍ନା ନାହିଁ l ଗଙ୍ଗଶିଉଳି ଫୁଲ ଅଳ୍ପ ସମୟ ଗଛରେ ରହେ l କିନ୍ତୁ ତାର ବାସ୍ନାରେ ଚାରିଆଡ଼େ ମହକାଇ ଦେଇଥାଏ l

f) କବି ସମୁଦ୍ର ନ ହୋଇ ଝରଣାଟିଏ ହେବାକୁ କାହିଁକି ପସନ୍ଦ କରିଛନ୍ତି l
ଉ – କବି ସମୁଦ୍ର ନ ହୋଇ ଝରଣାଟିଏ ହେବାକୁ ପସନ୍ଦ କରିଛନ୍ତି କାରଣ ସମୁଦ୍ର ବିଶାଳ କିନ୍ତୁ ଜଳ ଲୁଣିଆ ହୋଇଥିବାରୁ ପିଇବା ଯୋଗ୍ୟ ନୁହେଁ l ଝରଣା ଜଳ ଶୀତଳ ଓ ମଧୁର ହୋଇଥିବାରୁ ସମସ୍ତେ ଆଦର କରନ୍ତି l

୨. ଏହି କବିତାରେ କବି କଣ କଣ ହେବାକୁ ଚାହିଁଛନ୍ତି ଲେଖ?
ଉ – ଏହି କବିତାରେ କବି ତୁଳସୀ ଗଛ, ମହୁମାଛି, ଗଙ୍ଗଶିଉଳି ଫୁଲ, ଟିକି ଝରଣା ଓ ମାଟି ଦୀପଟିଏ ହେବାକୁ ଚାହିଁଛନ୍ତି l

୩. ‘ କ ‘ ସ୍ତମ୍ଭରେ ଥିବା କେଉଁ ଶବ୍ଦ ସହିତ ‘ ଖ ‘ ସ୍ତମ୍ଭରେ ଥିବା କେଉଁ ଶବ୍ଦର ସମ୍ପର୍କ ଅଛି, ତାହା ବାଛି ପାଖ ଘରେ ଲେଖିବା l
ଉ – ଝଙ୍କାଳିଆ ବରଗଛ
ମନୋହର ପଳାଶଫୁଲ
ସୁବିଶାଳ ସାଗର
ମନଲୋଭା ପୂନେଇଜହ୍ନ

୪. ସରଳ ଭାଷାରେ ବୁଝାଇ ଲେଖିବା l
ସଞ୍ଜରେ ଫୁଟି ମୁଁ ସକାଳୁ ଝରେ
ମୁଖେ ଉକୁଟାଇ ହସ
ହରେ ଜନମ ମଧୁର ମହକେ
ଚାହଟାଇ ଚଉପାଶ l
ଉ – ଉକ୍ତ ପଦ୍ୟାଂଶଟି ଆମ ‘ ସାହିତ୍ୟ କଳିକା ‘ ବହିର ‘ କରିଦିଅ ମୋତେ ସାଇଁ’ ବିଷୟରୁ ଆସିଅଛି l ଏଠାରେ କବି ଗଙ୍ଗଶିଉଳି ଫୁଲର ମହତ୍ତ୍ଵ ବର୍ଣ୍ଣନା କରିଛନ୍ତି l

ପଳାଶ ଫୁଲଟି ମନୋହର ଏବଂ ଆକାରରେ ବଡ ହେଲେ ମଧ୍ୟ ତା ‘ ର ସୁବାସ ନ ଥାଏ l ଗଙ୍ଗଶିଉଳି ଫୁଲଟି ଆକାରରେ ଛୋଟ ଏବଂ ମଧୁର ବାସଯୁକ୍ତ l ପଳାଶ ଫୁଲ କିଛିଦିନ ରହି ଥାଏ କିନ୍ତୁ ଗଙ୍ଗଶିଉଳି ଫୁଲ ସଞ୍ଜରେ ଫୁଟି ସକାଳୁ ଝରିଯାଏ l ଅଳ୍ପ ସମୟ ରହଣିରେ ସେ ସମସ୍ତ ଲୋକଙ୍କ ମନକୁ ହରଣ କରେ l କବି ନିଜକୁ ପଳାଶ ଫୁଲ ପରିବର୍ତ୍ତେ ଗଙ୍ଗଶିଉଳି ଫୁଲଟିଏ, କରିଦେବା ପାଇଁ ଭଗବାନଙ୍କୁ ପ୍ରାର୍ଥନା କରିଛନ୍ତି l ଏହା ଦ୍ବାରା ସେ ଜନମନ ହରଣ କରିପାରିବେ l

୫. ‘ ନଗଲେ ପଛେ ‘ , ‘ ନ ଖାଇଲେ ପଛେ ‘ , ‘ ନଦେଲେ ପଛେ ‘, ‘ ନ ଆସିଲେ ପଛେ ‘, – ଏହି ବକ୍ୟାଂଶଗୁଡ଼ିକ ବ୍ଯବହାର କରି ଗୋଟିଏ ଗୋଟିଏ ବାକ୍ୟ ରଚନା କରିବା l
ଉ – a) ‘ ନ ଗଲେ ପଛେ ‘ – ତୁମେ ମୋ ସାଥିରେ ନ ଗଲେ ପଛେ ନାହିଁ, ତୁମ ଗାଡ଼ିଟି ମୋତେ ଦିଅ l
b) ‘ ନ ଖାଇଲେ ପଛେ ‘ ତୁମେ ଆଜି ନ ଖାଇଲେ ପଛେ ନାହିଁ, ମୋ ସହିତ ଆଉ କଜିଆ କର ନାହିଁ l
c) ‘ ନ ଦେଲେ ପଛେ ‘ – ତୁମେ ମୋ ବହିଟି ନ ଦେଲେ ପଛେ ନାହିଁ, ପଇସା ଫେରାଇ ଦିଅ l
d) ନ ଆସିଲେ ପଛେ – ସେ ନ ଆସିଲେ ପଛେ ନାହିଁ, ଆମେ ବାହାରକୁ ବୁଲିବାକୁ ଯିବା l

୬. ପଦ୍ୟଟିକୁ ପଢି ଶବ୍ଦଗୁଡ଼ିକର ଅର୍ଥ ଲେଖିବା l
ମନୋହର – ସୁନ୍ଦର
ମହକାଇ – ସୁବାସିତ କରାଇ
ଦିବାନିଶି – ଦିନରାତି
ଗିରିବନ – ପର୍ବତ ଏବଂ ଜଙ୍ଗଲ
ସୁବିଶାଳ – ଖୁବ୍ ବଡ଼
ମନଲୋଭା – ମନୋହରଣକାରୀ

୭. ‘ ଗୁଣୁଗୁଣୁ ‘ ପରି ଆଉ ୫ଟି ଯୋଡ଼ା ଶବ୍ଦ ଲେଖିବା l
ଉ – ଶୁଣୁଶୁଣୁ, ବୁଣୁବୁଣୁ, କିଣୁକିଣୁ, ଝୁଣୁଝୁଣୁ, ତୁଣୁତୁଣୁ

୮. ତଳେ ଦିଆଯାଇଥିବା କଥାଗୁଡ଼ିକରୁ ଯେଉଁଟି ଠିକ୍ ତାହା ପାଖରେ (✓) ଚିହ୍ନ ଏବଂ ଯେଉଁଟି ଭୁଲ ତା ପାଖରେ (×) ଚିହ୍ନ ଦିଅ l
a) ଏଠାରେ କବି ବରଗଛଟିଏ ହେବାକୁ ଚାହୁଁଛନ୍ତି l(×)
b) ଝରଣାଟିଏ ଶୀତଳ ମଧୁର ଜଳ ଦାନ କରେ l(✓)
c) ଗଙ୍ଗଶିଉଳି ଫୁଲ ସକାଳେ ଫୁଟି ସଞ୍ଜରେ ଝଡିଯାଏ l (×)
d) କବି ପଳାଶଫୁଲ ନ ହୋଇ ଗଙ୍ଗଶିଉଳି ଫୁଲ ହେବାକୁ ଚାହୁଁଛନ୍ତି l(✓)
e) ମହୁମାଛି ଜଗତକୁ ବନ୍ଧୁ କରିଥାଏ l(✓)
f) ପଳାଶ ଫୁଲର ଭଲ ବାସ୍ନା ଥାଏ l(×)
g) ଆମେ ସମସ୍ତେ ପର ପାଇଁ କାମ କରିବା ଉଚିତ୍ l(✓)

4th Class Odia Book Question Answer
Chapter
-13 (କୁହୁକି ବନ: ଭିତରକନିକା)

୧. ଆସ ଦୁଇଦଳ ହୋଇ ବସିବା ଓ ତଳଲିଖିତ ପ୍ରଶ୍ନଗୁଡିକୁ ପଚରାପଚରି ହେବା l
a) ଭିତରକନିକା କେଉଁ ଜିଲ୍ଲାରେ ଅବସ୍ଥିତ ?
ଉ – ଭିତରକନିକା କେନ୍ଦ୍ରାପଡ଼ା ଜିଲ୍ଲାରେ ଅବସ୍ଥିତ l
b) ବଙ୍ଗୋପସାଗର ଭିତରକନିକାର କେଉଁ ଦିଗରେ ଅବସ୍ଥିତ ?
ଉ – ବଙ୍ଗୋପସାଗର ଭିତରକନିକାର ପୂର୍ବ ଦିଗରେ ଅବସ୍ଥିତ l

c) ଭିତରକନିକାରେ ନଦୀନାଳରେ କି କି ମାଛ ମିଳେ?
ଉ – ଭିତରକନିକାରେ ନଦୀନାଳରେ ଭେକଟି , ଇଲିଶି, ଖାଇଙ୍ଗା, କଣ୍ଟିଆ, ଜଳଙ୍ଗ, ଖୁରାଣ୍ଟି ପ୍ରଭୃତି ବିଭିନ୍ନ ପ୍ରକାର ଲୁଣିମାଛ ମିଳେ l

d) ଭିତରକନିକାରେ କି କି ଗଛ ରହିଛି?
ଉ – ଭିତରକନିକାରେ ରାଇ , ବଣିଆ, ପିତାମାରି, ସୁନ୍ଦରୀ , ହେନ୍ତାଳ, ଗୁଆଁ, ବନି, କେରୁଆଁ, ସିଙ୍ଗଡ଼ା, ରୁଅ, ବଣଲେମ୍ବୁ ଇତ୍ୟାଦି ଗଛ ରହିଛି l

e) ଭିତରକନିକା ଅଭୟାରଣ୍ୟରେ କି କି ଜୀବଜନ୍ତୁ ଦେଖାଯାଆନ୍ତି?
ଉ – ଭିତରକନିକା ଅଭୟାରଣ୍ୟରେ ଶିଆଳ, ହେଟାବାଘ , ବାରହା, ସମ୍ବର, ବନଘୁସୁରି, କଟାସ, ଗଧିଆ, ଓଧ, ଝିଙ୍କ, ନେଉଳ, ସାପ ଏବଂ ବିଭିନ୍ନ ପ୍ରକାରର ପକ୍ଷୀ ଦେଖାଯାଆନ୍ତି l

f) ସରକାର କେବେ ଭିତରକନିକାକୁ ଅଭୟାରଣ୍ୟ ରୂପେ ଘୋଷଣା କଲେ?
ଉ – ସରକାର ୧୯୭୫ ମସିହାରେ ଭିତରକନିକାକୁ ଅଭୟାରଣ୍ୟ ରୂପେ ଘୋଷଣା କଲେ l

୨. ଆସ ଉତ୍ତର ଲେଖିବା l
a) ଭିତରକନିକାକୁ ମଟର ଲଞ୍ଚରେ ଗଲାବେଳେ କେଉଁ ଦୃଶ୍ୟ ଦେଖିବାକୁ ମିଳେ l
ଉ – ଭିତରକନିକାକୁ ମଟର ଲଞ୍ଚରେ ଗଲାବେଳେ ନଦୀ ଏବଂ ନାଳର ଉଭୟପାର୍ଶ୍ଵରେ ଘଞ୍ଚବଣଜଙ୍ଗଲର ଦୃଶ୍ୟ ଦେଖିବାକୁ ମିଳେ l ଚଢେଇମାନଙ୍କର କିଚିରିମିଚିରି ଶଦ୍ଦ ମାଙ୍କଡମାନଙ୍କ ହୁଙ୍କାର ଓ ମାଛରଙ୍କା ଚଢେଇମାନଙ୍କର ଆକାଶରେ ଘୁରିଘୁରି ପାଣି ଉପରକୁ ଝାମ୍ପ ଦେଉଥିବାର ଦୃଶ୍ୟ ଦେଖିବାକୁ ମିଳେ l

b) ଭିତରକନିକାକୁ ବିଦେଶୀ ପକ୍ଷୀମାନେ କେଉଁ ଦେଶରୁ ଆସିଥାନ୍ତି?
ଉ – ଭିତରକନିକାକୁ ବିଦେଶୀ ପକ୍ଷୀମାନେ ସୁଦୂର ସାଇବେରିଆ, କାସୀୟାନ ସାଗର ଏବଂ କାଲିଫର୍ଣ୍ଣିଆରୁ ଆସିଥାନ୍ତି l

c) ହେନ୍ତାଳ ଗଛ ଲୋକଙ୍କର କି ଉପକାର କରିଥାଏ?
ଉ – ହେନ୍ତାଳ ଗଛଗୁଡ଼ିକ ଦେଖିବାକୁ ଛୋଟ ଆକାରର ଖଜୁରୀ ଗଛ ଭଳି l ଏହା ଲୋକଙ୍କର ଘର ତିଆରି କାମରେ ଲାଗେ l ଏହାର ପତ୍ରକୁ ପିଞ୍ଚ କୁହାଯାଏ l ଯାହାକି ଛାଞ୍ଚୁଣି ତିଆରି କାମରେ ଲାଗେ l

d) ଭିତରକନିକା ଅଂଚଳରେ ଭୂମି କାହିଁକି ସର୍ବଦା ସନ୍ତସନ୍ତିଆ ରହେ?
ଉ – ଭିତରକନିକା ଅଂଚଳରେ ଭୂମି ଜୁଆର ପାଣି ଯୋଗୁଁ ସର୍ବଦା ସନ୍ତସନ୍ତିଆ ରହେ l

e) ଭିତରକନିକା ସମଗ୍ର ପୃଥିବୀରେ କେଉଁଥି ପାଇଁ ଖ୍ୟାତି ଅର୍ଜନ କରିଛି?
ଉ – ଭିତରକନିକା ସମଗ୍ର ପୃଥିବୀରେ ବଉଳା କୁମ୍ଭୀର ଓ ଅଲିଭ ରିଡଲେ କଇଁଛ ପାଇଁ ଖ୍ୟାତି ଅର୍ଜନ କରିଛି l

f) ଭିତରକନିକା ଲୁଣା ଜଙ୍ଗଲ କି ଉପକାରରେ ଆସେ?
ଉ – ଭିତରକନିକା ଲୁଣା ଜଙ୍ଗଲ ଏ ଅଞ୍ଚଳର ମୃତ୍ତିକା କ୍ଷୟ ରୋକିବା ସହିତ ଭୟଙ୍କର ବନ୍ୟା, ବାତ୍ୟା ଓ ସାମୁଦ୍ରିକ ଢେଉରୁ ଲୋକମାନଙ୍କର ଧନଜୀବନ ରକ୍ଷା କରିଥାଏ l

୩. ଆସ ବୁଝିବା ଓ ଏହାକୁ ସରଳ ଭାଷାରେ ଲେଖିବା?
a) ସ୍ୱାଧୀନତାର ଯେ କି ସୁଖ ଓ ଆନନ୍ଦ ତାହା ଏହି ପ୍ରାଣୀମାନଙ୍କୁ ଦେଖିଲେ ଅନୁଭବ କରିହୁଏ l
ଉ – ଉକ୍ତ ଗଦ୍ୟାଂଶଟି ଆମ ‘ ସାହିତ୍ୟ କଳିକା ‘ ବହିର ‘ କୁହିକି ବନ ଭିତରକନିକା ‘ ବିଷୟରୁ ଆସିଅଛି l

ଏଠାରେ ଭିତରକନିକାକୁ ୧୯୭୫ ମସିହାରେ ଅଭୟାରଣ୍ୟ ରୂପେ ଘୋଷଣା କରାଯାଇଛି l ସେଠାରେ କେହି କୌଣସି ଜୀବଜନ୍ତୁଙ୍କୁ ଶିକାର କରିପାରିବେ ନାହଁ l ଏହି ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ସ୍ଥାନରେ ବନ୍ୟ ଜୀବଜନ୍ତୁ ମାନେ ସ୍ବାଧୀନ ଭାବରେ ବିଚରଣ କରନ୍ତି l ଶିଆଳ, ବାରହା, ସମ୍ବର ଠାରୁ ହରିଣ ପର୍ଯ୍ୟନ୍ତ ସମସ୍ତେ ନିଜର ସ୍ବାଧୀନ ବିଚରଣ କରନ୍ତି l ସ୍ୱାଧୀନତାର ଯେ କି ସୁଖ ଓ ଆନନ୍ଦ ତାହା ଏହି ପ୍ରାଣୀମାନଙ୍କୁ ଦେଖିଲେ ଅନୁଭଵ କରିହୁଏ l

୪. ଆସ ତଳ ଶବ୍ଦଗୁଡ଼ିକ ବ୍ଯବହାର କରି ବାକ୍ୟ ଲେଖିବା l
ସନ୍ତସନ୍ତିଆ- ବର୍ଷାଦିନେ ଆମ ଘର ସବୁବେଳେ ସନ୍ତସନ୍ତିଆ ଥାଏ l
ନିରାପଦ- ନିରାପଦର ସହିତ ରାସ୍ତା ପାର ହେବା
ଗନ୍ତାଘର- ଭିତରକନିକା ହେଉଛି ସୌନ୍ଦର୍ଯ୍ୟର ଗନ୍ତାଘର
ରମଣୀୟ- ଚିଲିକାର ରମଣୀୟ ଦୃଶ୍ୟ ଦେଖି କିଏ ବା ମୋହିତ ହେବ ନାହିଁ l
କଳରବ- ଜଙ୍ଗଲରେ ପଶୁପକ୍ଷୀମାନଙ୍କ କଳରବ ଶୁଣିବାକୁ ମିଳେ l

୫. ‘ ଜାତି ‘ ଶବ୍ଦରୁ ‘ ଜାତୀୟ ‘ ହେଲାପରି ତଳେଥିବା ଶବ୍ଦଗୁଡ଼ିକ କଣ ହେବ ତା ପାଖରେ ଥିବା ଘରେ ଲେଖିବା l
ଦେଶ – ଦେଶୀୟ
ଦଳ – ଦଳୀୟ
ଜଳ – ଜଳୀୟ
ବାଷ୍ପ – ବାଷ୍ପୀୟ

୬. ଗୋଟିଏ ଶବ୍ଦରେ ଲେଖିବା l
a) ଯେଉଁମାନେ ଜଳରେ ବିତରଣ କରନ୍ତି – ଜଳଚର
b) ଯେଉଁମାନେ ସ୍ଥଳରେ ବିଚରଣ କରନ୍ତି – ସ୍ଥଳଚର
c) ଯେଉଁମାନେ ଉଭୟ ଜଳ ଓ ସ୍ଥଳରେ ବିଚରଣ କରନ୍ତି – ଉଭୟଚର
d) ଯେଉଁମାନେ ବନରେ ବିଚରଣ କରନ୍ତି – ବନେଚର, ବନଚର

୭. ଶୂନ୍ୟସ୍ଥାନ ପୂରଣ କରିବା l
କ୍ଷୁଦ୍ର – କ୍ଷୁଦ୍ରତର – କ୍ଷୁଦ୍ରତମ
ବୃହତ୍ – ବୃହତ୍ତର – ବୃହତ୍ତମ
ଦୀର୍ଘ – ଦୀର୍ଘତର – ଦୀର୍ଘତମ
ଉଚ୍ଚ – ଉଚ୍ଚତର – ଉଚ୍ଚତମ

ମନରୁ ଏହିଭଳି ଆଉ କେତୋଟି ଲେଖିବା:-
ମହତ୍ – ମହତ୍ତର -ମହତ୍ତମ
ଗୁରୁ – ଗୁରୁତର – ଗୁରୁତମ
ଲଘୁ – ଲଘୁତର – ଲଘୁତମ
ପ୍ରିୟ – ପ୍ରିୟତର – ପ୍ରିୟତମ

୮. ଭିତରକନିକା ଓଡ଼ିଶାର ଅଭୟାରଣ୍ୟ ଏଠାରେ ଜୀବଜନ୍ତୁ ନିର୍ଭୟରେ ରହିଥାନ୍ତି ବିଶେଷ କରି ଅଲିଭ ରିଡଲେ କଇଁଛ ଜଙ୍ଗଲ ଜୀବଜନ୍ତୁ ଓ ମଣିଷ ମଧ୍ୟରେ ସମ୍ପର୍କ ବହୁ ପୁରାତନ ଜଙ୍ଗଲ ଓ ଜୀବଜନ୍ତୁ ବଞ୍ଚି ନ ରହିଲେ ମଣିଷ ବଞ୍ଚିବା କଷ୍ଟକର

ଅନୁଛେଦଟିକୁ ଉପଯୁକ୍ତ ସ୍ଥାନରେ ପୂର୍ଣ୍ଣଚ୍ଛେଦ ଦେଇ ବାକ୍ୟଗୁଡିକ ନିମ୍ନସ୍ଥାନରେ ଲେଖିବା l
ଉ – ଭିତରକନିକା ଓଡ଼ିଶାର ଅଭୟାରଣ୍ୟ l ଏଠାରେ ଜୀବଜନ୍ତୁ ନିର୍ଭୟରେ ରହିଥାନ୍ତି l ବିଶେଷ କରି ଅଲିଭ ରିଡଲେ କଇଁଛ, ଜଙ୍ଗଲ ଜୀବଜନ୍ତୁ ଓ ମଣିଷ ମଧ୍ୟରେ ସମ୍ପର୍କ ବହୁ ପୁରାତନ l ଜଙ୍ଗଲ ଓ ଜୀବଜନ୍ତୁ ବଞ୍ଚି ନ ରହିଲେ ମଣିଷ ବଞ୍ଚିବା କଷ୍ଟକର l

୧୦. ତଳେ ଦିଆଯାଇଥିବା ବାକ୍ୟଗୁଡ଼ିକରେ ଗାର ଦିଆଯାଇଥିବା ଶବ୍ଦଗୁଡ଼ିକର ଅର୍ଥ ଗୋଟିଏ ଶବ୍ଦରେ କଣ ହେବ, ତାହା ଝୁଡ଼ି ମଧ୍ୟରେ ଦିଆଯାଇଛି l ଝୁଡ଼ି ମଧ୍ୟରୁ ଉପଯୁକ୍ତ ଶବ୍ଦ ଖୋଜି ବାକ୍ୟ ପାଖରେ ଥିବା କୋଠରୀରେ ଲେଖିବା l
(ସରୀସୃପ, ନିର୍ଭୟ, ସାମୁଦ୍ରିକ, ବେଳାଭୂମି, ମୁହାଣ)

a) ସାପ, କୁମ୍ଭୀର ଇତ୍ୟାଦି ପ୍ରାଣୀମାନେ ଛାତିରେ ଭରା ଦେଇ ଚାଲନ୍ତି l – ସରୀସୃପ
b) ଇଲିଶି ସମୁଦ୍ରରେ ରହୁଥିବା ଗୋଟାଏ ମାଛ l – ସାମୁଦ୍ରିକ
c)ଗହୀରମଥା ସମୁଦ୍ର ନିକଟବର୍ତ୍ତୀ ବାଲୁକା ଶଯ୍ୟାରେ କଇଁଛମାନେ ଆସି ଅଣ୍ଡା ଦିଅନ୍ତି l – ବେଳାଭୂମି
d) ଭିତରକନିକା ଜଙ୍ଗଲରେ ପଶୁପକ୍ଷୀମାନେ ବିନା ଭୟରେ ବିଚରଣ କରନ୍ତି l – ନିର୍ଭୟ

4th Class Odia Book Question Answer
Chapter
-14(ମାଟି)

୧. ଆସ ଉତ୍ତର ଖୋଜି ଲେଖିବା l
a) ମାଟିର ଛାତି ଚିରିଦେଲେ କଣ କଣ ମିଳେ ?
ଉ – ମାଟିର ଛାତି ଚିରିଦେଲେ ଯୁଗଯୁଗର ଇତିହାସ ମିଳେ l

b) ମାଟି ଆମକୁ କଣ କଣ ଦେଇଛି ବୋଲି କବିତାରେ ଅଛି?
ଉ – ମାଟି ଆମକୁ ଖାଦ୍ୟ, ବାସ, ଫଳ, କାଠ, ନଡ଼ା, ଶାଗ, ମୁଗ, ବିରି, ଧାନ, ଗହମ, ମାଣ୍ଡିଆ, ଲୁହା, ମାଙ୍ଗାନିଜ ଓ କୋଇଲା ଦେଇଛି ବୋଲି କବିତାରେ ଅଛି l

c) ମାଟିର କେଉଁ ରୁପଟିକୁ ଆମେ ଭୁଲିପାରିବା ନାହଁ?
ଉ – ମାଟିର ସବୁଜ ସୁନ୍ଦର ରୁପଟିକୁ ଆମେ ଭୁଲିପାରିବା ନାହଁ l

d) ମାଟିକୁ ମାଆ ବୋଲି କବି କାହିଁକି କହିଛନ୍ତି?
ଉ – ମାଆ ଯେପରି ସନ୍ତାନ ଚାହୁଁଥିବା ଜିନିଷକୁ ଦାନ କରି ତାର କାମନା ପୂରଣ କରିଥାଏ ସେହିଭଳି ମାଟି ମାଆ ଆମର ସବୁ ଚାହୁଁଥିବା ଜିନିଷକୁ ଦେଉଥିବାରୁ କବି ଏଠାରେ ମାଟିକୁ ସ୍ନେହମୟୀ ମାଆ ବୋଲି କହିଛନ୍ତି l

e) ମାଟିକୁ ଆମେ ସ୍ନେହମୟୀ ବୋଲି କାହିଁକି କହିବା?
ଉ – ସନ୍ତାନ ପ୍ରତି ମାଆ ମନରେ ଅତୁଟ ସ୍ନେହ ଭାବ ଥାଏ, ମାଟି ମଧ୍ଯ ମାଆ ପରି ଆମକୁ ସ୍ନେହାଦାନ କରିଥାଏ l ତେଣୁ ମାଟିକୁ ଆମେ ସ୍ନେହମୟୀ ବୋଲି କହିବା l

୨. ବୃତ୍ତ ମଧ୍ୟରେ କେତେଗୁଡ଼ିଏ ଶବ୍ଦ ଦିଆଯାଇଛି l ଆସ କାହା ସହିତ କିଏ ମିଶିବ ଯୋଡ଼ି ଲେଖିବା l ଯେପରି – ଖାଦ୍ୟବାସ
ଉ – ସେନେହମୟୀ ମାଆ
ଜାତି ଜାତି ଫଳ
ନିରିମଳ ଝର
ଛପର ନଡ଼ା

୩. ତଳେ ଦିଆଯାଇଥିବା ବାକ୍ୟଗୁଡିକ ପଠିତ କବିତାର କେଉଁ କେଉଁ ଧାଡ଼ିରେ ଅର୍ଥ ବୁଝାଉଛି, ଆସ ସେ ଧାଡ଼ିଗୁଡ଼ିକୁ ବାଛି ଲେଖିବା l
a) ଛୋଟ ପିଲା ସମୟରୁ ଆମକୁ ଖାଦ୍ୟ ଦେଇ ସେ ପାଳିଛି l
ଉ – ପିଲାଟି ବେଳରୁ ପାଳିଛି ଆମକୁ ସୁଖରେ ଆହାର ଦେଇ,

b) ତାର ସବୁଜ ରୂପଟିକୁ କେହି ଭୁଲିପାରିବ ନାହିଁ l
ଉ – ସବୁଜ ସୁନ୍ଦର ରୂପଟିକୁ ତା ‘ ର କିଏ ବା ଭୁଲୁଛି କାହିଁ?

c) ତାର ମାଟିକୁ ଖୋଳିଦେଲେ ଅତି ନିର୍ମଳ ଝର ଝରିପଡେ l
ଉ – କେତେ ନିରିମଳ ଝର ଫିଟି ପଡେ ତାତି ଦେଲେ ଟିକେ ମାଟି l

d) ଯିଏ ଯେତେବେଳେ ଯାହା ଖୋଜେ, ମାଟି ମାଆ ତାକୁ ତାହା ଯାଚି ଦେଇଥାଏ l
ଉ – ଯାହା ଯେତେବେଳେ ଯିଏ ଖୋଜି ଥାଏ ତାହାକୁ ସେ ଯାଚି ଦିଏ l

୪. କବିତାରେ କବି ‘ ମାଟି ‘ କୁ ସେନେହମୟୀ ମାଆ କହିଛନ୍ତି l ନିମ୍ନଲିଖିତ ଉକ୍ତି ଗୁଡ଼ିକ ମଧ୍ୟରୁ କେଉଁଟି ତାହା ସୂଚାଉଛି ତାହାର ଡାହାଣ ପଟେ (✓) ଚିହ୍ନ ଦେବା l
a) ସେ ଆମକୁ ଖାଦ୍ୟବସ୍ତ୍ର ଯୋଗାଉଛି l
b) ତାର ଛାତି ଚିରିଦେଲେ ଯୁଗ ଯୁଗର ଇତିହାସ ମିଳେ l
c) ଘର କରିବାକୁ ସେ ଆମକୁ କାଠ ଯୋଗାଉଛି l
d) ଲୁହା, ମାଙ୍ଗାନିଜ, ପେଟ୍ରୋଲ, କୋଇଲା ଯୋଗାଉଛି l
e) ‘ ପନିପରିବା ‘ ଶାଗ ଆମେ ତା ‘ ଠାରୁ ପାଉ l
f) ପିଲାଟି ବେଳରୁ ଆହାର ଦେଇ ସୁଖରେ ପାଳିଛି l (✓)

୫. କବିତାର ଯେଉଁ ଅଂଶଟି ଆମକୁ ଭଲ ଲାଗୁଛି ତାକୁ ଆବୃତ୍ତି କରିବା ଓ କାହିଁକି ଭଲ ଲାଗୁଛି ସେ ବିଷୟରେ ଦୁଇଟି ଧାଡ଼ି ଲେଖିବା l
ଉ – ” ଯାହା ଯେତେବେଳେ ଯିଏ ଖୋଜିଥାଏ
ତାହାକୁ ସେ ଯାଚି ଦିଏ l
ସେନେହମୟୀ ସେ ମାଟି ମାଆ ପରି
ଆଉ ଜଣେ କାହିଁ କିଏ?
କବିତାର ଏହି ଅଂଶଟି ଭଲ ଲାଗିବାର କାରଣ ଏଠାରେ କବି ମାଟି ମାଆର ମହତ୍ତ୍ୱକୁ ଅତି ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି l ମାଆ ପରି ମାଟି ଆମକୁ ସ୍ନେହଦାନ କରିଥାଏ, ଆମର ସବୁ କାମନା ପୁରଣ କରେ l

୬. ତଳେ ଦିଆଯାଇଥିବା ଶବ୍ଦଗୁଡ଼ିକର ଗଦ୍ୟ ରୂପ ଲେଖିବା l
ନିରିମଳ – ନିର୍ମଳ
ସେନେହମୟୀ – ସ୍ନେହମୟୀ
ପରବତ – ପର୍ବତ

୭. ଯାହା ଯେତେବେଳେ ଯିଏ ଖୋଜିଥାଏ
ତାହାକୁ ସେ ଯାଚିଦିଏ…………….
ଏହି ପଦରୁ ଯାହା ବୁଝାପଡୁଛି ନିଜ ଭାଷାରେ ଲେଖିବା
ଉ – ମାଆ ଯେପରି ଅତି ସ୍ନେହରେ ତାର ପିଲାମାନଙ୍କ ପାଇଁ ନାନା ଜିନିଷ ସାଇତି ରଖିଥାଏ ଏବଂ ପିଲାମାନେ ମାଗିଲେ ସ୍ନେହରେ ଦେଇଥାଏ, ସେହିଭଳି ମାଟି ମା ଆମ ପାଇଁ ନାନା ଜିନିଷ ସାଇତି ରଖିଛି ଏବଂ ଯାହା ଯେତେବେଳ ଯିଏ ଖୋଜେ ସେ ତାକୁ ଯାଚି କରି ଦେଇଥାଏ l

୮. କବିତାଟିକୁ ପଢି ସେଇ ଅନୁସାରେ ଖାଲି ସ୍ଥାନଗୁଡିକୁ ପୂରଣ କରିବା l
a) ଗଛରେ ରଖିଛି ଜାତି ଜାତି ଫଳ
ଏଠି ସେଠି ସବୁଠେଇଁ l
b) କାଠ ତ ଦେଇଛି ଘର କରିବାକୁ
ଛପର ପାଇଁ କି ନଡ଼ା l
c) ଲୁହା, ମାଙ୍ଗାନିଜ, ପେଟ୍ରୋଲ, କୋଇଲା
ସବୁ ଏଇ ମାଟିତଳେ l

4th Class Odia Book Question Answer
Chapter
-15 (ପାହାଡ଼ର ଡାକ)

୧. ଆସ କଥାବାର୍ତ୍ତା ହେବା l
a) ବିର୍ସା ମୁଣ୍ଡାଙ୍କ ବାପା ଓ ମାଆଙ୍କ ନାମ କଣ?
ଉ – ବିର୍ସା ମୁଣ୍ଡାଙ୍କ ବାପାଙ୍କ ନାମ ସୁମନାମୁଣ୍ଡା ଓ ମାଆଙ୍କ ନାମ କରମୀ l
b) ବିର୍ସା କଣ କରିବାକୁ ଶପଥ କରିଥିଲେ ?
ଉ – ବିର୍ସା ଜନମ ମାଟିକୁ ଗୋରା ହାତରୁ ମୁକୁଲାଇବା ପାଇଁ
ଶପଥ କରିଥିଲେ l
c) ବିର୍ସାକୁ ଇଂରେଜମାନଙ୍କ ହାତରେ କିଏ ଧରେଇ ଦେଇଥିଲା?
ଉ – ବିର୍ସାକୁ ଇଂରେଜମାନଙ୍କ ହାତରେ ମାଝିତା ମାରିଆ ନାମକ ଜଣେ ମୁଣ୍ଡା ଧରେଇ ଦେଇଥିଲା l
d) ବିର୍ସାମୁଣ୍ଡା କେଉଁଠାରେ ମୃତ୍ୟୁବରଣ କରିଥିଲେ?
ଉ – ବିର୍ସାମୁଣ୍ଡା ରାଞ୍ଚି ଜେଲରେ ମୃତ୍ୟୁବରଣ କରିଥିଲେ l
e) ବିର୍ସାମୁଣ୍ଡାଙ୍କ ମୃତ୍ୟୁ ସମ୍ପର୍କରେ କଣ ଶୁଣାଯାଏ?
ଉ – ବିର୍ସାମୁଣ୍ଡାଙ୍କ ମୃତ୍ୟୁ ସମ୍ପର୍କରେ ଶୁଣାଯାଏ ଯେ ବିର୍ସାର ସହପାଠୀ ଥିବା ଜଣେ ଡାକ୍ତର ତାଙ୍କୁ ଜେଲରେ ବିଷ ଇଞ୍ଜେକ୍ସନ ଦେଇଦେବାରୁ ସେ ମୃତ୍ୟୁବରଣ କରିଥିଲେ l
୨. ଆସ ଉତ୍ତର ଲେଖିବା l
a) ବିର୍ସା କେଉଁଠାରେ ପାଠ ପଢୁଥିଲେ?
ଉ – ବିର୍ସା ଚାଏଁବସାର ଏକ ମିଶନାରୀ ଅନୁଷ୍ଠାନରେ ପାଠ ପଢୁଥିଲେ l
b) ବିର୍ସାଙ୍କୁ ମୁଣ୍ଡାଜାତି କାହିଁକି ଭଲ ପାଉଥିଲେ?
ଉ – ଜଙ୍ଗଲ ଥିଲା ମୁଣ୍ଡାମାନଙ୍କର l ସେହି ଜଙ୍ଗଲ ମାଆକୁ ରକ୍ଷା କରିବା ପାଇଁ ବିର୍ସା ଇଂରେଜମାନଙ୍କ ବିରୁଦ୍ଧରେ ସ୍ବର ଉତ୍ତୋଳନ କରୁଥିବାରୁ ବିର୍ସାଙ୍କୁ ମୁଣ୍ଡାଜାତି ଭଲ ପାଉଥିଲେ l
c) ବିର୍ସା ନିଜର ଅନୁଗାମୀମାନଙ୍କୁ କିପରି ଚଳିବାକୁ କହୁଥିଲେ?
ଉ – ବିର୍ସା ନିଜର ଅନୁଗାମୀମାନଙ୍କୁ କହୁଥିଲେ ଯେ ସେମାନଙ୍କର ଲଢେଇ ଇଂରେଜ ଶାସନ ଓ ତାର ନୀତି ବିରୋଧରେ ଲଢେ଼ଇ କିନ୍ତୁ ଇଂରେଜ ଜାତି ବିରୋଧରେ ନୁହେଁ l
d) ବୀରସାଇତମାନଙ୍କର ବେଶପୋଷାକ କିଭଳି ହେବ ବୋଲି ବିର୍ସା ସୂଚନା ଦେଇଥିଲେ?
ଉ – ବୀରସାଇତମାନଙ୍କର ବେଶପୋଷାକ ସମ୍ପର୍କରେ ବିର୍ସା ସୂଚନା ଦେଇ କହିଥିଲେ ଯେ ସେମାନେ ଧୋତି ପିନ୍ଧିବେ, କପାଳରେ ଚିତା ଦେବେ ଏବଂ ପଇତା ପକାଇବେ l

୩. ତଳେ ଦିଆଯାଇଥିବା ଉକ୍ତିଗୁଡ଼ିକର କି ଅର୍ଥ ବୁଝାପଡ଼ୁଛି, ଆସ ଲେଖିବା l
a) ବିର୍ସା ଡାକିଲେ ଜଙ୍ଗଲ ‘ ଓ ‘ କରୁଥିଲା l
ଉ – ବିର୍ସା ଗୋରାମାନଙ୍କୁ ତାଙ୍କ ମୁଲକରୁ ହଟାଇ ଦେବାପାଇଁ ଚାହୁଁ ଥିଲେ l ସେଥିପାଇଁ ସେ ସଙ୍ଗଠନ ତିଆରି କରିଥିଲେ l ଅନ୍ୟ ମୁଣ୍ଡାମାନେ ତାଙ୍କୁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ସମର୍ଥନ କରୁଥଲେ l ସେ ସଂଗ୍ରାମ ପାଇଁ ଡାକିବା ମାତ୍ରେ ସାରା ଜଙ୍ଗଲରେ ଅଧିବାସୀମାନେ ତାଙ୍କ ଆଜ୍ଞାକୁ ସଙ୍ଗେ ସଙ୍ଗେ ପାଳନ କରୁଥଲେ l ତେଣୁ କୁହାଯାଇଛି ବିର୍ସା ଡାକିଲେ ଜଙ୍ଗଲ ‘ ଓ ‘ କରୁଥିଲା l
b) ଆଜି ସେ ପିଞ୍ଜରାର ବାଘପରି ଉଠବସ ହେଉଛି l
ଉ – ମାଝୀତା ମାରିଆ ବିଶ୍ଵାସଘାତକତା କରି ବିର୍ସାଙ୍କୁ ଇଂରେଜମାନଙ୍କୁ ଧରେଇ ଦେଲା l ଇଂରେଜମାନେ ବିର୍ସାଙ୍କୁ ରାଞ୍ଚି ଜେଲରେ ନେ଼ଇ ରଖିଲେ l ବିର୍ସା ଜେଲ ଯିବା ପରେ ମୁଣ୍ଡାମାନେ ଦୁଃଖ ପ୍ରକାଶ କଲେ l ମାଝିତା ମାରିଆକୁ ନିନ୍ଦା କଲେ l ଯେଉଁ ବିର୍ସାଙ୍କ ଡାକରାରେ ମୁଣ୍ଡାମାନେ ଏକତ୍ରିତ ହୋଇ ଯାଉଥିଲେ ଏବଂ ବିର୍ସା ନିଜର ଦମ୍ଭ ଦେଖାଉଥିଲେ ସେ ଜେଲରେ ରହିଲେ l ପିଞ୍ଜରାରେ ବାଘର କିଛି କ୍ଷମତା ନ ଥାଏ l ତାକୁ ଇଚ୍ଛା ମୁତାବକ ମଣିଷ ଉଠବସ କରାଏ l ଜେଲରେ ବିର୍ସାଙ୍କ ଅବସ୍ଥା ଠିକ୍ ସେହିଭଳି ହୋଇଥଲା l

୪. ତଳେ ଥିବା ବାକ୍ୟଗୁଡ଼ିକୁ ପଢ଼ିବା ଓ ରେଖାଙ୍କିତ ପଦଗୁଡ଼ିକ କାହାକୁ ବୁଝାଉଛି ଖାଲି ଘରେ ଲେଖିବା l
a) ହେଲେ ଆମେ ଏମାନଙ୍କ ସାଙ୍ଗରେ ଲଢ଼ିପାରିବା – ଇଂରେଜମାନଙ୍କୁ
b) ଭାଗବାନଟା ଏମିତି ମଝିରେମଝିରେ ତ ଅଡ଼ୁଆ କରୁଛି – ବିର୍ସା ମୁଣ୍ଡାଙ୍କୁ

୫. ତଳେ ଗୋଟିଏ କୋଠରୀରେ କିଛି ସ୍ଥାନର ନାମ ଏବଂ ଅନ୍ୟ କୋଠରୀରେ ବିର୍ସା ଜୀବନର କେତେକ ଘଟଣା ଦିଆଯାଇଛି l କେଉଁ ସ୍ଥାନ ସହିତ କେଉଁ ଘଟଣାର ସମ୍ପର୍କ ଅଛି ଆସ ଲେଖିବା l
ରାଞ୍ଚି ପାଠ ପଢିବା
ଡମ୍ବାରି ପାହାଡ଼ ଜନ୍ମ
ଚାଏଁବାସା ଅନୁଗାମୀମାନଙ୍କ ସଭା
ବାମ୍ବା ଜେଲ ଯିବା

ଉ – ରାଞ୍ଚି – ଜେଲ ଯିବା
ଡମ୍ବାରି ପାହାଡ଼ – ଅନୁଗାମୀମାନଙ୍କ ସଭା
ଚାଏଁବାସା- ପାଠ ପଢିବା
ବାମ୍ବା – ଜନ୍ମ

୬. ଏମାନଙ୍କୁ ଆମେ ଚିହ୍ନି ସାରିଲେଣି l ଏମାନେ ସବୁ କିଏ ଆସ କହିବା ଓ ଖାଲି ଜାଗାରେ ଲେଖିବା l
ସୁମନା – ବିର୍ସାମୁଣ୍ଡାର ବାପା
କରମୀ- ବିର୍ସାମୁଣ୍ଡାର ମାଆ
କୋମତା- ବିର୍ସାମୁଣ୍ଡାର ବଡ଼ଭାଇ
ଦାସନୀ-ବିର୍ସାମୁଣ୍ଡାର ଭଉଣୀ
ଚମ୍ପା-ବିର୍ସାମୁଣ୍ଡାର ଭଉଣୀ
ଅମୂଲ୍ୟ-ବିର୍ସାମୁଣ୍ଡାର ସହପାଠୀ
ଡୋନକା-ବିର୍ସାମୁଣ୍ଡାର ଅନୁଗାମୀ ବୀର
ଧାନୀ- ଜଣେ ମୁଣ୍ଡା ନାରୀ
ସାଲୀ- ଡୋନକାର ସ୍ତ୍ରୀ
ମାଝିତା ମାରିଆ – ଜଣେ ମୁଣ୍ଡା

୭. ତଳେ ଦିଆଯାଇଥିବା ଶବ୍ଦଗୁଡ଼ିକ ଅର୍ଥ ପାଖ ମୁଣ୍ଡଳୀ ମଧ୍ୟରେ ରଖାଯାଇଛି, କେଉଁଟି କାହାର ଅର୍ଥକୁ ବୁଝାଉଛି ତାକୁ ବାଛି ଶବ୍ଦ କଡ଼ରେ ଲେଖିବା l
ଦିକୁ – ଶୋଷଣକାରୀ
କୁଦୋ- ସୁଆଁ ଧାନ
ବୀରସାଇତ- ବୀର ସୈନିକ
ପଲଟନ- ଇଂରେଜ ସୈନ୍ୟ
ଧରତି – ପୃଥିବୀ

୮. ପଠିତ ଏକାଙ୍କିକାର କେତେକ ଉକ୍ତି ତଳେ ଦିଆଯାଇଛି l ଏଗୁଡ଼ିକ କେଉଁ ଅର୍ଥରେ ବ୍ଯବହାର କରାଯାଇଛି, ଡାହାଣ ପାଖ ଖାଲି ଜାଗାରେ ଲେଖିବା l
ସଂସାର ଚଳାଇବା- ପରିବାରର ଗୁଜୁରାଣ ମେଣ୍ଟାଇବା
ମେଘକୁ ଛୁଇଁବା ଭଳି- ଖୁବ୍ ଉଚ୍ଚ
ଅଡୁଆ କରିବା- ଗୋଳମାଳ କରିବା
ରକତରେ ମାଦଲ ବାଜିବା- ରକ୍ତରେ କମ୍ପନ ସୃଷ୍ଟି ହେବା
ପିଞରାର ବାଘ ପରି ଉଠବସ ହେବା- ପରାଧିନତା ଶକ୍ତିଶାଳୀର ଅଣାୟତ୍ତ ଅବସ୍ଥା
ରକତରେ ନିଆଁ ଲାଗିବା – ଅଧିକ କ୍ରୋଧ ଜାତ ହେବା

୯. ତଳେ ଦିଆଯାଇଥିବା କଥାଗୁଡିକ କିଏ, କାହାକୁ କହିଛନ୍ତି, ସେମାନଙ୍କ ନାମ ମୁଣ୍ଡଳି ମଧ୍ୟରୁ ଖୋଜି ଆଣି ଖାଲିଘରେ ଲେଖିବା l
a) ସଂସାରଟା କେମିତି ଗୋ? – ବିର୍ସା
b) କିନ୍ତୁ ଲେଖାପଢ଼ା ମଣିଷକୁ ବଡ କରିଦିଏ l – ଅମୂଲ୍ୟ
c) ଖାଣ୍ଟି ସୁନାରୁ ବି ଖାଣ୍ଟି ଆମ ମାଟିରେ l – କରମୀ
d) ଦେଶପ୍ରେମ ତୁମକୁ ପାଗଳ କରିଦେଇଛି l – ଅମୂଲ୍ୟ
e) ଲଢେ଼ଇ ପରେ ଏ ମହାନ୍ ଦେଶରେ ସାନ ବଡ ରହିବନି – ଡୋନକା

୧୦. ତଳେ ଦିଆଯାଇଥିବା ଅନୁଛେଦରୁ ନାମଗୁଡିକ ବାଛି ବାମ ପାଖରେ ଥିବା ବାକ୍ସରେ ରଖିବା ଓ କାମଗୁଡିକୁ ବାଛି ଡାହାଣ ପାଖରେ ଥିବା ଗୋଲରେ ରଖିବା l

ସାହେବମାନେ ଖାଇବେ କ୍ଷୀର, ମୁଣ୍ଡା ଚରେଇବେ ଗାଈ l
ଆମ ବୀର ସାଇତମାନେ ଧୋତି ପିନ୍ଧିବେ l
ଭଗବାନଟା ଏମିତି ମଝିରେ ମଝିରେ ଅଡ଼ୁଆ କରୁଛି l
ଗୋରାମାନେ ଛଡେଇନେଲେ ଆମଠୁ ଆମ ଗାଁ ମାଟି l
ଉ – ନାମ – ସାହେବ, କ୍ଷୀର, ଗାଈ, ବୀର ସାଇତ , ଧୋତି, ଭଗବାନ, ଗୋରାମାନେ, ଗାଁ ମାଟି l
କାମ – ଖାଇବେ, ଚରେଇବ, ପିନ୍ଧିବେ, କରୁଛି, ଛଡେଇ ନେଲେ

4th Class Odia Book Question AnswerDownload
Official Website for Odia BookClikc Here

Related Blog Posts

Odia Essay Book – All type of Odia Essay Book Click Here

Leave a Comment

error: Content is protected !!